Shanti Mishra

Others

3.5  

Shanti Mishra

Others

ଅଛିଣ୍ଡା ଅଙ୍କ କଷା

ଅଛିଣ୍ଡା ଅଙ୍କ କଷା

5 mins
198


- ଦେଖନ୍ତୁ ଆଜ୍ଞା ! ହାତ ଲଗାନ୍ତୁନି କି ଗାଳି ଦିଅନ୍ତୁ ନାହିଁ l

- ଆପଣ ଗାଳି ଗୁଲଜ କରିବେ l ତାପରେ ଆମେ ଗାଳି ଦେବୁ l ତାପରେ ଆପଣ ତା ପରେ ଆମେ...ଏମିତି ହୋଇ ସାରା ଜୀବନ ଖାଲି ଗାଳି ଗୁଲଜ ଦିଅନିଆରେ ହିଁ ସରିଯିବ l ଆମେ ଏ ସଂସାରକୁ ସବୁଦିନ ପାଇଁ ରହିବାକୁ ତ ଆସିନେ ଯେ ମୂଲ୍ୟବାନ ସମୟ ଗୁଡିକ ଏମିତିରେ ନଷ୍ଟ କରିଦେବା l

- ତେବେ ତୁମେ କଣ କହୁଛ, କଣ ଚାହୁଁଛ ? ତୁମେ ଯେତେବେଳେ ପାରେ ସେତେବେଳେ ମୋ ଘରକୁ ଆସି ମତେ ଧମକେଇବ, ଆଉ ମୁଁ ତୁମ ଗଳାରେ ଫୁଲମାଳ ଚଢେଇ ଧୂପ ଦୀପ ଚନ୍ଦନ ଦେଇ ପୂଜା କରିବି !

- ନାଇଁ ଆଜ୍ଞା !ଏତେ ଦୂର କଥା ଯିବ କାହିଁକି ? ଆପଣ ଭଲରେ ଭଲରେ ଆମ ବାପା ବନ୍ଧା ପକେଇଥିବା ଜାଗା, ସୁନା ଗହଣା ସବୁ ଫେରେଇ ଦିଅନ୍ତୁ l ଆମ ବାପା କିସ୍ତି କିସ୍ତିରେ ସବୁ ଶୁଝି ଦେଇ ଯାଇଛନ୍ତି l ଯେତେବେଳେ ସେ ଜାଣିଲେ ଯେ ଏ ସୁଧ କମିବାର ନାହିଁ କେବଳ ଏମିତି ବଢି ଚାଲିଥିବ, ସେ ଆଉ ଏ ଜୀବନରେ ଶୁଝି ପାରିବେନି, ସେଇ ଦୁଃଖରେ ସେ ହୁଏତ ହାର୍ଟଆଟାକରେ ଚାଲିଗଲେ l

ସେତେବେଳେ ଆମେ ଦୁଇ ଭାଇ ଷୋହଳ ଆଉ ଅଠର ବର୍ଷର ହୋଇଥିଲୁ l ଆପଣଙ୍କ ଆଗରେ ସାହସ ପାଉ ନଥିଲା କିଛି କହିବାକୁ l ଏହା ଭିତରେ ପାଞ୍ଚ ବର୍ଷ ବିତି ଗଲାଣି l ଏଥରକ ବେଶ୍ ସାହସ ସଞ୍ଚୟ କରିକୁ ଆସିଛୁ l ପ୍ରଥମେ ଭାବିଥିଲୁ ସତରେ କରଜ ହୁଏତ ବହୁତ ବେଶୀ ସୁଧ ବି ବେଶୀ ହୋଇଥିବ l ଆମ ବାପା ବେଶୀ ପାଠ ପଢି ନଥିଲେ ବି ହିସାବ କିତାବ ତାଙ୍କୁ ବେଶ୍ ଜଣା ଥିଲା l ସେ ଯୋଉଦିନ ଯୋଉ ତାରିଖରେ ଆସି ଟଙ୍କା ସବୁ ଶୁଝିଛନ୍ତି ସବୁ ଏ ଖାତାରେ ଲେଖା ଅଛି l

ଆମେ ସବୁ ହିସାବ କିତାବ କରି ଦେଖିଲା ବେଳକୁ ସେ ସବୁ ଟଙ୍କା ଶୁଝି ଅଧିକ ବେଶ କିଛି ଦେଇ ସାରିଛନ୍ତି l ତେଣୁ କଥାକୁ ବେଶୀ ଆଗକୁ ନବଢେଇ ଏଇଠି ଶେଷ କରି ଦିଅନ୍ତୁ l କାରଣ ଆମେ ଆଜି ଶପଥ କରି ଆସିଛୁ ଏ ସମସ୍ୟାର ସ୍ଥାୟୀ ସମାଧାନ କରିକି ଯିବୁ ହିଁ ଯିବୁ l ମରିକରି ହଉ ବା ମାରିକରି ହଉ l

- ତମେ କାଲିକା ଟୋକା ଦିଟା ତମ ସାହସ ଦେଖୁଛି ଆକାଶଠୁ ଉଞ୍ଚା l ମତେ ଧମକୋଉଛ ?

