suchitra pradhan

Drama Action Classics

4.5  

suchitra pradhan

Drama Action Classics

ଅଭିଲିପ୍ସା

ଅଭିଲିପ୍ସା

6 mins
360



ସୂର୍ଯ୍ୟାସ୍ତ ସମୟ। ସୂର୍ଯ୍ୟଙ୍କ ଲାଲିମାରେ ଚତୁଃପାର୍ଶ୍ଵରେ ଲାଲ ରଙ୍ଗ ଲେସି ହୋଇଯାଇଛି। ଧରଣୀ ରାଣୀ ଲାଲ ରଙ୍ଗ ଶାଢ଼ୀ ପିନ୍ଧି ନୂଆଁ ବୋହୂ ଭଳି ସଜେଇ ହୋଇ ଲାଜେଇ ଯାଉଛି। ଏପଟେ ପକ୍ଷୀଙ୍କ ବସାକୁ ଆଗମନର କଳ କଳ ରାବ ପୃଥିବୀର ସୁନ୍ଦରକୁ ଆହୁରି ଦୁଇ ଗୁଣିତ କରି ଦେଉଛି। ସୂର୍ଯ୍ୟଙ୍କ ସୁନେଲି କିରଣ ସମୁଦ୍ରର ଜଳ ରାଶି ଉପରେ ପଡି ଚକ୍ ଚକ୍ କରୁଛି। ଆଜି ସବୁ କିଛି ମୋତେ ଭାରୀ ସୁନ୍ଦର ଲାଗୁଛି ।ସବୁ ବର୍ଷ ଭଳି ଆଜି ବି ଅପେକ୍ଷା କରିଛି ଲିପ୍ସାକୁ। କାଳେ ଆସିଯିବ ଆଉ ମୋତେ କୋଳେଇ ନେଇ ମୋର ଅପେକ୍ଷାକୁ ଶେଷ କରିବ। ହେଲେ ମଣିଷ ଯାହା ଭାବେ କ'ଣ ସତ ହୁଏ ? ଅତୀତର ହଜେଇ ଥିବା ସ୍ମୁତି କୁ ସାଉଁଟିବାରେ ଲାଗିଥିଲି। ହେଲେ ମୋ ସହ କାହିଁକି ଏମିତି ହେଲା? ଶୁଣିଥିଲି ଅପେକ୍ଷା କୁଆଡ଼େ ଅତ୍ୟନ୍ତ ସୁନ୍ଦର ଅନୁଭୂତି। ଅପେକ୍ଷାର ଫଳ ମିଠା? କିଏ କହିଥିଲା ଏହି ଉକ୍ତି? ବୋଧେ ଯିଏ ବି କହିଛି ସେ କେବେ ବି ତା ଜୀବନରେ କାହାକୁ ଅପେକ୍ଷା କରିନି। ଯଦି କରିଥାନ୍ତା ନା ସେ କେବେ ବି ଏମିତି କହି ନଥାନ୍ତା। ଅପେକ୍ଷା ଯେ କେତେ ଯନ୍ତ୍ରଣା ଦାୟକ ସେ କଥା ମୋ ଠୁ ଭଲ ଭାବେ କିଏ ବୁଝିବ। ମୋ ଜୀବନର ଶବ୍ଦ କୋଷରେ ସବୁ ବଡ କଠିନ ଶବ୍ଦ ପାଲଟି ଯାଇଛି "ଅପେକ୍ଷା "। ଯାହା ବି ହେଉ ପୁରା ସମୁଦ୍ର କୂଳ ପ୍ରେମୀ ଯୁଗଳଙ୍କ ଆଗମନରେ ଭରି ଯାଇଥିଲା। ହାତରେ ହାତ ଛନ୍ଧି ଯିଏ ଯାହାର ଫୋଟୋ ପୋଜ ଦେବାରେ ବ୍ୟସ୍ତ। ଏ ସବୁ ଭିଡ ଭିତରେ ମୋର ଦୃଷ୍ଟି ଆକର୍ଷଣ କରି ଚାଲିଥିଲା ସେଇ ଲାଲ ଫ୍ରକ୍ ପିନ୍ଧା ଛୋଟ ଝିଅଟି । ସେ ସମୁଦ୍ର ବାଲିରେ ବାଲି ଘର ତିଆରି କରିବାରେ ନିମଗ୍ନ ଥିଲା । ହେଲେ ସମୁଦ୍ରର ଢେଉ ବାରମ୍ବାର ପିଲାଟିର ବାଲି ଘରକୁ ଭାଙ୍ଗି ଦେଉଥିଲା। ହେଲେ ସେ ବି ହାର ମାନୁ ନଥିଲା। ତାର ସେଇ କୁନି କୁନି ହାତରେ ବାଲି ସାଉଁଟି ପୁଣି ନିଜ କାମରେ ଲାଗି ପଡୁଥିଲା। ସେ ବି ବାରମ୍ବାର କହୁଥିଲା ଆରେ ତୁ କେମିତିକା ଦୁଷ୍ଟ ସମୁଦ୍ର ହେଇଚୁ।ସମସ୍ତେ କ'ଣ କହୁଛନ୍ତି ଆଜି ପରା କୁଆଡେ ପ୍ରୋପଜ୍ ନା ପ୍ରମିଜ୍ ଡେ ତୁ ମୋତେ ପ୍ରମିଜ୍ କରେ ମୋ ବାଲି ଘର ଆଉ ଭାଙ୍ଗିବୁନୁ। ସତରେ କୁନି ପିଲାଟିର କଥା ଶୁଣି ମୋ ଅତୀତ କଥା ଭାସି ଉଠିଲା।


