suchitra pradhan

Abstract Classics Others

3  

suchitra pradhan

Abstract Classics Others

ଖୁସିର ଗୋଲାପ

ଖୁସିର ଗୋଲାପ

6 mins
175



ଆରେ କାବ୍ୟା ଉଠେ। କଲେଜ ଯିବୁନି କି ? ଆରେ ମାମା ଆଉ ଟିକେ ଶୋଇବାକୁ ଦିଅ ନା କହୁ କହୁ ନିଦରୁ ଉଠି ଆଖି ମଳି ମଳି ମୋବାଇଲକୁ ଅନ୍ କରି କାବ୍ୟା ଯେବେ ଦେଖିଲା ସମସ୍ତଙ୍କ ହ୍ୱାଟସ୍ ଆପ୍ ଷ୍ଟାଟସରେ ହାପି ରୋଜ୍ ଡେ ଲେଖା ହୋଇ ସୁନ୍ଦର ସୁନ୍ଦର ଗୋଲାପ ଫୁଲ ସବୁ ଥିଲା। ଆଜି ରୋଜ୍ ଡେ ! ମୁଁ ତ ପୁରା ପୁରି ଭୁଲି ଯାଇଥିଲି। ମୁଁ ବି ନା କେଡ଼େ ବୋକୀ ଆଉ ଭୁଲା ମନ ମୋର। 


:-ମାମା ମୋ ପାଇଁ ଜଲଦି ବ୍ରେକଫାଷ୍ଟ କରିଦିଅ ।ମୋର ବହୁତ ଲେଟ ହେଲାଣି ଗୋଟେ ଜରୁରୀ କାମ ଅଛି ଯିବି ।


:- ଅଚାନକ କ'ଣ ହୋଇଗଲା ? ତୋ ନିଦ ଭାଙ୍ଗି ଗଲା ? ଏବେ ତ ଏତେ ଥର ଡାକୁଥିଲି । ମହାରାଣୀଙ୍କ ବିଲକୁଲ ନିଦ ଭାଙ୍ଗୁ ନଥିଲା।


:- ଆରେ ମାମା ତୁମେ ବୁଝୁବନି। ମୁଁ ଏବେ ଗଲି ଆଉ ଆସିଲି। ମାତ୍ର ଦୁଇ ମିନିଟ୍ ଭିତରେ ମୁଁ ଫ୍ରେସ୍ ହୋଇକି ଆସୁଛି।


ଏ ଝିଅ ଟା କେତେବେଳେ ଯେ କ'ଣ କହୁଛି ? ତାକୁ ହିଁ ଜଣା।


:- ଓଃ ମାମା ଏବେ ଯାଏଁ ତୁମେ ମୋ ପାଇଁ ଖାଇବା ବାଢିନ ? ମୋର ଡେରି ହେଲାଣି ମୁଁ ଯାଉଛି।


:- ମୁହଁ ଖୋଲେ ମୁଁ ଖୁଆଇ ଦେବି । ନାହିଁ ମାମା ଥାଉ ମୁଁ ନିଜେ ଖାଇଦେବି । ଖାଲି ପେଟରେ କ'ଣ କିଏ ଘରୁ ବାହରେ କି ?


:- ତୁମେ ବି ନା ମାମା ?


:- ହଁ, ମୁଁ ହିଁ ତୋ ମାମା। ଦେଖେ ଦୁଇ ମିନିଟ୍ ଲାଗିଲାନି ଖାଇବାକୁ।


ଓକେ ମାମା ଆସୁଛି।


:- ହଁ ଗାଡ଼ି ଧୀରେ ଚଲେଇବୁ। ଡେରି ହେଲାଣି ବୋଲି ଗାଡ଼ି କୁ ଉଡାଜାହାଜ କରିଦେବୁନୁ।

ଆରେ ତୋ ହେଲମେଟ ଛାଡି ଗଲୁ ନେଇଯା ନାହିଁ ମାମା ଥାଉ କିଛି ଦରକାର ନାହିଁ ମୋର ଡେରି ହେଲାଣି ଯାଉଛି। 


