Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Trupti Paikaray

Crime

3  

Trupti Paikaray

Crime

ମୂଖା

ମୂଖା

10 mins
320



ମୁକ୍ତି ମିଶ୍ର ମର୍ଡର କେଶ...!!!

"ଓଃ ମାଇଁ ଗଡ଼"....କଣ ହେଲା ମହେନ୍ଦ୍ରପୁର ରେ ପୁଣି ମର୍ଡର? 

କେତେବେଳ ହେଲା ଆଉ ସେ ଜାଗାରେ କିଛି ସୁରାଗ ମିଳିଛି କି, ପୋଲିସ ଆସି ପନ୍ଦର ମିନଟରେ ପହଞ୍ଚି ଯିବ, ଆପଣ ମାନେ ବ୍ୟସ୍ତ ହୁଅନ୍ତୁନି I


ହେ ଭଗବାନ, ପନ୍ଦରଦିନ ଭିତରେ ମହେନ୍ଦ୍ରପୁରରେ ତିନିଟା ମର୍ଡର, ତା ଛାଡ ଅନ୍ୟ ଜାଗାରେ ପାଞ୍ଚଟା ମର୍ଡର, ଚାରିଟା ରେପ କେଶ, ଏମିତି ଆହୁରି କେତେ ଛୋଟବଡ କେଶ I ହେଲେ କିଏ ଏସବୁ କରୁଛି,ଏତିକି କହି ଆଲୋକ ନିଜ ଟିମ ସହ ବାହାରି ଗଲେ ଘଟଣା ସ୍ଥଳକୁ I


ମହେନ୍ଦ୍ରପୁରରେ ରହୁଥିବା ପଚିଶି ବର୍ଷୀୟା ଜଣେ ମହିଳାଙ୍କୁ ରେପ ଆଉ ମର୍ଡର, ହେଲେ କିଏ ଏସବୁ କରୁଛି ପୋଲିସ ତାର ତଦନ୍ତ ଆରମ୍ଭ କରିଲା, ଗୋଟେ ପରେ ଗୋଟେ ମର୍ଡର କିନ୍ତୁ ପୁଲିସ କିଛି କରିପାରୁନି I ଆଲୋକ ଜଣେ ଦକ୍ଷ ଅଫିସର, ତାଙ୍କର ଭଲ ରେକର୍ଡ ରହିଛି, ସେ ନିଜ କ୍ୟାରିଅର ଭିତରେ ବଡ ବଡ କ୍ରିମିନାଲଙ୍କୁ ଧରିଛନ୍ତି, ହେଲେ ମହେନ୍ଦ୍ରପୁର ମର୍ଡରରେ ସେ ଏଯାଏ କିଛି କରି ପାରୁନାହାନ୍ତି I


ଏତିକି କହି ସେ ନିଜ ଅଧିନସ୍ଥ ଅଫିସରଙ୍କୁ କହିଲେ "ମହେନ୍ଦ୍ରପୁର ପୁରୁଣା ମର୍ଡର କେଶ ଫାଇଲ ସବୁ ବାହାର କର, ଆମକୁ ସେଥିରୁ ସବୁ ସାକ୍ଷୀ ଓ ପ୍ରମାଣ ଖୋଜି ସେ ଗ୍ୟାଙ୍ଗକୁ ଧରିବାକୁ ହେବ, ତେବେ ଏଥର ସେ ମର୍ଡର ପ୍ଲେସ ରୁ କଣ ମିଳିଛି" ?


"ସାର, ସେଠାରୁ କିଛି ଦୂରରେ ପ୍ରାୟ କିଛି ଜପମାଳି ଆଉ କିଛି ଫୁଲ ପଡିଥିଲା, ଆଉ ସେ ସ୍ତ୍ରୀ ଲୋକ ଯିଏ ମରିଛି ଲାଗୁଥିଲା ସେ ଯେମିତି ମନ୍ଦିର ଯାଇ ଫେରୁଥିଲା ବୋଧେ" I "ୟା ପୂର୍ବରୁ ଯେଉଁ ମର୍ଡର ସେଥିରୁ କଣ ବାହାରିଥିଲା"? 


"ସାର ସେଦିନ ସେମିତି କିଛି ବାହାରିନି" I


"ଭଲ କରି ଦେଖ, ନିଶ୍ଚୟ କିଛି ମିଳିବ"...I


"ସାର..ସାର, ସେ ପୁରୁଣା ମର୍ଡର କେଶରେ ବି ସେ ମହିଳାଙ୍କ ବ୍ୟାଗରୁ ଗୋଟେ ଚାଦର ମିଳିଛି ଯେଉଁଥିରେ ଠାକୁରଙ୍କ ନାଁ ଲେଖାଅଛି ଆଉ ସେଇଟା ସେଇ ମର୍ଡର ଜାଗାରୁ ମିଳିଥିଲା, ତଦନ୍ତ ପାଇଁ ଆମେ ସେଇଟା ରଖିଥିଲୁ"...I


ତାମାନେ ଲାଗୁଛି ଏସବୁ ପଛରେ କିଛି ଗୋଟେ ରହସ୍ୟ ଲୁଛି ରହିଛି, କେହି ଧର୍ମ ଆଉ ଭଗବାନଙ୍କ ନାଁର ମୂଖା ପିନ୍ଧି ଲୋକଙ୍କୁ ଠକି ଚାଲିଛି ଆଉ ସେଥିରୁ କ୍ରାଇମ ଆଉ ମର୍ଡର I


"ଆଜି ସହରରେ ଯେତେ ଧାର୍ମିକ ଅନୁଷ୍ଠାନ, ଯେତେ ଛୋଟବଡ଼ ମଠ, ମନ୍ଦିର ଆଉ ଯେତେ ବି ଧାର୍ମିକ ଗୋଷ୍ଠୀ ଦେଖୁଛ, ସମସ୍ତଙ୍କ ଲିଷ୍ଟ ପ୍ରସ୍ତୁତ କର, ଆଉ ସେଥିରେ ସନ୍ଦେହ ହେଲାଭଳି ଭଣ୍ଡ ଆଉ ନକଲି ବାବା ଓ ମାତାଙ୍କ ଉପରେ ନଜର ରଖ, ଆମେ ଆମ ମିଶନରେ ନିଶ୍ଚୟ ସଫଳ ହେବା"...


