suchitra pradhan

Abstract Drama Classics

4  

suchitra pradhan

Abstract Drama Classics

ଅତୀତ ଅପେକ୍ଷାର ଅନ୍ତ

ଅତୀତ ଅପେକ୍ଷାର ଅନ୍ତ

6 mins
287



ଚାରିଆଡେ଼ ହସ, ଖୁସିର ମହୋଲ ଥାଏ। ପ୍ରେମୀ ଯୁଗଳମାନେ ହାତରେ ହାତ ଛନ୍ଦି ବୁଲିବାରେ ବ୍ୟସ୍ତ। ପାର୍କ, ହୋଟେଲ ଚାରିଆଡେ଼ ଗହଳି। ହେଲେ ମୋ ମନ ଭିତରେ ଅଶାନ୍ତ ସମୁଦ୍ରର ଢେଉ ଭାଙ୍ଗି ଚାଲୁଥିଲା। ଆଜି କୁଆଡ଼େ ପ୍ରମିଜ୍ ଡେ? ପ୍ରମିଜ ଡେ କହିଲା ବେଳକୁ ମୋତେ ଭାରୀ ହସ ଲାଗୁଥିଲା ଆଉ ନିଜ ଉପରେ ରାଗ ବି ଲାଗୁଥିଲା। ସତରେ କ'ଣ ଯିଏ ଯାହା ଯାହା ଶପଥ ଦେଇଥାନ୍ତି ସେହି କଥା ରଖନ୍ତି। ଜମା ନାହିଁ। ଯଦି ରଖନ୍ତି ତା ହେଲେ ଆଜି ବି ମୋ ହାତରେ କାହା ହାତ ଥାଆନ୍ତା। ଏ ସବୁ ମିଛ?? ମୋତେ ତ ଏ ସବୁ ଉପରେ ତ କିଛି ଭରସା ନାହିଁ। ମୋ କଥା ଶୁଣି ମୋ ପାଖରେ ଥିବା ଜଣେ ମାଉସୀ କହିଲେ,


କିରେ ବାପା ତୁ ବୋଧେ ପ୍ରେମରେ ଧୋକା ଖାଇଛୁ ?


ନାହିଁ ମାଉସୀ ସେମିତି କିଛି ନାହିଁ।


ମୁଁ ତୋ ଆଖିରେ ସେ ଭିତରେ ଜମାଟ ବାନ୍ଧିଥିବା କୋହ କୁ ଠିକରେ ଦେଖି ପାରୁଛି। ମୋଠୁ ତୁ ଅଧିକା ପାଠ ତ ନିଶ୍ଚିତ ପଢିଚୁ ମୁଁ ଜାଣିଛି।ହେଲେ ଏ ମୁଣ୍ଡର ଚୁଟି ଏମିତି ଧଳା ହୋଇନି। ତୋ ଠୁ ଅଧିକା ଦୁନିଆ ଦେଖିଛି। ତୋତେ ଦେଖି ଯିଏ ବି କହିଦେବ କି ତୁ କାହାକୁ ଏବେ ଯାଏଁ ଅପେକ୍ଷା କରିଛୁ।


ନାହିଁ ମାଉସି ଅପେକ୍ଷା କରିଥିଲି କିନ୍ତୁ ଏବେ ଆଉ କରିନି। କାରଣ ମୁଁ ଜାଣି ସାରିଛି ସେ କହିଥିବା ସବୁ କଥା ମିଛ। ମୋ ହାତରେ ତା ହାତ ଧରି କରିଥିବା ସବୁ ପ୍ରତିଜ୍ଞା ମିଛ। କଥା ଦେଇ ସେ କିଛି ବି କଥା ରଖିଲାନି।