*******


ଆଜି ବି ମନେ ଅଛି ସେ ଦିନ। ପିଲାଦିନରୁ ଆମେ ଦୁହେଁ ଦୁହିଁଙ୍କୁ ଛାଡି ଗୋଟେ ମୁହୂର୍ତ୍ତ ବି ରହିପାରୁନଥିଲୁ। ପ୍ରତିଦିନ ଏମିତି ଆସି ସମୁଦ୍ର କୂଳରେ ସେ ତିଆରି କରୁଥିଲା ବାଲି ଘର ଆଉ ଘର ଭାଙ୍ଗି ଗଲେ କଇଁ କଇଁ ହୋଇ କାନ୍ଦି ବି ପକାଉ ଥିଲା। ତାର କାନ୍ଦ ଦେଖି ମୁଁ ତାକୁ ମିଛରେ ବୁଝେଇ ଦେଉଥିଲି। ଆମେ ବଡ ହୋଇଗଲେ ବଡ ଘର କରିବା ଆଉ ଆମ ଘରକୁ ଏ ସମୁଦ୍ର ଢେଉ ଭାଙ୍ଗି ପାରିବନି। ସତରେ ସମୟ କେତେ ଶୀଘ୍ର ଅତିବାହିତ ହୋଇଗଲା ଟିକେ ବି ଜଣା ପଡିଲାନି ।ପିଲା ଦିନର ସାଙ୍ଗ କେବେ ଯେ ପ୍ରେମରେ ବଦଳି ଗଲା। ଆମେ ଦୁହେଁ ପ୍ରେମୀ ଯୁଗଳ ଏମିତି ମନ ଖୋଲି ନୀଳ ଆକାଶରେ ଉଡି ବୁଲୁଥିଲୁ। ଦୁହେଁ ଦୁହିଁଙ୍କ ବାହୁ ବନ୍ଧନରେ ନିମଗ୍ନ ଥିଲୁ। ଯେବେ ବି ଆମେ ଦୁହେଁ ଖୁସି ହେଉଥିଲୁ କି ଦୁଃଖ ହେଉଥିଲା ଚାଲି ଆସୁଥିଲି ଏହି ସମୁଦ୍ରର କୂଳକୁ। ସମୁଦ୍ରକୁ ସବୁ କଥା କହି ପୁଣି ଚାଲି ଯାଉଥିଲୁ।  


ସେଦିନ ବି ଥିଲା ଫେବୃଆରୀ ୮ ତାରିଖ। ପ୍ରେମୀ ଯୁଗଳଙ୍କ ଦିନ ଅର୍ଥାତ ପ୍ରୋପଜ୍ ଡେ । ମୁଁ ବି ଲିପ୍ସାର ହାତ ଟାଣି ଟାଣି ନେଇ ଆସିଥିଲି ଏହି ସମୁଦ୍ରର କୂଳକୁ।


:- ଆରେ ଅଭି ,ଏମିତି କୁଆଡ଼େ ମୋ ଆଖିରେ ପଟି ବାନ୍ଧି ନେଇ ଯାଉଛୁ?


:- ଲିପ୍ସା, ମୁଁ ତୋତେ ଆଜି କିଡନାପ କରିବି।


:- କୁହ ନା?


:- ଆରେ ଟିକେ ତ ଅପେକ୍ଷା କର ଆପେ ଆପେ ସବୁ ଜାଣିଯିବୁ।


:- (ସମୁଦ୍ରର ଢେଉ ଶବ୍ଦ ଶୁଣି) ଅଭି ତୁ ମୋତେ ସମୁଦ୍ର କୂଳକୁ ଆଣିଚୁ। ଆମେ ତ ଆଗରୁ ହଜାର ଥର ଆସିଛେ? ଆଜି କିଛି ଖାସ୍ କି? ଏମିତି ଆଖିରେ ପଟି ବାନ୍ଧି ଆଣିଛୁ?


:- ଏବେ ଆଖି ଖୋଲ...


:- ଓଃ, ତା ହେଲେ ମୋ ଅଭି ଆଜି ମୋତେ ପ୍ରୋପଜ କରିବ??


:- ତୁ ସବୁବେଳେ କହୁ ନା ମୋତେ କେବେ କିଛି କହୁନୁ। ଆଜି ତୋ ଖୁସି ପାଇଁ ସବୁ କରିଛି। ମୋର ନାକ କାନ୍ଦୁରି ଲିପ୍ସା ପାଇଁ।


ଦୁଇ ଆଣ୍ଠୁ ସମୁଦ୍ରର ବାଲି ଉପରେ ରଖି ଆଣ୍ଠେଇ ପଡ଼ି ହାତରେ ଗୋଟେ ସଜଫୁଟା ଲାଲ ଗୋଲାପ ଫୁଲ ଧରି)


:- ଆମ ସବୁ ଦୁଃଖ, ସୁଖର ସାଥି ସମୁଦ୍ର ଆଗରେ ତୋତେ କିଛି କହିବି।ମୋ କଣ୍ଢେଇ, ନାକ କାନ୍ଦୁରି ମୋ ସହ ମୋ ଜୀଵନରେ ଏମିତି ସବୁବେଳେ, ସବୁ ସମୟରେ ରହିବୁ ନା। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ।


:- ମୋତେ ତୁ ପ୍ରୋପଜ୍ କରୁଛୁ ନା କନ୍ଦେଇବୁରେ ଆଜି? ତୁ ମୋର ଜୀବନ ତୋତେ ଛାଡି କୁଆଡ଼େ ଯିବି। ହଁ ତୋତେ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡ଼ିବ। ମୁଁ ବି ଗୋଟେ କଥା ଭୁଲି ଯାଇଥିଲି। ମୋର ବି ଚାକିରୀ ହେଇ ଯାଇଛି । ମୁଁ ଚାକିରିରେ ଜଏନ ହୋଇ ଫେରିବା ଯାଏଁ ମୋତେ ଅପେକ୍ଷା କରିବୁ। ତୋତେ ଛାଡ଼ି ଦେଲେ ମୋର ଦୁନିଆରେ କେହି ନାହାନ୍ତି। ମୁଁ ଆସିବି ରେ ତୋ ପାଇଁ ବହୁତ ଶୀଘ୍ର।


:- ମୁଁ ଆଜି ଖୁସି ହେବିକି କି ଦୁଃଖ କରିବି ଜାଣି ପାରୁନି । ଆଜିର ଦିନରେ ହିଁ ତୁ ମୋତେ ଛାଡି ଚାଲି ଯିବୁ??


:- ମୋ ବୁଧୁ ଶୀଘ୍ର ଆସିବାକୁ ହେଲେ ମୋତେ ଯିବାକୁ ହେବ ନା? ନହେଲେ ତୋ ଲିପ୍ସା କେମିତି ଆସିବ? ଚାଲ ଜଲ୍ଦୀ ଚାଲ ମୋର ଟ୍ରେନ ମିସ୍ ହୋଇଯିବ। ହଁ ଶୁଣ ସବୁ ବର୍ଷ ଆମେ ଦୁହେଁ ଯେତେ ଦୂରରେ ଥିଲେ ବି ଏହି ସମୁଦ୍ର କୂଳକୁ ଆସିବା ପ୍ରମିଜ୍ କରେ।


**

ଦେଖ ଦେଖ ପିଲାଟି ବୁଡି ଯାଉଛି। କିଏ ତାକୁ ଟାଣି ଆଣ। ନେହେଲେ ସମୁଦ୍ର ଢେ଼ଉ ଭିତରେ ଫଶୀ ଯିବ। ଲୋକମାନଙ୍କ ପାଟି ଶୁଣି ଭାବନା ରାଇଜରୁ ଫେରି ଆସିଲି। ଆରେ ଏ ତ ସେହି ଝିଅ। ମୋ ଆଗରେ ଯିଏ ଖେଳୁଥିଲା। ଆଗ ପଛ କିଛି ନ ଦେଖି ମାଡ଼ି ଚାଲିଲି ସମୁଦ୍ର ଭିତରକୁ। ବୁଡି ଯିବ ଦେଖିକି ଯାଅ।


ମାମା, ମାମା ମୋତେ ବଞ୍ଚେଇ ଦିଅ , ବଞ୍ଚେଇ ଦିଅ ଡାକ ଛାଡୁଥିଲା ସେଇ ଝିଅଟି 


ଶେଷରେ ପହଁରି ପହଁରି ଝିଅଟିକୁ ଧରି କୂଳକୁ ଆଣିଲି।


ଭିଡ ଭିତରୁ ଜଣେ ସ୍ତ୍ରୀ ଲୋକ ଆସି ମୋ ହାତରୁ ଝିଅଟିକୁ ଟେକି ନେଇଗଲା। ମୋତେ ସମସ୍ତେ ଧନ୍ୟବାଦରେ ପୋତି ପକାଇଲେ। ଏ ସବୁ କିଛି ଫରକ ପଡୁ ନଥିଲା। ହେଲେ ସେହି ସ୍ତ୍ରୀ ଲୋକ ଯେବେ ମୋତେ ପଛରୁ ଡାକିଲେ। କାହିଁକି କେଜାଣି ମୋ ପାଦ ଦୁଇଟି ଅଟକି ଗଲା। ପଛକୁ ବୁଲି ଦେଖିଲି। ଆଶ୍ଚର୍ଯ୍ୟ ହେଇଗଲି ! ସେ ସ୍ତ୍ରୀ ଲୋକକୁ ଦେଖି କାରଣ ଯାହାକୁ ମୁଁ ଏତେ ଦିନ ,ଏତେ ବର୍ଷ ହେବ ଅପେକ୍ଷା କରିଥିଲି ସେ ମୋ ଆଖି ସାମ୍ନାରେ ଥିଲା । ଇୟେ ତ ମୋର ଲିପ୍ସା! ତାର ମାନେ ଇୟେ ଲିପ୍ସାର ଝିଅ। ଅପେକ୍ଷା କରିବାକୁ କହିଥିଲା। ହେଲେ !


:- ଲିପ୍ସା, ଇୟେ ତୁମ ଝିଅ। ବହୁତ କିଛି ପ୍ରଶ୍ନ ଆସୁଥିଲା ମନରେ ହେଲେ ପଚାରି ପାରୁନଥିଲି। କେଉଁ ହକରେ ପଚାରିବି?


:- ଅଭି, ତୁ ଏଠି?


:- କୁଆଡ଼େ ଆଉ ଯିବି। ତୁ ହିଁ ତ କହିଥିଲୁ ଏଠି ଅପେକ୍ଷା କରିବାକୁ। ଆଜି ଯାଏଁ ମୁଁ ତୋ ପାଇଁ ଅପେକ୍ଷା କରିଛି ଆଉ ତୁ?


:- ହଉ ଝିଅକୁ ମୁଁ ଘରେ ଛାଡ଼ି ଆସୁଛି।


:- ମନେ ମନେ ଭାବିଲି ତୁ ଆସିବୁ? କଣ ପାଇଁ ଆଉ ଆସିବୁ? କଣ ବାକି ରହି ଗଲା? ଯାହା ହେଉ ମୋ ଅପେକ୍ଷା ବି ଆଜି ସାରିଦେଲୁ। ହେଉ ଠିକ୍ ଅଛି ଆସେ। ମୁଁ ଏଠି ଅପେକ୍ଷା କରିଛି। ଏତେ ବର୍ଷ ହେଲା ଜଗିଛି ଆଉ ଅଳ୍ପ ସମୟ କଥା। ମୋ ସବୁ ପ୍ରଶ୍ନର ଉତ୍ତର ଦେବୁ।


:- ସରି ଅଭି, ତୋତେ ଟିକେ ବହୁତ ସମୟ ହେଲା ଏଠି ଅପେକ୍ଷା କରେଇ ଦେଲି।


:- ଓଃ ତୋର ମନେ ଅଛି। କି ଅଭି ବୋଲି କିଏ ତୋ ଜୀବନରେ ଥିଲା।


:- ମୁଁ ଜାଣିଛି ତୁ ରାଗିଛୁ, ତୁ ରାଗିବା ବି ସ୍ଵାଭାବିକ। ହେଲେ ମୋ କଥା ଶୁଣେ ଥରଟେ।


:- ହଁ, ଶୁଣା ନା।


:- ମୋର ସେଦିନ ମେଡିକାଲରେ ନାଇଟି ଡିଉଟି ଥିଲା। ମୁଁ ଡିୟୁଟି ସାରି ଘରକୁ ଆସିବାକୁ ବହାରୁ ଥିଲି। ଗୋଟେ ଆକ୍ସିଡେଣ୍ଟ କେଶ ଆସିଲା। ମୁଁ ଯେବେ ଗଲି ଦେଖିଲି ସ୍ବାମୀ, ସ୍ତ୍ରୀ ଦୁହେଁ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସବୁ ଠୁ ବଡ କଥା ହେଲା ସେ ସ୍ତ୍ରୀ ଲୋକ ନଅ ମାସର ପ୍ରେଗେଣ୍ଟ ଥିଲା। ମୋ ହାତ ଧରି କେବଳ କହୁଥିଲା ମୋ ପିଲାକୁ ବଞ୍ଚେଇ ଦିଅ। ବହୁତ ଚେଷ୍ଟା ପରେ ଶେଷରେ ଆମ ଡକ୍ଟର ଟିମ୍ ଛୁଆକୁ ସିନା ବଞ୍ଚେଇ ଦେଲେ। ହେଲେ ବାପା, ମାଆ ଦୁହିଁ ଜଣ ଚାଲିଗଲେ। ସେ ଝିଅର ନିରୀହ ମୁଁହ ଦେଖି ମୁଁ ତାକୁ ମୋ ଝିଅ ବୋଲି ଘରକୁ ନେଇ ଆସିଲି। ମୁଁ ଜାଣିଛି ଅନାଥର ଦୁଃଖ କଣ??