- ଆରେ ହରିଆ, ନରିଆ ଆସିଲ ଶୀଘ୍ର ! ଗୋଟାଏ ଠେଙ୍ଗାରେ ଏ ଟୋକା ଦିଟାଙ୍କ ମୁଣ୍ଡ ଫଟେଇ ଦେଲ !

- ନାଇଁ ଆଜ୍ଞା ସେମାନେ ବର୍ତ୍ତମାନ ଆସି ପାରିବେନି ଆପଣ ଯେତେ ତାଙ୍କୁ ଡାକନ୍ତୁ ପଛେ l ଆମେ ଏଠିକି ଆସିଲା ବେଳେ ସେ ଦୁଇଜଣ ବସି ଦାଣ୍ଡ ପଟେ ବିଡି ବସି ଟାଣୁଥିଲେ l ସେମାନଙ୍କ ହାତ ଗୋଡ ବାନ୍ଧି ଆପଣଙ୍କ ବାଡି ପଟ ଆମ୍ବ ଗଛ ସହିତ ବାନ୍ଧି ଦେଇ ଆସିଛୁ ଏତେ ଟାଇଟରେ ଯେ ସେମାନଙ୍କ ହଲଚଲ ହେବାର ବାଟ ନାହିଁ l ଆସିବା ଦୂରେ ଥାଉ l

- ତମେ ଦିଟା ହରାମି ନମକହାରାମ..

- ପୁଣି ଆଜ୍ଞା, ଆପଣ କୁଶଦ୍ଦ ଗୁଡିକ ବ୍ୟବହାର କରିବାକୁ ଆରମ୍ଭ କରିଦେଲେ l ଏପରି କରନ୍ତୁନି ଆଜ୍ଞା ! ଭାବନ୍ତୁନି ଆମକୁ ଏ ଶଦ୍ଦ ସବୁ ବ୍ୟବହାର କରିବା ଜଣାନାହିଁ l ଆମେ ଆପଣଙ୍କୁ ଆଜ୍ଞା ଆପଣ କହିବାର ଅର୍ଥ ଆପଣଙ୍କର ଶୁଦ୍ଧ ସଭ୍ୟ ଓଡିଆ ଭାଷାରେ ଜ୍ଞାନ ବହୁତ କମ୍ ଥିବା ପରି ଜଣା ପଡୁଛି l ତେଣୁ ଆପଣଙ୍କୁ ଶିଖେଇବା ପାଇଁ ଆମେ ଏ ସବୁ ସଭ୍ୟ ଭାଷା ବ୍ୟବହାର କରଛୁ l ଓଡିଆ ଗୋଟିଏ ବହୁତ ଉଚ୍ଚ କୋଟିର ଭାଷା ତାହାର ଅମର୍ଯ୍ୟଦା କରନ୍ତୁ ନାହିଁ l

କିନ୍ତୁ ପ୍ରକୃତି ନୈବ ମ୍ୟୁଚତେ l ଆପଣ ଏଥିରୁ କେମିତି ବାଦ ଯିବେ l “ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ” l ଛାଡନ୍ତୁ ...


- କଣ ଛାଡିବ l ତୁମ ମାଆ ଯେତେବେଳେ ଶକ୍ତ ବେମାରରେ ପଡିଥିଲା ତୁମ ବାପାକୁ କେହି ସେତେବେଳେ ସାହା ଭରଷା ହେଲେ ନାହିଁ ତେଣୁ ମୋ ପାଖକୁ ଆସି ଗୋଡ ହାତ ଧରି ନେହୁରା ହୋଇ କହିବାରୁ ତାକୁ ଟଙ୍କା ଦେଇଥିଲି କିନ୍ତୁ ତମେ ଦିଟା ଏଇଲେ ଆସି ମୋ ଉପରେ ତୋଡ ଦେଖେଇ ମତେ ପାଠ ପଢୋଉଛ l

ଶୀଘ୍ର ମୋ ଦୁଆରୁ ଚାଲିଯାଅ l ସମସ୍ତ ଟଙ୍କା ଧରି ଆସି ସବୁ ଶୁଝିଲା ପରେ ତମ ଜିନିଷ ଜାଗା ବାଡି ସବୁ ନେଇଯାଅ l ମୋର ତାପରେ କିଛି କହିବାର ନାହିଁ l ଭଲରେ ଏ ଯୁଗ ନହିଁ l ସେମାନଙ୍କର ଉପକାର କର l କୃତଜ୍ଞତା ବଦଳରେ ଆସି ମୁଣ୍ଡରେ ଚଢି ଯାଉଛନ୍ତି l ହାଁ...ରେ...

