Trupti Paikaray

Romance

2.1  

Trupti Paikaray

Romance

ସେଇ ପୁରୁଣା ଡାଏରୀର ବାସ୍ନା

ସେଇ ପୁରୁଣା ଡାଏରୀର ବାସ୍ନା

16 mins
294


ଆଜି ୩ ବର୍ଷ ପରେ ପ୍ରଭାତ ଆସିଛି ଗାଁକୁ I ସେ ଦୀର୍ଘ ୨0 ବର୍ଷ ହେଲା ବାହାରେ ରହୁଛି ହେଲେ ପ୍ରଭାତ ତା ଗାଆଁକୁ ଭାରି ଭଲ ପାଏ I ଯଦିଓ ସେ ଭୁବନେଶ୍ୱରରେ ତା ବାପାମା'ଙ୍କ ପାଇଁ ଘର ଗୋଟେ କିଣିଛି, ହେଲେ ସେ ଯେବେ ଛୁଟିରେ ଆସେ ସମସ୍ତେ ଗାଁକୁ ପଳେଇ ଆସନ୍ତି I ପ୍ରଭାତ ଏତେ ଦିନ ପରେ ଆସେ ବୋଲି ତା ବୋଉ ତା ପାଇଁ କେତେ କଣ ରାନ୍ଧି ପକାନ୍ତି I ସେଦିନ ସକାଳ ୧୦ଟା ବେଳେ ଆସି ଗାଁରେ ପହଞ୍ଚିଗଲା ପ୍ରଭାତ,ସେ ଆସିଥାଏ ତା ବାପାମା'ଙ୍କ ସହ ଟିକେ ସମୟ କଟେଇବାକୁ I ଗାଡି ଅଟକିଗଲା ତାଙ୍କ ଘର ଗେଟ ପାଖରେ, ବାସୁଦାଦା ଦୌଡ଼ିଗଲେ ଗେଟ ଖୋଲି ସେମାନଙ୍କୁ ପାଛୋଟି ନେବାକୁ I ସେ ହେଉଛନ୍ତି ପ୍ରଭାତ ବାପାଙ୍କ ସାନ ଭାଇ ଆଉ ସେ ହିଁ ସବୁ ଘର ଦେଖାରଖା କରନ୍ତି ସେ ପ୍ରଭାତକୁ ଭାରି ଭଲ ପାଆନ୍ତି, ସେଦିନ ପ୍ରଭାତ ଆସି ପହଞ୍ଚି ଗଲାପରେ ତାଙ୍କ ଖୁସି କହିଲେ ନ ସରେ I ଏବେ ୫ ଦିନ ଗାଁଘରେ ଭିଡ ଲାଗିବ, ଭୋଜି ହେଲାପରି ସବୁଦିନ ରୋଷେଇବାସ ଆଉ ଭଳିକି ଭଳି ଖାଇବା ବନିବ, ପାଖ ପଡିଶା ଲୋକ ବି ଆସି ବି ଖାଇବେ I ସେଦିନ ପ୍ରଭାତର ପସନ୍ଦ ମୁତାବକ ସବୁ ରୋଷେଇ ହେଇଥାଏ I କିଛି ସମୟ ପରେ ପ୍ରଭାତ ଫ୍ରେଶହେଇ ନିଜ ବାଡ଼ି ବଗିଚା ବୁଲି ଦେଖୁଥାଏ, ଛାତ ଉପରେ ବୁଲିଲା ବେଳକୁ ତା ଆଖି ପଡିଲା ଘନିଆ ମଉସାଙ୍କ ଗଛରେ ଭର୍ତ୍ତି ହେଇଥିବା ସେଇ ପଣସ କଠI ଉପରେ I ସାଙ୍ଗେ ସାଙ୍ଗେ ସେ ବାସୁଦାଦାଙ୍କୁ କହିଲା କାହା ବାରିରୁ ପଣସ ଆଣି ତରକାରୀ କରିବାକୁ କାରଣ ଘନିଆ ମଉସାଙ୍କ ଘର ସହ ତାଙ୍କ ଘରର ଅପଡ଼ I ପ୍ରଭାତ ଆସିଲେ ଗାଁ ଲୋକବି ସମସ୍ତେ ଗଦା ହେଇଯାନ୍ତି, ସେ ସମସ୍ତଙ୍କୁ ନିଜ ପରିବାର ଭଳି ଭାବେ, ତାକୁ ଭାରି ଭଲ ପାଆନ୍ତି ସମସ୍ତେ l ସିଏ ଆସିଲେ କିଏ ନିଜ ବାଡ଼ି ଭଣ୍ଡା, କିଏ ମଞ୍ଜା, କିଏ ପଣସ, ଏମିତି କେତେ କଣ ଦେଇଯାନ୍ତି I


ହେଲେ ଘନିଆ ମଉସାଙ୍କ ଘର ସହ ତାର ଜୀବନର ଅନେକ ସ୍ମୃତି ଯୋଡିହେଇ ରହିଛି, ତେବେ ଅନେକ ଦିନ ହେଇଗଲା ସେମାନଙ୍କ ପରିବାର ଭିତରେ ଅପଡ଼, କେହି କାହାସହ କଥା ହେଉନାହାନ୍ତି , ହେଲେ ପ୍ରଭାତ ମନେମନେ ସେମାନଙ୍କୁ ସମସ୍ତଙ୍କୁ ବହୁତ ଭଲପାଏ I ବାସୁ ଦାଦା ସାଙ୍ଗେସାଙ୍ଗେ ଗଲେ ମଙ୍ଗୁ ଦାଦାଙ୍କ ଘରକୁ ପଣସ କଠl ମାଗିବାକୁ, ମଙ୍ଗୁ ଦାଦା ପ୍ରଭାତ କଥା ଶୁଣିବା ମାତ୍ରେ ଖୁସି ହେଇଗଲେ, ତାଙ୍କ ସ୍ତ୍ରୀ ଆସି ପ୍ରଭାତ କଥା ପଚାରିଲେ, ସେମାନେ କହିଲେ ଆମେ ନିଜେ ନେଇ ପଣସ କଠା ନେଇକି ଯିବୁ ଆଉ ପ୍ରଭାତକୁ ଦେଖିକି ଆସିବୁ I ମଙ୍ଗୁ ଦାଦା ନିଜେ ପଣସ ତୋଳି ନେଇକି ଆସିଲେ, ସେପଟେ ତାଙ୍କ ସ୍ତ୍ରୀ ବ୍ୟାଗ ଭର୍ତ୍ତିକରି ଖଡ଼ା, ବାଡ଼ିତୋଳା ବାଇଗଣ, ପିଜୁଳି ଭର୍ତ୍ତି କରିଚାଲିଥାଏ, ମଙ୍ଗୁ ଦାଦା ଯାଇ ପ୍ରଭାତଙ୍କ ଘର ପାଖପାଖି ହେଲେଣି ହେଲେ ଖୁଡୀ ଗୋଟେ ଗୋଟେ ଜିନିଷ ସଜାଡୁଥାନ୍ତି ପ୍ରଭାତ ପାଇଁ I ତାଙ୍କ ମନେପଡ଼ିଲା ପ୍ରଭାତକୁ କଦଳୀ ଭଣ୍ଡା ଭାରି ଭଲ ଲାଗେ, ସେ ଆଉ ଗୋଟେ ବ୍ୟାଗ ଧରି ପହଞ୍ଚି ଗଲେ ପ୍ରଭାତ ଘରେ, ପ୍ରଭାତ ସାଙ୍ଗେ ସାଙ୍ଗେ ଆସି ତା ପ୍ରିୟର ଦାଦାଖୁଡିଙ୍କୁ କୁଣ୍ଢେଇ ପକେଇଲା ଆଉ ତାପରେ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିଲା I ସେମାନଙ୍କୁ ବସେଇ ତାଙ୍କ ଚର୍ଚ୍ଚା କରି ଚାଲିଲା, ତାପରେ ସେପଟେ ରୋଷେଇ ଚାଲିଥାଏ I ପ୍ରଭାତର ଗୋଟେ ଜିଦି ମଉସା ଆଉ ମାଉସୀ ତାଙ୍କ ଘରେ ଖାଇବେ, ତାହା ହିଁ ହେଲା I ତାପରେ ଗପ ଜମିଗଲା, କେତେ ପୁରୁଣା କଥା, ଛୋଟବେଳ କଥା ସେ ଭିତରେ ଚା ଜଳଖିଆ ଚାଲି ଥାଏ, ସେପଟେ ପ୍ରଭାତ କିନ୍ତୁ ଘନିଆ ମଉସାଙ୍କ ଘର ଆଡକୁ ନଜର ରଖିଥାଏ ସେଠାରୁ କିଏ ଆସିଲା, କିଏ ଗଲା ଆଉ ରୋଜି ବିଷୟରେ ବି ଟିକେ ଜାଣିବାକୁ ତା ମନ ଡହଳବିକଳ ହେଉଥାଏ I ହେଲେ କାହାକୁ ପଚାରିବ ତାଙ୍କ ପରିବାର ଭିତରେ ଅପଡ ଥିଲା, ତା ଆଖିରେ ସେ ପୁରୁଣା ଦିନଗୁଡା ନାଚି ଉଠୁଥାଏ I 


