Trupti Paikaray

Others

3  

Trupti Paikaray

Others

"ସି.ଇ.ଓ ରାଧିକା"

"ସି.ଇ.ଓ ରାଧିକା"

8 mins
3.5K


ହ୍ୟାଲୋ...!!, ଗୁଡ଼ ମର୍ନିଙ୍ଗ, "ଏ.ଏସ.ବି ସେଣ୍ଟର ଫର ଇଂଲିଶ ଲାଙ୍ଗୁଏଜ ଷ୍ଟଡ଼ିଜ଼" I

ଆଇ ଆମ ମାଧବୀ.......ହାଓ କ୍ୟାନ ଆଇ ହେଲ୍ପ ୟୁ ସାର?

ହାଇ !! ମାଧବୀ... ଦିଶ ଇଜ଼ ଆକାଶ ମିଶ୍ର, ଏମ.ଡି, କେ.ଡି.ଏସ ଗ୍ରୁପ ଅଫ କମ୍ପନିଜ଼.....କ୍ୟାନ ଆଇ ସ୍ପିକ ଟୁ ମିସ. ରାଧିକା? ୟା, ସିଓର.....ଜଷ୍ଟ ହୋଲଡ଼ ଅନ, ଆଇ ଆମ ଟ୍ରାନ୍ସଫରିଂ ଦ କଲ I

ତାପରେ ମାଧବୀ କଲ ଟ୍ରାନ୍ସଫର କଲା ରାଧିକାକୁ,"ମ୍ୟାଡ଼ାମ, ଦେୟର ଇଜ ଏ କଲ ଫର ୟୁ, ମିସ୍ଟର. ଆକାଶ ମିଶ୍ର, ଏମ.ଡି, କେ.ଡି.ଏସ ଗ୍ରୁପ ଅଫ କମ୍ପନିଜ଼ ଓ଼ଣ୍ଟସ ଟୁ ସ୍ଟିକ ଟୁ ୟୁ I ତାପରେ ରାଧିକା ଫୋନ ଧରିଛି, ସେପଟେ ଆକାଶ ହାଲୋ ହାଲୋ କହୁଛି, ହେଲେ ରାଧିକାର ଆଉ ସେ ସାହସ ନାହିଁ, ଅତୀତକୁ ସାମ୍ନା କରିବାକୁ, ଯେଉଁ ଝଡ ବହିଯାଇଛି, ଅନେକ କିଛି ନେଇ ଯାଇଛି, ସେ ଝଡ଼କୁ ଆଉ ସାମ୍ନା କରିବାକୁ କାହାର ବା ସାହସ ଥାଏ I ୟା ଭିତରେ ଫୋନ କଟି ଯାଇଛି ଆଉ ରାଧିକା ଯେମିତି ପୁରା ଅନ୍ୟମନସ୍କ, ସେପଟେ ଆଖିରୁ ଦିଟୋପା ଲୁହ ଝରି ପଡିଛି I ତାପରେ ରାଧିକା ପୁଣି ରିସେପସନକୁ କଲ କରି କହିଲା "ମାଧବୀ ଆଜି ମୋର ସବୁ ଆପଏଣ୍ଟମେଣ୍ଟସ କ୍ୟାନସଲ କରିଦିଅ, ହଟାତ ମୋ ଦେହ ଅସୁସ୍ଥ ହେଇପଡିଛି” I ହେଲେ କାହାକୁ ବା ଜଣI ଯେ ରାଧିକାର ଦେହ ନୁହେଁ ବରଂ ମନ ଖରାପ ହେଇଯାଇଛି I


