ଆଲିଙ୍ଗନ
ଆଲିଙ୍ଗନ
ମୋ ବାପାଙ୍କ ଗାଳି
( ଏକ ଅଦୃଶ୍ଯ ଭଲପାଇବା )
ଏତେ ରାତିରେ ବୋଉର ଫୋନ୍??? ରାତିରେ ଫୋନ୍ ଆସିଲେ ମୋ ମନ ଭିତରେ ପ୍ରଥମରେ ଖରାପ ଚିନ୍ତା ଆସିଯାଏ। ସେ ଭଲ ହେଉ କି ଖରାପ କାହିଁକି କେଜାଣି ମନରେ ପ୍ରଥମେ ଆସିଲା କାହାର କିଛି ହେଇନି ତ?? ନହେଲେ ବୋଉ ପୁଣି ଏତେ ରାତିରେ?? ଫୋନ୍ ଉଠେଇବାକୁ ମୋ ହାତ ବି ଯାଉନଥିଲା। ମନ ଭିତରଟା ଗୋଳେଇ ଘଣ୍ଟେଇ ହେଉଥିଲା।
:- ହେଲୋ ବୋଉ କଣ ହେଲା?? ସବୁ ଠିକ୍ ଅଛି ତ?? ଏତେ ରାତିରେ??
ମୋ କଥା ଶୁଣି ବୋଉ ଖାଲି ଭୋ ଭୋ ହୋଇ କାନ୍ଦିବାରେ ଲାଗିଲା। ବୋଉର କାନ୍ଦ ଶୁଣି ମୋ ମନର ଭୟ ବି ବଢ଼ିବାକୁ ଲାଗିଲା। କ'ଣ ହୋଇଛି ତ କହ? ତୁ ଠିକ୍ ଅଛୁ ନା?? ଘରେ ସବୁ ଭଲ ଅଛନ୍ତି ନା??
:- ତୋ ବାପା.......
:- ତାଙ୍କର ପୁଣି କଣ ହେବ?? ମୁଁ ବାପାଙ୍କ କଥା ଶୁଣିବାକୁ ଚାହୁଁନି। ଦୁନିଆରେ ମୋତେ ସବୁଠୁ ଅଧିକା କିଏ ଘୃଣା କରୁଥିବ ସେ ହେଉଛନ୍ତି ବାପା। ସେ ମୋର ବାପା କମ୍ ଶତ୍ରୁ ବେଶୀ। ବାସ ମୁଁ
ତ ବେଳେବେଳେ ଭାବେ ବୋଧେ ଭୁଲରେ ମୋର ସବୁ ସାଟିଫିକେଟ ରେ ବି ଫାଦର୍ ନାଆଁ ଜାଗାରେ ତାଙ୍କ ନାଆଁ ଲେଖା ହୋଇଯାଇଛି। ତାଙ୍କ କଥା ମୁଁ ଶୁଣିବାକୁ ହିଁ ଚାହୁଁନି। ତାଙ୍କ କଥା ଯଦି କିଛି କହିବାର ଅଛି ତ ଫୋନ୍ ରଖେ ମୁଁ ବହୁତ ବ୍ୟସ୍ତ ଅଛି। ଅଫିସର ନୂଆଁ ପ୍ରୋଜେକ୍ଟ କାମରେ କାଲି ଦୁବାଇ ଯାଉଛି। ଢେର୍ କାମ ଅଛି। ଏବେ ଯାଏଁ ମୁଁ କିଛି ପେକିଙ୍ଗ୍ ବି କରିନି। ତ ଏବେ ମୁଁ ଫୋନ୍ ରଖୁଛି ବୋଉ। କାଲି ମୁଁ ଦୁବାଇ ପହଞ୍ଚିଲା ପରେ ଫୋନ୍ କରିବି। ତୁ ଭୁଲି ଗଲୁ କି ସବୁ କଥା?? ହୁଏତ ତୁ ଭୁଲି ଯାଇପାରୁ ବୋଉ ହେଲେ ମୁଁ କେବେ ଭୁଲି ପାରିବିନି।।
*******************************
:-ବାପା ମୋର ରେଜଲ୍ଟ ବାହାରିଛି।
:- ମୋ ସୁନା ଝିଅ ପରୀକ୍ଷାରେ ନିଶ୍ଚିତ ଭଲ କରିଥିବ। ମୋର ପୁରା ଭରସା ଅଛି।
:- ମୋ ପ୍ରୋଗ୍ରେସ୍ କାର୍ଡ ବି ଥରେ ଦେଖ ନା ବାପା??
