Shanti Mishra

Fantasy

4  

Shanti Mishra

Fantasy

ସେଦିନର ଏପରି ଏକ କାହାଣୀ

ସେଦିନର ଏପରି ଏକ କାହାଣୀ

3 mins
21


ସେଦିନ ସାବିତ୍ରୀ ବ୍ରତl ବୋଉ ଫୋନ୍ କରି ଜଣେଇଥିଲା କବିତାକୁ ଆଗରୁ l ବାହାଘର ପରେ ଏଇଟା ତାର ପ୍ରଥମ ସାବିତ୍ରୀ ପୂଜା l ସ୍ଵାମୀର ଦୀର୍ଘାୟୁ କାମନା କରି ଭଲ କରି ପୂଜା କରିବାକୁ l

କିନ୍ତୁ ତାର ଅଫିସରେ ସେଦିନ କିଛି ଗୁରୁତ୍ଵପୂର୍ଣ କାମ ଥିବାରୁ ସେ ଛୁଟି ନେଇ ପାରିବନି, କି ବୋଉ କହିବା ଅନୁସାରେ ସେ ବିଧି ବିଧାନ ଅନୁସାରେ ପୂଜା ବ୍ରତ କିଛି କରି ପାରିବନି କି ଖାଲି ଫଳମୂଳ ଖାଇ ଦିନ ବି ବିତେଇ ପାରିବନି l ତେଣୁ କବିତା ମନେ ମନେ ଠିକ୍ କଲା ବୋଉ କହିବା ଅନୁସାରେ ସେ କିଛି କରିବନି l ଯଦି ବୋଉ ପଚାରିବ ସେ ହଁ କରିଦେବ ତା କଥା ଅନୁସାରେ ସେ ସବୁ କରିଛି ବୋଲି l ନଚେତ୍ କଥା ବଢିକି ଯାଇ କୋଉଠି ନାହିଁ କୋଉଠି ପହଞ୍ଚିବ l

ସେ ରବି ମା କୁ ଆଳୁ ପରଠା ପନିର ଟୀକା ମସଲା ତିଆରି କରିବାକୁ କହିଦେଇ ଚା ଆଉ ବିସ୍କିଟ୍ ଧରି ସୁବୀର ସଙ୍ଗେ ଯାଇ ବସିଲା l ହଠାତ୍ ବାହାରେ କଲିଙ୍ଗ ବେଲ୍ ଶୁଣି ରବି ମା କୁ କବାଟ ଖୋଲିବାକୁ କହିଦେଲାl ଏତେ ସକାଳୁ କିଏ ହୋଇ ପାରେ l

ବୋଉ ଓ ଶାଶୁ ଦୁଇଜଣ ଗଦାଏ ଜିନିଷ ପତ୍ର ଧରି ଆସି ହାଜରl ତୋର ଏଇଟା ପ୍ରଥମ ସାବିତ୍ରୀ ପୂଜା ତତେ ଶିଖେଇ ଦବାକୁ ଆମେ ଦୁହେଁ ଆସିଛୁ, କେମିତି ପୂଜା କରିବାକୁ ହୁଏ ବୋଲି l କିନ୍ତୁ ତାକୁ ଚା ପିଉଥିବାର ଦେଖି ଦୁହେଁ ଚମକି ପଡିଲେ ଓ ପରେ ରାଗିଗଲେ ନଗାଧୋଇ ନପାଧୋଇ ଆଜି ଏତେବଡ ପୂଜା ଦିନରେ ବସି ସକାଳୁ ଉଠି ଚା ପିଉଛୁ ସ୍ଵାମୀ ସଙ୍ଗେ ବସି, ସ୍ଵାମୀକୁ ପୂଜା କରିବା ଦୂରେ ଥାଉ l ବୋଉର ଯେତିକି ରାଗ ଶାଶୁଙ୍କର ତାଠୁ ଶହେଗୁଣ ଅଧିକ ରାଗ l

