ପ୍ରିୟଦର୍ଶିନୀ ମହାନ୍ତି

Romance

5.0  

ପ୍ରିୟଦର୍ଶିନୀ ମହାନ୍ତି

Romance

ଶାଶ୍ୱତ ପ୍ରେମ

ଶାଶ୍ୱତ ପ୍ରେମ

6 mins
478


   ସେଦିନ ଝିପ୍ ଝିପ୍ ବର୍ଷାରେ ରଶ୍ମି ଚାଲି ଚାଲି ଯାଉଥିଲା ସେହି ରେଷ୍ଟୁରାଣ୍ଟକୁ , ଯେଉଁ ସ୍ଥାନକୁ ରାଜେଶ ଡାକିଥିଲା କିଛି ମୁହୂର୍ତ୍ତ ଏକାକୀ ଆଳାପ କରିବାପାଇଁ। କେବଳ ଆଜି ନୁହେଁ ଏମିତି ଗତ ଛଅ ମାସ ହେଲା ରଶ୍ମି ଆସେ ସେହି ରେଷ୍ଟୁରାଣ୍ଟ କୁ।କିଛି ସମୟ ବସି ପୁଣି ଫେରିଯାଏ।ହେଲେ ରାଜେଶ...


  ରଶ୍ମିରେଖା ପାଣି ଓରଫ ରଶ୍ମି ଏକ ସଫଟଓୟାର କମ୍ପାନିରେ କାମ କରେ। ପ୍ରତିଦିନ ସିଟି ବସରେ ଚଢି ଏକ ନିର୍ଦ୍ଧିଷ୍ଟ ଷ୍ଟପେଜ ରେ ଓଲ୍ହେଇ ଅଫିସ ଯିବା ତାର ରୋଟିନ୍ ଲାଇଫ। ଅଫିସର ସମସ୍ତ କର୍ମଚାରୀଙ୍କ ଭିତରେ ସେ ଏକ ନିଆରା ବ୍ୟକ୍ତିତ୍ୱ। ମେଳାପୀ, ଖୁସି ମିଜାଜ ଓ ହସକୁରି ଝିଅଟିଏ। ସ୍ମିତା ରଶ୍ମିର ଅନ୍ତରଙ୍ଗ ବାନ୍ଧବୀ।ସମବୟସ୍କ ଓ ସହକର୍ମୀ ମଧ୍ୟ। ତେଣୁ ଉଭୟ ବହୁତ ଘନିଷ୍ଠ। ପରିବାର ଛାଡି ବାହାରେ ରହୁଥିବା ରଶ୍ମି ସ୍ମିତାକୁ ତାର ପରିବାର ବୋଲି ଭାବିନେଇଥାଏ। ସ୍ମିତାର ଘର ସେଇ ସହରରେ ତେଣୁ ସ୍ମିତା ଘରୁ ଅଫିସ ଯିବା ଆସିବା କରେ। ସ୍ମିତାର ପରିବାର ସହ ମଧ୍ୟ ତା'ର ଅତି ନିବିଡ଼।


  ଏହି ପ୍ରକାରେ ରଶ୍ମି ସିଟି ବସରେ ରୁମରୁ ଅଫିସ୍, ଅଫିସରୁ ରୁମ୍ ହୋଇ ସମୟ ବିତିଯାଏ। ଦିନ ବସ୍ ରେ ବସି ଅଫିସ୍ ଗଲାବେଳେ ଜଣେ ଯୁବକ ସେହି ବସରେ ଚଢିଲେ।ରଶ୍ମିର ପାଖ ସିଟ ଖାଲିଥିବା ଦେଖି ବସିଗଲେ। ରଶ୍ମିତାକୁ ଦେଖି ଟିକେ ହସିଲେ।ରଶ୍ମିତା ମଧ୍ୟ ସ୍ମିତାହାସ୍ୟଟିଏ ଦେଲା। ଯୁବକ ଜଣଙ୍କ ଦେଖିବାକୁ ସୁନ୍ଦର, ସ୍ମାର୍ଟ, ସୋମ୍ୟ ଶାନ୍ତ ମୁଖ।ହାତରେ ଗୋଟେ ବ୍ୟାଗ୍। ସାର୍ଟ, ପ୍ୟାଣ୍ଟ ଖୁବ ଉତ୍ତମ। ଏକ ପ୍ରକାର ଭଦ୍ର, ନମ୍ର ପରି ବ୍ୟକ୍ତିତ୍ୱ।

