Snigdha Nayak

Romance Others

4.0  

Snigdha Nayak

Romance Others

ସେରିନ୍...୨

ସେରିନ୍...୨

8 mins
170


ଗାଁ ସ୍କୁଲ୍ ରେ ଦଶମ ଶ୍ରେଣୀ ଯାଏଁ ପଢ଼ିଲି, ରିଜଲ୍ଟ ବେଶ ଭଲ ହେଇଥିବାରୁ ଓ ଗାଁ ରେ ଉଚ୍ଚ ଶିକ୍ଷା ପାଇଁ କୌଣସି ସୁବିଧା ନ ଥିବାରୁ ବାପା ନିଷ୍ପତ୍ତି ନେଲେ ମତେ ନେଇ ସହରରେ

ପଢେଇବେ ବୋଲି ।ମୁଁ ବି ଭାରି ଖୁସି, ଅନେକ ଆଶା ଆକାଂକ୍ଷା ନେଇ ପ୍ରସ୍ତୁତ ହେଉଥିଲି ଏକ ଉଜ୍ଜଳ ଓ ଉଚ୍ଚକୋଟୀର ଭବିଷ୍ୟତ ପାଇଁ । ତା'ପରଦିନ ବାହାରି ଗଲୁ ସହର ଅଭିମୁଖେ.....। ବସ୍ ରେ ମାତ୍ର ଦୁଇ ଘଣ୍ଟାର ରାସ୍ତା ।କଲେଜ୍ ରେ ମୋ ଆଡ଼ମିସନ୍ ହେଇଗଲା । ହଷ୍ଟେଲରେ ମତେ ଛାଡି ବାପା ବାହାରିଗଲେ ଗାଁ'କୁ ।

ସହରର ଚାକ ଚକ୍ୟ ମତେ ଖୁବ୍ ଭଲ ଲାଗୁଥାଏ । ବିଭିନ୍ନ ଜାଗାରୁ ଆସିଥିବା ଛାତ୍ରଙ୍କ ସହ ମୋ ପରିଚୟ ହେଲା । ସେଦିନ ରାତିରେ ଅନେକ କଥା ମୋ ମନରେ ଆସୁଥାଏ..,କଲେଜ୍ ରେ କେମିତି

ପାଠପଢ଼ା ହେଉଥିବ, କ୍ଲାସ ରୁମ୍ କେମିତି ଥିବ ,ଏମିତି କେତେ କ'ଣ..,ଏଠି ଦି'ବର୍ଷ ପଢିବି ତା'ପରେ କିଭଳି ଭବିଷ୍ୟତ ଗଢିବି ତାର ପ୍ଲାନିଙ୍ଗ କରୁକରୁ କେତେବେଳେ ଆଖିଲାଗିଗଲା ଜାଣି ହେଲାନି । ସକାଳ ସାତଟା'ରେ ଥାଏ ପ୍ରାକ୍ଟିକଲ କ୍ଲାସ ।ମୋ ଉଠିବା ବିଳମ୍ବ ହେଇଥିଲା, ହଡ଼ବଡ଼ିରେ ଉଠି ଗାଧୋଇ ପାଧୋଇ ଜଳଖିଆ

କରି ବାହାରିଗଲି ପ୍ରାକ୍ଟିକଲ୍ ପାଇଁ । କେମିଷ୍ଟ୍ରି ପ୍ରାକ୍ଟିକଲ୍ ହଲ୍ ବାହାରେ ଛିଡା ହେଇଥାଉ ଆମେ ଛାତ୍ରମାନେ । ଦଳଦଳ ହୋଇ ଝିଅମାନେ ମଧ୍ୟ ଆସୁଥାନ୍ତି ।ଅନେକ ସୁନ୍ଦର ଝିଅ ,ଭିନ୍ନ ଭିନ୍ନ ରଙ୍ଗର ଡିଜାଇନ୍ ପୋଷାକ ରେ, ହେଲେ ମତେ କେହି ଆକୃଷ୍ଟ କରି ପାରୁନଥାନ୍ତି ।ତା'ପରେ ଦି'ଜଣ ଝିଅଙ୍କ ସହ କଲେଜ୍ ଗେଟ୍ ରୁ ଭିତରକୁ ପ୍ରବେଶ କଲ ତୁମେ ।ଗୋଲାପି ରଙ୍ଗର ସାଲ୍ୱାର କମିଜ୍, ଅଳ୍ପ ଲମ୍ବା କେଶ, କେଶରେ ଚେହେରାର ଗୋଟାଏ ପାର୍ଶ୍ୱର ଆଖି ଅଳ୍ପକେ ଢାଙ୍କି ହୋଇଥାଏ ।ସେଇଠି ଯେତେଜଣ ଥିଲେ ସମସ୍ତେ ତୁମକୁ ଅନାଇ ରହିଥାନ୍ତି । କାହାରି ଆଖିର ପଲକ ପଡୁନଥାଏ । ମୁଁ ବି ହଜେଇ ଦେଇଥାଏ ନିଜକୁ ସେମାନଙ୍କ ସହ। ତୁମେ ଏପଟ ସେପଟ ନ ଅନାଇ ଚାଲିଗଲ ପ୍ରାକ୍ଟିକଲ୍ ରୁମ୍ ଭିତରକୁ । ମୋ ପ୍ରାକ୍ଟିକଲ୍ ରୁମ୍ ନମ୍ବର -ଟୁ, ରେ ଥିଲା କିନ୍ତୁ ମୋ ରୁମ୍ ଛାଡି ତମ ରୁମ୍ ରେ ପଶିଗଲି , ତମ ପଛପଟ