କେମିତି ଯେ ଭୁଲି ଗଲି। ଆଜି ତ କବିର'ଙ୍କ ଆଉ ମୋର ଭଲପାଇବାର ପ୍ରଥମ ରୋଜ୍ ଡେ। ମୁଁ ନା ସତରେ ବଡ ଭୁଲକଡ ହେଇଗଲିଣି। ସିଧା ଯିବି ସପିଙ୍ଗ ମହଲକୁ ବଡ ଗୋଟେ ଗୋଲାପ ଫୁଲ ତୋଡା କିଣିକି ଆଜି ସପ୍ରାଇଜ ଦେବି କବିରଙ୍କୁ। ଓଃ ତର ତର ହୋଇ ସିନା ଘରୁ ବାହାରି ପଡ଼ିଲି ହେଲେ??ଏହି ଟ୍ରାଫିକ ଟା ନା ?ଭାରୀ ବିରକ୍ତି କରେ। ଯେତେବେଳ ନିହାତି କାମ କିଛି ଥିବ ସେତେବେଳେ ଏ ଟ୍ରାଫିକ ଜାମ୍ ଥିବ । ଖାସ୍ କରିକି ଏହି ସହରର ଟ୍ରାଫିକ?



:- ଦିଦି, ଦିଦି ଦେଖ କେତେ ସୁନ୍ଦର ସତେଜ ଲାଲ ଲାଲ ଗୋଲାପ ଫୁଲ। ଏବେ ହିଁ ଆଣିଛି। ଗୋଟେ ଫୁଲତୋଡା ନିଅ ନା। ନିଅ ନା ଦିଦି ।


:- ଛି, ଛି, ତୁ ନିଜକୁ ନିଜେ କେବେ ଦେଖିଛୁ? କେମିତି ଅସନା, ମଇଳା ଡ୍ରେସ୍ ପିନ୍ଧିଚୁ? ଯା ଏଠୁ। ମୋ କବିରଙ୍କ ପାଇଁ ତୋ ଠୁ ଏ ଶସ୍ତା ଫୁଲ ନେବି ? ନା,ନା କେବେ ନାହିଁ। ତୋ ପାଖରୁ ପୁଣି ନେବି .(ଝିଅଟିକୁ ଧକ୍କା ବା ଠେଲିଦେଲା ଆଉ ଝିଅଟି ତଳେ ପଡି ଖଣ୍ଡିଆ ଖାବରା ହେଇଗଲା)


ପିଲାଟି ପୁଣି ତଳୁ ଉଠି ପଡି ଝାଡି ଝୁଡି ହେଇ ଗୋଲାପ ତୋଡା ଧରି ପୁଣି ଆସି କହିଲା 


ଦିଦି, ଗୋଟେ ନିଅ ନା ? ମୁଁ କମ ଟଙ୍କାରେ ଦେବି।


କି ପିଲା ତୁ ? ଏବେ ମନା କଲି। ଫେରେ ତୁ? ତୁମମାନଙ୍କର ସବୁ ନାଟକ। ଏହାରି ଭିତରେ ଗ୍ରୀନ ସିଗ୍ନାଲ ଦେଖି ଗାଡ଼ି ତର ତର କରି ଆଗକୁ ଅଳ୍ପ ରାସ୍ତା ଯାଇଛି କି ନାହିଁ ,କ'ଣ ହେଲା କେଜାଣି ହଠାତ୍ ଗୋଟେ ଗାଡ଼ି ପଛରୁ ଆସି ସ୍କୁଟି ଚଲାଉ ଥିବା ଝିଅକୁ ପିଟି ଦେଇ ଚାଲିଗଲା।ଆଉ ଝିଅଟି ରାସ୍ତାରେ ପଡି ଚେତାଶୁନ୍ଯ ହେଇଗଲା ସଙ୍ଗେ ସଙ୍ଗେ ସେ ଝିଅ ଚାରିପଟେ ଲୋକ ରୁଣ୍ଡ ହେଇଗଲେ । ସମସ୍ତେ ଦେଖୁଥିଲେ ହେଲେ କେହି ବି ଝିଅକୁ ମେଡ଼ିକାଲ ଧରି ନେଉ ନଥିଲେ।କି ଆମ୍ବୁଲାନ୍ସ କୁ ଖବର କରୁନଥିଲେ ।ପରେ କିଏ ଜଣେ ଆମ୍ବୁଲାନ୍ସ କୁ ଖବର ଦେବାପରେ

ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ବି ଆସି ପହଞ୍ଚି ଯାଇଥିଲା ।ହେଲେ କିଏ ନେବ ସମସ୍ତେ କହି ହେଉଥିଲେ ?? ଗହଳି ଦେଖି । ଫୁଲ ବିକୁଥିବା ଝିଅ ବି ଦୌଡି ଆସିଲା। ଆରେ ଇଏ ତ ସେହି ଦିଦି। ଏବେ ଏବେ ମୁଁ ଯାହାଙ୍କୁ ଫୁଲ ନେବାକୁ କହୁଥିଲି । ଡାକ୍ତରଖାନା କିଏ ନେବ ବୋଲି ଲୋକଙ୍କ ମୁହଁରୁ ଶୁଣି କହିଲା ମମୁଁ ଜାଣିଛି ତାଙ୍କୁ। ମୁଁ ଯିବି ମେଡ଼ିକାଲ।


