Snigdha Nayak

Drama Romance Tragedy

4.5  

Snigdha Nayak

Drama Romance Tragedy

ସେରିନ୍...୩

ସେରିନ୍...୩

8 mins
404



ଏ ତ ଥିଲା ମୋ ଜୀବନ ର ନିତିଦିନିଆ କଥା। ଫାଇନାଲ୍ ପରୀକ୍ଷା ପାଖେଇ ଆସୁଥାଏ । ମୋ ଧ୍ୟାନ ସମ୍ପୂର୍ଣ୍ଣ ରୂପେ ପାଠ ପଢାରେ କେଂଦ୍ରିତ ଥାଏ ,କାହିଁକି ନା ମତେ ତୁମକୁ ପାଇବାର ଥାଏ, ତୁମେ ହିଁ ତ ଥିଲ ମୋ ଲକ୍ଷ୍ୟ ।ଦୃଢ଼ ନିଷ୍ପତ୍ତି ନେଇ ସାରିଥିଲି ଯେ ତୁମ ସ୍ମୃତିରେ ବିତେଇ ଦେବି ଏଇ କିଛି ବର୍ଷ କିନ୍ତୁ ନିଜକୁ ଏ ଭଳି ଗଢିବି ଯେମିତି ସବୁ ଖୁସି ଦେଇପାରୁଥିବି ,ଟଙ୍କା ପଇସା, ସୁନା ଗହଣା, ଗାଡି ମୋଟର...ତୁମେ ଯାହା ଚାହିଁବ । ତୁମକୁ ସ୍ନେହ ଦେବାରେ ଓ ଯତ୍ନ ନେବାରେ ମଧ୍ୟ କିଛି ଉଣା କରିବିନି । ଏମିତି ମନରେ କେତେ କଣ ବିଚାର ନେଇ ଓ ଆଖିରେ ଦିନରାତି ତୁମ ନାଁ ର ସପନ ସଜେଇ ବଢ଼ି ଚାଲିଥାଏ ଆଗକୁ ...।

ତମେ ଜାଣ ସେରିନ୍ ,ସେ ଦିନ ଥାଏ ତମ ଜନ୍ମଦିନ ଆଉ ସେଦିନ ମୁଁ ତୁମକୁ ଖୁବ୍ ମିସ୍ କରୁଥାଏ, ତମକୁ ଦେଖିବାକୁ ପ୍ରବଳ ଇଚ୍ଛା ହେଉଥାଏ । ଭାବିଲି ସକାଳୁ ତମ ପାଇଁ ମନ୍ଦିର ଯିବି କିନ୍ତୁ ଫାଇନାଲ ଏକ୍ସଜାମ୍ ପାଖେଇ ଆସୁଥିବାରୁ ହଷ୍ଟେଲ ସୁପରି ଟେଣ୍ଡେନଟ୍ ଛାତ୍ରଙ୍କ ଉପରେ ବେଶି ନଜର ରଖୁଥାନ୍ତି ,

ବିନା କାରଣ ରେ ଓ ବିନା ଅନୁମତିରେ କେହି ବାହାରକୁ ଯାଇପାରୁ ନ ଥିଲେ । ତମ କୁ ନ ଦେଖିଲେ ବି ତମ ସେଇ ଖାଲି ବଙ୍ଗଳାକୁ ଦେଖି ବି ମନ କୁ କିଛି ଟା ମାତ୍ର ରେ ସାନ୍ତ୍ଵନା ମିଳେ। ବାର୍ଥ ଡେ' ଉଇସ୍ କରିବା ପାଇଁ ସେତେବେଳ କିଛି ମାଧ୍ୟମ ବି ତ ନ ଥିଲା ।

ପାଠପଢ଼ା ରେ ବ୍ୟସ୍ତତା ଯୋଗୁଁ ବହୁତ ଦିନ ହେଲା ତମ ବଙ୍ଗଳା ପଟେ ବି ଯାଇନି ,ସେଦିନ କେଜାଣି କାହିଁକି ଲାଗୁଥାଏ ତମେ ଆସିଛ ବୋଲି । କିନ୍ତୁ ହଷ୍ଟେଲ ସୁପରି ଟେନ୍ଡନ ଙ୍କ ଅନୁମତି ମିଳିଲାନି । ତମ ପାଇଁ ମନ୍ଦିର ବି ଯାଇ ପାରିଲିନି । ତମ ଓ ଭିତରେ

