Kanan Bala Nayak

Romance

4  

Kanan Bala Nayak

Romance

ସେଇ ଗୋଟେ କପ୍ କଫି

ସେଇ ଗୋଟେ କପ୍ କଫି

7 mins
329


 ରାତି ଅନେକ ହେଲାଣି। ହେଲେ ବିକ୍ରମ ବାବୁଙ୍କ ଆଖିକୁ ନିଦ ଆସୁନି। ଅନେକ ଥର ଏପଟ ସେପଟ ହେଲେଣି ତଥାପି ନିଦ ଆସୁନି। ଖାଲି ଗୋଟେ କଥା ତାଙ୍କ ମନ ଭିତରେ ଗୋଳେଇ ଘାଣ୍ଟି ହେଉଛି। ଅନେକ ଦିନ ପରେ ଆଜି ବନ୍ଧୁ ଅସୀମ ବାବୁଙ୍କ ସହିତ ସେ ସହର ଉପକଣ୍ଠରେ ଥିବା ଗୋଟେ କଫି ସପ୍ କୁ କଫି ପିଇବା ପାଇଁ ଯାଇଥିଲେ।ଆଉ କଫି ସପ୍ ରୁଫେରିବା ପର ଠାରୁ ତାଙ୍କ ମନଟା ଖାଲି ଛଟପଟ ହେଉଛି। ତାଙ୍କ ମନରେ ଏ ଅବସ୍ଥାର କାରଣ ହେଉଛି କଫି ସପ୍ ର କଫିର ଟେଷ୍ଟ।ଏଇ କଫିର ଟେଷ୍ଟ ତ ଅବିକଳ ସେଇ କଫି ଭଳି ଲାଗୁଛି ଯେଉଁ କଫି ଦିନେ ତାଙ୍କ ଜୀବନର ମୋଡ଼କୁ ସମ୍ପୁର୍ଣ୍ଣ ଭାବରେ ବଦଳାଇ ଦେଇଥିଲା। ବେଳେ ବେଳେ ଗୋଟେ ଛୋଟ ଘଟଣାବି ଜଣକ ଜୀବନର ଗତିପଥକୁ ସମ୍ପୁର୍ଣ୍ଣ ବଦଳାଇ ଦିଏ। ଯେମିତି ସେଇ ଗୋଟେ କପ୍ କଫି।


    ସେ ଦିନ ଅଫିସରୁ କାମ ସାରି ଫେରିବା ବେଳକୁ ଯଥେଷ୍ଟ ବିଳମ୍ବ ହୋଇ ଯାଇଥାଏ ବିକ୍ରମ ବାବୁଙ୍କର ତର ତର ହୋଇ ଘରକୁ ଫେରିବା ସମୟରେ ଅଧା ବାଟ ହୋଇ ଥିବେ କି ନାହିଁ କୁଆଡୁ ଥିଲା କଳାହାଣ୍ଡିଆ ମେଘଟା ହଠାତ୍ ଉଠାଇ ଆସି ଅଚାନକ ବର୍ଷିବାକୁ ଲାଗିଲା।କେଉଁଠି ଟିକେ ଆଶ୍ରୟ ନେବା ପାଇଁ ଏପଟ ସେପଟ ଅନାଇଲେ ବିକ୍ରମ ବାବୁ। କୁଆଡେ କିଛି ଦେଖା ଯାଉ ନଥାଏ। ସେ ଆଉ କିଛି ବାଟ ଆଗେଇଲା ପରେ ରାସ୍ତା କଡ଼ରେ ଥିବା ଗୋଟେ ଘର ଭିତରେ ଆଲୁଅ ଜଳୁଥିବାର ଦେଖି ସେ ଦିଗରେ ଅଗ୍ରସର ହେଲେ।ଘର ସାମ୍ନାରେ ଛିଡା ହୋଇ କବାଟ ଠକ୍ ଠକ୍ କଲେ। କିଛି ସମୟ ପରେ ଜଣେ ବୃଦ୍ଧ ଲଣ୍ଠନଟିଏ ଧରି ଆସି କବାଟ ଖୋଲିଲେ। ବୃଦ୍ଧଙ୍କୁ ଦେଖି ବିକ୍ରମ ବାବୁ କହିଲେ ମଉସା ବହୁତ ଯୋର୍ ରେ ବର୍ଷା ହେଉଛି । ଅଦିନିଆ ବର୍ଷା । ମୁଁ ରେନ୍‌ କୋର୍ଟ ମଧ୍ୟ ଆଣିନି। ପାଖରେ ଆଉ କିଛି ଆଶ୍ରୟ ସ୍ଥଳୀ ଦେଖିବାକୁ ପାଇଲି ନାହିଁ। ଆପଣଙ୍କ ଘରେ ଆଲୁଅ ଜଳୁ ଥିବାର ଦେଖି ଟିକିଏ ଆଶ୍ରୟ ପାଇବା ଆଶାରେ ଚାଲି ଆସିଲି।


