Snigdha Nayak

Drama Romance Tragedy

3  

Snigdha Nayak

Drama Romance Tragedy

ସେରିନ୍-୫

ସେରିନ୍-୫

6 mins
135


ନା'.., କେବେ ବି ଏମିତି ହେଇ ପାରିବନି ସମୟର କାଳଚକ୍ରକୁ ବଦଳିବାକୁ ହେବ । ସେରିନ୍ ସହ ପ୍ରିୟାନ୍ସ, ନାମ ଭାଗ୍ୟକୁ ଲେଖିବାକୁ ହେବ ।ଗୋଲାପି ଓଠକୁ ପ୍ରସାରିତ କରି କୃତ୍ରିମ ମୃଦ୍ୟୁ

ହାସ୍ୟ ଦେଇ ତମେ ତ ବିଦାୟ ନେଇ ଚାଲିଗଲ ତୁମ ଦୁନିଆଁକୁ ।ହେଲେ ମୁଁ ଯେମିତି ପଥର ପାଲଟି ଯାଇଥିଲି ।କିଏ ସତରେ ଯେମିତି ମୋ ପାଦତଳେ ଥିବା ଚଟ୍ଟାଣକୁ ଟାଣିନେଲା ।ହୃଦୟର

ପ୍ରେମ ବାତ୍ୟାରୁପ ନେଇ ମସ୍ତିଷ୍କକୁ ବିନାଶ କରିବାରେ ଲାଗିଲା ।

କେତେବେଳେ ଓ କେମିତି ଯାଇ ମୁଁ ବସ୍ ଷ୍ଟାଣ୍ଡରେ ପହଂଚିଲି ତାହା କେବଳ ମୁଁ ହିଁ ଜାଣିଛି । ବାପା ସେଇଠି ମୋର ଅପେକ୍ଷା କରୁଥାନ୍ତି । ବସ୍ ଛାଡ଼ିବା ବେଳ ହେଇଯାଇଥାଏ ମୁଁ ଆଉ ବାବା ବସ୍ ରେ ବସିଲୁ । ହୃଦୟରୁ ଉଠୁଥଏ କୋହ ଠିକ୍ ସମୁଦ୍ରରେ ଉଠୁଥିବା ଜୁଆର ଭଳି ।ତା'ସଂଗକୁ ବସ୍ ରେ ଚାଲୁଥିବା ହାର୍ଟ ବ୍ରେକିଂ ଗୀତ " ପରଦେଶୀ ପରଦେଶୀ.. ଜାନା ନେହିଁ, ହମେ ଛୋଡ୍ କେ.." ହୃଦୟ କୁ ଆହୁରି ଆଘାତ ଦେଉଥାଏ ।ମତେ ଗୁମ୍ ସୁମ୍ ଦେଖି ବାବା ଭାବିଲେ, ବୋଧେ ମୋର ଏକ୍ଜାମ୍ ଭଲ ହୋଇନି । ସେ ଅନେକ ଉଧାହରଣ ଦେଇ ବୁଝାଇ ବାକୁ ଚେଷ୍ଟା କରୁଥାନ୍ତି । କହୁଥାନ୍ତି " ଆରେ ମନ ଦୁଃଖ କରନା ବାପା, ଆଜିକାଲି ବହୁତ ଭଲ ଭଲ ଲାଇନ ଅଛି । ନ ହେଲେ ପୋଷ୍ଟ ଗ୍ରାଜୁଏସନ୍ କରି ଗାଁ କଲେଜ୍ ରେ ଅଧ୍ୟାପକ ହେବା ଶ୍ରେୟସ୍କର ବୋଲି ବୁଝାଉଥାନ୍ତି । ମୁଁ ବାପାଙ୍କ କୋଳରେ ମୁଣ୍ଡ ରଖିଲି ଆଉ ବାବା ମତେ ବୁଝାଇ ବୁଝାଇ ମୋ ମୁଣ୍ଡକୁ ଆଉଁସିବା ଆରମ୍ଭ କଲେ ଆଉ ସେବେ ମୋ ହୃଦୟର ଚାପା କୋହ ଲୁହ ଆକାର ନେଇ ଗଡିବାକୁ ଲାଗିଲା । ଗାଡି ଆସି ଷ୍ଟପେଜ୍ ରେ ଅଟକିଲା । ଆମେ ବସ୍ ରୁ ଓଲ୍ହାଇ ରିକ୍ସାରେ ବସି ଘରକୁ ଯାଉଥାଉ ।ବାଟରେ ମା ମଙ୍ଗଳାଙ୍କ ମନ୍ଦିର । ବାବା ହାତଯୋଡ଼ି ଠାକୁରାଣୀଙ୍କୁ ନମସ୍କାର ହେଲେ, ମତେ ନାଲି ଆଖି ଦେଖେଇ ହାତ ଯୋଡିବା ପାଇଁ ଇଙ୍ଗିତ କଲେ, ତାଙ୍କ କଥା ରଖିବାକୁ ଯାଇ ମୁଁ ହାତଯୋଡ଼ି ଆଖି ବନ୍ଦ କାଲି ।ଏଇ ମନ୍ଦିରକୁ ଯେ ଅନେକ ଥର ଆସିଛି ,ପ୍ରତି ମଙ୍ଗଳବାର । ନଡିଆ ବାଡେଇ, ଭୋଗ ଲଗାଇ ତୁମକୁ ମାଗିଥିଲି , ହେଲେ ଆଜି ପରେ ହାତଯୋଡ଼ି ଆଶୀର୍ବାଦ ଭିକ୍ଷା କରିବାର। ପ୍ରୟୋଜନ ବ୍ୟର୍ଥ ଲାଗୁଥାଏ ।ତା'ପରେ ଗାଁରେ ପହଂଚିଲୁ । ମୁଁ ବିରିହ ବେଦନାରେ ଦିନଗୁଡିକୁ କାଟି ଚାଲିଥାଏ ,ଆଉ ଆଗଭଳି ଭବିଷ୍ୟତ ଚିନ୍ତା ନ ଥାଏ କି ତୁମକୁ ପାଇବାର ନିଶା ନ ଥାଏ ।ତଥାପି କାହିଁକି କେଜାଣି ପର୍ସ ଭିତରେ ଥିବା ଫଟୋଟିକୁ କାଢ଼ି ବାରମ୍ବାର ଦେଖେ । ଗାଁ'ନଦୀ ତୁଠରେ ଘଣ୍ଟା ଘଣ୍ଟା ଧରି ବସିରହି ବହୁଥିବା ଜଳକୁ ଅନାଇଥାଏ , ଅନେକଥର ତା'ବାଲୁରେ ତମ ନାଁ ଲେଖିଚାଲେ ତ କେତେବେଳେ ଛୋଟ ପିଲାଙ୍କ ଭଳି ତମର ଆଉ ମୋର...,ମାନେ ଆମର ଛୋଟ ଘରଟିଏ ଗଢ଼ି ପକାଏ, ପରମୁହୂର୍ତ୍ତ ରେ ନିଜେ ହିଁ ସ୍ଵହସ୍ତରେ ଭାଙ୍ଗି ଛାଟିପିଟି କାନ୍ଦେ । ସମୟ ଗଡିଚାଲିଥାଏ ଆଉ ମୋ ବ୍ୟବହାରରେ ବି ଅନେକ ପରିବର୍ତ୍ତନ ଆସିଯାଇଥାଏ । ଛୋଟ ଛୋଟ କଥାରେ ରାଗିଯାଏ ଏମିତି ଅନେକ ଛୋଟବଡ ଅନେକ ପରିବର୍ତ୍ତନ ବାପା,ବୋଉ, ଭାଇ ,ଭାଉଜ ମୋଠି ଲକ୍ଷ୍ୟ କରୁଥାନ୍ତି । ସେମାନେ ଭାବୁଥାନ୍ତି,ମୁଁ ପାଠପଢ଼ା ସାରି ବୋଧେ କୌଣସି ଜବ୍ କରି ନ ପାରିବାରୁ ,କିମ୍ବା ମୁଁ ମୋ ଭବିଷ୍ୟତକୁ ନେଇ ଚିନ୍ତିତ ,ସେଥିପାଇଁ ଏ ଭଳି ବ୍ୟବହାର କରୁଛି । ହେଲେ ମୋ ମନକଥା କେବଳ ମୁଁ ହିଁ ଜାଣୁଥିଲି । ଏମିତି କିଛି ମାସ ବିତିଗଲା । ଥରେ ଜଣେ ସମ୍ପର୍କୀୟଙ୍କ ବାହାଘର ଥାଏ ।