Snigdha Nayak

Romance Tragedy Others

4  

Snigdha Nayak

Romance Tragedy Others

ସେରିନ୍.୭

ସେରିନ୍.୭

6 mins
325


ତମେ ଜାଣ ସେରିନ୍ ,ରାଜନୀତିରେ ନା' ତ ମୋର ଆଗ୍ରହ ଥିଲା,ନା କେବେ ମୁଁ କରିବାକୁ ଚାହିଁଥିଲି । କଲେଜ୍ ରେ ଅଧ୍ୟୟନ ସମୟରେ ଅନିଚ୍ଛା ସତ୍ୱେ କଲେଜ୍ ପ୍ରେସିଡେଣ୍ଟ ପଦ ପାଇଁ ସାଙ୍ଗମାନଙ୍କ ଚାପ ପଡ଼ିଥିଲା ମୋ ଉପରେ ।ବାଧ୍ୟହୋଇ ଛିଡାହେଲି ଆଉ ଜିତି ବି ଥିଲି । ହେଲେ ସେବର ହାର୍ ଜିତ୍ ରେ ମୋତେ କିଛି ଫରକ୍ ପଡିନଥାନ୍ତା ହେଲେ ଏଇ ରାଜନୀତି ତ ପ୍ରଶ୍ନ ଥିଲା ମୋ ମରିବା ବଞ୍ଚିବାକୁ ନେଇ । ଏଇ ରାଜନୀତି ର ଜିତ୍ ପାଇଁ ମୁଁ କିଛି ବି କରିବାକୁ ପ୍ରସ୍ତୁତ ଥିଲି । ହଁ, ତୁମକୁ ପାଇବାର ରାଜନୀତି ।ମୋ ଜୀବନ ର ସବୁଠୁ ବଡ଼ ପରୀକ୍ଷା ।ସେଦିନ ଭୋର୍ ସାଢ଼େ ଚାରିଟା ରୁ ଦିନ ଦଶଟା ଭିତରେ ପୁରା ପ୍ଲାନିଙ୍ଗ ମୋ ମସ୍ତିଷ୍କ ରେ ହେଇ ସାରିଥାଏ । ବାସ୍ ଆଉ

କରିବାର କଣ ଥିଲା । ନିତ୍ୟକର୍ମ ସାରି ବାହାରିଗଲି କଂଫରେନ୍ସ୍ ହଲ୍ କୁ,କନ୍ -ଫିଡେନ୍ସ୍ ସହ ତୁମକୁ ଭେଟିବି ଆଉ ସେଇ କାକ୍-ଟସ୍ ରାକ୍ଷସକୁ ମଧ୍ୟ । ମିଟିଙ୍ଗ୍ ଆରମ୍ଭ ହୋଇଯାଇଥାଏ ଆଉ ମୋ ଆଖି ତୁମକୁ ଖୋଜୁଥାଏ ।କିନ୍ତୁ ମିଟିଙ୍ଗ୍ ରେ ନା ତମେ ନା କେକ୍ଟସ୍ସି ଟ୍ ରେ ଭୁଲ୍ ହେଇଗଲା, କାଲି ହିଁ ମତେ ତୁମସହ କଥା ହେବାର ଥିଲା । ହୁଏତ ତୁମେ ଆଉ କୋଉ କାମରେ ଆସି ଥିବ । ତମେ ମୋ ସମ୍ମୁଖରେ ଥିଲ ଅଥଚ ମୁଁ ସେ ସୁଯୋଗ ଟି ହରାଇଦେଲି । ନା ନା, ସେମିତି ନୁହଁ, ଲିଷ୍ଟ ରେ ଯଦିଓ ତମ ନାଁ ନ ଥିଲା। ବଟ୍ ତମ ନାଁ ରେ ରୁମ୍ ତ ବୁକ୍ ହେଇଛି ।" ନିଜକୁ ନିଜେ ବୁଝାଇ ଚାଲିଥାଏ । ମିଟିଙ୍ଗ୍ ଅଧାରେ ଛାଡି ବାହାରକୁ ଆସି ପାରୁ ନ ଥାଏ ।ନୂଆଁ ଏକ ପ୍ରୋଜେକ୍ଟ  ଉପରେ ଡିସ୍କସନ୍ ଚାଲିଥାଏ। ସମସ୍ତେ ନିଜନିଜ ଡିଜାଇନ୍ ଉପରେ କାମ କରିବା ଆରମ୍ଭ କଲେ, କିଛି ସମୟ ପରେ ପ୍ରସ୍ତୁତ କରି ମତେ ଉପସ୍ଥାପନା କରିବାର ଥାଏ । ଲାପ୍ଟପ୍ ଖୋଲି ବସିଲି ,କିନ୍ତୁ କାମ କରିବା ପାଇଁ ନୁହଁ, ତୁମକୁ