ସିଟ୍ ରେ ଯାଇ ବସିଗଲି । ଆଖି ଉପରେ ପଡୁଥିବା କେଶଗୁଛକୁ ଡାହାଣ ହାତରେ ଉପରକୁ ହଟାଇ ତେର୍ ଛା ନଜରରେ ଅନାଇଲ ମୋ ଆଡକୁ । ଗୋଟାଏ ନଜର ପକାଇ ଲାଗିଗଲ

ନିଜ କାମରେ, ମୁଁ କିନ୍ତୁ ଚୁପ୍ ହୋଇ ବସିରହିଥାଏ, ଲାଗୁଥାଏ କେଉଁ ଏକ ପରୀ ରାଇଜରେ ଅଛି, ତମେ ଲାଗିପଡ଼ିଲ ତମ କାମରେ ମୁଁ କିନ୍ତୁ ଅବାକ୍ ହୋଇ ଚାହିଁ ଥାଏ ,ତୁମକୁ । ମନକୁ ଏକ ଅଜବ ଶାନ୍ତି ମିଳୁଥାଏ ,ଠିକ ସେଭଳି ଯେମିତି ମନ୍ଦିର ରେ ଦେବୀଙ୍କ ଦର୍ଶନ ପରେ ଆନନ୍ଦ ଓ ଶାନ୍ତି ମିଳେ । ଏକ ଅଜବ ଆକର୍ଷଣ ଥିଲା ତୁମ ଚାହାଣୀ ରେ । କିଛି କ୍ଷଣ ପରେ ନୋଟିସ୍ ବୋର୍ଡ଼ ରୁ ନିଜ ରୋଲ୍ ନମ୍ବର ଚେକ୍ କରି ନିଜ ଗ୍ରୁପ୍ ରେ ବସିବାର ଆଦେଶ ଆସିଲା ।ମୋର ଥିଲା ଗ୍ରୁପ୍-ନମ୍ବର ତିନି

ଏବଂ ରୁମ୍ ନମ୍ବର- ୨୦୬ ,ମୁଁ ମୋ ରୁମ୍ କୁ ଚାଲିଗଲି କିନ୍ତୁ ତମେ ସେଠି ନ ଥିଲ ।ପ୍ରାକ୍ଟିକଲ୍ ରୁମ୍ ର କେମିକାଲ୍ ଭିତରେ ବି ମୁଁ ତମ ଛବି ଖୋଜୁଥିଲି । 

ସଂଧ୍ୟା ସମୟ-ହଷ୍ଟେଲ ରୁମ୍ ରେ ବସି ପ୍ରଥମ ଦିନର ଅଭିଜ୍ଞତା ବିଷୟରେ ଡିସ୍କସନ୍ ଚାଲିଥାଏ। ମତେ ଅନ୍ୟମନସ୍କ ରହିବାର ଦେଖି ଅନ୍ୟମାନେ ପରସ୍ପରକୁ କିଛି ଇଙ୍ଗିତ କଲେ,ମୋ ରୁମ୍

ପାର୍ଟନର, ସମ୍ପର୍କରେ ମୋର ଦୂର ସମ୍ପର୍କୀୟ ଭଣଜା ମୋ ପାଖକୁ ଆସି ଧୀର ସ୍ୱରରେ ମୋ କାନରେ କହିଲେ-"କଣ ମାମୁଁ ? ମାଇଁ ପାଇଁ ବ୍ୟସ୍ତ କି...?,ମୁଁ ଚମକି ପଡିଲି ପ୍ରଥମେ ତା'ପରେ ଅଳ୍ପକେ ହସି ରୁମ୍ ବାହାରେ ଆସି ଛିଡାହେଲି । ଭଣଜା ମୋ ପଛ।ପଛି ରୁମ୍ ରୁ ବାହାରି ଆସି ମୋ ପାଖରେ ଛିଡା ହେଲେ , ସେ ଆଗରୁ ସେଇଠି ପଢୁଥିବାରୁ ତମ ସହ ବେଶ୍ ଭଲ ଭାବରେ ପରିଚିତ ଥିଲେ ମୁଁ କିଛି ନ କହିଲେ ବି ସେ ମୋ ମନୋଭାବ ଜାଣି ପାରୁଥାନ୍ତି ।

