Trupti Paikaray

Tragedy

2  

Trupti Paikaray

Tragedy

ମୁଁ ରାଜାଘର ରୋଷେୟା କହୁଛି

ମୁଁ ରାଜାଘର ରୋଷେୟା କହୁଛି

6 mins
404



ରୁଦ୍ରାଦିତ୍ୟଙ୍କ ସାନ ଭାଇଙ୍କ କହିବା କଥା ବଙ୍କିମ ସେ ଘରର ପରିବାର ସଦସ୍ୟ,ସେମାନେ ଜନ୍ମ ହେବାଠାରୁ ସିଏ ସେଠି କାମ କରେ I ମହାରାଜ ଆଉ ରାଣୀ ଥିଲାବେଳେ ସେମାନେ ବଙ୍କିମକୁ ନିଜ ପୁଅ ପରି ଦେଖନ୍ତି, ସେ ଅତ୍ୟନ୍ତ ଦୟାଳୁ ଆଉ ଭଲ ମଣିଷଟିଏ, ତା ଆଖି ଆଗରେ ସୁନାରୂପା ଟଙ୍କାପଇସା ପକେଇଦେଲେ ବି ସେ ନେବା ଲୋକ ନୁହେଁ I ତାର ପରିବାର ବୋଲି କହିଲେ କିଛି ନାହିଁ, ସେ ଥିଲା ଅଵିଵାହିତ ଆଉ ଯେତେ କହିଲା ପରେ ବି ସେ ବାହା ହେଇ ନଥିଲା କାରଣ ସେ ଚାହୁଁଥିଲା ରାଜବାଟୀ ପାଇଁ ସେ ମନପ୍ରାଣ ଦେଇ କାମ କରିବ l ଗାଁରେ ଥିବା ତା ବାପାମା' କେବେଠାରୁ ମରିଯାଇଥିଲେ, ବଙ୍କିମ ସେଇ ରାଜବାଟିରେ ଛାଡି ଆଉ କୁଆଡେ ଯିବାର ପ୍ରଶ୍ନ ହିଁ ଉଠୁନି, କାରଣ ତାର ଘର ବୋଲି କିଛି ନାହିଁ I ଏସବୁ ନେଇ ରୁଦ୍ରାଦିତ୍ୟଙ୍କ ଭାଇମାନଙ୍କ ମଧ୍ୟରେ ସନ୍ଦେହ ଘନୀଭୂତ ହେଇଛି I ସେମାନେ ଆଜି ୮ ବର୍ଷ ପରେ ରୁଦ୍ରାଦିତ୍ୟଙ୍କ ମର୍ଡର କେଶ ରିଓପନ କରିବାକୁ ପୋଲିସକୁ ଅନୁରୋଧ କରିଛନ୍ତି, ପୋଲିସ ତା ବାଟରେ ଲାଗି ପଡିଛି ସେପଟେ ନନ୍ଦିନୀ ଆଉ ମନୋଜ ଭୟରେ ଆତଙ୍କିତ I ଏସବୁ ଭିତରେ ରାଜାଘର ରୋଷେୟା ବଙ୍କିମ କୁଆଡେ ଗାୟବ ହେବା ଏହି ସନ୍ଦେହକୁ ଆହୁରି ଦୁଇଗୁଣା କରୁଛି I ପୋଲିସ ଲାଗିପଡିଛି ବଙ୍କିମକୁ ଖୋଜି ବାହାର କରିବାକୁ I ସେପଟେ ଜନସାଧାରଣ ବି ଏଇ କେଶର ସତ୍ୟାସତ୍ୟ ଜାଣିବାକୁ ଏବେ ଦାବୀ କରୁଛନ୍ତି I ପୋଲିସ ଅନେକ ତନାଘନା କରିଲା ପରେ ସେଠାରୁ ପାଖାପାଖି ଶହେ କିଲୋମିଟର ଦୂର ଗୋଟେ ବସ୍ତି ଝୁମ୍ପୁଡିଘରୁ ବଙ୍କିମକୁ ଧରିଛି, ହେଲେ ସେଠାକାର ଲୋକ କହିବା କଥା ଯେ ବଙ୍କିମ ଚୋର କି ଡକାୟତ ନୁହେଁ, ବରଂ ସେ ଗୋଟେ ପାଗଳ ଆଉ ସେ ବସ୍ତିର ଗୋଟେ ଭଙ୍ଗା ଝୁମ୍ପୁଡ଼ିରେ ଆସି ରହୁଛି ଦୀର୍ଘଦିନ ହେଲାଣି I ସେ ଆସିବା ଦିନଠାରୁ ସମସ୍ତେ ଖୁସି, କାରଣ ସେ ତାଙ୍କ ବସ୍ତିକୁ ପୁରା ଜଗି ରହିଥାଏ, କାହାକୁ ଟିକେ ପୁରେଇ ଦିଏନି ଆଉ ସେଥିପାଇଁ ବସ୍ତି ଏବେ ଶାନ୍ତ I ବସ୍ତିବାଲା ସମସ୍ତେ ମିଶି ତାକୁ ପାଳିକରି ଖାଇବାକୁ ଦିଅନ୍ତି, ସେ ତା ବ୍ୟାଗରେ କାହାକୁ ହାତ ମାଇବାକୁ ଦିଏନି, କଣ ସବୁ ଇୟାଡୁସିଆଡ଼ୁ ଗୋଟେଇକି ଆଣି ସାଇତିକି ରଖେ I ସେ ସିନା ପାଗଳ ହେଲେ କାହାର କିଛି କ୍ଷତି ଟିକେ କରେନା I ପୋଲିସ ତାକୁ ନେଇ ସମସ୍ତ ତନାଘନା ଆରମ୍ଭ କରିଥିଲା, ଶେଷରେ ତା ବ୍ୟାଗକୁ ବି ଚେକ କରାହେଲେ ସେଥିରୁ ବାହାରିଲା ମହାରାଜ,ରାଣୀଙ୍କ ସପରିବାର ଗୋଟେ ଫଟୋ ଆଉ ଗୋଟେ ଡ଼ାଇରୀ I ହୁଏତ କିଛି ସୁରାଗ ମିଳିବାର ଆଶାରଖି ପୋଲିସ ସେସବୁକୁ ଜବତ କଲା, ଆଉ ସେ ଡ଼ାଇରୀରେ ହିଁ ସବୁ ରାଜାଘର ରହସ୍ୟ ଲେଖାଥିଲା I