  

   ଗାଡି ଆଗକୁ ଗଡି ଚାଲିଲା। ଦୁହେଁ ଚୁପ୍ ଚାପ୍ ବସିଥାନ୍ତି। ଯୁବକ ଜଣଙ୍କର ଇଛା ଥାଏ ଝିଅଟି ସହ କଥା ହେବାକୁ। ନୀରବତା ଭଙ୍ଗ କରି ଯୁବକ ଜଣଙ୍କ ରଶ୍ମି ଆଡେ କରମର୍ଦନ ପାଇଁ ହାତ ବଢ଼ାଇ କହିଲେ," ହାଏ ମୁଁ ରାଜେଶ, ରାଜେଶ ହୋତା। ରଶ୍ମି ମଧ୍ୟ ହାତରେ ହାତ ମିଳାଇ ଉତ୍ତର ଦେଲେ," ହେଲୋ, ମୁଁ ରଶ୍ମିରେଖା ପାଣି,ରଶ୍ମି। ତାପରେ ରାଜେଶ ପଚାରିଲା

 -ଆପଣ କୁଆଡେ ଯିବେ?

 -ମୁଁ ଅଫିସ୍ ଯାଉଛି ,ଏଇ ଆଗରେ ଟିକେ।

 -କଣ କରନ୍ତି?

 -ସଫଟଓୟାର କମ୍ପାନୀରେ କାମ କରେ ଆଉ ଆପଣ?

 -ମୁଁ ବ୍ୟାଙ୍କରେ କ୍ଲର୍କ ଅଛି।ଆପଣଙ୍କ ଘର ବୋଧେ ଏଠାରେ?

 -ନା, ମୁଁ ଭଡା ନେଇ ରୁହେ।

ଆଚ୍ଛା ମୋ ଷ୍ଟପେଜ ଆସିଗଲା, ମୁଁ ବର୍ତ୍ତମାନ ଓଲ୍ଲେଇବି କହି ରଶ୍ମି ଚାଲିଗଲା।

    