ସେଇ ବାହାଘରରେ କେତେଜଣ ପୁରୁଣା ବନ୍ଧୁଙ୍କ ସହ ଦେଖାହେଲା । ବାର୍ତ୍ତାଲାପ୍ ସମୟରେ ତମ କଥା ବି ଉଠିଲା ।ଭୁଲିବାକୁ ଚେଷ୍ଟା କରୁଥିବା ସ୍ମୃତି ଗୁଡିକ ପୁନଶ୍ଚ ମୋ ଆଖି ଯୁଗଳେ ନାଚି ଉଠିଲେ, ହୃଦୟର ଚାପକୁ ସହ୍ୟ କରି ନ ପାରି ସେମାନଙ୍କ ସହ ମୁଁ ମଧ୍ୟ ଅଳ୍ପକେ ନିଶାପାନ କରିଥିଲି । ଅନେକ ଥଟ୍ଟା ତାମସା ଭିତରେ ଜଣେ ବନ୍ଧୁଙ୍କ ତମପ୍ରତି ବ୍ୟବହାର କରିଥିବା ଏକ ଲାଂଛନ ଭରା ବାକ୍ୟ ମତେ ଉତ୍ତକ୍ଷିପ୍ତ କରିଥିଲା ଯାହାକି ଗୋଟେ ଭୟଙ୍କର କଳି ର ରୂପ ନେଇଥିଲା । ବାବା, ବୋଉ ଓ ଅନ୍ୟ ସମ୍ପର୍କୀୟ ମାନେ ମୋର ଏଭଳି ବ୍ୟବହାରକୁ ଦେଖି ଭୟଭୀତ ହୋଇପଡିଲେ । କାରଣ କେହି ବୁଝି ପାରୁ ନ ଥାଆନ୍ତି ।କାଳେ ମୁଁ ଏଭଳି ଭାବେ ମୋ ଜୀବନକୁ ଧୂଳିସାତ୍ କରିଦେବି, ସେ ଭୟରେ ବାବା,ବୋଉ ମୋର ଜଣେ ସମ୍ପର୍କୀୟ ବଡ଼ ଭାଇଙ୍କ ସହ ମତେ ହାଇଦ୍ରାବାଦ ପଠେଇଦେଲେ । ସେଇଠି ବଡଭାଇଙ୍କ ପାଖରେ ରହି ମୁଁ ଫେସନ୍ ଡ଼ିଜାଇନିଂ କରୁଥାଏ । ବଡ଼ ସହର, ଇଂଷ୍ଟିଟୂଟ୍ କୁ ଯିବା ଆସିବା, କ୍ଲାସ କରିବାରେ ହିଁ ସକାଳୁ ରାତି ହେଇଯାଏ । ଏ ଭାଗ୍ୟର ପରୀକ୍ଷା କି ଉପହାସ ଜାଣେନି ହେଲେ ସେରିନ୍ ଯେତେ ବ୍ୟସ୍ତ ରହିଲେ ବି କୌଣସି ନା କୌଣସି ମତେ ତୁମ ସହ ସାକ୍ଷାତ ହୋଇ ଯାଏ, ଶାରୀରିକ ସାକ୍ଷାତ ନ ହେଲେ କଣ ହେଲା ତମ ନାଁ.... ମତେ ପ୍ରତିଦିନ ଶୁଣିବାକୁ ମିଳେ । ମୁଁ ତ ବଡ଼ଭାଇଙ୍କ ସହ ଗୋଟାଏ ରୁମ୍ ରେ ରହୁଥିଲି କିନ୍ତୁ ତାଙ୍କର ଅନେକ ସହକର୍ମୀ ଓ ବନ୍ଧୁମାନେ ଆମ ପାଖାପାଖି ରହୁଥାନ୍ତି । ସମସ୍ତେ ଅଫିସ୍ ରୁ ଫେରି ଏକତ୍ରିତ ହୁଅନ୍ତି। ସେମାନଙ୍କ ପାଠପଢା ସରିଯାଇଥାଏ ଆଉ ସମସ୍ତେ ଜବ୍ କରୁଥାନ୍ତି ।ସେମାନଙ୍କ ମଧ୍ୟରୁ ଅନେକଙ୍କ ପାଇଁ ପ୍ରସ୍ତାବ ଆସୁଥାଏ ,ତେଣୁ ପ୍ରତି ଦିନ ଡିସ୍କସନ୍ ର ମୁଖ୍ୟ ବିଷୟ ଵାସ୍ତୁ ଥାଏ ଝିଅ ଖୋଜାକୁ ନେଇ ।

