suchitra pradhan

Children Stories Drama Children

4  

suchitra pradhan

Children Stories Drama Children

ମାଆର ଚକୋଲେଟ୍ ଚାପୁଡା

ମାଆର ଚକୋଲେଟ୍ ଚାପୁଡା

5 mins
264



ଦୁନିଆ ଆଜି ଖାଲି ମିଠା ମିଠା ବାସୁଛି। ଏମିତି ଲାଗୁଛି ସତେ ଯେମିତି ପୃଥିବି ପୃଷ୍ଠରୁ ସବୁ ଫୁଲର ବାସ୍ନା କୁଆଡେ ଦୂରେଇ ଯାଇଛି। ଯାହା ହାତରେ ଦେଖିବ ବଡ ବଡ ସବୁ ଚକୋଲେଟ୍। ଭଳି ଭଳିକା ଚକୋଲେଟ୍। ଦଶ ଟଙ୍କାରୁ ଆରମ୍ଭ କରି ହଜାର ହଜାର ଟଙ୍କା ଦାମର ଚକୋଲେଟ୍ ହାତରେ ଅଛି। ଆଜି କୁଆଡ଼େ ଚକୋଲେଟ୍ ଡେ।କାହିଁକି କେଜାଣି ଏ ସବୁ ଠୁ ବହୁତ ଦୂରରେ ମୁଁ ଥିଲି। ମୋତେ ଏ ସବୁ ପସନ୍ଦ ନଥିଲା ମୁଁ ନିଜ ମନକୁ ମାରି ଏ ସବୁଠୁ ଦୂରେଇ ଯିବାକୁ ଚେଷ୍ଟା କରୁଥିଲି ନିଜେ ବି ଜାଣି ପାରୁନଥିଲି କାହିଁକି ଦୂରେଇ ଯାଉଥିଲି। ଆଖି ଆଗରେ ପଡ଼ିଲା ଚକୋଲେଟ୍ ଦୋକାନ ଅପର ପାର୍ଶ୍ଵରେ ଗୋଟେ ଛୋଟ ପିଲା ଉପରେ ଯିଏ କି କାଚ ଗ୍ଲାସ୍ ଭିତର ଦେଇ ଏକ ଧ୍ୟାନ ରେ ଚାହିଁ ଦେଖୁଥିଲା ଦୋକାନ ଭିତରେ ରହିଥିବା ଭଳିକି ଭଳି ଚକୋଲେଟ୍ ଉପରେ । ସତରେ କି ବିଚିତ୍ର ସୃଷ୍ଠି କାହା ପାଖରେ ଶହ ଶହ ଟଙ୍କାର ଚକୋଲେଟ୍ ଥିଲା ବେଳେ କାହା ପାଖରେ ଗୋଟେ ଟଙ୍କା ବି ନାହିଁ ଚକୋଲେଟ୍ କିଣିବାକୁ। ବୋଧହୁଏ ଦୁଃଖୀ ଲୋକଙ୍କ ଜୀବନରେ ଭଗବାନ ବେଶୀ ଦୁଃଖ ଲେଖି ଦିଅନ୍ତି । କାହିଁକି କେଜାଣି ଏମିତି କରନ୍ତି ଭଗବାନ ? ପିଲାଟିକୁ ଦେଖି ଦୋକାନ ମାଲିକ ଛେଇ ଛେଇ କରି ତାକୁ ଘଉଡାଇବାରେ ବ୍ୟସ୍ତ ଥିଲା। ହେଲେ ପିଲାଟିର ସେହି ନିରୀହ କରୁଣ ଚାହାଣୀ ମୋତେ ମୋ ଅତୀତକୁ ଟାଣି ନେଲା।


*******


ସେ ଦିନ ବି କୁଆଡ଼େ ଚକୋଲେଟ୍ ଡେ ଥିଲା। ସମସ୍ତଙ୍କ ହାତରେ ଆଜି ଭଳି ନାଲି, ନେଳି ,ହଳଦୀ ,ବାଦାମୀ ରଙ୍ଗର କେତେ ପ୍ରକାର ଚକୋଲେଟ୍ ଥିଲା। ହେଲେ ମୋ ପାଖରେ ସେ ସବୁ କିଛି ନଥିଲା। ସ୍କୁଲର ସମସ୍ତଙ୍କ ହାତରେ ଚକୋଲେଟ୍ ଦେଖି ମୋ ମନ ଭିତରେ ବି ଚାକୋଲେଟ୍ ପ୍ରତି ଲୋଭ ଆସିଗଲା। ମୁଁ ସ୍କୁଲ ରୁ ସିଧା ବୋଉ ପାଖକୁ ଯାଇ ଚକୋଲେଟ୍ ପାଇଁ ଜିଦ୍ କଲି। ମୋତେ ବି ସେମିତି ବଡ ଚକୋଲେଟ୍ କିଣି ଦେବାକୁ ଯେମିତି ମୋ ସାଙ୍ଗ ମାନେ ବଡ ବଡ ସବୁ ଚାକୋଲେଟ୍ କିଣି ଖାଉଥିଲେ । ହେଲେ ମୁଁ ଆଉ ସ୍କୁଲ୍ ଯିବିନି।


ହଉ ରହ ତୋ ପାଇଁ ଆଜି ଦୋକାନରୁ ବଢିଆ ଚାକୋଲେଟ ଆଣିଥିଲି ଆଣୁଛି ମୁଁ ।ଏହି ନେ ମୁଁ ତୋ ପାଇଁ ବଢ଼ିଆ ଚକୋଲେଟ୍ ଆଣି ଦେଇଛି। ହାତ ଆଗକୁ ବଢ଼ା।


:- ଏ କଣ ଏହି ସେହି ପୁରୁଣା କମଳା ଚକୋଲେଟ୍?? ମୁଁ ଏହାକୁ ଖାଇବିନି। ମୋତେ ମୋ ସାଙ୍ଗ ସୁମନର ଚାକୋଲେଟ୍ ଭଳିଆ ବଡ ଦରକାର।


:- ଆରେ ବାବା ଏତେ ଟଙ୍କା କାହିଁ ମୋ ପାଖରେ ତୋ ପାଇଁ କିଣି ଆଣିବି?? ତୁ ତ ଜାଣିଛୁ ଆମେ ଖଟିଲେ ଖାଇବା । ତ ବାପ ଗଲାପରେ ପର ଘରେ ଦି ପାଇଟି କାମ କରି ଯାହା ରୋଜଗାର ହେଉଛି ସେଥିରେ ତୋର ମୋର ଖାଇବା ବି ଭଲରେ ହେଉନି। ଦିନେ ଖାଇଲେ ତ ଦିନେ ଉପାସରେ ରହୁଛେ ।ଏବେ ଏତେ ଟଙ୍କାର ଦାମିକା ଚକୋଲେଟ୍ କଉଠୁ ଆଣିବି। ତୁ କହ??


:- ମୁଁ କିଛି ଜାଣିନି ମୋତେ ଏମିତିକା ଚକଲୋଟ ଦରକାର। ଦେଖେ ମୋ ସାଙ୍ଗ ଚକୋଲେଟ୍ ଖାଇଲା ପରେ ମୁଁ ତାର ଜରି ଟା ଗୋଟେଇ ଆଣିଛି। ଏମିତିକା ବଡଟେ ମୋ ପାଇଁ ଆଣିଦେ। ଆଉ ଜାଣିଛୁ ତୋର ସେହି କମଳା ଚକୋଲେଟ୍ ଠୁ ବଢ଼ିଆ ଶୁଆଦିଆ ଲାଗେ ଏଇଟା।


:- ଏତେ ଦାମିକା ଚକୋଲେଟ୍ ସୁଆଦିଆ ଲାଗେ ବୋଲି ତୁ କେମତି ଜାଣିଲୁ??


:- ମୋ ସାଙ୍ଗ ଚକୋଲେଟ୍ ଖାଇ ସରିଲା ପରେ ମୁଁ ତାକୁ ଅନେଇ ରହିଥିଲି। ସେ ପକେଇବା ମାତ୍ରେ ମୁଁ ଦୌଡି ଯାଇ ସେହିଟାକୁ ଗୋଟେଇ ଆଣିଲି। ଆଉ କିଏ କିଛି ଦେଖିବା ଆଗରୁ ହିଁ ସେଥିରେ ଲାଗିଥିବା ଟିକେ ଚକୋଲେଟ୍ ମୁଁ ଚାଟି ଖାଇ ଦେଇଥିଲି।


(ମାଆଙ୍କ ଗୋଟେ ଶକ୍ତ ଚାପୁଡା ମୋ ଗାଲରେ ଠାଇ ପରି ବାଜିଥିଲା। କିଛି ସମୟ ପାଇଁ ମୋତେ ଚାରିଆଡେ଼ ଅନ୍ଧକାର ଦେଖା ଗଲା। କିଛି ସମୟ ପରେ କ'ଣ ହେଲା କେଜାଣି ମୁଁ ଆଖି ଖୋଲିଲା ବେଳକୁ ମାଆ ମୋ ମୁଣ୍ଡ ପାଖରେ ବସି ମୋ ମୁଣ୍ଡ ଆଉଁସି ଥାଏ। ତାର ଆଖିର ତତଲା ଲୁହ ମୋ ଗାଲରେ ପଡି ମୋ ନିଦ ଭାଙ୍ଗିଗଲା।)


:- ବୋଉ କହିଲା ହାତ ଖୋଲ ଦେଖେ କ'ଣ ଧରିଛୁ??


:- ହାତ ପାପୁଲିରେ ଜୋରରେ ସୁନା, ରୂପା ଜାବୁଡ଼ି ଧରିଲା ଭଳି ସୁମନର ସେହି ଚକୋଲେଟ୍ ଜରିକୁ ଜାବୁଡ଼ି ଧରିଥିଲି। ଏହି ତ ସେହି ଜରିଟା।


:- କ'ଣ ଲେଖା ହୋଇଛି ପଢ଼େ ତ??


:- ମୁଁ ଥଙ୍ଗେଇ ଥଙ୍ଗେଇ ପଢ଼ିଲି। ଡେରି ମିଲକ୍।


:- ଆରେ ବାୟା ମିଲକ ବୋଲି ମୋତେ ସେ ଦିନ କଣ କହିଥିଲୁ??


:- କ୍ଷୀର......


:- ହଁ, ଏ ସବୁ ପରା କ୍ଷୀରରୁ ତିଆରି ହୁଏ। ଆଉ ଦୁନିଆରେ ସବୁ ଠୁ ମିଠା କଣ ଲାଗେ କହିଲୁ??


:- ମୋତେ ଏ ଚକୋଲେଟ୍ ଲାଗେ।


:- ନାହିଁ ରେ ସବୁ ଠୁ ମିଠା ପରା ମାଆର ବୁକରେ ଭରି ଥିବା ଅମୃତ(କ୍ଷୀର) ମିଠା ଲାଗେ। ତା'ଠୁ ବଳି କିଛି ମିଠା ନାହିଁ। ଆଉ ଶୁଣ ଏମିତି କାହାର ଅଇଁଠା ଖାଇବା ଭଲ ନୁହେଁ। ଭଲ ପାଠ ପଢେ। ଭଲ ଚାକିରୀ କରେ ତା' ପରେ ନିଜ ମନ ପସନ୍ଦର ଚକୋଲେଟ୍ ଖାଇବୁ। ଆଉ ସେଥିପାଇଁ ମୋ କଥା ମାନିବାକୁ ପଡିବ ।


:- ସତେ ତ ମାଆ ଯାହା କହିଲା ଠିକ୍ କଥା। ମାଆର ସେହି କଥା ପଦକ ମୋ କାନରେ ସବୁବେଳେ ଠାଇ ଠାଇ ବାଜେ। ତୁ ଜମା ଚିନ୍ତା କରନା ମାଆ ମୁଁ ତୋ ପାଇଁ ଦିନେ ସବୁ ଠୁ ବଡ ଚାକୋଲେଟ୍ ଆଣିବି।



****

ଏ ପିଲା ଏଠୁ ଯିବୁ ନା ଗୋଟେ ଦେବି??


:- କାହିଁକି କେଜାଣି ଦୋକାନୀର କଥା ମୋତେ ଭାରୀ କଷ୍ଟ ଲାଗିଲା। ପକେଟରେ ହାତ ପୁରେଇ ଟଙ୍କା କାଢ଼ି ଗୋଟେ ଚାକୋଲେଟ୍ କିଣି ସେହି ପିଲାଟିର ହାତରେ ବଢେଇ ଦେଲି। ତାର ଖୁସି କହିଲେ ନ ସରେ। ମୋତେ ଗାଲରେ ଗୋଟେ ପପି ଦେଇ କହିଲା। ଆଜି ନା ମୋ ସାନ ଭଉଣୀର ଜନ୍ମ ଦିନ। ସେ ମୋତେ ବହୁତ ଦିନ ଆଗରୁ ଜିଦ୍ କରି କହିଥିଲା ଚକୋଲେଟ୍ ପାଇଁ ହେଲେ ମୋ ପାଖରେ ଏତେ ଟଙ୍କା ନଥିଲା। ମୁଁ ଜାଣି ପାରୁ ନଥିଲି କେମିତି ନେବି?? ଯାହା ହେଉ ତୁମେ ମୋତେ ଦେଲ। ହେଲେ ଗୋଟେ କଥା ବୁଝି ପାରୁନି?? ତୁମେ କେମିତି ଜାଣିଲ ଯେ ମୋତେ ଚକୋଲେଟ୍ ଦରକାର??


:- ତାକୁ ବା କେମିତି ବୁଝେଇବି?? ମୁଁ ଏହି ପରିସ୍ଥିତି ସହ ଆଗରୁ ଗତି କରି ସାରିଛି। ମୋତେ ନା ଭଗବାନ କହିଲେ କି ସେହି କୁନି ପିଲା ମୋତେ ଆଜି ଚକୋଲେଟ୍ ମାଗିଛି ତୁ ତାକୁ ନେଇ ଦେ।


:- ଓଃ ହଁ, ମୁଁ ଆସିଲା ବେଳେ କାଳିଆ ଠାକୁରଙ୍କ ପାଖରେ କହିଥିଲି ଆଜି ଯେମିତି ହେଲେ ମୋତେ ଗୋଟେ ଚାକୋଲେଟ ଦରକାର। ମୋ ମାଆ ସବୁବେଳେ କହେ ଯାହା ଦରକାର ନା ସେହି ମନ୍ଦିରରେ କହିବୁ। ସତରେ ମାଆ ସବୁବେଳେ ସତ କହେ।। ପିଲାଟି ଚକୋଲେଟକୁ ଜାବୁଡି ଧରି ଦୌଡି ଚାଲିଲା।


ମୁଁ ପକେଟରେ ହାତ ପୁରେଇ ଦେଖିଲି। ଆଜି ଯାଏଁ ସେହି ଚକୋଲେଟ୍ ଜରି ସାଇତି ରଖିଛି। ବୋଉ ତୋ ପାଇଁ କେବଳ । ବହୁତ ଗୁଡିଏ ଦାମି ଓ ସୁଆଦିଆ ମିଠା ମିଠା ଚକୋଲେଟ୍ ଧରି ମୁଁ ବାହାରି ପଡିଲି ସିଧା ମାଆ ପାଖକୁ।


ମାଆ ମୋତେ ଦୂରରୁ ଦେଖି ଦୌଡି ଆସିଲା। ମୋ ହାତରେ ଏତେ ସବୁ ଚାକୋଲେଟ ଦେଖି ମାଆ ଆଖିରେ ଲୁହ ଆସିଗଲା। ମାଆର ଆଖିର ଲୁହ ତଳେ ପଡ଼ିବା ଆଗରୁ ମୋ ହାତ ପାପୁଲିରେ ସାଉଁଟି ନେଲି।ହେଲେ ସେ ଦିନର ଲୁହ ଭଳି ଆଜିର ଲୁହ ଗରମ ନ ଥିଲା। ଭରି ରହିଥିଲା ଏକ ପ୍ରକାର ଶୀତଳତା ।


:- ଚକୋଲେଟ୍ ଖୋଲି ମାଆ ମୋତେ ଖୁଆଇବା ବେଳେ ସେ ଭିତରେ ସେହିଦିନେ ଜରିକୁ ଦେଖି ଆଶ୍ଚର୍ଯ୍ୟ ହେଉଥିଲା। ଆରେ ଏ ତ ସେହି ଜରି??


:- ହଁ ଲୋ ମାଆ ସେହି ଚକୋଲେଟ୍ ଜରି ଯାହା ପାଇଁ ତୁ ମୋ ଗାଲରେ ଗୋଟେ ଶକ୍ତ ଚାପୁଡା ଦେଇଥିଲୁ। ତୋର ସେହି ଗୋଟେ ଚାପୁଡା ପାଇଁ ଆଜି ମୁଁ ଏ ଜାଗାରେ ପହଞ୍ଚି ପାରିଛି । ଯଦି ସେ ଦିନ ମୋତେ ଚାପୁଡା ନ ଦେଇ ଥାନ୍ତୁ ହୁଏତ ମୋ ଦୁନିଆ କିଛି ଅଲଗା ହୋଇଥାନ୍ତା। ଏହି ଚାକୋଲେଟ ଜରି ଆଉ ତୋ ଚାପୁଡା ପାଇଁ ମୁଁ ଆଜି ଏଠି ପହଞ୍ଚି ପାରିଛି। ଜାଣିଛୁ ମୁଁ ନୂଆ ଚାକିରୀ ବି ପାଇଛି। ହେଲେ ମିଠା ନ ଆଣି ତୋ ପାଇଁ ଚକୋେଲେଟ୍ ଆଣିଛି। ତୋ ମୁଁହରେ ଟିକେ ହସ ଦେଖିବାକୁ।


ମାଆ, ପୁଅ ଦୁଇଜଣକ ଆଖିରୁ ଆନନ୍ଦର ଅଶ୍ରୁ ବାହାରୁଥିଲା। ସେମାନେ କେତେ ଯେ ଖୁସି ସେ କଥା ତାଙ୍କ ଲୁହ ଜଣେଇ ଦେଉଥିଲା।


Rate this content
Log in