ସେଇ ଘର ଅଛି, ସେଇ ଛାତ ଅଛି, ସେଇ ଗଛ, ବାଡ଼ିବଗିଚା ସବୁ ଅଛି ହେଲେ ସମୟ ସରିଯାଇଛି I ପ୍ରଭାତ ବୋଉ ଆସି ମଙ୍ଗୁ ଦାଦା ଆଉ ଖୁଡିଙ୍କ ସହ ଗପୁଥାଏ I ସେ ଗାଁ କଥା ପଚାରୁ ପଚାରୁ ଖୁଡୀ ରୋଜି ଆସିବା କଥା କହିଲେ, ସେଥିପାଇଁ ସେ କୁଆଡେ ଅଧିକ ପନିପରିବା ତୋଳିଛନ୍ତି ଆଉ ସେ ରଖିଥିବା ଆଉ ଗୋଟେ ବ୍ୟାଗ ଘନିଆ ମଉସାଙ୍କ ଘରେ ଦେବେ I କାରଣ ରୋଜି କୁଆଡେ ଆଉ ଦୁଇଦିନ ପରେ ଗାଆଁକୁ ଆସିବାର ଅଛି, ତାର ଏବେ କଲେଜ ଛୁଟି ତେଣୁ ସେ ଆସିବ ଆଉ ରହିବ ସପ୍ତାହେ I ତେଣୁ ତା ବୋଉ ଖବର ପଠେଇଥିଲେ ବାଡ଼ିତୋଳା ପରିବା ପଠେଇବାକୁ ରୋଜି କୁଆଡେ ଫୋନର କହିଛି ତା ପାଇଁ ଭଣ୍ଡା ତରକାରୀ ଆଉ ମଞ୍ଜା ରାଇ କରିବାକୁ I ରୋଜି କଥା ଶୁଣି ବୋଉ ଦେହ କଣ ହେଇଗଲା, ଆଉ ତା ମୁହଁଟା ସତେ ଯେମିତି ରାଗରେ ଲାଲ ପଡିଗଲା, ରୋଜି ଯେମିତି ତା ଶତ୍ରୁ ଆଉ ସେ ଯଦି ରୋଜି ଆସିବା କଥା ଜାଣିଥାନ୍ତା ଗାଁକୁ ଆସିବାକୁ ମନ କରିଥାନ୍ତା I ସେ ସାଙ୍ଗେ ସାଙ୍ଗେ ସେ କଥା ବଦଳେଇ ଖୁଡିଙ୍କୁ ଆମ ମନ୍ଦିର କଥା ପଚାରିଲା, ବୋଉ କଣ ମୋ ପାଇଁ ଶିବ ମନ୍ଦିରରେ ପୂଜା ଯାଚିଥିଲା ସେ ବିଷୟରେ ପଚାରିଲା I 


କଣ ହେଲା ରୋଜି ଆସିବ, ପ୍ରଭାତ ଟିକେ ଅନ୍ୟମନସ୍କ ହେଇପଡିଲା, ରୋଜି ଆଉ ତା ସମ୍ପର୍କ ଯେବେଠାରୁ ଭାଙ୍ଗିଯାଇଥିଲା ସେବେଠାରୁ ରୋଜି ସହ ତାର କେବେ ବି ଦେଖା ହେଇନଥିଲା I ସେ ଅନେକ ଚେଷ୍ଠା କରିଥିଲା, ରୋଜି କଲେଜ ଆଗରେ ତାକୁ ଦିନ ଦିନ ଅପେକ୍ଷା କରିଛି ସେ, ରୋଜି ମନ୍ଦିର ଯିବା ବାଟରେ ସେମିତି କେତେ ଠିଆହେଇ ଚାହିଁଛି ତା ଫେରିବା ବାଟକୁ, ବାପୁ ହାତରେ କେତେ ଚିଠି ପଠେଇଛି ହେଲେ ରୋଜି ନା ଟିକେ ଦେଖା କରିଥିଲା ନା ତା ଚିଠିର ଉତ୍ତର ଫେରେଇଥିଲା I


ତାପରେ ଶୁଣୁଶୁଣୁ ରୋଜିର ବାହାଘର ଠିକ ହେଇଯାଇଛି ସେଇ ୫ମାସ ଭିତରେ, ପୁଅ ଗୋଟେ ଇଞ୍ଜିନିଅର ଆଉ ଦିଲ୍ଲୀରେ ଗୋଟେ ବଡ କମ୍ପାନୀରେ କାମ କରୁଛି I ଯେତେବେଳେ ତା ବୋଉ ଆସି ଘରେ ତା ବାପାଙ୍କ ଆଗରେ ଏସବୁ କୁହେ ପ୍ରଭାତ ଲୁଚିଲୁଚି ଶୁଣେ ଆଉ ନିଜ ରୁମରେ କାନ୍ଦିକାନ୍ଦି ଶୋଇଯାଏ I ସେ ଭୁଲିପାରୁନଥିଲl ରୋଜିକୁ, ଦୁହେଁ ଦୁହିଁଙ୍କୁ ନିଜ ଜୀବନ ଠାରୁ ବି ଅଧିକ ଭଲ ପାଉଥିଲେ, ରୋଜିକୁ ନେଇ ସେ କେତେ ସ୍ବପ୍ନ ଦେଖିଥିଲା I ଆଉ ରୋଜି ତାକୁ ଦିନେ ନ ଦେଖିଲେ ରହି ପାରୁନଥିଲା, ପ୍ରଭାତ ଡାକିଦେଲେ ସବୁ ଛାଡି ସେ ଦୌଡ଼ି ପଳେଇ ଆସୁଥିଲା I ଆଉ ଛାତ ଉପରେ ଲୁଗା ସୁଖେଇବା ବାହାନାରେ ତ କେତେବେଳେ ଗଛରେ ପାଣିଦେବା ବାହାନାରେ ଦୁହେଁ ଦୁହିଁଙ୍କୁ ଦେଖୁଥିଲେ I କଲେଜ ସରିବା ପରେ ଦୁହେଁ ପଳେଇ ଯାଉଥିଲେ ସେଇ ବିଷ୍ଣୁ ମନ୍ଦିରକୁ, ସେଠି ବସି ଗପୁଗପୁ, ଦୁହେଁ ଦୁହିଁଙ୍କୁ ନେଇ କେତେ ସ୍ବପ୍ନ ଦେଖୁଥିଲେ I ସେମାନେ ନିଷ୍ପତି ନେଇସାରିଥିଲେ ବାହା ହେବାକୁ I ହେଲେ ଶେଷ ମୁହୂର୍ତ୍ତରେ ରୋଜି ପ୍ରଭାତକୁ ଏମିତି ଠକିଦେବ ସେକଥା ସେ ଜାଣି ନଥିଲା I ସେମାନଙ୍କ ସମ୍ପର୍କ କଥା ଗାଁ ସାରା ସମସ୍ତେ ବୋଧେ ଜାଣିସାରିଥିଲେ, ସେଥିପାଇଁ ପ୍ରଭାତ ଘର ଆଉ ତାଙ୍କ ଘର ଭିତରେ ବି ଶତ୍ରୁତା ଧୀରେ ଧୀରେ ବଢିଚାଲିଥିଲା I ଘନିଆ ମଉସା ଆଉ ମାଉସୀ ଦୁହେଁ ରୋଜିକୁ କଲେଜ ବି ଛାଡୁନଥିଲେ I ରୋଜି ଯୁଆଡେ ଯାଏ ତା ସହ ତା ବାପାମା' ଯାଆନ୍ତି, ପ୍ରଭାତ ଘରେ ବି ତା ବାପାବୋଉ ତାକୁ ନେଇ ଅନେକ ଡ୍ରାମା ରଚନ୍ତି, ସବୁଦିନ ତା ଉପରେ ଗାଳି I ଥଟ୍ଟା କରି କୁହନ୍ତି "ଆମ ଏକମାତ୍ର ପୁଅ ଆମ ନାକ କାଟିବ ଆଉ ଆମ ମୁହଁ ରେ ଚୂନକାଳୀ ବୋଳିବ", ରୋଜିକୁ ଭୁଲି ଯାଇ ଆଉ କୋଉଠି ବାହାହେବାକୁ ସେମାନେ ପୁଅକୁ କୁହନ୍ତି I