ସର୍ଚ୍ଚ କରିବା ପାଇଁ ।ତୁମ ପ୍ରୋଫାଇଲ୍ ଭିଜିଟ୍ କରି ତୁମର ଆଉ

କେକ୍ଟସ୍ ର ସମ୍ପର୍କ ଓ ତୁମ ଲାଇଫ୍ ବିଷୟ ରେ ଅନେକ ତଥ୍ୟ ସଂଗ୍ରହ କରିବାର ଥାଏ, କାହିଁକି ନା ଯୋଉ ରାଜନୀତି ର ବୀଜ

ମୁଁ ବୁଣି ସାରିଥିଲି ସେଥିପାଇଁ ଏହା ଜଳ ସିଞ୍ଚନ ସଦୃଶ୍ୟ ।ଏମିତି ଅନେକଥର ତୁମକୁ ଫେସବୁକ୍ ରେ ସର୍ଚ୍ଚ କରିଛି ହେଲେ ପାଇପାରି ନଥିଲି । ଆଉ ଯେବେ ଶେଷ ଥର ରିକ୍ୱେଷ୍ଟ ପଠେଇ ଥିଲି ତମେ ଏସେପ୍ଟ୍ କରି ନ ଥିଲ ବୋଧେ ତମେ ମତେ ଜାଣି ପାରି ନ ଥିବ ।ବୋଧେ ମୋ ଭାଗ୍ୟରେ ନ ଥିଲା ।କିନ୍ତୁ ନିଶ୍ଚୟ, ଆମର ଏ ମିଳନ ପାଇଁ ଇଶ୍ୱର ବି ଇଛୁକ, ନ ହେଲେ ଏତେ ବର୍ଷ ପରେ ଏ ସାକ୍ଷାତ କଣ ପାଇଁ ।ସର୍ଚ୍ଚ କରି ତୁମକୁ ପାଇ ସାରିଥାଏ । ପ୍ରୋଫାଇଲ୍ ରେ ଗୋଟାଏ ବ୍ଲାକ୍ ଏଣ୍ଡ ହ୍ୟାଇଟ୍ ଫଟୋ। ଧୀରେ ଧୀରେ ପ୍ରୋଫାଇଲ୍ ଭିତରକୁ ପ୍ରବେଶ କଲି, ମତେ କାଇଁ ବାରମ୍ବାର ଲାଗୁଥାଏ ତୁମେ ଖୁସି ନ ଥିଲ । ତୁମ ସାଙ୍ଗରେ କାକ୍ଟସ୍ ର ମଧ୍ୟ ଅନେକ ଫଟୋ ।ଇଚ୍ଛା ହେଉଥାଏ ତାକୁ ତୁମ ପ୍ରୋଫାଇଲ୍ ରୁ କଣ ତୁମ ଜୀବନ ରୁ ହିଁ ଡିଲିଟ୍ କରିଦିଅନ୍ତି ।ତାକୁ ଡିଲିଟ୍ କରି ମୋ ସହ ତୁମ ପ୍ରୋଫାଇଲ୍ ଯୋଡିବାକୁ ପ୍ରତିଜ୍ଞା ବଦ୍ଧ ହୋଇ ସାରିଥାଏ ।ହେଲେ ତୁମ ପ୍ରୋଫାଇଲ୍ ରୁ ତୁମ ଆଉ କାକ୍ଟସ୍ ର ସମ୍ପର୍କ ବିଷୟ

