Shanti Mishra

Tragedy

3  

Shanti Mishra

Tragedy

ପ୍ରତ୍ୟାହାର

ପ୍ରତ୍ୟାହାର

4 mins
174



ଶକ୍ତି ଭାଈ ଆଜି ଚାଲିଗଲେ l ପିଲାବେଳୁ ଅସୀମ ଶକ୍ତି ସାହସର ସେ ପରିଚୟ ଦେଇ ଆସିଛନ୍ତି l ଆଜି ବି ସୁବୀରକୁ ସାହସର ସହିତ ସବୁର ମୁକାବିଲା କରିବା ପାଇଁ ପରାମର୍ଶ ଦେଇ ଚାଲିଗଲେ l ତା ବଞ୍ଚିବାର ଏକ ମାତ୍ର ମାଧ୍ୟମ ଭାଈ ହିଁ ଥିଲେ l ଏହାପରେ ତା ଜୀବନର ମୋଡ କୋଉ ଦିଗକୁ ଗତି କରିବ ତାକୁ ଜଣା ନାହିଁl

ଏବେ ଭାବୁଛି ସେ ଚାଲିଗଲେନି ଯେ ଏ ଜାଗତିକ ସଂସାରର ଝଡ ଝଞ୍ଜାରୁ ମୁକ୍ତି ପାଇଗଲେ l ବୋଉର ଶେଷ କଥାର ମୂଲ୍ୟ ରକ୍ଷା କରିବାକୁ ଯାଇ ସୁବୀର ଭାଈଙ୍କ ଶେଷ ଦିନ ଯାଏ ଭାଈଙ୍କ ହାତ ଧରି ଚାଲିଥିଲା l ଶକ୍ତି ଭାଇଙ୍କୁ କୌଣସି ଦୁଃଖ ବାଧା ବିଘ୍ନକୁ ଏକା ମୁକାବିଲା କରିବାକୁ ଦେଇନି l ସବୁବେଳେ ରାମଙ୍କ ପଛରେ ଲକ୍ଷ୍ମଣ ରହିଲା ପରି ସେ ରହି ଆସିଥିଲା l

ଶକ୍ତି ଭାଈ ଯେତେବେଳେ ସୀମାନ୍ତରେ ରହି ଦେଶ ରକ୍ଷା କାର୍ଯରେ ବ୍ୟସ୍ତଥିଲେ ଜଣେ ବାହ୍ୟଶତ୍ରୁର ଗୁଳିରେ ଗୁରୁତର ଭାବେ ଆହତ ହୋଇ ଜଖମି ଅବସ୍ଥାରେ ହସ୍ପିଟାଲରେ ପଡ଼ିଥିଲେ l ମୃତ୍ୟୁ ସହିତ ଯୁଦ୍ଧ୍ୟରେ ସେ ଜିତିଥିଲେ ସତ କିନ୍ତୁ ଗୋଟିଏ ଗୋଡ ହରେଇବକୁ ପଡିଥିଲା l ଦେହ ସାରା କ୍ଷତ ବିକ୍ଷତ ଶରୀରରେ ଅସହ୍ୟ ଦରଜ ନେଇ ସେ ଘରକୁ ଫେରିଥିଲେ ଯଦିଓ କାହା ଉପରେ ବୋଝ ହୋଇ ତାଙ୍କର ଆଉ ବଞ୍ଚିବାକୁ ଇଚ୍ଛା ନଥିଲା l

କିନ୍ତୁ ବୋଉ ଛାଡିବାକୁ ନାରାଜ l ତାଙ୍କର ସମସ୍ତ ଦାୟିତ୍ୱ ନେବାର ପ୍ରତିଶ୍ରୁତି ନେଇ ତାଙ୍କୁ ଘରକୁ ଫେରେଇ ଆଣିଥିଲା ହସ୍ପିଟାଲରୁ l ବୋଉ ତା ପାରୁପର୍ଜନ୍ତ ଜୀବନ ଦେଇ ଭାଈଙ୍କ ସେବା କରି ଚାଲିଥାଏ l କିନ୍ତୁ ଭିତରେ ଭିତରେ ସେ ଭାଙ୍ଗି ପଡିଥିଲା l ପ୍ରତ୍ୟେକ ଦିନ ଠାକୁର ପୂଜା କରି ଠାକୁର ଘରୁ ବାହାରିବା ବେଳେ ତା ଆଖି କହିଦିଏ ସେ ଲୁହର ଝରଣା ନୁହେଁ ଲୁହର ନଦୀ ଟିଏ ବୁହାଇ ଦେଇ ଆସିଛି ଭଗବାନଙ୍କ ପାଦତଳେ l