ତଦନ୍ତ ଆରମ୍ଭ ହେଇଗଲା, ପୋଲିସ ସିଭିଲ ଡ୍ରେସ ରେ ଚାରିଆଡେ ଘୁରିବୁଲିଲେ, ସବୁଆଡେ ନଜର, ଯେତେ ଭଣ୍ଡବାବା ନଜରକୁ ଆସିଲେ ସମସ୍ତଙ୍କ ଲିଷ୍ଟ ବନାହେଲା, ପ୍ରତିଦିନ ନୂଆ ନୂଆ ବାବା, ହେଲେ ଆଜି ପୋଲିସର ନଜର ପଡିଛି ସେଇ ସାହେବ ରୋଡରେ ଥିବା ବଡ ମନ୍ଦିର ଉପରେ I ସେଠି ବହୁତ ଦାମିକିଆ ଗାଡି, ରାତି ଦିଟା ତିନିଟା ଯାଏ ଲୋକ ଯିବା ଆସିବା, ପୋଲିସର ଟିକେ ସନ୍ଦେହ ବଢି ଚାଲିଲା I ମଠ ଚାରିପଟେ ପୋଲିସ ଜଗିରହିଲେ ଦିନ ରାତି ସେସବୁ ଉପରେ ନଜର ରହିଲା, କିଏ ଆସୁଛି ଯାଉଛି ସେସବୁ ଉପରେ ତୀକ୍ଷ୍ଣ ନଜର ପୋଲିସର I


ତାପରେ ଏମିତି କିଛିଦିନ ପରେ କିଛି ଭକ୍ତଙ୍କୁ ପଚରା ଯିବାରୁ ସେ କହିଲେ ସେଠି ରାତି ସାରି ସେମିତି ଅଖଣ୍ଡ ଦୀପ ଜଳେ, ଆଉ ଭଜନକୀର୍ତ୍ତନ ଚାଲେ, ତେଣୁ ଭକ୍ତ ଆତଯାତ ଲାଗିରହେ I ତେଣୁ ପୋଲିସକୁ ସବୁକିଛି ଖୋଜି ବାହାର କରିବାକୁ ଟିକେ ଟାଇମ ଲାଗିଲା I


ହେଲେ ତଦନ୍ତ ଆରମ୍ଭ ହେବା ପାଞ୍ଚମାସ ହେଇଗଲା କିନ୍ତୁ ଗୋଟେ ବି କିଛି ସୁରାଗ ମିଳୁନି, "ସେଇ ମଠରୁ କିଏ ବାବା କୁଆଡେ ଯାଉଛନ୍ତି ଆଉ ତାର ସବୁ କାର୍ଯ୍ୟକଳାପ ଉପରେ ନଜର ରଖ" କହି ଅନିଲ ଚାଲିଗଲେ ଆଉ କିଛି ଇନଭେସ୍ଟିଗେସନରେ I


ଦିନରାତି ସେଠି କଡା ନଜର, ପୋଲିସ ସେଠାକୁ ଆସୁଥିବା ଭକ୍ତ ଆଉ ବାବାଙ୍କ ଉପରେ ନଜର ରଖିଚାଲିଲେ, ସେ ଆଖ ପାଖ ଦୋକାନୀମାନଙ୍କ ଠାରୁ ସେ ମଠ ବିଷୟରେ ପଚାରି ଇନଫର୍ମେଶନ କଲେକ୍ସନ ଆରମ୍ଭ ହେଲା, ସବୁ ଗାଡି ନମ୍ବର ଆଉ ସେଠାକୁ କିଏ ଆସୁଛି ଯାଉଛି ବି ନଜର ରଖା ହେଲା I ତା ସହ ଅନ୍ୟ ସବୁ ଛୋଟ ବଡ଼ ଧର୍ମ ଅନୁଷ୍ଠାନ ଆଉ ମନ୍ଦିର ଉପରେ ବି ପୋଲିସର କଡା ନଜର ଥାଏ I


ହେଲେ ଏସବୁ ଭିତରେ ପୁଣି ଗୋଟେ ମର୍ଡର ହରିପୁର ଭି.ଆ.ପି କଲୋନୀରେ, ଆଉ ଏଥର ମର୍ଡର ହେଇଛି ଜଣେ ବରିଷ୍ଠ ଆଇ.ଏସ ଅଫିସର ଶ୍ରୀ ମୁକ୍ତିକାନ୍ତ ମିଶ୍ର ଆଲିଆସ ମୁକ୍ତି ମିଶ୍ରଙ୍କର, ସହରର ଜଣେ ନାମୀଦାମୀ ଚର୍ଚ୍ଚିତ ଚେହେରା, ଏହା ଏକ ହାଇ ପ୍ରୋଫାଇଲ ମର୍ଡର କେଶ, ଏତେ ବଡ ଜଣେ ଲୋକଙ୍କ କିଏ ଶତ୍ରୁ ଥାଇ ପାରେ, 