ରେ ସଠିକ୍ ଜାଣି ପାରୁ ନ ଥାଏ । ତୁମକୁ ଫ୍ରେଣ୍ଡ ରିକ୍ୟେଷ୍ଟ୍ ପଠେଇଲି , ସେତେବେଳକୁ ଲଞ୍ଚ୍ ବ୍ରେକ୍ର ରସମୟ ହୋଇଯାଇଥାଏ । ସମସ୍ତେ ଲଞ୍ଚ୍ ପାଇଁ ବାହାରିଗଲେ ମିଟିଙ୍ଗ୍ ରୁମ୍ ରୁ, ସେମାନଙ୍କ ସାଙ୍ଗରେ ମୁଁ ବି କିନ୍ତୁ ଲଂଚ୍ ପାଇଁ ନ ଯାଇ ପୁନଶ୍ଚ ଚାଲିଗଲି ରିସେପସନ୍ କୁ। ତୁମ କଣ୍ଟାକ୍ଟ୍ ନମ୍ବର ମାଗିଲି କିନ୍ତୁ ସେମାନେ ଦେବା ପାଇଁ ମନାକଲେ । ହେଲେ ଗୋଟାଏ ବହୁତ୍ ବଡ଼ ଖୁସି ମିଳିଥିଲା, କଣ ଜାଣ ? ମୁଁ ଯେତେବେଳେ ମିସେସ୍ ସେରିନ୍ ବୋଲିକହିଥିଲି, ରିସେସ୍ପନିଷ୍ଟ ଜଣକ କହିଲେ, "ମିସେସ୍ ନୁହଁ ସର୍ ମିସ୍ ."। ଆଃ କି ମଧୁର ସେ ଶବ୍ଦ ଇଚ୍ଛା ହେଉଥାଏ ରିସେସ୍ପନିଷ୍ଟଙ୍କୁ କୁଣ୍ଢାଇ ତାଙ୍କ ମସ୍ତକରେ ଗୋଟାଏ ମିଠା ଚୁମ୍ବନ ଆଙ୍କି ଦିଅନ୍ତି ମାତ୍ର କୌଣସି ମତେ ନିଜକୁ ସମ୍ଭାଳି ନେଲି । ତମ ସହ ସାକ୍ଷାତ କରିବା ପାଇଁ ପଚାରିବାରୁ ସେ କହିଲେ " ମେମ୍ ସଂଧ୍ୟା ପାର୍ଟିରେ ଆସିବେ, ସର୍ ଙ୍କ ସାଙ୍ଗରେ ଯାଇଛନ୍ତି, " ମୁଁ କହିଲି " କିନ୍ତୁ ମିଟିଙ୍ଗ୍ ତ ଏବେ ଅଛି ? ମୁଁ ଭାବିଥିଲି ତମେ ବି କନ୍ଫରେନ୍ସ ପାଇଁ ଆସିଛବୋଲି ।"ତମେ ଆଉ କାକ୍ଟସ୍ ଗୋଲାପ ସାଙ୍ଗରେ କଣ୍ଟା

ରହିବା ଏତେ ଦରକାର ? "ତା'ହେଲେ ତମେ ଦି'ଜଣ କଣ ସହକର୍ମୀ ? ତମ ଆଉ କକାକ୍ଟସ୍ ର ସମ୍ପର୍କ ଖୋଜିବା ଅପେକ୍ଷା

ସଂଧ୍ୟା ପାର୍ଟି ପାଇଁ ପ୍ରସ୍ତୁତି ମତେ ବେଶି ଇଂପୋର୍ଟ।ଣ୍ଟ୍ ଲାଗୁଥାଏ ଏଥର ଅପେକ୍ଷା ଥାଏ ସୁନେଲି ସଂଧ୍ୟାର। ଆଜି ଯେମିତି ହେଲେ ତମ ସହ କଥା ହେବି ବୋଲି ସ୍ଥିର କରିଥାଏ ଆଉ ତୁମକୁ ଇଂପ୍ରେସ୍ କରିବାର ପ୍ରୋସେସ୍ ମସ୍ତିଷ୍କ ଆରମ୍ଭ କରିଦେଇଥାଏ ।"ଏଭିରିଥିଙ୍ଗ୍ଇଜ୍ ଫେୟାର୍ ଇନ୍ ଲଭ୍" ର ସିଧାନ୍ତ ଆପଣାଇ ଚାଲିଥାଏ ।ମିଟିଙ୍ଗ୍ ସାରି ତର ତର ହୋଇ ଚାଲିଗଲି ନିଜ ରୁମ୍ କୁ ।ଖୁସିରେ ମୋ ସ୍ପନ୍ଦନ ର ବେଗ ବଢି ବଢି ଯାଉ ଥାଏ । ଲେପ୍ ଟପ ବ୍ୟାଗ୍ ଟିକୁ ଥୋଇ ,ଚାଲିଲି ୱାସ୍ ରୁମ୍ କୁ । ବାଥ୍ ଟଵ୍ ରେ ଶୋଇ ଷ୍ଟିମ୍ ନେଉଥାଏ, ତା'ସାଙ୍ଗକୁ ଅସୁମାରୀ ସ୍ବପ୍ନ ଖୋଲା ଆଖିର ସ୍ବପ୍ନ ଯାହାକି ଶତ ପ୍ରତିଶତ ସତ ହେବାକୁ ଯାଉଥାଏ ।ତୁମେ ବାରମ୍ବାର ମୋ ଆଗରେ ଉଭା ହେଉଥାଅ । ମଥାରେ ମୋ ନାଁ ର ସିନ୍ଦୁର, ହାତରେ ନାଲି ନାଲି ଶଙ୍ଖା, ଦେହରେ ଏକ ରେଶମୀ ପତଳା ଶାଢ଼ୀ, ଶାଢ଼ୀରେ ତୁମ ଦେହ ର ଗଠନ ରେ ମୁଁ ଉତ୍ତେଜିତ

