Snigdha Nayak

Drama Romance Tragedy

4  

Snigdha Nayak

Drama Romance Tragedy

ସେରିନ୍..୬

ସେରିନ୍..୬

8 mins
358


ପନ୍ଦର ଦିନିଆଁ ଉଅର୍କସପ୍ 'ହୋଟେଲ୍ ସେଲ୍ବିନିଆ'ରେ । ସମସ୍ତ ଆୟୋଜନ ହୋଇସାରିଥାଏ ।ସଂଧ୍ୟା ଆଠ ଟା'ରେ ଆଇସ୍ ବ୍ରେକିଂ ସେସନ୍ ତା'ପରେ ଅନ୍ୟାନ୍ୟ ପ୍ରୋଗ୍ରାମ୍ ଏବଂ ଫୁଲ୍ ନାଇଟ୍ ପାର୍ଟି । ପନ୍ଦର ଦିନର ଆଲମେନାକ୍ ପ୍ରସ୍ତୁତ ହୋଇ ସମସ୍ତ ଙ୍କ ପାଖରେ ପହଂଚି ସାରିଥାଏ । ପ୍ରଥମ ଦିନର ସେଇ ପ୍ରଥମ ସନ୍ଧ୍ୟା ହୋଟେଲ୍ ସେଲ୍ବେନିଆ ର ଗାର୍ଡନ ରେ ରଖା ଯାଇଥିଲା । ଏମିତି ଅନେକ ଥର ଅନେକ ବ୍ୟାର୍କସପ୍ ଏଟେନ୍ଡ଼ କରିଛି । କିଛି ନୂଆଁ ନ ଥିଲା ମୋ ପାଇଁ ତଥାପି ସେ ଦିନର ସେ ପ୍ରୋଗ୍ରାମ୍ ପାଇଁ ଏକ ଅଜବ୍ ନିଶା ଚଢ଼ୁ ଥିଲା ମନରେ । ପ୍ରସ୍ତୁତ ହୋଇ ପହଂଚିଲି ସେଲ୍ୱେନିଆ ର ଗାର୍ଡନ୍ ରେ । ବହୁତ୍ ଜଣ ଆସିଯାଇଥାନ୍ତି ଆହୁରି ଅନେକଙ୍କ ଆସିବା ବାକିଥାଏ । ଗାର୍ଡେନ୍ ରେ ଆୟୋଜିତ ହୋଇଥିବାରୁ ପାର୍ଟି ଚମକ୍ ଅଲଗା ଥାଏ । ଅତ୍ୟାଧୁନିକ କୃତିମ ଆଲୋକ ସାଜସଜ୍ଜା ସହ ଆକାଶର ପ୍ରାକୃତିକ ପୂର୍ଣ୍ଣିମା ରାତି ର ଦୃଶ୍ୟ ମନକୁ ଛୁଇଁ ଯାଉଥାଏ । ଅଫିସିଏଲ୍ ପରିଧାନରେ, ବ୍ଲେଜର୍ ର ବାଁ'ପକେଟ୍ ରେ ହାତ ରଖି ଅଗ୍ରସର ହେଉଥାଏ ।ସମ୍ମୁଖ ରେ ଚାରି-ପାଞ୍ଚ ଜଣ ଭଦ୍ରବ୍ୟକ୍ତି କଥାବାର୍ତ୍ତା ହେଉଥାନ୍ତି, ସେମାନଙ୍କ ସହ ମୁଁ ଆଗରୁ ପରିଚିତ ।ତାଙ୍କ ସହ ମୁଁ ବି ତାଙ୍କ ଡିସ୍କସନ୍ ରେ ଯୋଗ ଦେଲି । ସମସ୍ତଙ୍କ ହାତରେ ଥାଏ ଆକର୍ଷଣୀୟ ଡିଜାଇନ୍ ର ୱାଇନ୍ ଭରା କାଚ ଗ୍ଲାସ୍ ,ମୋ ହାତରେ ବି । ଠିକ୍ ସେତିକି ବେଳେ ଅର୍ଗାନାଇଜର ଜଣକ ଷ୍ଟେଜ୍ କୁ ଆସି ମାଇକ୍ ହାତରେ ନେଇ ସମସ୍ତଙ୍କୁ ସ୍ବାଗତ ଜଣାଉଥାନ୍ତି । ହେଲା......... ପ୍ରାୟତଃ ଅଧିକାଂଶ ମୋର ପରିଚିତ । ଏଥର ର ଉଆର୍କ୍ସପ୍ କୁ ଆହୁରି ଆକର୍ଷଣୀୟ ଭାବରେ ଡିଜାଇନ୍ କରାଯାଇଥାଏ ସବୁ ଦୃଷ୍ଟିରୁ । ମନୋରଞ୍ଜନ ପାଇଁ ଅନେକ ବିଦେଶୀ କଳାକାର ଓ ସେଲିବ୍ରିଟି ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ଗୋଟାଏ ରୁ ବଳି ଗୋଟାଏ ହଟ୍ ମଡେଲ୍ ଙ୍କ ମଧ୍ୟ ଆଗମନ ହେଉଥାଏ । ଅର୍ଗାନାଇଜର୍ ଜଣକ, ଜଣ ଜଣ କରି ସମସ୍ତଙ୍କୁ ଇଂଟ୍ରୋଡ୍ୟୁସ୍ କରାଉଥାନ୍ତି । ଇଂଟରୋଡକ୍ସନ କାର୍ଯ୍ୟକ୍ରମ ଟି ଆଗକୁ ବଢି ଚାଲିଥାଏ । ସେମ୍ ପ୍ରୋସେସ୍ ଯେମିତି ସବୁଥର ହୁଏ । ମୁଁ କେତେଜଣ ମଡେଲ୍ ଙ୍କ ଗହଣ ରେ ଛିଡା ହୋଇଥାଏ । ସେତେବେଳ ଅର୍ଗାନାଇଜର୍ ଙ୍କ ଏନାଉସମେଣ୍ଟ ରେ ଶୁଣିଲି ଗୋଟାଏ ନାଁ.... ସେରିନ୍..... ସେରିନ୍ ! ନାଁ ' ଟି ଶୁଣି ବିସ୍ମିତ ହୋଇ ପଡିଲି । ବିଜୁଳି ବେଗରେ ସେରିନ୍ ନାଁ'ଟି ମୋ କର୍ଣ୍ଣ ଗହ୍ବର ଦେଇ ମସ୍ତିଷ୍କ ଓ ମନକୁ ଦୋହଲାଇ ଦେଇ ହୃଦୟ ରେ ଆଘାତ କଲା । ନାଁ'ଟି ଯଦିଓ ମୋ, ହୃଦୟ ରେ ମୋହର ଭଳି ଲାଗି ରହିଥିଲା, ତଥାପି ହୃଦୟ ରୁ ସେରିନ୍ ନାଁ ର ସ୍ମୃତି ପେଡିକୁ ନ ଖୋଲି ନିଜକୁ କୌଣସି ମତେ ସମ୍ଭାଳି ନେଇଥିଲି । ଦେଖାଯାଉ ...,ଯଦିଓ ମୋ ସେରିନ୍ ର ନାଁ, ଟିକୁ କିଏ ଚୋରି କରିଥିବ, କେବଳ ନାଁ, ଟିକୁ ଚୋରି କରିପାରିବ, ତା' ରୂପକୁ ନୁହଁ । ହାତରେ ଧରିଥିବା ଗ୍ଲାସ୍ କୁ ୱେଟର୍ କୁ ଦେଇ ଷ୍ଟେଜ୍ କୁ ଅନାଇଲି । ଏ କ'ଣ....ସେରିନ୍ !!


କଣ ଏ ସ୍ଵପ୍ନ ନା ସତ ...? ଇଏ ତ ମୋ ସେରିନ୍ ...,କ୍ଷଣିକ ପାଇଁ ସ୍ତବଦ୍ଦ ହୋଇ ଗଲି । ତମେ ହାତରେ ମାଇକ୍ ନେଇ କହି ଚାଲିଥିଲ, ହେଲେ ମୁଁ ତୁମକୁ ସମ୍ମୁଖ ରେ ଦେଖି ଏମିତି ରହିଥିଲି ଯେ ନା' କାନ କୁ କିଛି ଶୁଣା ଯାଉଥାଏ, ନା' ଚତୁର୍ପାଶ୍ୱରେ କାହାରି ଉପସ୍ଥିତି ଅନୁଭବ ହେଉଥାଏ । ଏତେ ବର୍ଷ ର ବ୍ୟବଧାନ ପରେ ହଠାତ୍ ତୁମେ ମୋ ସମ୍ମୁଖରେ ।ପ୍ରେମ ନାମକ ସ୍ମୃତିଟିକୁ ଓ ସେରିନ୍ ନାମକ ଚିତ୍ରପଟ କୁ ହୃଦୟ ସିନ୍ଦୁକରେ ରଖି , ଦେଇଥିବା ସମସ୍ତ ଶୀଙ୍କୁଳି ଯେମିତି ବିନା କାହାରି ସାହାର୍ଯ୍ୟ ରେ ଗୋଟି ଗୋଟି ହୋଇ ଖୋଲିବାକୁ ଲାଗିଲା । ସ୍ମୃତି ଗୁଡ଼ିକ ରୂପ ର ଆକାର ନେଇ ମୋ ଚତୁର୍ଦିଗ ରେ ...ଖୋଲା ଆକାଶ ରେ ଉଡିବାକୁ ଲାଗିଲେ । ମୃତ ଓ ସୁପ୍ତ ହୃଦୟ ଟି ଜାଗ୍ରତ ହୋଇ ସେରିନ୍ ର ପ୍ରେମ ନିଶାରେ ଭିଜି ପୁନଶ୍ଚ ସେରିନ୍ କୁ ହାସିଲ୍ କରିବା ପାଇଁ ପ୍ରତିଜ୍ଞା ବଦ୍ଧ ହୋଇ ସାରିଥିଲା ।ଅତୀତ ର ମୁହୂର୍ତ୍ତ ଗୁଡିକ ଗୋଟିଏ ଗୋଟିଏ କରି ମୋ