ଆଲୋକ ନିଜେ ବାହାରିପଡିଲେ ଘଟଣା ସ୍ଥଳକୁ, ତଦନ୍ତ ଆରମ୍ଭ ହେଇଗଲା I ସହରରେ ମର୍ଡର କେଶ ବଢି ଚାଲିଛି, ତା ସହ ଦୁର୍ଘଟଣା, ଧର୍ଷଣ ଏସବୁ ଚିନ୍ତାରେ ମିଟିଂ ପରେ ମିଟିଂ, ସେପଟେ ପ୍ରେସ କନଫରେନ୍ସ ଆଉ ତାପରେ ତଦନ୍ତ I ମୁକ୍ତି ମିଶ୍ରଙ୍କ ପତ୍ନୀଙ୍କ ବୟାନ ରେକର୍ଡ ହେଲା, ସେଥିରେ ତାଙ୍କୁ ସ୍ୱାମୀଙ୍କ ବିଷୟରେ ପଚରାଉଚରା କରାଗଲା, ସେ କହିଲେ ସେମିତି ତାଙ୍କ ସ୍ୱାମୀଙ୍କର କାହା ସହ କିଛି ଶତ୍ରୁତା ନଥିଲା, ହେଲେ ତାଙ୍କ କଥାବାର୍ତ୍ତା ପୋଲିସକୁ କେମିତି ସନ୍ଦେହଜନକ ଲାଗିଲା,ତାପରେ ପୁରା ପୋଲିସ ଡିପାର୍ଟମେଣ୍ଟ ଲାଗିପଡ଼ିଲା ସବୁ ମର୍ଡର କେଶ ତଦନ୍ତରେ, ସେପଟେ ମୁକ୍ତି ମିଶ୍ରଙ୍କ ଘରଉପରେ ବି ନଜର I


ସେଦିନ ହଟାତ ନଜର ପଡିଲା ସେ ମଠ ଉପରେ, ପୋଲିସ ଟିମ ନଜରରେ ପଡିଲା ସେଦିନ ରାତି ଚାରିଟା ହେବ, ହଟାତ ଜଣେ ଝିଅ, ପୁରା ଦାମୀ ପୋଷାକ ଆଉ ଗହଣା ପିନ୍ଧି ସେ ଭିତରୁ ବାହାରିଲା, ଆଉ ତାପରେ ଗୋଟେ ଗାଡି ତାଙ୍କୁ ନେଇକି କୁଆଡେ ଗଲା I ପୋଲିସ ପିଚ୍ଛା କରି ଗଲା, ସେମାନେ ଆଉ ଏକ ମଠକୁ ଗଲେ, ଆଉ ଏମିତି ଅନେକ ଛୋଟ ଛୋଟ ମଠ ପରି ହେଇଛି ଯେଉଁଠି ଏମାନଙ୍କୁ ଛଡା ହୁଏ, ସେସବୁ ମଠର ଡିଟେଲସ ସଂଗ୍ରହ ହେଲା I ସବୁ ମଠରେ ଶହଶହ ଲୋକଙ୍କ ଆତଯାତ, ଯାହାକୁ ପଚାରିଲେ ସମସ୍ତେ କହୁଛନ୍ତି ଆମେ ଏଇ ମଠକୁ ଆସୁ ଆଉ ଏଠି ଯେଉଁ ବାବା ସେ ଭାରି ଭଲ ପ୍ରବଚନ ଦିଅନ୍ତି ଆଉ ସେ ସମସ୍ତଙ୍କ ସମସ୍ୟା ସମାଧାନ ବି କରିଦିଅନ୍ତି I ତେଣୁ ଲୋକଙ୍କ ବିଶ୍ୱାସ ଥିବାରୁ ସେମାନେ ଆସନ୍ତି I ଏଠିକାର ବଡବାବା ଈଶ୍ୱରକୃପାଳୁ ରାଜାରାମ ବାବାଯିଏ, ତାଙ୍କ ଦର୍ଶନ ପାଇବା ଭାଗ୍ୟରେ ଥିଲେ ମିଳେ, ତେଣୁ ଭକ୍ତମାନେ ରାତି ଅଧାରୁ ଲାଇନ ଲଗାନ୍ତି, ତେଣୁ ହୋଇଥାଇ ପାରେ କେଉଁ ଭକ୍ତ ରାତିରେ ଆସି ଅପେକ୍ଷା କରିଥିବ I ଏଇ ବାବାଙ୍କ ବହୁତ ମଠ ଅଛି ଚାରିଆଡେ, ପୁରା ଭାରତରେ ତାଙ୍କର ଚାରିଆଡେ ମନ୍ଦିର, ଲକ୍ଷ ଲକ୍ଷ ଭକ୍ତ, କେତେ ବଡ଼ବଡ଼ ଲୋକ ବାବାଙ୍କ ପାଖକୁ ଆସନ୍ତି I ବାବାଙ୍କ ଟିକେଟ ଦର୍ଶନ ଅଛି ଆଉ ଫ୍ରି ଦର୍ଶନ ବି, ତେଣୁ ଟିକେଟ ନେବା ପାଇଁ ବହୁତ ପୁରୁଷ ଓ ମହିଳା ଭକ୍ତ ଭିଡ ଜମାନ୍ତି, ଏସବୁ ଖବର ଗୋଟିଗୋଟି କରି ପୋଲିସ ସଂଗ୍ରହ କରି ଚାଲିଥାଏ I