ମତେ କହିଲେ -"ମାମୁଁ ବ୍ୟସ୍ତ ହୁଅନା....,ସେରିନ୍ ପାଇଁ ସମସ୍ତେ ପାଗଳ, ତମେ କଣ ଭାବୁଛ ତମେ ଏକା ?"କହି ହସି ଉଠିଲେ । 

ଏ ଯେ କେବଳ ତୁମର ପ୍ରବ୍ଲେମ୍ ନୁହଁ, ଏଠି ସମସ୍ତଙ୍କର । ଆଜି ଦେଖିଲ ନା' , କଲେଜ୍ ର ସବୁ ଯୁବକ ସେରିନ୍ ପ୍ରବେଶ କରିବା ମାତ୍ରେ,ତା'ଆଡକୁ ସମସ୍ତଙ୍କ ନଜର ଚାଲିଗଲା । ଯେତେ ଦେଖିଲେ ବି ତାକୁ କାହାରି ମନ ଭରେନି ।ହେଲେ ସେ କାହାରିକୁ ଅନାଏ ନି ।

ତାକୁ ଭୁଲିଯାଅ ମାମୁଁ... ସେ ଏକ 'ମରୀଚିକା'...ମିଳିବା ଅସମ୍ଭବ ।

ଏକ୍ ତ ଦେଖିବାକୁ ଅପୂର୍ବା ସୁନ୍ଦରୀ, ତା'ପରେ ମେଧାବୀ ଛାତ୍ରୀ ସାଙ୍ଗକୁ ଏକ ଉଚ୍ଚ ସମ୍ଭ୍ରାନ୍ତ ପରିବାର ର ଝିଅ , କାହିଁକି ଯେ ଅଭିମାନ ନ ଥିବା ।ଏକ ରୂପ ଲାବଣ୍ୟ ଭରା ଷୋଡ଼ସି ରୂପେଶୀ

କନ୍ୟା ।" । କେଜାଣି କାହିଁକି , ମତେ ଲାଗୁଥାଏ ଯେମିତି ତୁମେ ମୋର , ହେଲେ ଅନ୍ୟମାନଙ୍କ ଭଳି ନ ଥିଲା ମୋ ପ୍ରେମ । ଭଣଜାଙ୍କ କଥା ଶୁଣି ମୁଁ ଟିକେ ସମୟ ଚୁପ୍ ରହିଲି ତା'ପରେ ନିଷ୍ପତ୍ତି ନେଲି-ଯଦି କେହି ମୋ ସ୍ତ୍ରୀ ହେବା ଦରକାର, ତା'ହେଲେ ସେ ତମେ...,ହଁ ତମେ ହିଁ...।ଯଦି ଓ ମୁଁ ତୁମ ପାଇଁ ଯୋଗ୍ୟ ନ ଥିଲି ତଥାପି ଠିକ 

କରିନେଲି, ଆଗ ପାଠପଢି ଭଲ ଚାକିରୀ ଖଣ୍ଡିଏ କରିବି, ସବୁ ଦୃଷ୍ଟିରୁ ତମ ସମକକ୍ଷ ହେବି, ତା'ପରେ ପ୍ରସ୍ଥାବ ନେଇ ତୁମ ଘରକୁ ଯିବି । ତମେ ତ ସବୁ ସୁଖ ସ୍ବଛନ୍ଦ ଭୋଗ କରୁଥିଲ ତେଣୁ ଏ ସବୁ ବିନା ମୋ ଘରେ ତମେ ଆଡଜଷ୍ଟ୍ କରିପାରି ନଥାନ୍ତ । ଆଉ ସେ ଦିନ ଠୁ ଆରମ୍ଭ ହେଲା ମୋ ପ୍ରେମ କାହାଣୀ ।

 

ହଷ୍ଟେଲରେ ସବୁ ଛାତ୍ରମାନେ ସକାଳୁ ନିତ୍ୟକର୍ମ ପରେ ହଷ୍ଟେଲ ହଲ୍ ରେ ଥିବା ସରସ୍ବତୀ ପ୍ରତିମା ଆଗରେ ନତମସ୍ତକ ହୋଇ କ୍ଲାସ କରିବାକୁ ଯାଆନ୍ତି ହେଲେ ମୋ ପାଇଁ ତ ତମେ ହିଁ ମୋ ଦେବୀ ତମେ ହିଁ ମନ୍ଦିରର ଠାକୁରାଣୀ ।ପ୍ରତିଦିନ ସକାଳୁ ଚାହିଁଥାଏ ତୁମକୁ । ମାତ୍ର ଗୋଟାଏ ଝଲକ ର ଦର୍ଶନ ମାତ୍ରେ ମନ ଓ ହୃଦୟ ପ୍ରଫୁଲ୍ଲିତ