ମୋ ମାନସ ପଟ୍ଟରେ ଭାସି ଚାଲିଥିଲେ । ମନକୁ ମନ କହି ଚାଲିଥିଲି, "ସେବେ ତମେ ଥିଲ ସମ୍ମୁଖ ରେ ଅଥଚ ମୋ ସାମର୍ଥ୍ୟ ନ ଥିଲା , ଆଉ ଯେବେ ସାମର୍ଥ୍ୟ ଆସିଲା ତମେ ନ ଥିଲ, ହେଲେଏବେ ସାମର୍ଥ୍ୟ ବି ଅଛି ଆଉ ତୁମେ ବି...।"ତୁମେ ମୋର...ସେରିନ୍, କେବଳ ମୋର.. । ଆଖି ର ପଲକ ପଡୁ ନ ଥାଏ, ମୁଁ ସେମିତି ଛିଡ଼ା ହୋଇ ରହି ଯାଇଥାଏ, ଖୁସିରେ ଆଖିପତା ଓଦା ହୋଇ ଯାଉଥାଏ । ବିଶ୍ୱାସ ହେଉ ନ ଥାଏ , ଏତେ ବର୍ଷ ପରେ ହଠାତ୍ ଇଶ୍ୱର ତୁମକୁ ମୋ ଆଗରେ ଆଣି ଛିଡା କରିବେ । ତୁମକୁ ଦେଖି ଏତେ ମାତ୍ରାରେ ମୁଁ ଖୁସି ହେଇଯାଇଥିଲି ଯେ ଦୂରରୁ ତୁମକୁ ସେମିତି ଅନାଇଥାଏ  ଆଉ ତୁମେ ଅନ୍ୟ ମାନଙ୍କ ସହ ବ୍ୟସ୍ତ ଥାଅ, ବୋଧେ କେତେଜଣ ଆଗରୁ ତୁମ ସହ ପରିଚିତ , ଆଉ କେତେ ଜଣ ତୁମ ରୁପରେ