ସେପଟେ ସବୁ ମର୍ଡର କେଶ ଉପରେ ତନାଘନା, ଆଉ ସାକ୍ଷୀ ପ୍ରମାଣ ସଂଗ୍ରହରେ ଲାଗିପଡିଲା ପୋଲିସ ଡିପାର୍ଟମେଣ୍ଟ, ଆଉ ମୁକ୍ତି ମିଶ୍ର ହାଇ ପ୍ରୋଫାଇଲ ମର୍ଡର କେଶରେ ଯେମିତି ହେଲେ ମର୍ଡରରକୁ ବାହାର କରିବାକୁ ହେବ କାରଣ ଏଥିପାଇଁ ଉପରୁ ବି ବହୁତ ପ୍ରେସର I ଏମିତି କିଛିଦିନ ପରେ ପୋଲିସକୁ ବଡ ସୁରାଗ ମିଳିଲା, ଦିନେ ସେଇ ମଠ ପାଖରେ ପହରା ଦେଲାବେଳେ ହଟାତ ବିଳମ୍ବ ରାତିରେ ପୋଲିସ ଦେଖିଲା କିଛି ଦାମିକା ଗାଡି ସେଠି ଅଟକିଲା, ତାପରେ କିଛି ଝିଅ ପୁରା ସଜବାଜ ହେଇ ଭଲ ଦାମିକା ପୋଷାକ ପିନ୍ଧି ବାହାରିଲେ ଆଉ ସେ ଗାଡି ତାଙ୍କୁ ନେଇ କୁଆଡେ ଗଲା I ପୋଲିସ ର ସନ୍ଦେହ ଆହୁରି ବଢି ଚାଲିଲା, ଏତେ ରାତିରେ ସେଠି ଯେତେ ପୁରୁଷ ଭକ୍ତ ଦେଖାଯାଉ ନାହାନ୍ତି, ତାଠାରୁ ଅଧିକ ମହିଳା ଭକ୍ତ, କିଛି ରହସ୍ୟ ନିଶ୍ଚୟ ଅଛି I ଏସବୁ ଭିତରେ ପୋଲିସ ଆହୁରି ନିଶ୍ଚୟ ହେବାକୁ ଆହୁରି ସୁରାଗ ଖୋଜିଲା, ଦିନକୁ ଦିନ ଅନେକ କିଛି ପ୍ରମାଣ ମିଳିଲା, ସେଠାକୁ ବହୁତ ଲୋକ ବି ଆସୁଛନ୍ତି ଆଉ କିଛି ବେପାର ବି ଚାଲୁଛି I


ଏସବୁ ଭିତରେ ଦିନେ ପୋଲିସ ଦେଖିଲା ସେଦିନ ରାତି ତିନିଟା ପାଖାପାଖି ହେବ, ଜଣେ ସାଧୁ ବେଶରେ ସେ ମଠରୁ ବାହାରି କେହି ଦେଖିବା ପୂର୍ବରୁ ଗାଡ଼ିରେ ବସିଲେ ଆଉ ନିଜେ ଗାଡ଼ିନେଇ କୁଆଡେ ଗଲେ, ପୋଲିସ ତାଙ୍କ ପିଛା କରି ଗଲା, ସେ ଗାଡି ଯାଇ ସିଧା ଲାଗିଲା ମୁକ୍ତି ମିଶ୍ରଙ୍କ ଘର ଆଗରେ I ଆଉ ସେଠାରେ ଗେଟ ପାଖରେ କେହି ଜଣେ ମହିଳା ଆସିଲେ ଆଉ ସେମାନେ ତାଙ୍କ ଘର ପଛ ପାଖ ଗ୍ୟାରେଜକୁ ଗଲେ, ଏସବୁ ଭିତରେ ପୋଲିସ ଜାଣିପାରିଲା ସେ ମୁକ୍ତି ମିଶ୍ରଙ୍କ ପତ୍ନୀ I ହେଲେ ସେ ଏତେ ରାତିରେ ଏହି ବାବାଙ୍କ ସହ ଏମିତି ଅବସ୍ଥାରେ,ପୋଲିସ ଟିମ ଲାଗିପଡ଼ିଲା ଏସବୁ ବିଷୟରେ ଜାଣିବାକୁ, ତା ପରଦିନ ବି ଠିକ ସେମିତି ହେଲା ଓ ଶେଷରେ ପୋଲିସ ସେମାନଙ୍କୁ ଅସଂଯତ ଅବସ୍ଥାରେ ସେହି ସ୍ପଟରୁ ଆରେଷ୍ଟ କଲେ I ତାପରେ ଆରମ୍ଭ ହେଲା ତଲାସି ଆଉ ଗୋଟେ ପରେ ଗୋଟେ ରହସ୍ୟ ଖୋଲିବାକୁ ଲାଗିଲା I

ମୁକ୍ତି ମିଶ୍ର ବାବାଙ୍କ ଭକ୍ତ ଥିଲେ ତେଣୁ ସେ ସପରିବାର ସେଠାକୁ ଯାଆନ୍ତି, ବାବା ବି ତାଙ୍କ ଘରକୁ ଆସନ୍ତି I ଧୀରେ ଧୀରେ ବାବାଙ୍କ ନଜର ପଡିଲା ତାଙ୍କ ପତ୍ନୀଙ୍କ ଉପରେ, ତାଙ୍କ ପତ୍ନୀ ବି ବାବାଙ୍କ ପ୍ରେମରେ ପଡିଗଲେ, ଦୁହେଁ ମୁକ୍ତିଙ୍କ ଅନୁପସ୍ଥିତର ଫାଇଦା ନେଲେ, ସେମାନଙ୍କ ଭିତରେ ଶାରୀରିକ ସମ୍ପର୍କ ବି ରହୁଥିଲା, କେବେକେବେ ବାବା ଆସନ୍ତି ନହେଲେ ତାଙ୍କ ପତ୍ନୀ ସେଠାକୁ ଯାଆନ୍ତି I ଏସବୁ ଦିନେ ପଡିଗଲା ମୁକ୍ତିଙ୍କ ନଜରରେ ଆଉ ସେ ଏହି ଭଣ୍ଡବାବାଙ୍କ ଅସଲ ଚେହେରା ଦେଖିଦେଲେ, ସେ ଦିନେ ନିଜ ଘରେ ନିଜ ସ୍ତ୍ରୀକୁ ବାବାଙ୍କ ସହ ଶାରୀରିକ ସମ୍ପର୍କ ବେଳେ ଦେଖିଦେଲେ ଆଉ ତାପରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡା ବଢି ଚାଲିଲା I