ରୋଜି ଦିନେ କଲେଜ କାମ ଅଛି କହି ପଳେଇଥିଲା ଆଉ ତାଙ୍କ ସାଙ୍ଗ ରାଜୀବକୁ ପଠେଇଥିଲା ପ୍ରଭାତକୁ ନେଇ କଲେଜ ଯିବାକୁ, ରାଜୀବ ଆସି ତାକୁ କହିଲା "ପ୍ରଭାତ ରୋଜି ତତେ କଲେଜରେ ଅପେକ୍ଷା କରିଛି, ସେ ବହୁତ ଟେନ୍ସନ ରେ ଥିଲାପରି ଲାଗୁଛି", ସେ ରାଜୀବ ସହ କଲେଜ ଯାଇଥିଲl ଆଉ ସେଦିନ ତା ଛାତିରେ ମୁଣ୍ଡରଖି ରୋଜି ବହୁତ କାନ୍ଦିଥିଲା ଆଉ କହିଥିଲା "ପ୍ରଭାତ ତମେ ମତେ ଶୀଘ୍ର ବାହାହେଇଯାଅ ନହେଲେ ବାପାବୋଉ ମତେ ଅନ୍ୟଆଡେ ବାହାକରିଦେବେ, ସେମାନେ ମତେ ସବୁବେଳେ ଗାଳିଗୁଲଜ କରୁଛନ୍ତି ଆଉ ତମକୁ ଭୁଲିଯିବାକୁ କହୁଛନ୍ତି, ହେଲେ ପ୍ରଭାତ ମୁଁ ତମକୁ ଭୁଲିପାରିବିନି, ମୁଁ ମରିଯିବି ତମ ବିନା" I ସେଦିନ ପ୍ରଭାତ ରୋଜିକୁ କହିଥିଲl "ରୋଜି ତୋ ବାହାଘର ଯଦି ହେବ ମୋ ସହ ହିଁ ହେବ, ଆମେ ବାହା ହେଇଯିବl ଜଲଦି" I


ଆଉ ଏସବୁ ଭିତରେ ପ୍ରଭାତ ହଟାତ କୋଲକାତା ଚାଲିଗଲା ଚାକିରୀ ପାଇଁ ଇଣ୍ଟରଭିୟୁ ଥିଲା, ତେଣୁ କେମିତି ଖବର ଦେବ ରୋଜିକୁ ବୁଝିପାରିଲଲାନି I ସେ ଯାହା କରୁଥିଲl କେବଳ ତାଙ୍କ ଦୁହିଁଙ୍କ ପାଇଁ, ବାସ ତାର ଗୋଟେ ଚାକିରୀ ହେଇଗଲେ ସେ ରୋଜିକୁ ବାହା ହେଇଯିବ ଆଉ ବେଶ କିଛିଦିନ ବାହାରକୁ ପଳେଇବ ରୋଜିକୁ ନେଇ, ତା ଘର ଲୋକ କି ରୋଜି ଘର ଲୋକ କେହି ନଥିବେ ଝଗଡା କରିବାକୁ I 


ସେଦିନ ଚାକିରୀ ଇଣ୍ଟରଭିୟୁ ସରିଲା, ସିଲେକସନ ବି ହେଇଗଲା, ଗୋଟେ ବଡ କମ୍ପାନୀରେ ତାକୁ ଆମେରିକାରେ ପୋଷ୍ଟିଙ୍ଗ ମିଳିଲା I ପ୍ରଭାତ ଫରେନ ଯିବା ସ୍ଥିର ହେଇଗଲା, ମନେମନେ ସେ ବହୁତ ଖୁସିଥିଲl, ରୋଜି ଘରେ ସମସ୍ତେ ଏବେ ରାଜି ହେଇଯିବେ ତା ସହ ରୋଜିର ବାହାଘରକୁ ନେଇ, ଆଉ ତାଙ୍କ ଘରେ ବି ସମସ୍ତେ ଖୁସି ହେଇଯିବେ I ସବୁ କାମ ସାରି ସେ ଫେରିଲା ବେଳକୁ ପାଖାପାଖି ୨୦ ଦିନ ହେଇଗଲାଣି, ତା ବାପାବୋଉ ପୁଅ ଚାକିରୀ ପାଇବା ଖୁସିରେ ଗାଁ ସାରା ମିଠା ବାଣ୍ଟି ସାରିଥିଲେ, ହେଲେ ପ୍ରଭାତ ପହଞ୍ଚି ଯାହା ଶୁଣିଲl ତା ମୁଣ୍ଡ କଣ ହେଇଗଲା, ତା ସ୍ବପ୍ନସବୁ ଚୁରମାର ହେଇଗଲା l ଆଉ ୫ ଦିନ ପରେ ରୋଜି ବାହାଘର, ବିଶ୍ୱାସ କରିପାରିଲଲାନି ପ୍ରଭାତ ଯେ ରୋଜି କେମିତି ବାହାହେବାକୁ ରାଜି ହେଇଗଲା l ସେ ତା ଆଗରୁ ଅନେକ ପ୍ରସ୍ତାବ ବିଭିନ୍ନ ବାହାନା ଦେଖେଇ ଭାଙ୍ଗି ଦେଉଥିଲା, ଏମିତି କିଛି କରୁଥିଲା ଯେମିତି ଆଉ ପୁଅ ଘରଵାଲା ଫେରୁନଥିଲେ କି ଉତ୍ତର ବି ଦେଉନଥିଲେ l ହେଲେ ଏଥର ରୋଜି କେମିତି ରାଜିହେଇଗଲା ସେ ବିଶ୍ୱାସ କରିପାରିଲାନି I ତା ଛଡl ତା ଆମେରିକା ଚାକିରୀ ବିଷୟରେ ରୋଜି ଜାଣି କେତେ ଦୀପ ଜାଳିଥିବ ଆଉ ଭୋଗ ଲଗାଉଥିବ ସବୁ ମନ୍ଦିର ବୁଲିବୁଲି, ହେଲେ ରୋଜି ବାହା ହେଇଯିବ I ପ୍ରଭାତ ବାପାବୋଉ ତାକୁ ଦେଖେଇ ହେଇ କଥା ହଉଥାନ୍ତି, "ରୋଜି ର ଯାହା ହେଉ ଭଲ ଜାଗାରେ ବାହାଘର ଠିକ ହେଇଗଲା, ପୁଅ ଇଞ୍ଜିନିଅର, ବହୁତ ଦରମା ପାଉଛି" I ପ୍ରଭାତ ସେଦିନ ମୁହଁ ଖୋଲି କହିଥିଲl "ରୋଜି ଖାଲି ମୋର ସେ ମୋ ବିନା ଆଉ କାହାକୁ ବାହା ହେବନି", ତା ବାପାବୋଉ ସାଙ୍ଗେସାଙ୍ଗେ ତାକୁ କହିଲେ ରୋଜି ବାହାଘର ମାତ୍ର ୫ ଦିନ, ଆଉ ରୋଜି ବି ବହୁତ ଖୁସି ଅଛି, ସରିତା କାଲି ତାଙ୍କ ଘରକୁ ଆସିଥିଲା ସେ କହୁଥିଲା ରୋଜି ଯାଇଥିଲା ମାର୍କେଟ ତା ସହ, ଶାଢ଼ୀ ଆଉ ଗହଣା ସବୁ କିଣିଲା, ଆଉ କଲେଜରେ ସାଙ୍ଗ ମାନଙ୍କୁ କାର୍ଡ ଦେଇକି ଆସିଲା I ତେଣୁ "ରୋଜିକୁ ଅଯଥାରେ ହଇରାଣ ନକରି ତୋ ଚାକିରୀ ଆଉ ଭବିଷ୍ୟତ କଥା ଭାବେ" I ସେଦିନ ଆଉ ମୁହୂର୍ତ୍ତେ ବି ସେଠି ରହିବାକୁ ପ୍ରଭାତର ଇଛା ନଥିଲା I