ଆଉ ସେ ଭିତରେ ଡିସ୍କସନ୍ ହୁଏ ତୁମର..ତୁମ ସୁନ୍ଦରତାର ।ସମସ୍ତଙ୍କ ମୁହଁରେ ଗୋଟାଏ ନାଁ ସେରିନ୍ ...।ସମସ୍ତେ ତୁମକୁ ଚାହାନ୍ତି, ଆଲୋଚନା ଚାଲେ ତୁମ ସୁନ୍ଦରତାର ।ଭାଇ କୁହନ୍ତି "କେଜାଣି

ସେ ସୁନ୍ଦରୀ କାହା ଭାଗ୍ୟରେ ଅଛି...! "ଗାଁକୁ ଗଲେ ବି,ସହରରେ ଥିଲେ ବି କି, କୌଣସି ପାର୍ଟି ଫଙ୍କସନ୍ ହେଉ ତୁମ ନାଁ'ର ଜପମାଳା ସପୁଠି ଦେଖେ ।ଖୁବ୍ ବିଚଳିତ ହୋଇ ଉଠେ ।ଏମିତି ବି ତୁମକୁ ହରାଇ ସାରିଥାଏ କିନ୍ତୁ ତୁମେ ଆଉ କାହାର ହେଇଯିବ ତା'ବି ବରଦାସ୍ତ ହୁଏନି ।ପ୍ରତିଦିନିଆ କର୍ମ ଜଞ୍ଜାଳ ଭିତରେ ରହି ଧୀରେ ଧୀରେ ତୁମ ସ୍ମୃତି ଗୁଡିକ ମୋ ମାନସ ପଟ୍ଟର କୋଉ କୋଣରେ ଦବି ଯାଉଥାଏ ହେଲେ ହୃଦୟ ରେ ସବୁବେଳେ ତୁମେ ବିରାଜମାନ୍ ଥିଲ, ଯେବେ କେବେ ବି ବିକେନ୍ଡ଼ରେ ଛାତ ଉପରେ  ପାର୍ଟି ହୁଏ, ଯୋଉ ୠତୁ ହେଉନା କାହିଁକି ମତେ କେବଳ ଫଗୁଣ ର ମଳୟ ଆଉ ସେଇ ମଳୟ ରେ ତୁମ ସୁଗନ୍ଧ... ମୋ ମନକୁ ଚୋରି କରି ପାଖକୁ ଡାକେ । ଅମାବାସ୍ୟାର କାଳରାତ୍ରରେ ବି ତୁମର ସୁନେଲି ଚେହେରାଟି ପୂର୍ଣ୍ଣମୀ ଚନ୍ଦ୍ର ହୋଇ ମୋ ଆଖି ଆଗରେ ଭାସିବୁଲେ ।କେବେ ତୁମ କଳ୍ପନାରେ ହସି ପକାଏ ତ କେବେ ଲୋତକୁ କିଛିଟା ସ୍ମୃତି ବହିଯାଏ । ମସ୍ତିଷ୍କ ଓ ହୃଦୟର ଏ ଯୁଦ୍ଧରେ ସର୍ବଦା ମୋର ହିଁ ହାର୍ ହୁଏ । ଧୀରେ ଧୀରେ ବଡ଼ ସହରର ଚାକ ଚକ୍ୟ ଓ ଡିଜାଇନିଂ ଭଳି ଲଗ୍ଜରିଅସ୍ ଲାଇଫ୍ ଷ୍ଟାଇଲ୍  ବିତାଉ ବିତାଉ ନିଜକୁ ହଜେଇବାକୁ ଲାଗିଲି । ଦିନ ଗଡି ଚାଲୁଥାଏ, ମୋ ପାଠ ପଢ଼ା ଶେଷ ହେବା ଉପରେ ଥାଏ ,ଦିନେ ବୋଉର ଫୋନ୍ ଆସିଲା, ଫୋନ୍ ରେ ସେ ମତେ ରୋକ ଠୋକ୍ ଶୁଣାଇ ଦେଲା" ଏଣିକି ତୋ ପାଖକୁ ଆଉ ପଢା ଖର୍ଚ୍ଚ ପଠାଇ ପାରିବୁନି, ତୁ ଯେମିତି ହେଲେ ଚାକିରୀ ଖଣ୍ଡିଏ ଯୋଗାଡ଼ କର ।" ତମେ ତ ଜାଣ ସେରିନ୍ ଘରର ଅବସ୍ଥା ଏତେ ଭଲ ନ ଥିଲା ,ସେତେବେଳ ଘରେ କେବଳ ଭାଉଜ ଚାକିରିଆ ଥିଲେ ତେଣୁ ସମସ୍ତ ବୋଝ ତାଙ୍କ ଉପରେ ପଡୁଥିଲା ।ବାବାଙ୍କ ପେନ୍ସନ୍ ତ ମତେ ପଢେଇବାରେ ଶେଷ ହେଇଯାଉଥାଏ ।

