Snigdha Nayak

Drama Romance Tragedy

4  

Snigdha Nayak

Drama Romance Tragedy

ସେରିନ୍....୪

ସେରିନ୍....୪

9 mins
320


ଫାଇନାଲ୍ ଏକ୍ଜାମ୍ ଶେଷ ହୋଇଯାଇଥାଏ ଏବଂ ସେଦିନ ଥାଏ ହଷ୍ଟେଲ ରେ ଶେଷଦିନ ।ରାତିରେ ଗୋଟାଏ ଛୋଟ ଗେଟ୍ ଟୁଗେଦର୍ ଥାଏ । ସମସ୍ତ ଙ୍କ ଅନୁଭୂତି କୁ ନେଇ ଚର୍ଚ୍ଚା ଚାଲିଥାଏ । ସମସ୍ତେ ନିଜ ନିଜ ସ୍ଲାମ୍ ବୁକ୍ ରେ ବନ୍ଧୁ ମାନଙ୍କ ଠିକଣା ଓ କଣ୍ଟାକ୍ଟ୍ ନମ୍ବର ଟିପି ରଖୁଥାନ୍ତି । ଭାବିଷ୍ୟତ ରେ ଯିଏ ଯୋଉଠି ଥାଉ ନା କାହିଁକି ପ୍ରତିବର୍ଷ ଏଭଳି ଏକ ଗେଟ୍ ଟୁଗେଦର୍ ରେ ବନ୍ଧୁ ମିଳନ ର ପ୍ରତିଶ୍ରୁତି ଦେଇ ସମସ୍ତେ ସମସ୍ତଙ୍କ ଠୁ ବିଦାୟ ନେଲେ ଆଉ ମୁଁ ବି...।ହେଲେ ଯିଏ ମୋ ହୃଦୟ ର ସବୁଠୁ ଘନିଷ୍ଠ ବନ୍ଧୁ, ମତେ ନା ତା'ଠିକଣା ଜଣା ଥାଏ ନା କେବେ ଦେଖା ହେବାର ପ୍ରତିଶ୍ରୁତି ତାଠୁ ନେଇପାରୁଥାଏ । କେତେ ତଫାତ୍ ସତରେ ସେ କଲେଜ୍ ର ପ୍ରଥମ ଦିନ ଆଉ ଏ ଶେଷ ଦିନ ଭିତରେ ଆଉ ତା ସାଙ୍ଗ କୁ ଅନେକ ଟା ସାମଞ୍ଜସ ବି ।ପ୍ରଥମ ଦିନ ତମେ ଥାଇ ବି ନ ଥିଲ ଆଉ ଶେଷ ଦିନରେ ନ ଥାଇ ବି ତୁମେ ଥିଲ ।

ତା'ପରଦିନ ସମସ୍ତେ ନିଜ ନିଜ ଘରକୁ ବ।ହୁଡ଼ିଗଲେ , ମୁଁ ବି ଫେରି ଆସିଲି ଗାଁ'କୁ ।ପାଞ୍ଚ ବର୍ଷତଳେ ଅନେକ କିଛି ଆଶା ଆକାଂକ୍ଷା ଆଉ ଖୁସିର ସହ ସହର କୁ ଯାଇଥିଲି । କିନ୍ତୁ ସେଦିନ ଯେବେ ଏତେ ବର୍ଷ ପରେ କଲେଜ୍ ଶେଷକରି ଗାଁ'କୁ ଫେରିଆସିଲି ହେଲେ ଲାଗୁଥାଏ ସତେ ଯେମିତି ଶରୀର ଟି ଫେରି ଆସିଛି ଆଉ ମୋ ଆତ୍ମା, ହୃଦୟ ,ମନ ସବୁକିଛି ସେଇଠି ରହି ଯାଇଛି । ଦି' ଚାରିଦିନ ସେମିତି କଟିଗଲା ।ଦିନେ ବାବା ,ବୋଉ ,ଭାଇ ଓ ମୁଁ ଘର ଅଗଣା ରେ ବସି ମୋ ଭବିଷ୍ୟତ କଥା ଚିନ୍ତା କରିଥାଉ । ବାବା କହୁଥାନ୍ତି ଆଗକୁ ପାଠପଢ଼ା କଣ୍ଟିନିଉ କରିବା ପାଇଁ, ବୋଉ କହୁଥାଏ ଗାଁ ରେ ରହି କମ୍ପିଟେଟିଭ୍ ପରୀକ୍ଷା ଗୁଡିକ ର ପ୍ରସ୍ତୁତି କରିବା ପାଇଁ ।ଭାଇ ଭାଉଜ ବି ବୋଉ କଥାରେ ରାଜି ଥାଆନ୍ତି । ମୋର କିନ୍ତୁ ଇଚ୍ଛା ଥାଏ ବଡ଼ ସହରକୁ ଯାଇ ଆଗକୁ ପଢି ଭଲ ଜବ୍ କରିବା ପାଇଁ, ହେଲେ କଣ କରିବି, କି କୋର୍ସ ନେଇ ଆଗକୁ ବଢିବି କିଛି ଜାଣି ପାରୁ ନଥାଏ ।ଠିକ୍ ସେତିକି ବେଳେ ସାଇକିଲ ର ଘଣ୍ଟିବଜାଇ ବଜାଇ ପହଂଚଲା ଡାକପିଅନ । ହାତରେ ଗୋଟାଏ ଲେଟର ନେଇ । ବେଙ୍କ୍ ପି.ଓ. ଏକ୍ଜାମ୍ ପାଇଁ ଫର୍ମ ଭରିଥିଲି, ସେଇଟା ଥିଲା ତାରି ଆଡ୍ମିଟ୍ କାର୍ଡ଼ । ଖୋଲି ଦେଖିଲି ତ ଏକ୍ଜାମ୍ ସେଣ୍ଟର୍ ତମ ସହର ରେ ।ମୋ ମନ ଖୁସିରେ ଆକାଶ ରେ ଉଡିବାକୁ ଲାଗିଲା । ଆଡ୍ମିଟ୍ କାର୍ଡ଼ ର ସେଣ୍ଟର୍ ଦେଖି ମୁଁ ଏମିତି ଖୁସି ହେଉଥାଏ ସତେ ଯେମିତି ମୁଁ ତୁମ ସହ ସାକ୍ଷାତ କରି ତୁମକୁ ସାଥିରେ ନେଇ ଆସିବି ।ପ୍ରାୟ ଦି'ସପ୍ତାହ ପରେ ଏକ୍ଜାମ୍ ଥାଏ ।ତୁମକୁ ଭେଟିବି,କଣ କହିବି,କିଭଳି ହୃଦୟ ର କଥା ପ୍ରକାଶ କରିବି...। ଏତେ ବର୍ଷ ପରେ ତମେ ମତେ ମନେ ରଖିଥିବ ନା ଭୁଲି ଯାଇଥିବ ଏମିତି କେତେ କଥା ମନରେ ଉଙ୍କି ମାରୁଥାଏ । ବୈଶାଖ ର ବୈଶାଖୀ ରେ ବି ଶୀତଳ ମଳୟ ଅନୁଭୂତ ହୁଏ ତ କେବେ ଅଦିନିଆ ଝଡ଼ ବି ଶ୍ରାବଣ ଲାଗେ ।