ଆକର୍ଷିତ ହୋଇ ଭ୍ରମର ଭଳି ତୁମ ପାଖକୁ ଯାଇ ତୁମର ପ୍ରଶଂସା କରି ତୁମ ଦୃଷ୍ଟି ଆକର୍ଷଣ କରୁଥାନ୍ତି । ମୋ ଆଖିକୁ ବିଶ୍ବାସ ହେଉ ନ ଥାଏ, ଏତେ ବରଷ ବିତିଗଲା,ହେଲେ ତମପାଇଁ ସମୟ ଯେମିତି ସେଇଠି ଅଟକି ରହିଥିଲା ।କେଲେଣ୍ଡର ଟି ତା'ପୃଷ୍ଠା ଓଲଟାଇ ଚାଲିଛି....,ପୃଷ୍ଠା , କଅଣ..କେଲେଣ୍ଡର୍ ପରେ କେଲେଣ୍ଡର୍ ବଦଳି ଚାଲିଛି, ଅଥଚ ତମେ ସେମିତି..?? ସେମିତି କଣ ,ବରଂ ଆହୁରି ଅଧିକ ଆକର୍ଷିତ କରୁଛ ।ଆଗ ଅପେକ୍ଷା ଏବେ ତୁମ ଶାରୀରିକ ଗଠନ ଵ ଲୋଭନୀୟ ହୋଇ ପଡିଛି ।ଏମିତି ତ ମୋ ହୃଦୟ ଓ ମସ୍ତିଷ୍କ ରେ ତମ ରାଜୁତି ଚାଲୁଥାଏ ଆଉ ପ୍ରଥମ ରୁ ହିଁ ତୁମ ରୂପ ଲାବଣ୍ୟରେ ନିଜକୁ ହଜାଇ ସାରିଥାଏ ତା'ସାଙ୍ଗକୁ ସେବର ଶାରୀରିକ ଗଠନ ର ସୌନ୍ଦର୍ଯ୍ୟ ମତେ ଭ୍ରମର ତୁଲ୍ୟ ଆକୃଷ୍ଟ କରୁ ଥାଏ । ଅତୀତର ପ୍ରତିଟି ପୃଷ୍ଠା ର ସ୍ମୃତି ମୋ ସମ୍ମୁଖ ରେ ଦୃଶ୍ୟମାନ ହୋଇ ତୁମକୁ ସମ୍ପୂର୍ଣ ରୂପେ ନିଜର କରିବାର ଆହ୍ବାନ ଦେଉଥାଏ । ଏଥର ଆଉ ବିଳମ୍ୱ କରିବିନି ବୋଲି ନିଷ୍ପତ୍ତି ନେଇ ତୁମ ଆଡକୁ ପାଦ ବଢାଇ ନିକଟବର୍ତ୍ତୀ ହେଉଥାଏ...., କିନ୍ତୁ ..ମୁଁ ତୁମ ପାଖକୁ ପହଂଚିବା ପୂର୍ବରୁ କେହିଜଣେ ପୁରୁଷ ତୁମ ପାଖକୁ ଆସି ତୁମକୁ ଆଲିଙ୍ଗୀନ କଲେ ଆଉ ତୁମେ ବି ।ମୋ କାର୍ଯକ୍ଷେତ୍ର ଓ ବିଦେଶ ର ପରିବେଶ ରେ ଯଦି ଓ ଆଲିଙ୍ଗୀନ କରିବା ଏକ ସାଧାରଣ ଶବ୍ଦ ଥିଲା ଏବଂ ଆଭିଜାତ୍ୟ ର ଏକ ପ୍ରମୁଖ ପ୍ରତୀକ ଥିଲା ତଥାପି ଜାଣେନା, ସେରିନ୍.. ସେଦିନ ଅନ୍ୟ କାହାର ବାହୁ ବନ୍ଧନ ରେ ତୁମକୁ ଦେଖି ମତେ କାହିଁକି କଷ୍ଟ ହେଉଥିଲା । କେତେ କଣ

ଭାବିଥିଲି " ଓଃ..!!! ,ଭାଗ୍ୟର କି ବିଡ଼ମ୍ବନା । ତୁମର ସ୍ୱାମୀ ହୋଇଥିବେ ବୋଧେ ନଚେତ୍ ତୁମେ କାହିଁକି ଏତେ ହସ ହସ