    ରଶ୍ମି ଅଫିସରେ ପହଞ୍ଚି ସବୁ କଥା ସ୍ମିତା ଆଗେ କହିଲା। ଏପରି ପ୍ରତିଦିନ ରଶ୍ମି ଓ ରାଜେଶ ବସରେ ଦେଖା ସାକ୍ଷାତ ହୁଅନ୍ତି। ବସରେ ଚଢ଼ିବା ଠାରୁ ଓଲ୍ଲେଇବା ହେଇବା ପର୍ଯ୍ୟନ୍ତ ଯେତିକି ସମୟ ମିଳେ ଉଭୟ କଥାବାର୍ତ୍ତାରେ ମଜ୍ଜି ଯାଆନ୍ତି। ସ୍ମିତା ରଶ୍ମିକୁ ବହୁତ ଚିଡାଏ ରାଜେଶକୁ ଯୋଡି।ରଶ୍ମି କୁହେ,"ଆରେ ସେମିତି କିଛି ନାହିଁ।ଏମିତି ରାସ୍ତାରେ କେତେ କିଏ ଦେଖା ହୁଅନ୍ତି।କଥା ହୁଅନ୍ତି।ସମସ୍ତଙ୍କୁ କଣ ଭଲ ପାଇଯିବି ନା କଣ!" ରଶ୍ମି କଥା ଶୁଣି ସ୍ମିତା କୁହେ," ତୁ କୋଉ ସମସ୍ତଙ୍କ କଥା ମତେ କହୁ କି। ରାଜେଶ ସହ ଦେଖା ହଵା ଠାରୁ ରାଜେଶ, ରାଜେଶ ଯାଉଛୁ, ମନେ ମନେ ହସୁଛୁ।ଏ ସବୁ ପ୍ରେମର ଲକ୍ଷଣ।କେତେ ଦିନ ଆଉ ଲୁଚେଉବୁ ତୋ ପ୍ରେମକୁ"।ରଶ୍ମି ସ୍ମିତାକୁ ଲାଜ ମିଶା ହସରେ କୁହେ," ତତେ କଣ ପାରି ହେବ କଥାରେ ।ତୁ କୋଉ କଥା ନେଇ କାହା ପାଖେ ଥୋଉ କେଜାଣି।ସେମିତି କିଛି ନାହିଁ ତା ମୋ ଭିତରେ।" ହେଲେ ରଶ୍ମି ଜାଣେ ସ୍ମିତାର କଥା ପୁରା ଠିକ୍।ସେ ମନେ ମନେ ରାଜେଶ କୁ ଭଲ ପାଇଁ ବସିଛି।ରାଜେଶ ସହ ଯେଉଁଦିନ ଦେଖା ନ ହୁଏ ରଶ୍ମି ଉଦାସ ହୋଇଯାଏ।ବହୁତ କିଛି ହରେଇଲା ପରି ଲାଗେ ତାକୁ।ତା'ର ଗୋଟେ ଝଲକ ଦେଖିବା ପାଇଁ ରଶ୍ମି ପାଗଳ ହୋଇଯାଏ।ସବୁ କିଛି ନିଶ୍ୱ ଲାଗେ। ଦୀର୍ଘ ଦୁଇ ମାସ କଥାବାର୍ତ୍ତା ଭିତରେ କେହି କାହା ଯୋଗାଯୋଗ ନମ୍ବର ବି ରଖିନାହାନ୍ତି।କେବଳ ଠିକଣା ଛଡା। କେହି କାହାକୁ କେବେ ମୁହଁ ଖୋଲି କହିନାହାନ୍ତି ନିଜ ମନ କଥା।ରାଜେଶର କଥାରୁ ରଶ୍ମି ମଧ୍ୟ ଜାଣିପାରେ ଯେ ରାଜେଶ ମନରେ ମଧ୍ୟ ରଶ୍ମି ପ୍ରେମର ଛୋଟ ବସାଟିଏ କରି ସାରିଲାଣି।


  ଏମିତି ବସରେ ଦେଖା ସାକ୍ଷାତ ର ବହୁତ ଦିନ ବିତିଗଲା।ଉଭୟ ନିଜ ମନର ଭାବନାକୁ ନେଇ ଚୁପ୍।କେହି ପରିପ୍ରକାଶ କରୁନାହାନ୍ତି। ଏମିତି କିଛି ଦିନ ଗଲା ପରେ ରାଜେଶ ରଶ୍ମିକୁ ସନ୍ଧ୍ୟାରେ ଏକ ରେଷ୍ଟୁରାଣ୍ଟ ରେ ଦେଖା କରିବାକୁ କହିଲା। ରଶ୍ମିର ଖୁସି କହିଲେ ନ ସରେ। ରଶ୍ମି ଜାଣିପାରିଲା ରାଜେଶ ନିଶ୍ଚୟ ତା ପ୍ରେମକୁ ବ୍ୟକ୍ତ କରିବାକୁ ଏ ଯୋଜନା କରିଛି।