ପତ୍ରଝଡା ଦେଉଥିବା ବୃକ୍ଷରାଜି ଗୁଡିକ ରେ ବି ସବୁଜିମା ଦେଖାଯାଏ । ଦିନ ଦି'ପହର ର ପ୍ରଚଣ୍ଡ ତାପରେ ବି ଆକାଶରେ ଇନ୍ଦ୍ରଧନୁ ର ମାୟାଜାଲ ଚକ୍ଷୁ ବୁଣେ । ଅନ୍ଧକାର ରାତ୍ରିର ଚଂଦ୍ରମାରେ ତୁମ ଛବି ଦେଖାଯାଏ । ତୁମେ ମୋ ସହପାଠିନୀ ଥିଲ ,ସେ ବି ମାତ୍ର ଗୋଟାଏ ବର୍ଷ ପାଇଁ ।ମୁଁ ତ ସେଇ ଗୋଟାଏ ବର୍ଷ ରେ ତୁମ ସହ ଥରୁଟିଏ ବି କଥାହେଇନଥିଲି, ତମେ ମତେ ମନେ ରଖିଛ କି ନାଇଁ ସେ କଥା ଭାବି ବେଳେବେଳେ ହତାଶ ହୋଇଯାଏ ।ମୁଁ କିନ୍ତୁ ସେ ବର୍ଷକରେ ଅନେକ ସ୍ମୃତି ସାଇତି ରଖିଛି । ଏଣ୍ଟ୍ରର୍ନ୍ସ୍ ପରେ  ତୁମକୁ ଭେଟିବି ଏ ତ ଧାର୍ଯ୍ୟ ।ହେଲେ ତୁମକୁ ଭେଟିବି କେମିତି, କଣ କହିବି..? ଏମିତି କେତେ କଣ ଚିନ୍ତା ମନରେ ଘାରୁଥାଏ । ତୁମକୁ ଭେଟିବାର ଖୁସି ଖବର ଟି ଭଣଜା କୁ ନ ଦେଇ ମୁଁ ବା' ରହି ପାରନ୍ତି କେମିତି । ତାଙ୍କସହ ଏ ବିଷୟ ରେ ବାର୍ତ୍ତାଲାପ୍ କରିବା ନିହାତି ଦରକାର ।ସେ ହିଁ ଏଥିପାଇଁ ଠିକ୍ ମତାମତ ଦେଇପାରିବେ ।ଆଉ ତମ ଠିକଣା ପାଇବାରେ ବି ସାହାର୍ଯ୍ୟ କରିବେ । ଘରେ ମୋ ଭବିଷ୍ୟତ ନେଇ ସମସ୍ତେ ଚିନ୍ତିତ ଥାଆନ୍ତି । ଆଗକୁ କଣ କରିବାକୁ ଚାହେଁ , ୟା' ଉପରେ ପ୍ରତିଦିନ ବାବା ଅଫିସ୍ ରୁ ଆସିଲେ ଚର୍ଚ୍ଚା ଚାଲେ, ମୋର ମତାମତ ପଚାରନ୍ତି ହେଲେ ମୋ ମୁଣ୍ଡରେ ତ ତୁମକୁ ଭେଟିବାର ନିଶା ଲାଗିଥାଏ ତେଣୁ ସେଥିରେ ମୁଁ ତାଙ୍କୁ ଶତ ପ୍ରତିଶତ ସହଯୋଗ କରିପାରୁ ନ ଥାଏ । ମୋର ଏଭଳି ମନୋସ୍ଥିତି ଦେଖି ପରିବାର ର ସମସ୍ତେ ବ୍ୟସ୍ତ ହୋଇପଡ଼ନ୍ତି । ଆମ ଗାଁ'ଠୁ ଭଣଜାଙ୍କ ଗାଁ ମାତ୍ର ପନ୍ଦର କି.ମି. ରାସ୍ତା, ଦିନେ ସକାଳୁ ବାହାରିଗଲି ଭଣଜା ଙ୍କ ପାଖକୁ ,ସବୁକଥା ତାଙ୍କୁ କହିଲି, ସେ ମତେ କହିଲେ "ମାମୁଁ ବ୍ୟସ୍ତ ହୁଅନା, ଠିକଣା ତ ମିଳିଯିବ ମାଇଁଙ୍କ ,କିନ୍ତୁ ତାଙ୍କୁ ଭେଟିବା ପୂର୍ବରୁ ଚିଠିଟିଏ ଲେଖି ତମ ହୃଦୟ କଥା ଜଣାଅ ,ନ ହେଲେ ଜଣାପଡିଲା ଯେ ,କଲେଜ୍ ରେ ଥିଲା

