STORYMIRROR

Trupti Paikaray

Romance

3  

Trupti Paikaray

Romance

ଭ୍ୟାଲେଣ୍ଟାଇନସ ଫ୍ୟାଲେଣ୍ଟାଇନସ ଡ଼େ

ଭ୍ୟାଲେଣ୍ଟାଇନସ ଫ୍ୟାଲେଣ୍ଟାଇନସ ଡ଼େ

2 mins
292


ସେଦିନ ଅଫିସରେ ସମସ୍ତେ ଭ୍ୟାଲେଣ୍ଟାଇନ ଡ଼େ ବିଷୟରେ କଥା ହେଉଥିଲେ, ତେବେ କିଏ କେମିତି ଏହି ଡ଼େକୁ ପାଳିବେ ଆଲୋଚନାର ବିଷୟ ଥିଲା I କିଏ ନିଜର ପ୍ରେମିକ/ପ୍ରେମିକା ପାଇଁ ସୁନ୍ଦର ଗିଫ୍ଟ କିଣିବା ପାଇଁ କହୁଥାଏ, ଆଉ କିଏ ନିଜ ମନର ମଣିଷକୁ କୁଆଡେ ବୁଲେଇ ନେଇ ତାକୁ କ୍ୟାଣ୍ଡଲ ଲାଇଟ  ଡିନରରେ ନେବାପାଇଁ ଭାବୁଥାଏ ତ ଆଉ କିଏ ନିଜ ବାପାମାଆଙ୍କ ସହ ଏହି ଭ୍ୟାଲେଣ୍ଟାଇସନ ଡ଼େ ପାଳନ କରିବାକୁ କହୁଥାଏ I ଖାଲି ଅଫିସ କାହିଁ, ଗାଁ ରୁ ସହର ସବୁଆଡେ ଏହି କଥା I ପିଲାମାନେ ବି ଆଜିକାଲି ଭାରି ସ୍ମାର୍ଟ ହେଇଗଲେଣି କେମିତି ନୂଆ ଢଙ୍ଗରେ ଏହି ଦିନକୁ ପାଳିବେ ସେଥିପାଇଁ ସେମାନଙ୍କୁ ରାତିରେ ନିଦ ନାହିଁ, କିଏ ହାତ ଆଉ ଦେହରେ ଟାଟୁ କରି ନିଜ ପ୍ରେମିକ ବା ପ୍ରେମିକା ନାଁ ଲେଖୁଛି ତ ଆଉ କିଏ ନିଜ ନିଜ ପାର୍ଟନରର ନାଁ ଲେଖାହେଇଥିବା ଟି.ସାର୍ଟ, କଫିମଗ ଆଉ ଚାବିରିଙ୍ଗ ବନେଇ ପରସ୍ପର ଭିତରେ ଦିଆନିଆ ହେଉଛନ୍ତି I ଫେସବୂକ ଆଉ ଅନ୍ୟାନ ସୋସିଆଲ ମେଡ଼ିଆ ବି ଏହି ଭ୍ୟାଲେଣ୍ଟାଇନସ ଡ଼େ ପାଇଁ ଭାରି ଚଳଚଞ୍ଚଳ ହେଇଉଠିଛି I ଏମିତିକି ବିଭିନ୍ନ ଅନଲାଇନ ସପିଙ୍ଗ ସାଇଟ ଗୁଡିକ ଭଲ ଅଫର ବି ଦେଉଛନ୍ତି I ଏମିତିକି ଦେଖିଲି ସବୁ ଆଧ୍ୟାତ୍ମିକ ପ୍ରବଚନ ଦେଉଥିବା ସାଧୁବାବା ମାନେ ଭ୍ୟାଲେଣ୍ଟାଇନସ ଡ଼େରେ ପ୍ରେମକୁ ନିଜ ପ୍ରବଚନର ବିଷୟ ରଖିଛନ୍ତି ଆଉ ଶାଶ୍ବତ ପ୍ରେମ କଣ,ଈଶ୍ୱର ପ୍ରେମ କଣ ଇତ୍ୟାଦି ବୁଝାଉଛନ୍ତି I