ଭାଉଜ ସମସ୍ତଙ୍କ ବୋଝ ବୋଝେଇ ବିରକ୍ତି ଭାବ ପ୍ରକାଶ କରୁଥାନ୍ତି ।ବୋଉ ବାରମ୍ବାର ଚାକିରୀ କଥା ପଚାରେ ,ସେମାନଙ୍କ ମୁଣ୍ଡରୁ ବୋଝ ହଟେଇବାକୁ ଯାଇ ଚାକିରୀ ଖଣ୍ଡିଏ ଖୋଜିଲି, ଗୋଟାଏ ଛୋଟ କମ୍ପାନୀରୁ ଆରମ୍ଭ ହେଲା ।ତଥାପି ଘର ଲୋକଙ୍କ ଶାନ୍ତି ନ ଥିଲା । ମୋ ପାଇଁ ଅନେକ ପ୍ରସ୍ତାବ ଆସୁଥାଏ । ମୁଁ ସବୁ ପ୍ରସ୍ତାବ ଗୁଡିକୁ କୌଣସି  ନା କୌଣସି ବାହାନା ରେ ଏଡାଇ ଚାଲିଥାଏ । ବୋଉ ପ୍ରତିଦିନ ବାହାଘର କଥା ଉଠ।ଏ , କହେ" ତୋ ବାହାଘର ଦାୟୀତ୍ୱଟି ସାରିଦେଲେ ଆମେ ଶାନ୍ତିରେ ନିଶ୍ୱାସ ନେବୁ ।ଏ ଥିଲା ବୋଉର ନିତିଦିନିଆ କଥା ।ପ୍ରତିଦିନ ଥରେ ଦି'ଥର ଏ ବିଷୟରେ ଡିସ୍କସନ୍ ନ କଲେ ଅଚଳ । ମୁଁ ତା କଥାକୁ ଏଡାଇ ଚାଲିଥାଏ । ଦି' ବର୍ଷ ପରେ ଚାଲିଗଲି ବିଦେଶକୁ ।ଅନେକ ଦେଶ ବୁଲିଛି, ଅନେକ ସୁନ୍ଦରୀ ମଡେଲଙ୍କ ସହ କାମ କରିଛି, ହେଲେ ସେରିନ୍ ତମ ଭଳିଆ ଚେହେରାଟିଏ କୋଉ ଠି ବି ପାଇନି । ତମ ବିନା ଚେଷ୍ଟା କଲେ ବି କେହି ମତେ ଆକୃଷ୍ଟ କରି ପାରନ୍ତି ନି । ତମକୁ ଭୁଲାଇବାକୁ ଯାଇ ସେମାନଙ୍କ ସହ ନାଇଟ୍ ପାର୍ଟି ,ଡ଼ିସ୍କୋ ଯାଏ । ତଥାପି ତମ ଚେହେରା ମୋ ଆଗରେ ବାରମ୍ବାର ଆସେ ସୁନ୍ଦର ସ୍ମୃତିଟିଏ ହୋଇ ।ମୁଁ ଜାଣି ସାରିଥାଏ ଆଉ ଗ୍ରହଣ କରି ନେଇଥାଏ ଯେ ମୁଁ ତୁମକୁ କେବେ ବି ପାଇ ପାରିବିନି । ଆମ ଦିହିଁଙ୍କ ରାସ୍ତା ଅଲଗା ।ଏହା ମାତ୍ର ଗୋଟାଏ ଏକତରଫା ପ୍ରେମ ସମ୍ବନ୍ଧ....ଆଉ କିଛି ନୁହଁ । ତୁମେ ମୋ ପାଇଁ କେବଳ ଗୋଟାଏ ସୁନ୍ଦର ସ୍ଵପ୍ନ ହୋଇ ରହିଯାଇଥିଲ ।ଟେକ୍ନୋଲୋଜି ଆଗେଇ ଚାଲିଥିଲା ..ଉଆଟ୍ସଏପ୍, ଫେସ୍ ବୁକ୍ ଯୁଗ ଆସିଯାଇଥିଲା ।ଅନେକ ଥର ଫେସବୁକରେ ସର୍ଚ୍ କରିଛି,କିନ୍ତୁ କେବେ ବି ପାଇ ପାରେନି ।ଏମିତି କିଛିବର୍ଷ ବିତି ଯାଇଥାଏ ଆଉ ମୁଁ ଗୋଟାଏ ବ୍ରାଣ୍ଡେଡ଼୍ କମ୍ପାନୀରେ ନିଯୁକ୍ତି ପାଇ ସାରିଥାଏ ।ଅନେକ ସୁନ୍ଦରୀ ମଡେଲ୍ ଙ୍କ ସହ କାମ କରେ ଅନେକ ସମୟରେ ସେମାନଙ୍କ ସହ ଡେଟ୍ ରେ ଯାଏ, ରଙ୍ଗୀନ୍ ଦୁନିଆଁର ପ୍ରାକୃତିକ ରଙ୍ଗ ବୋଳି ନିଜକୁ ବି ରଙ୍ଗୀନ କରିବାରେ ମାତିଯାଏ।