ହୋଇ ଚାଲିଥାଏ ।ଷ୍ଟିମ୍ ରେ ଝାପ୍ସା ଦେଖା ଯାଉଥିବା ଶରୀର କୁ ଛୁଇଁବାକୁ ଚେଷ୍ଟା କରି ନିକଟତର ହୁଏ ତ ,ତୁମେ ଲୁଚକାଳି ଖେଳିବା ଆରମ୍ଭ କରିଦିଅ । ମୁଁ ନିଜକୁ ସମ୍ଭାଳି ପାରେନି ।ଭାବି ପାରୁ ନ ଥାଏ,ଏତେ ବର୍ଷ ବିତି ଯାଇଥାଏ, ଜୀବନରେ ନିରସତା ପ୍ରବେଶ କରି ଚାଲିଥିଲା ହେଲେ ଏବେ କିନ୍ତୁ ସେଇ ଜୀବନ ଟା ଭାରି ସରସମୟ ଓ ମଧୁର ହେବାରେ ଲାଗିଛି । ସୁନେଲି ଭବିଷ୍ୟତ ର ଆହୁରି କେତେ ଅସୁମାରୀ ସ୍ବପ୍ନ ଗୋଟାଏ ପରେ ଗୋଟାଏ ତମ ସହ ପୁରା କରିବାର ଥାଏ । ୱୁଆସ୍ ରୁମ୍ ରୁ ବାହାରି କପ୍ ବୋର୍ଡ଼ ଖୋଲି ସର୍ଟ ଚୁଜ୍ କରିବାରେ ବ୍ୟସ୍ତ ହୋଇପଡିଲି । କୋଉ ରଙ୍ଗ ମୋ ସେରିନ୍ ର ପସନ୍ଦ ହେବ, କେଉଁ ରଙ୍ଗ ର ଟାଇ, କଣ କେମିତି କିଛି ଜାଣି ପାରୁନଥାଏ । ସ୍ପେସିଆଲି ସେଦିନ ର ପାର୍ଟି ପାଇଁ ଗୋଟାଏ ମିନିଟ ର ବିଳମ୍ୱ ବି ମତେ ଅସ୍ତ ବ୍ୟସ୍ତ କରିପକାଉଥାଏ ।

ତର ତର ହୋଇ ପ୍ରସ୍ତୁତ ହେଉଥାଏ । ମନରେ ଭାବୁଥାଏ ତମ ସମ୍ମୁଖ କୁ ଆସି କିଭଳି ନିଜକୁ ଇଂଟ୍ରୋଡ଼ିଉସ୍ କରାଇବି ।" ନା ନା' ଜମାନୁହଁ।ମୁଁ ଏଭଳି ବିହେବ୍ କରିବି ଯେମିତି କାଲି ଠୁ ନୁହଁ ବରଂ ମୁଁ ଆଜି ,ଏହି ମୁହୂର୍ତ୍ତରେ ତୁମକୁ ଦେଖିଛି ।ୟେ ସ୍, ସେଇଟା ହିଁ ଠିକ୍ ।"ରୁମ୍ ରୁ ବାହାରୁଥାଏ ,ପୁଣି ପଛକୁ ଫେରି ମିରର୍ ସମ୍ମୁଖ କୁ ଚାଲିଯାଇ ନିଜକୁ ଦେଖେ, ଏମିତି ଦି'ତିନି ଥର କରି ସାରିଥାଏ । ଏକ ସୁଗନ୍ଧମୟ, ପ୍ରେମଭରା ସ୍ପନ୍ଦନ ର ହୃଦୟ ନେଇ ଅଗ୍ରସର ହେଲି   ସେଲ୍ବିନିଆର ଗାର୍ଡେନ କୁ ଯେଉଁଠି ପାର୍ଟି ର ଆୟୋଜନ ହୋଇଥାଏ।ମିଶନ ସେରିନ୍ ର ଏ ପ୍ରଥମ ପାହାଚ । ବୋଧେ ସମସ୍ତଙ୍କ ଠୁ ଆଗ ମୁଁ ପହଂଚି ଯାଇଥାଏ । କିଛିସମୟ ପରେ ଜଣେ ଜଣେ ଆସିବା ଆରମ୍ଭ କଲେ, ଆଉ କିଛି ସମୟ ପରେ ପ୍ରାୟତଃ ସମସ୍ତେ ଆସିଯାଇଥାନ୍ତି । ଷ୍ଟେଜ୍ ରେ ନାମୀ କଳାକାର ମାନଙ୍କ

