Kanan Bala Nayak

Inspirational

3  

Kanan Bala Nayak

Inspirational

ସମ୍ପର୍କ

ସମ୍ପର୍କ

3 mins
116



  ମାଡାମ୍ ସେ ପେସେଣ୍ଟ ଜଣକ ଯିଏ ଏବେ ଡକ୍ଟରଙ୍କ ଚେମ୍ବର ଭିତରକୁ ଗଲେ ସେ ଆପଣଙ୍କର କ'ଣ ହେବେ?ପଛ ପଟରୁ ଏଇ ପ୍ରଶ୍ନଟି ଶୁଣି ପଛକୁ ବୁଲି ପଡ଼ିଲେ ନିଷ୍ଠା ଓ କ୍ରୀଷ୍ଣା ।ନିଷ୍ଠା ଓ କ୍ରୀଷ୍ଣା ଦୁଇ ସାଙ୍ଗ।ନିଜ ନିଜର ପେଶା ସହିତ ଗରିବ ଲୋକଙ୍କୁ ସାହାଯ୍ୟ କରିବାକୁ ନିଜର ଧର୍ମ ବୋଲି ଭାବନ୍ତି।ସେ ଦିନ ସେ ଦୁଇ ଜଣ ଜଣେ ବ୍ରେଷ୍ଟ କ୍ୟାନ୍ସରରେ ଆକ୍ରାନ୍ତ ରୋଗୀକୁ ଧରି ବାଲେଶ୍ଵରରୁ କଟକର ଚାଣକ୍ୟ ନର୍ସିଂ ହୋମ୍ କୁ ଯାଇଥିଲେ ‌। ସେଠାରେ କଟକ ଆଚାର୍ଯ୍ୟ ହରିହର କ୍ୟାନ୍ସର ରିସର୍ଚ୍ଚ ସେଣ୍ଟରର ମୁଖ୍ୟ ଡକ୍ଟର ପଦ୍ମାଳୟା ଦେବୀଙ୍କୁ ଦେଖାଇବାର ଥାଏ। ଦୁଇ ଘଣ୍ଟା ପାଖାପାଖି ଅପେକ୍ଷା କଲା ପରେ ଡକ୍ଟର ଆସିଲେ। ଡକ୍ଟର ଆସିବା ପରେ ତାଙ୍କ ପେସେଣ୍ଟ ଦୁଇ ନମ୍ବର ସିରିୟେଲ୍ ରେ ଡକ୍ଟର ଙ୍କ ପାଖକୁ ଦେଖାଇବାକୁ ଗଲେ।


  ସେଇ ସମୟରେ ସେ ଭଦ୍ରବ୍ୟକ୍ତି ଜଣଙ୍କ ତାଙ୍କୁ ଏଇ ପ୍ରଶ୍ନ ପଚାରିଲେ। ତାଙ୍କର ପ୍ରଶ୍ନ ଶୁଣି ସେମାନେ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ନିଷ୍ଠା କହିଲା ଆମ ପେସେଣ୍ଟଙ୍କ ନାମ ବାସନ୍ତୀ। ସେ ଆମ ଗାଁର।ତାଙ୍କ ଘର ଆମ ଘର ପାଖରେ। ସେମାନେ କଟକ ବିଷୟରେ ବିଶେଷ କିଛି ଜାଣି ନାହାଁନ୍ତି କି ଡକ୍ଟରଙ୍କ ସହିତ କେମିତି କଥା ବାର୍ତ୍ତା କରିବାକୁ ହେବ ଜାଣି ନାହାଁନ୍ତି ‌। ପ୍ରଥମ ଥର ପାଇଁ କଟକ ଆସିଛନ୍ତି। ତେଣୁ ଆମେ ତାଙ୍କ ସହିତ ଆସିଛୁ।ଭଦ୍ରବ୍ୟକ୍ତି ଜଣକ କହିଲେ ତେବେ ଆପଣ ମାନଙ୍କ ସହିତ ତାଙ୍କର କିଛି ରକ୍ତ ଗତ ସମ୍ପର୍କ ନାହିଁ କି ସେ ଆପଣଙ୍କର ଅତି ନିଜର ବନ୍ଧୁ ନୁହଁନ୍ତି? ଆଜି କାଲି ସମୟରେ ଯେଉଁଠି ନିଜର ପିଲା ମାନେ ବାପା ମାଆଙ୍କ କଥା ବୁଝୁ ନାହାଁନ୍ତି, ସେତେବେଳେ ଆପଣ ମାନେ ଜଣକ ସହିତ କିଛି ରକ୍ତ ସମ୍ପର୍କ କିମ୍ବା ବନ୍ଧୁତା ନଥାଇ ତାଙ୍କ ସହ ଏତେ ଦୂର ଆସିଛନ୍ତି?