ସୁବୀର ସବୁ ଦେଖି ନିରବ ରୁହେ l ସହି ହୁଏନା କି କହି ହୁଏନା କି ଦେଖି ହୁଏନା l ଭାଈଙ୍କ ଦୁଃଖ ତାକୁ ଯେତିକି ବ୍ୟଥିତ କରୁଛି ବୋଉର ଦୁଃଖ ତା ଠୁ ଶହେ ଗୁଣ ବଢେଇ ଦଉଛି l ଏବେ ସୁବୀର ଭାବୁଛି ଯୋଉ ମାନଙ୍କର ବୋଉ ମାନେ ବଂଚିଛନ୍ତି ସେମାନେ ଦେଶ ରକ୍ଷା କାମରେ ନିଯୁକ୍ତି ନପାଇଲେ ଭଲ l ଯୋଉମାନଙ୍କର ନିଜର ମା ନାହିଁ ସେମାନେ ମାତୃଭୂମି ମା ର ରକ୍ଷା କାର୍ଯରେ ନିଯୁକ୍ତି ହେବା ଉଚିତ l ସେମାନଙ୍କ ଭଲ ମନ୍ଦରେ ଆଉ ଜଣେ ଜଳି ପୋଡି ମରଣାନ୍ତକ କଷ୍ଟଭୋଗ କରିବାରୁ ବଞ୍ଚିତ ହୁଅନ୍ତେ l

ବୋଉ ତା ପପ୍ରତିଶୃତି ରଖି ପାରିଲାନି l ଦୁଇ ବର୍ଷ ପରେ ଆଖି ବୁଜିଲା l କିନ୍ତୁ ଗଲାବେଳେ ସୁବୀରକୁ ତା ମୁଣ୍ଡ ଛୁଆଁଇ ଶପଥ କରେଇ ନେଇଥିଲା ଯେ ସେ ଯେପରି ଭାଇର ହାତ ନଛାଡ଼େ ତା ଜୀବନର ଶେଷ ପର୍ଯନ୍ତl ସୁବୀର ଜାଣିଥିଲା ବୋଉର ଏ ଶେଷ ଅବସ୍ଥାରେ ତା ମୁଣ୍ଡ ଛୁଇଁଲେ ଯାହା ନଛୁଇଁଲେ ତାହା l ତଥାପି ବୋଉକୁ ଟିକେ ଖୁସି କରିବାକୁ ଯାଇ ସେ ତା ମୁଣ୍ଡ ଛୁଇଁ ଶପଥ କରିଥିଲା ଯାହା ଫଳରେ କି ସେ ଶାନ୍ତିରେ ଯାଇ ପାରିବ l

ତା ପରଠୁ ଭାଇଙ୍କ ସେବା ସେ ଏ ଯାବତ କରି ଆସିଛି l କେତେଥର ଭାଈ ତାକୁ କହିଛନ୍ତି ଅନୁରୋଧ ବି କରିଛନ୍ତି ବିବାହ କରି ତା ନିଜ ଘର ସଂସାର କରିବାକୁ l ତାଙ୍କ ପାଇଁ ତା ନିଜ ଜୀବନ ଏମିତି ବେକାରରେ ନଷ୍ଟ ନକରିବାକୁ l ସୁବୀର କଥା ଟାଳି ଯାଏ ଭଲ ମନ ପସନ୍ଦର ଝିଅ ମିଳିଲେ ସେ ନିଶ୍ଚୟ ବିବାହ କରିବ ବୋଲି କହି l ତାଙ୍କର ଏ ସବୁରେ ଏତେ ବ୍ୟସ୍ତ ହେବାର କିଛି କାରଣ ନାହିଁ l

