Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Aminilu Ray

Drama Others

3  

Aminilu Ray

Drama Others

ଅତୀତକୁ ରୋମନ୍ଥନ

ଅତୀତକୁ ରୋମନ୍ଥନ

5 mins
310


    

ଧୁ ଧୁ ଖରାବେଳ । ଟାଇଁ ଟାଇଁ ଖରା । ଅସହ୍ୟ ତାତି । ସୁ ସୁ ହୋଇ ଝାଉଁବଣରୁ ବହୁଛି ଗରମ ପବନ । ମାଟି ଫାଟି ଆଁ କରିଛି । ନଈ ପୋଖରୀରେ ଟୋପାଏ ହେଲେ ପାଣି ନାହିଁ । ଗୋଟେ ଗୋଟେ ଯାଗାରେ ଭୂପୃଷ୍ଠରୁ ଜଳସ୍ତର ଆହୁରି ଗଭୀରକୁ ଚାଲିଯାଇଛି । ଯାହା ଫଳରେ ନଳକୂପରୁ ଜଳ ଅଳ୍ପ ଅଳ୍ପ ବାହାରୁଛି । ପ୍ରଚଣ୍ଡ ଖରାରେ ଚରିବାକୁ ଯାଇଥିବା ଗାଈଗୋରୁସବୁ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି । ପାଣିପାଗ ଅଫିସ୍ ସୂତ୍ରରୁ ବର୍ଷା ହେବାର ସମ୍ଭାବନା ନାହିଁ ।

 ସେଦିନ ଝାଳ ଜୁଡୁବୁଡୁ ହୋଇ ଶ୍ରାବଣୀ କ୍ଷୀପ୍ରଗତିରେ ବେଡ୍‌ରୁମ୍‌କୁ ଯାଉ ଯାଉ ତା’ର ପ୍ରତିବିମ୍ବ ପଡେ ଡ୍ରେସିଂ ମିରର୍ ଉପରେ । କିଛି ସମୟ ନିଜକୁ ଦେଖିନିଏ ସେ । ସୁନ୍ଦର ଗୋରା ତକ୍‌ତକ୍ ଚେହେରାଟା ଶୁଖି କେମିତି କଳା ପଡିଯାଇଛି । ଧିରେ ଧିରେ ବାଥ୍‌ରୁମ୍ ଯାଇ ମନଭରି ଫ୍ରେସ୍ ହେବା ସାଙ୍ଗକୁ ମନଲାଖି ଡ୍ରେସ୍‌ଟା ପିନ୍ଧିସାରିବା ପରେ, ସକାଳ ପ୍ରହରୁ ବେଡ୍ ଉପରେ ଅସଜଡା ଅବସ୍ଥାରେ ପଡିରହିଥିବା ଖବରକାଗଜର ପୃଷ୍ଠାଗୁଡିକୁ ଲେଉଟାଉଥିଲାବେଳେ ନିଘୋଡ ନିଦରେ ଶୋଇଯାଇଥିଲା ସେ । 

ସଂଧ୍ୟା ଆଗତ ପ୍ରାୟ । ଦୂର ଦିଗ୍‌ବଳୟ ଆଡକୁ ଉଡିଯାଉଥାନ୍ତି ପକ୍ଷୀମାନେ । ଡାଇନିଙ୍ଗ୍ ଟେବୁଲ୍‌ରେ ଚା’ ପିଉ ପିଉ ହଠାତ୍ ତା’ର ଆଖି ଦୁଇଟି ଅଟକିଯାଏ ଖବରକାଗଜରେ ଥିବା କଲର୍ ଫଟୋ ସହ ଏକ ନ୍ୟୁଜ୍ ଉପରେ । ଦେଖି ସେ ଚମ୍‌କି ପଡେ । ତା ଛାତି ଭିତରେ ଯେମିତି ଭୂକମ୍ପ ସୃଷ୍ଟି ହୁଏ । ତରତର ହୋଇ ତାହାକୁ ଧର୍ଯ୍ୟର ସହ ମୂଳରୁ ଶେଷ ଯାଏ ପଢିସାରିଲା ପରେ ଆଖିରେ ତା’ର ଲୁହ ଆସେ । ମନେ ମନେ ଗୁମୁରି ଗୁମୁରି କାନ୍ଦିବା ସହ ନ୍ୟୁଜ୍ ଉପରୁ ଆଖି ଫେରାଇ ଆଣି ଡ୍ରଇଙ୍ଗ୍ ରୁମ୍‌ର ଲକର୍ ଭିତରେ ସାଇତି ରଖିଥିବା ଫଟୋସବୁକୁ ଲୁହଭିଜା ଆଖିରେ ଦେଖିବାକୁ ଲାଗେ ।