ସମୟରେ ଯେମିତି ବର୍ଷ ଟିଏ ବିତିଗଲା ପଛକେ ତମେ ପାଟି ନ ଖୋଲି ସେମିତି ଦେଖି ଦେଖି କାଟି ଦେଲ ଏବେ ବି ସେଇୟା ହିଁ ହେବ ।"।ଚିଠି.? ମୁଁ ପଚାରିଲି। ହଁ, ମାମୁଁ ଚିଠି..., ଲଭ୍ ଲେଟର , .....ରିକ୍ୱେଷ୍ଟ୍ ଲେଟର ...ତୁମ ହୃଦୟ ର ଅନୁଭବ , କହି ସେ ଜୋରରେ ହସିଲେ , ପେନ ଓ ପେପର ଆଣି ମୋ ସମ୍ମୁଖରେ ରଖିଦେଲେ, ମୁଁ ଚୁପ୍ ଚାପ୍ ହୋଇ ପେନ କୁ ଧରି ପେପର କୁ ଦେଖୁଥାଏ ।ସେ ବିରକ୍ତ ହୋଇ କହିଲେ " ଦେଖୁଛ କଣ ଲେଖ ,ଆରେ ଲେଖ ମ' , ନ ହେଲେ ଭୁଲିଯାଅ ସେରିନ୍ କୁ । ମୁଁ ତାଙ୍କୁ

ପଚାରୁଥାଏ କଣ ଲେଖିବି ? ସେ କମେଣ୍ଟ୍ କରି କହିଲେ "  ପ୍ରେମିକା ତମର ଟି....,ତମେ ଲେଖ..,ଯାହା ମନରେ ଆସୁଛି ଲେଖ । ହେଲେ ମନେ ରଖ ହେ ପ୍ରେମ ସମ୍ରାଟ, ଦେବଦାସ ମହାଶୟ ,ତମ ପାଖରେ ଖୁବ୍ କମ ସମୟ ଅଛି, ଶୀଘ୍ର ଲେଖ କାହିଁକି ନା, ତମ ରାଣୀ ମାନେ ମୋ ମାଇଁ ଙ୍କ ସାଙ୍ଗ କବିତା ତା' କାକା ପୁଅ ବାହାଘରକୁ ଗାଁ'କୁ ଆସିଛି, ଆଜି ରାତି ବସ୍ ରେ ଚାଲିଯିବ, ତେଣୁ ଯଥାଶୀଘ୍ର ପ୍ରେମପତ୍ର ଟି ନେଇ ଚାଲ ହେ ଦେବଦାସ । ନ ହେଲେ ମନେ ରଖ କବିତା ହିଁ ଏକମାତ୍ର ଜରିଆ ମାଇଁ ଙ୍କ ପାଖକୁ ପହଂଚିବା ପାଇଁ, ଆଉ ଯଦି ତମେ ଏଇ ସୁଯୋଗ ଟି ହରାଇଲ ତେବେ ମାଇଁ ଙ୍କୁ ଭେଟିବା କଥା ତ ଭୁଲିଯାଅ ।" । ତୁମଠୁ ଦୁରେଇବା କି ଭୁଲିବା କଥା ମୁଁ ଜମା ବରଦାସ୍ତ କରିପାରିନି ।ସଂଗେ ସଂଗେ ଲେଖିବା ଆରମ୍ଭ କଲି । ଯାହା ମନରେ ଆସିଲା ଲେଖି ଚାଲିଲି ...