ହୋଇଉଠେ । ଆଉ ଏ ଥିଲା ମୋ ନିତିଦିନିଆ କାମ ।ଅନେକ ଥର ଚେଷ୍ଟା କରେ ତୁମ ଆଗରେ ପ୍ରକାଶ କରିବା ପାଇଁ ହେଲେ କହି ପାରେନି । ସେଦିନ ଥାଏ ଶିବରାତ୍ରୀ ,ତମେ ତମ ପରିବାର ସହମନ୍ଦିର କୁ ଯାଉଥାଅ ।ଏହାଦେଖି ଭଣଜା ଧାଇଁଲେ ମୋ ପାଖକୁ ,କହିଲେ-"ମାମୁଁ, ମାଇଁ ମନ୍ଦିର ଗଲେଣି ପରା-ଯାଅ ଶୀଘ୍ର ..."ତାଙ୍କ କଥାଶୁଣି ଶୀଘ୍ର ଗାଧୋଇ ପାଧୋଇ ଧାଇଁଲି ଶିବମନ୍ଦିରକୁ ।

ହେଲେ ମନ୍ଦିରରେ ପହଁଚିଲା ବେଳକୁ ତମେ ସେଠି ନ ଥିଲ । ବହୁତ ଖୋଜିଲି ହେଲେ ତମର ଦର୍ଶନ ପାଇଲିନି । ମନଦୁଃଖରେ ଫେରିଲି ହଷ୍ଟେଲକୁ ।ଉଦାସୀନତାର ସହ କାଟିଲି ସେ ଦିନଟି 

ତା'ପରେ ଦି'ଦିନ ପାଇଁ କଲେଜ୍ ବନ୍ଦ୍ ଥାଏ । ଚାଲି ଯାଇଥାଏ ଗାଁ'କୁ । ଅଜା, ଆଇ, ଭାଇ ଭଉଣୀଙ୍କ ସମ୍ପର୍କରେ ଆସି ମଧ୍ୟ ଅନ୍ୟମନସ୍କ ରହୁଥାଏ ।କିଛି ବି ଭଲ ଲାଗୁ ନ ଥାଏ । ଭଣଜା ବି ମୋ ସହ ଯାଇଥାନ୍ତି ଆମ ଘରକୁ ।ମତେ ଦେଖି କହିଲେ-"ମାମୁଁ ତମେ ତମ ହୃଦୟ କଥା ତା'ଆଗରେ ଥରେ ପ୍ରକାଶ କର , କେତେଦିନ ଆଉ ଏମିତି ହୃଦୟ ଭିତରେ ତାକୁ ରଖି ଓ ତାକୁ ଦେଖି ଦେଖି ଦିନ କଟାଉଥିବ କହିଲ ।" ନା' ଭଣଜା କହି ତ ପାରିବି

ମୋ ମନ କଥା ହେଲେ...., ତମେ ତ ଜାଣ ଅନେକ ଟା ପାର୍ଥକ୍ୟ ତାଙ୍କ ପରିବାର ଓ ଆମ ପରିବାର ଭିତରେ । କି 'ଭଳି ମୁଁ ତାକୁ ମୋ ହୃଦୟ କଥା କହିବି ଯେ ...,ଯଦି ସେ ମନା କରିଦିଏ ତେବେ...ତେବେ ତ ବଞ୍ଚିବା ଅସମ୍ଭବ ହୋଇଯିବ ମୋ ପାଇଁ ।ତାକୁ ଦେଖି ହିଁ ମୋ ଦିନ ଖୁସିରେ କଟି ଯାଉଛି । କିନ୍ତୁ ମାମୁଁ, ସେ ତ କଣ ଖାଲି ଦେଖିବାକୁ ଅପୂର୍ବ ସୁନ୍ଦରୀ ?, କେବଳ ରୂପରେ ନୁହଁ ଗୁଣ ରେ ବି ସର୍ଵଶ୍ରେଷ୍ଠ। ।

ତହିଁରେ ପୁଣି ବାପା, ମା 'ଙ୍କ ଅଲିଅଳି କନ୍ୟା ଓ ଅନେକ ସମ୍ପତ୍ତିର ମାଲିକାଣି । ସବୁ ପୁଅ ତାକୁ ପାଇବାର ସ୍ବପ୍ନ ଦେଖୁଥିବେ ,ଥରେକହିକି ଦେଖ,କାହିଁକି ନା ତମେ ନିଜକୁ ତା' ଯୋଗ୍ୟ କରିବା ପାଇଁ ଯେଉଁ ପ୍ଲାନିଂ କରିଛ ସେ ସମୟ ଅବଧିରେ ତ ତାକୁ ଆଉ କିଏ ହସ୍ତଗତ କରିନେବ । ରିଜର୍ଭ ବେସନର ଦୁନିଆଁ ମାମୁଁ....,ଯାହା ସିଧାସଳଖ ସହଜ ନୁହଁ, ରିଜର୍ଭ ବେସନ ଜରିଆରେ ତଉତ୍ତୀର୍ଣ୍ଣ ହୁଅ..।

