Snigdha Nayak

Romance Tragedy Others

4.0  

Snigdha Nayak

Romance Tragedy Others

ପ୍ରତୀକ୍ଷା ର ପ୍ରତୀକ୍ଷା

ପ୍ରତୀକ୍ଷା ର ପ୍ରତୀକ୍ଷା

5 mins
175


ମୋ ପ୍ରତୀକ୍ଷା ବି ପ୍ରତୀକ୍ଷା ରେ ଥିଲା ତା ' ଫେରିବାର ...।ଯୁଗଟିଏ ବିତିବାକୁ ଥିଲା ।ତଥାପି କିଛିଟା ଜୀବନ୍ତ ସ୍ମୃତି ର ଆଲବମ୍ଟିଏ ସାଇତି , ଆଶା ର ନାବ ରେ ଆଗକୁ ଚାଲିଥିଲି ସେ ହୃଦୟ ରୁ ଉତ୍ପନ୍ନ ଲୁଣି ଜଳରାଶି ସହ ଓ ବିଦାରି ହୋଇ ପିଟି ହେଇ ପଡ଼ୁଥିବା ସେ ଅଣନିଃଶ୍ବାସୀ ଜୁଆର କୁ ପାର କରି ଆଗକୁ । ଏ ବିରିହ ଓ ସ୍ମୃତି କୁ ସାଙ୍ଗରେ ନେଇ ପ୍ରତୀକ୍ଷା ରେ ବିତୁଥିବା ସମୟ ଗୁଡ଼ିକ ବି କିଛି କମ୍ ସୁନ୍ଦର ନ ଥିଲେ ,ତା ' ସହ ଏକାଠି ଥିବା ବେଳ ଠୁ ...।

ଜଳ ଜଳ ହୋଇ ଆଜି ବି ସବୁ ସ୍ପଷ୍ଟ ଦିଶୁଛି ।ଖୁବ୍ ଅଳ୍ପ ଦିନ ଭିତରେ ବାନ୍ଧି ହୋଇଯାଇ ଥିଲୁ ଏକ ନିବିଡ ସମ୍ପର୍କ ରେ ।କିନ୍ତୁ ଦିନ ପରେ ରାତି ଆସିବା ତ ସ୍ଵାଭାବିକ ।ଆଉ ପ୍ରେମ ରେ ବିରିହ ଆସିବା ବି ସୁନିଶ୍ଚିତ ।କିନ୍ତୁ ଗ୍ରହଣ ଲାଗିବା....??

ମୁଦ୍ରା ର ଦି ' ପାର୍ଶ୍ଵ ପରି ସବୁ ଜିନିଷ ର ଦୁଇଟି ପାର୍ଶ୍ବ ଥାଏ,ସେ ମଣିଷ ର ମନ ହେଉ କି ପରିସ୍ଥିତି ।ସବୁକିଛି ସ୍ପଷ୍ଟ ଥିଲା କିନ୍ତୁ ମୁଁ ନିଜେ ମୋ ପ୍ରେମ ର ଲୁହ ନେଇ ଅସ୍ପଷ୍ଟ କରି ଜାବୁଡ଼ି ଧରିଥିଲି ଯାହା ମୁଁ ଧରିବାକୁ ଚାହିଁ ଥିଲି ।ଫାଟ ସୃଷ୍ଟି କରି ସେ ଆଗେଇ ସାରିଥିଲା ଢେର୍ ଆଗକୁ ତା ' ନିଜ ଦୁନିଆଁ ରେ ମୁଁ କିନ୍ତୁ ସେ ଫାଟ କୁ ବିରିହ ର କିଛି କ୍ଷଣ ମାତ୍ର ଧରିନେଇ ମୋ ପ୍ରତୀକ୍ଷା ସହ ଆଗେଇଲି ।

ଅନେକ ଥର ଶୁଣାଯାଏ ...., ମୋ ମସ୍ତିଷ୍କ ଭିତରୁ କେହି କୁହେ ଯେମିତି ସେ ଆଉ ଫେରିବେନି ।ନା ' ସେ ଫେରିବ ନା ' ସେ ସମୟ...। ମୁଁ କିନ୍ତୁ ଶୁଣେନି , ହଜିଯାଏ ସେ ପାର୍ଶ୍ଵ ଟି ରେ ଯେଉଁଠି ଲେଖା ଥିଲା , ସେ ଫେରିବ ଆଉ ସେ ସମୟ ମଧ୍ୟ ।