ଦଶ ବର୍ଷ ହେଲା ସିଏ ଯେଉଁ ଅତୀତ ଠାରୁ ଦୂରକୁ ଭାଗୁଥିଲା, ଯେଉଁ ସ୍ୱର ଶୁଣିବାକୁ ସେ ରାତିରାତି ଅନିଦ୍ରା ହେଇ ଜଗିରହୁଥିଲା, ଆଜି ଦଶ ବର୍ଷ ପରେ ପୁଣି ସେ ଅତୀତ ତା ସାମ୍ନାରେ ଯେମିତି ହାବୁକାଏ ଚହଲା ପବନ ଆଉ ତୋଫାନି ଝଡ ହେଇ ବହି ଯାଇଛି ଆଜି I ଅଫିସରୁ ଯାଇ ସିଧା ଘରେ ହାଜର ସେ, ତାପରେ ଫୋନ ସୁଇଚ ଅଫ ଆଉ ବେଡ଼ ରୁମରେ ସେ, ବେଡ଼ ଉପରେ ତକିଆକୁ ଧରି ଭୋଭୋ ହେଇ କାନ୍ଦୁଛି I ସତେ ଯେମିତି ଗୋଟେ କୁନି ଝିଅର କଣ୍ଢେଇ କିଏ ଛଡେଇ ନେଇଯାଇଛି ତା ଠାରୁ I ଚିଲେଇ ଚିଲେଇ ସେଇ ଠାକୁରଙ୍କୁ ଅନେଇ କେତେ ଅଭିମାନ କରୁଛି, ହେ ପ୍ରଭୁ କାହିଁକି ଏ ଖେଳ ମୋ ସହ ଖେଳୁଛ, କହିଥିଲି ତମକୁ ମୋ ଅତୀତକୁ କେବେ ଆଉ ମୁଁ ଫେରିବାକୁ ଚାହେଁନି, ହେଲେ ଏସବୁ କଣ ହେଉଛି, କାହିଁକି, ତୁମେ ପଥର ପାଲଟିଯାଉଛ?ଏମିତି କଣ ଗୁଡ଼ାଏ ସେ କହିଚାଲିଛି, ଆଜି ଦଶ ବର୍ଷ ତଳର ଅଭୁଲା ଅତୀତ ପୁଣି ତାକୁ ଟାହିଟାପରା କରିବା ଆରମ୍ଭ କରିଦେଇଛି I

ଦଶ ବର୍ଷ ତଳେ ଏଇ ରାଧିକା, ରାଧିକା ନଥିଲା I ଥିଲା ସଙ୍ଗୀତା କୁମାରୀ, ଏମ.ବି.ଏ କରି ଚାକିରୀ କରିଥିବା ଗୋଟେ ସାଧାରଣ ଝିଅ, ସବୁ ମଧ୍ୟବିତ୍ତ ପରିବାର ପରି ସେ ବି ନିଜ ପଢା ସାରିବା ପରେ ବହୁତ ଚେଷ୍ଠା କରି କେ.ଡି.ଏସ ଗ୍ରୁପ ଅଫ କମ୍ପନିଜ଼ରେ କାମ କରୁଥିଲା, ପବ୍ଲିକ ରିଲେସନସିପ ଅଫିସର ଭାବେ I ପାଞ୍ଚ ବର୍ଷ କିଛି କମ ନୁହେଁ ଗୋଟେ କମ୍ପାନୀରେ କାମ କରିବା, ସେଠିକାର ଇଟାପଥର ସବୁ କେତେ ପରିଚିତ ସେଇ ସଙ୍ଗୀତା ଆଉ ଆଜିର ରାଧିକା ପାଇଁ I