ଚା ଖିଆ ସେଇଠି ଅଧା ରଖି କବିତା ଗାଧୋଇବାକୁ ଚାଲିଗଲାl ତରତରରେ ଯେମିତି ସେମିତି ବୋଉ ଓ ଶାଶୁଙ୍କ ସଙ୍ଗେ ପୂଜା କରିଦେଇ ଅଫିସ ଚାଲିଗଲା l ସେମାନଙ୍କ ଖାଇବା ପିଇବା କଥା ରବି ମା ଜିମା ଦେଇl ହଠାତ୍ ଅଫିସ୍‌ ସରିବାର ଘଣ୍ଟାଏ ଆଗରୁ ସୁବୀର ଙ୍କର ଜଣେ ସାଙ୍ଗ ଠୁ ଫୋନ ପାଇଲା ସୁବୀର ଚେତା ଶୂନ୍ୟ ଅବସ୍ଥାରେ ହସ୍ପିଟାଲରେ ଅଛନ୍ତି l ସେ ବହୁ କଷ୍ଟରେ ଶୀଘ୍ର ଛୁଟି ନେଇ ଘରେ ପହଞ୍ଚିଲା l

ବିଶେଷ କାଳ ବିଳମ୍ବ ନକରି ଶାଶୁ ଓ ବୋଉକୁ ନେଇ ହସ୍ପିଟାଲରେ ପହଞ୍ଚିଗଲା l ରାସ୍ତା ସାରା ଶାଶୁ କାନ୍ଦି ତାକୁ ଗାଳି ଦେଇ ଚାଲିଥାନ୍ତି l ଆଜି ପରା ଦିନରେ ସବିତ୍ରୀଙ୍କ ପୂଜା ନକରି ସ୍ଵାମୀର ପୂଜା ନକରି ଯୋଉ ସ୍ତ୍ରୀ ସକାଳୁ ଉଠି ଚା ଜଳଖିଆ ଖାଏ ସେ ଅଲକ୍ଷଣୀ, ସ୍ଵାମୀର ଦେହ ଖରାପ ହବନି ତ ଆଉ କଣ ହେବ l ଆହୁରି ବହୁତ କଥା ସେ କହି ଚାଲିଥାନ୍ତି l କବିତା କିଛି ଉତ୍ତର ଦେଉ ନଥାଏ ସତ ତା ମନ ବି ଟିକେ ପାପ ଛୁଉଁ ଥାଏ ସତେ କଣ ତା ଯୋଗୁ ଏପରି ଘଟିଛି l ସେ ତ ସୁବୀରଙ୍କୁ କେବେ ଏପରି ସହଜରେ ଚେତା ଶୂନ୍ୟ ହୋଇ ଯିବାର ଦେଖିନି ସେ ବେଶ ସୁସ୍ଥ ସବଳ ସବୁବେଳେ l

ହସ୍ପିଟାଲରେ ସେମାନେ ପହଞ୍ଚିଲା ବେଳକୁ ସୁବୀର ଅନେକ ସୁସ୍ଥ ଅନୁଭବ କରି ସାରିଲେଣି l କଣ ହେଇଥିଲା ପଚାରି ବୁଝୁ ବୁଝୁ ସେ ଆଜି ଦିନ ଯାକ କିଛି ନଖାଇ ଉପାସ ରହିଥିଲେ l ଉପାସରେ ରହି ଅଫିସ୍ ଯାଇ କାମ କରି ହେବକି ନାହିଁ ବୋଲି ସେ ପରୀକ୍ଷା କରୁଥିଲେ l ଯଦି କବିତା ରହି ପାରିବ ସେ କାହିଁ ପାରିବେନି କିନ୍ତୁ ନା ସେ ବହୁ କଷ୍ଟରେ ଦୁଇଟା ପର୍ଜନ୍ତ ରହି ପାରିଲେ ତା ପରେ ତାଙ୍କୁ ସବୁ ଅନ୍ଧାର ଦିଶିଲା l କେତେବେଳେ ସେ ଚେତା ହରେଇଛନ୍ତି ତାଙ୍କୁ ଜଣା ନହିଁ l

ଶାଶୁଙ୍କ କାନ୍ଦ ଆଉ ପାଟିକୁ ସମ୍ଭାଳେ କିଏ ତତେ କିଏ କହିଥିଲା ଉପାସ ରଖିବାକୁ ଆଜି ଯାହାର କରିବା କଥା ସେ ତ ଏ କଥାକୁ ଖାତିର କଲାନିl