ଏହାରି ଭିତରେ କିଏ ଜଣେ କହିଲେ ହେଲେ ତୋ ଫୁଲ ବେପାର ? ଆଜି ବହୁତ ଫୁଲ ବି ବିକ୍ରି ହେବ। ତୁ ଯଦି ଯିବୁ ସେ ଝିଅ ସାଥିରେ ତାହେଲେ ଫୁଲ କିଏ ବିକିବ?


ମଉସା, ତୁମେ ବାସ ମୋ ଫୁଲକୁ ଜଗି ଥାଅ। ଏବେ ଫୁଲ ଆଗରେ ଜଣଙ୍କ ଜୀବନ ଚାଲିଯିବ। ଡ୍ରାଇଭର ଭାଇ।ଆପଣ ଚାଲନ୍ତୁ।


ସତରେ ଦିଦି ବି ନା ଏତେ ଜୋର୍ ଗାଡ଼ି କ'ଣ ପାଇଁ ଚଳାଉ ଥିଲେ। ଯାହା ହେଉ ଶୀଘ୍ର ଶୀଘ୍ର ମେଡ଼ିକାଲରେ ଭର୍ତ୍ତି କରିଦେଇ ଆସିବାକୁ ପଡ଼ିବ।


ଦିଦିଙ୍କ ଫୋନ୍ ଏତେ ଥର ରିଙ୍ଗ ହେଉଛି। ଉଠେଇବିକି ନାହିଁ ? କିଏ କାଳେ ନିଜ ଲୋକ କଲ କରୁଥିବ।


ହେଲ୍ୟୋ କାବ୍ୟା ?ତୁମେ କୋଉଠି ଅଛ ?କେତେ ସମୟ ହେଲା ମୁଁ ଅପେକ୍ଷା କରିଛି ଆଉ କଲ୍ ବି କରୁଛି ତୁମେ ରିସିଭ୍ କରୁନାହଁ କି ଆଉ ତୁମର ଦେଖା ନାହିଁ।


 ମୁଁ ଖୁସି କହୁଛି। ବାବୁ ଆପଣ ଯାହା ପାଖକୁ ଫୋନ୍ କରିଛନ୍ତି ସେ ଏବେ ମେଡ଼ିକାଲ ରେ ଅଛନ୍ତି । ତାଙ୍କର ଗାଡି ଆକ୍ସିଡେଣ୍ଟ ହେଇଛି। ମୁଁ ତାଙ୍କୁ ନେଇକି ଆସିଛି ।


ହଉ ତୁମେ ବ୍ୟସ୍ତ ହୁଅ ନାହିଁ ମୋତେ ମେଡିକାଲ ଠିକଣା କୁହ। ମୁଁ ଯାଇ ପହଞ୍ଚୁଛି ଶୀଘ୍ର। 


ଯାହା ହେଉ ଦିଦିଙ୍କ ଘର ଲୋକ ଆସି ଯିବେ।ମୋର ଏବେ ଏଠି କିଛି କାମ ନାହିଁ।ଗଲେ ସେପଟେ ମୁଁ ଫୁଲ ବି ବିକିବାର ଅଛି ଆଜି ଟଙ୍କାଟିଏ ବି ବିକ୍ରି ହେଇନି ପୁଣି ଘରେ ଚାଉଳ ବି ନାହିଁ ଖାଇବାକୁ ।


(ଏହାରି ଭିତରେ କବିର ଆସି ମେଡିକାଲରେ ପହଞ୍ଚି ଯାଇଛି )

 

କବିର : ତୁମେ ଝିଅ ଖୁସି ?

ଖୁସି : ହଁ ବାବୁ ମୁଁ ଖୁସି 

କବିର: ମୁଁ କବିର କାବ୍ୟାର ସାଙ୍ଗ ଆଉ କାବ୍ୟା ଏବେ କେମିତି ଅଛି ???

