Snigdha Nayak

Tragedy Crime Others

3  

Snigdha Nayak

Tragedy Crime Others

ଇଶ୍ଵର ଙ୍କ ନ୍ୟାୟ

ଇଶ୍ଵର ଙ୍କ ନ୍ୟାୟ

3 mins
152


(ତିନି ତିନିଟା ରେଳଗାଡ଼ି ଏକାବେଳେ ଧକ୍କା ଖାଇ ଲାଇନ୍ ଚ୍ୟୁତ

ହେଇ ଖସି ପଡ଼ିଲେ ।ଯାହାର ପରିଣାମ ରେ ବହିଗଲା ରକ୍ତ ର

ସୁଅ ।ଆହାତ, ଅର୍ଦ୍ଧ ମୃତ ଯାତ୍ରୀଙ୍କ କରୁଣ ଚିତ୍କାର ...,ଆଉ ଠିଆ ହେଲା ଶବ ର ପାହାଡ ଟିଏ ।ଅନେକ ଙ୍କ ପାଇଁ ଯୋଉଠି

ଦୁର୍ଭାଗ୍ୟ ଥିଲା ସେଇଠି କିଛି ଲୋକ ନିଜ ଭାଗ୍ୟ ଅଣ୍ଡାଳୁଥିଲେ ।....)

ଆରେ ,ୟେ କୋଉଠୁ ଚିନୁ ର ଶବ ଯେ !ଆରେ .. ଶୁଣ, କାହା ଶବ କୁ ତମେ ଚିନୁ ର ଶବ ବୋଲି ଚିହ୍ନଟ କରି ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଇ ପଡ଼ିଲଣି ଯେ ? କି ଲୋକ ମ..,

କିଛି ଶୁଣୁ ନାହାନ୍ତି , ମୁଣ୍ଡ ପାଗଳା ହେଲାଣି ନା କଣ ଯେ..?

ଭାଇ, ଭାଉଜ ଙ୍କ ଶବ ଦେଖି ବୋଧେ ଧିରେନ୍ ପଥର ପାଲଟି

ଯାଇଛନ୍ତି କି ? ଏମିତି ନିର୍ଜୀବ ଭଳିଆ କାହିଁକି ଛିଡା ହେଇ ରହିଛନ୍ତି ,ତାଙ୍କର କିଛି ହେଇ ଯାଇ ନି ତ..? ଇତଃସ୍ତତ ହୋଇ

ପଡିଲାଣି ଦେବଯାନୀ । ଦେବଯାନୀ ପୁଣି କହିଲା " ଭାଇ, ଭାଉଜ ଙ୍କ ଶବ ତ ଠିକ୍ ଚିହ୍ନଟ ହେଇଛି କିନ୍ତୁ ଏ ଚିନୁ ର ଶବ ନୁହଁ, ସମୟ ନଷ୍ଟ କରନି ଚାଲ ଚିନୁ ର ଖବର ନେବା,ମୋ ମନ

କହୁଛି ଚିନୁ ଠିକ୍ ଅଛି , ତା ' ର କିଛି ବି ଅସୁବିଧା ହେଇ ନ ଥିବ । ଶବ ରଖା ଯାଇଥିବା ରୁମ୍ ରେ ଧୀରେନ୍ ନିସ୍ତବ୍ଧ ହୋଇ ଛିଡା ହୋଇଥାନ୍ତି ମନେ ହେଉଥାଏ ଯେମିତି ସେ ଦୁଃଖରେ ମ୍ରିୟମାଣ ହୋଇ ପଥର ପାଲଟି ଯାଇଛନ୍ତି । ଦେବଯାନୀ ପାଖକୁ ଯାଇ ତାଙ୍କ ହାତକୁ ହଲାଇ ପୁଣି ନିଜ କଥା ଗୁଡ଼ିକୁ ପୁନରାବୃତ୍ତି କଲା ତଥାପି ଧିରେନ୍ ଚୁପ୍ ।ଦେବଯାନୀ ଶାଶୁ ଙ୍କୁ ଫୋନ୍ ଲଗାଇ ସବୁ ଜଣାଇବା ଆରମ୍ଭ କଲା । ତତ୍ କ୍ଷଣି ଧୀରେନ୍ ତାଙ୍କ ହାତରୁ ଫୋନ୍ ଛଡ଼ାଇ ନେଇ' ଢୋ ' କରି