ଦ୍ବାରା ନାଚ ଓ ଗୀତ ପରିବେଷଣ ଚାଲିଥାଏ । ହେଲେ ସେ ଭିଡ଼ ଭିତରେ ମୋ ଆଖି କେବଳ ତୁମକୁ ଖୋଜୁଥାଏ । ପାର୍ଟି ଆରମ୍ଭ ହେବାର ପାଖାପାଖି ଦି'ଘଣ୍ଟା ହେଇଗଲାଣି । ସମସ୍ତେ ପାର୍ଟିର ଆନନ୍ଦ ନେଉଥାନ୍ତି । କେତେଜଣ ଷ୍ଟେଜ୍ କୁ ଯାଇ କଳାକାର ମାନଙ୍କ ସହ ନୃତ୍ୟ କରିବାରେ ବ୍ୟସ୍ତ ଥାଆନ୍ତି । ହଠାତ୍ ମୋ ଦୃଷ୍ଟିପଡ଼ିଲା ତମର ସେଇ କାକ୍ଟସ୍ ରାକ୍ଷସ ଉପରେ । ଦୂରରୁ ଦେଖି ଅନୁମାନ ଲଗାଇବାକୁ ଚେଷ୍ଟା କରୁଥାଏ, ପୁରୁଷ ଜଣକ କିଏ ହୋଇଥିବେ, ତାଙ୍କ ସାଙ୍ଗରେ ତମର କି ସମ୍ପର୍କ ?,ହୁଏତ ତୁମର କେହି ସମ୍ପର୍କୀୟ ନଚେତ ସହକର୍ମୀ । ମୋର ଜଣେ ସହକର୍ମୀ କାଲି ତାଙ୍କ ସହ କଥା ହେବାର ମୁଁ ଲକ୍ଷ୍ୟ କରିଥିଲି । ତା' ପାଖକୁ ଯାଇ କେକ୍ଟସ