   ବିକ୍ରମ ବାବୁଙ୍କ କଥା ଶୁଣି ବୃଦ୍ଧ ଜଣଙ୍କ କହିଲେ ଭଲ କଲ ବାପା ଅଦିନିଆ ବର୍ଷାରେ ଭିଜିଲେ ଦେହ ଖରାପ ହୋଇ ଯିବ।ଆସ ଭିତରକୁ ଆସ। ବୃଦ୍ଧଙ୍କ ପଛେ ପଛେ ବିକ୍ରମ ବାବୁ ଘର ଭିତରକୁ ପ୍ରବେଶ କଲେ। ବୃଦ୍ଧ ଘର ଭିତରେ ପଡ଼ିଥିବା ଗୋଟିଏ ଚଉକି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ବିକ୍ରିମ ବାବୁଙ୍କୁ ବସିବାକୁ କହିଲେ। ଘର ଭିତରକୁ ଯାଇ ଗୋଟେ ଗାମୁଛା ଧରି ଆସିଲେ ଓ‌ ତାକୁ ବିକ୍ରମ ବାବୁଙ୍କ ଆଡ଼କୁ ବଢ଼ାଇ ଦେଇ କହିଲେ ମୁଣ୍ଡ ପୋଛି ଦିଅ ବାପା।ତାପରେ ବିକ୍ରମ ବାବୁଙ୍କ ପାଖରେ ପଡିଥିବା ଖଟରେ ବସି ତାଙ୍କୁ ନାନା କଥା ପଚାରିବାକୁ ଲାଗିଲେ।ଏମିତି କଥୋପକଥନ ଚାଲିଥିବା ବେଳେ ଘର ଭିତରୁ କୋଡ଼ିଏ ବାଇଶି ବର୍ଷର ଜଣେ ତରୁଣୀ ଟ୍ରେରେ ଦୁଇଟି କପ୍ ଧରି ଆସିଲେ ଓ ବିକ୍ରମ ବାବୁଙ୍କ ହାତକୁ ଗୋଟେ କପ୍ ବଢାଇ ଦେଇ କହିଲେ କଫି।ବିକ୍ରମ ବାବୁ କହିଲେ ୟାର କଣ ଆବଶ୍ୟକତା ଥିଲା।ଏଇ ଭଳି ଗୋଟେ ବର୍ଷା ରାତିରେ ଆପଣ ମାନେ ମୋତେ ବାସ ଦେଲେ ସେତିକି ମୋ ପାଇଁ ଯଥେଷ୍ଟ। 