ଚଟକଣା ଟେ ଦେବଯାନୀ ଗାଲରେ ବସାଇଦେଲେ ।ତଥାପି

ଦେବଯାନୀ କିଛି ବୁଝି ପାରିଲାନି ।

ସେ ଚୁପ୍ ଚାପ୍ ହୋଇ ଧୀରେନ୍ ପାଖରେ ଛିଡା ହେଇଥାଏ ।

ଧୀରେନ୍ କହୁଥାନ୍ତି ଜାଣିଛ ଓଡ଼ିଶା ସରକାର ମୃତକ ଙ୍କ ପରିବାର କୁ ଦେବେ ଏତିକି..ୱେଷ୍ଟ ବେଙ୍ଗଲ ସରକାର ଦେବେ ଏତିକି.. ତାମିଲ୍ ନାଡୁ ସରକାର ଦେବେ ଏତିକି... ଏନ୍ସୁରାଂଶ କମ୍ପାନୀ ଦେବ, ଏତିକି...., ପୁଅକୁ ଡୋନେସନ୍ ଦେଇ ମେଡିକାଲ ପଢାଇବା ସ୍ବପ୍ନ ମୋର ସାକାର ହେଲା ।ଭଗବାନ ଙ୍କ ଦୟାରୁ ଭାଇ ର ବେଙ୍ଗୋଲୋର୍ ରେ ଥିବା ଫ୍ଲାଟ୍ ଟି ବି ଆମର ।ଦେଖିଲ ଦେବଯାନୀ ଏମାନେ ଜମିଭାଗ ନେବା ପାଇଁ

ଆସିଥିଲେ ହେଲେ , ।ଦାନା ଦାନା ରେ ପରା ଲେଖା ଖାଇବା ଲୋକ ର ନାଆଁ ।ସବୁ ଇଶ୍ଵର ଙ୍କ ଇଚ୍ଛା ।

ଦେବଯାନୀ - " ଆଉ ଚିନ୍...... ନୁ..., ଚିନୁ...!

"କହିଲି ପରା ସିଏ ମରି ସାରିଛି , ତା ' ଶବ ଚିହ୍ନଟ ହେଇ ସାରିଛି ।ବିରକ୍ତି ହୋଇ ଧୀରେନ୍ ଉତ୍ତର ଦେଲେ ।"

ତାଙ୍କ ମୁହଁରେ ଏକ ଭିନ୍ନ ପ୍ରକାର ର ପ୍ରସନ୍ନତା ଥିଲା ।

ଦେବଯାନୀ ବର୍ତ୍ତମାନ ବୁଝି ପାରୁଥିଲେ ଅନ୍ୟ ର ଶବ କୁ ଚିନୁ

ର ଶବ ବୋଲି ଚିହ୍ନଟ କରିଥିବାର ମିଛ ପଛର ସତ। କ'ଣ

ଏଇ ଶବ ର ମିଛ ଚିହ୍ନଟ ରେ ତାଙ୍କ ପାଞ୍ଚ ବର୍ଷ ର ପୁଅ ମୋହନ

ର ଭବିଷତ ଗଢା ହେବ !

ଦେବଯାନୀ ଭୟାତୁର ହେଇ ପଡୁଥାଏ ।ହଠାତ୍ ଦେବଯାନୀ ଚମକି ଉଠି ପାଟିକଲା ," ମୋହନ କାଇଁ....ମୋହନ...,ଏଇଠି ତ ଥିଲା ।"

ଧିରେନ୍ ଦଉଡ଼ି ଯାଇ ଚାରିଆଡ଼େ ଖୋଜିଲେ । ହଠାତ୍ ଧୀରେନ୍

ଙ୍କ ମୁଣ୍ଡରେ କଣ ଆସିଲା କେଜାଣି, କିଛି ଘଣ୍ଟା ପୂର୍ବରୁ ଘଟିଥିବା

ଦୁର୍ଘଟଣା ର ଅଳ୍ପ ଦୂରରେ ଥିବା କୂଅ ପାଖକୁ ଦୌଡ଼ିଲେ।ପୁତୁରା ଚିନୁ ର ଶବ ସହ ପୁଅ ମୋହନ ର ଶବ ଭାସୁଛି ।ବାରମ୍ବାର ଗୋଟାଏ ଦୃଶ୍ୟ ତାଙ୍କ ଆଖି ଆଗରେ ପୁନରାବୃତ୍ତି ହେଉଥାଏ । ହଁ, ସେଇ ଦୃଶ୍ୟ... ଯେତେବେଳେ ସେ ଚିନୁ କୁ