କର୍ପୁର ସିନା ଉଡିଯାଇଛି ହେଲେ କନା ପଡ଼ିରହିଛି, ଆଜି ସେହି ରାଜବାଟୀର ଅବସ୍ଥା ସେମିତି କିଛି l ମହାରାଜ ଆଉ ରାଣୀ ଆଜିକୁ କୋଡିଏ ବର୍ଷ ହେଲା ଆରପାରିକୁ ଚାଲିଯାଇଛନ୍ତି, ତାଙ୍କର ୫ ପୁଅ, ଏକର ଏକର ରାଜବାଟୀ, ବଡବଡ ମହଲ, କିଛି ଅଭାବ ନାହିଁ, ଆଜି ସେ ରାଜବାଟିରେ ଆଧୁନିକତାର ଝଲକ I ସେ ପୁରୁଣା ରାଜାଘର କାହାଣୀ ତ ଆଉ ନାହିଁ ତେବେ ଏହି କାହାଣୀ ବି କିଛି କମ ନୁହେଁ l ଏବେ ମହାରାଜଙ୍କ ବଡ ପୁତ୍ର ରୁଦ୍ରାଦିତ୍ୟ ସବୁ ଦାୟିତ୍ୱ ସମ୍ଭାଳୁଛନ୍ତି, ସାନ ଭାଇମାନେ ସମସ୍ତେ ରାଜବାଟୀ ସମ୍ପତ୍ତିର ଭାଗିଦାର ଅଟନ୍ତି l ବାହା ହେଲାପରେ ଭାଇମାନେ ନିଜର ଅଲଗା ଅଲଗା ପରିବାର ଗଢ଼ିଛନ୍ତି, ପୂଜା ପର୍ବରେ ସମସ୍ତେ ଏକାଠି ହୁଅନ୍ତି, ଆଜିକାଲି ସମ୍ପତିକୁ ନେଇ ସେମାନଙ୍କ ଭିତରେ ଶୀତଳ ଯୁଦ୍ଧ ବି ଆରମ୍ଭ ହେଇ ସାରିଛି I ରୁଦ୍ରାଦିତ୍ୟ ମଣିଷ ହିସାବରେ ବହୁତ ଭଦ୍ର ଓ ନମ୍ର, ଭାରି ପରୋପକାରୀ ଆଉ କର୍ତ୍ତବ୍ୟନିଷ୍ଠ ଆଉ ସେହି ରାଜପ୍ରାସାଦ ଚଳେଇବାର ସବୁ ଯୋଗ୍ୟତା ତାଙ୍କ ପାଖରେ ଥିଲା l ହେଲେ ଭାଇମାନେ ଦେଖିସହି ପାରୁନଥିଲେ, ସେମାନେ ପ୍ରତି କଥାରେ ଝଗଡା କରୁଥିଲେ, ଏସବୁ ନେଇ ରାଜପ୍ରାସାଦରେ ବିବାଦ ଲାଗିରହୁଥିଲା, ହେଲେ ରୁଦ୍ରାଦିତ୍ୟ ସବୁ ସହି ଯାଉଥିଲେ ଆଉ ଭାଇମାନଙ୍କୁ ଖୁସିରେ ରଖିବାକୁ ଚେଷ୍ଠା କରୁଥିଲେ I ରାଜବାଟୀକୁ ବଢେଇବାକୁ ଆଉ ଆଗକୁ ନେବାକୁ ରୁଦ୍ରାଦିତ୍ୟ ଅନବରତ ଚେଷ୍ଠା ଚାଲୁ ରଖିଥିଲେ I ଲୋକମାନେ ବି ରୁଦ୍ରାଦିତ୍ୟଙ୍କୁ ବହୁତ ଭଲ ପାଉଥିଲେ କାରଣ ସେ ଅନେକ ଗରିବ ଲୋକଙ୍କୁ ସାହାଯ୍ୟ କରୁଥିଲେ, ଅନେକ ଗରିବ ଅସହାୟ ପିଲାମାନଙ୍କୁ ପାଠପଢ଼ିବାର ସମସ୍ତ ଖର୍ଚ୍ଚ ବହନ କରୁଥିଲେ I ଲୋକମାନେ ତାଙ୍କୁ ଭଗବାନ ବୋଲି ମାନୁଥିଲେ, ହେଲେ ସାନଭାଇ ମାନେ ସବୁ ଅବାଟକୁ ଚାଲି ଯାଇଥିଲେ I ସମସ୍ତେ ସମ୍ପତ୍ତି ବିକି ନିଜ ଜୀବନ ଉପଭୋଗ କରିବାରେ ଲାଗିପଡ଼ିଥିଲେ I ସେମାନେ ବଡଭାଇଙ୍କୁ କୌଣସି କାମରେ ସାହାଯ୍ୟ କରୁ ନଥିଲେ ବରଂ ନିଜ ଭାଗ ନେବାକୁ ଚାଲି ଆସୁଥିଲେ I ଏସବୁ ନେଇ ରୁଦ୍ରାଦିତ୍ୟ ବହୁତ ଅଶାନ୍ତିରେ ରହୁଥିଲେ ସେପଟେ ରୁଦ୍ରାଦିତ୍ୟଙ୍କୁ ଦାମ୍ପତ୍ୟ ଜୀବନରେ ଝଡ ଉଠିଲା ସମ୍ପତ୍ତିକୁ ନେଇ I ରୁଦ୍ରାଦିତ୍ୟଙ୍କୁ ପତ୍ନୀ ନନ୍ଦିତା ଅତ୍ୟନ୍ତ ଆଧୁନିକା ଥିଲେ, ବଡ ଘର ଝିଅ, ସେ ରୁଦ୍ରାଦିତ୍ୟଙ୍କୁ କହୁଥିଲେ ସବୁ ସମ୍ପତି ରୁଦ୍ରାଦିତ୍ୟ ନିଜର ଆଉ ତାଙ୍କ ନାଁରେ କରିଦେବାକୁ, ହେଲେ ରୁଦ୍ରାଦିତ୍ୟ ସେସବୁ କରିବାକୁ ରାଜି ନଥିଲେ I ସେ ଘରର ସବୁ ଦାୟିତ୍ୱ ନିଜେ ନେବାକୁ ଚାହୁଁଥିଲେ, ଏସବୁ ନେଇ ନନ୍ଦିତାଙ୍କ ସହ ତାଙ୍କର ଝଗଡା ହୁଏ I ରୁଦ୍ରାଦିତ୍ୟ ନିଜ କାମରେ ଏତେ ବ୍ୟସ୍ତ ରହୁଥିଲେ ଯେ ନନ୍ଦିତାଙ୍କ ପାଇଁ ତାଙ୍କ ପାଖରେ ସମୟ ନଥାଏ, ସେପଟେ ନନ୍ଦିତା ନିଜ ଜୀବନକୁ ବିନ୍ଦାସ ଉପଭୋଗ କରୁଥିଲେ ଏବଂ ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ I ସେ ସବୁବେଳେ ନିଜ ସାଙ୍ଗମାନଙ୍କ ସହ ପାର୍ଟି ଆଉ କ୍ଳବରେ ସମୟ କାଟନ୍ତି, ଏହି ଭିତରେ ରୁଦ୍ରାଦିତ୍ୟ ବି ରାଜନୀତି କାମରେ ବ୍ୟସ୍ତ I ସେ ବି ଚାରିଥର ଏମ.ଏଲ.ଏ ହେଇ ସାରିଛନ୍ତି ଆଉ ଏଥର ସେ ନିଜ ପାର୍ଟିକୁ ଆହୁରି ଶକ୍ତିଶାଳୀ କରିବାର ଲାଗିଛନ୍ତି I ଏସବୁ ଭିତରେ ସେ ପୁରା ବ୍ୟସ୍ତ ରହୁଥିଲେ, ହେଲେ ରାଜବାଟୀର ଗୁପ୍ତଧନ ଉପରେ କେହି ଅଗୋଚର ନ ଥିଲେ, କେବଳ ନନ୍ଦିତା ଏସବୁ ବିଷୟରେ ନିଜ ସ୍ୱାମୀଙ୍କ ଠାରୁ ଅନେକ ଥର ଶୁଣିଛନ୍ତି ଯେ ତାଙ୍କ ରାଜପ୍ରାସାଦର ତାଙ୍କ ବେଡ଼ରୁମ ଦେଇ ପଛପଟେ ଅଣ୍ଡରଗ୍ରାଉଣ୍ଡ ଘରେ ଗୁପ୍ତଧନ ସବୁ ସୁରକ୍ଷିତ ଅଛି I ସେ ଘରକୁ ଯିବା ପାଇଁ ଦଶଟି କବାଟ ଖୋଲି ଆଗକୁ ଯିବାକୁ ପଡିବ I ରାଜପ୍ରାସାଦକୁ ଆସୁଥିବା ରୁଦ୍ରାଦିତ୍ୟଙ୍କ ସାଙ୍ଗ ମନୋଜଙ୍କୁ ଜଣାଥିଲା ଏସବୁ ରହସ୍ୟ କାରଣ ନନ୍ଦିତାଙ୍କ ସହ ମନୋଜଙ୍କ ସମ୍ପର୍କ କିଛି ନିବିଡ ଥିଲା, ଦୁହେଁ ଦୁହିଁଙ୍କ ସହ ଅନେକ ସମୟ କାଟୁଥିଲେ I ମନୋଜ ଥିଲେ ଜଣେ ଖ୍ୟାତିନାମା ବିଚାରପତି, ସେ ବରାବର ରାଜବାଟୀକୁ ଆସୁଥିଲେ ଆଉ ଏସବୁ ଭିତରେ ତାଙ୍କର ସମ୍ପର୍କ ନନ୍ଦିତାଙ୍କ ସହ ନିବିଡ଼ ହେଇଯାଇଥିଲା, ଏମିତିକି ଦୁହେଁ ଦେଶ ବିଦେଶ ବୁଲିବାକୁ ଯାଉଥଲେ ଆଉ ଏକାଠି ରହୁଥିଲେ ଏବଂ ସେ ବି କୋଟିକୋଟି ଟଙ୍କା ନନ୍ଦିତାଙ୍କ ମାଧ୍ୟମରେ ଅକ୍ତିଆର କରି ନେଉଥିଲେ I ଏସବୁର ଖବର କାହାକୁ ବି ଜଣା ନଥିଲା I ରୁଦ୍ରାଦିତ୍ୟ ଏସବୁ ବିଷୟରେ ଅବଗତ ନଥିଲେ I ମନୋଜଙ୍କ ନଜର ଥିଲା ରାଜବାଟୀର ସେ ଗୁପ୍ତଧନ ଉପରେ ଆଉ ସେଥିପାଇଁ ସେ ନନ୍ଦିତାଙ୍କୁ ନିଜର ମୋହରା ବନେଇ ଥିଲେ I