କିନ୍ତୁ ଭାଇଙ୍କୁ ସେ ସତ ଯେ କଣ ସେକଥା କହି ପାରେନା l ତା କଲେଜ ସାଙ୍ଗ ସୁଷମାକୁ ସେ ବହୁତ ଭଲ ପାଉଥିଲା l ବିବାହ ପାଇଁ କଥା ଦିଆନିଆ ହୋଇଥିଲା l ଏହା ଭାଈଙ୍କ ଦୁର୍ଘଟଣା ପୂର୍ବରୁ l କିନ୍ତୁ ଦୁର୍ଘଟଣା ପରେ ସେ ସବୁକଥା ସୁଷମାକୁ କହିଥିଲା ଭାଈଙ୍କ ସଂପୂର୍ଣ ଦାୟୁତ୍ୱ ଏବେ ତା ଉପରେl ବିବାହ ପାଇଁ ତାଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ l କେତେ ପର୍ଯନ୍ତ ସେ ଏବେ ସଠିକ ଭାବରେ କହି ପାରିବନି l

ନିଜର ଏ ସବୁ ସୁବିଧା ଅସୁବିଧା ସୁବୀର ପାଖରେ ଯେତେ ବଡ ହୋଇଗଲେ ସୁଷମାର ସୁଖ ଖୁସିର କିଛି ମୂଲ୍ୟ ରହିଲା ନାହିଁ ତା ପାଖରେ ! କେତେ ସ୍ଵାର୍ଥପର ଲୋକଟା ସତରେ ! ଏତିକି କହି ସୁଷମା ରାଗ ଅଭିମାନରେ ଅନ୍ୟ କାହାକୁ ବିବାହ କରି ଚାଲିଗଲା l

ସେବେଠୁ ସୁବୀରର ମନ ବିବାହ ପ୍ରତି ଭାଙ୍ଗି ଯାଇଛି l ମନେ ମନେ ବହୁତ ଭାବିଛି ସେ ସୁଷମା କଥା l ଏକଥା ବି ସୁଷମା ତ କହି ପରିଥାନ୍ତା ଯେ ଭାଈଙ୍କ ସେବାରେ ମୁଁ ତୁମକୁ ସାହାଜ୍ୟ କରିବି ବୋଲି l ଆମେ ଦୁଇଜଣ ମିଶି ତାଙ୍କୁ ସାହାଜ୍ୟ କରିବା l ନଚେତ ସେ ତା ପାଇଁ ଅପେକ୍ଷା ବି କରି ପରିଥାନ୍ତା କିଛି ବର୍ଷ, ପାଞ୍ଚ ବର୍ଷ, ଦଶବର୍ଷ ବା ସାରା ଜୀବନ ଯଦି ସତରେ ଭଲ ପାଉଥାନ୍ତା l ତାର ଭଲ ପାଇବା ହୁଏତ ସ୍ଵାର୍ଥ ଜଡ଼ିତ ଥିଲା ବା ଛଳନାର ଭିତ୍ତି ଭୂମି ଉପରେ ଦଣ୍ଡାୟମାନ ଥିଲାl

ତେଣୁ ତା ପରଠୁ ସୁବୀର ବିବାହ କଥା ଶୁଣିଲେ ହିଁ ତା ମନ ବିଷେଇ ଯାଏ l ଏମିତିରେ ତ ଆଜିକାଲି ଦିନ ହସ ଖୁସିରେ ଭାଈଙ୍କ ସହିତ ବେସ୍ ବିତି ଚାଲିଛି l ଭାଈ ଚାଲିପାରନ୍ତିନି ସତ କିନ୍ତୁ ସୁଖ ଦୁଃଖରେ କଥା କହି ତା ମନ ହାଲକା କରନ୍ତି l ଖାଇଲୁ ନଖାଇଲୁ କି ନାହିଁ ବୁଝନ୍ତି l ଘରର ହାନି ଲାଭ ଭଲ ମନ୍ଦରେ ମୁଣ୍ଡ ପୂରେଇ ତାକୁ ସାହସ ଦିଅନ୍ତି l କିନ୍ତୁ ଆଜି ସେ ତାକୁ ଏକାକୀ କରି ଚାଲିଗଲେ l ବୋଉ ଗଲା ପରେ ବି ସେ ଏତେ ଅସହାୟ ଅନୁଭବ କରୁ ନଥିଲା, ଆଜି ଯେତେ କରୁଛି l