ତାପରେ ସବୁ କାମ ସାରି ପ୍ରଭାତ ଆମେରିକା ଯିବାକୁ ପ୍ରସ୍ତୁତ ହେଇଗଲl ଆଉ ରୋଜି ବାହାଘର ପୂର୍ବରୁ ଗାଁ ଛାଡିଦେଲା I କଟକରେ ଗୋଟେ ସାଙ୍ଗ ପାଖରେ ରହିଲl କିଛିଦିନ ଆଉ ତାପରେ ପୁଣି କୋଲକାତା, ସେଠାରୁ ଆଉ ୧୫ ଦିନ ପରେ ଆମେରିକା ପଳେଇଗଲା, ବହୁତ କାନ୍ଦିଛି ସେ, ଦିନ ଦିନ ଉପାସ ରହିଛି, ହେଲେ ଆଜି ଯାଏ ବୁଝିପାରିନି ଯେ ରୋଜି ଶେଷ ମୁହୂର୍ତ୍ତରେ କାହିଁକି ଏମିତି କଲା ଆଉ କାହିଁକି ଧୋକା ଦେଲା I ତାପରେ ସେମାନଙ୍କ ପରିବାର ଭିତରେ ପୁରା କଥାବାର୍ତ୍ତା ବନ୍ଦ I ଆମେରିକା ଆସି ୨ ବର୍ଷ ହେଇଗଲା ସେପଟେ ପ୍ରଭାତ ବାପାବୋଉ ତା ବାହାଘର ପାଇଁ ବହୁତ ବ୍ୟସ୍ତ ହେଇପଡ଼ିଲେ, ହେଲେ ସେ ନିଷ୍ପତି ନେଇଥିଲା ଆଉ କେବେ ବାହାହେବନି, ତା ବାପାବୋଉଙ୍କୁ ଅନେକ କଥା କହି ଭୁଲେଇ ଚାଲିଲା କାରଣ ପ୍ରଭାତର ଆଉ ବାହା ହେବାକୁ କୌଣସି ଇଛା ନଥିଲା ଆଉ ରୋଜି ବିନା ସେ ଆଉ କାହାକୁ ଭଲ ପାଇପାରିବିନି କି ସେ ସ୍ଥାନ ଆଉ କାହାକୁ ଦେଇପାରିବନି I


 ଏମିତି ଅନେକ ଦିନ ଚାଲିଗଲା ସେ ଆଉ ଗାଁ'କୁ ବେଶୀ ଆସିଲାନି, କାରଣ ଗାଁକୁ ଆସିଲେ ରୋଜିକଥା ବହୁତ ମନେପଡ଼ୁଥିଲା ତାର ଆଉ ସଵୁ ସ୍ମୃତିଗୁଡା ଆହୁରି ଜୀବନ୍ତ ହେଇପଡୁଥିଲା, ସେଥିପାଇଁ ସେ ଜାଣିଶୁଣି ଆସୁନଥିଲା I ହେଲେ ତା ବାପାବୋଉଙ୍କ ପାଇଁ ଆସିବାକୁ ପଡେ, ତାପରେ ମଝିରେ ମଝିରେ ଆସେ ତା ବାପାବୋଉଙ୍କୁ ଦେଖିକି ଯାଏ I ହେଲେ ସେ ଆସିବା ଭିତରେ ରୋଜି କେବେ ଆସିନଥିଲା l ଆଉ ଆଜି ହଟାତ ୨୦ ବର୍ଷ ପରେ ରୋଜି ସହ ଦେଖା ହେବ ଶୁଣି ନିଜକୁ ସେ ସମ୍ଭାଳି ପାରିଲାନି, ଆଖିରୁ ଲୁହଗୁଡ଼ା ବି ଆଉ ବୋଲ ମାନିଲେନି, ଶେଷରେ ରୋଜି ଆସି ପହଁଚିଲା, ସେଦିନ ନିଜ ଝରକା ବାଟେ ଲୁଚିଲୁଚି ସେ ସବୁ ଦେଖୁଥାଏ, ଯଦିଓ ଭଲକି ସେ ରୋଜିକୁ ଦେଖିପାରୁନଥିଲା ତଥାପି ସେ ନିଜ ହୃଦୟରେ ଥିବା ସେହି ରୋଜିର କଳ୍ପନା କରିସାରିଥିଲା I ମନ ତାର ଆଉଟୁପାଉଟୁ ହେଉଥାଏ ଟିକେ ରୋଜି କଥା ଜାଣିବାକୁ, ରୋଜି ଟିକେ ଛାତ ଉପରକୁ ଆସନ୍ତାନି, ନହେଲେ ତା ରୁମକୁ ଯେମିତି ତାଙ୍କ ବାଲକୋନୀରୁ ଠିଆ ହେଇ ଦେଖେ ସେମିତି ଟିକେ ଦେଖନ୍ତାନି l ହେଲେ ରୋଜି କଣ ତାକୁ ଆଉ ମନେରଖିଥିବ, ତା ମନରେ ପ୍ରଭାତ ପାଇଁ ଥିବା ସେହି ସ୍ଥାନ ସେବେଠାରୁ ସେ ଲିଭେଇଦେଇଛି ଯେବେଠାରୁ ସେ ବାହା ହେଇଯାଇଛି I ଏବେ ତା ମନ ଆଉ ହୃଦୟରେ ଖାଲି ତା ସ୍ୱାମୀ ଥିବ, ସେପଟେ ପ୍ରଭାତ ବୋଉ ରୋଜି ଆସିବା କଥା ଶୁଣି ନିଜ ପୁଅ ଉପରେ ପୁରା ନଜର ରଖିଥାଏ I ହେଲେ ପ୍ରଭାତ ତା ବୋଉକୁ କହିଥିଲା "ବୋଉ ମୋର କିଛି ଅର୍ଜେଣ୍ଟ ଅଫିସ କାମ ଅଛି ମୁଁ ସାରିକି ଯାଉଛି", ହେଲେ ସେ ବସି ରୋଜି ଘର ଆଡକୁ ଚାହିଁ ଥାଏ, ରୋଜି ଦେଇଥିବା ସବୁ ଉପହାର ସେ ସେମିତି ସାଇତି ରଖିଥିଲା, ସେ ଦେଇଥିବା ପ୍ରତିଟି ଚିଠି ତା ଘର ଆଲମିରା ଭିତରେ ସାଇତିକି ରଖିଥିଲା, ଆଉ ଦୁହିଁଙ୍କ ଫୋଟୋ ବି, ରୋଜି ପାଖରେ ସେ ଫୋଟୋ ଆଉ ନଥିବ ହେଲେ ତା ପାଖରେ ସେ ମରିବାଯାଏ ଥିବ I ସେଦିନ ଜାଣିଶୁଣି ପ୍ରଭାତ  ବିନୟକୁ ଡ଼ାକିଥିଲା ଖାଇବା ପାଇଁ ତାଙ୍କ ଘରକୁ, ବିନୟ ପ୍ରଭାତ ଆଉ ରୋଜିର ବହୁତ ଭଲ ସାଙ୍ଗ I ବାହାଘର ପରେ ଯଦିଓ ରୋଜି କାହା ସହ ବେଶୀ ସମ୍ପର୍କରେ ନାହିଁ ତଥାପି ସେ ବିନୟ ସହ ନିଶ୍ଚୟ କଥା ହେଉଥିବ ଆଉ ତା ମାଧ୍ୟମରେ ସେ ରୋଜି କଥା ପଚାରି ବୁଝିବ I ସେଦିନ ବିନୟ ଆସି ପ୍ରଭାତ ଘରେ ସକାଳୁ ରାତିଯାଏ, ଛାତ ଉପରେ ତାଙ୍କର ଖଟି ଚାଲିଲା, ଚା ଜଳଖିଆ ସହ ଚେସ ଖେଳ, ବିନୟକୁ ସବୁ କଥା କହିଲା ଯେ ସେ ବାସ ଗୋଟେ ଥରେ ରୋଜିକୁ ଦେଖା କରିବାକୁ ଚାହେଁ କାରଣ ସେ ତାକୁ କିଛି ପ୍ରଶ୍ନ ପଚାରିବ ଆଉ ତା ଉତ୍ତର ଜାଣିଗଲେ ବାସ ତାପରେ ତାର ଆଉ କିଛି କହିବାର ନାହିଁ I 