ପୋଲିସ ଦିନକୁ ଦିନ ଅନେକ ରହସ୍ୟ ଜାଣିଗଲା ବାବାଙ୍କ ବିଷୟରେ, ଏଇଟା ମଠ ନଥିଲା ବରଂ ବାବା ବେପାର କମ୍ପାନୀ ଥିଲା I ସେ ଅନେକ ବେକାର ଯୁବକ ଯୁବତୀଙ୍କୁ ପଇସା ଲୋଭ ଦେଖେଇ ଟ୍ରେନିଂ ଦେଇ ଭଣ୍ଡବାବା ବନେଇ ବିଭିନ୍ନ ମଠ ମନ୍ଦିର ଦାଇତ୍ୱ ଦେଉଥିଲା, ସାରା ରାଜ୍ୟ, ରାଜ୍ୟ ବାହାରେ ତଥା ଦେଶ ବାହାରେ ବି ଏଇ ବାବା କମ୍ପlନୀ କାମ କରୁଥିଲା, କେଉଁଠି ଡ୍ରଗ୍ସ ଆଉ ଚରସ, ମଦ ବେପାର ତ ଆଉ କେଉଁଠି ମଦଗଂଜେଇ ଓ ସେକ୍ସ ସ୍କାନଡାଲ I


ଦିନେ ପୋଲିସ ଟିମର ନଜର ପଡିଲା ରାତିରେ ସେଇ ମଠର ଚୋରା ଗେଟ ଦେଇ କିଛି ମହିଳା ମଠଭିତରକୁ ପ୍ରବେଶ କରିବାର, ଆଉ ପୋଲିସ ବାହାନା କରି ଭିତରକୁ ଗଲା ସବୁ ପ୍ରସ୍ତୁତି ସହ I ସେମାନଙ୍କ ପିଛା କରି ଯାଇ ଦେଖିଲା ତ ସେଠି ଗୋଟେ ବିରାଟ ଅଟାଳିକା, ସେଠି ଅନେଶ୍ୱତଟା ରୁମ ଥାଏ ଯେଉଁଠି ଅନେଶ୍ୱତ ଜଣ ମହିଳା, ଯୋଗିନୀ ବେଶରେ ରହନ୍ତି I ସେମିତି ଆଉ ଗୋଟେ ମହଲ ସେଠି ହଷ୍ଟେଲ ପରି ଥାଏ ଆଉ ସେଠି ବି ପୁରୁଷ ଭକ୍ତମାନେ ବାବା ବେଶରେ ରହନ୍ତି I ଏହି ମହିଳାମାନେ ବାହାରକୁ ଯୋଗିନୀ ବେଶରେ ଆସିଲେ ବି ଭିତରେ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ, ଆଉ ଏହି ବାବାସବୁ ମାତାଙ୍କ ସହ ଯୌନ ସମ୍ପର୍କ ରଖୁଥିଲେ, ବିଭିନ୍ନ ପୂଜା ଆଉ ସାଧନା ବାହାନାରେ I ସେମାନଙ୍କ ଭିତରେ ଅନେକ ଶିକ୍ଷିତା, ଧନୀ ଆଉ ଗରିବ ପରିବାରର ବି ଥିଲେ I ବାବା ସେମାନଙ୍କୁ ଆର୍ଥିକ ସହାୟତା ବି ଦେଉଥିଲେ I ଯେଉଁମାନେ ସେଠାକୁ ଆସନ୍ତି ନିଜ ସମସ୍ୟା ନେଇ ବାବା ନିଜ ଆର୍ଥିକ ଆଉ ବାହୁବଳ ରେ ସମସ୍ତଙ୍କୁ ବଶୀଭୂତ କରି ରଖନ୍ତି, ପ୍ରଥମେ ସେମାନଙ୍କୁ ଆଉ ତାଙ୍କ ପରିବାରକୁ ସବୁ ସାହାଯ୍ୟ ମିଳେ ମଠ ତରଫରୁ, ଏମିତିକି ଟଙ୍କା, ସୁନା ଗହଣା, ଗାଡି ସବୁ କିଛି I ତାପରେ ସେମାନଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ବିଭିନ୍ନ ବେପାରରେ ନିୟୋଜିତ କରାଯାଏ I ପୋଲିସ ସେ ମଠ ଉପରେ ଚଢାଉ କରି ସବୁ ଜବତ କଲା, ବାବାଙ୍କ ନିକଟତର ଲୋକ ଧରା ପଡିଲେ, ତାପରେ ସହରରେ ଚହଳ ପଡିଗଲା, ଏମିତିକି ପୋଲିସ ଅଫିସରମାନଙ୍କୁ ଆଉ ତାଙ୍କ ପରିବାରରେ ସମସ୍ତଙ୍କୁ ମାରିଦେବାକୁ ଧମକ I ସହରରେ ପୋଡାଜଳା, ଦୁର୍ଘଟଣାସବୁ ଘଟି ଚାଲିଲା I ବାବାଙ୍କ କ୍ଲୋଜ଼ ଲୋକଙ୍କ ଠାରୁ ଅନେକ ଗୁପ୍ତ ତଥ୍ୟ ମିଳିଲା, ସେ ଅନେଶ୍ୱତ ମହଲ ଉପରେ ଚଢ଼ାଉ ହେଲା, ସେଠି ବିଭିନ୍ନ ମହିଳା ପୋଷାକ, ଗହଣା, ମହିଳା ଅନ୍ତଃବସ୍ତ୍ର, ବ୍ଲୁ ସିଡ଼ି, କମ୍ପୁଟର ସବୁ ଜବତ କରାଗଲା, ମହିଳା ମାନଙ୍କୁ ପୋଲିସ ପଚରାଉଚୁରା ଆରମ୍ଭ କରିଦେଲା I କିଛି ମହିଳା ସେଠାରେ ନିଜ ଇଚ୍ଛାରେ ନୁହେଁ ବରଂ ବାବାଙ୍କ ଡରରେ ରହୁଥିଲେ ଆଉ ସେମାନେ ମୁହଁ ଖୋଲିଲେ ତାଙ୍କ ପରିବାର ନିପାତ କରିଦେବେ ବୋଲି ବାବା ଧମକ ଦେଉଥିଲେ I ପୋଲିସ ସମସ୍ତଙ୍କୁ ସୁରକ୍ଷା ଭିତରକୁ ନେଲା ଓ ସେମାନଙ୍କ ଠାରୁ ଅନେକ ଗୁପ୍ତ ରହସ୍ୟ ପୋଲିସ ଜାଣିବାକୁ ପାଇଲା I



