STORYMIRROR

Kanan Bala Nayak

Inspirational

4  

Kanan Bala Nayak

Inspirational

ମୂକସାକ୍ଷୀ

ମୂକସାକ୍ଷୀ

5 mins
373


ରାତି ପ୍ରାୟ ଦୁଇଟା ହେବ. ସୀତାଂଶୁ କୁ ନିଦ ଆସୁନି । ଯେତେଚେଷ୍ଟା କଲେବି ଜମାରୁ ନିଦ ହେଉନି ଦୀର୍ଘ ତିରିଶ ବର୍ଷ ହେଲାଣି ସେ ଏଇ ପରିତ୍ୟକ୍ତ ରାଜପ୍ରାସାଦ କୁ ଜଗୁଛି ଗୋଟେ ଭଙ୍ଗା ଘର ଚଟାଣ ଉପରେ ସପ ଟା ପକେଇ ଦେଇ ତା ଉପରେ ଗଡି ପଡିବା ମାତ୍ରେ ସଙ୍ଗେ ସଙ୍ଗେ ତାକୁ ନିଦ ଆସି ଯାଏ. ଦିନ ସାରା ଘର କାମ ସହିତ ଘରେ ଘରେ ବୁଲି ପରିବା ବିକ୍ରି କରେ. ରାତି ରେ ଏଇ ଭଙ୍ଗା ପ୍ରସାଦକୁ ଜଗେ ।ସେ ଏଇ ଭଙ୍ଗା ପ୍ରସାଦର ଚୌକିଦାର ଭାବ ରେ କାମ କରେ ।

 ତେର ଚଉଦ ବର୍ଷ ହୋଇ ଥିବା ବେଳେ ତା ବାପା ମାଆ ହଇଜା ରୋଗ ରେ ପଡି ପର ପାରି କୁ ଚାଲି ଯାଇ ଥିଲେ. ସେଇ ଦିନ ପାଖରୁ ତା ମାମୁଁ ତାକୁ ଆଣି ଏଇ ପ୍ରସାଦରେ ରଖି ଦେଇଛନ୍ତି. ସେଇ ଦିନ ପାଖରୁ ସେ ଏଇ ପ୍ରସାଦକୁ ଜଗୁଛି ପରିବାର ବଢିବା ପରେ ଏବେ ଏଇ ପ୍ରସାଦ କୁ ଜଗିବା ସହିତ ପରିବା ବିକ୍ରି କରୁଛି । ତାକୁ କାହିଁକି ନିଦ ହେଉନି । ସେ ସପ ଉପରେ ଏପଟ ସେପଟ ହେଉଛି । ହଠାତ ତାକୁ ଲାଗିଲା କେହି ଜଣେ ଯେମିତି ଫିସି ଫିସି ସ୍ୱର ରେ କାହାକୁ କିଛି କହୁଛି ସେ ଚାରି ଆଡ଼କୁ ଅନାଇ ଲା କାହିଁ କେହି କୁଆଡେ ନାହାଁନ୍ତି। ତେବେ ଏଇ ଶବ୍ଦ କେଉଁଠୁ ଆସୁଛି । ସେ ସପ ଉପରେ ଉଠି ବସିଲା. ସେ ଶବ୍ଦ କୁ ନିରେଖି ଶୁଣିବାକୁ ଚେଷ୍ଟା କଲା । କେହି ଜଣେ ଯେମିତି ତାକୁ କହୁଥିବା ର ଶୁଣିଲା । ଜାଣିଛୁ ଦୀର୍ଘ ସତୁରୀ ବର୍ଷ ହେଲାଣି ମୁଁ ଏଇ ଜାଗା ରେ ଏମିତି ରହିଛି । ତୁ ସିନା ତିରିଶ ବର୍ଷ ହେଲା ଆସିଲୁ । ମୋ ଦେଖନ୍ତ ରେ ଏଇ ରାଜ ସିଂହାସନରେ କେତେ ରାଜା ବସିଲେଣି।କେତେ କୁଆଡେ ସମୟ ଗର୍ଭରେ ଲୀନ ହୋଇ ଗଲେଣି ।

