*****ସୌଦାମିନୀ****
*****ସୌଦାମିନୀ****
ନା ଥିଲା ସିନା ରବି କିନ୍ତୁ,ମୁଁ ନା ଏତେ ଭଲ ପାଠ ପଢେ, ନା ଦେଖିବାକୁ ଏତେ ସୁନ୍ଦର ଥିଲି? ସବୁବେଳେ ଗାଳି ଶୁଣେ ଓ ମାଡ ଖାଏ। ଭାଇ ସବୁବେଳେ କହେ ମୁର୍ଖଟା ଟିକେ ତ ପାଠ ପଢେ। ତତେ ଗାଁରୁ ନେଇ ଏହି ସହରକୁ ଆଣିଲି ପାଠ ପଢିବାକୁ ନା ସାଙ୍ଗ ସାଥି କୁ ନେଇ ଆଡ୍ଡା କରିବାକୁ। ମୁଁ ସବୁ କଥାକୁ ହୁଁ ହୁଁ କରିଦେଇ ଚାଲିଯାଏ। ଏପଟୁ ଆସିଲେ ବିଧେ ସେପଟୁ ଆସିଲେ ବିଧେ ଦିଅ। ସତେଯେପରି ମୁଁ ଢୋଲ। ଆଉ ମତେ ଯିଏ ବି ଯେମିତି ପିଟି ପାରିଲା। ସେ ଯାହା ହେଉ,ମୁଁ ଯେବେ ଏଠିକୁ ଆସିଲି ସେତେବେଳେ ମୋର ଦେଖା ହୋଇଥିଲା ଆମ ପଡୋଶୀ ଘରର ଝିଅ ସହ। ନାଁ ତ ଜାଣିନଥିଲି କିନ୍ତୁ, କେଜାଣି କାହିଁକି?ସେ ମତେ ଯେବେ ଦେଖେ ହେ ହେ ହୋଇ ହସି ପକାଏ ସତେ ଯେମିତି ମୁଁ ଗୋଟେ ଜୋକର।
ଭାଇ କହିଲା,"ତୁ କାଲି ଠୁ ସୌଦାମିନୀ ସହ କୋଚିଂଙ୍ଗ ଯିବୁ"। ମୁଁ କାବା ହୋଇ ଚାହିଁଲି? ଆଉ ପଚାରିଲି କୋଉ ସୌଦାମିନୀ?? ମୋ କଥା ନ ସରୁଣୁ ଭାଇ ଗର୍ଜି ଉଠିଲା ଆଉ କହିଲା। ସବୁ ବାଳୁଙ୍ଗାମାନଙ୍କୁ ଜାଣେକିନ୍ତୁ ଭଲ ପାଠ ପଢ଼ୁଥିବା ପଡ଼ିଶା ଘରର ଝିଅକୁ ଜାଣିନୁ? ସେହି ଦିନଠୁ ମିଶି ଆମେ କୋଚିଂଙ୍ଗ ଆଉ ସ୍କୁଲ ଯାଉ। ଆଉ ତାର ମୋର କେବେ ପଡେନି। ଯେମିତି ବେଙ୍ଗରାଶିକୁ ଚେଙ୍ଗ ରାଶି। ମୁଁ ସ୍କୁଲ ଆଉ କୋଚିଂଙ୍ଗ ରେ ଯାହା କରେ ସବୁ ଆସି ନାରଦ ପରି ନାଟ ଲଗାଇ ଦିଏ ଆଉ ତା ପାଇଁ ମୁଁ ବହେ ଛେଚା ଖାଏ। ଆଉ ସେହି ରାଗରେ ବେଳେବେଳେ ମୁଁ ତା ସାଇକେଲରୁ ପମ୍ପ ଛାଡି ଦିଏ ତ ଆଉ କେତେବେଳ ସେ ବସିଥିବା ଟେବୁଲରେ ଚୁଇଗମ ଲଗାଇଦିଏ। ତା ନାଁ ଟା ଯେମିତି ସେ ବି ସେମିତି। ବିଜୁଳି ଭଳି କେତେବେଳେ ଏଠି ତ କେତବେଳେ ସେଠି।ଦେଖିବାକୁ ଯେମିତି ସୁନ୍ଦର,ପାଠ ମଧ୍ୟ ସେମିତି ପଢେ। ମାଟ୍ରିକ ସରିଲା ପରେ ଆମେ ଦୁହେଁ ଗୋଟେ କଲେଜରେ ଆଡ଼ମିସନ କଲୁ। ସୌଦାମିନୀ କୁ କିଏ କଣ କହିଲେ ମୁଁ ତାକୁ ଦି ପାହାର ଦିଏ।
ଜାଣିନି କେତେବେଳେ ମୁଁ ତା ପ୍ରତି ଏତେ ଆକୃଷ୍ଟ ହୋଇଗଲି। ଦିନେ କୋଚିଂଙ୍ଗ ଆସିବାରେ ସୌଦାମିନୀ ଡେରି କରିଦେଲା ବୋଲି ସାର ତାକୁ ବହୁତ ମାଡ ଦେଇଥିଲେ। ଆଉ ସେ ଦିନ ରାତିରେ ମୁଁ ତା ହାତରେ ଲହୁଣୀ ଲଗେଇଥିଲି ବୋଧେ ସେହି ଦିନ ଠାରୁ ମୁଁ ତାକୁ ମନେ ମନେ ଭଲ ପାଇ ବସିଲି। ପଢା ସରିବା ପରେ ମୋର ଆର୍ମି ରେ ଚାକିରୀ ବି ହେଇଗଲା ଆଉ ମୁଁ ଆସିଲି ହେରି ମୋର ଟ୍ରେନିଙ୍ଗ କୁ। ଦେହ ସିନା ଏଠି କିନ୍ତୁ ମନ ଛାଡି ଦେଇଆସିଥିଲି ସୌଦାମିନୀ ପାଖରେ।
ଆଜି ବହୁତ ଖୁସି ବହୁତ ଦିନ ପରେ ଟ୍ରେନିଙ୍ଗ ସାରି ମୁଁ ଘରକୁ ଫେରିଛି।ଖାଇ ସାରି ରେଷ୍ଟ କଲି ଆଉ ବୋଉଙ୍କୁ ଆମ ଦିଜନ ବିଷୟରେ କହିଲି।ସୌଦାମିନୀ ମତେ ଦେଖି ବହୁତ ଖୁସି ହୋଇଗଲା ଆଉ ମୁଁ ତା ପାଇଁ ଆଣିଥିବା ପାଉଁଚି ଦେଖି ଖୁସିରେ ଡେଇଁଲା।ନୂଆଁ ପାଉଁଚି ପିନ୍ଧି ଝମ ଝମ ହୋଇ ଚାଲିଲା।ପରେ ବାପା ମୋର ପ୍ରସ୍ତାବ ଧରି ସୌଦାମିନୀ ଘରକୁ ଗଲେ।ତାର ବୋଉ କହିଲେ ତମ ପୁଅ ଆର୍ମି ଚାକରି କରୁଛି।ଆଉ ତାର କେତେବେଳ କଣ ହଵ କିଏ କହିବ?କେତେବେଳେ ନସ୍କଲ ତ କେତେବଳେ ଆତଙ୍କବାଦୀ ଗୁଳି ବାଜିବ ତା ଦେହରେ।ତା ପରେ ମୋର ଝିଅର କଣ ହେବ??ମୋ ଗୋଟିଏ ବୋଲି ଝିଅ ଡକ୍ଟର କି ଇଞ୍ଜିନିୟର ସହ ବାହା ହେବା।ଏହାର ଉତ୍ତର ବାପାଙ୍କପାଖରେ ନଥିଲା।ସେ ଦିନ ଥିଲା ସୌଦାମିନୀ ଆଉ ମୋର ଶେଷ ଦେଖା।