ସେଦିନ ପ୍ରଭାତ ଘରୁ ଫେରି ବିନୟ ନିଜ ଘରେ ଏକ ପାର୍ଟି ରଖିବାକୁ ସ୍ଥିର କରିଥିଲା, ଆଉ ସେଥିରେ ସେ ପ୍ରଭାତ ଆଉ ରୋଜି ବ୍ୟତୀତ ଆଉ ସେମାନଙ୍କ ୩/୪ ଜଣ ଅତି କ୍ଲୋଜ଼ ଫ୍ରେଣ୍ଡ୍ସଙ୍କୁ ଡ଼ାକିବ I ତାପରେ ପାର୍ଟି ଦିନ ସ୍ଥିର କରି ସେ ପ୍ରଭାତକୁ ଜଣେଇଥିଲା ତାପରେ ବିନୟ ନିଜେ ଯାଇ ରୋଜି ଘରେ ଦେଖାକରି ତାକୁ ନିମନ୍ତ୍ରଣ କରିଥିଲା, ଆଉ ରୋଜି ଆସିବାକୁ କଥା ଦେଇଥିଲା I ସେପଟେ ରୋଜିବି ଜାଣିସାରିଥିଲା ପ୍ରଭାତ ଆସିଛି ବୋଲି ସେଥିପାଇଁ ସେ ବି କାମ ବାହାନା କରି ବାଲକୋନୀକୁ ଆସୁଥିଲା ଟିକେ ପ୍ରଭାତ କୁ ଦେଖିବାକୁ I 

ସେ ବି ତ ପ୍ରଭାତକୁ ଜୀବନ ଦେଇ ଭଲ ପାଉଥିଲା, ସେ ତା ସୁଖଦୁଃଖର ସାଥୀ ଥିଲା, ହେଲେ ଅଚାନକ ଏମିତି ଝଡ ଆସିବ ବୋଲି ସେ ଜାଣିନଥିଲା I କେତେ କାନ୍ଦିଛି ସେ, ଆଉ ପ୍ରଭାତ ବିନା କେମିତି ବଞ୍ଚିଛି ନିଜେ ବି ସେ ବୁଝି ପାରୁନଥିଲା I ଆଉ ପ୍ରଭାତ ନିଜ ରୁମ ଭିତରେ ରହି ଲୁଚିଲୁଚି ରୋଜିକୁ ଦେଖୁଥିଲା, ରୋଜି ଶାଢ଼ୀ, ଗହଣା, ସିନ୍ଦୁର ଲଗେଇ ଅତି ସୁନ୍ଦର ଦେଖାଯାଉଥିଲା ବିଲକୁଲ ସେ ଯେମିତି ସ୍ବପ୍ନ ଦେଖିଥିଲା I ଆଉ ରୋଜି ପଛେ ପଛେ ତା ଝିଅ ବି ଆସି ବାଲକୋନୀରେ ସେ ବି ପୁରା ରୋଜି ଆଖି ଆଉ ନାକ ଆଣିଛି, ରୋଜି ପରି ଦେଖା ଯାଉଛି I ପ୍ରଭାତ ଆଖିରୁ ଲୁହ ଝରିପଡିଲା, ତା ରୋଜି ଆଜି ଆଉ କାହାର ହେଇଯାଇଛି l


ଆଉ ଦିନକ ପରେ ବିନୟ ଘରେ ପାର୍ଟି ଥାଏ, ସବୁ ସାଙ୍ଗ ପହଞ୍ଚିଗଲେ, ରୋଜି ବି ସେଠି ପହଞ୍ଚିଯାଇଥାଏ, ଶେଷରେ ପହଞ୍ଚିଲା ପ୍ରଭାତ I ସେଦିନ ସେ ରୋଜି ପସନ୍ଦର ଧଳା ସାର୍ଟ ଆଉ ଆଉ ଜିନ୍ସ ପିନ୍ଧିଥିଲା, ହଟାତ ବିନୟ ଆସି ପ୍ରଭାତକୁ ଭିତରକୁ ପାଛୋଟି ନେଲା, ତାପରେ ସବୁ ସାଙ୍ଗ ପରସ୍ପରକୁ ଦେଖି ଖୁସିରେ ଆଲିଙ୍ଗନ କରିଲେ I ହେଲେ ରୋଜି ପ୍ରଭାତକୁ ଦେଖି ପୁରା ନିଶବ୍ଦ ପାଲଟି ଗଲା ଯେମିତି, ଆଉ ଥମକରି ବସି ପଡିଲା ସେଠି ପଡିଥିବା ଚେୟାର ଉପରେ I ପ୍ରଭାତ ନିଜକୁ ଟିକେ ସଜାଡି ନେଲା, ଭାବିଲା ଆଜି ତାକୁ ସବୁ ଭୁଲି ଆଗ ରୋଜି ପାଖକୁ ଯିବାକୁ ହେବ, ସେ ନିଜକୁ ଆଉ ସମ୍ଭାଳି ପାରୁନଥିଲା, ଶେଷରେ ଯାଇ ରୋଜି ପାଖରେ ଆଉ କହିଲା "ନମସ୍କାର ରୋଜି ମ୍ୟାଡ଼ାମ, ଆପଣଙ୍କୁ ଅନେକ ସାରା ଶୁଭେଚ୍ଛା, ଆପଣଙ୍କ ବାହାଘର, ଚାକିରୀ ଆଉ ମା ହେବା ପାଇଁ" I ରୋଜି ଲୁହଭରା ଆଖିରେ ଟିକେ ଚାହିଁ ଦେଖିଲା, ପ୍ରଭାତ ଆଖିବି ଲୁହରେ ଜୁଡ଼ୁବୁଡ଼ୁ, ହେଲେ ଦୁହେଁ ଦୁହିଁଙ୍କୁ ସମ୍ଭାଳି ନେଲେ ଆଉ ହସିକି କଥା ହେବାକୁ ଚେଷ୍ଠା କଲେ I ତାପରେ ବିନୟ ନିଜ ରୁମଭିତରକୁ ସେମାନଙ୍କୁ ଡାକି ନେଇଗଲା, ପ୍ରଭାତ କହିଲା ରୋଜି ମୋର ତୁମ ସହ ଅର୍ଜେଣ୍ଟ କିଛି କଥା ଅଛି, ଯଦି ୫ ମିନିଟ ସମୟ ଦେଇପାରନ୍ତ ମୁଁ ତୁମ ପାଖରେ ଚିର ଋଣୀ ହେଇରହିବି I ପ୍ରଭାତ ସେଦିନ ସ୍ଥିର କରିଥିଲା ସେ ରୋଜିକୁ ଆଗ ସବୁ ପଚାରିବ, ତେଣୁ ସେ ଆରମ୍ଭ କଲା "ରୋଜି ତୁମେ ମୋ ସହ ଏତେ ବଡ ଧୋକା କେମିତି କରିପାରିଲ"? ଆଜି ତାହାର ଜବାବ ଦରକାର I


ରୋଜି କହିଲା "କଣ ହେଲା ପ୍ରଭାତ ଜବାବ ମତେ ମାଗୁଛ? ଆରେ ନିଜେ ନିଜକୁ ପଚାର ତମେ ଏମିତି ମୋ ସହ କରି ତମକୁ କଣ ମିଳିଲା, ତମ ବାପାବୋଉଙ୍କୁ ପଚାର, ଉତ୍ତର ତ ତୁମ ମାନଙ୍କ ପାଖରେ ଅଛି, ମତେ କାହିଁ ପଚାରୁଛ ପ୍ରଭାତ"? 


ରୋଜି ଜୋରସେ କାନ୍ଦିବାକୁ ଲାଗିଲା, ପ୍ରଭାତ ବି ନିଜକୁ ସମ୍ଭାଳି ପାରିଲାନି I ଦୁହେଁ ଦୁହିଁଙ୍କ ପାଇଁ ସାଇତି ରଖିଥିବା ସବୁ ଲୁହ ସେଇଠି ସତେ ଯେମିତି ଅଜାଡି ହେଇପଡିଲା, ସେ ଥିଲା ଭଲ ପାଇବାର ଲୁହ, ମାନ ଅଭିମାନର ଲୁହ, ରାଗ ଆଉ ହାରିବାର ଲୁହ I ତାପରେ ରୋଜି ଆରମ୍ଭ କରିଲା ନିଜ ମନକଥା ସବୁ, "ପ୍ରଭାତ ତମକୁ ଯଦି ସ୍ମାର୍ଟ, ସୁନ୍ଦରୀ ଆଉ ବଡ ଚାକିରୀ କରିଥିବା ଆଉ ଧନୀ ଘର ଝିଅ ବାହା ହେବାର ଥିଲା ତେବେ ମତେ କାହିଁକି ଭଲ ପାଉଥିଲା, କାହିଁକି ମତେ ସ୍ୱପ୍ନ ଦେଖାଉଥିଲା, କାହିଁକି ମତେ ବାହା ହେବାର କଥା ଦେଇଥିଲ"? 