କଲେଜ୍‌ରେ ପଢୁଥିବା ସମୟରେ ମାନସୀ ଥିଲା ତାର ସବୁଠୁ ଘନିଷ୍ଠ ତଥା ବେଷ୍ଟ୍ ଫ୍ରେଣ୍ଡ୍ । ଦୁହେଁ ଦୁହିଁଙ୍କୁ ଦଣ୍ଡେ ମାତ୍ର ଛାଡିପାରୁନଥିଲେ । +୩ ଶେଷ ପରେ ଉଚ୍ଚଶିକ୍ଷା ପାଇଁ ମାନସୀ ଚାଲିଯାଏ ଦିଲ୍ଲୀ । ସମୟ କ୍ରମେ ସେ ଏକ ବଡ କମ୍ପାନୀରେ ନିଯୁକ୍ତି ପାଇ ସେହିଠାରେ ଜଣେ ବଡ ଶିଳ୍ପପତିଙ୍କ ପୁଅକୁ ବିବାହ କରେ । ବିବାହର ୫ବର୍ଷ ପରେ କୈାଣସି କାରଣବଶତଃ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ଘଟି ଡିଭସ୍‌ର୍ ହେବାରୁ, ସବୁ ଛାଡି ଗାଁକୁ ଫେରିଆସେ ମାନସୀ । ନିଜର ଚେଷ୍ଟାରେ ସେ ଏକ ଇଂରାଜୀ ମାଧ୍ୟମ ସ୍କୁଲ ଖୋଲି ତା’ର ପରିଚାଳନା ଦାୟିତ୍ୱ ନିଏ । ଏଇ ମ୍ୟାରେଜ୍ ଓ ଡିଭର୍ସ୍ ହେବା ଘଟଣା ତାଙ୍କ ଘର ଲୋକେ କେହି ଜାଣି ନଥିବାବେଳେ ଶ୍ରାବଣୀ ବି ଏହାର ବିନ୍ଦୁ ବିସର୍ଗ କିଛି ଜାଣି ନଥିଲା ।

 ହଠାତ୍ ଦିନେ ଶ୍ରାବଣୀର ମା’ଙ୍କ ଦେହାନ୍ତ ପରେ ସେ ଏତେ ବଡ ଦୁନିଆରେ ଏକା ହେଇଯାଏ । ବଂଚିବାକୁ କୂଳକିନାରା ଖୋଜୁଥିଲାବେଳେ, ଠିକ୍ ସେହି ସମୟରେ ମାନସୀର ହାତ ଦୁଇଟି ଲମ୍ବି ଆସେ ତା’ ପାଖକୁ । ସଙ୍ଗେ ସଙ୍ଗେ ସେହି ସ୍କୁଲରେ ଜଏନ୍ କଲା ପରେ ଛାତ୍ରଛାତ୍ରୀଙ୍କ ଗହଣରେ ସେ ନିଜର ଅତୀତକୁ ଭୂଲିଯିବାକୁ ଚେଷ୍ଟା କରେ । ଦିନେ ଏକ୍ସମାସ୍ ଛୁଟିରେ, ସଂଧ୍ୟା ସମୟରେ, ଦୁହେଁ ବେଳାଭୂମିରେ ବସି ସମୂଦ୍ରର ମନୋରମ ଦୃଶ୍ୟରାଶିକୁ ଉପଭୋଗ କରୁଥିଲାବେଳେ, ସ୍ମିତ ହସି ଶ୍ରାବଣୀ କହିଲା –

-ମାନସୀ, ଆଉ ତୋ ବିଷୟରେ କିଛି କହନା ?