ଘରକୁ ଆସି ସୁବୀର ଭଲ କରି ଖାଇଲା ପରେ ସୁସ୍ଥ ଅନୁଭବ କଲେ l ତା ପରେ କହିଲେ ‘‘ଯଦି ତୋ ପୁଅ ଉପାସ ରହି ପାରିଲାନି ତେବେ ବୋହୁ ଉପାସ କରିବ ବୋଲି ତୁ କାହିଁ ଆଶା କରୁଛୁ l ସେ ବି ଅଫିସରେ କାମ କରୁଛି l କେମିତି ସେ ଆଜି ରହିଛି ଦିନ ଯାକ l ତା କଥା ତ ଟିକେ ଭାବୁନୁ ଗାଳି ଦେଇ ଚାଲିଛୁ ତାକୁ l”

ସ୍ଵାମୀର ଦୀର୍ଘାୟୁ ଜୀବନ ପାଇଁ ସ୍ତ୍ରୀର ଏଇଟା କାମ l ସବୁ ସ୍ତ୍ରୀ ମାନେ କରନ୍ତି, କରୁଛନ୍ତି ତୋ ସ୍ତ୍ରୀ କଣ ଏକା ଏ ସଂସାରରେ କରୁଛି l

ଦୁଇ ଦିନ ରହି ବୋଉ ଓ ଶାଶୁ ଚାଲିଗଲେ l

ସୁବୀର ପଚାରିଲେ ତୁମେ ସତରେ କେମିତି ଉପାସରେ ରହି କାମ କଲ ଅଫିସରେ, ପୁଣି ହସ୍ପିଟାଲ ଗଲ l ରାତିରେ ବି କିଛି ଖାଇଲନି କେମିତି ରହିଗଲ l

‘‘ମୋ ଦ୍ଵାରା ଏ ଉପାସ କେବେ ହୋଇ ପାରିବନି” l ହସି ହସି କବିତା କହିଥିଲା - “ତମେ କଣ ପାଗଳ ମୁଁ ସେମାନଙ୍କ କଥା ଶୁଣି ଉପାସରେ ରହି ଦିନ ଯାକ କାମ କରିଥାନ୍ତି l ମୁ ଅଫିସ କ୍ୟାଣ୍ଟିନ୍ ରେ ଭଲ କରି ଆଳୁ ପରଠା ପନୀର ତରକାରୀ ଖାଇଥିଲି ସକାଳେ l ଫେରିଲା ପୂର୍ବରୁ ଭେଜ୍ ବିରିୟାନି ଖାଇକି ଘରକୁ ଆସିଥିଲି l ଘରକୁ ଫେରିଲା ପରେ ଏମାନେ ଆଉ କି ଡ୍ରାମା କରିବେ ଜଣା ନାହିଁl ମୁଁ ଏସବୁରେ ଟିକେ ବି ବିଶ୍ଵାସ କରେନି l”

“ସ୍ତ୍ରୀ ଉପାସରେ ରହିଲେ ସ୍ଵାମୀ କିପରି ଦୀର୍ଘାୟୁ ହେବ ମୁଁ ଜାଣି ପାରୁନି l ତୁମ ବୋଉ ଓ ମୋ ବୋଉ ଦୁଇ ଜଣ ତ ବେଶ ସାବିତ୍ରୀ ପୂଜା ଜୀବନ ସାରା କରିଥିଲେ ତେବେ ସେମାନଙ୍କ ସ୍ଵାମୀ କାହିଁକି ଦୀର୍ଘାୟୁ ହୋଇ ପାରିଲେନି l ତୁମେ ବାର ବର୍ଷ ମୁଁ ଷୋଳ ବର୍ଷ ବଯସରୁ ଆମ ବାପାଙ୍କୁ ହରେଇଲେ ତେବେ କେମିତି l କାହିଁକି ସେମାନଙ୍କ ପୂଜାର ଫଳ ସେମାଙ୍କୁ ମିଳିଲାନି l” ଦୂହେଁ ଉତ୍ତର ଶୂନ୍ୟ, କିଛି ସମୟ ନିରବରେ ପରସରର ମୁଁହକୁ କେବଳ ଚାହିଁ ରହିଲେ l



రచనకు రేటింగ్ ఇవ్వండి
లాగిన్

Similar oriya story from Fantasy