Kanan Bala Nayak

Classics

4.5  

Kanan Bala Nayak

Classics

କ୍ରୀତଦାସ

କ୍ରୀତଦାସ

6 mins
426



 କିଛି ସମୟ ପୂର୍ବରୁ ଦିବଙ୍ଗତ ହୋଇଥିବା ଜଣେ ବିଶିଷ୍ଟ ବ୍ୟକ୍ତି ଙ୍କୁ ଯେତେବେଳେ ଯମଦୂତମାନେ ନର୍କ କୁ ଧରି ନେଇଗଲେ ବିଶିଷ୍ଟ ବ୍ୟକ୍ତି ଜଣକ ନିଜର ଅଭ୍ୟାସ ମୁତାବକ ଯମଦୂତ ମାନଙ୍କୁ ଧମକ ଦେବା ସ୍ବରରେ ପଚାରିଲେ ତମ ମାନଙ୍କର ମୋତେ ନର୍କ କୁ ଧରି ଆସିବାର ସାହସ କେମିତି ହେଲା? ତୁମେ ମାନେ ଜାଣିଛ ମୁଁ କିଏ? ତୁମ ମାନଙ୍କର ସର୍ବୋଚ୍ଚ ଅଧିକାରୀ ଙ୍କୁ ଡାକ ମୁଁ ତାଙ୍କୁ ଏ କଥା ଜଣାଇବି ଓ ତୁମ ମାନଙ୍କୁ ଚାକିରୀ ରୁ ବରଖାସ୍ତ କରିବି।ମୋ ଜୀବନ କାଳ ରେ ମୁଁ ମହା ମହା ରଥୀ ଙ୍କୁ ପାଣି ପିଆଇ ଦେଇଛି। ତୁମେ ମାନେ ସାମାନ୍ୟ ଦୂତ ହୋଇ ମୋତେ ନର୍କ କୁ ଧରି ଆସିଛ କେମିତି?


  ଜାଣିଛ ମୁଁ ଯେତେବେଳେ ଜୀବିତ ଥିଲି ଅନେକ ବଡ଼ ବଡ଼ ଲୋକ ମୋ‌ ଛାଇ ମଧ୍ୟ ମାଡିବାକୁ ଡରୁ ଥିଲେ। ମୁଁ ତାଙ୍କୁ ଏତେ କଡ଼ା କଥା କହୁଥିଲି ଯେ ସେମାନେ କେବେ ଆଉ ମୋ ପାଖକୁ ଆସିବାର ଚେଷ୍ଟା ବି କରୁ ନଥିଲେ। ଥରେ ଯିଏ ମୋ କଥା କୁ ଅବଜ୍ଞା କରୁଥିଲା ମୁଁ ତା ଜୀବନ କୁ ବରବାଦ କରି ଦେଉଥିଲି। 


  ଆଜି ତୁମେ ମାନେ ମୋତେ ନର୍କ କୁ ଆଣିବା ର ଦୁଃସାହସ କରିଛ? ମୁଁ ତୁମ ମାନଙ୍କୁ ଛାଡ଼ିବି ନାହିଁ। ଯମ ଦୂତ ମାନେ କହିଲେ ତମେ ଆମ ଉପରେ ରାଗିକି ପାଟି କଲେ କ'ଣ ହେବ? ତୁମ ଘରେ କାମ କରୁଥିବା ଚାକର ମାନେ ଯେମିତି ତୁମ‌ ଆଜ୍ଞା ବିନା କିଛି କାମ କରୁ ନଥିଲେ, ଆମେ ମାନେ ମଧ୍ୟ ସେମିତି ଆମ ଉପରିସ୍ଥ ଅଧିକାରୀଙ୍କ ବିନା ଆଦେଶ ରେ କିଛି କାମ କରୁନା।ସେ ହିଁ ଆମକୁ ନିର୍ଦ୍ଦେଶ ଦେଇଛନ୍ତି ତୁମକୁ ନର୍କକୁ ଧରି ଆସିବା ପାଇଁ। ତେଣୁ ତୁମର ଯଦି କିଛି କହିବାର ଅଛି ତାଙ୍କୁ କୁହ‌। 