ରାତିରାତି ଗପ, କାମ ବାହାନାରେ ଆକାଶର ଘଣ୍ଟାଘଣ୍ଟା ମିଟିଂ, ଚାଟିଙ୍ଗ, ସୁଖଦୁଃଖ ଟିକନିଖ କରି ଆକାଶକୁ କହିବା, ଅଫିସ ପରେ ବାହାରେ ଲୁଚିଲୁଚି ଦେଖା କରିବା, ଏସବୁ କେତେ ଆପଣାର ମୁହୂର୍ତ୍ତ କେମିତି ସେ ଭୁଲିବ, ହେଲେ ଏସବୁ ଭିତରେ ବି ନିଜ କାମରେ କେବେ ହେଲା କରିନି ସଙ୍ଗୀତା, ସବୁବେଳେ ନିଜ କାମ ଠିକରେ କରିଛି, ବହୁତ ଦକ୍ଷତା ସହକାରେ I ଦେଖିବାକୁ ଗୋଟେ ସାଧାସିଧା ଝିଅ, ମଣିଷ ହିସାବରେ ଦେଖିଲେ ଭାରି ଦରଦୀ, ସ୍ନେହୀ ମଣିଷଟିଏ I କେବେ ନିଜ କାମରେ ହେଳା କରେନି, ଟଙ୍କାଟିଏ ବି ଅଫିସର ଖାଇନି I ହେଲେ ଗୋଟେ ବଡ ଭୁଲ କରିଛି କାହାକୁ ଭଲ ପାଇ ଆଉ ମନ ଦେଇକି Iହେଲେ ତାର ତ ଏକା ଭୁଲ ନଥିଲା, ଏହି ଭଲ ପାଇବା ଦୁଇପଟରୁ ତ ଥିଲା, ସେଦିନ ଆକାଶ ନିଜେ ହିଁ ତା ତରଫରୁ ପ୍ରସ୍ତାବ ଦେଇଥିଲା I ସଙ୍ଗୀତା ପ୍ରଥମରୁ ମନI କରିଦେଇଥିଲା, କାରଣ ଆକାଶ ଆଉ ତା ଭିତରେ ବହୁତ ତଫାତ ଥିଲା I ସେ ଗୋଟେ ବଡ ଘରର ପୁଅ, ହେଲେ ସଙ୍ଗୀତା ତା ସାମ୍ନାରେ କିଛି ନଥିଲା, ନI ସେ ଦେଖିବାକୁ ସେମିତି ସୁନ୍ଦର I ହେଲେ ଲୁଚିଲୁଚି ସଙ୍ଗୀତା କ୍ୟାବିନକୁ କଫି ଆଉ ସ୍ୟାଣ୍ଡଉଇଚ ପଠେଇବା, ଅଫିସରେ ତା ବର୍ଥଡେ ସେଲିବ୍ରେସନ ଏସବୁ ଆକାଶ ହିଁ ତ କରେ, ଦିନେ ଛୁଟିରେ ରହିଲେ ପାଞ୍ଚ ଥର ଫୋନ କାମ ବାହାନାରେ, ସତେ ଯେମିତି ସଙ୍ଗୀତା ବିନା ତା ଦିନ ସରେନି I ଚାରି ବର୍ଷର ଏହି ଭଲ ପାଇବା କିଛି କମ କଥା ନୁହେଁ, କେତେ ରାଗରୁଷା , ମାନଅଭିମାନ, ପ୍ରେମ, ପ୍ରତିଶୃତି ହଟାତ ସବୁ କୁଆଡେ ଚାଲିଗଲା Iଏତେ ଭଲ ପାଉଥିବା ମଣିଷ କେମିତି ଏମିତି ଭୁଲିଯାଏ, ଏତେ ଆପଣାରୁ ଆପଣା ମଣିଷ କେମିତି ଏମିତି ବଦଳିଯାଏ, ସବୁ ତା ଭାଗ୍ୟର ଦୋଷ ବୋଲି ଧରିନେଇଥିଲା ରାଧିକା, ଯେବେ ଆକାଶ ଧୀରେଧୀରେ ତାକୁ ଅIଭଏଡ଼ କରିବାକୁ ଲାଗିଲା, ସେଦିନ କେତେ କାନ୍ଦିଛି ସେ, ଆକାଶ ତା ଫୋନ କଲ ଅIନଶର ବି ଦିଏନି, ଇମେଲର ବି ଜବାବ ନଥାଏ I