ଚେହେରା ନେଇ ଖୁସିରେ ଗଦ୍ ଗଦ୍ ହୋଇ ତାଙ୍କ ସହ ମଜ୍ଜି ଯାଇଥାନ୍ତ । ତୁମ ଦିହିଁ ଙ୍କ ବାର୍ତ୍ତାଲାପ୍ ରୁ ଲାଗୁଥାଏ ଯେମିତି ତୁମେ ବି ତାଙ୍କୁ ଖୁବ୍ ଭଲପାଅ । " ମୁଁ ନିଜକୁ ସମ୍ଭାଳି ପାରୁ ନ ଥାଏ । ମନରେ ପଚାରୁଥାଏ " କାହିଁକି ସେରିନ୍..? କାହିଁକି..?, । ବହୁ କଷ୍ଟରେ ସେରିନ୍ ନାମକ ମୋ ସ୍ପନ୍ଦନ କୁ ହୃଦୟ କୋଣରେ ଲୁଚାଇ ରଖିବାରେ ସଫଳ ହେଇଥିଲି, ତାକୁ ତୁମେ ମୋ ସମ୍ମୁଖରେ ପ୍ରତୀୟମାନ ହୋଇ, ମତେ ବାଧ୍ୟ କରୁଛ...ତୁମ ପାଇଁ..! କାହିଁକି ସେରିନ୍ ..? " ନା' ଏମିତି ହୋଇ ପାରିବନି ସେରିନ୍, ଭାଗ୍ୟକୁ ବଦଳିବାକୁ ହେବ । ତମର ଓ ମୋର ,ମିଳନ ଏଇ ଯୁଗରେ ହିଁ ହେବ ଏଇ ଜନ୍ମରେ ହିଁ..। ବୋଧହୁଏ ଭଗବାନ ସେଥିପାଇଁ ମୋ ସାମ୍ନାରେ ଆଜି ଛିଡା କରିଛନ୍ତି ତା' ବି ଏତେ ବର୍ଷ ପରେ । ଅତୀତରେ ତୁମକୁ ହରାଇ ମୁଁ ଯେତିକି କଷ୍ଟ ପାଇ ନ ଥିଲି, ଆଜି ତୁମକୁ ସମ୍ମୁଖରେ ପାଇଲା ପରେ ତୁମକୁ ହରାଇବାର ଭୟ ଆହୁରି କଷ୍ଟ ଦେଉଥାଏ ।

ଫଗୁଣ ମୋ ଘର ସମ୍ମୁଖ ଦେଇ ଗତିକରେ । ସମ୍ପୂର୍ଣ ପରିବେଶକୁ ଫଗୁଣ ର ରଙ୍ଗ ରେ ରଙ୍ଗାଇଦିଏ ଅଥଚ ମୋ ଘରେ କାଳବୈଶାଖ ଦେଇ ଚାଲିଯାଏ । କାହିଁକି ସେରିନ୍ .......?


ମୋ ହୃଦୟ ରେ ତୁମେ ଆଉ ତୁମ ପ୍ରେମ କେବଳ ଫଗୁଣ ହୋଇରହିବ ଆଉ ମୁଁ ମୋ ପ୍ରେମ ରେ କାଳବୈଶାଖି ନ ଆସିବାର