 ଭଣଜା ଙ୍କ କଥାଶୁଣି ସେଦିନ ନିଷ୍ପତ୍ତି ନେଲି, ଗାଁ'ରୁ ଫେରି ତୁମକୁ ମୋ ମନ କଥା କହିବି, ମାଗିନେବି ତୁମଠୁ କିଛି ସମୟ ଆଉ ସେ ସମୟ ଭିତରେ ଚେଷ୍ଟା କରିବି ସଫଳ ହେବାକୁ, ତୁମ ପାଇଁ ସବୁ କିଛି ସୁଖ ସ୍ବାଛନ୍ଦ ର ପ୍ରସ୍ତୁତି କରିବି ।ତୁମ ଘରଠୁ ବେଶି ସୁଖ ସ୍ବଛନ୍ଦ ଦେଇ ରଖିବି ।ବାସ୍ , ଆଜି ଗୋଟାଏ ରାତିର କଥା ,କାଲି ସକାଳେ ମୋ ମନ କଥା ତୁମ ଆଗରେ ଖୋଲି କହିବି,ମୋ ହୃଦୟ କହୁଥାଏ ନିଶ୍ଚୟ ତୁମେ ମତେ ବୁଝିପାରିବ ଓ ପାଇଂ ଅପେକ୍ଷାରେ କରିବ ।ମୁଁ କଣ ବା ଜାଣିଥିଲି ମୋ ପ୍ଲାନିଂ ପୂର୍ବରୁ ଭାଗ୍ୟ ଏକ ସ୍ବତନ୍ତ୍ର ପ୍ଲାନିଂ ମୋ ପାଇଁ କରିସାରିଛି ବୋଲି । ମନରେ ଅନେକ ଆବେଗ ଓ ଉତ୍କଣ୍ଠା ନେଇ ବଡ଼ିଭୋର ରୁ ବାହରିଗଲି । ହଷ୍ଟେଲ୍ ରୁମ୍ ରେ ଜିନିଷ ପତ୍ର ରଖି

ବା ହରିଗଲି କଲେଜ୍ କୁ ।କେମିତି କହିବି, କଣ କହି ଆରମ୍ଭ କରିବି ତାକୁ ନେଇ ମନ ଓ ହୃଦୟ ମଧ୍ୟରେ ଚାଲିଥାଏ ଏକ ଆନ୍ଦୋଳନ ।ଗୋଟାକ ପରେ ଗୋଟିଏ କ୍ଲାସ ଚାଲିଥାଏ ,ହେଲେ ମୁଁ ତୁମକୁ ପାଉ ନ ଥାଏ, ଭାବିଲି ତୁମେ ଏବ୍ସେ୍ଣ୍ଟ୍ ଥିବ, ତା'ପର ଦିନ ବି ସେଇୟା ହେଲା ।ତିନି ଦିନ ଏମିତି ହିଁ ତମ ଅପେକ୍ଷାରେ ବିତିଗଲା ।କଣ ପାଇ ଆସୁନ ମୁଁ ଜାଣି ପାରୁନଥାଏ । ସପ୍ତାହେ ପରେ ଖବର ପାଇଲି ଯେ ତମେ ଅନ୍ୟ ସହରକୁ ଚାଲିଯାଇଛ ଅଧ୍ୟୟନ ପାଇଁ । ମୋ ଗୋଡ଼ତଳୁ ଯେମିତି ଚାଟ୍ଟାଣ୍ ଖସିଗଲା ।

ଚତୁର୍ଦିଗ ଅନ୍ଧକାର ଦେଖାଗଲା ।ଭାଙ୍ଗିପଡିଲି ।ହୃଦୟରୁ ଏତେ କୋହ ଉଠୁଥାଏ ହେଲେ ,ଲୁହ ଝାରାଇବାକୁ ଚେଷ୍ଟା କରି ବିଫଳ ହେଉଥାଏ ।ଭାଗ୍ୟରର ବି, କି ଦୋଷ ଯେ, ବର୍ଷକର ସମୟ 

ତ ଯଥେଷ୍ଟ ଥିଲା ।ଯଦି ମୁଁ ମୋ ହୃଦୟ କଥା ପ୍ରକାଶ କରିପାରିଥାନ୍ତି...,ସେଇ "ଯଦି" ଶବ୍ଦର ପ୍ରଶ୍ନ ରେ ମୁଁ ବିକଳ ହୋଇ ଉଠେ ।କିନ୍ତୁ କୌଣସି ମତେ ନିଜକୁ ସମ୍ଭାଳି ନେଲି ।ଏମିତି ଦେଖୁ ଦେଖୁ ବର୍ଷୀଟିଏ ବିତି ଯାଇଥିଲା । ଆଉ ସେଇ ଗୋଟାଏ ବର୍ଷ ଭିତରେ ତମେ ନ ଥାଇ ,ବି ଥିଲ ।ତମେ ଜାଣ ସେରିନ୍.....