ଦିନେ ହଠାତ ସୁଷମା ସହିତ ବଜାରରେ ଦେଖା ହୋଇଗଲା ମୁହାଁ ମୁହିଁ l ଗୋଟିଏ ପାଞ୍ଚ କି ଛଅ ବର୍ଷର ପୁଅ ସାଥିରେ l କିନ୍ତୁ ଏ କଣ ନା ହାତରେ ଚୁଡି ନା ମଥାରେ ସିନ୍ଦୁର, ଏକ ବିଧବାର ବେଶରେ l ସେ ତ ସବୁବେଳେ ସଜେଇ ହବାକୁ ଭଲ ପାଉଥିଲା l କିନ୍ତୁ ସୁବୀର ଏ ସବୁ ନେଇ କିଛି ପଚାରି ନଥିଲା l ମୁଁହ ବୁଲେଇ ଅନ୍ୟ ଦିଗକୁ ଚାଲି ଯାଇଥିଲା lସୁବୀର ଘରକୁ ଫେରିଥିଲା ସତ ରାତି ସାରା ଶୋଇ ପାରି ନଥିଲା l ସୁଷମା କଥା କେବଳ ଭାବି ଚାଲିଥିଲା l ତାଙ୍କର ପୂର୍ବର ମିଳାମିଶା ଠାରୁ ଆରମ୍ଭ କରି ସୁଷମାର ବିବାହ ହୋଇ ଯିବା ପର୍ଜନ୍ତ lତା ପରଦିନ ବାହାର କବାଟରେ କରାଘାତ ଶୁଣି ସେ କବାଟ ଖୋଲିଥିଲା | ସୁଷମାକୁ ଦେଖି ଆଶ୍ଚଜ୍ୟ ସହିତ ବିରକ୍ତି ଭାବ ବି ଅନୁଭବ କରିଥିଲାl ସେଇ ମୁହୂର୍ତରେ କାହାରି ସହିତ କଥା ହେବାକୁ ତାର ଇଚ୍ଛା ନଥିଲା l ସୁଷମା ସହିତ ତ ମୋଟେ ନୁହେଁ l ତାର ଅନାଗ୍ରହ ଦେଖିବା ସତ୍ଵେ ଓ ସୁଷମା କଥା ଆରମ୍ଭ କରିଥିଲା l ଭାଇଙ୍କ କଥା ଶୁଣି ସେ ବହୁତ ଦୁଖିତ, ଶୋକ ପ୍ରକାଶ କରିବାକୁ ଆସିଛି l ତାର ସ୍ଵାମୀ ସଡ଼କ ଦୁର୍ଘଟଣାରେ କିପରି ଚାଲିଗଲେ ସେ କଥା ବି ସଂକ୍ଷିପ୍ତରେ ଗପିଗଲା l

ସୁବୀର ବାହାରକୁ ଯିବାର ଅଛି କହି ସେ ସୁଷମାକୁ ଫେରେଇଦେଲା l ଘର ଭିତରକୁ ବି ଡାକିଲାନି l କାରଣ ଘର ଭିତରକୁ ପ୍ରବେଶ କରିବାର ଅଧିକାର ସେ ନିଜେ ହରେଇଛି l ତାପରେ ଅନେକ ଥର ସୁଷମା ତାରାସ୍ତା ରେ ଜାଣି ଜାଣି ଆସିଛି l ତାର ଉଦ୍ଦେଶ୍ୟ ସୁବୀର ଜାଣି ପାରୁଥିଲେ ବି ତା ତରଫରୁ କୌଣସି ପ୍ରୋତ୍ସାହନ ସେ ଦେଲା ନହିଁ l କାରଣ ସେଦିନର ଆନ୍ତରିକ ଭରା ଭଲ ପାଇବାର ପ୍ରତିଶୃତି ସେ ତ କେବେଠୁ ପ୍ରତ୍ୟାହାର କରି ନେଇଛି l



Rate this content
Log in

Similar oriya story from Tragedy