  ବିଶିଷ୍ଟ ବ୍ୟକ୍ତି ଜଣକ କହିଲେ ମୁଁ ଜଣେ ବିଶିଷ୍ଟ ବ୍ୟକ୍ତି, ମୁଁ କାହିଁକି ତାଙ୍କ ପାଖକୁ ଯିବି? ତାଙ୍କୁ କୁହ ସେ ମୋ ପାଖକୁ ଆସିବେ। ଯମଦୂତମାନେ କହିଲେ ଆରେ ଅଧମ ତୁ ଏ କି କଥା କହୁଛୁ? ସ୍ବୟଂ ଧର୍ମ ରାଜ ତୋ ପାଖକୁ ଆସିବେ? ବିଶିଷ୍ଟ ବ୍ୟକ୍ତି ଜଣକ କହିଲେ ତୁମ ଧର୍ମ ରାଜ ଏମିତି କିଏ କି?ସେ ମୋ ପାଖକୁ ଆସି ପାରିବେ ନାହିଁ? ଯମ ଦୂତ ମାନେ କହିଲେ ତୁମେ ଏମିତି କିଏ କି ତୁମେ ଧର୍ମ ରାଜ ଙ୍କ ପାଖକୁ ଯାଇ ପାରିବ ନାହିଁ? ବିଶିଷ୍ଟ ବ୍ୟକ୍ତି ଜଣକ କହିଲେ ମୁଁ ଖାଲି ମୋ ସହର ନୁହଁ ମୁଁ ଦେଶର ଜଣେ ବିଶିଷ୍ଟ ବ୍ୟକ୍ତି।


  ତୁମ ଧର୍ମ ରାଜ ଙ୍କ ଭଳିଆ ଅନେକ ଅଧିକାରୀ ଦିନ ରାତି ମୋ ଚାରି ପାଖରେ ଘୁରି ବୁଲୁଥିଲେ। ତେଣୁ ମୁଁ ତୁମ ଯମ ରାଜ ଙ୍କ ପାଖକୁ ଯାଇ ପାରିବି ନାହିଁ। ତୁମେ ମାନେ ଯାଅ ତୁମ ଧର୍ମ ରାଜ ଙ୍କୁ କହିଦେବ ସେ ମୋ ପାଖକୁ ଆସିବେ। ଅନ୍ୟ ଉପାୟ ନପାଇ ଯମ ଦୂତ ମାନେ ଯମ ରାଜ ଙ୍କ ପାଖକୁ ଗଲେ।ଯମ ଦୂତ ମାନଙ୍କୁ ଖାଲି ହାତରେ ଫେରି ଆସିବାର ଦେଖି ଯମ ରାଜ ଙ୍କୁ କହିଲେ ତମେ ମାନେ କାହିଁକି ଖାଲି ହାତରେ ଫେରି ଆସିଲ? ଯମ ଦୂତ ମାନେ କହିଲେ ଧର୍ମ ରାଜ ଆମେ ଖାଲି ହାତରେ ଫେରି ନାହୁଁ।ଆପଣ ଯାହାକୁ ଆଣିବା ପାଇଁ ଆମ କୁ ପଠାଇ ଥିଲେ ଆମେ ତାକୁ ନେଇ ଆସିଛୁ। ଧର୍ମ ରାଜ ଏଣେ ତେଣେ ଅନାଇ କହିଲେ କାହିଁ ମୁଁ ତ କାହାକୁ ଦେଖି ‌ ପାରୁ ନାହିଁ?