ଆସୁଥିବା ଛୋଟ ପ୍ରତିବନ୍ଧକ ଟିଏ ବି ମତେ ବରଦାସ୍ତ ହୁଏନି । ସୁପରି ଟେନ୍ଡ଼ନ୍ ଙ୍କ ଅନୁମତି ନ ପାଇ ରୁମ୍ କୁ ଫେରିଆସି ଚୁପ୍ ଚାପ୍ ବସିପଡ଼ିଲି ବେଡ୍ ଉପରେ ।

କିଛି ସମୟ ପରେ ଷ୍ଟଡ଼ି ଟେବଲ କୁ ଯାଇ ବହି ଖୋଲିଲି ହେଲେ ପଢି ପାରୁ ନ ଥାଏ । ଆଖିରୁ ଥପ୍ ଥପ୍ ହୋଇ ହୋଇ ଦି'ଟୋପା ଲୁହ ବହି ଉପରେ ଗଡିଗଲା । ନିଜକୁ ଖୁବ୍ ଏକୁଟିଆ ଅନୁଭବ

କରୁଥାଏ । ଚୁପ୍ ହୋଇ ଯାଇ ଖଟରେ ଗଡିଗଲି, ନାଁ କୁ, ଖାଲିଟାରେ ବହିଟି ଧରିଥାଏ। ଆଖି ତ ବହି ଉପରେ ଥାଏ ହେଲେ ପଢା ରେ ମନ ଲାଗୁ ନ ଥାଏ । ତୁମେ ସେଦିନ ଖୁବ୍ ମନେ ପଡୁଥାଅ ।

ପୂର୍ବ ବର୍ଷ କଥା ମୋର ମନେ ପଡିଯାଉଥାଏ ।ଠିକ ଆଜି ର ଦିନ, ତମେ କ୍ଲାସ ରେ ସମସ୍ତଙ୍କୁ ତମ ଜନ୍ମଦିନ ର କେକ୍ ବାଣ୍ଟି ଥିଲ । ସ୍ମିତ ହାସ୍ୟ ସହ ଗୋଟାଏ ଟୁକୁଡ଼ା ମୋ ହାତକୁ ମଧ୍ୟ ବଢ଼ାଇଥିଲ, ସେଦିନ ପ୍ରଥମ ଥର ପାଇ ମୁଁ ତମ ହାତ ର ସ୍ପର୍ଶ ପାଇଥିଲି । କେହି ଜଣେ ରୁମ୍ କବାଟ କୁ ନକ୍ କରିବାର ଶବ୍ଦ ଶୁଣାଗଲା । କିଏ ହେଇଥିବ ? ସମସ୍ତେ ତ କ୍ଲାସ୍ ଯାଇଥିବେ ? ବହିଟିକୁ ବନ୍ଦ କରି ଖଟ ଉପରେ ଥୋଇଦେଇ କବାଟ ଖୋଲିଲି । ସମ୍ମୁଖରେ ନିତିନ ଆଉ ଭଣଜା । ମୁ ପଚାରିଲି-" ଆରେ ନିତିନ, କଣ ହେଲା ? ଆଜି କ୍ଲାସ ଛାଡି ଆସିଗଲୁ ନା' କଣ ..? ଆଜି ତ ଚାରିଟା ଯାଏଁ କ୍ଲାସ ଥିଲା ନା..! " ନିତିନ ଆଉ ଭଣଜା ଦିହେଁ ଦିହିଁକି ଅନାଇଲେ ପ୍ରକୃତରେ ମୋର ସେଇ ରୁମ୍ ମେଟ୍ ଦି'ଜଣ ଝରକାରୁ ମତେ ଲକ୍ଷ୍ୟକରି ସାରିଥିଲେ।ତମପ୍ରତି ମୋ ଭାବନା କୁ ବି ସେମାନେ ଖୁବ୍ ଭଲଭାବେ ଜାଣିଥାନ୍ତି । କାଳେ ସେମାନେ aମୋ ଭିଜା ଭିଜା ଆଖି ଦେଖି ଜାଣିଦେବେ ସେ ଭୟରେ ମୁଁ ଷ୍ଟୁଡ଼ି ଟେବଲ ରେ ଆସି ବହି ଖୋଲି ବସିଗଲି । ସେମାନେ ପାଖକୁ ଆସି ମୋ ମୋ ପାଖରେ ଛିଡା ହେଲେ । ଆଉ ନିତିନ୍ ମୋ ପିଠିକୁ ଥାପୁଡ଼ାଇ , ଏପଟ ସେପଟ କଥା କହି ଭୁଲାଇବାକୁ ଚେଷ୍ଟା କରୁଥାଏ । ମୁଁ ଅନିଚ୍ଛା ସତ୍ୱେ ତାଙ୍କ କଥା ଶୁଣି ହସିବାର ଅଭିନୟ କରୁଥାଏ କିନ୍ତୁ ମୋ ଅଭିନୟ ବ୍ୟର୍ଥ ଯାଉଥାଏ। ଓଠ ର ହସ ହାରିଯାଏ ଆଖି ର କୋହଆଗରେ .....।