 ଦେଖୁ ଦେଖୁ ବର୍ଷଟିଏ ବିତିଯାଇଥିଲା ।ଆଉ ସେଇ ଗୋଟାଏ ବର୍ଷ ଭିତରେ ତମେ ନ ଥାଇ ବି ମୁଁ ତୁମ ଉପସ୍ଥିତି ଅନୁଭବ କରୁଥିଲି ।ଯେତେବେଳେ କ୍ଲାସ୍ ଚାଲୁଥିଲା, ମତେ ଲାଗୁଥିଲା, ତମେ ବି କ୍ଲାସରେ ଅଛ , ମୁଁ ଯେତେବେଳେ ଅଧ୍ୟାପକଙ୍କ ପ୍ରଶ୍ନର ଉତ୍ତର ଦେବାପାଇଁ ଛିଡା ହେଉଥିଲି ମତେ ଲାଗୁଥିଲା ତମେ ଠିକ୍ ଆଗଭଳି ନିଜ ଚେହେରା ଉପରୁ, ତମର ସେଇ କଳା ମଚ୍ ମଚ୍ ଖୋଲା କେଶକୁ ସମ୍ମୁଖରୁ ହଟାଇ, ପଛକୁ ଅନାଇ ମତେ ଚାଁହୁଛ,ମୁଁ ସେତେବେଳେ ଖୁବ୍ ଆନନ୍ଦିତ ହେଉଥିଲି କିନ୍ତୁ ପରମୁହୂର୍ତ ରେ ତମକୁ ନ ପାଇ ବିଚଳିତ ହେଇ ପଡୁଥିଲି । ତମେ ଜାଣିନ ସେରିନ୍...,ତମ ଦୃଷ୍ଟି ଆକର୍ଷଣ କରିବା ପାଇଁ ହିଁ ପୂର୍ବଦିନରୁ ସବୁ ପ୍ରଶ୍ନର ଉତ୍ତର ପ୍ରସ୍ତୁତ କରି ଶ୍ରେଣୀ ଗୃହ କୁ ଯାଉଥିଲି  ଓ ତୁମ ପଛପଟ ବେଞ୍ଚରେ ବସୁଥିଲି କେବଳ ତମର ସେଇ ଗୋଟାଏ ଚାହାଣୀ ପାଇଁ । ସତରେ ସେରିନ୍ ମୁଁ ଅଧ୍ୟାପକଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ସଠିକ୍ ଉତ୍ତରଦେଇ ,ଅଧ୍ୟାପକଙ୍କ ଠୁ ସାବାସୀ ନେବାରେ ନୁହଁ ବରଂ ତୁମ ଦୃଷ୍ଟି ଆକର୍ଷଣ ପାଇଁ ଆଉ ତମର ସେଇ କେଶକୁ ସମ୍ମୁଖରୁ ହଟାଇ କ୍ଷଣିକ ପାଇଁ ତେରଛା ନଜରରେ ଚାହୁଁଥିବା ଶୈଳୀକୁ ମୁଁ କେବେ ଭୁଲି ପାରିବିନି । ମୃଗନୟନୀ ଭଳି ଚକ୍ଷୁ ଯୁଗଳ, ଗୋଲାପ ପାଖୁଡାର ପୋଲାପି ଓଠ ଆଉ କଳାବାଦଳର ଘନ କେଶ....ଓଃ ...ଆଉ ତୁମର କ୍ଷଣିକର କ୍ଷଣପ୍ରଭା ଚାହାଣୀ ଯଥେଷ୍ଟ ଥିଲା ହୃଦୟ ଚୋରି ପାଇଁ...।


ପ୍ରତିଦିନ କ୍ଲାସକୁ ଯାଏ, କେମ୍ପସ୍ ର ଚାରିଆଡେ ତୁମକୁ ଖୋଜିବୁଲେ । ତୁମେ ନାହଁ ଜାଣିବି ଜାଣେନି, କଣ ପାଇଁ ଅଜଣା ହୋଇ କେତେବେଳେ କ୍ଲାସ ରୁମ୍ ଭିତରେ ତ କେବେ ପ୍ରାକ୍ଟିକଲ୍ ହଲ୍ ବାହାରେ ତ କେବେ କେଣ୍ଟିନ୍ ରେ ଖୋଜିବୁଲେ ।ଆଗଭଳି ଆଉ ପ୍ରିପ୍ୟାର୍ ହୋଇ କ୍ଲାସ କୁ ଯାଏନି, ଉତ୍ତର ଜଣାଥିଲେ ବି ଉତ୍ତର ଦିଏନି ।ଯଦି ଭୁଲ୍ ବଶତଃ ଉତ୍ତର ଦେଇଦିଏ ତେବେ ତମେ ନ ଥିବା ତମ ବେଞ୍ଚ ଉପରେ ଆଖି ଚାଲିଯାଏ,ଲାଗେ ତମେ ଅଛ ପରମୁହୂର୍ତ ରେ ନ ପାଏ ,ତେବେ ହୃଦୟରେ ଏକ କୋହ ଉଠେ ।ସହି ହୁଏନା ସେ କଷ୍ଟ ସେରିନ୍, ସହି ହୁଏନା... 