  ଯମ ଦୂତ ମାନେ କହିଲେ ମହାରାଜ ସେ ବ୍ୟକ୍ତି ଯୁକ୍ତି କରୁଛନ୍ତି ଯେ ଆମେ ତାଙ୍କୁ ନର୍କ କୁ ଆଣି ଭୁଲ୍ କରିଛୁ।ସେ ସହର ର ଜଣେ ବିଶିଷ୍ଟ ବ୍ୟକ୍ତି, ତେଣୁ ଆମେ ତାଙ୍କୁ ନର୍କ କୁ ଆଣି ଭୁଲ୍ କରିଛୁ।ସେ ସ୍ବର୍ଗ କୁ ଯିବା ପାଇଁ ଯୋଗ୍ୟ। ଆମେ ମାନେ ଯେତେବେଳେ କହିଲୁ ଯେ ଆମେ ତାଙ୍କୁ ଆପଣଙ୍କ ଆଜ୍ଞା ଅନୁସାରେ ନର୍କ କୁ ଆଣିଛୁ।ସେ କହିଲେ ତୁମ ଧର୍ମ ରାଜ କିଏ ସେ ଏ କଥା ନିର୍ଣ୍ଣୟ କରିବା ପାଇଁ?ମୁଁ କେତେ ବଡ଼ ନେତା ମନ୍ତ୍ରୀ ଙ୍କ ଭାଗ୍ୟ କୁ ନିର୍ଣ୍ଣୟ କରିଛି। ତେଣୁ ମୋ ମୃତ୍ୟୁ ପରେ ମଧ୍ୟ ମୁଁ କୁଆଡ଼େ ଯିବି ସେ କଥା ମୁଁ ନିଜେ ନିର୍ଣ୍ଣୟ କରିବି। ତୁମ ଧର୍ମ ରାଜ ନୁହଁ। 


  ଆମେ ଯେତେବେଳେ ତାଙ୍କୁ କହିଲୁ ତୁମେ ଧର୍ମ ରାଜ ଙ୍କ ପାଖକୁ ଚାଲ ସେଇଠି ତୁମ ଯୁକ୍ତି ଉପସ୍ଥାପନ କରିବ।ସେ କହିଲେ ତୁମେ ଯାଅ ତୁମ ଧର୍ମ ରାଜ ଙ୍କୁ କହିଦେବ ମୁଁ ତାଙ୍କ ପାଖକୁ ଯାଇପାରିବି ନାହିଁ, ସେ ମୋ ପାଖକୁ ଆସିବେ। ଆମେ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝିଲେ ନାହିଁ।ସେ ତାଙ୍କ ଜିଦି ରେ ଅଟଳ।


 ତେଣୁ ଆମେ ବାଧ୍ୟ ହୋଇ ଆପଣଙ୍କ ପାଖକୁ ଆସିଲୁ। ଆପଣ ତ ସବୁ କଥା ଶୁଣିଲେ ଏବେ ଯାହା କରିବା କଥା କରନ୍ତୁ। ଧର୍ମ ରାଜ ଯମ କହିଲେ ହଉ ଠିକ୍ ଅଛି ଚାଲ ଦେଖିବା କିଏ ସେ ଅହଙ୍କାରୀ ବ୍ୟକ୍ତି। ଯିଏ ମୃତ୍ୟୁ ପରେ ମଧ୍ୟ ତା ଅହଙ୍କାର କୁ ଛାଡି ପାରୁନାହିଁ। ନିଜ କର୍ମ କୁ ବିଶ୍ଳେଷଣ ନ କରି ଓଲଟା ସ୍ବୟଂ ଧର୍ମ ରାଜା ଙ୍କୁ କହୁଛି ଧର୍ମ ରାଜ ତାକୁ ନର୍କ କୁ ଆଣିବା ପାଇଁ କିଏ?