- ନାଇଁ ଆଜ୍ଞା ଆମେ ଚିର କୃତଜ୍ଞ ଆପଣଙ୍କ ସାହାଯ୍ୟ ପାଇଁ l ଯଦିଓ ବୋଉ ଚାଲିଗଲେ ତା ପରେ ପରେ କିଛି ବର୍ଷ ପରେ ବାପା l ବାପା କିନ୍ତୁ ଜତପରୋନାସ୍ତି ଚେଷ୍ଟା କରି ମୂଳଧନ ତ ଶୁଝି ଦେଇଛନ୍ତି ସୁଧ ବି l ଯଦି କିଛି ବାକି ଥାଏ ବୋଲି ଆପଣ ଭାବୁଛନ୍ତି ତେବେ ସବୁର ହିସାବ ଦେଖାଅ l

- ମୁଁ କାହାକୁ କେବେ ହିସାବ ଏଯାଏ ଦେଖେଇନି l ସବୁ ହିସାବ ମୋ ମୁହେଁ ମୁହେଁ l ସବୁ ମୋ ମୁଣ୍ଡ ଭିତରେ ଥାଏ l ଟିକେ ବି ଭୁଲ ହୁଏ ନା l ତୁମ ବାପ ମାଆ ମରିଗଲେ ସେଥି ପାଇଁ କଣ ମୁଁ ଦାୟୀ l ମୁଁ କଣ ଠିକା ନେଇଛି ସାରା ଜଗତର ଲୋକମାନଙ୍କୁ ସାହାଯ୍ୟ କରିବାକୁ l

- ନାଇଁ ଆଜ୍ଞା ଆମେ ଦାୟୀ କଥା କହୁନାହୁଁ ଦୟା କଥା କହୁଛୁ l ଦୟାବହ ହୃଦୟରେ ସବୁର ବିଚାର କରିବାକୁ l

- ଯାଅ ଏଠୁ ଶୀଘ୍ର ନଚେତ ତମ ଜୀବନର ଆଶା ତମକୁ ଛାଡିବାକୁ ପଡିବ l ଆଜି ସିନା ମୋର ଦିଟା ଲୋକଙ୍କୁ ବାନ୍ଧିଦେଲ କାଲି ମୋର ଛଅ ଲୋକ ଆସିବେ ମତେ ରକ୍ଷା କରିବାକୁ l

- ଆଜି ଆମ କାମଟା ଭଲରେ ସାରିଦେଲେ କାଲିଠୁ ଆମ ଛାଇ ମଧ୍ୟ ଆପଣ ଦେଖିବାକୁ ପାଇବେନି l ଝମେଲା ନବଢେଇ ଆମ ଜିନିଷ ଆମକୁ ଫେରେଇଦେଲେ ବହୁତ ଭଲ ହୁଅନ୍ତା l ଆଜି ଆମେ ଖାଲି ହାତରେ ଫେରିଗଲେ କାଲି ପୁଣି ନିଶ୍ଚୟ ଆସିବୁ l ଆମେ ଯଦି ପୁଣି ଥରେ ଫେରିବୁ କଥାଟା ମୋଟେ ଭଲ ହବ ନାହିଁ l ଏହା ଏକ ଚେତାବନୀ ବୋଲି ଭାବି ନିଅନ୍ତୁ l

- ଆରେ ଯା ଯା l ତୁମର ଏ ବେକାର କଥାର ମୋ ପାଖେ କିଛି ମୂଲ୍ୟ ନାହିଁ l କହି ମହେଶ ବାବୁ କବାଟ ଟା ଧଡ଼ କରି ବନ୍ଦ କରିଦେଲେ l ବାଡି ପଟୁ ଯାଇ ହରିଆ ନରିଆଙ୍କୁ ବନ୍ଧନ ମୁକ୍ତ କରି ଆଉ ଚାରିଜଣ ତାଙ୍କର କାମ କରୁଥିବା ଲୋକ ମାନଙ୍କୁ ସତର୍କ କରିଦେଲେ lଏ ଦିଟା ଟୋକା କାଲି ହେଉ ବା ନିକଟରେ ନିଶ୍ଚୟ ଆସିବେ l ତମେ ସବୁ ସତର୍କ ରହିବ l