କେତେ ଜଣ ରାତି ଦିନ ପରିଶ୍ରମ କରି ମୋତେ ଉପରକୁ ଉଠାଇବା ର ଚେଷ୍ଟା କରିଛନ୍ତି ତ କେତେ ଜଣ ମୋ ନାଁ ନେଇ ନିଜ ର ଫାଇଦା ଉଠାଇଛନ୍ତି । ତୁ ତ ମୋ ଜୀବନ ର ପ୍ରଥମ ଅଧ୍ୟାୟ ରେ ଏଠାରେ ନ ଥିଲୁ । ତୁ ଦେଖିନୁ କେତେ ରାଜାଙ୍କ ଅବବରତ ପରିଶ୍ରମ ଯୋଗୁଁ ମୁଁ ଦିନେ ଚାକଚକ୍ଯ ରେ ଭରା ହୋଇ ରହୁଥିଲି।ରାଜ ପ୍ରାସାଦ ସବୁବେଳେ ଧନଧାନ୍ୟରେ ପୁରି ରହୁଥିଲା।ମହାମନ୍ତ୍ରୀ, ମନ୍ତ୍ରୀ, ସେନାପତି,ଅମାତ୍ଯ ଓ ଅନ୍ୟ ପାରିଷଦ ବର୍ଗଙ୍କୁ ନେଇ ରାଜ ପ୍ରାସାଦ ସବୁ ବେଳେ ପୁରି ଉଠୁଥିଲା। ହେଲେ ଆଜି ପୁରା ଶୁନଶାନ୍।ତୋ ବ୍ୟତୀତ ଆଉ କେହି ୟାର ସୀମା ମାଡୁ ନାହାଁନ୍ତି।

ଯେଉଁ ପ୍ରସାଦର‌ ସୌନ୍ଦର୍ଯ୍ୟକୁ ଦେଖିବାକୁ ଦିନେ ଅନେକ ଦୂରଦୂରାନ୍ତରୁ ଲୋକେ ଆସୁଥିଲେ ଆଜି ତାହା ଭଙ୍ଗା ଦଦରା ଭୂତକୋଠି ରେ ପରିଣତ ହେଇଯାଇଛି। ସୀତାଂଶୁ କହିଲା ଏମିତି କଣ ହେଲା କି ସୁନ୍ଦର ରାଜ ପ୍ରାସାଦ ଟି ଭୂତକୋଠି ରେ ପରିଣତ ହୋଇଗଲା?ସେଇ ସ୍ୱର କହିଲା ଅନେକ ବ୍ୟକ୍ତିତ୍ବ କୁ ମୁଁ ରାଜ ସିଂହାସନ ରେ ବସିବା ର ଦେଖିଛି. କିଏ ରାଗି ତ କିଏ ପୁରା ଶାନ୍ତ କିଏ ଅତ୍ୟନ୍ତ ଦୁର୍ଦାନ୍ତ ତ କିଏ ଟିକେ ଦୁର୍ବଳ କିଏ ନିଜ ରାଜ୍ଯ ର ଅଭ୍ୟନ୍ତରୀଣ ବ୍ୟବସ୍ଥା କୁ ଠିକ କରିଛନ୍ତି ତ କିଏ ଅନ୍ୟ ରାଜ୍ୟ ସହ ଯୁଦ୍ଧ କରି ତାକୁ ନିଜ ସାମ୍ରାଜ୍ୟର ବିସ୍ତାର କରିଛନ୍ତି ।

କିନ୍ତୁ ଯିଏ ଶେଷ ସମ୍ରାଟ ଥିଲେ ତାଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ଭାବୁଥିଲେ ରାଜ୍ୟ ଟି ତାଙ୍କ ର ପୈତୃକ ସମ୍ପତ୍ତି ତେଣୁ ସେ ହିଁ ତାର ସର୍ବେସର୍ବା।ସେ ଯାହା ଚାହିଁବେ ତାହା କରିବେ। ଅନ୍ୟ ମାନେ ସମସ୍ତେ ତାଙ୍କ ଅଧସ୍ତନ କର୍ମଚାରୀ। ସେମାନେ ତାଙ୍କ କଥା ମାନିବାକୁ ବାଧ୍ୟ। ନ ହେଲେ ମୁଣ୍ଡ କାଟ ।ତେଣୁ ସେ ମୋଗଲ ସମ୍ରାଟ ଔରଂଜେବଙ୍କ ଭଳି ତାଙ୍କ କର୍ମଚାରୀ ମାନଙ୍କ ଉପରେ ଅତ୍ୟାଚାର କରୁଥିଲା । ଅନ୍ଧ ଧୃତରାଷ୍ଟ୍ର ପୁଅ ପାଇଁ ସମସ୍ତ କୁରୁ ସେନା କୁ ରଣ ଭୂମି କୁ ଠେଲି ଦେଲା ପରି ଇଏ ମଧ୍ୟ ତା ମହାମନ୍ତ୍ରୀ ଙ୍କ କଥାରେ ବସିଭୁତ ହୋଇ ଅନ୍ୟ ସମସ୍ତ ଙ୍କ ପେଟ ରେ ଲାତ ମାରିଲା ।