    ଝିଅଟି କହିଲା ଏଇ ଭଳି ବର୍ଷା ପାଗରେ ବାବାଙ୍କୁ କଫି ପିଇବା ପାଇଁ ଭଲ ଲାଗେ। ବାବାଙ୍କ ପାଇଁ ବନାଉ ଥିଲି। ଆପଣଙ୍କ ପାଇଁ ବାନାଇ ଦେଲି।ତା ଛଡା ଆପଣ ଆମ ଅତିଥି। ଝିଅ ଟିର କଣ୍ଠ ସ୍ବର ଏତେ ମଧୁର ଥିଲା ଯେ‌ ବିକ୍ରମ ବାବୁ ଆଉ କିଛି କହି ପାରିଲେ ନାହିଁ।କଫି କପ୍ ଟିକୁ ଉଠାଇ ଓଠରେ ଦେଲେ। ତା ପରେ କହି ଉଠିଲେ ବହୁତ ବଢିଆ ଟେଷ୍ଟ।ଏ ଭଳି କଫି ମୁଁ କେବେ ଆଗରୁ ପିଇନି।ତା ପରେ ବୃଦ୍ଧଙ୍କ ସହ କଥା ହେଉ ହେଉ କଫି ଶେଷ କଲେ। କଫି ଶେଷ ହେବା ବେଳକୁ ବର୍ଷା ମଧ୍ୟ ଛାଡି ଯାଇଥାଏ।ବିକ୍ରମ ବାବୁ ବୃଦ୍ଧଙ୍କୁ କହିଲେ ବର୍ଷା ଛାଡି ଗଲାଣି। ଏବେ ମୋତେ ବିଦାୟ ଦିଅନ୍ତୁ। ବୃଦ୍ଧଙ୍କ ଘରୁ ସିନା ପଳାଇ ଆସିଲେ ହେଲେ ମନଟା ତାଙ୍କର ରହିଗଲା ଝିଅର ସେଇ କଫି ନିକଟରେ। କଫିର ସ୍ବାଦ ସେ ଜମାରୁ ଭୂଲି ପାରିଲେ ନାହିଁ।ସେ କଫିର ବାସ୍ନା ମଧ୍ୟ ତାଙ୍କ ମନରୁ ହଟିଲା ନାହିଁ।


   ସବୁବେଳେ ଭାବିଲେ ଆଉ ଥରେ କେବେ ତାଙ୍କ ଘରକୁ ଯିବେ। ଏମିତି ଦିନେ ଅଫିସ୍ ରୁ ଫେରିବା ସମୟରେ ହଠାତ୍ ଦିନେ ରାସ୍ତାରେ ବୃଦ୍ଧ ଜଣଙ୍କ ଦେଖା ହେଲେ। ବୃଦ୍ଧଙ୍କୁ ଦେଖି ବିକ୍ରମ ବାବୁ ନମସ୍କାର କଲେ । ବୃଦ୍ଧ ଜଣଙ୍କ ହଠାତ୍ ବିକ୍ରମ ବାବୁଙ୍କୁ ଚିହ୍ନି ପାରିଲେ ନାହିଁ। ବିକ୍ରମ ବାବୁ ତାଙ୍କୁ ବର୍ଷା ଦିନ କଥା ମନେ ପକାଇ ଦେଲେ।ବୃଦ୍ଧ ଜଣଙ୍କ ବିକ୍ରମ ବାବୁଙ୍କୁ ଘରକୁ ଆସିବାକୁ ନିମନ୍ତ୍ରଣ କଲେ। ବିକ୍ରମ ବାବୁ ତ ସେଇ ସୁଯୋଗକୁ ଅପେକ୍ଷା କରି ରହିଥାଆନ୍ତି।ସେ ସଙ୍ଗେ ସଙ୍ଗେ ବୃଦ୍ଧଙ୍କ ସହିତ ତାଙ୍କ ଘରକୁ ଗଲେ। ପୂର୍ବ ଥର ଭଳି ଏ ଥର ମଧ୍ୟ ଝିଅଟି ଦୁଇଟି କଫି କପ୍ ଆଣି ଗୋଟେ ତା ବାପାଙ୍କ ହାତକୁ ଆଉ ଗୋଟେ ବିକ୍ରମ ବାବୁଙ୍କ ହାତକୁ ବଢାଇ ଦେଲା। ଝିଅଟିକୁ ଦେଖି ବିକ୍ରମ ବାବୁ ଏକଲୟରେ ତା ଆଡକୁ ଅନେଇ ରହିଲେ। ଗୋଟିଏ ଚାଉଳରେ ଗଢା।ତା ହାତର କଫିର ସ୍ବାଦ ଯେମିତି ସୁନ୍ଦର,ସେ ମଧ୍ୟ ଦେଖିବାକୁ ସେମିତି ସୁନ୍ଦର।ସେ ଦିନ ବିକ୍ରମ ବାବୁ ଜାଣିବାକୁ ପାଇଲେ ଝିଅଟିର ନାମ ଲଗ୍ନା। ସେଦିନ ସିନା ବିକ୍ରମ ବାବୁ ଝିଅକୁ ବିଦାୟ ଦେଇ ତାଙ୍କ ଘରୁ ପଳାଇ ଆସିଲେ। ହେଲେ ଲଗ୍ନାଙ୍କ ହାତ ତିଆରି କଫି ତାଙ୍କୁ ପାଗଳ କରି ଦେଲା। ତେଣୁ ସେ ଲଗ୍ନାର ହାତ ତିଆରି କଫି ପିଇବା ପାଇଁ ବିଭିନ୍ନ ବାହାନାରେ ତାଙ୍କ ଘରକୁ ଯିବାକୁ ଲାଗିଲେ। ଆଉ କଫିକୁ ଭଲ ପାଉ ପାଉ କେତେ ବେଳେ କଫି ତିଆରି କରୁଥିବା ଲୋକର ପ୍ରେମରେ ପଡିଗଲେ ସେ କଥା ନିଜେ ମଧ୍ୟ ଜାଣି ପାରି ନଥିଲେ।