ନା ବେଶୀ ଦିନ ଅପେକ୍ଷା କରିବାକୁ ପଡିଲାନି l ତା ପର ଦିନ କବାଟରେ କରାଘାତ ଶୁଣି ସେ କବାଟ ଖୋଲିଲେନି l କିନ୍ତୁ କ୍ରମାନ୍ଵୟ କରାଘାତ ଯୋଗୁ କବାଟ ଖୋଲି ଦି ଜଣଙ୍କୁ ଦି ମୁଥ ମାରିବାକୁ ଇଚ୍ଛା କରିବା ପୂର୍ବରୁ ଆଶ୍ଚର୍ଯ୍ୟରେ ରହିଗଲେ l

ପୋଲିସ ଗାଡିରେ ପୋଲିସ୍ ବେଶ ପୋଷାକ ପରିହିତ ଆଉ ଚାରିଜାଣ ପୋଲିସ୍ କର୍ମଚାରୀଙ୍କ ସହିତ ସେମାନେ ଘରେ ପଶିଗଲେ l ଘରର ତଲାସି ସହିତ ସମସ୍ତ ପ୍ରତିରୋଧ କାରିଙ୍କୁ ବାନ୍ଧି ଦେଲେ ଓ ମହେଶ ବାବୁଙ୍କୁ ଓ ଘରର ଅନ୍ୟାନ୍ୟ ସଦସ୍ୟମାନଙ୍କୁ ଏକ ଘର ଭିତରେ ପୁରେଇ ଦେଇ ତାପରେ ସମସ୍ତ କାଗଜ ପତ୍ର ଓ ସୁନାଗହଣା ସବୁ ଯାହା ତାଙ୍କର ପ୍ରାପ୍ୟ ସବୁ ନେଇ ବାକି ସବୁ ଛାଡି ଦେଇଗଲେ l

ଆପଣଙ୍କ ନାମରେ ଆଜ୍ଞା ବହୁତ ଅଭିଯୋଗ l ଆମେ ଦୁଇ ଭାଇ ଛଅ ମାସ ତଳେ ପୋଲିସ୍ ଚାକିରୀରେ ଯୋଗ ଦେଇଛୁ l ତମରି ପରି ମନଇଚ୍ଛା କାମ କରୁଥୁବା ଲୋକଙ୍କୁ ସାବାଡ କରିବାକୁ l ସିଧା ଆଙ୍ଗୁଠିରେ ଘିଅ ନବାହାରିଲେ ଆଙ୍ଗୁଠିକୁ ତେଢା କରିବାକୁ ତ ପଡିବ l ଭଲରେ ଆଜ୍ଞା ଆପଣ କହି ବୁଝେଇଲୁ କିନ୍ତୁ ଆପଣ କିଛି ବୁଝିବାକୁ ନାରଜ କି ଆପଣଙ୍କ ମୁଣ୍ଡରେ କିଛି ପସିଲାନି ତେଣୁ ଏପରି ରାସ୍ତା ଆପଣେଇବାକୁ ହେଲା l

ଅନ୍ୟ ମାନଙ୍କ ଅଭିଯୋଗ ବି ବହୁତ ଅଛି ଆମେ ତେଣୁ ଆଉ ଥରେ ଆସିବୁ l ଆଜି କେବଳ ଆମ କାମ ସାରି ଯାଉଛୁ l ଏ ସବୁର ଫଳାଫଳ ପାଇଁ ଆପଣ ଆଜ୍ଞା ନିଜେ ହିଁ ଦାୟୀ l

-ହେ ହେ ପୁଅ ମାନେ ମୋ ଧନ ମୋ ବାପା ମାନେ ଭୁଲ୍ ହୋଇ ଯାଇଛି l ମୁଁ ତୁମ ବାପ ସମାନ ଏପରି ଅତ୍ୟାଚାର କରନି l ସବୁ ନେଇ ଯାଅ ପଛେ ମତେ ଛାଡିଦିଅ l ମତେ ଜେଲ ଯିବାକୁ ଭାରି ଡ଼ର l ଶୁଣିବା ମାତ୍ରେ ମୋ ପ୍ରାଣବାୟୁ ଉଡିଯାଏ l ତୁମ ଗୋଡ ହାତ ଧରୁଛି l

- ହସିବାକୁ ବାଧ୍ୟ କରୁଛନ୍ତି ଆଜ୍ଞା l ଭଲରେ ଏ ଦୁନିଆଁ ଚାଲୁଥିଲେ ଏ ସବୁର ଆବଶ୍ୟକତା ପଡନ୍ତାନି l



Rate this content
Log in