ଆଉ ପ୍ରତି ଟି ମୁହୁର୍ତ୍ତ କୁ ମୁଁ ଆଗ ଅପେକ୍ଷା ବେଶୀ ଜୀଇଁ ଯାଏ ତା ' ପ୍ରତୀକ୍ଷା ରେ ।ସେ ପୁରୁଣା ସ୍ମୃତି ଗୁଡ଼ିକ ଜୀବନ୍ତ ହୋଇ କେବେ କବିତା ହୋଇ ବିଛାଡ଼ି ହେଇ ପଡନ୍ତି ଚାରିଆଡ଼େ ମୋ କଲମ ମୁନରୁ ତ କେବେ ଆଙ୍କି ହେଇ ଯାଆନ୍ତି କେତେ ସୁନ୍ଦର ପ୍ରେମମୟ କ୍ଷଣ ଗୁଡ଼ିକ ମୋ ତୂଳୀ ରୁ । ଜୀବନ୍ତ ହେଇ ପଡେ ତୈଳ ଚିତ୍ର ରେ ମୁହୁର୍ତ୍ତ , ସ୍ୱର ନେଇ ମାଦକ ଭରି ଦିଅନ୍ତି କବିତା ଗୁଡ଼ିକ ପରିବେଶ ରେ। ବେଶ୍ ଆଉ କଣ ଦରକାର

ଯେ...., ହୃଦୟ...ମନ ସବୁ ଝୁମି ଉଠେ ଆଉ ମୁଁ ଆଗେଇ ଯାଏ କୋଶ... କୋଶ ଦୂରକୁ ପ୍ରତୀକ୍ଷା ନେଇ ସାଥିରେ ।

ପରୀକ୍ଷକ ଟିଏ ହୋଇ ଠିକ୍ ଭୁଲ୍ ର ହିସାବ କରି ପାରିଲିନି କି ସୌଦାଗର ଟିଏ ପରି ପ୍ରେମ ଆଉ ପ୍ରତାରଣା କୁ ନିକିତିରେ ତଉଲି ପାରି ନ ଥିଲି। ସିଏ କଣ ଦେଲା କଣ ନେଲା ମୁଁ ଜାଣେନା ମୁଁ କିନ୍ତୁ ବାଛିନେଲି ପ୍ରେମ ଯେତକ ।କଣ ଫରକ୍..!!

ସିଏ ମୋ ସହ ଅଛି କି .. ନା ' ।କିନ୍ତୁ ମୁଁ ସବୁବେଳେ ତା ' ସହ ଥାଏ ।ମୋ ପାଇଁ ଏ ସମୟ ଗୁଡ଼ିକ ପ୍ରେମ ଠୁ ବିଚ୍ଛେଦ ନ ଥିଲା ବାସ୍ କେଇଟା ଦିନ ର ବିରୀହ ମାତ୍ର । ପ୍ରତାରଣା ରେ ବି ଏଠି ପ୍ରେମ ଥାଏ... ଲୁଣ ରେ ବି ମିଠା ଥାଏ....

ଯେତେ ସାଉଁଟି ଲେ ବି ସରୁନି...ଖୁବ୍ ସହଜ ହେଇ ଯାଇଥିଲା ମୋ ପାଇଁ ଏ ବିରିହ କୁ କାଟିବା ଏ ମୁଠାଏ ପ୍ରେମ ନେଇ ।

ମୋ ଜୀବନ କୁ ମଧୁମୟ କରିବା ପାଇଁ, ସ୍ଵାଦ ବଢାଇବା ପାଇଁ ସେ ଲୁଣି ପାହାଡ ର ଅଳ୍ପ ଲୁଣ ହିଁ ଯଥେଷ୍ଟ ।ସମଗ୍ର ପାହାଡ଼ ପଛରେ ଧାଇଁ କାହିଁକି ତିକ୍ତ କରନ୍ତି ।