ଆଗଭଳି ଆଉ ସଂଧ୍ୟା ସମୟରେ ତମ ଘର ରାସ୍ତା ଦେଇ ଯାଉ ନ ଥିଲି । କିନ୍ତୁ ବେଳେବେଳେ ଲାଗେ ଯେମିତି ତମେ ଆସିଛ,ନିଜକୁ ଅଟକାଇ ନ ପାରି ଉତ୍କଣ୍ଠିତ ହୋଇ ସାଇକିଲ୍ ରେ ଧାଏଁ, ତମ ଘର ସାମ୍ନା ଦେଇ ବାରମ୍ବାର ଯିବା ଆସିବା କରେ,

ତମକୁ ଦେଖି ପାରେନି ।ସାଇକିଲ୍ ରୁ ଓଲ୍ହାଇ ,ତମ ଘର ସମ୍ମୁଖରେ ଥିବା ପଡିଆରେ ଛିଡା ହୋଇ ତମ ବଙ୍ଗଳାକୁ ଅନାଇଥାଏ ।

ହେଲେ ନିଶବ୍ଦ ବଙ୍ଗଳାଟି ସେମିତି ଛିଡା ହୋଇଥାଏ । ଲାଗୁଥାଏ ଝରକା ଖୋଲି ତୁମେ ବାହାରକୁ ଅନାଇବ ହେଲେ ଝରକା ବନ୍ଦ

ଥାଏ ।ତମ ବଗିଚାରେ ଥିବା ଫୁଲ ଗଛଗୁଡିକୁ ଅନାଏ ।

ଆଗଭଳି ଆଉ ସେଠି ଫୁଲ ଫୁଟୁନି ,ଗଛଗୁଡିକର ଆଉ ସେ ସତେଜତା ବି ନାହିଁ ,ଖାଲି ଥୁଣ୍ଟା ,ସୁଖା ଗଛ ଯେମିତି ସେମାନେ ବି ମୋ ଭଳି ତୁମକୁ ଝୁରୁଥାନ୍ତି । ହେଲେ ଗଙ୍ଗଶିଉଳି ଗଛ ଦି'ଟିରୁ ସେମିତି  ଫୁଲ ଫୁଟୁଛି ଓ ତଳେ ବିଛାଡ଼ି ହୋଇ ଝରି ପଡୁଛି ,ଠିକ ଆଗଭଳି ।

ବୋଧେ ତୁମ ଆସିବାର ପ୍ରତୀକ୍ଷ। କରି ତା'ଫୁଲର ଚାଦର ବିଛାଇଥାଏ ତମ ସ୍ବାଗତର ଅପେକ୍ଷାରେ..। ଚାରିଆଡେ ମନ ଓ ହୃଦୟ ତୁମକୁ ଖୋଜିବୁଲେ ହେଲେ ପାଇ ପାରେନା ।

ମନ ଦୁଃଖରେ ଘରକୁ ଫେରିବାକୁ ଚେଷ୍ଟା କରେ ହେଲେ ପାଦ ଆଗକୁ ବଢେନା ।ଲାଗେ ତମେ ଆସିବ...ଆସିବ...।ଏମିତି କେତେ ସମୟ ବିତାଇ ତମ ବଙ୍ଗଳା ସମ୍ମୁଖରେ ,ତମକୁ ନ ପାଇଲେ ବି ତମର ସେଇ ଖାଲି ବଙ୍ଗଳା ଦେଖିଲେ ବି କିଛିଟା ମାତ୍ରରେ ମତେ ଶାନ୍ତି ଲାଗୁଥାଏ । ଧୀରେ ଧୀରେ ସବୁଦିନ ସନ୍ଧ୍ୟାରେ ମୁଁ ସେଠିକି ଯିବା ଆରମ୍ଭ କାଲି ।ସେଇଠି ବସିରହେ କେବେ ବନ୍ଦ ଝରକା କୁ ଅନାଏ ତ କେବେ ବେଲ୍ କନି କୁ । ,ତ କେବେ ସେ ନିର୍ଜୀବ ବଗିଚାକୁ ।କାହିଁକି କେଜାଣି ତମେ ନ ଥାଇ ବି ତମେ ଥିବାର ଅନୁଭବ ହୁଏ ।ଧୀରେ ଧୀରେ ଦିନ ଗଡି ଗଡି ଯାଉଥାଏ, ଆଉ ମୋ ହୃଦୟରେ ତମ ପ୍ରତି ପ୍ରେମ ବଢ଼ି ବଢ଼ି ଯାଉଥାଏ ।