ମୁଁ ଦେଇଥିବା ସବୁ ଉପହାରକୁ ଧରି ଆଖିରେ ଆଖିଏ ଲୁହ ଧରି ମତେଫେରେଇ ଦେଇ ଚାଲିଗଲା।ଆଉ ପଛକୁ ଥରେ ବି ବୁଲି ମତେ ଦେଖିନଥିଲା।ତାର1ଆଖିର ଲୁହ ସତେ ଯେପରି ଅଦିନର ବର୍ଷା ଭଳି ମତେ ଭିଜେଇ ଦେଇ ଚାଲିଗଲା।କିଛି ଦିନ ପରେ ବୋଉ ଫୋନରେ କହିଲେ ଜାଣିଚୁ ଆଜି ସୌଦାମିନୀ ର ବାହାଘର ହେଲା ଦିଲ୍ଲୀ ରେ କଣ କୋ କମ୍ପାନୀରେ ସଫ୍ଟୱେର ଇଂଜିନିୟର ଅଛି।ସେ ଦିନ ବହୁତ କଷ୍ଟ ତ ଲାଗିଲା କିନ୍ତୁ ତାର ସେ ମଥାରେ ସିନ୍ଦୁର, ଲାଲ ଶାଢ଼ୀ ବଧୂ ବେଶରେ ଥିବା ଫୋଟୋକୁ ଦେଖି ମୁଁ ଚୁପ ରହିଗଲି।ସେହି ଦିନ ଠୁ ମତେ ଆଉ ଘରକୁ ଯିବାକୁ ଇଛା ହେଲାନି।
ବୋଉର ରାଣ ନିୟମକୁ ରଖିବା ପାଇଁ ଆଜି ତିନି ବର୍ଷ ପରେ ଘରକୁ ଆସୁଚି।ଆଉ ରାସ୍ତା ସାରା ମନେ ମନେ ଡାକୁଥାଏ ହେ ଭଗବାନ ସୌଦାମିନୀ ସହ ମୋର ଭେଟ ନ ହଉ।ଯେବେ ଘର ଆଗରେ ଗାଡି ଲାଗିଲା ଆଉ ମୁଁ ଗାଡ଼ିରୁ ଓଲ୍ହାଇଲି ଦେଖିଲି ଧଳା ଶାଢ଼ୀ ପିନ୍ଧି ଝିଅଟିଏ ଝରକା ଫାଙ୍କରେ ସତେ ଯେମିତି ମତେ କିଛି କହିବାକୁ ଚାହୁଁଚି କିନ୍ତୁ, ମୁଁ ତାର ପ୍ରତି ଦୃଷ୍ଟି ନଦେଇ ଘରକୁ ଆସିଲି।ଝରକା ପାଖରେ ଥିବା ଝିଅଟି ସତେ ଯେମିତି ମୋର କିଏ ଅତି ନିଜର ଭଳି ଲାଗୁଥିଲା।ମୁଁ ଫ୍ରେସ ହୋଇ ଖାଇବାକୁ ବସିଲି ଆଉ ମନେ ମନେ ଭାବୁଥିଲି ବୋଉକୁ ସୌଦାମିନୀ ବିଷୟରେ ପଚାରିବି ନା ନାହିଁ?କିନ୍ତୁ ମୋର ମନରେ ଏତେ ସାହସ ନଥିଲା ତେଣୁ ଚୁପଚାପ ଖାଇ ଉଠିପଡ଼ିଲି।ପରେ ବୋଉ ଆସି କହିଲା ଜାଣିଚୁ କିରେ ସୌଦାମିନୀ ର ଯାହା ସହ ବାହାଘର ହୋଇଥିଲା ସେ ପୁଅ ଗାଡି ଆକ୍ସିଡେଣ୍ଟରେ ମରିଗଲା।ପରେ ତାର ଶାଶୂଘର ଲୋକେ ତାକୁ ଡାହାଣୀ କହି ଘରୁ ବାହାର କରିଦେଲେ।ବୋଉର କଥା ଶୁଣି ମୋ ପାଦ ତଳୁ ମାଟି ଖସିଗଲା।