ଏସବୁ ଶୁଣି ପ୍ରଭାତ କହିଲା "କଣ କହୁଛ ତୁମେ ରୋଜି? ମୁଁ ତମକୁ ଧୋକା ଦେଲି ନା ତୁମେ ମତେ କଥା ଦେଇ ଚାଲିଗଲ ଆଉ କାହା ସହ ହସଖୁସିର ସଂସାର କରିବାକୁ"? ରୋଜି କହିଲା "ପ୍ରଭାତ ମତେ ଦୋଷ ଦେବା ତୁମ ଅଭ୍ୟାସ ସବୁବେଳେ, ମୁଁ କେବଳ ତମକୁ ଭଲ ପାଇଥିଲି, ମୋ ଖୁସିସବୁ ତମ ପାଖରେ ଥିଲା, ହେଲେ ତୁମେ ଆମେରିକାରେ ବଡ଼ କମ୍ପାନୀରେ ଚାକିରୀ ପାଇ ଏତେ ଜଲଦି କେମିତି ବଦଳି ଗଲ ପ୍ରଭାତ, ମୁଁ ତୁମ ଠାରୁ ଏସବୁ ଆଶା କରୁନଥିଲି" I ତାପରେ କଣସବୁ ହେଇଥିଲା ରୋଜି କହିଚାଲିଥାଏ,  


"ସେଦିନ ତୁମେ କୋଲକାତା ପଳେଇଗଲ, ତାପରେ ମୁଁ ତୁମକୁ ଦିନ ରାତି ଝୁରିଝୁରି ମରୁଥିଲି,..... କିଛିଦିନ ପରେ ତୁମ ଚାକିରୀ ବିଷୟରେ ଖବର ମିଳିଲା, ସେଦିନ ମୁଁ ଖୁସିରେ ପାଗଳ ହେଇଯାଇଥିଲି...., ଗାଁ ସାରା ଖବର ହାଲା ହେଇଯାଇଥିଲା, ମୁଁ ଆଗ ମନ୍ଦିର ଯାଇ ସବୁ ଠାକୁରଙ୍କୁ ପ୍ରସାଦ ଆଉ ଦୀପ ଚଢେଇ ପ୍ରାଥନା କରି ଆସିଥାଏ, ବୋଉ ବି ମନେମନେ ଖୁସି ଥିଲା, ବାପା ଖୁସି ଥିଲେ ବି କିଛି କହୁନଥିଲେ.....I ମୁଁ ଭାବିଲି ଏଇ ମଉକାରେ ସେମାନେ ବି ଧୀରେ ଧୀରେ ଆମ ବାହାଘର ପାଇଁ ରାଜି ହେଇଯିବେ I ଠିକ ସେଇଦିନ ସଞ୍ଜବେଳେ ଆମେ ବସି ଚା ପିଉଥିଲୁ, ମଉସା ମାଉସୀ ଆସି ପହଁଚିଲେ ଆଉ ଜାଣିଛ ସାଙ୍ଗରେ ବହୁତ ମିଠା ଧରି ଆସିଥିଲେ ତୁମ ଚାକିରୀ ଖୁସିରେ,.... ବୋଉବାପା ଆଉ ମଉସାମାଉସୀ ଗପିଲେ ମୁଁ ଯାଇ ଆଉ ଚା' ଜଳଖିଆ ନେଇକି ଆସିଲି.....ତାପରେ ମତେ ମାଉସୀ କହିଲେ "ପ୍ରଭାତ ଆମେରିକାରେ ବଡ କମ୍ପାନୀରେ ଚାକିରୀ ପାଇଗଲା ହେଲେ ଏବେ ଆମେ ତା ବାହାଘର କରିଦେବୁ ଜଲଦି.... ମୁଁ ଭାବିଲି ମାଉସୀ ବୋଧେ ସେଇ ବାହାନାରେ ଆମ ବାହାଘର କଥା କହିବେ, ହେଲେ ସେସବୁ କିଛି ହେଲାନି....


. ମାଉସୀ କହିଲେ ପ୍ରଭାତର ଛୋଟ ବେଳର ସାଙ୍ଗ ରୁପାଲୀ, ପ୍ରଭାତ ଯେତେବେଳେ ତା ମାମୁଁଘରକୁ ଯାଏ ସେଠି ରୁପାଲୀ ସହ ତାର ଭାରି ସାଙ୍ଗ, ରୁପାଲୀ ଭାରି ସ୍ମାର୍ଟ ଆଉ ଦେଖିବାକୁ ବହୁତ ସୁନ୍ଦରୀ, ତା ବାପାମା' ବହୁତ ଧନୀ, ରୁପାଲୀ ଛୋଟବେଳୁ ବାହାରେ ରହି ପାଠ ପଢେ, ସେ ବି ଯାଇ ବିଦେଶରେ ପଢୁଥିଲା.....ଏବେ ପୁଣି ଇଣ୍ଡିଆ ଆସିଛି, ସେ ବି ମନେମନେ ପ୍ରଭାତକୁ ଭାରି ଭଲ ପାଏ I ତା ବାପାମା' ବି ଏବେ ଭାରି ଖୁସି ଆଉ ସେମାନେ ପ୍ରଭାତକୁ ନିଜ ଜ୍ୱାଇଁ କରିବାକୁ ଚାହାନ୍ତି I ଏସବୁ ଶୁଣି ମୋ ମୁଣ୍ଡ କଣ ହେଇଗଲା..... ମାଉସୀ ବି ମତେ ଯେମିତି ଦେଖେଇ ହେଇ କଥାଗୁଡା କହୁଥିଲେ, ମଉସା ବି ପଦକୁ ପଦ ଯୋଡି ଚାଲିଥିଲେ I ଏସବୁ ଭିତରେ ମାଉସୀ ସାଙ୍ଗରେ ତୁମ ରୁପାଲୀ ଫଟୋ ଆଣିଥିଲେ,..... ବୋଉ ଆଉ ବାପାଙ୍କୁ ଦେଖାଇଲେ, ତାପରେ ମତେ I ସେତେବଳେ ଇଛା ହେଉଥିଲା ସେ ଜାଗା ଛାଡି ଚାଲିଯିବାକୁ, ତାପରେ ମାଉସୀ କହିଲେ ଆମ ପ୍ରଭାତ ବି ଏବେ ଭାରି ଖୁସି, ସେ ବି ରୁପାଲୀ କଥା ସବୁବେଳେ କହେ.... ରୁପାଲୀ କେତେ ସ୍ମାର୍ଟ, ଭଲ ପାଠ ପଢେ ଆଉ ମଝିରେ ମଝିରେ ରୁପାଲୀ ପ୍ରାୟ ପ୍ରଭାତ ସହ କଥା ହୁଏ, ସେମାନେ ଘଣ୍ଟାଘଣ୍ଟା ଫୋନରେ ଗପନ୍ତି I ଆଉ ଏବେ ପ୍ରଭାତ ବି ଚାହେଁ ରୁପାଲୀ ସହ ବାହା ହେବାକୁ, ବାହାଘର ପରେ ରୁପାଲୀ ପୁଣି ଯାଇ ବିଦେଶରେ କାମ କରିବ I.....ଆଉ ଦିନେ ପରେ ରୁପାଲୀ ବାପାମା' ଆସିବେ "ଆମେ ମିଶି ବାହାଘର ବି ଫାଇନାଲ କରିଦେବୁ", ଆଉ ପ୍ରଭାତ ବି ଯାଇଛି ସିଆଡେ ରୁପାଲୀକୁ ଦେଖା କରି ଆସିବ I ତାପରେ ସେମାନେ ଚାଲିଗଲେ.....I


ବୋଉ ଦିନସାରା କେତେ ଖୁସି ଥିଲା ଆମ ଦୁହିଁଙ୍କୁ ନେଇ I ସେମାନେ ଗଲାପରେ ବୋଉ ମନ ଦୁଃଖ ହେଇଗଲା....... ସେ ମୋ ପାଖକୁ ଆସି ବହୁତ କାନ୍ଦିଲା ମତେ ଧରି...ଆଉ ମୁଁ ବି କାନ୍ଦିକାନ୍ଦି ସେଇ ଖଟରେ ପଡ଼ିରହିଥିଲି I ବୋଉ କହିଲା ମୋ ଧନ ପରା ତୁ ପ୍ରଭାତକୁ ଭୁଲିଯା.... I