ନନ୍ଦିତା ନିଜ ସ୍ୱାମୀଙ୍କ ଠାରୁ ଗୁପ୍ତଧନ ବିଷୟରେ ସମସ୍ତ ତଥ୍ୟ ପାଇ ସାରିଥିଲେ, ସେପଟେ ତାଙ୍କ ନଜର ଥିଲା ପୁରା ରାଜପ୍ରାସାଦ ଉପରେ ଅକ୍ତିଆର କରିବା I ଆଉ ମନୋଜ ବି ତାଙ୍କୁ ରାଜନୀତିରେ ଯୋଗଦେବାର ଲୋଭ ଦେଖାଉଥିଲେ, ହେଲେ ରୁଦ୍ରାଦିତ୍ୟ କେବେ ବି ଚାହୁଁ ନଥିଲେ ନନ୍ଦିତା ରାଜନୀତିରେ ଯୋଗ ଦିଅନ୍ତୁ I ସେଥିପାଇଁ ଉଭୟଙ୍କ ଭିତରେ ଅନେକ ଥର ବଚସା ହେଇଥିଲା, ସେପଟେ ମନୋଜଙ୍କ ସହ ତାଙ୍କ ସମ୍ପର୍କ ତାଙ୍କୁ ପାଗଳ କରିଦେଇଥିଲା I ମନୋଜ ବି ନନ୍ଦିତାଙ୍କୁ କୁମନ୍ତ୍ରଣା ଦେଇ ଚାଲିଥିଲେ, ଶେଷରେ ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ଆସିଗଲା, ହେଲେ ରୁଦ୍ରାଦିତ୍ୟ ସବୁ ସହି ପୁଣି ନିଜ ବୈବାହିକ ଜୀବନକୁ ଆଗେଇ ନେବାକୁ ଚେଷ୍ଠା କରୁଥିଲେ, କିନ୍ତୁ ନନ୍ଦିତା କେବଳ ମନୋଜଙ୍କ ସହ ରହିବାର ନିଷ୍ପତି ନେଇ ସାରିଥିଲେ ଯଦିଓ ଏସବୁର ସୁରାଗ ମରିବା ପୂର୍ବରୁ ରୁଦ୍ରାଦିତ୍ୟଙ୍କୁ ମିଳି ନଥିଲା I