ଆଉ ଭାବିଲି ଝରକା ପାଖରେ ଧଳା ଶାଢ଼ୀ ପିନ୍ଧା ଝିଅଟି କଣ ମୋର ସୌଦାମିନୀ???ବୋଉ ମତେ କହିଲା ଯା ଥରେ ତା ସହ ଭେଟିଆସେ ତୋ କଥା ସେ ବହୁତ ଥର ପଚାରୁଥିଲା।କିନ୍ତୁ, ତାର ଶୁନ୍ୟ ମଥା,ଧଳା ଶାଢ଼ୀ ଆଉ ଆଖିର ଅମାନିଆ ଲୁହକୁ ସାମ୍ନା କରିବାକୁ ମୋ ପାଖରେ ସାହସ ନଥିଲା।
ବର୍ଷା ରାତିରେ ଯେମିତି ବିଜୁଳି ଚମକିଲେ ଘୋର ଅନ୍ଧକାରକୁ ନିମିଷକେ ପାଇଁ ଦୂର କରିଦିଏ। ସେପରି ସୌଦାମିନୀ ଥିଲା ମୋ ଜୀବନର ଆଲୋକ ଆଉ ତାକୁ
କେମିତି ଏ ଅନ୍ଧକାରରେ ଏକୁଟିଆ କମେତି ଛାଡି ଦେବି?ଏମିତି ଅନେକ କଥା ଭାବି ରାତି ସାରା ନିଦ ହଉନଥିଲା।ମୁଁ ବୋଉ ପାଖକୁ ଯାଇ କହିଲି,ବୋଉଗୋଟେ କଥା କହିବି କିଲୋ???ତୁ ରାଗିବୁନୁ ନା??ବୋଉ କହିଲା ତୁ କହରେ।ମୁଁ କହିଲି ବୋଉ ସୌଦାମିନୀ କୁ ମୁଁ ପୁଣି ଥରେ ବହାହେବିକି??ମୋ କଥା ଶୁଣି ବୋଉ ହଠାତ ଉଠି ବସିପଡି କହିଲା,ସେ ବିଧାବକୁ?ମୋ ଘରର ବୋହୁ?ନା ନା।ମୁଁ ବାପାଙ୍କୁ କହିଲି ବାପା, ତମେ ବୋଉକୁ ବୁଝାଅ।ବହୁତ କଷ୍ଟେ ମଷ୍ଟେ ସେ ରାଜି ହେଲା।ବାପା ,ବୋଉଙ୍କ ସହମତିରେ ମୁଁ ପୁଣି ଥରେ ମୋ ସୌଦାମିନିକୁ ଫେରି ପାଇଲି।ତାର ଶୂନ୍ୟ ମଥାରେ ପୁଣି ଭରିଗଲା ନାଲି ସିନ୍ଦୁର ଆଉ ପାଦରେ ସେଇ ପୁରୁଣା ପାଉଁଛି ର ଛମ ଛମ ଶବ୍ଦ ଆଉ ତା ଓଠରେ ଥିଲା ସେହି ପୁରୁଣା ହସ।ଏ ସବୁ ଦେଖି ମୁଁ ଆଜି ବହୁତ ଖୁସି।ବୋଉ ମଧ୍ୟ ତାକୁ ଝିଅ ଭଳି ଆପଣାଇଲେ।ମୁଁ ସୌଦାମିନୀ କୁ ପଚାରିଲି ତମ ନା ସୌଦାମିନୀ ୟାର ଅର୍ଥ କଣ କୁହତ???ସେ ହସି ହସି କହେ 'ବିଜୁଳି' ଆଉ କହେ ମୁଁ ଘଡ଼ ଘଡ଼ି ବର୍ଷା ରାତିରେ କୁଆଡେ ଜନ୍ମ ହେଇଥିଲି ବୋଲି ଜେଜେମା ମତେ ସୌଦାମିନୀ ଡାକେ।ତାର ଏ ହସ ରେ ସତେ ଯେମିତି ମୁଁ ମୋର ସବୁ ଦୁଃଖ କଷ୍ଟ ଭୁଲି ଯାଏ।