  ସେଦିନ ରଶ୍ମି ଖୁବ୍ ସଜେଇ ହୋଇଥାଏ।ବାରମ୍ବାର ଆଇନରେ ନିଜ ଚେହେରା ଦେଖି ସଜାଡି ନେଉଥାଏ ମୁକୁଳା କେଶକୁ। ବହୁତ ବାଛି ବାଛି ଗୋଟେ ଭଲ ସାଲୱାର୍ ପିନ୍ଧିଲା। ମ୍ୟାଚିଂ କରି ଅଳଙ୍କାର ପିନ୍ଧି ରଶ୍ମି ଖୁବ ସୁନ୍ଦର ଦିଶୁଥାଏ। ଏସବୁ କାମରେ ସ୍ମିତା ତାକୁ ସାହାଯ୍ୟ କରିଛି। ଠିକ ସନ୍ଧ୍ୟା ହେବା ପୂର୍ବରୁ ରଶ୍ମି ଯାଇ ପହଁଚିଲା ନିର୍ଦ୍ଧାରିତ ରେଷ୍ଟୁରାଣ୍ଟରେ। ରାଜେଶ ଏ ଯାଏଁ ଆସିନି। ହଉ ଠିକ୍ ଅଛି କିଛି ସମୟ ଅପେକ୍ଷା କରିବା କହି ୱଟର କୁ ପାଣି ମାଗି ପିଇଲା। ଏକ ଘଣ୍ଟା ବିତିଗଲା ରାଜେଶ ଏ ଯାଏଁ ଆସିନି। ରଶ୍ମି ନିଜେ ନିଜେ ହସି ଭାବୁଥାଏ," ଶୁଣିଥିଲି ଝିଅ ମାନେ ସମୟ ନିଅନ୍ତି ନିଜକୁ ପ୍ରସ୍ତୁତ କରିବା ପାଇଁ, କିନ୍ତୁ ଏଠି ବ୍ୟତିକ୍ରମ। ମତେ ଡାକି ନିଜେ ବିଳମ୍ବ କରୁଛନ୍ତି।ଦୁଇ ଘଣ୍ଟା, ଚାରି ଘଣ୍ଟା ବିତିଗଲା ରାଜେଶ କିନ୍ତୁ ଆସିଲାନି।ରଶ୍ମି କାନ୍ଦ କାନ୍ଦ ହୋଇଗଲାଣି। କଣ ଆଉ କରିବ ସେ ।ଯୋଗାଯୋଗ ପାଇଁ ନମ୍ବର ବି ନାହିଁ। ରଶ୍ମି ବହୁତ ମନ ଦୁଃଖ କରି ଫେରିଲା ବେଳେ ଦେଖିଲା ରାସ୍ତା ବନ୍ଦ ଅଛି। ବହୁତ ଲୋକ ଯମା ହୋଇଛନ୍ତି। କିଛି ଗୋଟେ ଦୁର୍ଘଟଣା ଘଟିଛି। ସେ ପ୍ରତି ରଶ୍ମି ଧ୍ୟାନ ନ ଦେଇ ଅନ୍ୟ ଏକ ରାସ୍ତା ଦେଇ ନିଜ ଭଡାଘରକୁ ଚାଲିଗଲା।

    

   ଘରେ ପହଂଚି ରଶ୍ମି ବହୁତ କାନ୍ଦିଲା। ରାଜେଶଙ୍କୁ ନେଇ ସେ ବହୁତ କିଛି ଭାବିଦେଇଥିଲା।ଆଜି ବହୁତ ଖୁସିର ଦିନ ଥିଲା। ରାଜେଶ ତା ପ୍ରେମକୁ ଜାହିର୍ କରିଥାନ୍ତା। ହେଲେ ରାଜେଶ ଏମିତି କଣ ପାଇଁ କଲେ? ରାଜେଶ କ'ଣ ଖେଳୁଥିଲେ? ରାଜେଶ କ'ଣ ଦେଖିବାକୁ ଚାହୁଁଥିଲେ ମୁଁ ତାଙ୍କ ପାଇଁ କେତେ ବ୍ୟଗ୍ର? ରାଜେଶ କ'ଣ ଅନତି ଦୂରରୁ ଲକ୍ଷ କରି ମଜା ନେଉଥିଲେ ତା ଉତ୍କଣ୍ଠାର? ଏପରି ଅନେକ ପ୍ରଶ୍ନର ପାହାଡ଼ ରଶ୍ମି ମନକୁ ବ୍ୟତିବ୍ୟସ୍ତ କରିପକାଉଥିଲା। ପୁଣି ଭାବୁଥାଏ ନା ରାଜେଶ ଏପରି ହୋଇନପାରନ୍ତି। ଠିକ ଅଛି କାଲି ରାଜେଶ ସହ ଦେଖା ହେଲେ ସେ ପଚାରି ବୁଝିବ ଏମିତି କରିବାର କାରାଣ।