ଶୁଣରେ ବାପା ମନ ଭିତରେ ଲୁଚେଇ ରଖିଥିବା କୋହକୁ କହିଦେ ମନ ହାଲକା ହୋଇଯିବ। ମନ ଭିତରେ ଦବେଇ ରଖିଲେ କଷ୍ଟ ବହୁତ ବଢ଼ିଯିବ। ଛୋଟ ଘାଆକୁ ଲୁଚେଇଲେ କେତେବେଳେ ଯେ ବଢ଼ି ବଢ଼ି କ୍ୟାନ୍ସର ହେଇଯାଏ ଜଣା ପଡ଼େନି।


ମାଉସୀଙ୍କ କଥା ଶୁଣି ମୁଁ କିଛି ସମୟ ପାଇଁ ଅତୀକୁ ଫେରି ଆସିଲି।

ଆମେ ଦୁଇ ଜଣ ଏମିତି ଫେସବୁକରୁ ହିଁ ବନ୍ଧୁତା ହୋଇଥିଲୁ। ମୋର ଗଳ୍ପ, କବିତା ମାଧ୍ୟମରେ ସେ ମୋ ଜୀଵନକୁ ଆସିଥିଲା।


ହାଏ ସତ୍ୟ


(ମୋତେ ଅଜଣା ନମ୍ବରରୁ ମେସେଜ ଆସିବା ସ୍ଵଭାବିକ ଥିଲା। କାରଣ କିଏ କେତେବେଳେ କବିତା ଓ ଗଳ୍ପ ପାଇଁ ମେସେଜ ଆଉ କଲ କରି ଦିଅନ୍ତି। ମୁଁ ବି ଟିକେ ଭାବି ଚିନ୍ତି ମେସେଜର ଉତ୍ତର ଦେଇଥିଲି।)

ହଁ, ହାଏ

ସତରେ ତୁମର ଆଜି ମୋଟିଭେସନାଲ ଭିଡିଓ ଯୋଉଟା ଏବେ ଏବେ ଅପଲୋଡ଼ କଲ ମୋ ମନ କୁ ଖୁବ୍ ଛୁଇଁଲା।


ଓଃ ବହୁତ୍ ବହୁତ ଧନ୍ୟବାଦ। କାହିଁକି କେଜାଣି ତା ସହ କଥା ହେବାକୁ ଭାରୀ ଇଚ୍ଛା ହେଲା। ଧୀରେ ଧୀରେ ଆମ ଭିତରେ ବନ୍ଧୁତା ବଢ଼ିବାକୁ ଲାଗିଲା।


ସେ ଦିନ ଥିଲା ମୋର ଜନ୍ମ ଦିନ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମସ୍ତଙ୍କ ମେସେଜ ଦେଖି ଦେଖି ବୋର୍ ହେଇଯାଇଥିଲି। ସମସ୍ତେ ମୋତେ ମେସେଜ ଓ ଫୋନ୍ କରି ଜନ୍ମ ଦିନର ଶୁଭକାମନା ଜଣେଇ ସାରିଥିଲେ । ତଥାପି ମୋତେ କିଛି ଖାଲି ଖାଲି ଲାଗିଥିଲା। ଏମିତି ଲାଗୁଥିଲା ଆପଣାର ମଣିଷ କିଏ ଏବେ ଯାଏଁ ମୋତେ ଗୋଟେ ମେସେଜ ବି କରିନି। ବାରମ୍ବାର ମେସେଜ ଆଉ କଲ ଦେଖିଥିଲି । ହେଲେ ସବୁଥର ନିରାଶ ହେଉଥିଲି। କିଛି ସମୟ ପରେ ମୋ ଛାତିର ସ୍ପନ୍ଦନ ବଢ଼ି ଗଲା। ଦେଖିଲି ସ୍କ୍ରିନ୍ ଉପରେ ନିବୁର ମାନେ ନିବେଦିତାର କଲ ଆସୁଛି। କାହିଁକି କେଜାଣି ନିଜକୁ ଦର୍ପଣ ଆଗରେ ରହି ତିନି ଚାରି ଥର ଦେଖିନେଲି। ସବୁ ଠିକ ଅଛି ତ ?


ହେଲୋ ଏତେ କଣ ଡେରି କରୁଛ କଲ ରିସିଭ କରିବା ପାଇଁ?