:- ତୁ କୁଳାଙ୍ଗାର କଣ ପାଠ ପଢୁଛୁ କି?? ଯା ତୋ ବୋଉ ପାଖରୁ ଦସ୍ତଖତ କରି ନେଇଯିବୁ।
ବାପା ଥରଟେ ଦେଖ ନା?? ମୁଁ ଜାଣିଛି ଦିଦି ଭଲ ପାଠ ପଢେ ହେଲେ ଆଜି ଯାଏଁ କେବେ ବି ତୁମେ ମୋ କାର୍ଡ କୁ ବି ଦେଖିନ।
:- ଦେଖିଲା ଭଳିଆ କଣ ଅଛି ତୋ କାର୍ଡରେ?? ସବୁବେଳେ ତୋର ଗୋଟେ କାମ ସମାଜ ସେବା?? କାହାର କଉଠି କଣ ହେଲା?? ସେ ଚିନ୍ତା ତୋତେ ବେଶୀ। ତୁ ଗୋଟେ କୁଳାଙ୍ଗାର । ଖାଲି ଘରେ ରହି ଯାହା ଅନ୍ନ ଧ୍ଵଂସ କରୁଛୁ। ଯେବେ ତୁ ମୋ ଘରୁ ବହାରି କୁଆଡ଼େ ଯିବୁ ମଣିଷ ଟିକେ ଶାନ୍ତିରେ ନିଃଶ୍ୱାସ ମାରିବ।
:- ତା ହେଲେ ମୁଁ ଘରେ ରହିଲେ ତୁମେ ଅଶାନ୍ତିରେ ରହୁଛ?? ମୁଁ କୁଆଡ଼େ ଗଲେ ତୁମେ ଶାନ୍ତି ରହିବ??
:- ହଁ,ହେଲେ କୁଆଡ଼େ ଯିବୁ?? କିଏ ତୋତେ ମାଗଣାରେ ବସେଇକି ଖାଇବାକୁ ଦେବ?? କୁଟା ଖଣ୍ଡିକ ତ ଦି ଖଣ୍ଡ କରିବୁନୁ??
:- କାହିଁକି ପିଲାଟା ପଛରେ ପଡ଼ିଛ?? ମୋ ସୁନା ଟା, ଗେଲା ଟା...
:- ହଁ, ଆହୁରି ଗେଲ କର। ସବୁ ତୁମ ପାଇଁ ହିଁ ଆଜି ମୁଣ୍ଡରେ ଚଢ଼ି ବସିଛି।
:- ବୋଉ ତୁ ମୋ ସମାନ ସବୁ ପେକ କରିଦେ। ଯେବେ ଯାଏଁ ମୁଁ ନିଜ ଗୋଡରେ ଠିଆ ହେଇନି ନା ଘରେ ପାଦ ପକେଇବିନି।
:- ଯାଉ ଯାଉ ଏଇଟା କେତେ ଦିନ ରହିଯିବ କି?? ଏଇଟା କିଛି ନୂଆଁ ନାହିଁ। ଯେତେ ଥର ଘର ଛାଡି ଯାଇଛି ସେ ଦିନେ ଦୁଇ ଦିନ ପରେ ଆସି ଯାଉଛି। ଯାଉ ନା ତାକୁ ଯିବାକୁ ଦିଅ। ଆରେ ଢମଣା ବୁଲି ବୁଲି ପୁଣି ସେହି ଅଗଣା।
:- ତୁମେ ନା କେବେ ବୁଝିବନି ବାପା ମୋତେ। ମୁଁ ଆଜି ଗଲେ କେବେ ବି ଘରକୁ ଫେରିବିନି। ମୁଁ ଆସୁଛି ବୋଉ।
:: - ତାକୁ ଟିକେ ଅଟକାଅ ନା ।। ସତରେ ସିପୁନ ଆମର ଘର ଛାଡି ଚାଲିଯିବ।
:- ମୁଁ ଆସୁଛି ବାପା।
:- ହଁ, ଯାଉନୁ କିଏ ମନା କଲା କି?? ଯାଆ। ମୁଁ ଏଥର ଶାନ୍ତିରେ ରହିବି। କିଏ ପଚାରିବେନି କି କହିବେନି ମାଧବ ସାର ଆମେ ଆପଣଙ୍କ ପୁଅକୁ ଏଠି ଦେଖିଲୁ ସେଠି ଦେଖିଲୁ। ଯାଆ ଜଲଦି ।। ଟଙ୍କା ଦରକାର କି କହ ଦେବି।
:- ନାହିଁ ଥାଉ। ସତରେ ଯିବି ତ??
:- ହଁ,, ଆଉ ଆସିବିନି କହୁଛି।
*****************************
ଓହୋ ଆଉ ଥରେ ବୋଉର ଫୋନ୍ କଣ ପାଇଁ?? ୟେ କଣ ବାରମ୍ବାର ଫୋନ୍ କଲେ ମୁଁ ଯିବି କି ବାପା ପାଖକୁ?? କେବେ ନାହିଁ। ତାଙ୍କର ଗେଲ୍ହି ଝିଅ ଅଛି। ଯାକୁ ସବୁବେଳେ ଜାବୁଡ଼ି ଗେଲ କରନ୍ତି।
:- ଶୁଣରେ ସିପୁନ ତୋତେ ମୋ ରାଣ। ଏତେ ବର୍ଷ ହେଲା ରାଗିକୁ ଅଛୁ। ଆସେ ଥରେ ବାପାକୁ ଦେଖି ଯାଆ। ତୋତେ ସେ ବହୁତ ଖୋଜୁଛନ୍ତି।
:- କାହିଁକି?? ଆଜି ଯାଏଁ କେବେ ମୋ ସହ ଫୋନ୍ ରେ ବି କଥା ହେଇନାହାନ୍ତି। ଆଉ ଏବେ ଯିବି କଣ ପାଇଁ ତୁ କହ??