ଥରେ ନୁହଁ ଅନେକ ଥର ନାଇଟ୍ ପାର୍ଟିରେ ତ କେବେ ସମୁଦ୍ର କୂଳରେ  ଲୋଭନୀୟ ଶାରୀରିକ ଗଠନ " ୩୨-୨୬-୩୬"ନେଇ ଉପସ୍ଥିତ ଥିବା ମଡେଲ୍ ଙ୍କ ଗହଣରେ ଚେଷ୍ଟା କରେ ତାଙ୍କ ଉପଭୋଗରେ ତୁମକୁ ଭୁଲିବାକୁ ।ଅତ୍ୟାଧୁନିକ ସବୁଠୁ ଛୋଟ ପୋଷାକରେ ,ଗୋଟେରୁ ବଳି ଗୋଟେ ହଟ୍ ମଡେଲ୍...... ଅନ୍ଧକାର ମାଡି ଆସୁଥିବା ରାତି,ସମୁଦ୍ର ଜଳରେ ବିଛାଡ଼ି ହୋଇ

ରହିଥିବା ଜହ୍ନ ଆଲୁଅର ଶେଯ, ଶୀତଳ..ଶୀତଳ ...ମୃଦୁ ପବନ ସାଙ୍ଗକୁ ସମୁଦ୍ର ଲହଡ଼ିର କେବେ ଧୀର ତ କେବେ ଉକ୍ଷିପ୍ତ ଗର୍ଜନ ନେଇ ହଜିବାକୁ ଲାଗେ ସେମାନଙ୍କ ସହ..., ମାତ୍ର ରାତ୍ରିର ସାଗର କୁଳର ସେ ଲୁଣିଆ ପବନ ବି ତୁମର ସୁଗନ୍ଧ ଓ ତୁମ ପ୍ରେମର ମାଦକତା ନେଇ ଯେବେ ଆସେ ,ହଠାତ୍ ଧୀର ସ୍ୱରରେ ତୁମ ପାହୁଣ୍ଡ ପକାଇ ମୋ ଆଡକୁ ବଢ଼ୁଥିବାର ଶବ୍ଦରେ ମୁଁ ପଛକୁ ଅନାଏ, ନିବୁଜ ପଲକ ନେଇ ତୁମକୁ ଆଲିଙ୍ଗୀନ କରେ ତ ଆଉ କାହାକୁ ନିଜ ବାହୁ ବନ୍ଧନରେ ଦେଖି ବିଚଳିତ ହୋଇପଡେ ।