  

  ଯମ ରାଜ ଯମ ଦୂତ ଙ୍କ ସହ ଦ୍ଵାର ସମ୍ମୁଖ କୁ ଆସି ସେଇ ବିଶିଷ୍ଟ ବ୍ୟକ୍ତି ଙ୍କ ଆତ୍ମା କୁ ଦେଖି କହିଲେ ଆପଣ ସେଇ ବିଶିଷ୍ଟ ବ୍ୟକ୍ତି ଯିଏ ମୋ ନିର୍ଣ୍ଣୟ କୁ ଭୁଲ୍ ବୋଲି କହି ନର୍କ ଭିତରକୁ ନ‌ ଯିବା ପାଇଁ ଅଡି ବସିଛ। 


 ଦିବଙ୍ଗତ ବିଶିଷ୍ଟ ବ୍ୟକ୍ତି ଜଣକ କହିଲେ ହଁ।ମୁଁ ଜୀବନ ସାରା କେତେ ବଡ଼ ବଡ଼ ଲୋକ ଙ୍କୁ ପାଣି ପିଆଇଛି।ଆଉ ସମ୍ପୁର୍ଣ୍ଣ ଜୀବନ ଆଲିଶାନ୍ କୋଠା ଆଉ ଅନେକ ଚାକିର ବାକର ଙ୍କ ମେଳରେ ରାଜା ଭଳି ରହିଛି। ଆଜି ମରି ଗଲି ବୋଲି ତୁମେ ମୋତେ ଏମିତି ଏଇ ନର୍କ କୁ ଆଣିଛ। ଯେଉଁଠି ଘଣ୍ଟା ଟେ ରହିବା ମଧ୍ୟ ମୋ ପାଇଁ କଷ୍ଟକର ହୋଇ ପଡ଼ିଲାଣି। ମୋତେ ତୁମେ ପ୍ରଥମେ କୁହ ତୁମେ‌ ମୋତେ ଏମିତି ଯାଗାକୁ ଆଣିବାର ସାହସ କେମିତି କଲ?


  ଧର୍ମ ରାଜ ଯମ କହିଲେ ତମେ ଠିକ୍ କହୁଛ।ମୁଁ କାହିଁକି ତୁମ କୁ ନର୍କ କୁ‌‌ ଆଣିବି‌? ମୁଁ ବା ତୁମକୁ ନର୍କ କୁ ଆଣିବା କୁ କିଏ?ତେବେ ତୁମ ଯମ ଦୂତ ମାନେ ମୋତେ ନର୍କ କୁ ଆଣିଲେ କେମିତି?ଯମ ରାଜ କହିଲେ ତମକୁ ଯମ ଦୂତ ମାନେ ନୁହଁ ତୁମ କର୍ମ ହିଁ ନର୍କ କୁ ଆଣିଛି। ଗୀତାରେ ପରା ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି "ମୁଁ କାହାକୁ ଦିଏ ନାହିଁ କର୍ମ ଦିଏ ଫଳ " ବିଶିଷ୍ଟ ବ୍ୟକ୍ତି ଜଣକ କହିଲେ ମୁଁ ଏମିତି କି କର୍ମ କରିଛି ଯେ ତୁମେ ମୋତେ ନର୍କ କୁ ଆଣିଛ? ଧର୍ମ ରାଜ କହିଲେ ଜଣେ ବିଶିଷ୍ଟ ବ୍ୟକ୍ତି ବୋଲି ତୁମେ ଅହଂକାର ର ବଶବର୍ତ୍ତୀ ହୋଇ କେତେ କେତେ ସାଧାରଣ ଲୋକଙ୍କ ଜୀବନ ସହିତ ଖେଳ ଖେଳିଛ? ସେମାନଙ୍କୁ ମଣିଷ ବୋଲି ଭାବି ତାଙ୍କ ଦୁଃଖ ସୁଖ ରେ ଭାଗିଦାର ହେବା ତ ଦୂରର କଥା ବରଂ ସେମାନଙ୍କ ପ୍ରତି କେତେ ଅତ୍ୟାଚାର କରିଛ ଭାବ। 