:- ତୋତେ ମୋ ରାଣ ତୁ ଆସେ।ନା
ବୋଉର ରାଣ ନିୟମ ଆଗରେ କାହାର କିଛି କଥା ରହେନି। ମୁଁ ବି ସେଥିରୁ କେମିତି ବାଦ ପଡ଼ିବି। ଯିବା ପାଇଁ ବାହାରି ପଡ଼ିଲି। ରାସ୍ତା ସାରା ବାପାଙ୍କ ଉପରେ ରାଗ ଆସୁଥାଏ। ହେଲେ ବୋଉ ପାଇଁ ଖାଲି ଯାହା ଆସିଛି। ମେଡିକାଲ ଆଗରେ ଗାଡି ରଖି ଭିତରକୁ ପାଦ ବଢ଼େଇଲା ଶହ ମୋ ଛାତିର ସ୍ପନ୍ଦନ ବଢ଼ି ଚାଲିଲା। କଣ କଥା ହେବି?? କଣ କହିବି??
ବାପା ଥିବା ରୁମ ଆଗରେ ମୁଁ ପାଦ ଦେଇଛି। ଭିତରେ ବାପା ଆଉ ବୋଉଙ୍କ କଥା ଶୁଣି ମୋ ପାଦ ଅଟକି ଗଲା।
ମୋ ସିପୁ ଅସିନି ନା ଆହୁରି?? କେମିତି ବା ଅସିବ କଣ ପାଇଁ ଆସିବ?? ଏତେ ଗାଳି କରିଛି ତାକୁ ମୁଁ ଜିବନ ସାରା। କେବେ ଭଲରେ ପଦଟିଏ କଥା ବି ହେଇନି। ମୁଁ କଣ କରିଥାନ୍ତି?? ପଡିଶା ଘର ମାଉସୀ ସେ ଦିନ ମୋ ସିପୁକୁ କେତେ କଣ କହିଦେଲେ। ମୁଁ ବି ସେଦିନ ତାଙ୍କୁ କହିଲି ଦେଖିବ ମାଉସୀ ମୋ ପୁଅ ଦିନେ ବହୁତ ଭଲ ଚାକିରୀ କରିବ। ମୁଁ ଯଦି ତାକୁ ଗାଳି ନ କରିଥାନ୍ତି??
:- ମୁଁ ସବୁ ଜାଣିଚି। ସେ ଗଲା ପରଠାରୁ ତା ରୁମକୁ ଯାଇ ତାର ଫୋଟୋ ଛାତିରେ ଲଗେଇ କେତେ ରାତି ଆଖିରୁ ଲୁହ ଗଡ଼ାଇଛ ? କେତେ ତକିଆ ଭିଯେଇଚ ତାର କଥାକୁ ମନେ ପକେଇ। ତାକୁ ଝୁରି ଝୁରି ଆଜି ତୁମେ ଏଠି। ଡାକ୍ତର ବି କହିଲେ ତୁମେ ସବୁବେଳେ ତାକୁ ଖୋଜୁଚ। ଏମିତି ହେଲେ ତୁମ ଦେହ ଆହୁରି ଖରାପ ହେଇଯିବ।
:- ମୁଁ କଣ କରିବି ମୋର ଭାରି ଇଚ୍ଛା ହେଉଛି ତାକୁ ଟିକେ ଜାବୁଡ଼ି ଧରି ଜୋରରେ କୁଣ୍ଢେଇ ପକେଇବାକୁ। ହେଲେ ସେ ଭାଗ୍ୟ ମୋର ନାହିଁ।
ମୁଁ ଆଉ ନିଜକୁ ଅଟକେଇ ପାରିଲିନି। ସିଧା ଦୌଡି ଯାଇ ବାପାକୁ ଏକ ଗାଢ଼ ଆଲିଙ୍ଗନ କରି ଜୋରରେ କାନ୍ଦି କ୍ଷମା ମାଗୁଥିଲି।
ଏ କଣ?? ଆପଣ ତାହେଲେ ସିପୁନୁ?? ଆପଣଙ୍କ ବାପା ମେଡ଼ିକାଲ ଆସିବା ପରଠୁ ଗୋଟେ ନାଆଁ ହିଁ ଶୁଣିଛି। ସିପୁନ, ସିପୁନ୍। ଯାହା ହେଉ ଆପଣ ଆସି ପହଞ୍ଚି ଗଲେ ସେ ଏବେ ଶୀଘ୍ର ଭଲ ହେଇଯିବେ ।
ଧନ୍ୟବାଦ ଡାକ୍ତର ବାବୁ।
ସତରେ ବାପାଙ୍କର ଶକ୍ତ ଚେହେରା ପଛରେ ଯେ ଏତେ କୋମଳ ମନ ଲୁଚି ରହିଥାଏ ଆଜି ଜାଣିଲି।