ଏସବୁ ଦେଖି ଭାବୁଥାଏ ପ୍ରେମ କଣ ଆଜି ବେଶି ହୁଏ ଆଉ ଅନ୍ୟଦିନ କଣ କମିଯାଏ I ପ୍ରକୃତ ପ୍ରେମ ଥିଲେ ସବୁବେଳେ ଆଉ ସବୁଦିନ ଭ୍ୟାଲେଣ୍ଟାଇନସ ଡ଼େ, ତେବେ ସମସ୍ତେ ଆଜି ପାଇଁ କାହିଁ ଏମିତି ବିକଳ? ଠିକ ସେତିକି ବେଳେ ମୋ ସାଙ୍ଗ ରିମା ଫୋନକଲା ଆଉ ପଚାରିଲା "ତୁ ଭ୍ୟାଲେଣ୍ଟାଇନସ ଡ଼େ ପାଇଁ କଣ ପ୍ଲାନ କରିଛୁ"? ମୁଁ ସାଙ୍ଗେସାଙ୍ଗେ କହି ପକେଇଲି "ସେ ଭ୍ୟାଲେଣ୍ଟାଇନସ ଫ୍ୟାଲେଣ୍ଟାଇନସ ଡ଼େ କଥା କହି ମୋ ସମୟ ବର୍ବାଦ କରନା", ତେବେ ସେ ମୋ କଥା ଶୁଣି ହସିଲା ଆଉ କହିଲା ତୁ ନିହାତି ବୋରିଙ୍ଗ ପିଲାଟା, ଏତିକି କହି ଫୋନ ରଖିଛି କି ନାହିଁ ଦେଖିଲି ରାସ୍ତାରେ ଗୋପାଳ ମଉସାଙ୍କ କାର ଥୁଆହେଇଚି ଆଉ ମଉସା ମାଉସୀ ଆଜି ପୁରା ବେଶପଟା ହେଇ କୁଆଡେ ବାହାରୁଛନ୍ତି I ମଉସାଙ୍କୁ ଆମର ପଚସ୍ତରି ବର୍ଷ ଆଉ ମାଉସୀଙ୍କୁ ସତୁରି ହେଲେ ବୟସ ତାଙ୍କୁ କେବେ ହରେଇ ପାରେନା I ଆଜି ମଉସାମାଉସୀ କୁଆଡେ ଯାଉଛନ୍ତି ଭାବି ପଚାରିଦେଲି "ମଉସା ଆଜି ମାଉସୀଙ୍କୁ ନେଇ କୁଆଡେ ଯାଉଛନ୍ତି"? ମଉସା ଟିକେ ହସିଦେଲେ ଆଉ ତାଙ୍କ ପଛକୁ ମାଉସୀ ବି ହସିହସି କହିଲେ "ମାଆ ଆଜି ଭ୍ୟାଲେଣ୍ଟାଇନସ ଡ଼େ ତ ତେଣୁ ଆଜି ତୋ ମଉସା କହିଲେ ଫିଲ୍ମ ଦେଖିଯିବାକୁ ଆଉ ତାପରେ ଟିକେ ବାହାରେ ବୁଲା ବି ହେଇଯିବ ଆଉ ଡିନର କରି ଫେରିବୁ" I ମୁଁ ଟିକେ ଚୁପ ହେଇଗଲି ଆଉ ମଉସା କହିଲେ "ଝିଅ ଆମେ ବୁଢାବୁଢ଼ୀ ହେଇଗଲୁଣି, ତେବେ ଟିକେ ବାହାନା ଦରକାର ତୋ ମାଉସୀକୁ ଖୁସିକରିବାକୁ", ସାରା ଜୀବନ ସଂସାର ଜଞ୍ଜାଳ ଭିତରେ ପେଷିହେଇ ବଞ୍ଚିବା କଣ ଯେମିତି ସେ ଭୁଲିଯାଇଛି I ଆଜିଯାଏ ସେ ଆମ ମାନଙ୍କ ପାଇଁ ବଞ୍ଚିଆସୁଛି, ତେଣୁ ତା ଓଠରେ ଟିକେ ହସ ଭରିବାକୁ ଏହି ଭ୍ୟାଲେଣ୍ଟାଇନସ ଡ଼େ ଗୋଟେ ବାହାନା I ଆଉ ତା ଛଡା ତୋ ମାଉସୀକୁ ଫିଲ୍ମ ଦେଖିଯିବାକୁ ଭାରି ଭଲଲାଗେ, ହେଲେ ଆଜିକୁ ଦୀର୍ଘ କୋଡିଏ ବର୍ଷ ହେଇଗଲା ସେ ସିନେମା ହଲ ମାଟି ବି ମାଡିନି, ସେଥିପାଇଁ ଭାବିଲି ଆଜି ତୋ ମାଉସୀର ଇଛା ସବୁ ପୁରା କରିବି I ସେତେବେଳେ ମୋ ଆଖିରେ ଲୁହ ଚାଲିଆସିଲା ଆଉ ବୁଝିପାରିଲି ଖୁସିହେବାକୁ ଭ୍ୟାଲେଣ୍ଟାଇନସ ଡ଼େ ଯଦି ଗୋଟେ ବାହାନା ତେବେ ଭୁଲ କେଉଁଠି ରହିଲା I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance