STORYMIRROR

suchitra pradhan

Romance Tragedy Others

3  

suchitra pradhan

Romance Tragedy Others

ଅନୁତାପ

ଅନୁତାପ

2 mins
373


ଅନୁତାପର ଲୁହ ଗୁଡି଼କ ସତେ ଯେମିତି ମୋ ସହ ଲୁଚ କାଳି ଖେଳୁଛନ୍ତି।ବୋଧେ ସେମାନେ ଆଗରୁ କେବେ ମତେ ଏମିତି ନିଃସହାୟ ଅବସ୍ଥାରେ ଦେଖି ନଥିଲେ।ସେମାନଙ୍କୁ କଣ ଜଣା।ସେମାନେ କେବେଳ ସୁଯୋଗର ଅପେକ୍ଷାରେ ଥାଆନ୍ତି।କେବେ ଖୁସିର ତ କେବେ ଦୁଃଖର ଆଖିରୁ ମୋତି ଝରିଲା ପରି ଟପ ଟପ ହୋଇ ଝରି ପଡ଼ନ୍ତି।ବହୁତ କିଛି ବଦଳିଗଲା ମୋ ଜୀବନରେ କେବଳ ତୁମ ପାଇଁ ଅନୁପ।ଅନୁତାପର ଲୁହ ସବୁ ଏମିତି ଦିନେ ଆଖିରୁ ବୋହିହୋଇ ସମୁଦ୍ର ସୃଷ୍ଟି କରିଦେବ କିଏ ବା ଜାଣିଥିଲ। । 


କେମିତି ଭୁଲିବି ସେ ସବୁ କଥା ଯାହା ଆଜି ବି ଭାବିଲେ ଦେହ ପୁରା କ୍ଷତାକ୍ତ ହୋଇ ଉଠେ ।ମନରେ ଖେଳି ଯାଏ ଅଜଣା ଶିହରଣ।କୁଆଡେ ଗଲା ତୁମ ପ୍ରତିଶୃତି??ମିଛ ଥିଲା ନା ସେ ସବୁ?ଏହି ଚାରି କାନ୍ଥ ଭିତରେ କିଏ ବା ଦେବ ଉତ୍ତର?ପ୍ରତିଧ୍ୱନି ହୋଇ ସବୁ ପ୍ରଶ୍ନ ମୋ କାନ ପାଖରେ ଘୁରି ବୁଲୁଛି।ଆଜିର ଏହି ନିଃସଙ୍ଗତା ପାଇଁ ମୁଁ ହିଁ ଦାୟୀ।ଜୀବନରେ ଏମିତି କାହାକୁ ଅନ୍ଧ ଭଳି ବିଶ୍ୱାସ କରି ତା ପ୍ରେମରେ ପାଗଳ ହେଇ ଏମିତି ଅନୁତାପ କରିବାକୁ ପଡିବ କେବେ ବି ଭାବିନଥିଲି।ଅନୁତାପ ନିଆଁର ଝୁଲରେ ମତେ ତମେ ଦିନେ ଏମିତି ଜାଳିବ ବୋଲି ଭାବି ନଥିଲି ମୁଁ।ଆଜି ବି ମନେ ଅଛି ମୋର ସେ ସବୁ ଦିନ ଗୁଡିକ।କିନ୍ତୁ ମୋତେ ବା କଣ ଜଣା ଥିଲା ତମେ ମୋ ସହ ଖେଳି ଚାଲିଚ।ମୋ ଦେହ,ମନ, ଭାବନାକୁ ଏମିତି ଖେଳିବ କେବେ ସ୍ୱପ୍ନରେ ସୁଧା ଭାବି ନଥିଲି।ହୁଏତ ଯଦି ମୁଁ ତୁମ ସହ ସେଦିନ ଦେଖା ହୋଇ ନଥାନ୍ତା ମୋର ଜୀବନର ରାସ୍ତା କିଛି ଅଲଗା ମୋଡ ନେଇ ଥାନ୍ତା ଆଜି।ସବୁ କିଛି ଆଜି ବି ଭାସି ଯାଉଛି ଆଖି ଆଗରେ।।