ମହାମନ୍ତ୍ରୀ ସବୁ ବେଳେ ରାଜାର‌ ଅହଂ ଭାବର ଫାଇଦା ଉଠାଇ ଅନ୍ୟ କର୍ମଚାରୀ ଓ ସାଧାରଣ ଲୋକ ଙ୍କୁ ଶାରିରୀକ ଓ ମାନସିକ ସ୍ତର ରେ ପ୍ରତ୍ୟେକ ଦିନ ଅତ୍ୟାଚାର କଲା ସମସ୍ତଙ୍କର ପେଟ ପାଟଣା ଥିଲା।ତା ସହ ପରିବାରରର ଲୋକ ମଧ୍ୟ ଥିଲେ। ତେଣୁ ସେମାନେ ରାଜା କି ମନ୍ତ୍ରୀଙ୍କୁ କିଛି କହି ପାରୁ ନଥିଲେ।ତୁ ବି ତ ଦେଖୁଛୁ କେମିତି ନିରୀହ ଲୋକ ମାନେ ଦିନ ରାତି ଗୁମୁରି ଗୁମୁରି କାନ୍ଦୁଥିଲେ।ଆଉ ଏଇ ଶାସକ ଙ୍କୁ ସବୁ ବେଳେ ଅଭିଶାପ ଦେଉଥିଲେ।

 ସୀତାଂଶୁ କହିଲା ସେ ରାଜା ପରା ରାଜ କାର୍ଯ୍ୟରୁ ଅବସର ନେବାର ପୂର୍ବରୁ ସବୁ ସତ କଥା କୁ ଉପଲବ

୍ଧି କରି ସେ ମହାମନ୍ତ୍ରୀ ଙ୍କ ଠାରୁ କ୍ଷମତା କାଢି ଦେଇ ଅନ୍ୟ ଜଣେ ଭଲ ଲୋକ କୁ ମହାମନ୍ତ୍ରୀ ଙ୍କ ପଦରେ ଅଭିଷିକ୍ତ କରାଇ ଯାଇଥିଲେ। ତଥାପି କାହିଁକି ରାଜ ଭବନରେ ଏମିତି ଅବସ୍ଥା ହେଲା? ତୁ କଣ ନୂଆ ମହାମନ୍ତ୍ରୀ ଙ୍କ କିର୍ତ୍ତୀ କଳାପ ବିଷୟରେ କିଛି ଜାଣିନୁ।ଆରେ ସେ ପୁରୁଣା ମହାମନ୍ତ୍ରୀ ଟା ଟାଉଟର ଓ ଠକ ବୋଲି ସମସ୍ତେ ଜାଣି ଥିଲେ. ହେଲେ ଏ ନୂଆ ମହା ମନ୍ତ୍ରୀ ଟା ମନ୍ତ୍ରୀ ହେବା ଆଗରୁ ଯେମିତି ଥିଲା ମନ୍ତ୍ରୀ ହେବା ପରେ ପୁରା ଓଲଟା କାମ କଲା‌।ୟେ ତା ଠାରୁ ଅଧିକ ଲୀଳା ଦେଖାଇଲା ।