ଖୁସି: ଡାକ୍ତର କହୁଥିଲେ ସେ ଏବେ ଟିକେ ଭଲ ଅଛନ୍ତି ମୁଣ୍ଡ ଫାଟି ରକ୍ତ ଅଧିକ ବୋହି ଯାଇଥିଲା ତ ସେଥିପାଇଁ ତାଙ୍କର ଚେତାଶୁନ୍ଯ ପଳେଇ ଥିଲା ହଉ ବାବୁ ମୁଁ ଯାଉଛି ଆପଣ ତ ଆସିଲେଣି ଦିଦିଙ୍କୁ ଦେଖାଶୁଣା କରିବେ ମୁଁଗଲେ ପୁଣି  ଫୁଲ ବିକିବି । 

କବିର : ଫୁଲ ବିକିବ?

ଖୁସି : ହଁ ବାବୁ ମୁଁ ସବୁଦିନ ଗୋଲାପ ଫୁଲ ଆଣି ତୋଡା କରି ରାସ୍ତା ଛକରେ ବୁଲି ବୁଲି ବିକ୍ରି କରି ପରିବାର ଚଳାଏ ।

କବିର : ହଉ ଏ ହଜାରେ ଟଙ୍କା ରଖ ତୁ ଖର୍ଚ୍ଚ କରିବୁ । ଏକୁ ତୁ ତୋ ପାଉଣା ଭାବିବୁନି ଗୋଟେ ବଡ ଭାଇ ତରଫରୁ ଛୋଟିଆ ଭଲ ପାଇବାଟେ। 

ଖୁସି : ନାହିଁ ବାବୁ ଏ ଟଙ୍କା ମୋର ଦରକାର ନାହିଁ ବରଂ ଭଗବାନଙ୍କୁ ଡାକନ୍ତୁ ଦିଦି ଶୀଘ୍ର ଭଲ ହେଇ ଯାଆନ୍ତୁ । 

( ଏହା କହି ସେଠାରୁ ଖୁସି ପଳେଇ ଆସିଲା )

କବିର : ଆରେ ଏ ଝିଅ ବଡ ଅଜବ ଆଉ ତାର କଥାବାର୍ତ୍ତା କେତେ ମଧୁର ସୁନ୍ଦର । ହଉ ମୁଁ ଯାଇ କାବ୍ୟାକୁ ଦେଖାକରେ ।


କାବ୍ୟା: ମୁଁ ଏଇଠି?? ମେଡିକାଲ ରେ କ'ଣ କରୁଛି । କବିର .... ତୁମେ କ'ଣ ଏଠି ???ମୁଁ ପା ତୁମକୁ ଦେଖା କରିବାକୁ ଯାଉଥିଲି । ଓଃ ମୋ ମୁଣ୍ଡ ଭାରୀ ଭାରୀ ଲାଗୁଛି। 


କବିର: ଓଃ ତୁମେ ଏବେ ଏତେ ପ୍ରଶ୍ନ ପଚାରନି। ରେଷ୍ଟ ନିଅ । ଆଉ ଏତିକି ଜାଣ ତୁମର ଆକ୍ସିଡେଣ୍ଟ ହେଇଥିଲା ଆଉ ଗୋଟେ ଝିଅ ଆସି ତୁମକୁ ମେଡିକାଲ ନେଇ ଆସିଥିଲା।


କାବ୍ୟା : ଝିଅ ?କଉ ଝିଅ ?


କବିର : ମୁଁ ତାକୁ ଜାଣିନି ?ମୁଁ ଆସୁ ଆସୁ ସେ ତୁମ ଦୁର୍ଘଟଣା ବିଷୟରେ କହି ଚାଲି ଗଲା। କହିଲା ମୋର ବହୁତ କାମ ଅଛି। ଫୁଲ ବିକ୍ରି କରିବ ହଁ କଣ ତା ନାଁ ଟା ! ହଁ ମନେ ପଡିଲା ତା ନାଁ ଖୁସି । ଆରେ ତୁମ ବେଡ୍ ପାଖରେ ଏତେ ସୁନ୍ଦର ଗୋଲାପ ଫୁଲ କୁଆଡ଼େ ଆସିଲା।


କାବ୍ୟା: ଓଃ! ତା ହେଲେ ଏହି ସେହି ଝିଅ । ଯିଏ ଟ୍ରାଫିକ ଛକରେ ଫୁଲ ବିକ୍ରି କରୁଥିଲା ଆଉ ମୋତେ ଆସି ଦିଦି ଫୁଲ ନିଅ ବୋଲି ବାରମ୍ବାର କହୁଥିଲା । ମୁଁ ତାକୁ କେତେ ଗାଳି ଦେଇ ଠେଲି ଦେଇଥିଲି। ହେଲେ ସେ ହିଁ ମୋ ଜୀବନ ବଞ୍ଚେଇଛି।


କବିର: କାବ୍ୟା, ତୁମେ କ'ଣ ଏ ଝିଅକୁ ଜାଣିଛ ?