ଦିନ ଗଡି ଯାଉଥିଲା...ମାସ..ମାସ ବିତି ଯାଇ ବର୍ଷ ପୁରି ଯାଉଥିଲା ।ଆଉ ବର୍ଷ ..ବର୍ଷ ସମାହାର ରେ ଯୁଗ ଟିଏ ହେବାକୁ ଥାଏ । ପ୍ରାୟତଃ ସବୁଦିନ ଥରେ , ଦି ' ଥର ମେଲ୍ ଚେକ୍ କରେ କିନ୍ତୁ କୌଣସି ବ୍ୟସ୍ତତା ଯୋଗୁଁ ସପ୍ତାହେ ପରେ ମେଲ୍ ଚେକ୍ କଲି। ଅନେକ ଗୁଡ଼ିଏ ମେଲ୍ କ୍ୟୁ ରେ ଥିଲେ ।ସବୁଗୁଡିକ ଗୋଟାଏ ଗୋଟାଏ ଖୋଲି ଦେଖିଲି ।ଶେଷ ରେ ଗୋଟାଏ ମେଲ୍ , ଯୋଉଥିରେ ଲେଖାଥିଲା ଇଂରାଜୀ ରେ" ହାଏ"....

ତା ' ପଛ କୁ ଆଉ ଗୋଟାଏ ମେଲ୍, ସେଥିରେ ବ୍ୟକ୍ତି ଜଣକ ପଚାରିଥିଲେ ମୁଁ କେମିତି ଅଛି ବୋଲି ।ସାଧାରଣତଃ ଏଭଳି ମେଲ୍ ଗୁଡ଼ିକ ରେ ମୁଁ ସମୟ ନଷ୍ଟ କରେନି ,ଅଣଦେଖା କରି ଆଗକୁ ବଢିଯାଏ କିନ୍ତୁ...ଏଇଠି ମୋ ହୃଦୟ ମତେ ଟାଣି ନେଇ

ବାରମ୍ବାର ପଢିବାକୁ କହୁଥିଲା ।ମେଲ୍ ଆଡ୍ରେସ ଚେକ୍ କରି ମୁଁ ସ୍ପଷ୍ଟ ଜାଣି ପାରିଲି ,ସୁରଜ୍ ନାଆଁ ରୁ ଆସିଥିବା ଏହି ମେଲ୍ ଟି କୌଣସି ସୁରଜ୍ ନାମକ ବ୍ୟକ୍ତି ପଠାଇ ନାହାନ୍ତି ।ହୃଦୟ ସହ ମସ୍ତିସ୍କ ବି ତଦାରଖ କରିନେଲା ।ମେଲ୍ ଆଡ୍ରେସଟି ଥିଲା" ସୁରଜ୍ ଆଟ ଦ ରେଟ୍ ୮୭୭୦...."। ତା ' ଫୋନ୍ ନମ୍ୱର୍ ର ପ୍ରଥମ ଚାରି ଡିଜିଟ୍ । ଚିହ୍ନି ବାକୁ ନା ହୃଦୟ ବିଳମ୍ବ କଲା ନା ମସ୍ତିଷ୍କ ।ଯୋଉ ପ୍ରତୀକ୍ଷା କୁ ବି ପ୍ରତୀକ୍ଷା ଥିଲା ସେ ବି ନୀରବ ରହିଲା ।

ପୁଣି କିଛି ଦିନ ବିତିଗଲା .....

ପୁନଃ ଆଉ ଗୋଟାଏ ମେଲ୍ ଆସିଲା ଅନ୍ୟ ନାଆଁ ରେ....କିନ୍ତୁ ସେଇ ଚାରୋଟି ଡିଜିଟ୍ ଏବେ ବି ଥିଲା ଦେଇ ଆଡ୍ରେସ୍ ରେ ।ଏଥର ସେ ପ୍ରୟତ୍ନ କଲା ପରିଚୟ ଦେବାର କିନ୍ତୁ ଛଦ୍ମବେଶୀ ହୋଇ ।କିଛି ଟା ଅନ୍ତରଙ୍ଗ ମୁହୁର୍ତ୍ତ ର କଥା ଲେଖା ହେଲା ।

ସେ କଣ ଚାହୁଁଥିଲା କେଜାଣି କିନ୍ତୁ ବାରମ୍ବାର ବାହାଦୂରୀ ନେଇ ଚାଲିଥିଲା ସବୁଥିର .., ଯୋଉ ବିଶ୍ୱାସ ଘାତକତା କୁ ଏଡ଼ାଇ କେବଳ ବିଶ୍ୱାସକୁ ନେଇ ଆଜି ଯାଏଁ ଆଗେଇଥିଲି, ସେଇଠି ପ୍ରତିବନ୍ଧକ ସୃଷ୍ଟି କରି ବିଶ୍ଵାସ ଘାତକତା ନୁହେଁ ତା ବୁଝାଇ ଚାଲିଥିଲା ।

ଗୋଟାଏ ମେଲ୍ ରେ ଲେଖାଥିଲା ,ପ୍ରେମରେ କିଏ ହାରିଲା କିଏ ଜିତିଲା, କିଏ କାହା ସହ ଖେଳିଲା କଣ ମାଏନେ ରଖେ ଯେ, ଦେଖୁନ ତମେ ଏ ସବୁ କୁ ବ୍ୟବହୃତ କରି କେଡେ ସୁନ୍ଦର କବିତା ରଚୁଛ ।କେତେ ସୁନ୍ଦର୍ ଶଦ୍ଦ ଅଜାଡ଼ିଛ ।

ହଁ, ଠିକ୍ ଲେଖିଛି ସିଏ, ହେଲେ ସେ ସୁନ୍ଦର ହୃଦୟସ୍ପର୍ଷୀ ଶଦ୍ଦ ପଛ ର ବେଦନା କୁ କଣ ହୃଦୟଙ୍ଗମ କରିପାରିଛି..!!

ଗୋଟାଏ ପରେ ଗୋଟାଏ ଅନେକ ମେଲ୍...

କଥା ଦେଉଥିଲା " କିଛି ଟା ମାସ ମଧ୍ୟରେ ସେ ଫେରି ଆସିବ ବୋଲି"....ଆହୁରି କେତେ କଣ.....

ଏଥର ମୋ ନିରବତା ଭିତରେ ଉମଙ୍ଗ ଖେଳିଗଲା ...

ଉନ୍ମତ୍ତ ତରଙ୍ଗ ଭଳି..., ନୀରବି ଥିବା ଓଠରେ ଧାରେ ହସ ଉଛୁର ହେଇ ଉଠୁଥିଲା । ବୋଧେ ମୋ ପ୍ରତୀକ୍ଷା ର ଅନ୍ତ ହେବ ।ମୋ ଆଙ୍ଗୁଳି ଗୁଡ଼ିକ ଚଳ ଚଞ୍ଚଳ ହୋଇ ଉଠିଲେ ପ୍ରତିଉତ୍ତର

ପାଇଁ ।କିନ୍ତୁ ମୁଁ କିଛି କିଛି ଲେଖିବା ପୂର୍ବ ରୁ ଆଉ କିଛି ମେସେଜ ଆସି ହାଜର ହେଲେ, ମୁଁ ପଢ଼ିବାକୁ ଲାଗିଲି...।

ପରବର୍ତ୍ତୀ ଦିନ ମେଲ୍ ରେ ତାର କିଛି ଟା ସର୍ତ୍ତ ଥିଲା .... ମୋ ପାଇଁ କାଠିକର ନ ଥିଲା, ସେ ସର୍ତ୍ତ ଗୁଡ଼ିକୁ ପୂରଣ କରିବା କିନ୍ତୁ ପ୍ରେମ ରେ ସର୍ତ୍ତ...!!

ଆଉ ତା ' ପର ମେଲ୍ ରେ , ଯାହାସବୁ ଘଟିଥିଲା ସେ ସବୁ ସେ ନିର୍ଦ୍ଧୋଷୀ ଓ ଯାହା ସବୁ ଘଟିଥିଲା ସେଥି ପାଇଁ ସେ ବାଧ୍ୟ ଥିଲା ବୋଲି ।ସେ ନିର୍ଦ୍ଦୋଷ.....