-ମୋ ବିଷୟରେ... । ମୋ’ର ବର୍ତମାନ, ଅତୀତ ଓ ଭବିଷ୍ୟତ ସବୁ ସମାନ । ଆଉ ତୁ ... ?

-ମୋ କଥା କ’ଣ ? ବିବାହ ପ୍ରସ୍ତାବ ଆସିଥିଲା । ସ୍ଟାଟସ୍ ଓ ଡାଉରି ଯୋଗୁଁ ହେଇପାରିଲାନି । ହଉ, ତୁ କେବେ ମ୍ୟାରେଜ୍ କରୁଛୁ ?

-ମୋର ଆଉ ମ୍ୟାରେଜ୍ କରିବାରେ ଇଛା ନାହିଁ । ସେମିତି ମୁଁ ଭଲ ଅଛି ।

-ମୁଁ ବି ଠିକ୍ ସେଇଆ ଭାବିଛି । ଯେଉଁ ସମାଜରେ ନାରୀର ଭୂମିକାକୁ ଗୁରୁତ୍ୱ ଦିଆଯାଉନି, କେତେଟା ଟଙ୍କା ପାଇଁ ତାର ଇଜ୍ଜତକୁ ବିଚ୍ ବଜାର ଉପରେ ନିଲାମ କରାଯାଉଛି, ବିବାହ ଏକ ପବିତ୍ର ବନ୍ଧନ ପରିବର୍ତେ ଗୋଟେ ଶୁଖିଲା ପ୍ରହସନ ପାଲଟି ଯାଇଛି, ଯେଉଁଥିପାଇଁ ସାମାନ୍ୟ କାରଣରେ ଆନ୍ତରିକ ବୁଝାମଣା ଅଭାବରୁ ମାନସିକ ଚାପରେ ରହି ନାରୀକୁ ଅତ୍ମହତ୍ୟା କରିବାକୁ ପଡେ, ଭଲପାଇ ପ୍ରତାରଣାର ଶିକାର ହୁଏ, ତେବେ କ’ଣ ପାଇଁ ଏ ବିବାହ ?

-ତୁ ଏସବୁ କଥା ଚିନ୍ତା କରି କରି ଏକ୍ସାଇଟେଡ୍ ହେଇଯାଇଛୁ । ରିଲାକ୍ସ୍ । ଚାଲ୍ ଟିକେ କଫି ପି’ନେବା । ମାଇଣ୍ଡ୍ ଫ୍ରେସ୍ ଲାଗିବ ।

ଦିନେ ଉତ୍କଳ ୟୁନିଭର୍‌ସିଟିରେ ଅପ୍ରତ୍ୟାସିତଭାବେ ଶ୍ରାବଣୀ ସହ ଦୀପକ୍‌ର ଦେଖା ହୁଏ । ସେତିକିବେଳେ ଦୀପକ୍ ତାକୁ ମ୍ୟାରେଜ୍ ପାଇଁ ପ୍ରପୋଜ୍ କରେ । ଶ୍ରାବଣୀର ଏଥିରେ ସମ୍ମତି ଥିଲେ ବି ତାଙ୍କର ସ୍ଟାଟସ୍‌କୁ ଲକ୍ଷ୍ୟକରି ସେ ସଦାବେଳେ ଆଭଏଡ୍ କରୁଥାଏ । ଦିନେ ଦୀପକ୍ ଅଭିମାନରେ କହିଲା-

-ତମେ କାହିଁକି ମୋତେ ଆଭଏଡ୍ କରୁଛ ?

-ତୁମକୁ ନୁହେଁ । ତୁମ ସ୍ଟାଟସ୍‌କୁ ।

-ମାନେ ?

-ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ତୁମ ତୁଳନାରେ ଆମର ... । କାହିଁ ସୂର୍ଯ୍ୟ କାହିଁ ପୃଥିବୀ । ମୁଁ ଭାବୁଛି, ତୁମ ପ୍ୟାରେଂଟ୍‌ସ୍ ଆମ ସମ୍ପର୍କକୁ କେବେ ବି ସ୍ୱୀକୃତି ଦେବେନି ।

-ତମେ ଆଦୌା ଚିନ୍ତା କରନି । ମୁଁ ତାଙ୍କୁ ବୁଝେଇଦେବି ।

-ଓକେ । ଆମେ ସମୟକୁ ଅପେକ୍ଷା କରିବା ।

 କିଛିଦିନ ପରେ ଶ୍ରାବଣୀ ଚିଠିଟିଏ ପାଇଲା । ଦୀପକ୍ ଲେଖିଥିଲା ।

ଶ୍ରାବଣୀ,

       ତୁମ କଥା ସତ ହେଲା । ଆଇ ଆମ୍ ସରି । ମୋତେ ଭୂଲିଯିବ । ଦୀପକ୍ ।

ଚିଠିଟି ପଢି ସାରିଲା ପରେ ଶ୍ରାବଣୀ ବିଲ୍‌କୁଲ୍ ବିଚଳିତ ହୋଇନଥିଲା । କାରଣ ସେ ପୂର୍ବରୁ ଅନୁମାନ କରିସାରିଥିଲା, ଶେଷରେ ଏହା ହିଁ ଘଟିବ । ଧର୍ଯ୍ୟର ସହ ବଂଚିବା ପାଇଁ ଅହରହ ସଂଗ୍ରାମ କରୁଥିଲା ସେ । ବେଳେବେଳେ ମାନସୀର କେଇପଦ କଥା ପ୍ରଶ୍ନବାଚୀ ସୃଷ୍ଟି କରୁଥିଲା ତା ମନରେ ବାରମ୍ବାର । ହେଲେ ତାଙ୍କ ଘରର ସ୍ଟାଟସ୍ ଭଲ ଥିବା ସତ୍ୱେ ସେ କାହିଁକି ମ୍ୟାରେଜ୍ କରିବାକୁ ଇଛା ପ୍ରକାଶ କରୁନି ? ଏ ସମ୍ପର୍କରେ ଶ୍ରାବଣୀ ତା’ଠାରୁ ବାରମ୍ବାର ବୁଝିବାକୁ ଚେଷ୍ଟା କରୁଥିଲାବେଳେ, ସେ କିଛି କହୁ ନଥିଲା । ଚୁପ୍ ରହୁଥିଲା । ମାନସିକ ଚିନ୍ତାରେ ରହି ଏକ ନିବୁଜ୍ କୋଠରି ମଧ୍ୟରେ ସିଗାରେଟ୍ ପରେ ସିଗାରେଟ୍ ପିଉଥିବାବେଳେ ହଜିଯାଇଥିବା ଅତୀତର ପୃଷ୍ଠାସବୁକୁ ମନେପକାଉଥିଲା ।

 ଅନ୍ଧାର ମାଡିଆସିଲାଣି । ଆକାଶରେ ଗୋଟିଏ ହେଲେ ତାରା ଦିଶୁ ନାହାନ୍ତି । କେତେବେଳୁ କଳାହାଣ୍ଡିଆ ମେଘ ଖଣ୍ଡେ ଉଠେଇଛି । ଆଉ ନିମିଷକ ମଧ୍ୟରେ ବରସିଯିବ । ଚାରିଆଡେ ବିଜୁଳି ମାରିଲାଣି । ଧିରେ ଧିରେ ପବନର ଗତି ବଢିବାକୁ ଲାଗୁଛି । ଏହା ମଧ୍ୟରେ ଶ୍ରାବଣୀ କଷ୍ଟେମଷ୍ଟେ ଘରେ ପହଂଚିଲାବେଳକୁ ସମ୍ପୂର୍ଣ୍ଣ ଭିଜିଯାଇଥିଲା । ତଥାପି ବର୍ଷା ସେମିତି ହେଉଥାଏ । ସେ ଡ୍ରେସିଙ୍ଗ୍ ମିରର୍ ସାମ୍‌ନାରେ ଡ୍ରେସ୍ ବଦଳାଇ ପତ୍ର କଲର୍‌ର ହାଲ୍‌କା ଫୁଲ୍‌କା ନାଇଟ୍‌ଟା ପିନ୍ଧୁ ପିନ୍ଧୁ ନିଜର ଭିଜିଲା ଯୈାବନ ଦେଖି, ଫିକ୍‌କିନା ହସିଦେଇ, ସଙ୍ଗେ ସଙ୍ଗେ ଚା’ କପ୍‌ଟେ ହାତରେ ଧରି ଟି.ଭି ଦେଖୁଥିଲାବେଳେ, କିଛି ସମୟ ପରେ, ଝିପ୍‌ଝିପ୍ ବର୍ଷାରେ ମାନସୀ ତା ପାଖରେ ହଠାତ୍ ପହଂଚିବାର ଦେଖି, ସେ ଆଶ୍ଚର୍ଯ୍ୟ ସହକାରେ ପଚାରିଲା –

-କ’ଣ ହେଲା ? ତୁ ଏତେବେଳେ... ?

-ସେଇ କଥା । ପ୍ଲିଜ୍ କହନା ?

-ନାଇଁ ତୁ ।

-ଓକେ । ତୁ ଶୁଣି ଆଶ୍ଚର୍ଯ୍ୟ ହେବୁ , ମୋର ସେଠାରେ ଆଜିକୁ ୭ବର୍ଷ ହେବ ଡିଭର୍ସ ହେଇଯାଇଛି । ଏହା ପରେ ମୁଁ ସିଧା ଗାଁକୁ ଚାଲିଆସିଲି । ଏ ବିଷୟରେ ଆମର କେହି ଏପର୍ଯ୍ୟନ୍ତ , ଜାଣି ନାହାନ୍ତି । ତୋତେ ମୋ ରାଣ, ଏକଥା କାହାକୁ କହିବୁନି । ଏବେ ତୁ କହ ।

 ଲୁହ ଭିଜା ଆଖିରେ ଶ୍ରାବଣୀ ତା ଅଭୂଲା ଅତୀତକୁ ରୋମନ୍ଥନ କରି କହିଲା – ତୋ’ର ନିଶ୍ଚୟ ମନେ ଥିବ, ୭ବର୍ଷ ତଳେ ମୁଁ ଯେଉଁ ସଞ୍ଜିବକୁ ଜୀବନ ଦେଇ ଭଲ ପାଉଥିଲି, ସିଏ ଆଉ ଏ ଦୁନିଆରେ ନାହିଁ । ପୁଣି ସେ ଗୋଟେ ନିପଟ ଗରିବ ଫ୍ୟାମିଲିର ମୁଁ ଏହା ଜାଣି ସୁଦ୍ଧା ତାକୁ ମୋ ହୃଦୟରେ ସ୍ଥାନ ଦେଇଥିଲି । କିନ୍ତୁ ସେଦିନ ପେପର୍ ଦେଖି ଜାଣିବାକୁ ପାଇଲି ଯେ- ସେ ଆଉ ନାହାନ୍ତି ଦୁଃଖ ତଥା ଭଙ୍ଗା ମନଟିଏ ନେଇ ବଂଚୁଥିବାବେଳେ ଦୀପକ୍ ସହ ମୋର ପ୍ରେମ ସମ୍ପର୍କ ସ୍ଥାପିତ ହୁଏ । ପୁଣି ସ୍ଟାଟସ ଆଭାବରୁ ତାହା ଭାଙ୍ଗିଯାଏ । ଏହା ପରେ ମୁଁ ଆଉ ମ୍ୟାରେଜ୍ କରିବା କଥା କେବେ ବି ମୋ ମନକୁ ଆଣିନି । ଶେଷରେ ଦୁଃଖ ଏତିକି, ସବୁଦିନ ପାଇଁ ଏକା ହେଇଗଲି ମୁଁ । ସେ ଆଉ କିଛି କହିବାକୁ ଚାହୁଁଥିବା ପୂର୍ବରୁ ମାନସୀ ତା ପାଟିରୁ କଥା ଛଡାଇ ନେଇ ସଙ୍ଗେ ସଙ୍ଗେ କହିଲା – ଏକା କ’ଣ ପାଇଁ ? ଆଜିଠାରୁ ତୋ ପାଇଁ ମୁଁ ଆଉ ମୋ ପାଇଁ ତୁ, ବୁଝିଲୁ ?



Rate this content
Log in

More oriya story from Aminilu Ray

Similar oriya story from Drama