କାବ୍ୟା: ହଁ ଜାଣିଛି ଆସିଲା ବେଳେ ଟ୍ରାଫିକ ଛକରେ ଏ ଝିଅ ମୋତେ ଆସି ଫୁଲ ନେବାକୁ କହୁଥିଲା ହେଲେ ସେ ଛୋଟଲୋକ ଆଉ ଅସନା ଥିବାରୁ ମୁଁ ଗାଳିଦେଇ ତାକୁ ଠେଲି ଦେଇ ଆସିଥିଲି କବିର : ତୁମ ଠୁ ମୁଁ ଏମିତି କେବେ ଆଶା କରି ନଥିଲି।ସବୁ ଫୁଲ ତ ସମାନ। ତୁମେ ଫୁଲ ପାଇଁ କହାକୁ ଛୋଟ କଥା କହିବା ଠିକ୍ ନାହିଁ। ହେଉ ଏବେ ଆରାମ କର ଆମେ କାଲି ସେ ଝିଅ ପାଖକୁ ଯାଇ କ୍ଷାମା ମାଗି ନେବା ।



କାବ୍ୟା : ସତରେ କେତେ ବଡ ଭୁଲ କଲି। ବିନା ସ୍ବାର୍ଥରେ ସେ ମୋତେ ମେଡିକାଲ ଆଣିଲା ।ହେଲେ ତାରି ବଦଳରେ ମୁଁ କ'ଣ କଲି ?




କାବ୍ୟା:-କବିର ମୁଁ ଏବେ ଠିକ୍ ଅଛି। ଚାଲ ନା ସେ ଝିଅ ପାଖକୁ ଯିବା। 

କବିର :ଏତେ ସକାଳୁ ? ସେ ଦୋକାନ ଖୋଲି ନଥିବ।


କାବ୍ୟା:- ଓଃ ଚାଲ ନା ତୁମେ । 


କବିର:- ଠିକ୍ ଅଛି। ଚାଲ।



ମିଶିକି ଦୁହେଁ ଟ୍ରାଫିକ ପାଖରେ ଥିବା ଫୁଲ ଦୋକାନ ପାଖକୁ ଗଲେ। ଚାରିଆଡେ଼ ବହୁତ ଖୋଜା ଖୋଜି କଲେ। ଦିନେ ନୁହେଁ ଲଗାତାର ସପ୍ତାହେ, ଦୁଇ ସପ୍ତାହ ଯାଏଁ ଖୋଜିଲେ । ଆଖ ପାଖ ସମସ୍ତ ଦୋକାନୀକୁ ବି ପଚାରିଲେ କିନ୍ତୁ କେହି ବି ଖୁସିର ଠିକଣା ଜାଣି ନଥିଲେ। ଅନୁତପ୍ତର ଗ୍ଲାନିରେ କାବ୍ୟା ଏକ ଦମ ମ୍ରିୟମାଣ ହୋଇପଡିଲା।


:- ଜାଣିଛ କବିର, ଆଜି ଯାହା ବି ହେଲା ସବୁରି ପାଇଁ ମୁଁ ହିଁ ଦାୟୀ। ସେ ଦିନ ଯଦି ମୁଁ ଏମିତି ଭେଦ ଭାବ ଦେଖି ନ ଥାଆନ୍ତି। ଆଜିର ଦିନର ହୁଏତ ଖୁସି ବହୁତ ଖୁସିରେ ଥାଆନ୍ତା।


:- ମୁଁ ବୁଝୁଛି କାବ୍ୟା। ଏବେ କ'ଣ କରିବା?? କେତେ ଦିନ ଆଉ ଖୋଜିବା??


ଆମେ ଖୁସିର ନାଆଁରେ ଗୋଟେ ଗୋଲାପ ଫୁଲ ଦୋକାନ ଖୋଲିବା। ଯାହାକୁ ଗୋଲାପ ନିହାତି ଦରକାର ଥିବ ହେଲେ କିଣିବା ପାଇଁ ସକ୍ଷମ ନଥିବ। ସେ ମାଗଣାରେ ଫୁଲ ନେବା। ଦୋକାନର ରଖିବା "ଖୁସିର ଗୋଲାପ"।



ଖୁସିର ଗୋଲାପ ସମସ୍ତଙ୍କୁ ଖୁସି ବାଣ୍ଟି ଚାଲିବ ଓ ତାର ବାସ୍ନା ଚାରିଆଡେ଼ ମହିକି ଯିବ।


Rate this content
Log in

Similar oriya story from Abstract