ଡ଼ିଅର୍ ସେରିନ୍


        ଇତି

         ରୋଲ୍ ନମ୍ବର-୩୬୫.


ଲେଖିସାରି ଭଣଜା ଙ୍କ ହାତକୁ ଚିଠି ଟି ବଢେଇଦେଲି । ସେ ହସି କହିଲେ ଆରେ ୟେ କ'ଣ ଏକ୍ଜାମ୍ ର ରିଜଲଟ୍ ଚେକ୍ କରିବାର ଅଛି କି..? ରୋଲ୍ ନମ୍ବର -୩୬୫.....,ରୋଲ୍ ନମ୍ବର ଅମୁକ... ଢିମୁକ... ଇଏ କଣ ମ...?? ଆରେ ପ୍ରେମ ସମ୍ରାଟ , ପ୍ରେମ ଭରା

ଦି'ଶବ୍ଦ ଲେଖିପାରିଲନି , ଯାହା ପାଇଁ ହୃଦୟ ରେ ସପନ ମହଲ ଗଢ଼ି ସାରିଲଣି , ତା' ପାଇଁ ବାସ୍ ଏତିକି ? ହଉ ଚାଲ ମାମୁଁ କବିତା ପାଖକୁ ଯିବା ।" , ନା' ଭଣଜା ତମେ ଦେଇଦିଅ କହି, ବାହୁଡ଼ି ଆସିଲି ଗାଁ'କୁ । ମନରେ ଅନେକ ଆନନ୍ଦ ର ଜୁଆର ଉଠୁଥାଏ ।ନିଜକୁ ନିଜେ ପ୍ରଶ୍ନ କରୁଥାଏ, ସେରିନ୍ କଣ ମତେ ଚିଂହିଁ ପାରିବ ? ,ସେ କଣ ମୋ ରୋଲ୍ ନମ୍ବର ମନେ ରଖିଥିବ ? ଚିଠି ଟି ପଢି କିଭଳି ରିଆକ୍ଟ କରିବ ?, କଣ ମୋ ଆସିବା ବାଟକୁ ଚାହିଁଥିବ? ଏମିତି କେତେ କଣ...। ଦିନ ଗଡି ଚାଲୁଥାଏ, ତୁମକୁ  ଭେଟିବା ଦିନ ପାଖେଇ ଆସୁଥାଏ ।ହୃଦୟ ଓ ମସ୍ତିଷ୍କ ଭିତରେ ଅନେକ ଆନ୍ଦୋଳନ ଚାଲୁଥାଏ । ହୃଦୟ ଓ ମନ ତ ସପନ ରାଇଜେ ଭାସି ଅନେକ ସପନ ଦେଖନ୍ତି ହେଲେ ପର ମୁହୂର୍ତ୍ତ ରେ ମସ୍ତିଷ୍କ ଅନେକ ପରସ୍ଥିତି ର ଦର୍ପଣ ଦେଖାଏ ।ମନ ହୃଦୟ ଓ ମସ୍ତିଷ୍କ ର ଏ ସଂଘର୍ଷ ରେ ବେଳେବେଳେ ମୁଁ ହତାଶ ହୋଇଯାଏ ତ କେବେ ହୃଦୟ ଓ ମନ ର ପକ୍ଷ ନେଇ ମୁକ୍ତ ଆକାଶରେ କଳ୍ପନାରେ ତୁମକୁ ସାଥିରେ ନେଇ ମୁକ୍ତ ବିହଗ ପରି ଉଡେ । ବାବା, ବୋଉ ମତେ ପରୀକ୍ଷା ପାଇଁ ପଢିବାକୁ କହୁଥାନ୍ତି ।ସେମାନଙ୍କ କଥାକୁ ରଖିବାକୁ ଯାଇ ମୁଁ ବହି ଖୋଲି ତ ବସିଯାଏ ହେଲେ ସେଥିରେ ଛପା ଯାଇଥିବା ଅକ୍ଷର ଗୁଡିକ ସେମାନଙ୍କ ସ୍ଥାନ ବଦଳାଇ ତୁମ ବଦନ ର ରୂପ ନେଇଯାଆନ୍ତି । ଅକ୍ଷର ଗୁଡିକୁ ଟାଣି ଆଣି ତାଙ୍କ ସ୍ଥାନ ରେ ରଖିବାକୁ ଚେଷ୍ଟା କରେ ।ପୁନଶ୍ଚ ସେମାନେ ଏକତ୍ରିତ ହୋଇ ତୁମ କେଶଗୁଛ ର ରୂପ ନେଇଯାଆନ୍ତି ।ଆଙ୍ଗୁଳି ସାହାର୍ଯ୍ୟ ରେ ତୁମ ମୁଖରୁ କେଶଗୁଛ କୁ ଗୋଟାଏ ପାଶ୍ୱକୁ ନିଏ ତ ପଲକ ଉଠାଇ ତମେ ମୋ ଆଡକୁ ଚାହଁ, କ୍ଷଣିକ ପାଇଁ ପରମୁହୂର୍ତରେ ରୂପ ନେଇଥିବା ବର୍ଣ୍ଣମାଳା ର ନିଜସ୍ଥାନକୁ ପ୍ରତ୍ୟାଗମନ ହୋଇ ସାରିଥାଏ । ଦିନ ବିତିଚାଲିଥାଏ , ଶେଷରେ ମୋର ପାଷାଣ ପ୍ରତୀକ୍ଷା ଟି ର ଶେଷ ହେଲା ।