ନିତିନ ଜାଣିଶୁଣି ମତେ ପଚାରିଲା- "ଆରେ ପ୍ରିୟାନ୍ସ୍ ଆଜି କଣ ସେରିନ୍ ର' ବାର୍ଥ ଡେ'...??"ତାପରେ ନିତିନ ଆଉ ଭଣଜା ଜାଣିଶୁଣି ତମ କଥା ହେଉ ଥାଆନ୍ତି । ମୁଁ ତାଙ୍କ କଥାକୁ ଗୁରୁତ୍ୱ ନ ଦେଇ ଏଡାଇ ଦିଏ ।ନିତିନ ପାଖକୁ ଆସି ମୋ କାନ୍ଧରେ ହାତ ରଖି କହିଲା -"ଆରେ ତୋ ପାଇଁ ସରପ୍ରାଇଜ ଅଛି " ତା'ପରେ ଭଣଜା ସାଙ୍ଗରେ ଦିହେଁ ଇଶାରା କରି , ଜୋରରେ ହସିଲେ । ଭଣଜା ଅପେକ୍ଷା କର କହି, ଡାହାଣ ହାତରେ ଧରିଥିବା କପି ଦି'ଟିକୁ ଥୋଇଦେଲେ ଟେବଲ ଉପରେ ଆଉ କପି ଭିତରୁ କାଢ଼ିଲେ ଲିଫାଫା ଟିଏ ....କହୁଥାନ୍ତି ସର୍ପ୍ପ୍ରରାଇଜ ମାମୁଁ.. ସର୍ ପ୍ରାଇଜ ।

ମତେ ତ ଏମିତି ହିଁ ଭଲ ଲାଗୁ ନ ଥାଏ, ସେମାନଙ୍କ କଥାଶୁଣି ଆହୁରି ଚିଡ଼୍ ଚିଡ଼୍ ଲାଗୁଥାଏ , ଶୁଣି ବି ନ ଶୁଣିଲା ଭଳି ବହିଟିକୁ ଖୋଲି ବସିଥାଏ ,ପଢ଼ିବାର ଅଭିନୟ କରୁଥାଏ । ନିତିନ ଆଉ ଭଣଜା ପରସ୍ପର କୁ ଅନାଇ କିଛି ଇଙ୍ଗିତ କରୁଥାନ୍ତି । ସେଇଠୁ ନିତିନ, ଭଣଜା ହାତରୁ ଲିଫାଫା ଟିକୁ ଟାଣି ନେଇ ଭଣଜା ଙ୍କ

କାନ୍ଧରେ ହାତ ରଖି କହିଲା-"ଠିକ ଅଛି,ଆମେ ତ ତୋ ପାଇଁ ଗିଫ୍ଟ୍ ଆଣିଥିଲୁ, ନ ହେଲେ ନାଇ, ଥରେ ତ ଦେଖି ନେଇଥାନ୍ତୁ ।"

ମୁଁ ଚୁପ୍ ଚାପ୍ ସେମିତି ବହିକୁ ଅନାଇ ବସିଥାଏ, ସେମାନଙ୍କ ବାଜେ କଥାଗୁଡିକ ଶୁଣି ମତେ ବିରକ୍ତି ଲାଗୁଥାଏ । ଭଣଜା କହିଲେ-" ଆଛା ମାମୁଁ ତମେ ପଢୁଛ, ପଢ଼, ଆମେ ଆଉ ତମକୁ ଡିସ୍ଟବ୍ କରିବୁନି ।" ଚାଲ୍ ନିତିନ୍, କହି ଭଣଜା ଛୋଟ କାଗଜ ଭଳି

କିଛି ମୋ ବହି ଉପରେ ରଖିଦେଲେ, ମୁଁ କାଗଜ ଭାବି ତାକୁ ସାଇଡ୍ କରିବାକୁ ଯାଉଥିଲି ହେଲେ ସେଇ କାଗଜ ଖଣ୍ଡକ ଉପରେ ନଜର ପଡୁ ପଡୁ ହାତ ଅଟକିଗଲା ଆଉ ଆଖି ର ପଲକ ବି ପଡ଼ିଲାନି, ମୁଖରେ ଫୁଟି ଉଠିଲା ଖୁସି ର ଜୁଆର ଠିକ୍ ସେମିତି