କଲେଜ୍ କେମ୍ପସ୍ ଭିତରେ କି କ୍ଲାସ୍ ରୁମ୍ ଭିତରେ ହେଉ ତମକୁ ମିସ୍ କରି ଆଗଭଳି ଆଉ ଭାଙ୍ଗିପଡୁ ନଥାଏ ବରଂ ସେ ସବୁ ସ୍ମୃତିକୁ ମନେପକାଇ ତମର ଉପସ୍ଥିତିକୁ ଅନୁଭବ କରେ ।ବେଳେ ବେଳେ ତମ ସ୍ମୃତିରେ ଲେଖିଚାଲେ ତମ ପାଇଁ ଅନେକ କବିତା।

ସାଙ୍ଗମାନଙ୍କ ଗହଣ ରେ ଯେବେ ପ୍ରାକ୍ଟିକଲ୍ କ୍ଲାସ୍ ବାହାରେ ବସୁ, ସେମାନେ ଝିଅ ମାନଙ୍କୁ ଦେଖି କମେଣ୍ଟ୍ କରନ୍ତି ।କଲେଜ୍ ରେ କିଏ ସବୁଠୁ ବେଶି ସୁନ୍ଦରୀ ତା' ଉପରେ ଡିସ୍କସନ୍ ଚାଲେ ,ମୁଁ ମଉନ ରୁହେ । ମୋ ଚୁପ୍ ଚାପ୍ ରହିବା ଦେଖି ସେମାନେ ମୋ ହୃଦୟ କଥା ବୁଝିଯାଆନ୍ତି । ତଥାପି ମଜାନେବା ପାଇଁ ଜାଣି ଶୁଣି ପଚାରନ୍ତି--" ପ୍ରିୟାନ୍ସ୍ ତୁ କହିଲୁ କଲେଜ୍ ର ସବୁଠୁ ସୁନ୍ଦର ଝିଅ କିଏ ? " ମୁଁ କହେ-" ହଁ ସମସ୍ତେ ଗୋଟେ ପ୍ରକାର ର ଠିକ୍ ,ହେଲେ ସବୁ କ୍ୱାଲିଟି ଥିବା ରୂପେଶୀ କେହି ନାହାଁନ୍ତି ।" ମୋ କଥା ଶୁଣି ସେମାନେ ଜୋରରେ ହସି କୁହନ୍ତି -ଆଚ୍ଛା ! ତା'ହେଲେ ସେମିତି ଝିଅ ସାରା ବ୍ରହ୍ମାଣ୍ଡରେ କେବଳ ସେରିନ୍" । ମୁଁ କିଛି ଉତ୍ତର ଦିଏନି ହେଲେ ,ଏହା ସମ୍ପୂର୍ଣ୍ଣ ସତ ସେରିନ୍ , ମୋ ନଜରରେ ତମ ଛଡା ତମଭଳି ଆଉ କେହି ବି ନ ଥିଲେ । ଇଶ୍ୱରଙ୍କ ଏକ

ଅପୂର୍ବ ଓ ଅଦ୍ଭୁତ ରଚନା ତୁମେ...,ତୁମେ କଣ ତୁମେ ନିଜେ ବି ବୋଧେ ଅଜଣା । ରୂପ ଲାବଣ୍ୟ ଭରା ,ସ୍ୱର୍ଗ ର ଅପସରା ବି ତୁମ ତୁଳନା ରେ କମ୍ ।ତମର ସେଇ ମୃଗ୍ ନୟନୀ ଭଳି ଚକ୍ଷୁ ଯୁଗଳ, ତେରଛା ନଜର ରେ ଅନାଇବାର ଶୈଳୀ, କେଶକୁ ଆଡ କରି ଆଖିପତା ଉଠାଇ ଚାଂହୁଥିବା ଆକର୍ଷଣୀୟ ଚକ୍ଷୁ ଯୁଗଳକୁ ଦେଖିଲେ ଲାଗୁଥିଲା ସତେ ଯେମିତି ,କଳା ମେଘ ଭିତରୁ ପୂର୍ଣ୍ଣମୀ

ଜହ୍ନ ଝାଙ୍କୁଛି ,ସଜ ନାଲି ଗୋଲାପର ପାଖୁଡା ତୁଲ୍ୟ ଓଠ...

ଓଃ.. ଇଶ୍ୱରଙ୍କ ଏକ ଚମତ୍କାର ରଚନା ତୁମେ....(କ୍ରମଶଃ)


 



Rate this content
Log in

Similar oriya story from Romance