ଢେର୍ ଚେଷ୍ଟା ସତ୍ୱେ ବି ଆଗକୁ ବଢ଼ିପାରେନି ...., ଜାଣ? କଣ ପାଇଁ ସେ ଅନ୍ୟ କେହି ସହକର୍ମୀ ଝିଅ,ତମେ ନ ଥାଅ ।ଆଉ ମୋ ହୃଦୟ ଭଳି ମୋ ଶରୀର ବି ଆଉ କାହାକୁ ସ୍ୱୀକାର କରିପାରେନି ।କଣ କରିଥାନ୍ତି ଏ ହୃଦୟର ସେରିନ୍...., ନା ମୋ ହୃଦୟ ତମକୁ ଭୁଲିବାକୁ ଦିଏ, ନା ବଞ୍ଚିବାକୁ ।ଯେତେ ଦୁରକୁ ଯିବାକୁ ଚେଷ୍ଟା କରେ ସେତେ ନିକଟତର ହେଇଚାଲେ ।ଚାହିଁ ବି ଅନ୍ୟ କାହାର ହେଇପାରେନି ଚେଷ୍ଟା କରେ, ସେମାନଙ୍କ ସୁନ୍ଦରତାକୁ ଉପଭୋଗ କରିବାକୁ ମାତ୍ର ତୁମ ଛବି ଆଗରେ ସବୁ ଫିକା ଫିକା ଲାଗେ ଚେଷ୍ଟା କରେ କିନ୍ତୁ ସମସ୍ତଙ୍କ ଭିତରେ କିଛି ନା କିଛି ଉଣା ଲାଗେ ବୋଧେ ସେବେ ବି ତୁମେ ମୋ ହୃଦୟରେ ସମ୍ପୂର୍ଣ ରୂପେ ଆଚ୍ଛାଦିତ ହୋଇ ରହିଥିଲ ବୋଧେ ମୋ ଭାବନା ," ମୁଁ ତୁମକୁ ଭୁଲି ଆଗକୁ ବଢ଼ିଯାଇଛି" ବାକ୍ୟଟି ପୁଣ୍ଣ ରୁପରେ ଭୁଲ ଥିଲା ତମେ ନ ଥାଇ ବି ତମେ ଥିଲ ପ୍ରତିଟି ମୁହୂର୍ତ୍ତରେ, ମୋ ଅଜାଣତରେ ବି ତମେ ମୋ ହୃଦୟ ମୋ ମସ୍ତିଷ୍କ ଉପରେ ଲୁକ୍କାୟିତ ଭାବେ ରାଜୁତି କରି ଚାଲୁଥିଲ ଆଉ ମୁଁ ତୁମ ବିନା ବି ଦୁନିଆଁକୁ ଜିତିଯାଇଥିବାର ମିଛ। ଆସ୍ବାଶନା ନିଜକୁ ଦେଇ ଚାଲିଥିଲି । କମ୍ପାନୀ ତରଫରୁ ମତେ ପନ୍ଦର ଦିନିଆଁ ଉଆରକ୍ସପ୍ ରେ ପେରିସ୍ ଯିବାର ଥାଏ , ଯାହାକି ଥିଲା ମୋ ଜୀବନର ଏକ ଅଜଣା ନୂଆଁ ମୋଡ଼ ଆଉ ବୋଧେ ତୁମର ବି..?

ଦୀର୍ଘ ତେର ବର୍ଷର ବ୍ୟବଧାନ ପରେ..... ପୁନଶ୍ଚ......ଆମେ...!!!


Rate this content
Log in

Similar oriya story from Drama