ପୁରୁଣା ମହାମନ୍ତ୍ରୀ ସିନା ଖାଲି କାମ ଚୋର ଥିଲା । ଇଏ ତ କିନ୍ତୁ ବାଇଶି କଳା ରେ ନିପୁଣ ଥିଲା । ରାଜ ମହଲ ରେ ରହୁ ଥିବା ସବୁ କର୍ମଚାରୀ ଙ୍କୁ ଜଣ ଙ୍କ ବିରୋଧ ରେ ଅନ୍ୟ ଜଣ ଙ୍କୁ ମତାଇଲା।କର୍ମଚାରୀ ମାନେ ନିଜ ନିଜ ଭିତରେ ବଡ଼ିଆ ପିଟା ହେଲେ ।ଆଉ ସେ ତା ର କିଛି ଜଣ ବିଶ୍ୱସ୍ତ କର୍ମଚାରୀ ଙ୍କ‌ ସହିତ ମିଶି ଏ ସବୁ ର ମଜା ଦେଖିଲା।ସେ ତା ହିତାହତ ଜ୍ଞାନ ଭୁଲି ଗଲା। ମହିଳା କର୍ମଚାରୀ ମାନଙ୍କୁ ଙ୍କୁ ଦ୍ବିଅର୍ଥ ବୋଧକ ଶବ୍ଦ ସବୁ କହି ମନେ ମନେ ଆନନ୍ଦିତ ହେଲା. ଶଳା ବୁଢା ବୟସ ରେ ବାଲ୍ୟଲୀଲା ଲଗାଇଲା। ତା ଝିଅ ବୟସ ର ଝିଅ ମାନଙ୍କ ସହିତ ଥଟ୍ଟା ମଜା କରିବା କୁ ଲାଗିଲା।ଛି ଛି ମୋ ଏତେ ବର୍ଷ ଜୀବନ କାଳ ରେ ମୁଁ ଏମିତି ଦଶ ଲଙ୍ଗୁଡ଼ିଆ ସାପ କେବେବି ଦେଖି ନଥିଲି । ଜାଣିଛୁ ମୋ ଦେହ ରେ ସେ ଥଟ୍ଟା ମଜା ଜମାରୁ ଯାଉ ନଥିଲା । ଆଉ ଏର ରକ୍ତ ମାଂସ କୁ ନେଇ ତିଆରି ହୋଇ ଥିବା ଶରୀର ର ଲୋକ ଗୁଡିକ ଏମିତି ବିଭତ୍ସ ମଜା କେମିତି ସହି ଥାଆନ୍ତେ?

 ସେମାନେ ସବୁବେଳେ ଲୁହ ଗଡାଇଲେ।ତୁ ତ ଜାଣୁ ନାରୀ ଆଖି ରୁ ଲୁହ ଗଡ଼ିଲେ କଣହୁଏ? ନାରୀ ଆଖି ଲୁହ ରୁ ଉଭୟ ରାମାୟଣ ଓ ମହାଭାରତ ର ସୃଷ୍ଟି.ସୀତାଂଶୁ ପଚାରିଲା ପୁରୁଣା ରାଜାଙ୍କ ପରେ ନୂଆ ରାଜା କ'ଣ କିଛି ବୁଝୁ ନଥିଲେ କି? ସେ ସ୍ବର କହିଲା ନୂଆ ରାଜା ବହୁତ ଭଲ ଥିଲେ। ସେ ଅନେକ ଗୁରୁତ୍ତ୍ୱପୂର୍ଣ କାର୍ଯ୍ୟରେ ସବୁ ବେଳେ ବ୍ଯସ୍ତ ରହୁଥିଲେ। ତେଣୁ ସେ ଜଣେ ପ୍ରତିନିଧି କୁ ତାଙ୍କ ଦାଇତ୍ୱ ହସ୍ତାନ୍ତର କରି‌ ଦେଇଥିଲେ। ଆଉ ରାଜା ଙ୍କ ପ୍ରତିନିଧି ରାଜାଙ୍କ ବ୍ୟସ୍ତତା ର ଫାଇଦା ଉଠାଇଲା‌।ତୁମେ ତ ଜାଣ ଶିବ ମନ୍ଦିର ରେ ଶିବଙ୍କ ପାଖକୁ ଯିବା‌ ପୂର୍ବରୁ ନନ୍ଦୀଙ୍କୁ ସନ୍ତୁଷ୍ଟ କରିବା କୁ ପଡ଼େ। ତେଣୁ ସମସ୍ତ ରାଜ କର୍ମଚାରୀ ନନ୍ଦୀ(ରାଜାଙ୍କ ପ୍ରତିନିଧି) ଙ୍କ ସେବାରେ ବ୍ଯସ୍ତ ରହିଲେ ।