ଧୀରେଧୀରେ ନନ୍ଦିତା ଆଉ ମନୋଜ ନିଷ୍ପତି ନେଇଥିଲେ ରୁଦ୍ରାଦିତ୍ୟଙ୍କୁ ନିଜ ରାସ୍ତାରୁ ହଟେଇ ଦେଲେ ସବୁକିଛି ସହଜ ହେଇଯିବ I ସେ ସବୁ ସମ୍ପତ୍ତି ହାତେଇ ନିଜ ନାଁରେ କରିନେବେ ଆଉ ମନୋଜଙ୍କ ସହ ନିଜ ଜୀବନ ଖୁସିରେ ବଞ୍ଚିବେ I ସେମାନେ ରୁଦ୍ରାଦିତ୍ୟଙ୍କୁ ମାରିବାକୁ ଯୋଜନା କଲେ, ସେଥିପାଇଁ ସେମାନେ କିଛି ଗୁଣ୍ଡା ଲଗେଇଥିଲେ ରୁଦ୍ରାଦିତ୍ୟଙ୍କୁ ମାରିବାକୁ, ଯେଉଁମାନେ ତାଙ୍କୁ ମାରି ସବୁଦିନ ପାଇଁ ରାସ୍ତାରୁ ହଟେଇଦେଲେ I ଏହି ଖବର ଶୁଣି କେହି ବିଶ୍ୱାସ କରିପାରିଲେନି,ରୁଦ୍ରାଦିତ୍ୟଙ୍କ ମୃତ୍ୟୁ ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଗଲା, ହେଲେ ଗାଡି ଆକ୍ସିଡେଣ୍ଟରେ ତାଙ୍କ ମୃତ୍ୟୁ ହେଇଛି ବୋଲି ଖବର ପ୍ରଚାରିତ ହେଲା I ଏହି ଭିତରେ ମନୋଜ ବି ଆଗପରି ରାଜପ୍ରାସାଦକୁ ଆସୁଥିଲେ ଆଉ ସନ୍ଦେହର କୌଣସି କାରଣ ହିଁ ନଥିଲା, ନନ୍ଦିତା ଲୋକଙ୍କୁ ଦେଖାଇ ହେବାପାଇଁ ଶୋକପାଳନ କରୁଥିଲେ I ଏମିତି ସମୟ ଗଡ଼ି ଚାଲିଥାଏ ଆଉ ସମସ୍ତେ ଧୀରେଧୀରେ ଏହି ଖବର ଭୁଲିବାକୁ ଲାଗିଥିଲେ, ଭାଇମାନେ ସବୁ ନିଜ ନାଁରେ ଥିବା ସମ୍ପତ୍ତି ବିକ୍ରିକରି ନିଜ ବାଟରେ ଖୁସିରେ ଥିଲେ, ରାଜପ୍ରାସାଦରେ ଧୀରେଧୀରେ ସ୍ୱାଭାବିକ ପରିବେଶ ଫେରି ଆସୁଥାଏ I ଏଥର ନନ୍ଦିତାଙ୍କୁ ଦଳ ତରଫରୁ ଅନୁରୋଧ ଆସିଲା ଦାୟିତ୍ୱ ସମ୍ଭାଳିବାକୁ ଆଉ ମନୋଜ ବି ନନ୍ଦିତାଙ୍କ କାନ୍ଧରେ ଗୁଳି ରଖି ଫୁଟାଇବାକୁ ଚେଷ୍ଠା କରୁଥିଲେ I ଧୀରେଧୀରେ ନନ୍ଦିତାଙ୍କ ସହ ମିଶି ସେ ଗୁପ୍ତଧନର ସନ୍ଧାନ ନେଉଥିଲେ ଆଉ ବିଦେଶ ଯାଇ ନନ୍ଦିତାଙ୍କ ସହ ମଜା ମସ୍ତି କରି ଫେରୁଥିଲେ I