 ପ୍ରଚଣ୍ଡ ଗ୍ରୀଷ୍ମ ପରେ ଯେମିତି ପ୍ରଥମ ଆଷାଢ଼ ର ଆଗମନ ର ଆଭାସ ରେ ଶିଖି....।" ଜାଣ ସେରିନ୍..., ସେ କାଗଜ ଖଣ୍ଡକ କଣ ଥିଲା ?" ସେ ଯେ ଖାଲି କାଗଜ ଖଣ୍ଡିଏ ନ ଥିଲା, ସେ ତ ମୋ ଜୀବନ..., ମୋ ହୃଦୟ ର ସ୍ପନ୍ଦନ..., ମୋ ବଞ୍ଚିବାର

ଲକ୍ଷ୍ୟ ସବୁକିଛି, ତମ ପାସ୍ପୋର୍ଟ ସାଇଜ୍ ର ଏକ ବ୍ଲାକ ଏଣ୍ଡ ହ୍ୟାଇଟ୍ ଫଟୋ । ମୁଁ ସେମାନଙ୍କୁ ଥେନ୍କସ୍ କହିବା ପାଇଁ ପଛକୁ ଅନାଇଲି, ସେ ଦି ଜଣ ରୁମ୍ ରୁ ତ ବାହାରି ଯାଇଥାନ୍ତି ହେଲେ ରୁମ୍ ବାହାରୁ ଏକ ଲୟରେ ଝରକା ରୁ ମତେ ଅନାଇଥାନ୍ତି, ନିତିନ୍ କମେଣ୍ଟ୍ କରି ଭଣଜା ଙ୍କୁ କହିଲା-"ଆରେ କହିଦେ ତୋ ମାମୁଁ କୁ,ତୋ ମାଇଁ ପାଖକୁ ବିଲ୍ ପଠେଇଦେଉଛି, ଶହେ ଟଙ୍କା ଖର୍ଚ୍ଚ କରି ଆଉ କେତେ ତେଲ ମାଲିସ୍ ପରେ ଯାଇ ଅଫିସ ରୁମ୍ ର ଏପ୍ଲିକେସନ୍ ଫର୍ମ ରୁ ମିଳିଛି । ସମୟ ଆସୁ

ପ୍ରିୟାନ୍ସ ତମ ଦି 'ଜଣ ଙ୍କ ଠୁ ସୁଧ ସହ ଅସୁଲ୍ କରିବି ।"


ସତରେ ସେରିନ୍ ତମ ଜନ୍ମଦିନରେ, ସେମାନଙ୍କ ଏହି ଗିଫ୍ଟ୍ ଟି ମୋ ମନ ଓ ହୃଦୟ କୁ ପ୍ରଫୁଲ୍ଲିତ କରିଦେଇଥିଲା । ତମେ ଗଲା ପରେ ପାଷାଣ ହୋଇଯାଇଥିବା ଶରୀର ରେ ସେଦିନ ପୁନଃ ନୂତନ

ଜୀବନ ର ସଂଚାର ହୋଇଥିଲା । ମତେ ଲାଗୁଥାଏ ତାହା ଫଟୋ ନୁହଁ ବରଂ ସ୍ୱୟଂ ତୁମେ ମୋ ସାମ୍ନାରେ ଅଛ । ମୁଁ ସେମିତି ଅନାଇ ରହିଥାଏ ତୁମକୁ, ଲାଗୁଥାଏ ତୁମେ ପଲକ ଝୁକାଇ ଅଳପ ହସି କିଛି କହିବ।ତମର ଫଟୋ ଟି ପାଇ ଲାଗୁଥାଏ, ସତେ ଯେମିତି ମୁଁ

ତୁମକୁ ପାଇଯାଇଛି ସେରିନ୍ । ଫଟୋ ଟିକୁ ମୋ ପର୍ସ ଭିତରେ ରଖିଥାଏ, ଯେବେ କେବେ ବି ତୁମକୁ ମିସ୍ କରେ ଫଟୋ ଟିକୁ ଦେଖେ, କାଳେ ସାଙ୍ଗମାନେ ଦେଖିଲେ କମେଣ୍ଟ୍ କରିବେ ବୋଲି, ରୁମ୍ ରେ କେହି ନ ଥିବା ସମୟରେ ରୁମ୍ ରେ ବସି ତମ ଫଟୋ ଟିକୁ ସାମ୍ନାରେ ରଖି ମୋର ସମସ୍ତ ଫିଲିଙ୍ଗସ୍ ସେୟାର୍