  ମନେ ମନେ ସ୍ଥିର କଲେ ଲଗ୍ନାଙ୍କ ବାପାଙ୍କ ନିକଟକୁ ପ୍ରସ୍ତାବ ନେଇ ଯିବେ। ଯୋଜନା ଅନୁସାରେ ସେ ତାଙ୍କ ମାଙ୍କୁ ଏଇ କଥା ଜଣାଇଲେ।ତା ପରେ ସେଦିନ ଅଫିସ୍ ରୁ ଫେରିବା ସମୟରେ ଲଗ୍ନା ଘରକୁ ଗଲେ, ନିଜ ମନ କଥା ଲଗ୍ନା ପାଖରେ ପରିପ୍ରକାଶ କରିବା ପାଇଁ। ପ୍ରଥମେ ଲଗ୍ନା ନିକଟରେ ନିଜ ମନ କଥା ପ୍ରକାଶ କରି ଲଗ୍ନାଙ୍କ ମନ କଥା ଜାଣିବେ ତାପରେ ବାପା ମାଆଙ୍କୁ ଧରି ତାଙ୍କ ଘରକୁ ପ୍ରସ୍ତାବ ଧରି ଆସିବେ। ହେଲେ ୟେ କଣ ଲଗ୍ନାଙ୍କ ଘରେ ଯେ ତାଲା ଝୁଲୁଛି।ସେ ଚାରିପଟେ ଆଖି ପକାଇଲେ। ହେଲେ କାହାକୁ ଦେଖିବାକୁ ପାଇଲେ ନାହିଁ। ଭାବିଲେ କୁଆଡେ ଯାଇଥିବେ ହୁଏତ।ଆଖ ପାଖ ଲୋକଙ୍କୁ ପଚାରିଲେ।ଆଖ ପାଖ ଲୋକ କହିଲେ ଆଠ ଦିନ ହେଲାଣି ତାଙ୍କ ଘରେ ତାଲା ଝୁଲୁଛି। ସେମାନେ କାହାକୁ କିଛି ନ ଜଣାଇ ହଠାତ୍ କୁଆଡେ ପଳାଇ ଯାଇଛନ୍ତି।ତା ଛଡା ଏଇଟା ଭଡ଼ା ଘରଥିଲା। ହୁଏତ ଏଇ ଘର ଛାଡ଼ି ସେ ଗାଁକୁ ପଳାଇ ଯାଇଥିବେ।ପାଖ ପଡେ଼ାଶୀଙ୍କ ଠାରୁ ଏଇ କଥା ଶୁଣି ବିକ୍ରମ ବାବୁ ତାଙ୍କ ଗାଁ ଠିକଣା ମାଗି ଆଣିଲେ।