ଏମାନଙ୍କର ଗୋଟେ ବଡ ଗ୍ୟାଙ୍ଗ, ସବୁ ଭଣ୍ଡବାବା ମିଶି ଦୁଇହଜାର ପାଖାପଖି ହେବେ ଯେଉଁମାନେ ସାରା ଦେଶରେ ନିଜର କାୟା ବିସ୍ତIର କରିଥିଲେ, ବାବାଙ୍କ ଅନେକ ପ୍ରକାର ବେପାର ଚାଲିଥିଲା, ସବୁଆଡୁ ବେପାରରୁ ଖୁବ ଲାଭ ମିଳେ I ଏମିତିକି ସେଥିରେ ବହୁତ ନାମିଦାମୀ ବିଜନେସମ୍ୟାନ, ନେତା ଆଉ ଅଭିନେତା ସାମିଲ ଥିଲେ, ଭଣ୍ଡବାବା ମିଶି ଲୋକଙ୍କୁ ଠକିବାର ନୂଆ ବାହାନା ଖୋଜନ୍ତି, ଯେମିତି ବେଶି ବେପାର ହେବ, ତାପରେ ବାବାମାନଙ୍କର ଗ୍ରୁପ ହୁଏ I ଏମିତି ପାଞ୍ଚଟା ଗ୍ରୁପ, ଗ୍ରୁପ ଏକରେ ଯେଉଁ ବାବା ସବୁ ରହିଲେ ସେମାନେ ଖାଲି ପ୍ରବଚନ ଦେବେ ଆଉ ଲୋକଙ୍କ ମନରେ ଭକ୍ତି ଭାବ ଉଦ୍ରେକ କରି ସେମାନଙ୍କୁ ଈଶ୍ୱରଙ୍କ ନିକଟରେ କରିବାର ବାହାନI ଦେଖେଇ ତାଙ୍କ ବେପାର କରିବେ I ସେକେଣ୍ଡ ଗ୍ରୁପର ବାବା ମାନେ ଯୋଗ ଶିଖେଇବେ, ଲୋକଙ୍କୁ ସୁସ୍ଥ ରଖିବା ପାଇଁ ବିଭିନ୍ନ ଯୋଗ ପ୍ରକ୍ରିୟା ଶିଖେଇ ଲୋକଙ୍କୁ ତାଙ୍କ ପାଲରେ ପକେଇବେ, ତାପରେ ତୃତୀୟ ଗ୍ରୁପ ହେଲେ ମର୍ଡନ ବାବାମାନେ, ସେମାନେ ଖାଲି ସକାଳୁ ଫେସବୁକ ଆଉ ଅନ୍ୟାନ ସୋସିଆଲ ମେଡ଼ିଆରେ ଇ-ଆଳତୀ ଆଉ ବିଭିନ୍ନ ପୂଜା ଆଉ ଭିଡ଼ିଓ ଅପଲୋଡ କରି ଯେତେ ଭକତ କରିପାରିବେ I ଆଉ ଧୀରେ ଧୀରେ ତାଙ୍କୁ ଧରି ସେ ମଠର ସବୁ ସାମଗ୍ରୀ ଅନଲାଇନ ପ୍ରଡକ୍ଟ ହିସାବରେ ବିକିବେ ଏବଂ ରିଟେଲ ଶପରେ ବି ଯେମିତିକି ହର୍ବIଲ ସାବୁନ, ତେଲ, ସେନ୍ଟ ସବୁ I ଚତୁର୍ଥ ଗ୍ରୁପ ମର୍ଡନ ଲୁଗା ପିନ୍ଧି, ଲୋକଙ୍କୁ ବ୍ରାଣ୍ଡେଡ ଜିନିଷ ବ୍ୟବହାର ଶିଖେଇ କେମିତି ଭଲ ପିନ୍ଧିବେ, ଖାଇଲେ ଭଗବାନ ମିଳିବେ, ଓ ଝିଅମାନଙ୍କ ମନରେ ବିଶ୍ୱାସ ଜନ୍ମେଇ ତାଙ୍କୁ ନେଇ ବିଭିନ୍ନ ସେକ୍ସ ବେପାରରେ ଲଗେଇ ପଇସା ରୋଜଗାର କରନ୍ତି Iପଞ୍ଚମ ଗୋଷ୍ଠୀ ଲୋକଙ୍କୁ ଗ୍ରହଦୋଷ କାଟିବାକୁ ବିଭିନ୍ନ ପୂଜା ପଦ୍ଧତି କରି ଜଣକI ପାଞ୍ଚଲକ୍ଷ ରୋଜଗାର କରନ୍ତି ଅତି କମରେ, ଗ୍ରହ ପଥର, ମୁଦି ଆଉ ଲକେଟ କରି ନାଇବାକୁ ଦିଅନ୍ତି ଲୋକଙ୍କୁ I ଏମିତି, ଗ୍ରୁପର ବଡ ବେପାର ଚାଲୁଥିଲା ଆଉ ବଡବାବା ସବୁ ସମ୍ଭାଳୁଥିଲେ ଆଉ ସେ ହିଁ ଏସବୁ କରିଛନ୍ତି, ସେ ଏମିତି ଭଣ୍ଡବାବାଙ୍କୁ ନେଇ ନିଜ ବେପାର ବଢେଇ ଚାଲିଥିଲେ, ଏମିତି ତାଙ୍କର ପ୍ରତି ଜିଲ୍ଲାରେ ଗୋଟେ ଗୋଟେ ଅଫିସ ଆଉ ପନ୍ଦରଟା ରାଜ୍ୟରେ ତାଙ୍କ ବେପାର ଚାଲୁଥିଲା, ଲୁଚାଛପାରେ ଝିଅ ଆଉ ଡ୍ରଗ କାରବାର, ତାଙ୍କ ଅଧୀନରେ ପ୍ରାୟ ପାଞ୍ଚଶହ ମୁଖ୍ୟ ବାଵI ଆଉ ତାଙ୍କ ଅଣ୍ଡରରେ ପନ୍ଦରଶହ ଛୋଟବାବା କାମ କରୁଥିଲେ ଯିଏ ସବୁ ବଡ ବାବାଙ୍କୁ କାମରେ ସାହାଯ୍ୟ କରନ୍ତି I ସବୁ ଜିଲ୍ଲାରୁ ଯାହା ଲାଭ ଆସେ ସବୁ ଭାଗହୁଏ ହେଲେ ଅଧିକ ଭାଗ ପଡେ ବାବା ହରିରାମଶଙ୍କରଙ୍କର, ସେ ନିଜେ ଏହି ବେପାରର ସୂତ୍ରଧାର I