   ତା'ପର ଦିନ ରଶ୍ମି ବସ ଚଢି ଅଫିସ୍ ଗଲା କିନ୍ତୁ ରାଜେଶ ସହ ଦେଖା ହେଲାନି।ତା ପର ଠାରୁ ରାଜେଶ ସହ ଆଉ କେବେ ଦେଖା ହେଇନି। ରଶ୍ମି ରାଜେଶ ରହୁଥିବା ଠିକଣା ଜାଗାରେ ପହଁଚିଲା କିନ୍ତୁ ସେଠି ପଚାରି ବୁଝିଲା ଯେ ରାଜେଶ ଘର ବଦଳି କରିଦେଇଛି ଆଉ ରହୁନାହିଁ ସେଠି। ରଶ୍ମି ବହୁତ ଭାଙ୍ଗି ପଡ଼ିଲା।ଅଫିସ୍ ର ସବୁ ଠାରୁ ଖୁସି ମିଜାଜ୍ ଝିଅ ରଶ୍ମି କାହା ସହ କଥା ହେଲାନାହିଁ। ହସ,ଗପ, ଥଟ୍ଟା ପରିହାସ ସବୁ ଭୁଲିଗଲା।କିନ୍ତୁ ପ୍ରତିଦିନ ସେ ରେଷ୍ଟୁରାଣ୍ଟକୁ ଯାଇ ଘଡିଏ ବସେ ରାଜେଶ ଉଦ୍ଦେଶ୍ୟ ରେ ପୁଣି ଫେରିଆସେ।


  ଏମିତି ଛଅ ମାସ ବିତିଗଲା। ହାଠାତ ଦିନେ ସ୍ମିତା ରାଜେଶର ଖବର ପାଇ ରଶ୍ମିକୁ ଠିକଣା ଦେଲା। ରଶ୍ମି ଖୋଜି ଖୋଜି ସେ ଠିକଣାରେ ପହଁଚିଲା। ରଶ୍ମି କଲିଂ ବେଲ ମାରିବାରୁ ଜଣେ ଯୁବତୀ କବାଟ ଖୋଲିଲେ। ବେଶରୁ ଲାଗୁଥିବା ଚାକରାଣୀ ବୋଧହୁଏ। ରଶ୍ମି ପଚାରିଲା ରାଜେଶ ବାବୁ ଏଠି ରୁହାନ୍ତିତ? ରଶ୍ମିର ସ୍ୱର ଶୁଣି ରାଜେଶ କୋଠରୀରୁ ବାହାରି ଆସିଲା। ରାଜେଶ କୁ ଦେଖି ରଶ୍ମି ଖୁସି ହେବ ନା କାନ୍ଦିବ କି ରାଗିବ ଜାଣିପାରିଲାନି। ଏତେ ଦିନ ପରେ ସେ ରାଜେଶଙ୍କୁ ଆଖିରେ ଦେଖିଛି। ବିଶ୍ୱାସ ନଥିଲା ରାଜେଶ ସହ ପୁନର୍ବାର ଦେଖା ହେବ ବୋଲି। ରଶ୍ମି କାନ୍ଦ କାନ୍ଦ ହୋଇ ପ୍ରଶ୍ନ ଗୁଚ୍ଛ ରଖିଦେଲା ରାଜେଶ ଆଗରେ। ରାଜେଶ ସ୍ମିତାକୁ ଭିତରକୁ ନେଇ ପାଣି ଦେଇ ଶାନ୍ତ ହୋଇ ବସିବାକୁ କହିଲା। ରଶ୍ମି କିନ୍ତୁ କିଛି ଶୁଣିବାକୁ ନାରାଜ୍। ସେ ରାଗିଯାଇ ରାଜେଶ ଗାଲକୁ ଚାପୁଡାଟାଏ ମାରି ରାଜେଶକୁ ଧରି କାନ୍ଦିବାକୁ ଲାଗିଲା। ରଶ୍ମି ଗୋଟେ ପରେ ଗୋଟେ ପ୍ରଶ୍ନ ପଚାରିବା ଆରମ୍ଭ କଲା।


   ଏତେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାଜେଶ ପିନ୍ଧିଥିବା ଫୁଲ ପ୍ୟାଣ୍ଟକୁ ଆଣ୍ଠୁ ପର୍ଯ୍ୟନ୍ତ ଟେକି ଦେଖେଇଲା। ରଶ୍ମି ଯାହା ଦେଖିଲା ତା ଆଖିକୁ ଵିଶ୍ଵାସ କରିପାରିଲାନି। ରଶ୍ମି କହିଲା,"ଏ କଣ! ଏମିତି କେମିତି ହେଲା! କେବେ?ଗୋଟେ ଗୋଡ ବଦଳରେ ଏ ନକଲି ଗୋଡ଼ , ଏ ମୁଁ କଣ ଦେଖୁଛି!!କଣ ହୋଇଛି ରାଜେଶ ସବୁ କୁହ ମତେ ମୁଁ ଶୁଣିବାକୁ ଚାହୁଁଚି"।


  ରାଜେଶ ସେଦିନର କଥା ବର୍ଣ୍ଣନା କରି କହିଲା ," ଯେଉଁଦିନ ସେ ଦେଖା କରିବାକୁ ଡାକିଥିଲି ରେଷ୍ଟୁରାଣ୍ଟକୁ।ସେଦିନ ଆସିବାବେଳେ ଦୁର୍ଘଟଣା ଘଟିଲା।ଫଳତଃ ଗୋଡ଼ ଗୋଟେ ହରେଇବାକୁ ପଡିଲା।ସେ ଖୁବ କମ ଦୂରତାରେ ଥିଲା ରଶ୍ମିଠାରୁ।ସେହି ରେଷ୍ଟୁରାଣ୍ଟକୁ ଆସିବାକୁ ସେ ରାସ୍ତା ପାର ହେବା ସମୟରେ ଗୋଟେ ଗାଡି ଧକ୍କାରେ ସେ ସେଇଠାରେ ତଳେ ପଡ଼ିଗଲା। ତାପରେ ତା'ର ଆଉ କିଛି ମନେ ନାହିଁ।ଚେତା ଫେରିବା ବେଳକୁ ସେ ନିଜକୁ ମେଡିକାଲରେ ପାଇଲା।ହେଲେ ଗୋଡଟି କଟାଗଲା। ଭଗବାନଙ୍କ କୃପାରୁ କିନ୍ତୁ ଜୀବନ ରହିଗଲା। ରାଜେଶର ଏ କଥା ଶୁଣି ରଶ୍ମି ସ୍ତମ୍ବିଭୁତ ହେଇଗଲା।ରଶ୍ମି କାନ୍ଦି କାନ୍ଦି କହିଲା ତାହେଲେ କଣ ସେଦିନ ରାସ୍ତାରେ ଭିଡ଼, ଆକ୍ସିଡେଣ୍ଟ, ଗାଡି ମଟର ଯାତାୟତ ବନ୍ଦ ରାଜେଶଙ୍କ ଦୁର୍ଘଟଣା ଯୋଗୁ ହେଇଥିଲା।ଆଉ ମୁଁ ମୂର୍ଖ ସେ ଘଟଣା ପ୍ରତି ଧ୍ୟାନ ନ ଦେଇ ରାଜେଶ ନ ଆସିବାରୁ ଫେରିଯାଇଥିଲି। ରାଜେଶ ତାର ଅତି ପାଖରେ କଷ୍ଟ ଯନ୍ତ୍ରଣାରେ ଥିଲେ, କିନ୍ତୁ ସେ ଜାଣିନପାରି ରାଜେଶଙ୍କ ପ୍ରତି ରାଗ, ଅଭିମାନ ନେଇ ଫେରିଯାଇଥିଲା।


  ନିଜ କାନ୍ଦକୁ ବନ୍ଦ କରି ରଶ୍ମି କହିଲା," ତେବେ କୁହ ସେଦିନ ରେଷ୍ଟୁରାଣ୍ଟ କୁ ଡାକିବାର କାରଣ।ରାଜେଶ କହିଲା,"ଆଉ ସେ ବିଷୟରେ ଆଲୋଚନା କରି କିଛି ଲାଭ ନାହିଁ।ସମୟ ବଦଳି ଯାଇଛି।ସମୟ ସହ ମୋ ଶରୀର ବି ଅକର୍ମଣ୍ୟ ହେଇସାରିଛି।ଯାହା କହିବାକୁ ଚାହୁଁଥିଲି ତାହା ଏବେ କହିବାଟା ମୋର ଧୃଷ୍ଟତା ହେବ।ତେଣୁ ସେ କଥା ଭୁଲିଯିବା ହିଁ ଭଲ।କିନ୍ତୁ ରଶ୍ମି ଜିଦ କଲା ରାଜେଶର ମନ କଥା ଶୁଣିବାକୁ ଯାହାପାଇଁ ସେ ଛଅ ମାସ ଅପେକ୍ଷା କଲା।ତେଣୁ ରାଜେଶ ବାଧ୍ୟ ହୋଇ କହିଲା ସେ ରଶ୍ମିକୁ ବହୁତ ଭଲ ପାଏ। ସାରା ଜୀବନ ଏକାଠି ରହିବାର ନିଷ୍ପତି ନେଇ ସେ ଏ ମୁଦିଟି କିଣିଥିଲା ଉପହାର ଦେବା ପାଇଁ ସେଇ ରେଷ୍ଟୁରାଣ୍ଟରେ। ପ୍ରେମକୁ ବିବାହର ରୂପ ଦେଇ ଚିର ଶାଶ୍ୱତ କରିବାପାଇଁ। କିନ୍ତୁ ଦଇବ ସହିଲାନି ତା ଖୁସି।ନଜର ଲାଗିଗଲା।ଏବେ ସେ ପଙ୍ଗୁ। ଅନ୍ୟ ଉପରେ ବୋଝ ହେବା ଅପେକ୍ଷା ସାରା ଜୀବନ ଏକାକୀ ବିତେଇଦେବା ଠିକ୍। ରଶ୍ମି ରାଜେଶର କଥା କାଟି କହିଲା," ନା ରାଜେଶ ସେପରି କୁହନି ମୁଁ ତୁମ ଦେହକୁ ନୁହେଁ ମନକୁ ଭଲ ପାଉଥିଲି ଆଜି ବି ପାଉଛି। ତୁମର ଗୋଟେ କଟା ଗୋଡ଼ ତୁମ ପ୍ରତି ମୋର ଭଲ ପାଇବାକୁ ଉଣା କରିପାରିବନି। ମୋ ପ୍ରେମ ଦୈହିକ ନୁହେଁ ଆତ୍ମିକ, ଶାଶ୍ୱତ।"ଏତିକି କହି ରଶ୍ମି ତା ବାମ ହାତକୁ ବଢ଼ାଇଦେଲା ମୁଦି ପିନ୍ଧିବା ଉଦ୍ଦେଶ୍ୟରେ। ରାଜେଶ ଆତ୍ମ ବିଭୋର ହୋଇ ରଶ୍ମିର ହାତ ଧରି କାନ୍ଦିବାକୁ ଲାଗିଲା।

   


Rate this content
Log in

Similar oriya story from Romance