ପହଂଚି ଆସିଲା ପରୀକ୍ଷା ଦିନ । ପରୀକ୍ଷା ଆଗଦିନ ମୁଁ ବାବାଙ୍କ ସାଙ୍ଗରେ ଗଲି ତୁମ ସହରକୁ ରାତି ବସ୍ ରେ । ଆଠ ଘଣ୍ଟା ର ରାସ୍ତା, ସକାଳେ ସେଠାରେ ପହଂଚି ହୋଟେଲ ରୁମ୍ ରେ ଫ୍ରେସ୍ ହୋଇ ବାହାରିଗଲି ପରୀକ୍ଷା ପାଇଁ । ବାବା ରୁମ୍ ରେ ଥାଆନ୍ତି , ପରୀକ୍ଷା ଦେଢ ଟା ରେ ସରିଗଲା । ଭଣଜା ଙ୍କ ଠୁ ତମ ଠିକଣା ପାଇ ସାରିଥାଏ ।ପାଇ ସାରିଥାଏ କଣ, ଠିକଣା କୁ ପଢି ପଢି ତାକୁ ମୁଖସ୍ଥ ବି କରି ସାରିଥାଏ । ପରୀକ୍ଷା ସେଣ୍ଟର୍ ରୁ ବାହାରିଲି, ସେଣ୍ଟର୍ ବାହାରେ ଅନେକ ରିକ୍ସାବାଲା ।ଗୋଟାଏ ରିକ୍ସାବାଲା କୁ ତମ ଠିକଣା କୁ ଯିବାପାଇଁ କହିଲି । ସେ କହିଲା ବାବୁ " ପାଞ୍ଚ କିଲୋମିଟର ରାସ୍ତା ପଚାଶ ଟଙ୍କା ମୁଁ ସଂଗେ ସଂଗେ ରାଜି ହୋଇ ବସିପଡ଼ିଲି।ସେ ତା' ପଚାଶ ଟଙ୍କା ର ନିଶା ରେ ଆଗକୁ ତା'ରିକ୍ସା ଟାଣି ଗୀତ ଗୁଣୁଗୁଣେଇ ଆଗକୁ ବଢ଼ି ଚାଲିଲା ଆଉମୁଁ ମୋ ପଚାଶ ମାସ ର ବିରିହ ବେଦନା ଆଉ କିଛିଟା ଏକତରଫା ସ୍ମୃତି କୁ ନେଇ ଆଗକୁ ବଢ଼ୁଥାଏ । ମନରେ ଅନେକ ଉତ୍କଣ୍ଠା । ପାଞ୍ଚ କି.ମି. ରାସ୍ତା ମତେ ପାଞ୍ଚ ହଜାର କି.ମି. ଭଳିଆ ଲାଗୁଥାଏ ।କିଛି ସମୟ ପରେ ରିକ୍ସା ବାଲା ମୁଖ୍ୟରାସ୍ତାର ଡାହାଣ ପଟକୁ ମୋଡି ଏକ ଗଳି ରାସ୍ତାରେ ଚାଲିଲା । ଛୋଟିଆ ସରୁ ରାସ୍ତା ଗୋଟାଏ ପାର୍ଶ୍ୱ ରେ କଣ୍ଟାବୁଦା ଆଉ ଅନ୍ୟ ପାର୍ଶ୍ୱ ରେ ପଥର ଓ ବାଲୁ ର ଛୋଟ ଛୋଟ ପାହାଡ଼ । ସେ ସମୟ ର ଗରମ ଝାଞ୍ଜିରେ ବି ବସନ୍ତ ର ମଳୟ ଅନୁଭୂତ ହେଉଥିଲା । ଗୋଡ଼ି ,ପଥର ଓ କଣ୍ଟାବୁଦାରେ ବି ହିଲ୍ ଷ୍ଟେସନ ର ଦୃଶ୍ୟ ଭାସି ଯାଉଥିଲା ।ଅଜବ୍ ଥିଲା ସେ ଖୋଲା ଚକ୍ଷୁ ର ଦିବା ସ୍ବପ୍ନ...,ଖୋଲା ଚକ୍ଷୁ ର ସେ ମାୟାଜାଲ .....।କିଛି ସମୟ ପରେ ପହଂଚିଲି ତୁମ ହଷ୍ଟେଲ ସମ୍ମୁଖରେ , ରିକ୍ସାବାଲା କୁ ତା'ପାଉଣ। ଦେଇ ବିଦା କଲି ।ତମ ହଷ୍ଟେଲ୍ ବାହାରେ ଥିବା ଗାର୍ଡ କୁ ତମ ସହ ସାକ୍ଷାତ ପାଇଁ ପଚାରିଲି ।ସେ ଅତି ରୁକ୍ଷ ସ୍ୱରରେ ତା'ରୁମ୍ ର ଗୋଟାଏ କଣ ରେ ପଡିଥିବା ସୋଫା ପଟେ ହାତ ଦେଖାଇ ବସି ଅପେକ୍ଷା କରିବାକୁ କହି ତୁମକୁ ଖବର କରିବାକୁ ଚାଲିଗଲା । ତୁମକୁ ଭେଟିବାକୁ ଆସି ତ ଯାଇଥାଏ, ହେଲେ ଜଣା ନ ଥାଏ ଯେ ସେଇଠି ଅଛ ନା ନାଇଁ, ତମର ସେ ସମୟ ରେ ଯଦି ଛୁଟି ଚାଲୁଥିବ..! ତଥାପି ମନ କହୁଥାଏ ସାକ୍ଷାତ ତ ଆଜି ନିଶ୍ଚିତ ।ତମ ଅପେକ୍ଷାରେ ହଲ୍ ଭିତରେ ଛିଡା ହୋଇଥାଏ । ଗାର୍ଡ  ଆସି କହିଲା "ଖବର କରିଦେଇଛି ଆପଣ ବସନ୍ତୁ।" ମୁଁ କଣ

ଆଉ ବସିପାରୁଥାଏ, ବସିଲେ ବି ଦି'ସେକେଣ୍ଡ ପରେ ପୁଣି ଛିଡା ହୋଇଯାଏ , ଖୁବ୍ ନର୍ଭସ୍ ଲାଗୁଥାଏ , ପ୍ରଥମ ଥର ପାଇଁ ମୁଁ ତୁମ ସହ କଥାହେବି ।କେମିତି ଆରମ୍ଭ କରିବି ଭାବୁଥାଏ ।" ଆରେ ମୁଁ ତ ସେରିନ୍ ପାଇଁ କିଛି ବି ଆଣିଲିନିରେ...,ଏହେ, ଉପସ୍ ..ସିଟ୍..। ଆଟ୍ଲଇଷ୍ଟ ଫୁଲ ଟିଏ ତ ଆଣିଥାନ୍ତି .." କହି ବସିପଡ଼ିଲି ସୋଫାରେ ,ପରମୁହୂର୍ତ ରେ ପୁଣି ଛିଡା ହୋଇପଡିଲି, ଖାଲି ହାତରେ ଆସି ଥିବାରୁ ମୁଁ ଟିକିଏ ଦୁଃଖିତ ଥାଏ । ଧୀର ସ୍ଥିର ଭାବେ ବସି ପାରୁନଥାଏ । ଶୁଣାଗଲା ତୁମ ସେଣ୍ଡେଲ୍ ର ଠକ୍ ଠକ୍ ଶବ୍ଦ ଆଉ ତା'ସାଙ୍ଗକୁ ଶୁଭୁଥାଏ ମୋ ସ୍ପନ୍ଦନ ର ଧଡ଼ ଧଡ୍ ଶବ୍ଦ । ତମର ସେଇ ଠକ୍ ଠକ୍ ଶବ୍ଦ ଯେତିକି ନିକଟତର ହେଉଥାଏ ମୋ ହୃଦୟ ର ସ୍ପନ୍ଦନ ର ବେଗ ସେତିକି ମାତ୍ରାରେ ବଢ଼ୁଥାଏ ।କ୍ଷଣିକ ପରେ ତମେ ଆସି ମୋ ସାମ୍ନାରେ ,ମୁଁ କିଛି କହିବା ପୂର୍ବରୁ ତମେ ବିସ୍ମିତ ହୋଇ

କହିଲ, ପ୍ରିୟାନ୍ସ... ତମେ ..ଏଠି..?, ଏଠି କେମିତି ? ଏମିତି ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଚାଲିଥାଅ ,ତୁମକୁ ସମ୍ମୁଖରେ ଦେଖି ମୋର ଆଖି କିନ୍ତୁ ଖୁସିରେ ଛଳଛଳ ହେଇଗଲା ।କୌଣସି ମତେ ପଲକ ଆଢ଼ୁଆଳରେ ଆସୁଥିବା ଲୁହକୁ ଲୁଚାଇ ତୁମକୁ କେମିତି  ଅଛ ବୋଲି ପଚାରିଥିଲି । ତମ କଥାବାର୍ତ୍ତା ରୁ ମୁଁ ଜାଣିପାରୁଥାଏ ଯେ ମୁଁ ଦେଇଥିବା ଚିଠି ଟି ବୋଧେ ପାଇନ କିମ୍ବା ଯଦିଓ ପାଇଛ ତେବେ ମୁଁ ବୋଲି ଜାଣିପାରିନ ।କିନ୍ତୁ ଯେମିତି ବି ହେଉନା କାହିଁକି