....ସେ ଏବେ ବହୁତ ବଡ ଚାକିରୀ ପାଇଗଲା, ସେମାନେ ସେଇ ଝିଅ ସହ ତା ବାହାଘର କରିବେ ଆଉ ସେମାନେ ଭାରି ଧନୀ ଆମେ ତାଙ୍କ ତୁଳନାରେ କିଛି ନୁହେଁ, ଆଉ ପ୍ରଭାତ ବି ରୁପାଲୀକୁ ବାହା ହେବ I ବୋଉ ଆଖିଲୁହ ମୁଁ ଦେଖିପାରିଲିନି, କି ତୁମକୁ ଭୁଲିବା ମୋ ପାଇଁ ସମ୍ଭବ ନଥିଲା I ସେଦିନ ମୁଁ ସଵୁଦିନ ପାଇଁ ତୁମ ଜୀବନରୁ ଚାଲିଯିବାକୁ ନିଷ୍ପତି ନେଲି, ତାପରେ ଯାଇ ବିଷ ଖାଇଦେଇଥିଲି, ହଟାତ ମୁଁ ଅସୁସ୍ଥ ହେଇପଡ଼ିଲି, ବାପା ବୋଉ ଜାଣିଦେଲେ, ରାତି ଅଧାରେ ସେମାନେ ତୁମ ଘରକୁ ଦଉଡ଼ିକି ଯାଇ ମଉସାମାଉସୀଙ୍କୁ ଡାକିଲେ, ଏକଥା ଯେମିତି ଗାଁରେ କେହି ନଜାଣିବେ ବାପାବୋଉ ମଉସାମାଉସୀଙ୍କୁ ନେହୁରା ହେଲେ..

......., ତାପରେ ବାପାବୋଉ, ମଉସା ମତେ ମିଶି କଟକ ନେଇଗଲେ ଡାକ୍ତରଖାନା I ମରୁ ମରୁ ମୁଁ ବଞ୍ଚିଗଲି, ବୋଉବାପା କାନ୍ଦିକାନ୍ଦି ନଖାଇ ନ ପିଇ ଅସୁସ୍ଥ ହେଇପଡ଼ିଲେ I ତାପରେ ବୋଉ ମତେ କହିଲା "ରୋଜି ତୁ ପ୍ରଭାତକୁ ଭୁଲିଯା, ଯଦି ମଉସାମାଉସୀ ଏମିତି ଅବସ୍ଥାରେ ବି ତୋ ଭଲପାଇବା ବୁଝିପାରିଲେନି ତେବେ ସେମାନେ କେବେ ତତେ ବୋହୁ ରୂପରେ ସ୍ୱୀକାର କରିବେନି, ଆଉ ପ୍ରଭାତ ଏସବୁ ତ ନିଶ୍ଚୟ ଜାଣିସାରିଥିବା ହେଲେ କାହିଁ ସେ ଟିକେ ତତେ ଫୋନ ବି କରିନି"......... ମୁଁ ବି ଠିକ ସେମିତି ଭାବିଲି, ବୋଉ ମୋ ଆଗରେ ଏତେ କାନ୍ଦିଲା ଯେ ତା ଦୁଃଖ ବି ମୁଁ ଆଉ ଦେଖି ପାରିଲିନି, ବାପା ମୋ ଚିନ୍ତାରେ ବେଡ଼ରେ ପଡିରହିଲେ I ଶେଷରେ ମୁଁ ବାହାଘର ପାଇଁ ରାଜି ହେଇଗଲି ପ୍ରଭାତ I ହେଲେ ସତ କୁହ ପ୍ରଭାତ "ତୁମେ କଣ ଏସବୁ ସତରେ ଜାଣିନ, ନା ଜାଣିକି ନ ଜାଣିଲା ପରି ଆକ୍ଟିଙ୍ଗ କରୁଛ"? ପ୍ରଭାତ ସେଦିନ ଏସବୁ କଥା ଶୁଣି ମୁଣ୍ଡରେ ହାତ ଦେଇଦେଲା, ତାକୁ ତା ବାପାବୋଉଙ୍କ ଏସବୁ ଡ୍ରାମା ବିଷୟରେ ଜଣାନଥିଲା, ସେ ବିଶ୍ୱାସ କରିପାରିଲାନି ତା ବାପାବୋଉ ଏମିତି ମିଛ କହିଛନ୍ତି, ସେ କହିଲା "ମତେ ବିଶ୍ୱାସ କର ରୋଜି ମୁଁ ଏସବୁ ବିଷୟରେ କିଛି ଜାଣିନି, ଆଉ ତମ ବିଷ ଖାଇ ମୃତ୍ୟୁ ସହ ଲଢୁଥିବା ଏକଥା ବି ମତେ ବାପାବୋଉ ଲୁଚେଇରଖିଛନ୍ତି I "ଆମ ସହ ବହୁତ ବଡ ଧୋକା ହେଇଛି ରୋଜି, ଆଉ ମୁଁ ତୁମ ଉପରେ ଅଭିମାନ କରିଛି", ଏତିକି କହି ପ୍ରଭାତ ବହୁତ କାନ୍ଦିଲା, ରୋଜି ବି ଏସବୁ ସତ୍ୟତା ବିଷୟରେ ଜାଣିଗଲା,ହେଲେ ସେତେବେଳେ ଆଉ କିଛି ଉପାୟ ନଥିଲା,......ପ୍ରଭାତ ପାଗଳ ପରି ହେଉଥାଏ, ରୋଜି ବହୁତ ବୁଝେଇଲା କହିଲା "ପ୍ରଭାତ, ଯାହା ହେବାକଥା ହେଇଗଲାଣି, ଏବେ ମୁଁ ବାହାହେଇ ଆଉ କାହାର ସ୍ତ୍ରୀ, କାହାର ମା', ସମୟ ଚାଲିଯାଇଛି", ହେଲେ ପ୍ରଭାତ "ତୁମେ ଆଜି ଯାଏ କାହିଁକି ବାହା ହେଇନ?".....ପ୍ରଭାତ କହିଲା "ମୁଁ ଖାଲି ସେ ଜାଗା ରୋଜିକୁ ଦେଇଦେଥିଲି, ମୁଁ ଖାଲି ରୋଜିକି ଭଲପାଇଛି ଆଉ ତା ଜାଗା ଆଉ କେହି ନେଇ ପାରିବେନି I 


ତାପରେ ସମସ୍ତେ ମିଶିକି ଖାଇଲେ, ପ୍ରଭାତ କହିଲା "ରୋଜି ତୁମ ବାହାଘର ପରେ ବାପାବୋଉ ମୋର ସେଇ ରୁପାଲୀ ସହ ବାହାଘର ଠିକ କରିଦେଇଥିଲେ, ହେଲେ ମୁଁ ମନା କରିଦେଲି ଆଉ ଆମେରିକା ପଳେଇଗଲି",....