   ତା ପର ଦିନ ଅଫିସରୁ ଛୁଟି ନେଇ ଗାଁ ଅଭିମୁଖେ ଯାତ୍ରା କଲେ। ହେଲେ ଗାଁ ଲୋକେ ସେମାନେ ଗାଁକୁ ଫେରି ନଥିବା କଥା କହିଲେ।ସେ ଦିନ ପାଖରୁ ବିକ୍ରମ ବାବୁ ଦୀର୍ଘ ବାର ବର୍ଷ ହେଲାଣି ଲଗ୍ନାକୁ ଖୋଜି ଚାଲିଛନ୍ତି। ହେଲେ କିଛି ଖବର ପାଇ ନାହାଁନ୍ତି।ଆଉ ଆଜି ବାର ବର୍ଷ ପରେ ସେ କଫି ସପ୍ ର କଫିଟା ପୁଣି ଥରେ ତାଙ୍କୁ ଲଗ୍ନାଙ୍କ କଫିର ସ୍ବାଦକୁ ମନେ ପକାଇ ଦେଇଛି।ସେ ଭାବି ଚାଲିଛନ୍ତି ଲଗ୍ନାଙ୍କ ଭଳି କଫି ତିଆରି କରିଥିବା ସେଇ ଲୋକ ଜଣଙ୍କ କିଏ? ଲଗ୍ନା ନୁହେଁ ତ ଆଉ? ଏଇ କଥା ଭାବି ଭାବି ତାଙ୍କ ଆଖିକୁ ଆଉ ନିଦ ହେଲାନି। ସ୍ଥିର କଲେ କାଲି ପୁଣି ଥରେ ସେଇ କଫି ସପ୍ କୁ ଯିବେ ଓ କଫି ତିଆରି କରୁଥିବା ଲୋକ ବିଷୟରେ ସନ୍ଧାନ ନେବେ। ତାପର ଦିନ ପୁଣି ଥରେ ସେ କଫି ସପ୍ କୁ ଗଲେ ଓ ଗୋଟେ କପ୍ କଫି ବରାଦ ଦେଲେ। କଫି ପିଉ ପିଉ କଫି ଦେଇଥିବା ପିଲାକୁ ପଚାରିଲେ ଆରେ ବାବା ଏଇ କଫିଟା ତୁମେ ବନାଇଛ?ବହୁତ ଭଲ ଟେଷ୍ଟ ହୋଇଛି।


   ପିଲାଟି କହିଲା ନାଁ ଏଇ କଫି ଏ କଫି ସପ୍ ର ମାଲିକାଣୀ ତିଆରି କରିଛନ୍ତି।ସେ ସବୁବେଳେ ନିଜ ହାତରେ କଫି ତିଆରି କରନ୍ତି ତାଙ୍କ ଗ୍ରାହକମାନଙ୍କ ପାଇଁ। ସେ କହନ୍ତି ଗ୍ରାହକମାନେ ହେଲେ ଭଗବାନ୍। ତାଙ୍କୁ ସନ୍ତୁଷ୍ଟ କରିବା ହେଉଛି ଆମର ଧର୍ମ। ପିଲାଟିର କଥା ଶୁଣି ବିକ୍ରମ ବାବୁ କହିଲେ ତୁମ ମାଲିକାଣୀଙ୍କ ନାଁ କଣ କହି ପାରିବ? ପିଲାଟି କହିଲା ଲଗ୍ନା ସାମନ୍ତରାୟ। ପିଲାଟିର କଥା ଶୁଣି ବିକ୍ରମ ବାବୁଙ୍କ ମୁହଁଟା ଉଜ୍ଜ୍ୱଳ ହୋଇଉଠିଲା। ଦୀର୍ଘ ବାର ବର୍ଷ ପରେ ପୁଣି ଥରେ ସେ ଲଗ୍ନାକୁ ଦେଖିବାକୁ ପାଇବେ। ତାଙ୍କ ହାତ ତିଆରି କଫି ପିଇବାର ସୁଯୋଗ ପାଇବେ।ସେ ପିଲାଟିକୁ କହିଲେ ବାବା ମୁଁ ଟିକେ ତୁମ ମାଲିକାଣୀଙ୍କୁ ଭେଟି ପାରିବି? ପିଲାଟି କହିଲା ହଁ କାହିଁକି ନୁହଁ। ଚାଲନ୍ତୁ ମାଆ ଭିତରେ କଫି ତିଆରି କରୁଛନ୍ତି ମୁଁ ତାଙ୍କ ସହିତ ଆପଣଙ୍କର ଦେଖା କରାଇ ଦେବି।