କରେ । ଯଦି ରୁମ୍ ଖାଲି ନ ଥାଏ ମାନେ ରୁମ୍ ରେ ଯଦି କେହି ଉପସ୍ଥିତ ଥାଆନ୍ତି, ତେବେ ରୁମ୍ ରେ ନ ରହି ନଦୀକୂଳକୁ ପଳାଏ ।

ସେଠି ବସି ନିରୋଳା ରେ ତୁମ ସହ ଖୁବ୍ ଆଳାପ କରେ । ଧୀରେ ଧୀରେ ଘଣ୍ଟା ଘଣ୍ଟା ଧରି ତୁମ ସହ....ମାନେ, ତୁମ ଫଟୋ ସହ କଥାହୁଏ । ଦିନେ କାହିଁକି କେଜାଣି ପାହାନ୍ତିଆ ରୁ ତୁମ କଥା ଭାରି

ମନେ ପଡ଼ିଲା । ଉଠିପଡ଼ି ଖଟରେ ବସିପଡ଼ିଲି,ଭାବିଲି ଫଟୋଟିକୁ କାଢି ଦେଖିବି ହେଲେ ସେ ଦି'ଜଣ ରୁମ୍ ରେ ଶୋଇଥିଲେ, ମୁଁ ଚୁପ୍ କିନା ରୁମ୍ ରୁ ବାହାରି ଚାଲିଗଲି ଉପର ମହଲା ର ଛାତକୁ, ଫଟୋ ଟିକୁ ଦେଖିଲେ କାଳେ ଭଲ ଲାଗିବ ସେଇ ଆଶାନେଇ ।

ହେଲେ ସେଦିନ ମୁଁ ତୁମକୁ ଏତେ ମାତ୍ରାରେ ଝୁରୁଥିଲି ଯେ ତମ ଫଟୋ ବି ମତେ ସାହାର୍ଯ୍ୟ କରି ପାରୁନ ଥାଏ । ମନ ଓ ହୃଦୟ ଛଟପଟ ହେଉଥାନ୍ତି ତୁମ ପାଇଁ । ତମେ କେଉଁଠି ଅଛ ସେରିନ୍...?

ଆଇ ମିସ୍ ୟୁ...., ହୃଦୟ ର କୋହ କୁ ଚାପି ପାରୁ ନ ଥାଏ ।

ଯେତେ ରୋକିବାକୁ ଚେଷ୍ଟା କରେ ଅସଫଳ ହୁଏ, ଶେଷରେ ଶ୍ରାବଣ ର ମୁଷଳ ବାରିଧାରା ପରି ଅନର୍ଗଳ ଲୁହ ବୁହାଇ ଚାଲୁଥାଏ । ଛାତରୁ କଲେଜ୍ କେମ୍ପସ୍ ଦେଖାଯାଉଥାଏ, ଯେବେ ସେଇଠୁ କେମ୍ପସ୍ କୁ ଅନାଏ ଲାଗେ,ଏବେ ତମେ ଏଇ ରାସ୍ତା ଦେଇ କେମ୍ପସ୍

କୁ ଏଣ୍ଟର କରିବ, ସମୟ ଗଡିଚାଲେ ହେଲେ ତମର ଦେଖା ଦର୍ଶନ ମିଳେନି । ବହୁ ସମୟ ପରେ ନିଜକୁ ସମ୍ଭାଳି ଆଖିରୁ ଲୁହାପୋଛି ରୁମ୍ କୁ ଯିବାପାଇଁ ପଛକୁ ମୋଡିଲା ବେଳକୁ ସାମ୍ନାରେ ସେ ଦି'ଜଣ, କେତେବେଳୁ ଆସି ଛାତ ଉପରେ ମୋ ପଛରେ ଛିଡା ହୋଇଥିଲେ,

ମୁଁ ତମକୁ ନେଇ ଏତେ ମଗ୍ନ ଥିଲି ଯେ କିଛି ଜାଣିପାରିଲିନି । ହାତରେ ଧରିଥିବା ଫଟଟିକୁ ଲୁଚାଇବାକୁ ଚେଷ୍ଟା କରୁଥାଏ । ବହୁ କଷ୍ଟରେ ସେମାନଙ୍କୁ ଦେଖି ନିଜକୁ ସମ୍ଭାଳି ହସି ପଚାରିଲି-"ଆରେ ତମେ ଦି'ଜଣ ଏଠି .....?" ସେମାନେ ନିର୍ବାକ,କିନ୍ତୁ ତାଙ୍କ ଆଖିପତା ବି ଓଦା ହେଇଥିବାର ମୁଁ ଲକ୍ଷ୍ୟ କରିସାରିଥାଏ, ମୁଁ କିନ୍ତୁ କିଛି ନ କହି

ଚୁପ୍ ହେଇଗଲି,ସେ ଦିହେଁ ମୋ ପାଖକୁ ଆସି ମତେ କୁଣ୍ଢାଇ କହିଲେ -"ପ୍ରିୟାନ୍ସ ତୁ ସେରିନ୍ କୁ ଖୁବ୍ ଭଲ ପାଉନା ।" ତମ ନାଁ, ଶୁଣି ଏଥର ମୁଁ ଆଉ ସମ୍ଭାଳି ନ ପାରି କାନ୍ଦିବା ଆରମ୍ଭକଲି, ସେମାନେ ମତେ ବୁଝାଉଥାନ୍ତି, ମୋ ଆଖି ର ଲୁହ ଯେତିକି ପୋଛୁଥାନ୍ତି ସେତିକି ମାତ୍ରାରେ ଗଡୁଥାଏ । ଅଜାଣତରେ ବାହାରିପଡ଼ିଲା "ମୁଁ ସେରିନ୍ ବିନା ବଞ୍ଚି ପାରିବିନି" । ମୋର ଏ ଅସହାୟ ଅବସ୍ଥା ଦେଖି ସେଦିନ ସେ ଦି'ଜଣ ବି ଭାଙ୍ଗିପଡିଲେ । ସେମାନେ ବାରମ୍ବାର କହୁଥାନ୍ତି- "ସେରିନ୍ ତ ତତେ ଛାଡି ଯାଇନି,

ତୋ ମନକଥା ତା'ପାଖରେ ପହଂଚିବା ଦରକାର ।" ମୁଁ ନିଜେ ବି ନିଜକୁ ଅନେକ ବାର ବୁଝାଏ ଯେ- ସେରିନ୍ ତ ମୋ ଠୁ ଦୁରେଇ ଯାଇନି, ତାର ବା କି ଦୋଷ ,ସେ ତ ଏ ବିଷୟ ରେ ସମ୍ପୂର୍ଣ୍ଣ ଅଜଣା । ସେ କି ଜାଣେ,ତା ' ପାଇଁ କେହି ଏଠି ପାଗଳ ହୋଇ ତାକୁ ପାଇବା

ନିଶାରେ ଆଗକୁ ବଢିଚାଲୁଛି । କେବେ ହତାଶ ହୋଇ ଭାଙ୍ଗିପଡ଼େ ତ କେବେ ମନରେ ଆଶା ନେଇ ଆଗକୁ ଦ୍ରୁତ ଗତିରେ ବଢିଚାଲେ ।

ମୁଁ ବି ତ ଜାଣି ପାରୁନଥାଏ, ତମେ କଣ କରୁଛ ? କେଉଁଠି ଅଛ ? ତମ ହୃଦୟ ରେ କେହି ଘର କରିଛି ନା ନାଇଁ, କିଛି ଜଣା ନ ଥାଏ ମତେ ତଥାପି "ତୁମେ ମୋର" ସେଇ ବିଶ୍ବାସ ରେ ଆଗକୁ ବଢ଼ି ଚାଲିଥାଏ । କୌଣସି ମତେ ନିଜକୁ ବୁଝାଇ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥାଏ । ବେଳେ ବେଳେ ତମକୁ ନେଇ ଅନେକ କିଛି ଭାବିନିଏ ।ଭବିଷ୍ୟତ ରେ କିଭଳି ତୁମକୁ ରଖିବି କିଭଳି ହେବ ଆମ ସ୍ଵପ୍ନ ର ସଂସାର......"ତମେ ଯେତିକି କୋମଳ ହେଇ ବଢ଼ିଛ, ତାଠୁ ବେଶି

ଯତ୍ନ ର ସହ ଆହୁରି କୋମଳ କରି ରଖିବି ଠିକ୍ କାଚ କଣ୍ଢେଇ ପରି । ତୁମେ ତ ମୋ ପାଇଁ ଖଣ୍ଡିଏ ଅମୂଲ୍ୟ ହୀରା ତୁଲ୍ୟ । ମୋ ଭଲ ପାଇବାରେ କେବଳ ଜଣେ ପ୍ରେମିକ ର ପ୍ରେମ ନିଶା ନ ଥିଲା ବରଂ ଥିଲା ଗୋଟାଏ ଅଭିଭାବକ ର ତା' ସନ୍ତାନ ପ୍ରତି ଥିବା ସ୍ନେହ ଭଳି