ବିଷୟରେ ପଚାରିଲି, ସିଏ ମତେ କହିଲା " ଆରେ ୟାର୍ ସିଏ

ତ ମିଷ୍ଟର ଅଭଙ୍ଗୀ,   ସେଲ୍ବିନିଆ' ହୋଟେଲ୍ ଗ୍ରୁପ୍ସସ

ର ମାଲିକ । ଓ ଆଚ୍ଛା ! କହି କ୍ଷଣିକ ପାଇଁ ଚୁପ୍ ହୋଇଗଲି ।

କଣେଇ କଣେଇ ମୁଁ ତାଙ୍କୁ ଅନାଉଥାଏ ଓ ନିଜ ସହ ତୁଳନା କରୁଥାଏ । "ନା' ମ ସୁଟ୍ କରୁନି,ନଟ୍ ଗୁଡ଼୍ ଫର୍ ସେରିନ୍ । ହାଇଟ୍, ସ୍ମାର୍ଟନେସ୍ ସବୁଥିରେ ମୋ ଠୁ କମ୍ । ସେରିନ୍ ଆଉ ପ୍ରିୟାନ୍ସ ଏକ ଅସାଧାରଣ ଯୋଡି । ଯେପରି ରାଧାକୃଷ୍ଣଙ୍କ ପ୍ରତିମା । ସେରିନ୍  ଗୋଲାପ ଆଉ କେକ୍ଟସ କଣ୍ଟା ।କଣ୍ଟା ଗୋଲାପ ସାଙ୍ଗରେ ରହିପାରେ କିନ୍ତୁ ତାର ଯୋଗ୍ୟ ନୁହଁ ।ଗୋଲାପ ସାଙ୍ଗରେ ଗୋଲାପ ହିଁ ମାନେ ।ମୁଁ କଣ ଜାଣିଥିଲି ଗୋଲାପ ସହ କଣ୍ଟା ହିଁ ରଖିବା ବିଧିର ବିଧାନ । ହେଲେ କଣ ମୋର ଆଉ ସେରିନ୍ ର ପ୍ରେମ ନିଆରା । ଆମ ଭିତରେ ଦୂରତା ରହିଲେ କଣ ହେଲା ।ପ୍ରେମ ତ ପ୍ରେମ , ସେ କି ଦୂରତା ମାପେ ।ମୋ ଆଉ ସେରିନ୍ ର ପ୍ରେମ ଏମିତି ହେବ ଯେମିତି ମୁଁ ଜହ୍ନ ଆଉ ସେରିନ୍ କଇଁ।ନିଜକୁ ନିଜେ ବୁଝାଉଥାଏ ସିନା ହେଲେ ଏହା ସମ୍ପୂର୍ଣ ସତ ଥିଲା ଯେ କେକ୍ଟସ୍ ସବୁ ଦୃଷ୍ଟିରୁ ମୋ ଅପେକ୍ଷା ତୁମ ପାଇଁ ବେଶି ଯୋଗ୍ୟ ଥିଲା। କିନ୍ତୁ ଭଲ ପାଇବାରେ ନୁହଁ ସେରିନ୍ । ତା'ଉପରେ ନଜର ପଡ଼ିବା ମାତ୍ରେ

ମତେ ଭାରି ଚିଡ଼୍ ଚିଡ଼୍ ଲାଗୁଥିଲା ।ମୋ ବସ୍ ସେତେବେଳେ କେକ୍ଟସ ସହ କଥା ହେଉଥାନ୍ତି ।ତାଙ୍କର ମୋ ଉପରେ ନଜର ପଡ଼ିଲା । ସେ ମତେ ଡାକି କେକ୍ଟସ ସହ ପରିଚୟ କରାଉଥାନ୍ତି, ସେତିକି ବେଳେ ତମେ ଏଣ୍ଟର କଲ , କେକ୍ଟସ ମୋ ସହ ହାତ ମିଳାଇ ବାକୁ ଯାଉଥିଲା ଯେମିତି ତାର ନଜର ତୁମ ଉପରେ ପଡ଼ିଲା ସଂଗେ ସଂଗେ ତୁମର ନିକଟବର୍ତ୍ତୀ ହୋଇ ଠିକ୍ କାଲି ଭଳି ଆଲିଙ୍ଗୀନ କଲା ଆଉ ତୁମେ ବି । ସେତେବେଳ କୁ ମୋ ରକ୍ତ ଖୁବ୍ ଜୋରରେ ଗରମ ହୋଇ ଯାଇଥାଏ , ଇଚ୍ଛା ହେଉଥାଏ ତୁମ ପାଖକୁ ଯାଇ ତୁମ ଗାଲରେ ଗୋଟାଏ ଢୋ' କରି ଚଟକଣ। ଦିଅନ୍ତି । ଇଂଟରୋଡକ୍ସନ ର ପ୍ଲାନିଙ୍ଗ କିଛି ଅଲଗା ପ୍ରକାରର ଥିଲା କିନ୍ତୁ ଆଉ ଅପେକ୍ଷା ନ କରି ସିଧା ତୁମ ପାଖଲୁ ଆସିଲି ।ମୋ ପାଟି ରୁ ଆପେ ଆପେ ବାହାରି ଆସିଲା' ହେଲୋ ସେରିନ୍'।ତୁମେ ଝୁକି ରହିଥିବା ଆଖିର ପଲକ ଉଠାଇ ମୋ ଆଡ଼େ ଅନାଇଲ । ଓଃ ଇସ୍ , କି ଚାହାଣୀ, ତମର ସେଇ ଥରକ ର ଚାହାଣୀ  ପ୍ରେମତୀର ନେଇ ମୋ ହୃଦୟ କୁ ବାରମ୍ବାର ବିନ୍ଧି ଚାଲିଲା ।

(କ୍ରମଶଃ)


Rate this content
Log in

Similar oriya story from Romance