ଯେବେଠାରୁ ନୂଆ ଷ୍ଟାଫ ଅଫିସରେ ଜଏନ କରିଲେ, ସେବେଠାରୁ ଆକାଶ ଚେଞ୍ଜ ହେଇଯାଇଛି I ହଁ ଯେବେଠାରୁ ରୀତିକା ସେ ଅଫିସରେ ନୂଆ ଜଏନ କରିଛି, ସେବେଠାରୁ ସେ ଆକଶ ଯେମିତି ରୀତିକା ପ୍ରତି ଆକର୍ଷିତ ହେବାକୁ ଲାଗିଛି, ରୀତିକା ସେଠିକାର ନୂଆ ଏଚ.ଆର ମ୍ୟାନେଜର, ସେ ଲଣ୍ଡନରୁ ଗୋଟେ ବହୁତ ବଡ କଲେଜରୁ ପାଠପଢିଛି, ବହୁତ ବଡ ଧନୀ ପରିବାରର ଝିଅ ସେ, ଦେଖିବାକୁ ବହୁତ ସୁନ୍ଦର, ଭାରି ସ୍ମାର୍ଟ, ଷ୍ଟାଇଲିସ, କମ୍ୟୁନିକେସନ ସ୍କିଲ ବହୁତ ଭଲ, ଭଲ ପ୍ରେଜେଣ୍ଟେର, ସେଥିପାଇଁ ଆକଶ ରୀତିକାକୁ ନେଇ ବହୁତ ଖୁସି ଆଜିକାଲି I ଏବେ ରୀତିକାର ସବୁ କାମ ଆକାଶକୁ ଭଲ ଲାଗୁଛି, ସେ ତାକୁ ଅଧିକ ସମୟ ଦେଉଛି କାମ ବାହାନାରେ, ଦରମା ତାର ଦିଗୁଣା ଅଧିକ I ଟିକେ ଲେଟ ହେଲେ ଗାଡି ପଠାହେଇ ଛଡାହେଉଛି ରୀତିକାକୁ I


ଏମିତିବି ହେଇଛି ଆକାଶ ଆଉ କଥା ବି ହଉନି ସଙ୍ଗୀତା ସହ I ଦିଜଣ ଏତେ ଭଲ ପାଉଥିଲେ ପରସ୍ପରକୁ, ବାହା ହେବେ ବୋଲି ସବୁ କଥାବି ସରିଥିଲା, ହେଲେ ସବୁ କିଛି ଓଲଟପାଲଟ ଆଜି I କାନ୍ଦିକାନ୍ଦି ତା ଆଖି ଫୁଲିଯାଇଛି, ଦିନେଦିନେ ସେ ନଖାଇ ଉପାସ ରହିଯାଏ I ଘରେ ବୁଢ଼ୀ ମା, ତାକୁ ବି କିଛି କହିପାରେନି କାଳେ ସେ କାନ୍ଦିବ, ହେଲେ ଆଉ ସହିହେଉନି ଦୁଃଖ I ନିଜ ପ୍ରିୟର ମଣିଷ ଯଦି ନିଜ ଆଖି ସାମ୍ନାରେ ଆଉ କାହା ହାତ ଧରି ଚାଲେ ସେତେବେଳେ ଏ ମନ ଫାଟିପଡେ, ଲୁହ ବୋଲ ମାନେନା I ହେଲେ ସେଦିନ ତାକୁ ସବୁଠାରୁ ବେଶି କଷ୍ଟଲାଗିଥିଲା ଯେଉଁଦିନ ଆକାଶ, ରୀତିକାକୁ ନେଇ ସିଙ୍ଗାପୋର ଗଲା ଗୋଟେ କନଫରେନ୍ସ ଆଟେଣ୍ଡ କରିବାକୁ I ସେଟା ମାତ୍ର ଗୋଟେ ବାହାନା ଥିଲା ଦୁହେଁ ମିଶିକି ରହିବାର I


ସେତେବେଳେ ସଙ୍ଗୀତା ଆଉ ନିଜକୁ ସମ୍ଭାଳି ପାରିନଥିଲା, ସବୁଠାରୁ ବଡ ଧକ୍କା ଲାଗିଲା ତାକୁ ସେଦିନ I ନିଜକୁ ବହୁତ ଆୟତ୍ତ କରିବାକୁ ଚେଷ୍ଟା କରିବି ସେ ହାରିଯାଇଥିଲା ଆଉ ତାପରେ ସେ ଚାକିରୀ ଛାଡିଦେଲା I କାରଣ ସେ ନିଜକୁ ଏସବୁଠାରୁ ଦୂରେଇରଖିବାକୁ ଚେଷ୍ଟା କରୁଥିଲା କାରଣ ଦିନକୁ ଦିନ ସେ ମାନସିକ ଚାପଗ୍ରସ୍ଥ ହେଇପଡିଥିଲା, ତା ଦେହ ଖରାପ ହେବାକୁ ଲାଗିଲା, ତେଣୁ ଡାକ୍ତର ପରାମର୍ଶ ଦେଲେ କିଛି ଦିନ ନିଜକୁ ସବୁ କାମ ଆଉ ମାନସିକ ଦୁଶ୍ଚିନ୍ତାରୁ ଦୁରେଇ ରଖିବାକୁ I