ତାପରେ ସେମାନଙ୍କ ସମ୍ମିଳନ ହୁଏ ଛମାସକୁ ଥରେ, ସେଠି ଭକ୍ତ ସମାଗମ ଘଟେ ଆଉ ପ୍ରଚୁର ଲାଭ ମିଳେ I ପୁଣି ଟିକେଟ ଦର୍ଶନ ଥାଏ ସେଥିରୁ ଲାଭ, ଡ୍ରଗ୍ସ ଆଉ ମଦ କାରବାରରୁ ଲାଭ, ସେପଟେ ଝିଅ ବେପାର, ପୁଣି ହର୍ବIଲ ପ୍ରଡକ୍ଟ ଆଉ ଯୋଗ ଶିବିର I ପୁଣି ବଡ ନେତା ଆଉ ସିନେ ତାରକାଙ୍କ ଭିଡ ଲାଗେ ଆଉ ସେମାନେ ଏମିତିରେ କୋଟିକୋଟି ଟଙ୍କା ଦାନ କରିଦିଅନ୍ତି I ଏମିତି ମହାଖୁସିରେ ଟଙ୍କା ବେପାର କାହିଁ କୋଉ ପଚିଶି ବର୍ଷ ହେଲା ଚାଲି ଆସୁଥିଲା I ହେଲେ ଏଥର ନୂଆ ଏସ.ପି ଆଲୋକ ଆସିବା ଦିନରୁ ଏମିତି ଅନେକ ଚୋରା ବେପାର ଉପରେ କଟକଣା ଲାଗିଛି ଆଉ ଧରପକଡ ହେଇଛି I ତେଣୁ ତାଙ୍କୁ ଅନେକ ସମୟରେ ଧମକ ଆସେ, ହେଲେ ସେ ଭାରି ସାହସୀ ଆଉ ଦକ୍ଷ ଅଫିସର I ଏହି ଗ୍ୟାଙ୍ଗର ସବୁ କାର୍ନାମା ପଦIରେ ପକେଇ ସବୁ ବାବାଙ୍କୁ ଗୋଟେ ପରେ ଗୋଟେ ଆରେଷ୍ଟ କରିଚାଲିଛନ୍ତି, ଶେଷରେ କିଛି ଝିଅ ଭକତ ଯାଇ ସାହସ ଜମେଇ ତାଙ୍କ ନାଁରେ ଅଭିଯୋଗ ଦେଲେ ଯାହା ଫଳରେ ବାବାଙ୍କ ବେପାର ପୁରା ମାନ୍ଦା I ଏମିତିକି ବାବା ନିଜ ମହିଳା ଭକ୍ତମାନଙ୍କୁ ଯୌନ ନିର୍ଯାତନା ଦିଅନ୍ତି, ଅନେକ ସୁନ୍ଦରୀ ତରୁଣୀଙ୍କୁ ଚାକିରୀ ଆଉ ପଇସା ଲୋଭ ଦେଖେଇ ଫରେନ ନେଇ ଯାଆନ୍ତି ବୁଲିକି ଉପଭୋଗ କରନ୍ତି ଆଉ ତା ସହ ନିଜ ବେପାର ବି ଦେଖନ୍ତି I