   ବିକ୍ରମ ବାବୁ ପିଲାଟିର ପଛେ ପଛେ ଗଲେ। ଲଗ୍ନାଙ୍କୁ ସଶରୀରେ ଦେଖି ନିଜ ଆଖିକୁ ବିଶ୍ବାସ କରି ପାରିଲେ ନାହିଁ। କହିଲେ ଲଗ୍ନା ମୋତେ ଚିହ୍ନି ପାରୁଛ। ଲଗ୍ନା ବିକ୍ରମ ବାବୁଙ୍କ ମୁହଁକୁ ଅନାଇ କହିଲେ ହଁ ବିକ୍ରମ ବାବୁ ନାଁ? ବିକ୍ରମ ବାବୁ କହିଲେ ଲଗ୍ନା ତୁମେ ଏତେ ଦିନ ଧରି କେଉଁଠି ଥିଲ ? ମୁଁ ତୁମକୁ କେତେ ଖୋଜିଲିଣି। ଲଗ୍ନା କହିଲେ ଆପଣ ଯେତେବେଳେ ଆମ ଘରକୁ ଆସୁଥିଲେ ସେତେବେଳେ ବାପା ମୋ ପାଇଁ ବାହାଘର ପ୍ରସ୍ତାବ ଖୋଜୁଥାଆନ୍ତି। ସେଇ ସମୟରେ ମୋ ପିଉସୀ ତାଙ୍କର ଜଣେ ସମ୍ପର୍କୀୟଙ୍କ ପୁଅ ପାଇଁ ମୋ ବାହାଘର ପ୍ରସ୍ତାବ ଦେଲେ। ପିଉସୀ ବାପାଙ୍କୁ କହିଲେ ତାଙ୍କ ଘରେ ଝିଅ ଦେଖା ପର୍ବଟା କରିବା ପାଇଁ। ପିଉସୀଙ୍କ ର ଝିଅ ନଥିଲା।ସେ ମୋତେ ନିଜ ଝିଅ ପରି ଭଲ ପାଉଥିଲେ। ତେଣୁ ବାପା ତାଙ୍କୁ ମନା କରି ପାରିଲେ ନାହିଁ। ବାପା,ମୁଁ ଓ ବୋଉ ତାଙ୍କ ଘର ଅଭିମୁଖେ ଯାତ୍ରା କଲୁ। ହେଲେ ସେଇ ଯାତ୍ରା ଯେ ମୋ ଜୀବନ ଯାତ୍ରାକୁ ବଦଳାଇ ଦେବ ସେତେବେଳେ ସେ କଥା କ'ଣ ମୋତେ ଜଣାଥିଲା।


   ମନ ଭିତରେ ଅନେକ ସ୍ବପ୍ନ ନେଇ ପିଉସୀଙ୍କ ଘର ଅଭିମୁଖେ ଯାତ୍ରା ଆରମ୍ଭ କଲୁ। ହେଲେ ମଣିଷର ସବୁ ସ୍ବପ୍ନ କଣ ବାସ୍ତବତାରେ ରୂପାନ୍ତରିତ ହୋଇପାରେ? କିଛି ସ୍ବପ୍ନ ଅଧାରାସ୍ତାରେ ନିଜ ମନ ଭିତରେ କବର ନେଇ ଯାଏ।ମୋ ସ୍ବପ୍ନ ମଧ୍ୟ ସେଦିନ ସେମିତି ବାସ୍ତବତାର ସୀମା ଛୁଇଁବା ପୂର୍ବରୁ ମୋ ମନ ଭିତରେ କବର ନେଇ ଯାଇଥିଲା। ଯେଉଁ ଦିନଟିକୁ ଶୁଭ ଦିନ ବୋଲି ଭାବି ଆମେ ଘରୁ ଯାତ୍ରା ଆରମ୍ଭ କରିଥିଲୁ ସେଦିନ ଟି ଯେ ଆମ ପାଇଁ ସବୁଠାରୁ ଅଶୁଭ ଦିନରେ ପରିଣତ ହେବ ସେକଥା ଯାତ୍ରା ଆରମ୍ଭ ବେଳେ କିଏ ଜାଣିଥିଲା।ରାସ୍ତାରେ ଆମ ଗାଡ଼ିକୁ ଗୋଟେ ଟ୍ରକ୍ ଧକ୍କା ଦେଲା। ସେଇ ଦୁର୍ଘଟଣାରେ ମୋ ବାପା ବୋଉଙ୍କ ଯାତ୍ରା ମହାଯାତ୍ରାରେ ପରିଣତ ହୋଇଯାଇଥିଲା।ଆଉ ମୁଁ ମଧ୍ୟ ଗୁରୁତର ଭାବରେ ଆଘାତ ପାଇଥିଲି। ଦୀର୍ଘ ଦିନ ହସ୍ପିଟାଲରେ ରହିବା ପରେ ମୁଁ ସୁସ୍ଥ ହେଲି।ତା ପରେ ମୋ ଦୁନିଆ ପୁରା ବଦଳି ଗଲା। ମୁଁ ପିଉସୀଙ୍କ ସହ ତାଙ୍କ ଘରେ ରହିଲି। ବାପା ମାଆଙ୍କୁ ଆଖି ସାମ୍ନାରେ ହରାଇବାର ଆଘାତରୁ ବାହାରିବା ପାଇଁ ମୋତେ ଅନେକ ଦିନ ସମୟ ଲାଗିଲା। ଆଉ ସେଥିରୁ ବାହାରିବା ପରେ ମୋତେ ଆଉ ପିଉସୀଙ୍କ ଉପରେ ବୋଝ ହୋଇ ରହିବାକୁ ଭଲ ଲାଗିଲା ନାହିଁ। ତେଣୁ ନିଜର ଖର୍ଚ୍ଚ ଉଠାଇବା ପାଇଁ ଏଇ କଫି ସପ୍ ଟେ ଖୋଲିଛି।


