suchitra pradhan

Tragedy Inspirational Others

2.7  

suchitra pradhan

Tragedy Inspirational Others

ସ୍ପର୍ଶ

ସ୍ପର୍ଶ

2 mins
160



 ମେଡ଼ିକାଲ ବେଡ଼ରେ ଯେବେ ନର୍ସ ଆଣି ମୋତେ ଟେକିଦେଇଥିଲେ ତୋତେ ତୁ ଏଡିକି ବକଟେ ହେଇଥିଲୁରେ।ତୋର ସେହି ହାତରେ ମୋର ଗାଲକୁ ଯେବେ ତୋର ଅଜଣାତରେ ସ୍ପର୍ଶ କରିଥିଲୁ ମୋତେ ମିଳିଯାଇଥିଲା ଅପୂର୍ବ ସୁଖ ତୋର ସ୍ପର୍ଶ ମୋ ଦେହରେ ଚନ୍ଦନ ବୋଳିଲା ପରି ଲାଗୁଥିଲା ତା ଠାରୁ ଅଧିକ ଖୁସି ତୋର ବାପା ହେଇଥିଲେ ।ତୋ ହାତକୁ ନେଇ ତାଙ୍କ ଗାଲରେ ସ୍ପର୍ଶ କରି ମତେ କହିଥିଲେ ଜାଣିଲ ସୁମତି ତମ ପୁଅର ହାତ ଠିକ ତମ ପରି ହେଇଚି।ସେମିତି ଲମ୍ବା ଲମ୍ବା ।ସତରେ ତୋର ପ୍ରଥମ ସ୍ପର୍ଶ ଆମ ଜୀବନରେ ଭରି ଦେଇଥିଲା ଖୁସିର ଲହରୀ।ଇଚ୍ଛା ହେଉଥିଲା ସେହି ଲହରୀ ଭିତରେ ଡୁବି ଯିବାକୁ।ତୁ ତ ଏତିକି ଟିକେ ହୋଇଥିଲୁ ତୁ କଣ ଜାଣିବୁ କେତେ କଷ୍ଟ ସହିବାକୁ ପଡୁଥିଲା ମତେ।


ଘରର ବଡ ବୋହୁ ଥିଲି ମୁଁ।ମୋ ତଳେ ତୋର ଆଉ ତିନି ଖୁଡି।ବହୁତ ହସ ଖୁସିରେ ଫାଟି ପଡୁଥିଲା ଆମ ଘର।ଯୌଥ ପରିବାର ଥିଲା କିନ୍ତୁ ସମସ୍ତେ ବହୁତ ଖୁସି ଥିଲେ।ଧୀରେ ଧୀରେ ମୋର ଖୁସିରେ ସତେ ଯେମିତି କାହାର ନଜର ଲାଗିଗଲା।ତୋର ତିନି ଖୁଡି ମାଆ ହେଇଯାଇଥିଲେ।ମୁଁ ସେମାନଙ୍କ ଠାରୁ ବଡ଼ ହୋଇ ବି ସେ ସୁଖରୁ ବଞ୍ଚିତ ଥିଲି।କାହିଁକି କେଜାଣି ମୋତେ ସମସ୍ତେ ଗୋଟେ ନୂଆଁ ନା ଦେଇ ଦେଲେ।ଆଉ ଜାଣିଛୁ ସେ ନାଁ ଟି କଣ ଥିଲା??"ବାଞ୍ଝ"।ମୁଁ କିନ୍ତୁ ଭାଙ୍ଗି ନଥିଲି ସେହି ନାଁ ଶୁଣି।କାରଣ ତୋ ବାପା ମୋତେ କେବେ ବାଧିଲା ପରି ପଦେ କଥା କୁହନ୍ତିନି।

   

  ଧୀରେ ଘର ଲୋକ ମୋ ସହ କଥା ନ ହେବାକୁ ବାହନା ଖୋଜିଲେ।କାହିଁକି କେଜାଣି??ମୁଁ ନିଜେ ବି ଜାଣିପାରିଲିନି।ଦିନେ ତୋର ଜେଜେମାଆ କହିଲେ ବାଞ୍ଝ ପାଇଁ ମୋ ଘରେ ସ୍ଥାନ ନାହିଁ।କଣ କରିବୁ କିଛି ଭାବିବା ଆଗରୁ ଆମେ ଦୁହେଁ ତୋର ବାପା ଓ ମୁଁ ଥିଲୁ ରାସ୍ତା କଡ଼ରେ।ତଥାପି ତୋର ବାପା କହୁଥିଲେ ସୁମତି ତମେ ଭାଙ୍ଗି ପଡନି।ମୁଁ ପରା ଅଛି ତମ ସାଥିରେ ଆଉ ଦେଖ କାଳିଆ ବି ଅଛି ନା।ଯାହାର କେହି ନାହିଁ ତାର ତ ଏ କାଳିଆ ହିଁ ସାହା ଭରସା।ମାଆ ଡାକ ଶୁଣିବାକୁ ସତେ ଯେମିତି ମୋର ଭାଗ୍ୟରେ ଥିଲା।ଦଶ ବର୍ଷ ପରେ କାଳିଆ ମୋ ଡାକ ଶୁଣି ତତେ ମୋ କୋଳକୁ ଦେଲେ।


ମୋର ସଂସାର ହସି ଖେଳି ଉଠିଲା।ଜାଣିଚୁ ଯେବେ ତୁ ଜନ୍ମ ହେଲୁ ବାପା ତତେ ବହୁତ ଗେଲ କଲେ।ତୋର ସ୍ନେହରେ କେହି ଭାଗ ନ ବସ୍ତନ୍ତୁ ବୋଲି ଆମେ ଦ୍ୱିତୀୟ ସନ୍ତାନ କଥା କେବେ ଭାବି ନଥିଲୁ।ଧୀରେ ଧୀରେ ତୁ ବଡ଼ ହେବାରେ ଲାଗିଲୁ ।ବାପା ତୋର ସବୁ ଖୁସି ପୁରଣ କରୁଥିଲେ।ନିଜେ ସିନା ପୁରୁଣା ପିନ୍ଧୁଥିଲେ ତତେ କେବେ ସେ ନୂଆଁ ଡ୍ରେସ ଦେବାରେ ଅଵହେଳା କରିନାହନ୍ତି।ହେଲେ ତୁ ଏମିତି କରିବୁ ବୋଲି ଆମେ ଭାବି ନଥିଲୁ।



ପାଠ ପଢି ଚାକିରୀ କଲା ପରେ ଆମେ ଭାବୁଥିଲି ଆମ ଦୁଃଖ ଦୂର ହେଇଯିବି।ଆମେ ବୁଢ଼ା, ବୁଢ଼ୀ ଦୁହେଁ ଖୁସିରେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ତୋ ମୁହଁକୁ ଅନେଇ ବାକି ଜୀବନ ବିଟିଯିବ।କିନ୍ତୁ ତୁ ଚାକରି କରି ସହରୀ ଝିଅକୁ ବୋଉ କରି ଆଣିଲୁ।ଆମ ଦିଜଣକୁ ପର କରିଦେଲୁ।ବାପାତ ବେଶି ଦିନ ବଞ୍ଚିଲେନି।ମୋ ଭାଗ୍ୟରେ ସବୁ ଦୁଃଖ।ଯେବେ ତୁ ମତେ ହାତ ଉଠେଇ ମାଡ଼ ପିଟା କଲୁ ସେବେ ବି ମୁଁ ବହୁତ ଖୁସି ଥିଲି କାରଣ ମୁଁ ପାଉଥିଲି ତୋ ହାତର ସେହି ସ୍ପର୍ଶ।ଯାହାର ସ୍ପର୍ଶରେ ମୁଁ ଭୋକ ଶୋଷ ସବୁ ଭୁଲି ଯାଉଥିଲି।କେବଳ ପାର୍ଥକ୍ୟ ଏତିକି ତୁ ଗେଲ କରିବାକୁ ମୋ ଦୁଇ ଗାଲକୁ ସ୍ପର୍ଶ କରୁଥିଲୁ କିନ୍ତୁ ଆଜି ତୋ ହାତ ସ୍ପର୍ଶ କରୁଛି ମୋ ଗାଲରେ ଚାପୁଡା।ମୋର କିଛି ଆପତ୍ତି ନଥିଲା ରେ ଧନ।କିନ୍ତୁ ଯେଉଁ ଦିନ ବୋଉ କଥାରେ ପଡି ମୋତେ ଆଣି ଏ ବୃଦ୍ଧାଶ୍ରମରେ ଛାଡି ଦେଇ ଚାଲିଗଲୁ।ମୁଁ କେମିତି ବଞ୍ଚିବି କହ??ତୋ ହାତର ସେହି ସ୍ପର୍ଶ କେମିତି ପାଇବି।ବୁଢ଼ୀ ମାଆଟା କଣ ଆଜି ଏତେ ଅଲୋଡ଼ା ହେଇଗଲା।




ସେଦିନର ସ୍ପର୍ଶରେ ମୁଁ ବହୁତ ଖୁସି ଥିଲି।କିନ୍ତୁ ଭାବୁଛି ବୋଧେ ମୁଁ ବାଞ୍ଝ ଥିଲି ବହୁତ ଭଲ ଥିଲି।ମୋତେ ବି ତମ ପାଖକୁ ନେଇ ଯାଅ ତପନ ବାପା।


Rate this content
Log in

Similar oriya story from Tragedy