  ଯଦି କେବେ କୌଣସି ଲୋକ ତାର କୌଣସି ସମସ୍ୟା ନେଇ ଆସୁଥିଲା, ତୁମେ ତା ସମସ୍ୟା ର ସମାଧାନ କରିବା ପରିବର୍ତ୍ତେ ତା ଉପରକୁ କେମିତି କୁକୁର ଛାଡି ଦେଉଥିଲ ମନେ ଅଛି?ତୁମ ଘରେ ଗୃହ ସହାୟକ ଭାବରେ କାମ କରୁଥିବା ବ୍ୟକ୍ତି ମାନଙ୍କୁ ଭଲ ରେ ମୁଠେ ଖାଇବାକୁ ଦେବା ତ ଦୂରର କଥା ତାଙ୍କ ମାସିକ ପ୍ରାପ୍ୟ ମଧ୍ୟ ଠିକ୍ ସମୟରେ ଦେଉ ନଥିଲ। 


 କେତେ ଗରିବ ଲୋକଙ୍କୁ ମିଥ୍ୟା ପ୍ରଲୋଭନ ଦେଖାଇ ତାଙ୍କ ଜମି ବାଡ଼ି ସବୁକୁ ନିଜ ନାଁ ରେ କରି ନେଇଛ ଭାବ। କେତେ ନିରିହ ଲୋକ ଙ୍କୁ କାମ କରିଦେବ ବୋଲି କହି ତାଙ୍କ ସ୍ତ୍ରୀ ଓ‌ ଝିଅ ମାନଙ୍କୁ ନିଜର ଉପଭୋଗ୍ୟ ବସ୍ତୁ ଭାବରେ ନିଜର ଶଯ୍ୟା ସଙ୍ଗିନୀ କରିଛ ସେକଥା ଟିକେ ମନେ ପକାଇଲ।ଅନେକ ସରକାରୀ କର୍ମଚାରୀଙ୍କୁ ନିଜର କ୍ଷମତା ବଳରେ କୁ କାର୍ଯ୍ୟ ରେ ଲିପ୍ତ କରିଛ ସେ କଥା ବୋଧେ ତୁମର ମନେ ପଡୁନି।


  ଏତେ ଧନ ସମ୍ପତ୍ତି ର ଅଧିକାରୀ ହୋଇଥିବା ସତ୍ତ୍ଵେ ନିଜ ବାପା,

ମାଆ,ଭାଇ‌, ଭଉଣୀ ଓ‌ ଅନ୍ୟ ବନ୍ଧୁ ବାନ୍ଧବ ଙ୍କୁ ଜୀବନ ରେ‌ କେବେ ପାଞ୍ଚ ଟଙ୍କା ସାହାଯ୍ୟ କରିବା ତ ଦୂର ର‌ କଥା ଓଲଟା ଚତୁରତା ର ସହ ନିଜ ବାପାଙ୍କ ନାଁ ରେ ଥିବା ସବୁ ସମ୍ପତ୍ତି କୁ ନିଜ ନାଁ ରେ କରି ସାରି ତାଙ୍କୁ ଘରୁ ତଡ଼ି ଦେଇଛ।କେତେ ବେଳେ ଯଦି କୌଣସି ବ୍ୟକ୍ତି ତୁମ ବିରୋଧ ରେ ସ୍ବର ଉତ୍ତୋଳନ କରିଛି ତୁମେ କେମିତି ଗୁଣ୍ଡା ଲଗାଇ ତାକୁ ହତ୍ୟା କରି ଏ ଦୁନିଆ ରୁ ବିଦା କରି ଦେଇଛ ସେ କଥା ମନେ ପକାଅ। କେବେ ଭାବିଛ ସେ ଲୋକ ଙ୍କ ପରିବାର ର କଣ ହୋଇଥିଲା ବୋଲି।

  