ୟେ କଣ ମୋତେ ଜନ୍ମ ଦିନର କିଛି ଉଇସ୍ ବି କରୁନି ? ହଁ ଟିକେ ବ୍ୟସ୍ତ ଥିଲି ତ


ମୁଁ ତୁମକୁ ଏଠି ପାର୍କରେ ଅପେକ୍ଷା କରିଛି। ସବୁଦିନ ଆସ ହେଲେ ଆଜି କାହିଁକି ଆସିନ ? ଆଜି କିଛି ଖାସ କି?


ସତରେ ୟେ ମୋ ଜନ୍ମ ଦିନ ଭୁଲିଗଲା। ହଁ ହେଉ ମୋର ଆଉ ନିବୁର ସମ୍ପର୍କ ର ନାମ ତ ସେମିତି କିଛି ନାହିଁ। ହଁ ମୁଁ ପାଞ୍ଚ ମିନିଟ୍ ରେ ପହଞ୍ଚି ବି। ମନଟା ମୋର ପୁରା ପୁରି 

ଭାଙ୍ଗି ଗଲା। ଡାକିଛି ଯେତେବେଳେ ଯିବାକୁ ତ ପଡ଼ିବ। ମୁଁ ଗାଡ଼ି ଷ୍ଟାର୍ଟ କରି ବାହାରି ପଡ଼ିଲି।


ଓଃ ଆଜି କଣ ଏତେ ସୁନ୍ଦର ଦେଖା ଯାଉଛ? ନୂଆଁ ଡ୍ରେସ? କଥା କଣ?


:- ନାହିଁ କିଛି ନାହିଁ। ଏମିତି ମନ ହେଲା ତ।ମୋ ହାତକୁ ଧରି ଆମେ ସବୁଦିନେ ବସୁଥିବା ବେଞ୍ଚ ଆଡକୁ ଟାଣି ନେଲା । ସୁନ୍ଦର କେକ୍ ସହ ଫୁଲ ତୋଡା ଥିଲା। ତୋଡା ଭିତରୁ ଗୋଟେ ଖିଲି ଖିଲା ଗୋଲାପ ଧରି ମୁଁ କିଛି ଭାବିବା ଆଗରୁ ଆଣ୍ଠୁ ମାଡ଼ି ବସି ମୋତେ I love you କହିଲା।ହାତ ତାର ଆଗକୁ ବଢେଇ କହିଲା ମୋ ହାତ ସବୁଦିନ ପାଇଁ ଏମିତି ଧରିବ ନା?। ମୁଁ ସ୍ଵପ୍ନ ଦେଖୁଛି ନା ଏ ସବୁ ସତରେ ହେଉଛି। କଣ କହିବି? ଆଜିର ଦିନକୁ ହିଁ ତ ମୁଁ ଅପେକ୍ଷା କରିଥିଲି।


ୟେସ I love you tooo ...... କହି ନିବୁକୁ ଜାବୁଡ଼ି ଧରି ଜୋରରେ କୁଣ୍ଢେଇ ଧରିଲି।


ଆଜି ମୁଁ ତୁମକୁ ମୁଁ ବି ଶପଥ କରୁଛି।ମୁଁ ତୁମ ହାତ ସବୁବେଳେ ଏମିତି ଧରିଥିବି। ତୁମକୁ ତା ହେଲେ ସବୁ ମନେ ଥିଲା।।


:- ହଁ ମନେ କେମିତି ରଖିବିନି ଯେ??