ପ୍ରତିଶ୍ରୁତି ଦେଇଚାଲିଥାଏ ନିଜକୁ । ହୃଦୟ ର କୋହକୁ ଚାପି ଆଉ ଆଖିର ଲୁହକୁ ଲୁଚାଇ ଆଉ ମୁହଁ ରେ ହସ ଫୁଟାଇବାର ର ଅସମର୍ଥତା ଯୋଗୁଁ ତୁମ ସାମ୍ନା କୁ ନ ଯାଇ ତମ ସହ ସାକ୍ଷାତ ନ କରି ଚାଲିଗଲି ହୋଟେଲ୍ ରୁମ୍ କୁ । ଗଳା ରୁ ଟାଇ ଟି'କୁ ଖୋଲିଦେଲି,ବ୍ଲେଜର୍ କୁ କାଢ଼ି ଫିଙ୍ଗିଦେଲି ଖଟଉପରେ ଆଉ ଯାଇ ବସି ପଡିଲି ସୋଫାରେ କିଛି ସମୟ ପାଇଁ ।ଫ୍ରିଜ୍ ରୁ ଜେମ୍ପା ଏନ୍ସିଗ୍-ନିଆ ର ବୋତଲ ଟି କାଢ଼ି ଟେବଲ୍ ଉପରେ ଥୋଇଲି । ତିନି-ଚାରି ପେଗ୍ ନେଇ ,ଦୀର୍ଘଶ୍ୱାସ ନେଇ କିଛି ସମୟ ଚୁପ୍ ହୋଇ ବସିଲି ,ପୁଣି ଆଉ ଗୋଟେ ପେଗ୍ ରେଡି କଲି । ଏଥର ଆଉ କଣ୍ଟ୍ରୋଲ୍ କରିପାରୁ ନଥାଏ ।ଚେଷ୍ଟା ସତ୍ୱେ ଲୁହକୁ ରୋକି ପାରୁନଥାଏ ।ହାତରେ ଧରିଥିବା ଗ୍ଲାସ୍ ଟିକୁ ଫୋଫାଡି ଦେଲି । ସେଇଠୁ ଉଠିଯାଇ ଚାଲିଗଲି ବାଲ୍କୋନି କୁ । ବାଲ୍କୋନି ରୁ ପାର୍ଟି ର ଦୃଶ୍ୟ ଭଲଭାବରେ ଦେଖା ଯାଉଥାଏ । ମୋ ଚକ୍ଷୁ ଅନବରତ ଭାବେ ତୁମକୁ ନିରୀକ୍ଷଣ କରି ଚାଲୁଥାଏ । ଇଚ୍ଛା ହୁଏ,ସେଇଠୁ ତୁମକୁ ନେଇଆସନ୍ତି ,ନିଜ ବାହୁବନ୍ଧନ ରେ ଜାବୁଡି ଧରି ସାରା ଦୁନିଆଁ ଠୁ ଲୁଚାଇ ଦିଅନ୍ତି । ତମେ ତ ହାତକୁ ହାତ ଛନ୍ଦି ସେ ପୁରୁଷ ଜଣକ ସହ ପାର୍ଟି ର ମଜା ନେଉଥାଅ ।ମତେ କିନ୍ତୁ ସେ ପାର୍ଟି ମରୁଦ୍ୟ।ନ ଭଳି ଲାଗୁଥାଏ ଏବଂ ସେ ପୁରୁଷ ଜଣଙ୍କ କେକ୍-ଟସ୍ ଭଳି । ଲାଗୁଥାଏ ମୋ ପରୀ ଟି ମରୁଭୂମି ରେ ଅନେକ କଣ୍ଟାବୁଦା ଓ କେକ୍-ଟସ୍ ମାନଙ୍କ ମଧ୍ୟରେ ଘେରି ରହିଛି । ଯୋଉ ପ୍ରେମ, ସ୍ନେହ ତାକୁ ମିଳିବା ଦରକାର ତାହା କେବଳ ମୁଁ ତାକୁ ଦେଇପାରିବି, ଅନ୍ୟମାନଙ୍କ ପ୍ରେମ ମରୀଚିକା ସଦୃଶ୍ୟ , ପୁନଶ୍ଚ ବାଲ୍କୋନି ରୁ ଆସି ରୁମ୍ ଭିତରେ ବସିପଡ଼ିଲି । ଅତ୍ୟାଧିକ ନିଶାପାନ ଯୋଗୁଁ ଆଖି ଲାଗିଯାଇଥାଏ । କିଛି ଘଣ୍ଟା ପରେ ନିଦ ଭାଙ୍ଗିଲା ।ମୋବାଇଲ କୁ ଅନ୍ କରି ସମୟ ଦେଖିଲି । ରାତି ତିନି ଟା' ।ଟେବଲ୍ ଲ୍ୟାମ୍ପ୍ କୁ ଅନ୍ କରି ଚୁପ୍ ହୋଇ ବସିରହିଲି । ତୁମ ଚେହେରା ଟି ମୋ ଆଖି ଆଗରେ ନାଚି ଉଠୁଥାଏ ଓ ତା ସାଙ୍ଗକୁ ଅନିଚ୍ଛା ସତ୍ୱେ କେକ୍-ଟସ୍ ଓ ତୁମର ହାତ ଛନ୍ଦା ଛନ୍ଦି ଓ ଆଲିଙ୍ଗୀନ ର ଦୃଶ୍ୟ ମଧ୍ୟ । ସେଦିନ ମୁଁ ଅନୁଭବ କରିପାରିଥିଲି ଯେ ପ୍ରକୃତ ରେ ମୁଁ ଜୀବନ ରେ କଣ ହରାଇଛି ।ତୁମେ ମୋ ପାଖରେ ନ ଥିବା କଷ୍ଟ ଠୁ ତେମେ କେକ୍ ଟସ୍ ପାଖରେ ତା'ର ହୋଇ ରହିବା କଷ୍ଟ ମୋ ପାଇଁ ବେଶି ଅସହ୍ୟ ଥିଲା ।କାହିଁକି ,ମୁଁ ସମସ୍ତ ସାମର୍ଥ୍ୟ ଲଗାଇ ତୁମକୁ ଖୋଜିବାକୁ ଚେଷ୍ଟା କଲିନି, ଟେକ୍ନୋଲୋଜି ତ ଢେର୍ ଆଗକୁ ବଢି ଯାଇଥିଲା । ଡିଜିଟାଲ୍ ଦୁନିଆଁ ରେ ଜଣଙ୍କୁ ଖୋଜି ପାଇବା ତ ଖୁବ୍ ସହଜ ଥିଲା ।କାହିଁକି..?ମୁଁ ତୁମ ପାଖକୁ ପହଂଚି ପାରିଲିନି , କୋଉ ଜନ୍ମ ର ପାପ ? ପ୍ରଥମ ଦେଖାରୁ ହିଁ ମୁଁ ତୁମକୁ ସ୍ତ୍ରୀ ର ମର୍ଯାଦା ଦେଇ ସାରିଥିଲି ।କେବଳ ତମେ ମୋ ପାଇଁ ମୋ ପ୍ରେମିକା ନୁହଁ ବରଂ ମୁଁ ହୃଦୟ ରୁ ଅର୍ଧାଙ୍ଗିନୀ ରୂପେ ଗ୍ରହଣ କରି ନେଇଥିଲି ।ବୋଧେ ଗତ ଜନ୍ମ ର କିଛି ଭୁଲ୍ ,ନଚେତ୍ କାହିଁକି ଏସବୁ ? "ନା' ଏବେ ଆଉ ନୁହଁ, ପାଷ୍ଟ ..ଇଜ୍..ପାଷ୍ଟ୍ ,ନାଓ ୟୁ ଆର୍ ମାଇଁ ପ୍ରେଜେଣ୍ଟ୍ ଆଣ୍ଡ୍ ଫିଉଚର୍ ଠୁ ।" 