ସାହାସ ବାନ୍ଧି ହୃଦୟ ର କଥା ତୁମ ଆଗରେ ଉପସ୍ଥାପନ। କରିବାର ଅଛି । ମୁଁ ଉତ୍ତର ଦେଲି " ହଁ ସେରିନ୍ ମୋ ପରୀକ୍ଷା ସେଣ୍ଟର୍ ଏଇଠି ଥିଲା ସେଥିପାଇଁ ଆସିଲି ।ତମେ କେମିତି ଅଛ ସେରିନ୍ ?" ଠିକ୍ ଅଛି,ପ୍ରିୟାନ୍ସ ମୁଁ ଭଲ ଅଛି କହି, ତମେ ମତେ ବସିବାକୁ କହି ବସିପଡ଼ିଲ ମୋ ପାଖରେ ।ମୁଁ ଆଗକୁ କିଛି ନା ପଚାରି ପାରୁଥାଏ ନା କଣ କହିବି ଜାଣିପାରୁଥାଏ ।ଶେଷରେ ଅନେକ ଚେଷ୍ଟା କରି  ପାଟି ଫିଟାଇଲି " ସେରିନ୍, କବିତା ହାତରେ ଗୋଟେ ଚିଠି ପଠାଇଥିଲି, ସେଇଟା ..କ..ଅ.. ଣ ତମେ ପାଇନ ?" ଓଃ..!ଗଡ଼୍ , ହା.. ହା..,ପ୍ରିୟାନ୍ସ, ତମେ ତା'ହେଲେ ସେ ଚିଠିଟି ଦେଇ ଥିଲ ,ହେଲେ ସେଇଠି ଟ ରୋଲ୍ ନମ୍ବର ୩୬୫ ଲେଖା ହେଇଥିଲା....ଓ..! ଆଛା... ମାନେ ..?ବୋଲି କହି ପ୍ରଶ୍ନ ବାଚକ ସହ ଇଙ୍ଗିତ ଭରା ଚକ୍ଷୁରେ ମତେ ଅନେଇଲ , ଓଠରେ ଥାଏ ତଛଲ୍ୟ ଭରା ହସ, ସେଦିନ ପ୍ରଥମ ଥର ତୁମ ମୁଖର ହସ ମୋ ହୃଦୟ କୁ ଶର ବିନ୍ଧି କ୍ଷତ ବିକ୍ଷତ କରୁଥିଲା ।ଯୋଉ ସେରିନ୍ ର ମୁଖରେ କେବେ ହସ ଛଡା କିଛି କଳନା କରିପାରୁ ନ ଥିଲି, ଯୋଉ ସେରିନ୍ ର ହସ ହସ ମୁଖ ମୋ ଭିତରେ ଆମ ପ୍ରେମ କୁ ମଜବୂତ କରି ଆଗକୁ ବଢ଼ିବାରେ ପ୍ରୋତ୍ସାହିତ କରୁଥିଲା ସେଦିନ ସେଇ ସେରିନ୍ ର ହସ ରେ ମୁଁ ଭାଙ୍ଗିପଡୁଥିଲି ।