ଶେଷରେ ବହୁତ କଷ୍ଟରେ ସେ ନିଜକୁ ସମ୍ଭାଳିଲା, କେତେ ଯୋଗ, ମେଡ଼ିଟେସନ କ୍ଲାସ ଜଏନ କଲା, ଏମିତି ଏକ ବର୍ଷ ତା ଜୀବନରେ ସବୁଠାରୁ କଠିନ ଥିଲା, ହେଲେ ସେ ଆଖିର ଲୁହ, ମନର କୋହ ତାକୁ ସେଦିନ ଆଗକୁ ଯିବାକୁ ଶିଖେଇଦେଲା I କିଏ ତା ଭିତରୁ ଯେମିତି କହିଲା "ସଙ୍ଗୀତା ଉଠିଯା, ଆଗକୁ ଚାଲ ଆଉ ଦେଖେ ବହୁତ କିଛି ତତେ କରିବାର ଅଛି, ଏସବୁ ଭୁଲିଯା, ତୁ ଦେଖେ ତୋ ସୁନ୍ଦର ଦୁନିୟା ତତେ ଆଗରେ ଅପେକ୍ଷା କରିଛି" I ଶେଷରେ ନିଜ ଭିତରେ ଥିବା ଅନ୍ତରାତ୍ମାର ସେ ସ୍ୱର ତାକୁ ସବୁ ସାହସ ଯୋଗେଇଦେଲା, ଆଗେଇଚାଲିଲା ଆଗକୁ ସବୁ ଦୁଃଖ ଭୁଲି I ଚାକିରୀ କରି ଧୀରେ ଧୀରେ ସେ ନିଜ ପରିବାର ଚଳେଇଲା, ଫ୍ରି ଟାଇମରେ ନିଜର କନ୍ସଲଟେନ୍ସି କାମ ଆରମ୍ଭ କଲା I ତା ପରେ ସେ ଇଂଲିଶ କମ୍ୟୁନିକେସନ ଆଣ୍ଡ ଇମେଜ କନ୍ସଲଟିଙ୍ଗ କୋର୍ସ ଜଏନ କଲା I ଆଉ ତାପରେ ସେ କେବେ ପଛକୁ ଫେରିନି, ଧୀରେ ଧୀରେ ସେ ନିଜର "ଏ.ଏସ.ବି ସେଣ୍ଟର ଫର ଇଂଲିଶ ଲାଙ୍ଗୁଏଜ ଷ୍ଟଡ଼ିଜ଼" ଆରମ୍ଭ କରିଲା ଆଉ ଚାକିରୀ ଛାଡି ନିଜ କାମରେ ଟାଇମ ଦେଲା, ନିଜର ଦକ୍ଷତା ଆଉ ଭଲ ଟ୍ରେନିଂ ଆଉ ପପୁଲାରୀଟି ପାଇଁ ତାକୁ ଲଣ୍ଡନର ଗୋଟେ ବଡ ୟୂନିଭରସିଟି ତରଫରୁ ୬ ମାସ ଗୋଟେ ଫ୍ରି କୋର୍ସ କରିବାକୁ ସୁଯୋଗ ମିଳିଲା I ଏତେ ବଡ ସୁଯୋଗ କିଏ ବା ଛାଡିବ, ତେଣୁ ସେ ୬ ମାସ ଗଲା ଲଣ୍ଡନ ନିଜ ସ୍ୱପ୍ନକୁ ସତ କରିବାକୁ I ୟା ଭିତରେ ସେ ନିଜ ପୁରୁଣା କଥାସବୁ ଭୁଲିବାକୁ ଚେଷ୍ଟା କରିଛି ବହୁତ, ଆଉ ଖବର ନାହିଁ ତା ପାଖରେ ସେ ଆକାଶ କି ସେ ପୁରୁଣା ଅଫିସ କଥା I