ଆଉ ପରବର୍ତ୍ତୀ ମେଲ୍ ର ଅପେକ୍ଷା କରିବା ମୋ ପକ୍ଷେ ସମ୍ଭବ ନ ଥିଲା ।ସେଇ ମେଲ୍ ଟି କୁ ମୁଁ ଶେଷ ମେଲ୍ କଲି ଅର୍ଥାତ୍ ବ୍ଲକ.....। ପୂର୍ଣ୍ଣଛେଦ ଟିଏ ଆଙ୍କିବାକୁ ବାଧ୍ୟ ଥିଲି । ମୁଁ ଛାଇ ଟି ପଛରେ ଧାଉଁଥିଲି ଆଉ ସେ ଯେଉଁ ଅନ୍ଧାର ରେ ମତେ ରଖି

ପୁଣି ତା ' ଜୀବନ ରେ ଆଲୁଅ କରିବାକୁ ଚାହୁଁଛି, ସେ ଅନ୍ଧାର ଆଜି ଯାଏଁ ମୁଁ ଜାବୁଡ଼ି ଧରିଥିବା ଛାଇ କୁ ମୋଠୁ ଦୂରେଇ ଦେବ ନଚେତ୍ , ତା ' ପ୍ରକାଶିତ ଆଲୁଅ ରେ ମୁଁ ଚିହ୍ନି ଦେବି ଯେ ଆଜି ଯାଏଁ ମୁଁ କେବଳ ଗୋଟାଏ ଛାଇ ପଛରେ... ଗୋଟାଏ ମରୀଚିକା ପଛରେ ଅହରହ ଦଉଡ଼ି ଚାଲିଛି ।ମୁଁ ମୋ ଭ୍ରମ ହେଉ ପଛକେ ଏଇ ମୁଠାଏ ପ୍ରେମ ନେଇ ଜିଇଁ ବାକୁ ଚାହେଁ । କଠୋର ସତ୍ୟ କୁ ସ୍ବୀକାର କରି ଭାଙ୍ଗିବାକୁ ଚାହେଁନା......ମୋ ଧାରେ ହସ ନେଇ ଆଗଉଥିବ। ଓଠ ପୁଣି ନିରବୀ ଗଲା ।

ମୁଁ ପାରିଲିନି କିଛି ଉତ୍ତର ଦେଇ....., ସମୁଦ୍ର ର ଗୋଟାଏ କୂଳରେ ଛିଡା ହୋଇ ନ ଥିବା ଆରକୂଳ ର ପ୍ରତିକ୍ଷା କରିବା ମୋ ପକ୍ଷେ ସମ୍ଭବ ଥିଲା କିନ୍ତୁ ତା ' ସାନ୍ନିଧ୍ୟ ଆଶାରେ ମୋ ଏ ମୁଠାଏ ପ୍ରେମ ବି କଳୁଷିତ ହୋଇ ହଜିଯିବ ।ଆଉ ଏ ମୁଠାଏ ପ୍ରେମ ଆଖିଏ ସ୍ବପ୍ନ ବିନା ମୁଁ ବଂଚି ପାରି ନଥାନ୍ତି ।

ହଁ, ଏସବୁ ମେଲ୍ ସିଏ କରିଥିଲା କିନ୍ତୁ ସେ ନ ଥିଲା ଯାହା ପ୍ରତୀକ୍ଷା ରେ ମୁଁ ଥିଲି ।ଆଉ ଯାହାକୁ ମୁଁ ଥରେ ହୃଦୟରେ ସ୍ଥାନ ଦେଇ ସାରିଛି ତାକୁ ଆଉ କାହାକୁ କେମିତି ଦେଇଥାନ୍ତି ।

ଦୀର୍ଘଶ୍ଵାସ ଟିଏ ଛାଡ଼ି ପୂର୍ଣ୍ଣଛେଦ ଟିଏ ଆଙ୍କି ଦେଇ ପୁଣି ସେଇ ମୁଠାଏ ପ୍ରେମ ନେଇ ଆଗେଇ ଚାଲିଲି .....।


Rate this content
Log in

Similar oriya story from Romance