ଗୋଟାଏ ହାରିଯାଇଥିବା ପ୍ରେମିକ ପରି ,ତୁମ ତାଛଲ୍ୟ ଭରା ହସରେ ଭାଙ୍ଗିପଡିଥିବା ହୃଦୟ କୁ ସମ୍ଭାଳି ବହୁ କଷ୍ଟ ରେ କହିଥିଲି " ହଁ ସେରିନ୍, ମୁଁ ସେଇ ରୋଲ୍ ନମ୍ବର ୩୬୫....। ମାତ୍ର ଗୋଟାଏ ବର୍ଷ ତୁମ ସହ ଏକତ୍ର ଅଧ୍ୟୟନ କରିଥିଲେ ।ମୁଁ ଜାଣିନି କଣ ପାଇଁ ମୁଁ ତୁମକୁ ଏତେ ପସନ୍ଦ କରୁଥିଲି ଓ କେବେ ସେ ପସନ୍ଦ, ପ୍ରେମ  ର ରୂପ ନେଇଗଲା । ଅନେକ ଥର କହିବାକୁ ଚେଷ୍ଟା କରିଛି, ହେଲେ କାଳେ ତମେ ମନା କରିଦେବ ସେ ଭୟରେ କିଛି କହିପାରିନି , ହଠାତ ତମର ଅନ୍ୟତ୍ର ଚାଲିଯିବା ଖବର ପାଇଲା ପରେ ମୁଁ ବିଚଳିତ ହୋଇ ଉଠିଥିଲି ତଥାପି ମନରେ ଆଶାର ସଂଚାର ନେଇ ଆଗେଇଚାଲିଛି କେବଳ ତୁମରି ପାଇଁ ।କ୍ଲାସ୍ ଟେଷ୍ଟ ପରେ ପ୍ରତିଥର ପରୀକ୍ଷା ଫଳ ବାହାରିଲା ପରେ ମନେ ଅଛିନା, ସେରିନ୍ ତମର..? ଆମେ ସମସ୍ତେ ଯାଇ ରିଜଲଟ୍ ଆଣୁ ଅଫିସ୍ ରୁ, ଆଉ କେହି ଯଦି ପୁଣିଥରେ ରିଜଲଟ୍ ମାଗେ ତା'ହେଲେ ଅଫିସ୍ ର କ୍ଲର୍କ କେମିତି ବିରକ୍ତ ହୁଏ ଓ ପାଟିକରେ, ଆଉ ସବୁଥର ତୁମେ ତାର ଶିକାର ହୁଅ ଆଉ ତା'ସହ ଯୁକ୍ତି କରି କୁହ ତୁମେ ନେଇନ ବୋଲି ଆଉ ସେ ବି ବାରମ୍ବାର କୁହେ ,ଥରେ ଦେଇସାରିଛି ପୁନଶ୍ଚ ଦେଇପାରିବନି । ସେ ସତ କହୁଥିଲା ସେରିନ୍ ,କାହିଁକି ନା ସବୁ ଟେଷ୍ଟ ପରେ ତମ ରିଜଲଟ୍ ମୁଁ ତା'ଠୁ ନେଇ ଆସେ ,ତମକୁ ଦେବା  ପାଇଁ ଚେଷ୍ଟା କରେ ହେଲେ ଦେଇପାରେନି । କେମିଷ୍ଟ୍ରୀ ପ୍ରାକ୍ଟିକଲ୍ ହଲ ଭିତରେ ଏକ୍ସପେରିମେଂଟ୍ ସମୟ ରେ ତମର ସେଣ୍ଡ୍ ଷ୍ଟେନ୍ ରେ ପାଣି ପକାଇଦେଉଥିବା ଜଣକ ମୁଁ ରୋଲ୍ ନମ୍ବର ୩୬୫ ।ନିଜ ଗ୍ରୁପ୍ ଛାଡି ତମ ଗ୍ରୁପ୍ ରେ ପଶିଯାଏ କେବଳ ତୁମରି ପାଇଁ, ମୁଁ ତୁମକୁ ଖୁବ୍ ଭଲପାଏ ସେରିନ୍ , ଏମିତି ବହୁତ କିଛି ତୁମ ଆଗରେ କହି ଚାଲିଥାଏ ।ଜାଣ ଅଜାଣତରେ ଦି'ଟୋପା ଲୁହ ଝରିପଡିଥିଲା । ଆଉ ବୋଧେ ମୋର ସେଇ ଦି' ଟୋପା ଲୁହ ତୁମ ଶୁଷ୍କ ମରୁଉଦ୍ୟାନ ତୁଲ୍ୟ ହୃଦୟ କୁ ଭିଜାଇ କ୍ଷଣକ ପାଇଁ ସବୁଜିମା କରିଗଲା । ମନେ ଅଛି ସେରିନ୍ ମୋ ଦି ହସ୍ତ କୁ ତୁମେ ତମ ଦି ହସ୍ତ ରେ ତୋଳି ଧରି ମତେ ଆସ୍ବାଶନା ଦେବାକୁ ଯାଇ ଅତି ମିଠା ସ୍ୱରରେ କହିଥିଲ "ପ୍ରିୟାନ୍ସ.. ଆର ୟୁ ସିରିଅସ୍ ....?, ହେ...ପ୍ରିୟାନ୍ସ ପ୍ଲିଜ ୟାର..,କରିଅର ପ୍ରତି ସଜାଗ ହୁଅ ପ୍ରେମ ପ୍ରତି ନୁହଁ । ମୁଁ କରିଅର କନ୍-ସିଅସ୍ , ତୁମେ ବି କେରିଅର ବନାଅ, ଥରେ ସକ୍ସେସ୍ ଫୁଲ୍ ହୁଅ ଦେଖିବ ,ତୁମକୁ ମୋଠୁ ବି ବେଶି ସୁନ୍ଦରୀ ମିଳିବ....। ତୁମକୁ କେମିତି ବୁଝାଇଥାନ୍ତି ସେରିନ୍ କେମିତି ,ତୁମେ ହିଁ ମୋପାଇଁ ଗୁଣବନ୍ତି ତୁମେ ହିଁ ରୂପବତୀ । ମୁଁ ତୁମକୁ ଭଲପାଏ ତୁମ ରୂପ କୁ  ନୁହଁ ରେ..।ତୁମେ ତ ମୋ ପ୍ରେମ କୁ ଧୂଳିଖେଳ , ଭାବିନେଇ କେତେବେଳେ ହସିଦେଇ ଉଡାଇଦେଲ ତ କେବେ ଛୋଟ ପିଲାର ଅବୁଝା ହଟ ଭାବି ଏଡାଇ ଦେଇ ଚାଲିଗଲ । ନିରବ ରେ ଚାହିଁ ରହିଥାଏ ତୁମକୁ । ମନେ ମନେ ଭାବୁଥାଏ ତା'ହେଲେ କଣ ମୋ ସେରିନ୍ ସହ.. ଏ ମୋ ଶେଷ ସାକ୍ଷାତ !!!


( କ୍ରମଶଃ)



Rate this content
Log in

Similar oriya story from Drama