ଲଣ୍ଡନରୁ ଫେରି ସେ ଆହୁରି ଦକ୍ଷତା ସହ ନିଜ “ଏ.ଏସ.ବି ସେଣ୍ଟର ଫର ଇଂଲିଶ ଲାଙ୍ଗୁଏଜ ଷ୍ଟଡ଼ିଜ଼” ଚଳାଇବାରେ ସଫଳ ହେଇଛି, ଦିନକୁ ଦିନ ସରକାରୀ ଆଉ ବେସରକାରୀ ସଂସ୍ଥା ପକ୍ଷରୁ ସେ ଅନେକ ଅଫର ପାଇଛି ସେମାଙ୍କନ ସହ ମିଶିକି କାମ କରିବାକୁ I ଆଜି ସେ ରାଜ୍ୟର ନମ୍ବର ୧ ଇଂଲିଶ ଆଣ୍ଡ ଇମେଜ କନ୍ସଲଟିଙ୍ଗ ଟ୍ରେନିଂ ସେଣ୍ଟର, ଆଉ ନିଜ ନାଁ ସଙ୍ଗୀତା ବଦଳରେ ସେ ରାଧିକା ନାଁ ରେ ବେଶ ପରିଚିତ ହେଇଚି I ଆଉ ରାଧିକା ନମ୍ବର ୧ ଇଂଲିଶ କୋଚ, ଟ୍ରେନର ଆଣ୍ଡ କନ୍ସଲଟାଣ୍ଟ I ଦଶ ବର୍ଷ ୟା ଭିତରେ ବିତି ଯାଇଛି, ଏଇ ରାଧିକା ଖାଲି ନିଜ କ୍ୟାରିଅରରେ ବ୍ୟସ୍ତ, ବହୁତ ଭଲ ବିବାହ ପ୍ରସ୍ତାବ, ହେଲେ ଯେମିତି ତାର ସେସବୁ ପ୍ରତି ମୋହ ଛାଡ଼ିଯାଇଛି, ଯେବେଠାରୁ ଆକାଶ ତାକୁ ଧୋକା ଦେଇଛି I ହେଲେ ଏବେ ରାଧିକାର ମାଆଙ୍କ ଦେହ ବି ଭଲ ରହୁନଥାଏ, ତେଣୁ ତାଙ୍କର ଇଚ୍ଛା କେମିତି ଝିଅ ବାହାହେବାକୁ ରାଜି ହେବ I ଏ ଭିତରେ ମୋହିତ, ରାଧିକା ଆଉ ତା ପରିବାର ସହ ବେଶ ମିଶିଯାଇଛି, ସେ ମନେମନେ ରାଧୀକାକୁ ଭଲପାଏ, ହେଲେ ରାଧିକା ତାକୁ ସଫାସଫା ମନI କରିଛି I ମୋହିତ ସବୁବେଳେ ତାର ବହୁତ ଭଲ ସାଙ୍ଗ ଯାହା ସହ ସେ ସବୁ ସୁଖଦୁଃଖ ସେୟାର କରେ, ମୋହିତ ସହ ତାର ଲଣ୍ଡନ ରେ ଦେଖାହେଇଥିଲା I ମୋହିତର ନିଜର ପାଞ୍ଚଟା କଣ୍ଟ୍ରିରେ ଅଫିସ, ସେ ଛ ମାସ ଇଣ୍ଡିଆ ତ ଆଉ ଛ ମାସ ଫରେନରେ, ହେଲେ ରାଧିକାକୁ ତାର ବାହା ହେବାକୁ ବହୁତ ମନ I