ସ୍ନେହ ଶ୍ରଦ୍ଧ । ଗୋଟାଏ ବନ୍ଧୁର ଆଉ ଗୋଟେ ବନ୍ଧୁ ପ୍ରତି ଥିବା ଆନ୍ତରିକତା, ଗୁରୁ, ଶିଷ୍ୟ ଙ୍କ ଭିତରେ ଥିବା ସମ୍ମାନ.... ଏମିତି ବହୁତ କିଛି" । ଫୁଲ ଟିଏ ପରି ରଖିବି, କାଚ କଣ୍ଢେଇ ଭଳି ଯତ୍ନ ନେଇ ଅତି

ଆଦର ର ସହ ରଖିବି ତୁମକୁ ସେରିନ୍ । ସତରେ ସେରିନ୍ ତମେ ମୋ ପାଇଁ କଣ ଥିଲ ତମେ ବୁଝିପାରିବନି ।

କାହାକୁ ଯଦି ଅପସରା କୁହାଯିବ ତାହେଲେ ସେ 'ତୁମେ' , ସଂସାରରେ କେହି ଯଦି ଲାବଣ୍ୟବତୀ ଥିବ ସେ ହେଉଛ ତୁମେ , ତୁମେ ହିଁ ଶ୍ରେଷ୍ଠ ରୂପ ଲାବଣ୍ୟ ଭରା ମୋ ଷୋଡ଼ସି ମୋ ରୂପେଶୀ ,ଯିଏ ପ୍ରତି ମୁହୂର୍ତ୍ତେ ମତେ ଆକର୍ଷିତ କରି ଚାଲିଥିଲା କେବେ ପ୍ରେମିକା ହୋଇ ତ କେବେ ମୋହିନୀ ହୋଇ .....। ସମସ୍ତ ଙ୍କ ନଜର ରୁ ଦୁରେଇ ଏକ ସ୍ବପ୍ନ ନଗରୀ ଗଢ଼ି ରଖିଦିଏ

କ୍ଷଣିକ ପାଇଁ ମୋ ରୂପେଶୀ କୁ । ହଜାଇ ଦିଏ ନିଜକୁ ତୁମ ସହ ସେଇ ସ୍ବପ୍ନ ର ଇଂଦ୍ରଲୋକ ରେ । ଅନୁଭବ କରେ ମୋ ବଦନ ତୁମ ବଦନ ର ସ୍ପର୍ଶ କୁ, ଖେଳିଯାଏ ଏକ ଉତ୍ତେଜନା ବିଜୁଳି ବେଗରେ ସମଗ୍ର ଶରୀର ରେ । ଆଖିଆଗରେ ନାଚିଯାଏ ଫୁଲରେ ଭରା ସେଇ ମଧୁ ଚନ୍ଦ୍ରିକା ରାତି ର ଦୃଶ୍ୟ .....,ଅଚଳ ଓ ନିର୍ବାକ ହୋଇ ପଡି ରହିଯାଏ ସେଇ ସପନ ଶଯ୍ୟାରେ ଏ ଶରୀର ।

ମନେପଡ଼..... ନାଚିଉଠେ ମାନସ ପଟ୍ଟରେ ଗୋଟାଏ ପରେ ଗୋଟାଏ ତୁମର ପ୍ରତି ଟି ଅଙ୍ଗ ପ୍ରତ୍ୟଙ୍ଗ ।ଜାଣ ଅଜାଣତରେ ମୋ ଅଙ୍ଗୁଷ୍ଠ ସ୍ପର୍ଶ କରିଦିଏ ତୁମର ସେଇ ମଖମଲ ଗାଲକୁ, ଆଖିପତା ନ ପକାଇ ଏକ ଦୃଷ୍ଟିରେ ଦେଖୁଥିବା ଚକ୍ଷୁ ହଠାତ ଲାଜକୁଳି ଲତାପରି ଲଜେଇ ଯାଇ ବନ୍ଦ ହେଇଯାଏ, ଆଖିପତା ଠିକ୍ ଲାଜକୁଳି

ଲତା ର ପତ୍ରଭଳି, କ୍ଷଣିକ ପରେ ଯେବେ ଧୀରେ ଧୀରେ

ଆଖିପତା ଉପରକୁ ଉଠେ, ଶୁଭ୍ର ଧବଳ ମୁଖ ଟି ରଙ୍ଗି ଯାଇଥାଏ ଫିକା ଗୋଲାପି ରଙ୍ଗରେ ।ନାଲି ତକ୍ ତକ୍ ଓଠ ଟି ଦେଖା ଯାଉଥାଏ ଠିକ୍ ନାଲି ସଜ ଗୋଲାପ ର କଢ଼ି ଭଳି, ଫୁଟି ଉଠେ ଅଳ୍ପକେ...ସତେ ଯେମିତି ନାଲି ଗୋଲାପ କାଢ଼ି ଟି ପାଖୁଡା ମେଲାଇ ଧୀରେ ଧୀରେ ଫୁଟିବା ଆରମ୍ଭ କରୁଛି..........।

