STORYMIRROR

suchitra pradhan

Others

3  

suchitra pradhan

Others

ବର୍ଷା

ବର୍ଷା

1 min
196

ବର୍ଷା କାହା ପାଇଁ ଅଭିଶାପ ତ କାହା ପାଇଁ ଆଶ୍ରିବାଦ। 

ବାଦଲ ଫଟା ବର୍ଷା ଚାଲିଚି ଠିକ ଏହି ସମୟରେ ରାସ୍ତାରେ ଅଡ଼ି କାର ଭିତରୁ ଦୁଇ ଜଣ ବାହାରି ଆସି ବର୍ଷାକୁ ଉପଭୋଗ କରି ମନ ଖୁସିରେ ଓଦାରେ ଭିଜି ଭିଜି ଟିକ ଟକ ବନାଇବାରେ ଵ୍ୟସ୍ତ ଥିଲେ।

 ରାସ୍ତାର ଅପର ପାର୍ଶ୍ଵରେ ତମ୍ବୁ ତଳେ ଶୋଇଥିବା ଛୁଆଟିକୁ ମାଆ ତା କୋଳକୁ ନେଇ ତାର ପଣତ କାନିରେ ଘୋଡେଇ ଦେଇ ତମ୍ବୁରୁ ଗଳୁଥିବା ପାଣିକୁ ଗିନାରେ ରଖି ବାରମ୍ବାର ବାହାରକୁ ଫୋପାଡ଼ିବାରେ ବ୍ୟସ୍ତ ।

ମିଶ୍ର ବାବୁ ଆଜି ଠାକୁରଙ୍କୁ ବହୁତ ମୁଣ୍ଡିଆ ମାରୁଥିଲେ ହେ ପ୍ରଭୁ, ବର୍ଷା ନ ହେଉ 

ବହୁତ ଦିନ ପରେ ଏତେ ସାରା ଟଙ୍କା ଖର୍ଚ୍ଚ କରି ଏସିଆନ୍ ପେଣ୍ଟରେ ଘର ରଙ୍ଗ କରିଛି।ବର୍ଷା ହେଲେ ବାହାରଟା ସବୁ ଧୋଇ ହେଇଯିବ।କେତେ ଦିନ ଯାଏଁ ବର୍ଷା ନହେଉ।

  ବଳିଆ ବିକଳ ହୋଇ କହୁଛି ହେ ପ୍ରଭୁ ହେ ଇନ୍ଦ୍ର ଦେବ ଟିକେ କରୁଣା କର।ଟିକେ ତ ବର୍ଷା କରିଦିଅ।ନ ହେଲେ ଧାନ ତଳିଟା ଗଜା ମରୁଡି ହେଇଯିବ ।ମରୁଡି ହେଲେ ମୋ ସ୍ତ୍ରୀ ଆଉ ପିଲା ଭାସି ଯିବେ।ଏ ବର୍ଷ ପୁଣି ମହାଜନ ଠୁ କରଜ ଆଣି ଚାଷ କରିଛି।ଟିକେ ବର୍ଷି ଦିଅ ନ ହେଲେ ମୋ ଲୁହ ରେ ମୋ ଘର ଦ୍ୱାର ଭାସି ଯିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