   ଏବେ ଆପଣ କୁହନ୍ତୁ ଆପଣ କ'ଣ ପାଇଁ ମୋତେ ଖୋଜୁଥିଲେ। ବିକ୍ରମ ବାବୁ କହିଲେ ଲଗ୍ନା ତୁମ ହାତର କଫି ପିଇବା ପରେ ମୁଁ କେବଳ ତୁମ କଫି ପ୍ରେମରେ ନୁହଁ ତୁମ ପ୍ରେମରେ ମଧ୍ୟ ପଡି ଯାଇଥିଲି। ସେଇଥିପାଇଁ ବିଭିନ୍ନ ସମୟରେ ବାହାନା କରି ମୁଁ ତୁମ ଘରକୁ ଯାଉଥିଲି। ଘରେ ମୋ ବାପା ମାଆଙ୍କୁ କହି ତୁମକୁ ମୋ ମନକଥା ଜଣାଇବାକୁ ଯାଇଥିଲି। ହେଲେ ତୁମେ ସେତେବେଳକୁ ପଳାଇ ଯାଇଥିଲ।ଆଉ ଆଜି ପର୍ଯ୍ୟନ୍ତ ମୁଁ ତୁମକୁ ଖୋଜି ଚାଲିଛି।ଆଜି ବି ମୁଁ ତୁମ ଅପେକ୍ଷାରେ ଅଛି। ତୁମକୁ ଦେଖି ଯାହା ଜାଣୁଛି ତୁମେ ମଧ୍ୟ ବିବାହ କରିନ। ତୁମେ ଯଦି ଅନୁମତି ଦେବ ତେବେ ମୁଁ ତୁମ ପିଉସୀଙ୍କ ନିକଟକୁ ପ୍ରସ୍ତାବ ନେଇ ଯିବି। ଲଗ୍ନା କହିଲେ ଏଇ ବୟସରେ ...ଲୋକେ କ'ଣ କହିବେ? ବିକ୍ରମ ବାବୁ କହିଲେ ଲୋକଙ୍କ କଥାରେ କଣ ଅଛି? ଆମେ ଦୁଇ ଜଣ ଦୁଇଜଣଙ୍କ ସାଥି ହେଲେ ହେଲା। ଲଗ୍ନା କିଛି ନକହି ଚୁପ୍ ରହିଲେ। ବିକ୍ରମ ବାବୁ ଲଗ୍ନାଙ୍କୁ ତାଙ୍କ ଛାତି ଉପରକୁ ଆଉଜାଇ ଆଣିଲେ। 


   ସେଇ ସମୟରେ ପାଖ ରୁମ୍ ରେ ବସିଥିବା କଫି ପାତ୍ରରୁ କଫିର ବାସ୍ନା ବାସି ଆସୁଥିଲା।


Rate this content
Log in

Similar oriya story from Romance