କଳା ମଚ୍ ମଚ୍ କେଶଗୁଛ କୁ ଟାଣି ପାଖକୁ ନେଇ ଆସେ ଯେବେ ଠିକ୍ କଳା ବାଦଲ ଭଳି ଢାଙ୍କିଦେଇ ମତେ ଅଦିନିଆ ବର୍ଷା ଭଳି ଭିଜାଇ ଦିଏ , ମୋତି ଭଳିଆ ନାଭିକୁ ସ୍ପର୍ଶ କରି ନିକଟତର ହୋଇ ଦୁଇ ବହୁଯୁଗଳ ଭିତରେ ବାନ୍ଧିରଖେ ଯେବେ,ସେଜରେ ପଡିଥିବା ଫୁଲ ଗୁଡିକୁ ତୁମେ ତୁମ ହସ୍ତପଦ୍ମରେ ଦଳି ସାରିଥାଅ ।

ବିଜୁଳି ଆଘାତରେ ବଣ ରେ ଲାଗିଥିବା ଅଗ୍ନି ଭଳି କ୍ଷଣିକର ସ୍ପର୍ଶ ର ଅନୁଭବରେ, ମୋ ବଦନେ ଖେଳିଯାଉଥାଏ ବାରମ୍ବାର ବିଜୁଳି ବେଗରେ ଅଗ୍ନି ନାମକ ଶିହିରଣ , ସେ ଶିହିରଣ କୁ ଶୀତଳ କରିବାକୁ ଯାଇ ଆହୁରି ନିକଟତର ହେବାକୁ ଚେଷ୍ଟା କରେ ସେବେ

ତୁମ ସ୍ପର୍ଶ ଅନୁଭବ ର ବର୍ଷା ମତେ ଭିଜାଇ ସାରିଥାଏ ।ଶିହିରଣ ନାମକ ଅଗ୍ନି ଶୀତଳ ତ ହୋଇଯାଏ କିନ୍ତୁ ଯେତେବେଳେ ବାସ୍ତବ କୁ ଆସେ ସପନ ନଗରୀରୁ, ତୁମକୁ ପାଇବାର ଇଚ୍ଛା ଆହୁରି ବଢିଯାଏ 

ଯଦିଓ ମୁଁ ତୁମ ସହ ଥରୁଟିଏ ବି ବାର୍ତ୍ତାଲାପ କରି ନଥିଲି ତଥାପି ମୋ ମନ ଓ ହୃଦୟ ରେ ମୋ ସ୍ତ୍ରୀ ହୋଇ ସର୍ବଦା ତୁମେ ବାସ କରୁଥିଲ । ପ୍ରତିଟି ମୁହୂର୍ତ୍ତରେ ତୁମ ସ୍ଥିତି ମୁଁ ଅନୁଭବ କରେ । ତୁମ ଶରୀର ସିନା ମୋ ଶରୀର ଠୁ ଦୂରରେ ହେଲେ ଆତ୍ମା ଯେମିତି ଗୋଟାଏ ..,ତୁମ ଇଛା,ଆକାଂକ୍ଷା ରୁ ସମ୍ପୂର୍ଣ ରୂପେ ଅଜଣା ତଥାପି କାହିଁକି କେଜାଣି ଯେମିତି ଜନ୍ମ ଜନ୍ମାନ୍ତର ସାଥି ଆମେ ଦୁହେଁ, ଏହି ଫିଲିଙ୍ଗସ୍ କୁ ନେଇ ଦିନ ଗଡେଇଚାଲେ । ଏମିତି ସପନ ରାଇଜ ରେ ନିଜକୁ ଭସାଇ ତ ସାରା ଜୀବନ କାଟିବା ଅସମ୍ଭବ । ତୁମକୁ ମୋ ପାଖକୁ ଆସିବାକୁ ହେବ,ଖାଲି ମନ ଭିତରେ ନୁହଁ, ସମାଜ ସମ୍ମୁଖ ରେ ତ ମତେ ଏହି ସମ୍ପର୍କ କୁ ନାଁ ଦେବାକୁ ପଡିବ । ତୁମକୁ ମୋ ଜୀବନ ର ଲକ୍ଷ୍ୟ ମନେକରି ଅଗ୍ରସର ହୁଏ, ଏକ ଦୃଢ଼ ବିଶ୍ୱାସ

ଓ ଜିତିଯିବାର ଆଶା ନେଇ..।


(କ୍ରମଶଃ)



Rate this content
Log in

Similar oriya story from Drama