ନୂଆ ମହାମନ୍ତ୍ରୀ ତ ନନ୍ଦୀଙ୍କ ର ଖାସ୍ ଖୟାଲ୍ ରଖୁଥିଲେ। ରାଜ୍ୟ ର ସମସ୍ତ କର୍ମଚାରୀ ଓ ସନ୍ୟ ବାହିନୀ ରାଜା ଙ୍କ ପ୍ରତିନିଧି ଙ୍କ ସେବା ରେ ଲାଗିଲେ.ଏହାର ଫାଇଦା ଉଠାଇ ଶତ୍ରୁ ରାଜ୍ୟ ଆକ୍ରମଣ କରିବା ଆରମ୍ଭ କରିଦେଲେ। ମହା ମନ୍ତ୍ରୀଙ୍କ ର ତ କୌଣସି କର୍ମଚାରୀ ଙ୍କ ସହ ଭଲ ସମ୍ପର୍କ ନଥିଲା। ତେଣୁ ରାଜା ଯୁଦ୍ଧ ରେ ହାରି ଗଲେ।ତା ପର ପାଖରୁ ଏ ରାଜଭବନର ରକ୍ଷଣା ଠିକ୍ ରେ ହୋଇ ପାରିଲା ନାହିଁ। ତେଣୁ ଏହା ଆଜି ଭଗ୍ନ ସ୍ତୁପ ରେ ପରିଣତ ହୋଇ ଯାଇଛି।

 ସେଈ ସ୍ବର ପୁଣି କହିଲା ଜାଣିଛୁ ତୁ‌‌ ଵି ଦେଖିଛୁ ମୁଁ ବି ଦେଖିଛି ଏଇ ଭଗ୍ନ ରାଜ ପ୍ରାସାଦ ଅଛି ଏଇ ରାଜ୍ୟ ସିଂହାସନ ଅଛି। କେତେ ରାଜା କେତେ ମନ୍ତ୍ରୀ ଆସିଛନ୍ତି ଯାଇଛନ୍ତି। ଯେଉଁ ଦିନ ପଦବୀ ଯାଇଛି ସେଇ ଦିନ ଠାରୁ ଲୋକେ ରାଜା ମନ୍ତ୍ରୀ ସେନାପତି କାହା କୁ ଡରିବା ତ ଦୂରର କଥା ତାକୁ ଚିହ୍ନି ମଧ୍ୟ ପାରନ୍ତି ନାହିଁ। ଡାକିଲେ ମୁହଁ ମୋଡ଼ି ବାଟ ବଦଳାଇ ଚାଲି ଯାଆନ୍ତି।ଆଉ ଗୁଣୁ ଗୁଣୁ ହୋଇ ମନେ ମନେ କୁହନ୍ତି କ୍ଷମତା ରେ ଥିବା ସମୟରେ ଆମକୁ ଯେମିତି ହନ୍ତସନ୍ତ କରୁଥିଲ ଏବେ ସେମିତି ନିଜେ ହନ୍ତସନ୍ତ ହୁଅ. କଥା ରେ ଅଛି ପରା -

  "ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ

  ସମସ୍ତ ଙ୍କ ଭାଗ୍ୟ ଡୋରି

  ନିଜ ଭାଗ୍ୟ ଡୋରି କାଳହସ୍ତେ

  ବନ୍ଧା ପକାନ୍ତି ହେଳେ ପାଶୋରି"।   

  ସୀତାଂଶୁ କହିଲା ଭାଇ ତୁମେ କିଏ? ତୁମେ କେମିତି ଏ ରାଜପ୍ରସାଦ ବିଷୟରେ ଏତେ କଥା ଜାଣିଲ?ସେ ଶବ୍ଦ କହିଲା ଦୀର୍ଘ ତିରିଶି ବର୍ଷ ହେଲା ତୁ ମୋ ସହ ରହି ଆସୁଛୁ ଅଥଚ ମୋତେ ଜାଣି ପାରୁନୁ। ମୁଁ ହେଉଛି ଏଇ ଭଗ୍ନ ରାଜ ପ୍ରାସାଦ।ରାଜ ପ୍ରାସାଦ ର ନିର୍ମାଣ ଠାରୁ ଆରମ୍ଭ କରି ତାର ଧ୍ବଂସ ହେବା ପର୍ଯ୍ୟନ୍ତ ସବୁ ଘଟଣାର ମୁକସାକ୍ଷୀ।


Rate this content
Log in

Similar oriya story from Inspirational