....."ତାପରେ କିଛି ବର୍ଷ ଆଉ ଆସିଲିନି କାରଣ ଏଠିକି ଆସିଲେ ମୁଁ ନିଜକୁ ସମ୍ଭାଳି ପାରୁନଥିଲି", ତେବେ ବହୁତ ବର୍ଷ ପରେ ଏବେ ବାପାବୋଉଙ୍କ ପାଇଁ ଆସିବାକୁ ପଡୁଛି I ସେଦିନ ଭୋଜି ସରିଲା, ସବୁ ସାଙ୍ଗମାନେ ଚାଲିଗଲେ ହେଲେ ପ୍ରଭାତ ଆଉ ରୋଜି ସନ୍ଧ୍ୟା ପର୍ଯ୍ୟନ୍ତ ବିନୟ ଘରେ ରହିଲେ, ଶେଷରେ ରୋଜି କହିଲା ପ୍ରଭାତ "ଆଜି ଗୋଟେ ଶେଷ ଉପହାର ମାଗିବି ମତେ ଦେଇପାରିବ, ଆମେ ଦୁହେଁ ପରସ୍ପରକୁ କେବେ ଦିନେ ଭଲପାଉଥିଲେ, ଜଣେ ଆଉ ଜଣଙ୍କ ବିନା ବଞ୍ଚିପାରୁନଥିଲେ, ହେଲେ ଆଜି ସମୟ ବଦଳି ଯାଇଛି, ପ୍ରଭାତ ଯାହା ମାଗିବି ଦେବ? ପ୍ରଭାତ କହିଲା "କୁହ ରୋଜି ଯାହା ମାଗିବ ତାହା ମୁଁ ଦେଇଦେବି", ରୋଜି କହିଲା "ପ୍ରଭାତ ପୁରୁଣା କଥାସବୁ ଭୁଲିଯାଇ ତୁମେ ନୂଆ ଜୀବନ ଆରମ୍ଭ କର, ଗୋଟେ ଭଲ ଝିଅ ଦେଖି ବାହା ହେଇଯାଅ ପ୍ରଭାତ, ଯଦି ତୁମେ ଚାହଁ ମୁଁ ଖୁସିରେ ରହେ, ମୁଁ ଶାନ୍ତିରେ ରହେ, ମୋ ଖୁସି ଯଦି ତୁମେ ଚାହଁ ତେବେ ତୁମେ ବାହା ହେଇଯାଅ ପ୍ରଭାତ", ଏତିକି କହି ରୋଜି କାନ୍ଦିଲା ଜୋରରେ ଆଉ ସେଇ କାନ୍ଥରେ ଟଙ୍ଗା ହେଇଥିବା ଠାକୁରଙ୍କ ଫୋଟୋ ଛୁଇଁକି କହିଲା "ପ୍ରଭାତ ଆଜି ବି ମୁଁ ସବୁଦିନ ଭଗବାନଙ୍କୁ ତୁମ ଖୁସି ପାଇଁ ପ୍ରାର୍ଥନା କରେ ଗୋଟେ ସାଙ୍ଗ ହିସାବରେ ଅନ୍ତତଃ",

"ତୁମେ ବାହାହେଇଗଲେ ମୋର ସବୁ ଦୁଃଖ ଚାଲିଯିବ, ତୁମେ କଥା ଦିଅ", ସେତେବେଳେ ବିନୟ ଆସିଲା ଆଉ ସେବି ରୋଜି ସହ ଏକମତ ହେଇ ପ୍ରଭାତକୁ ବୁଝେଇଲା "ପ୍ରଭାତ ଆଉ ଡେରି ନକରି ବାହା ହେଇ ନିଜ ଜୀବନକୁ ଆଗକୁ ଗଡେଇ ନେବାକୁ"I ଶେଷରେ ପ୍ରଭାତ ଆଉ ରୋଜି ଘରକୁ ଫେରିଲେ, ସେମାନେ ସେଦିନ ମନ ଭରି କଥା ହେଇଥିଲେ, ଆଉ ରୋଜି କହିଥିଲା "ପ୍ରଭାତ ଶେଷରେ ତୁମକୁ ମୋର ଗୋଟେ ଜିନିଷ ଦେବାର ବାକି ଥିଲା, ମୁଁ ସେତେବେଳେ ତୁମ ପାଇଁ ଲେଖିଥିବା ଡାଏରୀ, ମୁଁ ବିନୟ ହାତରେ ତୁମ ପାଖକୁ ପଠେଇଦେବି, ହେଲେ ତୁମେ ସେହି ଡାଏରୀ ପଢି ସାରି ଚିରି ଦେବ" I.......ଆଉ ସେ ଡ଼ାଇରୀ "ମୁଁ ଆମ ଘରେ ମୋ ଆଲମିରାରେ ଲୁଚେଇ ରଖିଛି ଆଜିଯାଏ", ଶେଷରେ ବିନୟ ସେ ଡାଏରୀ ନେଇ ପ୍ରଭାତକୁ ଦେଲା, ପ୍ରଭାତ ଆଉ ସମ୍ଭାଳି ପାରିଲାନି, ଖୋଲି ପଢିଚାଲିଲା....."ପ୍ରଭାତ ଆଜି ତୁମ କଥା ବହୁତ ମନେ ପଡୁଛି, ନିଜକୁ ସମ୍ଭଳି ପାରୁନି, ବାଲକୋନୀରେ ୫ ଥର ବୁଲି ଯାଇସାରିଲିଣି, ହେଲେ ତମକୁ ଦେଖିପାରୁନି, ମୁଁ ମରିଯିବି ପ୍ରଭାତ I......ସେଇ ପୁରୁଣା ଡାଏରୀର ବାସ୍ନା ଆଉ ମିଠାମିଠା ସ୍ମୃତିର ଛିଟା ପ୍ରଭାତକୁ ପାଗଳ କରିଦେଉଥିଲା I ହେଲେ ସ୍ମୃତି ଆଜି ପାଉଁଶ ତଳର ନିଆଁ ହେଇ ତାକୁ ଜାଳୁଥିଲା ଭିତରେ ଭିତରେ I


"ପ୍ରଭାତ ଆଜି ମୁଁ ତୁମ ପସନ୍ଦର ଡ୍ରେସ ପିନ୍ଧିଛି, ଯୋଉଟା ତମେ ମତେ ଗିଫ୍ଟ କରିଥିଲା, ଯୋଉଦିନ ମୁଁ ମରିବି ସେଇ ଡ୍ରେସ ପିନ୍ଧେଇ ମତେ ବିଦା କରିବ ପ୍ରଭାତ".....


"ପ୍ରଭାତ ଆଜି ମୁଁ ବିଷ୍ଣୁ ମନ୍ଦିର ଯାଇଥିଲି, ତମ ପାଇଁ ଠାକୁରଙ୍କୁ କେତେ ପ୍ରାର୍ଥନା କରିଛି, ଯେମିତି ଆମ ବାହାଘର ଶୀଘ୍ର ହେଇଯିବ ଆଉ ମୋର ତମ ପରି ଗୋଟେ ପୁଅ ଦରକାର ପ୍ରଭାତ, ଦେଖିବ ଆମର ପୁଅ ହେବ ପ୍ରଭାତ".....


ଏମିତି କେତେ କଣ ସେଥିରେ ଲେଖାଥିଲା ଆଉ ପ୍ରଭାତ ସେସବୁ ପଢି କାନ୍ଦୁଥିଲା ବିଲକୁଲ ଗୋଟେ ଛୋଟ ପିଲା ପରି I ଶେଷରେ ପ୍ରଭାତ ଯାଇ ନିଜକୁ ସମ୍ଭାଳି ନେଲା I ଦୁଇଦିନ ପରେ  ରୋଜି ନିଜ ଝିଅକୁ ଧରି ଆସି ପହଞ୍ଚିଗଲା ପ୍ରଭାତ ଘରେ..... ପ୍ରଥମେ ତା ବାପାବୋଉ ରୋଜିକୁ ଦେଖି ପୁରା ଚୁପ ହେଇଗଲେ ଆଉ କିଛି ନକହି ମନେମନେ ରାଗିଗଲେ I ହେଲେ ପ୍ରଭାତ ରୋଜିକୁ ଡାକିଲା ଭିତରକୁ ଆଉ ତା ଝିଅକୁ କୋଳେଇ ନେଲା, ରୋଜି ଆସି ତା ବାପାବୋଉଙ୍କୁ ପ୍ରଣାମ କଲା I ଶେଷରେ ପ୍ରଭାତ ବାପାବୋଉ କଣ ଭାବିଲେ କେଜାଣି ରୋଜି ସହ କଥା ହେଲେ ଆଉ ତା ଝିଅ ସହ ଖେଳିଲେ, ରୋଜି ପୁରା ଗୋଟେ ଘରଣୀ ପରି କଥା ହେଉଥିଲା ସେଦିନ, କଥାରେ କଥାରେ ସେ ପ୍ରଭାତ ବାହାଘର ବିଷୟରେ ଆରମ୍ଭ କଲା, ଆଉ ପ୍ରଭାତକୁ ଅନେଇ ଆଖିରେ ଇସାରା କରୁଥିଲା, ସେତେବେଳେ ସେ ନିଜ ସମସ୍ତ ଦୁଃଖ ଆଉ କୋହକୁ ନିଜ ଭିତରେ ବେଶ ଭଲରେ ଲୁଚେଇପାରୁଥିଲା I କାରଣ ପ୍ରଭାତର ଖୁସିଥିଲା ରୋଜିର ଗୋଟେ ମାତ୍ର ଆଶା, ସବୁ ସରିଗଲେ ବି ଭଲ ପାଇବା କେଉଁଠି ନା କେଉଁଠି ରହିଯାଏ I


Rate this content
Log in

Similar oriya story from Romance