କେବେ କାହା କୁ କିଛି ଦାନ ଧର୍ମ କରିଛ? ନାଁ ସମ୍ପୁର୍ଣ୍ଣ ଜୀବନ ଖାଲି ପର ସମ୍ପତ୍ତି କୁ ନିଜ ର କରିବା ପାଇଁ ଲାଗି ଥିଲ? ତୁମ ଅତ୍ୟାଚାର ରେ ଅତିଷ୍ଠ ହୋଇ କେତେ ଯେ ଲୋକ ଈଶ୍ୱର ଙ୍କୁ ତୁମ କୁ ନର୍କ କୁ ପଠାଇବା ପାଇଁ ପ୍ରାର୍ଥନା କରିଥିବେ ତାର କଳନା‌ ନାହିଁ।


  ତୁମ କୁ ସଚେତନ କରିବା ପାଇଁ ଈଶ୍ୱର ଅନେକ ଥର ଚେଷ୍ଟା କରିଛନ୍ତି। ହେଲେ ତୁମେ ତୁମ ଆଚରଣରେ କିଛି ପରିବର୍ତ୍ତନ ଆଣିଲ ନାହିଁ। ତୁମ ର ଏକ ମାତ୍ର ପୁତ୍ର ଏକ ଭୟଙ୍କର ଦୁର୍ଘଟଣା ର ସମ୍ମୁଖୀନ ହୋଇ ମୃତ୍ୟୁ ସହ ଲଢେଇ କରି କରି ଏବେ ହୁଇଲ୍ ଚେୟାର ରେ ଜୀବନ କାଟୁଛି। ତୁମେ ମଧ୍ୟ ପାକସ୍ଥଳୀ ସଂକ୍ରମଣ ରୋଗରେ ପିଡୀତ ହୋଇ ଏତେ କଷ୍ଟ ପାଇଲ କିନ୍ତୁ ସେଥିରୁ କିଛି ଶିକ୍ଷା ଲାଭ କରିବା ପରିବର୍ତ୍ତେ ଅଧିକ ରୁ ଅଧିକ ଅହଂକାରୀ ହୋଇଗଲ। 


 ଏତେ ଅହଂକାରୀ ଯେ ମୃତ୍ୟୁ ପରେ ମଧ୍ୟ ତୁମେ ତୁମ ଅହଂକାର କୁ ଛାଡି ପାରୁନ। ସ୍ବୟଂ ଧର୍ମ ରାଜ ଙ୍କ ନ୍ୟାୟ ଉପରେ ପ୍ରଶ୍ନ ଉଠାଉଛ?ଅହଂକାର ତୁମ କୁ ଏତେ ଗ୍ରାସ କରିଛି ଯେ ତୁମେ ପୁରା ଅହଂକାର ର‌ କ୍ରୀତଦାସ ପାଲଟି ଯାଇଛ। ଆଉ କହୁଛ କଣ ନାଁ ମୋତେ ସ୍ବର୍ଗ କୁ ନ ନେଇ ମର୍ତ୍ତ୍ୟକୁ କୁ କାହିଁକି ଆଣିଛ?


   ତୁମ ର କର୍ମ ପାଇଁ ତମ କୁ ସ୍ବର୍ଗ ନୁହଁ, ମର୍ତ୍ତ୍ୟର ଫୁଟନ୍ତା ତେଲ‌ କଢ଼େଇ ଅପେକ୍ଷା କରିଛି।ଆଉ ଯମ ଦୂତ ମାନଙ୍କୁ ନିର୍ଦ୍ଦେଶ ଦେଲେ , ଏଇ ଅହଂକାର ର କ୍ରୀତଦାସ ସହିତ ଏମିତି ଭଦ୍ର ଭାବରେ ବ୍ୟବହାର କଣ କରୁଛ। ତାକୁ ଯମ ପାଶରେ ବାନ୍ଧି ମର୍ତ୍ତ୍ୟ ଲୋକ ଭିତରକୁ ନେଇ ଆସ ଓ ଫୁଟନ୍ତା ତେଲ କଢାଇ ଭିତରେ ପକାଇ ଦିଅ।


Rate this content
Log in

Similar oriya story from Classics