ଧୀରେ ଧୀରେ ସବୁ ମର୍ଡର ଆଉ ଦୁର୍ଘଟଣା ଉପରେ ପୋଲିସ ଖୁଲାଶା କଲା, ସବୁ ଏହି ବାବା ଗ୍ୟାଙ୍ଗର କାମ, ଏମିତି ସେଇ ଅନେଶ୍ୱତ ମହଲରେ ଥିବା ଯୋଗିନୀମାନଙ୍କୁ ବାବା ନିଜେ ଉପଭୋଗ କରିବା ସହ ଅନେକ ବଡଲୋକଙ୍କ ପାଖକୁ ପଠାନ୍ତି, ଆଉ ସେଥିପାଇଁ ମୋଟା ଅଙ୍କର ପଇସା ନିଅନ୍ତି I ମହେନ୍ଦ୍ରପୁରରେ ହେଇଥିବା ମର୍ଡର ବି ବାବାଙ୍କ ଗୋଷ୍ଠୀର କାମ, ରିପୋର୍ଟ ଆସିଛି ମହିଳା ଗର୍ଭବତୀ ଥିଲା, ବାବା ତାଙ୍କ ସହ ସମ୍ପର୍କ ରଖି ସେ ଗର୍ଭବତୀ ହେଲାପରେ, ବାବା ଏହି ଖବର ଯେମିତି କୁଆଡେ ନ ଯିବ ବୋଲି ତାକୁ ମାରି ଦିଆଯାଇଥିଲା I

ଏମିତି ଅନେକ ପୋଡାଜଳା ସହ ସବୁ ବଟି କଲେକସନ କଲାବେଳେ ଯଦି କିଏ ପଇସା ଦେବାକୁ ମନାକଲା ତେବେ ସେମାନଙ୍କ ଦୋକାନ ଆଉ ଘର ଉପରେ ବମ୍ବିଙ୍ଗ ଆଉ ପୋଡ଼ି ଜାଳି ଦିଆଯାଉଥିଲା I


ଏହି ମୁକ୍ତି ମିଶ୍ର ମର୍ଡର କେଶର ତଥ୍ୟ ବି ପୋଲିସ ବାହାରକଲା, ଯେତେବେଳେ ସେ ନିଜ ପତ୍ନୀଙ୍କୁ ବାବାଙ୍କ ସହ ସମ୍ପର୍କ ଥିବାର ଦେଖିଥିଲେ ସେଦିନ ସେ ବାବାଙ୍କୁ ପୋଲିସ ଧରେଇବେ ବୋଲି ଧମକ ଦେଇଥିଲେ, ଆଉ ସେ ଯଦି ଏମିତି କରନ୍ତି ତାଙ୍କୁ ଆଉ ତାଙ୍କ ପିଲାମାନଙ୍କୁ ମାରିଦେବାର ଧମକ ବି ଦିଆଯାଇଥିଲା I ଏସବୁ ଭିତରେ ତାଙ୍କ ନିଜ ପତ୍ନୀ ବାବାଙ୍କୁ ସାହାଯ୍ୟ କରୁଥିଲେ କାରଣ ସେ ବାବାଙ୍କ ପ୍ରେମରେ ପଡିଯାଇଥିଲେ ଆଉ ଉଭୟ ଦୈହିକ ସମ୍ପର୍କ ବି ରଖୁଥିଲେ I ତେଣୁ ଏହି ମର୍ଡର, ବାବା ନିଜେ ମୁକ୍ତି ମିଶ୍ରଙ୍କ ପତ୍ନୀଙ୍କ ସହାୟତାରେ ହିଁ କରିଛନ୍ତି ଆଉ ତାଙ୍କ ମୃତ୍ୟୁର ପରଦିନ ଦୁହେଁ ଲୁଚିଲୁଚି ସେହି ଗ୍ୟାରେଜ ରେ ମିଶୁଥିଲେ I ଯେତେବେଳେ ମୁକ୍ତି ମିଶ୍ର ସକାଳୁ ମର୍ନିଙ୍ଗ ୱାକରେ ଯାଆନ୍ତି ସେତେବେଳେ ବାବାଙ୍କୁ ତାଙ୍କ ପତ୍ନୀ ଖବର ଦେଇଥିଲେ ଆଉ ସେଦିନ ସେ ନିଜେ ତାଙ୍କ ସ୍ୱାମୀଙ୍କ ସହ ଚାଲିବାକୁ ଯାଇଥିଲେ I ସେତେବେଳେ ସେ ବାବାଙ୍କୁ ସେହି ଜାଗାକୁ ଡାକି ବାବାଙ୍କ ସହ ମିଶି ତାଙ୍କୁ ନିଶାଦେଇ ବେହୋସ କରି ଦେଇଥିଲେ ଆଉ ଗୋଟେ ନିଛାଟିଆ ଜାଗାରେ ନେଇ ଶୁଟକରି ମାରି ଦେଇଥିଲେ I ଏହିସବୁ କଥା ପଦାକୁ ଆସିଲା ପରେ, ପୁଲିସ ବାବାଙ୍କ ସବୁ ମଠ ଚଢ଼ାଉ କରି ଏହି ବାବା ମୂଖାପିନ୍ଧା କ୍ରିମିନାଲ ମାନଙ୍କୁ ଧରିଥିଲା ଆଉ ମହିଳା ମାନଙ୍କୁ ସୁରକ୍ଷା ଦିଆଯାଇଥିଲା I ତେବେ କିଛି ଦୋଷୀ ମାନଙ୍କୁ ଦଣ୍ଡ ଦିଆଗଲା, ଶେଷରେ ମୁକ୍ତି ମିଶ୍ର ହାଇପ୍ରୋଫାଇଲ ମର୍ଡର କେଶର ଖୁଲାସା ହେଲା ଆଉ ବଡ ବାବାଙ୍କୁ ଆଜୀବନ କାରାଦଣ୍ଡ ସହ ଲକ୍ଷଲକ୍ଷ ଟଙ୍କାର ଜରିମାନା ଆଉ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତି ସହ ସରକାର ନିଜେ କବ୍ଜା କରିନେଲା I


Rate this content
Log in

More oriya story from Trupti Paikaray

Similar oriya story from Crime