କହି ଖଟରୁ ଉଠି କପ୍ବୋର୍ଡ଼ ଖୋଲି ଟି-ସର୍ଟ ଟିକୁ ଗଳାଇ ଦେଇ ତରତର ହୋଇ ବାହାରିଗଲି ରୁମ୍ ରୁ । ଯାଇ ପହଂଚିଲି ରିସେପ୍-ସନ୍ ରେ । ନିଜର ପରିଚୟ ଦେଇ ଉଆର୍କ୍ସପ୍ ପାଇଁ ଆସିଥିବା ସମସ୍ତଙ୍କ ନାଁ ଲିଷ୍ଟ ଟିକୁ ମାଗିଲି । ସିଏ ତା'ପାଖରେ କିଛି ତଥ୍ୟ ନାହିଁ ବୋଲି କହିଲା । ମୁଁ ତାକୁ କହିଲି ମିଛରେ ,ସକାଳେ ଇମପୋର୍ଟଏଣ୍ଟ ଅଫିସିଏଲ୍ ମିଟିଙ୍ଗ୍ ଅଛି ଓ ମୋର କିଛି କାମ ଅଛି ତେଣୁ ଏବେ ହିଁ ଦରକାର ଲିଷ୍ଟ । ତାକୁ ବାଧ୍ୟ କାଲି ମେନେଜେର ଙ୍କୁ ଡାକିବା ପାଇଁ ।ଟେନ୍ସନ୍ ରେ ସେତିକି ଭିତରେ ଦି'ଟା ସିଗାରେଟ୍ ଟାଣି ସାରିଥାଏ । ମେନେଜେର ତାଙ୍କ ଲେପ୍ଟପ୍ ଅନ୍ କରି ଲିଷ୍ଟ ଟି କାଢ଼ିଲେ, ସେ କହିଲେ ସର୍ ଆମ ପାଖରେ ବେଶି କିଛି ତଥ୍ୟ ନାହିଁ କେବଳ ପ୍ରୋଗ୍ରାମ୍ ବିଭିନ୍ନ ପର୍ଯ୍ୟାୟ କେଉଁଠି ଓ କିଭଳି ଅର୍ଗାଅନାଇଜ୍ ହେବ ଏବଂ କେଉଁ ରୁମ୍ କାହା ପାଇଁ ବୁକ୍ ହେଇଛି ସେତିକି ମାତ୍ର । ସମ୍ପୂର୍ଣ ଲିଷ୍ଟ କୁ ଚେକ୍ କଲି ହେଲେ କେଉଁଠି ବି ତମ ନାଁ ନ ଥିଲା । ତା'ମାନେ ତମେ ବରକ୍ସପ୍ କୁ ଆସିନ...,ତାମାନେ ତମେ ଗେଷ୍ଟ୍ ....? ତଥାପି ଜାଣିଶୁଣି ପଚାରିଲି "ଆରେ ଏଠି ସେରିନ୍ ମେମ୍ ଙ୍କ ନାଁ ତ ନାହିଁ ?" ସେ କହିଲେ-"ନା' ସର୍ ମେମ୍ ତ ତାଙ୍କ ରୁମ୍ ରେ, ତାଙ୍କ ପାଇଁ ରୁମ୍ ବୁକ୍ ହେବ କଣ ପାଇଁ ।ମୁଁ କିଛି ବୁଝି ପାରୁ ନଥାଏ ଆଉ ସେ ଖୋଲି କିଛି ତମ ବିଷୟ ରେ କହୁ ନ ଥାଏ ।ତଥାପି ଅନେକ ଚେଷ୍ଟା ପରେ ଜାଣିନେଲି , ରୁମ୍ ନମ୍ବର ୨୦୦୬, ଟ୍ୱେଣ୍ଟିଫୋରତ୍ ଫ୍ଲୋର୍ । ଭାବିଲି ଆଉ ବିଳମ୍ୱ କରିବିନି, ସିଧା ତୁମ ପାଖକୁ ଯାଇ ତୁମ ସହ ବାର୍ତ୍ତାଲାପ୍ କରିବି , କିଛି ମୋ କଥା କହିବି ଆଉ କିଛି ତୁମର ଶୁଣିବି । ସେଇଠୁ ଲିଫ୍ଟ୍ ରେ ଚଢି ଚାଲିଗଲି ତମ ଫ୍ଲୋର୍ କୁ, ଟିକେ ଆଗକୁ ଯାଇ ରାଇଟ୍ ସାଇଡ୍ ରେ ରୁମ୍ ନମ୍ବର ୨୦୦୬ । ରୁମ୍ ସାମ୍ନାରେ ଛିଡା ହୋଇ ହାତଘଣ୍ଟା କୁ ଅନେଇଲି ଭୋର୍ ୪.୩୦ , ଭାବିଲି ଏବେ ନୁହଁ ଆଉ ଏଭଳି ଭି ନୁହଁ । ଆଗଭଳି ଆଉ କିଛି ଭୁଲ କରିବା ପାଇଂ ଚାଁହୁ ନ ଥିଲି ,ଏଥର ପଅର୍ମ।ନେଣ୍ଟଲି ହସ୍ତଗତ କରିବାର ଯୋଉ ଥାଏ । ସେଇଠୁ ଚାଲି ଆସିଲି ରୁମ୍ କୁ ।ମନ ଓ ହୃଦୟ ରେ ଚାଲିଲା ଏକ ଆନ୍ଦୋଳନ ।ଜାଣିଛ ସେରିନ୍ ତାପରେ କଣ କାଲି । ମିସନ୍ ସେରିନ୍ ର ପ୍ରସ୍ତୁତି । ଆରମ୍ଭ ହେଲା ମୋ ରାଜନୀତି ତୁମକୁ ପାଇବା ପାଇଁ..।


(କ୍ରମଶଃ)


Rate this content
Log in

Similar oriya story from Drama