ପୁରା କଲେଜ ପୁଅ ମୋ ପଛରେ ପଡ଼ିଥିଲେ ଆଉ ମୁଁ ତମ ପଛରେ।ବହୁତ ସୁନ୍ଦର ଥିଲା ସେ ସବୁ ଦିନ।ଆମେ ଦୁହେଁ ପ୍ରେମ ପକ୍ଷୀ ହୋଇ ଉଡି ବୁଲୁଥିଲେ ଖୋଲା ଆକଶରେ।ନା ଥିଲା ଡର,ନା ଥିଲା ଭୟ।ମନରେ ଅଶୁମାରି ଆଶା ଆଉ ସ୍ୱପ୍ନ।ତମେ ପାଠ, ସାଠ ସବୁଥିରେ କଲେଜରେ ଟପ କରୁଥିଲ।ତାର ପୁରା ଓଲଟା ଥିଲି ମୁଁ।ନାଚ, ଗୀତ, ଗପ ଖଟିରେ ମୋର ଦିନ ଯାଉଥିଲା।ବହୁତ ଥର ତୁମେ ମତେ କୁହ ଅନୁ ଟିକେ ପଢ଼ା ପଢିରେ ମନ ଦିଅ।କିନ୍ତୁ ମୁଁ କେବେ ଶୁଣେନି।କହେ ତମେ ତ ପଢୁଛ ମୋତେ ପଢିବା କଣ ଦରକାର।କଲେଜ ସରିବା ପରେ ତମେ ଏମ.ବି. ବି. ଏ.ସ ପଢିବ ବୋଲି ଯେବେ ଟଙ୍କା ଯୋଗାଡ କରିପାରିନଥିଲ ମୋତେ ଆସି କହିଥିଲ।ମୁଁ ବାପାଙ୍କୁ କହି ତମର ସବୁ ସୁବିଧା କରିଥିଲି।ମୋତେ ସେ ଦିନ ତୁମେ ଜାବୁଡି ଧରି ଆଲିଙ୍ଗନ କରି ମୋର ଗାଲରେ ଭରି ଦେଇଥିଲ ମିଠା ଚୁମ୍ବନ।ବହୁତ ଖୁସି ଲାଗୁଥିଲା।




କାହିଁକି କେଜାଣି ତୁମେ ଡ଼କ୍ଟର ପାଠ ପଢିବା ପରେ ଧୀରେ ଧୀରେ ବଦଳି ଗଲ।ଯେବେ ବାପା ଆମ ବାହାଘର କଥା ଉଠାନ୍ତି ।ତମେ କିଛି ନା କିଛି ବାହାନା କରି ଟାଳି ଦେଉଥିଲ।ବେଶି ଦିନ ବି ଗାଁରେ ନ ରହି ସହରରେ ରହିବାକୁ ଲାଗିଲ।କିନ୍ତୁ ଯେବେ ମୁଁ ତମ ପିଲାର ମାଆ ହେବାକୁ ଗଲି।ତମେ ମତେ କଳଙ୍କିନି କହି ବାହାଘର ପାଇଁ ମନା କରିଦେଲ।ଦୁନିଆ ଜାଣିଥିଲା ଯେ ଅନୁ କେବଳ ଅନୁପକୁ ଭଲ ପାଉଥିଲା।କିନ୍ତୁ ତମେ ଏମିତି କରିବ ବୋଲି ଭାବି ନଥିଲି।ବୋଧେ ପ୍ରେମ କରିବା ଭୁଲ ଥିଲା।ତୁମ କଥା ଶୁଣି ତୁମ ସହ ସେଦିନ ଅନ୍ତରଙ୍ଗ ହେବା ଭୁଲ ।ଆଜି ଅନୁତାପ କଲେ କେବଳ ଲୁହ ଅଛି।କିନ୍ତୁ ଜାଣିନି ମୋ ପାଇଁ ମୁଁ ଗୋଟେ ନିରୀହ ଶିଶୁ ତାର ବାପା ପରିଚୟ ପାଇପାରିବନି।ସତରେ ଅନୁପ ଏମିତି କଣ ପାଇଁ କଲ??





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance