ସାକାର ସ୍ୱପ୍ନ
ସାକାର ସ୍ୱପ୍ନ


ସେ ମୋ ଛାତିରେ ମୁହଁ ଗୁଞ୍ଜି ମୋତେ ଯାବୁଡି ଧରି ଖୁସିରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ତା ପାଖରୁ ମୁହୂର୍ତ୍ତଟିଏ ମୋତେ ଛାଡିବାକୁ ଚାହୁଁ ନଥିଲା । ଦେହ ଅସୁସ୍ଥ ଯୋଗୁଁ ଗୋଟେ ମାସ ଛୁଟି ନେଇ ସେ ମୋ ସହ ରାଉରକେଲା ଯିବା ପାଇଁ କହିଲା । ମୁଁ ତାକୁ ସାଙ୍ଗରେ ନେଇ ଆସିଲି ।
ସେଦିନ ମଥାରେ ସିନ୍ଦୂର, ହାତରେ ଶଙ୍ଖା ଓ ନାଲି ରଙ୍ଗର ବଉଳପାଟ ଶାଢୀଟା ପିନ୍ଧିଥିଲାବେଳେ ସେ ଅବିକଳ ସାଧବ ବୋହୁଟିଏ ପରି ଦିଶୁଥିଲା । ତା ଓଠରେ ରେଡ୍ କଲର୍ ଲିପଷ୍ଟିକ ସାଙ୍ଗକୁ ଠିକ୍ ଓଠ ତଳେ ଛୋଟ ତିଳ ଚିହ୍ନଟା ତା ମୁହଁକୁ ବେଶୀ ସୁନ୍ଦର ଲାଗୁଥିଲା । ମନ୍ଦିରରେ ବିବାହ ପରେ ସେ ମୋତେ ସତରେ ପାଇ ମନେ ମନେ ବେଶୀ ଖୁସି ହେଉଥିଲା । ୨/୩ ମାସ ପରେ ମୁଁ କଟକ ଟ୍ରାନ୍ସଫର୍ ହୋଇ ଚାଲିଆସିଲି । ତାକୁ ଏସବୁ ସ୍ୱପ୍ନ ପରି ଲାଗୁଥିଲେ ବି ତା ପିଲାଦିନର ସାଥୀକୁ ସେ ଜୀବନସାଥୀ ଭାବେ ପାଇ ନିଜର ବହୁଦିନର ସ୍ୱପ୍ନ ସାକାର ହୋଇଥିବାରୁ ସେ ମନେ ମନେ ବେଶୀ ଖୁସି ହେଉଥିଲା ।