ଧନ ଆଉ ପଦ ମୋହରେ ନନ୍ଦିତା ନିଜ କୁକର୍ମ ପାଇଁ ଟିକେ ବି ପଶ୍ଚାତାପ କରୁନଥିଲେ I ଏମିତି ଦିନେ ରାତିରେ ମୁଁ ହଟାତ କିଛି କାମରେ ବାହାରକୁ ଉଠିଥାଏ ଆଉ ସେଦିନ ରାଜାବାବୁଙ୍କ ବେଡ଼ରୁମରେ ପାଟି ଶୁଣାଗଲା, ଟିକେ ସାହସ କରି ଆଗକୁ ଗଲି, ଆଉ ଯାହା ଦେଖିଲି ମୋ ମୁଣ୍ଡ ଆଉ କାମ କରିଲାନି I ରାଣୀମା'ଙ୍କ ସହ ମନୋଜବାବୁ, ଆଖିରେ ଲୁହ ଆସିଗଲା, ରାଜବାବୁଙ୍କ କଥା ମନେପଡିଗଲା I କିଛି ନଜାଣିଲା ପରି ସେଦିନ ଶୋଇବାକୁ ନିଜ ରୁମକୁ ଚାଲିଗଲି, ତାପରେ ମୋ ମନରେ ସନ୍ଦେହ ବଢିଚାଲିଥିଲା ଯେ ରାଜାବାବୁଙ୍କ ମୃତ୍ୟୁ ପଛରେ ନିଶ୍ଚୟ କିଛି ରହସ୍ୟ ଅଛି I ସେଦିନଠାରୁ ମୁଁ ଧୀରେଧୀରେ ସେ ବିଷୟରେ ସୁରାଗ ପାଉଥିଲି, ଆଉ ବହୁତ ଥର ରାଣୀମା' ଆଉ ମନୋଜ ବାବୁଙ୍କୁ ସେ ଗୁପ୍ତ ଧନ ବିଷୟରେ ଆଲୋଚନା କରିବାର ଶୁଣିଛି I ଆଉ ମୁଁ ଏକମାତ୍ର ଚାକର ଯିଏ କି ରାଜମହଲରେ ସେଠିକାର ପରିବାର ସଦସ୍ୟ ଭାବେ ରହୁଥିଲି I ରାଜାବାବୁ ମତେ ବିଶ୍ୱାସ କରି ସବୁ କାଗଜପତ୍ର ମୋ ହାତରେ ଦିଆନିଆ କରୁଥିଲେ, ସେ ମତେ ନିଜ ସାନଭାଇ ପରି ଭଲ ପାଆନ୍ତି, ହେଲେ ରାଜାବାବୁଙ୍କ ସହ ଯେଉଁ ଅନ୍ୟାୟ ହେଇଥିଲା ସେଦିନ ମୁଁ ଶପଥ ନେଇଥିଲି ସବୁ ସତ ଖୋଜି ଲୋକଲୋଚନକୁ ଆଣିବାକୁ I ଅନେକ ଥର ମନୋଜବାବୁ ଆଉ ରାଣୀମା'ଙ୍କୁ ଏକାଠି ରହିବାର ଦେଖିଛି ହେଲେ କିଛି ନଜାଣିଲା ପରି ରୁହେ I ହେଲେ ସେଦିନ ସେମାନେ ଜାଣିଗଲେ ଯେ ତାଙ୍କ ସମ୍ପର୍କ ବିଷୟରେ ମୁଁ ଜାଣି ସାରିଛି, ଆଉ ସେଦିନ ସେମାନେ ଧମକ ଦେଇ କହିଥିଲେ ଏସବୁ ବିଷୟରେ ଯେମିତି କେହି ନ ଜାଣନ୍ତି ନହେଲେ ତାକୁ ଜୀବନରୁ ମାରିଦିଆଯିବ I