  ନିଷ୍ଠା ଭଦ୍ରବ୍ୟକ୍ତିଙ୍କୁ କହିଲା କିଏ କହିଲା ତାଙ୍କ ସହିତ ଆମର କିଛି ସମ୍ପର୍କ ନାହିଁ ବୋଲି? ତାଙ୍କ ସହିତ ଆମର ଦୁନିଆର ସବୁଠାରୁ ବଡ଼ ସମ୍ପର୍କ ଅଛି? ଭଦ୍ରବ୍ୟକ୍ତି ଜଣକ କିଛି ବୁଝି ନ ପାରି ସେ ଦୁଇ ଜଣଙ୍କୁ ପ୍ରଶ୍ନିଳ ଦୃଷ୍ଟିରେ ଅନାଇଲେ। କ୍ରୀଷ୍ଣା ସେଇଠୁ କହିଲା ଆଜ୍ଞା ମୋ ବନ୍ଧୁଙ୍କର କହିବାର କଥା ହେଲା ଗୋଟେ ମଣିଷ ସହିତ ଆଉ ଗୋଟେ ମଣିଷର ଯେଉଁ ସମ୍ପର୍କ ଥାଏ ଆମର ବାସନ୍ତୀ ସହିତ ସେଇ ସମ୍ପର୍କ ଅଛି। ଭଦ୍ରବ୍ୟକ୍ତି ଜଣକ ତଥାପି କିଛି ବୁଝି ନ ପାରିଲା ଭଳି ଅନାଇ ଥାଆନ୍ତି। କ୍ରୀଷ୍ଣା ସେଇଠୁ କହିଲା ତାଙ୍କ ସହିତ ଆମର ମାନବିକତାର ସମ୍ପର୍କ ଅଛି।


   ନିଷ୍ଠା କହିଲା ବାସନ୍ତୀର ପିଲାମାନେ ଏବେ ଛୋଟ ଅଛନ୍ତି। ତାଙ୍କୁ ତାଙ୍କ ମାଆର ଆବଶ୍ୟକତା ଅଛି।ଆମ ମାନଙ୍କର ଗୋଟିଏ କ୍ଷୁଦ୍ର ସାହାଯ୍ୟ ଯଦି ଏ ଲୋକ ଟିକୁ ଠିକ୍ କରି ପାରିବ ତେବେ ତା ପିଲା ମାନେ ଆଉ ମାଆ ଛେଉଣ୍ଡ ହେବେ ନାହିଁ।ମାଆ ଠାରୁ ବଡ଼ ସମ୍ପତ୍ତି‌ ପିଲା ଦୁନିଆ ଆଉ କିଛି ନାହିଁ। ଭଦ୍ରବ୍ୟକ୍ତି ଜଣକ କହିଲେ ଆଜି ସମୟରେ ବି ଏମିତି ଲୋକ ଅଛନ୍ତି? ନିଷ୍ଠା କହିଲା ଆମେ ଏମିତି କଣ ଆଶ୍ଚର୍ଯ୍ୟ ଜନକ କାମ କରି ଦେଇଛୁ ଯେ ଆପଣ ଏମିତି କହୁଛନ୍ତି? ଆମେ ତ କେବଳ ଆମର ମଣିଷ ଧର୍ମ ହିଁ ପାଳନ କରିଛୁ।

  

  ଭଦ୍ରବ୍ୟକ୍ତି ଜଣକ ସେ ଦୁଇ ଜଣଙ୍କୁ ନମସ୍କାର କରି କହିଲେ, ଆଜି ଆପଣ ମାନଙ୍କ ସହିତ ମିଶି ମୋତେ ବହୁତ ଖୁସି ଲାଗୁଛି। ଆପଣ ଟ୍ରିଟମେଣ୍ଟ ଶେଷ ହେବା ପର୍ଯ୍ୟନ୍ତ ଏଇ‌ ପେସେଣ୍ଟଙ୍କ ପାଖରେ ରହିବେ ତ? ନିଷ୍ଠା କହିଲା ଆରମ୍ଭ କରିଛୁ ଯେତେବେଳେ ଶେଷ ବେଳକୁ କେମିତି ତାକୁ ଏକା ଛାଡ଼ି ଦେବୁ?


  ସବୁବେଳେ ହୁଏତ ତା ସହିତ ଆସି ପାରିବୁ ନାହିଁ କିନ୍ତୁ ଫୋନ୍ କରି ସବୁ ବେଳେ ତା ଭଲ ମନ୍ଦ ବୁଝିବୁ।ଆଉ ଅପରେସନ ଦିନ ତ ନିହାତି ଆସିବୁ। କାର୍ଯ୍ୟ ବ୍ୟସ୍ତତା ହେତୁ କ୍ରୀଷ୍ଣା ଅପରେସନ ଦିନ ଆଉ କଟକ ଯାଇ ପାରି ନଥିଲା। କିନ୍ତୁ ନିଷ୍ଠା ତା ସହ ଥିଲା। ଏବେ ବାସନ୍ତୀ କ୍ୟାନ୍ସର ରୂପକ ବେମାରୀ ସହିତ ଲଢେ଼ଇ କରି ତାକୁ ହରାଇ ପାରିଛି ଏବଂ ସମ୍ପୁର୍ଣ୍ଣ ସୁସ୍ଥ ଅଛି।


  ସବୁ ସମ୍ପର୍କ କେବେ ଖାଲି ରକ୍ତ ସମ୍ପର୍କ କି ନିକଟତର ବନ୍ଧୁ ହୋଇନଥାଏ। କିଛି ସମ୍ପର୍କ ମାନବିକତାର ବି ଥାଏ। ତେଣୁ ମଣିଷ ହିସାବରେ ଯଦି ସବୁ ମଣିଷ ଅନ୍ୟ ମଣିଷ ମାନଙ୍କ ସହିତ ମାନବିକତାର ସମ୍ପର୍କକୁ ଲିଭାଇବେ ,ତେବେ ହୁଏତ ବାସନ୍ତୀ ପରି ଅନେକ ଲୋକ ଉପକୃତ ହୋଇପାରିବେ।


రచనకు రేటింగ్ ఇవ్వండి
లాగిన్

Similar oriya story from Inspirational