ଏସବୁ ଭିତରେ ଆଜି ହଟାତ ଆକାଶ ଫୋନ, ସେ ନିଜକୁ ସମ୍ଭାଳି ପାରୁନଥାଏ, ସେପଟେ ଆକାଶ ବି ଜାଣିନଥିଲା ଯେ ସଙ୍ଗୀତା ହିଁ ସେ ରାଧିକା I ଆଜି ଆକାଶର କମ୍ପନୀ ହାତରେ ଗୋଟେ ବଡ଼ ଅଫର, ହେଲେ ତା ପୁରୁଣା ପାର୍ଟନର ଏଜେନସି କାମ ଏତେ ଭଲ ଆଉଟପଟ ନଦେଇଥିବାରୁ ଏହି ଅଫର ତା କମ୍ପନୀ ହାତରୁ ଚାଲିଯାଇପାରେ, ସେଥିପାଇଁ ସେ ଏ.ଏସ.ବି ସେଣ୍ଟର ଫର ଇଂଲିଶ ଲାଙ୍ଗୁଏଜ ଷ୍ଟଡ଼ିଜ଼ ସହ ପାର୍ଟନରସିପରେ କାମ କରିବାକୁ ଆଗ୍ରହୀ, ଆଉ ଏଇ ଏଜେନସି ସହ ପାର୍ଟନରସିପ କଲେ ସେସବୁ ପ୍ରୋଜେକ୍ଟସ ତା କମ୍ପନୀକୁ ହିଁ ମିଳିବ, ଆଉ ସେଥିପାଇଁ ଆକାଶ ଚାହେଁ ରାଧିକାକୁ ଦେଖା କରିବାକୁ, ହେଲେ ଆଜିଯାଏ ମିଟିଂ ଫିକ୍ସ ହେଇପାରୁନି I ଶେଷରେ ରାଧିକାକୁ ଏମିତି ଅବସ୍ଥାରେ ଦେଖି ମୋହିତ ତାକୁ ଅନେକ ବୁଝେଇଛି, ଆଉ ଶେଷରେ ରାଧିକା ସବୁ ପୁରୁଣା କଥା ଖୋଲିକି ତାକୁ କହିଛି, ଆଉ ମୋହିତ ସବୁ ଶୁଣିକି ବି ଚାହେଁ ରାଧୀକାକୁ ବାହାହେବାକୁ I ମୋହିତ ତାକୁ କହିଛି ପୁରୁଣା କଥା ଭୁଲିଯାଅ ରାଧିକା, ଏବେ ତୁମ କ୍ୟାରିଅରରେ ଧ୍ୟାନଦିଅ, ଯଦି ଆକାଶ ତୁମକୁ ଦେଖାକରିବାକୁ ଚାହୁଁଛନ୍ତି, ତାଙ୍କୁ ଆସିବାକୁ ଦିଅ I ଶେଷରେ ରାଧିକା ନିଜକୁ ବୁଝେଦେଇଛି ଆଉ ଏବେ ଆକାଶ ସହ ମିଟିଂ ଦୁଇ ଦିନ ପରେ I


ଆକାଶ ଆଜି ଆସିବ ରାଧିକାକୁ ମିଟ କରିବାକୁ, ରାଧିକା ଟିକେ ଅନ୍ୟମନସ୍କ ହେଲେ ସେ ପଛ କଥାକୁ ଭୁଲି ଆଜି ନିଜକୁ ନୂଆ ରୂପରେ ପ୍ରେଜେଣ୍ଟ କରିବାକୁ ଯାଉଛି, ଆଜି ସେ ସେହି ସଙ୍ଗୀତା ନୁହେଁ, ଆଜି ସେ “ସି.ଇ.ଓ ଆଣ୍ଡ ଫାଉଣ୍ଡର ଅଫ ଏ.ଏସ.ବି ସେଣ୍ଟର ଫର ଇଂଲିଶ ଲାଙ୍ଗୁଏଜ ଷ୍ଟଡ଼ିଜ଼”, ଆଜି ସେ ନାଁକୁ ବି ବଦଳେଇଦେଇଛି, ଆଜି ସେ ଗୋଟେ ସ୍ମାର୍ଟଲୁକିଙ୍ଗ, ଇଣ୍ଟେଲିଜେଣ୍ଟ ସି.ଇ.ଓ, ଆଗଠାରୁ ଆହୁରି ସୁନ୍ଦର ଲାଗୁଛି ରାଧିକା, ଏତେ ସୁନ୍ଦର କେହି ବିଶ୍ୱାସ ବି କରିପାରିବେନି I ସୁନ୍ଦର, ସ୍ମାର୍ଟ, ଷ୍ଟାଇଲିସ, କମ୍ୟୁନିକେସନ ସ୍କିଲ, ବହୁତ ଭଲ ପ୍ରେଜେଣ୍ଟେର ଆଉ ସେ ରୀତିକା ଠାରୁ ବହୁତ ଆଗରେ I


ତାପରେ ଆକାଶ ସହ ମିଟିଂ, ଆକାଶ ଯେତେବେଳେ ଦେଖେ ତା ସାମ୍ନାରେ ରାଧିକା, ଯିଏ ଆଉ କେହି ନୁହେଁ ସେଇ ସଙ୍ଗୀତା ଯାହାକୁ ସେ ରୀତିକା ପାଇଁ ଛାଡିଦେଇଥିଲା, ସେ ମୁଣ୍ଡରେ ହାତଦେଇ ବସିପଡିଲା ହଟାତ I ରାଧିକା କିନ୍ତୁ ଏମିତି କଥା ହେଉଥିଲା, ଯେମିତି ସେ ଆକାଶକୁ କେବେ ଜାଣିନି ଆଗରୁ I ଆକାଶ କିଛି କହିବା ପୂର୍ବରୁ ରାଧିକା ସେ ଟପିକ ଚେଞ୍ଜ କରି କାମ ବିଷୟରେ କଥା ହୁଏ, ଆକାଶ ଟିକେ କାନ୍ଦିପକେଇଛି, ହେଲେ ସେ ସବୁକୁ ନଜର ନାହିଁ ରାଧିକାର, ଆଉ ତାପରେ ମୋହିତ ଆସି ମିଟିଂରେ ଜଏନ କରେ ଆଉ ସବୁ ଡିସ୍କସନ ପରେ ରାଧିକା ଏହି ପାର୍ଟନରସିପ ପାଇଁ ହଁ କହେ I ହେଲେ ଏବେଏବେ ରାଧିକା ପାଖେପାଖେ ମୋହିତ ରହେ, କାରଣ ମୋହିତ ଆଉ ରାଧିକା ବି ଦୁଇଜଣ ପାର୍ଟନରସିପ ରେ କାମ କରୁଥାନ୍ତି I ଆଉ ଆକାଶ କିନ୍ତୁ ଯେତେ କଥା ହେବାକୁ ଚେଷ୍ଟା କରିଛି ରାଧିକା ସହ ସେ ପୁରୁଣା କଥା ବିଷୟରେ ରାଧିକା କିନ୍ତୁ କେବେ କାମ ବ୍ୟତୀତ ଆଉ କିଛି ବିଷୟରେ କଥା ହୁଏନି I ଶେଷରେ ଆକାଶ କମ୍ପାନୀକୁ ସେ ପ୍ରୋଜେକ୍ଟ ମିଳିଛି ଆଉ ଖୁସିରେ ସେ ରାଧିକା ପାଇଁ ଗୋଟେ ପାର୍ଟି ଦେବାକୁ ଚାହିଁଛି I ହେଲେ ରାଧିକା ମନାକରି ଦେଇଛି, ଆଉ ୟା ଭିତରେ ରାଧିକା ଆଉ ମୋହିତ ବାହାଘର ଶେଷରେ ଠିକ ହେଇଯାଇଛି I ରାଧିକା ଆଉ ମୋହିତ ଆକାଶକୁ ନିଜ ବାହାଘରକୁ ଇନଭାଇଟ କରିଛନ୍ତି I ହେଲେ ଆଜିଯାଏ ବି ଆକାଶ କିଛି କହିବାକୁ ଆସିଲେ ବା ରାଧିକା ସହ ଟିକେ କ୍ଲୋଜ଼ ହେବାକୁ ଚେଷ୍ଠା କରିଲେ ରାଧିକା ପୁରା କିନ୍ତୁ ଚୁପଚାପ, ଆଉ ମୋହିତ ପରି ଲାଇଫ ପାର୍ଟନର ପାଇଁ ତା ଜୀବନରେ ବି ସବୁକିଛି ମିଳିଯାଇଛି I


Rate this content
Log in