ସେଦିନ ମୁଁ ବହୁତ ଡରିଯାଇଥିଲି ଆଉ ଭାବିଲି ସେଠାରୁ ପଳେଇଯିବି, ତେଣୁ ମୁଁ ରାଜବାଟୀ ଛାଡି ସେଦିନ ପଳେଇ ଆସିଲି I ଆଉ ସେଦିନ ମୋର ପୁରା ବିଶ୍ୱାସ ହେଇଗଲା ଯେ ନନ୍ଦିନୀ ରାଣୀମା' ଆଉ ମନୋଜବାବୁ ହିଁ ଆମ ରାଜାବାବୁଙ୍କୁ ମାରିଛନ୍ତି, ହେଲେ ମୁଁ ସାମାନ୍ୟ ରୋଷେୟା, ଏସବୁ ବଡ ଘର ବଡ଼ ଗୁମର କଥା କାହାକୁ ବା କହିବି I ଲାଜରେ ମୋ ମୁହଁ ପୋଡି ଯାଉଥିଲା, ସେପଟେ ମୋ ମୁଣ୍ଡ ଘୁରେଇ ଦେଉଥିଲା ଆଉ ଜୋରରେ ଡର ବି ଲାଗୁଥିଲା I ତେବେ ସେଦିନ ମୁଁ ସବୁଦିନ ପାଇଁ ରାଜବାଟୀ ଛାଡି ଚାଲି ଆସିଲି, ସବୁଦିନ ପାଇଁ I ହେଲେ ଭଗବାନ ନିଶ୍ଚୟ ଦୋଷୀକୁ ଦଣ୍ଡ ଦେବେ, ସତସବୁ ପଦାକୁ ଆସିବ I


ମୁଁ ରାଜାଘର ରୋଷେୟା କହୁଛି, ହଁ ଆଜ୍ଞା, ଆପଣମାନେ ଦେଖିବେ ସତ୍ୟର ଜୟ ହେବ

ଇତି ଆପଣଙ୍କ,

ମୁଁ ସେଇ ଅଭାଗା ରାଜାଘର ରୋଷେୟା


Rate this content
Log in

Similar oriya story from Tragedy