ଦୁହେଁ ସାଙ୍ଗ ହୋଇ ଖୁବ୍ ମସ୍ତି କଲୁ।କେତେବେଳେ ଯେ ସମୟ କଟିଗଲା ଜଣା ପଡିଲାନି। ରାତି ବି ହେଇ ସାରିଥିଲା।


:- ମୁଁ ଆସୁଛି ସତ୍ୟ କହି ନିବୁ ହାତ ହଲେଇ ଟା ଟା କରି ଚାଲିଗଲ। କାଲିକି ପୁଣି ଦେଖା ହେବା। ମୁଁ ବି ଘରକୁ ଆସିଗଲି। ମୁଁ ଆସୁ ଆସୁ ମୋ ପାଟିରେ ବୋଉ ଗୋଟେ ବଡ ରସଗୋଲା ପୁରେଇ ମୋ ହାତରେ ଧରେଇ ଦେଲା ଗୋଟେ ଲେଟର । ୟେ ତ ମୋ ପିଲା ଦିନର ସ୍ବପ୍ନ ଥିଲା। ଆର୍ମି ଜଏନ କରିବାକୁ। ହେଲେ ଏବେ ଏବେ ତ ନିବୁର ହାତ ଧରି ତାକୁ ପ୍ରମିଜ୍ କରି କହି ଆସିଲି ତୋ ହାତ ଛାଡି କୁଆଡ଼େ ଯିବିନି। ହେଲେ?? ସଙ୍ଗେ ସଙ୍ଗେ ନିବୁ କୁ କଲ କରି ସବୁ କହିଲି।


;- ହଁ ତୁମେ ଯାଅ ତୁମ ନୀବୁ ଏମିତି ଅପେକ୍ଷା କରି ରହିବ। ଫୋନରେ ତାର କଣ୍ଠ ସ୍ଵର ଶୁଣି ମୁଁ ଠିକ୍ ଜାଣି ପାରୁଥିଲି କି ସେ କାନ୍ଦୁଛି।


ମୁଁ ଶୀଘ୍ର ଆସିବି। ମୋତେ ଅପେକ୍ଷା କରିିବ।


କଣ ହେଲା ସତ୍ୟ ଫୋନ୍ ବି ଲାଗୁନି। ଏତେ ଦିନ ଧରି କିଛି ମେସେଜ ନାହିଁ କି କଲ। ଘର ଲୋକ ଏପଟେ ମୋ ବାହାଘରକୁ ନେଇକି ବ୍ୟସ୍ତ। କଣ କରିବି ?



ନିବୁ ତତେ ଦେଖିବା ପାଇଁ ପୁଅ ଘର ଲୋକ କାଲି ଆସୁଛନ୍ତି।


ହେଲେ ବାପା ମୁଁ ସତ୍ୟ କୁ ଭଲ ପାଏ ।



କେତେ ଦିନ ଅପେକ୍ଷା କରିବୁ?? ସେ ତୋତେ ଭୁଲି ଗଲାଣି। ବର୍ଷେ ହେଲା କିଛି ଖବର ନାହିଁ।


କଣ କରିବି କିଛି ଭାବି ପାରୁନଥିଲି। ଶେଷରେ ମୋ ବାହାଘର ଠିକ୍ ହେଲା। ବାପାଙ୍କ ପସନ୍ଦର ପୁଅ ସହ। ସବୁ ଖୁସିକୁ ଜଳାଞ୍ଜଳି ଦେଇ ମୁଁ ଆଉ କାହା ହାତ ଧରିବାକୁ ଯାଉଥିଲି। ଯାହା ହାତ ଧରି ଶପଥ ନେଇଥିଲି ସେହି ହାତ ବଦଳରେ ମୋ ହାତ ଆଉ କାହା ହାତ ସହ ବାନ୍ଧି ହୋଇଯିବ ଏ କଥା ମୋ କଳ୍ପନାର ବାହାରେ ଥିଲା। ସମସ୍ତେ ବହୁତ ଖୁସି। ଯାହା ହେଉ ମାଆ ଛେଉଣ୍ଡ ଝିଅଟାକୁ ଭଲ ଘରର ଆଉ ଭଲ ବର ମିଳିିଲା। ଚତୁର୍ଥୀ ରାତି। ମନ , ହୃଦୟ ସବୁ କିଛିତ ସତ୍ୟ କୁ ଦେଇ ସାରିଛି। ଏବେ ମୁଁ ଆଉ କାହା ସହ କେମିତି??


ମୋତେ ବାହା ହୋଇ ତୁମେ ଖୁସି ଅଛ ନା??


ହଁ,,,


:- ମୋ ଛାତିରେ ଏମିତି ଯନ୍ତ୍ରଣା ଅନୁଭବ ହେଉଛି। ନିବେଦିତା ମୋ ପାଇଁ ପାଣି ଟିକେ ଆଣ ଆଉ ବୋଉଙ୍କ ପାଖକୁ ଯାଇ ମେଡିସିନ ବି ଆଣିଦିଅ।


:- ଏ କଣ ହେଉଛି?? ବୋଉ ଜଲ୍ଦୀ ଆସ ତୁମ ପୁଅର କଣ ହେଇଯାଉଛି। କିଏ କିଛି କରିବା ଆଗରୁ ହିଁ ବାସର ରାତିରେ ହିଁ ମୁଁ ସାଜିଲି ବିଧବା। ପାଦରୁ ଅଳତା, ହାତରୁ ମେହେନ୍ଦିର ରଙ୍ଗ ଛାଡିବା ଆଗରୁ ମଥାର ସିନ୍ଦୁର ଲିଭିଗଲା। ୟେ କେମିତିକା ନ୍ୟାୟ କରୁଛ ଭଗବାନ ତୁମେ??


:- ଆଲୋ ଅଲକ୍ଷଣି, ଜନ୍ମରୁ ବୋଉ କୁ ଖାଇଥିଲୁ ଆଉ ମୋ ଘରେ ପାଦ ଦେଉ ଦେଉ ମୋ ପୁଅକୁ ଖାଇଲୁ। ଏବେ ଏହି ମୁହୂର୍ତ୍ତରେ ମୋ ଘରୁ ବାହାରି ଯାଆ।


:- ମୁଁ କୁଆଡ଼େ ଯିବି ବୋଉ?


:- ତୁ ଯୁଆଡେ ଯାଉଛୁ ଯାଆ ହେଲେ ମୋ ଘରୁ ବାହାର।




ବାପା,ବାପା କବାଟ ଖୋଲ


ଏତେ ରାତିରେ ଆଉ ଏମିତି ଅବସ୍ଥାରେ?? କଣ ହୋଇଚି କହ?


ମୋ ସ୍ବାମୀ ଆଉ ନାହାନ୍ତି ଏହି ଦୁନିଆରେ। ମୁଁ କୁଆଡ଼େ ମୋ ସ୍ବାମୀଙ୍କୁ ଖାଇ ଦେଲି। ମୋ ଶାଶୁ ଘର ଲୋକେ ମୋତେ ଅଶୁଭ କହି ଘରୁ କାଢ଼ି ଦେଲେ। କଥାଟା ଏତେ ଜୋରରେ ବ୍ୟାପି ଗଲା। ସାହିରେ ଲୋକଙ୍କ ଟାହି ଟାପରା ଆଉ ସହି ନ ପାରି ଘର ଛାଡ଼ି ଦେଲୁ।


ଆଜି ଏତେ ଦିନ ପରେ ଗାଆଁକୁ ଯିବି। ମୋ ନିବୁ ପାଇଁ ଲାଲ୍ ଶାଢ଼ୀ ନିଶ୍ଚେ ନେବି। ଶାଢ଼ୀ ଦେଖି ବହୁତ ଖୁସି ହେବ। ଏତେ ଦିନ ହେଲା ମୋତେ ଅପେକ୍ଷା କରିଥିବ। ଏ କଣ ନିବୁ ଫୋନ୍ ଲଗୁନି। ଘରେ ବି ତାଲା ପଡିଛି।


ଆରେ ସତ୍ୟ କେବେ ଆସିଲୁ ବାପା। ନିବୁ କୁ ଖୋଜୁଛି କି?? ସେ ଏଠି ରହୁନି ତାର ବାହାଘର ସାରିଥିଲା ହେଲେ ତାର ସ୍ଵାମୀ ମରିଗଲା ଆଉ ତା ପର ଠୁ ସେ ଏଠି ରହୁନି। ବାପା, ଝିଅ ଦୁହେଁ ଗାଆଁ ଛାଡି କୁଆଡ଼େ ଚାଲି ଯାଇଛନ୍ତି। ନିବୁ ଏ କଣ କଲୁ ତୁ?? ମୋ ପାଇଁ ଅପେକ୍ଷା ନ କରି ତୁ ଆଉ କାହା ହାତ ଧରି ନେଲୁ।ହେଉ ମାଉସି ମୁଁ ଆସୁଛି।


ମୁଁ ମୋ ଅତୀତରେ ଏତେ ହଜି ଯାଇଥିଲି ଯେ କେତେବେଳେ ସନ୍ଧ୍ୟା ହେଇଗଲା ଜଣା ପଡ଼ିଲାନି। ମୁଁ ଆସୁଛି ମାଉସି ପୁଣି ଦେଖା ହେଲେ ସବୁ କହିବି। ମୋତେ ଅଫିସ୍ ଯିବାର ଅଛି।



ସାର୍ ଯିବା ଏଥର।


ହଁ,ଯିବା। ଯିଏ ହାତ ଧରି ପ୍ରମିଷ୍ କରିଥିଲା ସେ ଆଉ ନାହିଁ। ଆଜିର ଦିନରେ କାହାକୁ ପ୍ରମିଶ କରିବି? ଆଖିରୁ ଲୁହ ପୋଛି ଗାଡିରେ ବସିଲି। ଜଙ୍ଗଲ ରାସ୍ତାରେ ଗାଡ଼ି ଚାଲୁଥିଲା। ମୁଁ ମୋ ଆଖିର ଲୁହକୁ ଆଖିରେ ହିଁ ଜମାଟ ବାନ୍ଧିଦେଲି। ହେଲେ ଅଚାନକ କାହାର କାନ୍ଦ ଶୁଣି ଡ୍ରାଇଭରକୁ କହି ଗାଡ଼ି ରଖିଲି। ଧଳା ଶାଢ଼ୀ ପିନ୍ଧି ଜଣେ ସ୍ତ୍ରୀ ଲୋକ କାନ୍ଦୁଛି। ମୁଁ ଗାଡ଼ିରୁ ଓହ୍ଲେଇ ଯାହା ଦେଖିଲି ମୋ ପାଦ ତଳୁ ମାଟି ଖସିଗଲା। ନିବୁ ତୁ ଏତେ ରାତିରେ ଏଠି? ମୁଁ କିଛି କହିବା ଆଗରୁ ସେ ମୋତେ ଜୋରରେ ଜାବୁଡ଼ି ଧରି କନ୍ଧି ବାକୁ ଲାଗିଲା।


am sorry ସତ୍ୟ। ମୁଁ ମୋ କଥା ରଖି ପାରିଲିନି।


ହେଲେ ମୁଁ ମୋ କଥା ନିଶ୍ଚିତ ରଖିବି। ତୋ ହାତ ଦେ। ମୁଁ କହିଥିଲି ନା ତୋ ହାତ ମୁଁ ଏମିତି ସବୁ ଦିନ ଧରିବି।


ତା ମାନେ ତୁମେ ତୁମ ନିବୁ କୁ ପୁଣି ଥରେ ।


ହଁ ନିବୁ। ମୁଁ ସବୁ ଜାଣିଚି ଏବେ ଆଉ କାନ୍ଦନା। ଆଜି ପରା ପ୍ରୋମିଜ ଡେ ହାତ ରଖି ଆଉ ଏକ ଶପଥ ନେ କି କେବେ ଆଉ ଆଖିରୁ ଲୁହ ଝରେଇ ବିନୁ।


ସତ୍ୟ I love you।।



ଆଜିର ଦିନରେ ଅଲଗା ହୋଇଥିବା ଦୁଇ ପ୍ରେମୀ ଯୁଗଳଙ୍କ ପୁଣି ଥରେ ମିଳନ ହେଉଥିଲା।




Rate this content
Log in

Similar oriya story from Abstract