କୂଅ ରେ ଫୋଫାଡୁ ଥିଲେ ଆଉ ମୋହନ କହୁଥିଲା -

"ବାବା ..ବାବା ଦେଖ ଚିନୁ ଭାଇ ନିଃଶ୍ୱାସ ନେଉଛନ୍ତି।

ସିଏ ଅଳ୍ପ ଅଳ୍ପ ଓଠ ହଲାଇ କିଛି କହିବାକୁ ଚେଷ୍ଟା କରୁଛନ୍ତି ।

ବାବା ତମେ ତାଙ୍କୁ କୂଅ ପାଖ କୁ କଣ ପାଇଁ ନେଉଛ ? କଣ ସେ ପିଇବା ପାଇଁ ପାଣି ମାଗୁଛନ୍ତି କି?"

ଧୀରେନ୍ ପାଗଳ ଭଳି ଛାଟିପିଟି ହୋଇ ମୁଣ୍ଡ ବାଡେଇବାକୁ ଲାଗିଲେ ।ପାଖ ଗଛମୂଳେ ବସିଥିବା ପାଗଳ ଭିକାରୀ ଟି

ଗଛମୂଳ ରୁ ଉଠିଆସି କୂଅ ଭିତର କୁ ଝାଙ୍କିଲା ତା ' ପରେ

ଧୀରେନ୍ ପାଖକୁ ଆସି ଧିର ସ୍ୱର ରେ କହିଲା _ ବାବୁ , ଏ ଦୁର୍ଘଟଣା ଗ୍ରସ୍ତ ଟ୍ରେନ୍ ଖାତାରେ ଏଇ ଛୁଆ ଟା ର ନାଆଁ ବି ଦର୍ଜ୍ କରିନିଅ , ଆଉ ପଚିଶ ଲକ୍ଷ ଅଧିକ ମିଳିବ ।"

କୂଅ ଚାରିପଟେ ଘୁରିବୁଲି, ପୁଣି ସେଇ କଥା କୁ ଉଚ୍ଚ ସ୍ୱର ରେ ଦୋହରାଇ ପାଗଳ ଟା ହସିବାକୁ ଲାଗିଲା ।ସେତିକି ବେଳକୁ

ଦେବଯାନୀ ସେଇଠି ପହଞ୍ଚି ସାରିଥାଏ । ଏ ସବୁ ଦେଖି ସେ

ଅବାକ୍ ହେଇ ଗଲା । ମୋହନ ପାଇଁ ଧରିଥିବା ପାଣି

ବୋତଲ ଓ ଖାଦ୍ୟ ହାତ ରୁ ଖସି ପଡ଼ିଲା ଆଉ ଦି ' ହାତ ଦି ' ଜଙ୍ଘ ପାଖରେ ଝୁଲି ରହିଲେ ।ଆଉ ସେ ଖଣ୍ଡେ ଜୀବିତ ଶିଳାଖଣ୍ଡ ହୋଇ ପଡ଼ି ରହିଲା ।

ଧୀରେନ୍ ଲଗାତାର ମୁଣ୍ଡବାଡେଇ ଛାଟିପିଟି ହୋଇ ରୋଦନ କରୁଥାନ୍ତି ।ଦେବଯାନୀ ଙ୍କୁ ଅନାଇ ଆହୁରି ଜୋରରେ ଭୋ ' ଭୋ ' ହୋଇ କାନ୍ଦିବାକୁ ଲାଗିଲେ । ଏସବୁ କଣ ଘଟି ଗଲା ବୋଲି ତାଙ୍କ ଅଶ୍ରୁଳ ନୟନ ଦେବଯାନୀ ଙ୍କୁ ପଚାରିଲା ।

ଦେବଯାନୀ ନାମକ ସେ ଶିଳାଖଣ୍ଡ ଭିତରୁ ରୁକ୍ଷ ସ୍ୱର ରେ ପଦିଏ କଥା ଶେଷ ଥର ପାଇଁ ଶେଷ ଶ୍ଵାସ ସହ ବାହାରିଲା " ଇଶ୍ଵର ଙ୍କ ନ୍ୟାୟ ।"

(ସମାପ୍ତ)


Rate this content
Log in

Similar oriya story from Tragedy