:- ହଁ, କିନ୍ତୁ ତୁ ମୋତେ ଜଣେଇଲୁ କ'ଣ ପାଇଁ ଥରଟେ ବି?


:- ମୋ ସବୁ କଥା ଶୁଣ। ମୁଁ ତୋତେ ଏ ସବୁ କଥା ଫୋନରେ ନ କହି ସିଧା ତୋ ପାଖକୁ ଆସି କହିବି ଭାବିଥିଲି । ଆଉ ସେଦିନ ବି ମୁଁ ତୁମ ଘରକୁ ଯାଇଥିଲି।ହେଲେ ମଉସା, ମାଉସୀ ମୋ କଥା କିଛି ନ ଶୁଣି ମୁହଁ ଉପରେ କବାଟ ବନ୍ଦ କରିଦେଲେ। ବହୁତ କିଛି କଥା ଶୁଣେଇ ଦେଇ ଚାଲିଗଲେ। ତା ସହ ମୋ ଆଗରେ ଗୋଟେ ସର୍ତ୍ତ ରଖିଥିଲେ ଯେ ତୁ କେବେ ବି ମୋ ପୁଅ ସହ ମିଶିବୁନୁ କି ତାକୁ ଏ କଥା କିଛି ଜଣେଇବା ପାଇଁ ଚେଷ୍ଟା କରିବୁନି। ନହେଲେ ଆମେ ଦୁହିଁଙ୍କ ମଲା ମୁଁହ ଦେଖିବୁ। ତା' ପର ଠୁ ମୁଁ ସବୁ କିଛି ବଦଳେଇ ଦେଲି। ହେଲେ କେବେ ଭାବି ନଥିଲି ଆଜିର ଦିନରେ ତୋ ସହ ପୁଣି ଏମିତି ଭାବରେ ଭେଟିବି।


:- ମୋତେ କ୍ଷମା କରିଦେ ଲିପ୍ସା । ମୁଁ ତୋତେ ବହୁତ କିଛି ଶୁଣେଇ ଦେଲି। ମୋର ଭୁଲ ହେଇଚି। ମୁଁ ବି ସବୁ ବର୍ଷ ଏମିତି ଆସି ତୋତେ ଅପେକ୍ଷା କରେ ।ହେଲେ କେବେ ବି ତୁ ଆସୁ ନଥିଲୁ।ମନ ଦୁଃଖରେ ଘରକୁ ଫେରେ।


:- ତା ' ମାନେ ତୁ ବି ଆଜି ଯାଏଁ ବାହା ନ ହୋଇ ମୋତେ ଅପେକ୍ଷା କରିଥିଲୁ।


:- ତୋତେ ପରା ପ୍ରମିଜ୍ କରିଥିଲି ପୁରା ଆମର ପକା ପ୍ରୋମିଜ ଥିଲା ସିମେଣ୍ଟ ବାଲା ପ୍ରୋମିଜ। ଦେଖେ ଆଜିର ଦିନରେ ତୋ ଠୁ ଦୂରେଇ ଥିଲି ଆଉ ଆଜି ହିଁ ତୋତେ ପୁଣି ପାଇ ଗଲି। ତୁ ଝିଅ ନାଆଁ ବି ଆମ ଦୁହିଁଙ୍କ ନାଆଁରେ ଦେଇଛୁ। "ଅଭିଲିପ୍ସା"ବହୁତ ବଢ଼ିଆ।


ଗୋଟେ ପାଟରେ ସୂର୍ଯ୍ୟଙ୍କ ଅସ୍ତ ହେଉଥିଲା ବେଳେ ଅଭି ଓ ଲିପ୍ସାର ଜୀବନରେ ନୂତନ ସୂର୍ଯ୍ୟଦୋୟ ହେଉଥିଲା। ଦୁହିଁଙ୍କ ପୁନଃମିଳନ ହେଉଥିଲା।


Rate this content
Log in

Similar oriya story from Drama