Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Aminilu Ray

Others

2  

Aminilu Ray

Others

ଗାଁ ମାଟିର ବାସ୍ନା

ଗାଁ ମାଟିର ବାସ୍ନା

6 mins
186


                            

    ସରକାରୀ ଚାକିରିରୁ ଅବସର ପରେ ସିଧା ସିଧା ବଡ ପୁଅ ଅଜୁ ପାଖକୁ ଚାଲିଆସନ୍ତି ସଦାଶିବ ବାବୁ । କଥା ପ୍ରସଙ୍ଗରେ ଅଜୁ କହେ – “ବାପା, ଗାଁରେ ରହିବା ପାଇଁ ସେମିତି କିଛି ସୁବିଧା ନାହିଁ । ଏମିତିକି ଗାଁଠାରୁ ବଜାର ବହୁ ଦୂରରେ । ଆପଣଙ୍କୁ ସେଠାରେ ରହିବାକୁ ଅସୁବିଧା ହେବ ନିଶ୍ଚୟ । ସହଜେ ବୋଉ ବି ରୋଗୀଣା ମଣିଷ । ତା ଦେହପା’ ସଦାବେଳେ ଖରାପ ହେଉଛି । ତେଣୁ ଆପଣ ଏଇଠି ରହିଯାଆନ୍ତୁ । ମଝିରେ ମଝିରେ ଗାଁକୁ ଯାଇ ବୁଲିଆସୁଥିବେ ।” ବୋହୁ ଲଳିତା ଚା’ କପ୍‌ଟା ଶ୍ୱଶୁରଙ୍କ ହାତକୁ ବଢାଇ ଦେଉ ଦେଉ ସ୍ମିତ ହସି କହିଲା – “ହଁ ବାପା, ଆପଣଙ୍କର ଏଠି କିଛି ଅସୁବିଧା ହେବନି । ବୋଉଙ୍କ ଦେହ ବି ଭଲ ରହିବ । ତେଣୁ ଆପଣ ଗାଁରେ ରହିବା କଥା ଆଉ କୁହନ୍ତୁନି ।” ପୁଅ ବୋହୁଙ୍କଠାରୁ ସବୁ ଶୁଣିସାରିବା ପରେ ସେ ଖାଲି କପ୍‌ଟାକୁ ଟେବୁଲ୍ ଉପରେ ରଖି ସେମାନଙ୍କୁ ବୁଝାଇବାକୁ ଯାଇ କହିଲେ – “ଦେଖ, ମୁଁ ବାହାରେ ବହୁ ବର୍ଷ କଟେଇ ସାରିଲିଣି । ହଁ, ତୁମ୍ଭମାନଙ୍କ ଚିନ୍ତାଧାରା ଅବଶ୍ୟ ଠିକ୍ । ସେଠାରେ ପ୍ରଥମେ ପ୍ରଥମେ ମୋ’ର କିଛି ଅସୁବିଧା ହେବ । ତଥାପି ସମୟ କ୍ରମେ ଧିରେ ଧିରେ ମୁଁ ସବୁ ଆଡ୍‌ଯଷ୍ଟ କରିନେବି । ସହରରେ ଏତେ ବର୍ଷ ରହିବା ପରେ ମୋତେ ଆଉ କୋଉଠି ରହିବାକୁ ଭଲ ଲାଗୁନି । ସ୍ଥିର କରିଛି ବାକି ଜୀବନଟା ଗାଁରେ କଟେଇବି ।” ଅଜୁ ଜାଣେ ବାପାଙ୍କୁ କଥାରେ ପାରି ହେବନି । ସେ ଯାହା ବୁଝିଥିବେ ସେଇଆ । ତେଣୁ ଶେଷରେ ଅନୋନ୍ୟପାୟ ହୋଇ କହିଲା – “ଠିକ୍ ଅଛି । ଆପଣଙ୍କ ଇଛା । କିନ୍ତୁ ପ୍ରତି ମାସରେ ଥରେ ଦୁଇଥର ଏଠାକୁ ଆସି ବୁଲିଯିବେ । ସଦାଶିବ ବାବୁ ସ୍ମିତ ହସି ହଁ କହିଲେ ।”

   ସଂଧ୍ୟା ସମୟ । ସଦାଶିବ ବାବୁ ଓ ପତ୍ନୀ ସୁମିତା ଦେବୀ ଗାଁରେ ପହଂଚି ଏକତ୍ର ଅଗଣାରେ ବସି ହସ ହସ ମୁହଁରେ ଚା’ ପିଉଥିବା ସମୟରେ ଗାଁର କେତେ ଜଣ ବୟସ୍କ ବ୍ୟକ୍ତି ତାଙ୍କ ପାଖରେ ଆସି ରୁଣ୍ଡ ହେବାରୁ ଶ୍ରୀମତୀ ସେମାନଙ୍କୁ ସହାସ୍ୟ ବଦନରେ ବସିବାକୁ କହି ଚା’ ପରସିବାର ବନ୍ଦୋବସ୍ତ କଲେ । ଚା’ ପାନ ବିରତି ପରେ ଘଡିଏ ପହଡ ଯାଏ ଗାଁରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

   ସଦାଶିବ ବାବୁ ବଡି ସକାଳୁ ଗାଁର ଶେଷ ମୁଣ୍ଡରେ ଥିବା ଗ୍ରାମ ଦେବତୀ ମନ୍ଦିର, ଆମ୍ବ ତୋଟା, ନଦୀକୂଳ, ତାଳବଣ ଇତ୍ୟାଦିରେ ଗୋଟିଏ ଘେରା ବୁଲିଆସି ଅଗଣାରେ ପଡିଥିବା ଚୈାକିଟା ଉପରେ ବସିପଡିଲେ । ତାଙ୍କୁ ଗାଁର ପରିବେଶ ଭାରି ଭଲ ଲାଗିଲା । ଏତେ ବର୍ଷ ପରେ ସେ ଏ ମାଟିରେ ପାଦ ଥାପିଥିବାରୁ ନିଜକୁ ଗୈାରବାନ୍ୱିତ ମନେକରୁଥିଲେ । ଏଠାକାର ମୁକ୍ତ ପରିବେଶ, ଖୋଲା ପବନ, ଚଢେଇମାନଙ୍କର କିଚିରି ମିଚିରି ଶବ୍ଦ ତାଙ୍କ ମନରେ ଖୁସି ଭରି ଦେଲା । ସେ ଅନ୍ୟମନସ୍କ ହୋଇ ଭାବନା ରାଜ୍ୟରେ ଘୁରିବୁଲୁଥିଲାବେଳେ ସହଧର୍ମିଣୀ ତାଙ୍କ ହାତକୁ ଚା’ କପ୍‌ଟା ବଢାଇ ଦେଉ ଦେଉ ନମ୍ର ଭାବେ କହିଲେ – “କୁଆଡେ ଯାଇଥିଲ” ? ଉତରରେ ସଦାଶିବ ବାବୁ କହିଲେ – “ତମେ କ’ଣ ଜାଣିନ ଯେ ମୁଁ ତୁମକୁ କହିବି ? ତୁମର ମନେ ଥିବ ଏଇ ଗାଁ ଦାଣ୍ଡରେ, ଧୂଳି ବାଲିରେ ଖେଳି ଖେଳି, ପ୍ୟାଂଟ୍ ଶାର୍ଟ୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍‌୍ ଅସନା କରି ଘରକୁ ଭୟରେ ଲୁଚି ଲୁଚି ଫେରିଲେ ମା’ଙ୍କ ଆଖିରେ ମୁଁ ଧରାପଡି ଯାଉଥିଲି । ସେ ରାଗରେ ମୋ କାନକୁ ମୋଡି ଗୋଟେ ଚଟ୍‌କଣି ବସାଇ ସଙ୍ଗେ ସଙ୍ଗେ ତାଙ୍କ ପଣତକାନିରେ ମୋତେ ଝାଡିଦେବା ସହ ଗାଳିମନ୍ଦ କରୁଥିଲେ । ଏବେ ସେହି ପିଲାଦିନ କଥା ସବୁ ମନେ ପଡିଲେ ମୋତେ ଭାରି ହସ ଲାଗେ । ପୁଣି ଗାଁ ଚାଟଶାଳୀରେ ପଢୁଥିଲାବେଳେ ପାଠରେ ଟିକେ ଭୂଲ୍ ହେଲେ ନୋକା ସାର୍ ମୋତେ ପିଟି ପିଟି ବାହାରେ ଆଣ୍ଠେଇ ଦେଉଥିଲେ । ଖରାଦିନେ ଆମ ଗାଁ ପୋଖରୀରେ ଥିବା ଅଂଟାଏ ପାଣିରେ ବୁଡି ବୁଡି, ଆଖିକୁ ନାଲି କରି ଘରକୁ ଫେରୁଥିଲି । ମା’ ମୋ ଆଖିରୁ ଜାଣିପାରୁଥିଲେ ମୁଁ କେତେ ସମୟ ପାଣିରେ ବୁଡିଛି ? ବର୍ଷା ଦିନେ ଏଇ ଗାଁ ଦାଣ୍ଡରେ ପାଣି ସୁଅରେ କେତେ ଯେ କାଗଜ ଡଙ୍ଗା କରି ଭସେଇଛି ତାହାର କିଛି ଠିକଣା ନାହିଁ । ବର୍ଷାରେ ଭିଜି ଭିଜି ଖେଳୁଥିଲାବେଳେ ମା’ ମୋତେ ପାଟି କରି କହୁଥିଲେ - ଆରେ ଥଣ୍ଡା ହେବ । ଓଦା ହେଉଛୁ କାହିଁକି ? ସ୍କୁଲକୁ ବସ୍ତାନୀ କାନ୍ଧରେ ପକାଇ ବାଟଚାଲୁଥିଲାବେଳେ ରାସ୍ତା କଡରେ ଥିବା ବୁଦାମାନଙ୍କରୁ କଂଟେଇ କୋଳି ତୋଳିବା ଆଶାରେ ଗୋଡ ହାତ କଂଟାରେ ଫୋଡି ହୋଇ ରକ୍ତ ବାହାରିଲେ ବି ସେଥିପ୍ରତି ମୋ’ର ଖାତିର୍ ନଥିଲା । ଘରେ ପହଂଚିଲେ ଆଂଚୁଡା ଦାଗ ଦେଖି ସହି ନ ପାରି ମା’ ମୋତେ ଧନରେ କହି ଦୁଃଖରେ ଆଉ ସେପରି ନ କରିବାକୁ ବାରଣ କରୁଥିଲେ ।

   ଏଇ ଗାଁ ଆମ୍ବତୋଟାରେ ପ୍ରତି ବର୍ଷ ଖରା ଦିନେ ଆମେ ୫/୬ ଜଣ ସାଙ୍ଗ ମିଶି ଭୋଜି କରୁ । ଘରୁ ଗିନାଏ ଗିନାଏ ଚାଉଳ ନେଇ, ଦୁଇ ଟଙ୍କା ଲେଖାଏଁ ଆଦାୟ କରି, ମାଛ ଡାଲି ତେଲ ଇତ୍ୟାଦି କିଣି, ଚୁଲି ଲଗାଇବାକୁ ଗଲାବେଳେ ତାହା ପବନରେ ବାରମ୍ବାର ଲିଭି ଯାଉଥିଲା । ଆମେ ଫୁଙ୍କି ଫୁଙ୍କି ବେଦମ୍ ହୋଇଯାଉଥିଲୁ । ତଥାପି ହାର୍ ମାନିନୁ । ଗଛ ତଳେ, କଦଳୀ ପତ୍ରରେ, ଆମେ ଏକାଠି ବସି ଖାଉଥିବାବେଳେ ତାହା ଏତେ ସୁଆଦିଆ ଲାଗୁଥିଲା, ବିଶ୍ୱାସ କରିହେବ ନାହିଁ । ଇଛା ହେଉଛି ଆଉ ଥରେ ସେ ପିଲା ଦିନ ଫେରି ଆସନ୍ତା କି ? ଛୁଟି ଦିନରେ ଖରାବେଳେ ନ ଶୋଇ ଆମେ କେତେ ଜଣ ଆମ୍ବତୋଟାରେ ଖେଳୁଥିବା ଜାଣିପାରି ବାପା ମୋତେ ରାଗରେ ଘରକୁ ଟାଣି ଟାଣି ଆଣି ପିଟନ୍ତି । ଶୋଇବାକୁ ବାଧ୍ୟ କରନ୍ତି । ନ ଶୋଇଲେ ଏଥର ସ୍କୁଲ ସାର୍‌ଙ୍କ ପାଖରେ ମାଡ ଖୁଆଇବେ କହି ଡରାଇ ଦିଅନ୍ତି । ଏସବୁ କଥା ମନେ ପଡିଲେ କାହିଁକି କେଜାଣି ମନଟା ମୋ’ର କେମିତି କେମିତି ହେଇଯାଏ, ଆଖିରେ ଲୁହ ଆସେ । କିଛି ସମୟ ଚୁପ୍ ରହି ସଦାଶିବ ବାବୁ ଦୀର୍ଘ ନିଶ୍ୱାସଟିଏ ଛାଡି ପୁ’ଣି କହିଲେ – ‘ବୁଝିଲ, ଚାକିରି ଜୀବନ କାଳରେ ମୁଁ ଯେତେ ଯାଗା ବଦଳି ହୋଇଛି, ମୋତେ ମୋ ଗାଁ ମାଟି ଠାରୁ ସବୁ ଅଲଗା ଅଲଗା ଲାଗିବାର ଅନୁଭବ କରିଛି । ଏଇ ମାଟିରେ ମୋ ଜନ୍ମ, ଏଇ ମାଟିରେ ମୋ ଜୀବନ । ଏଠାରେ ସ୍ନେହ, ଆଦର, ଭଲପାଇବା ଓ ଆତ୍ମିୟତା ଭରି ରହିଛି । ଏହାର ପାଣି ପବନରେ ଗଢା ହେଇଛି ମୁଁ । ସତରେ ଗାଁ ମାଟିର ବାସ୍ନାରେ ସ୍ୱତନ୍ତ୍ରତା ଅଛି । ଯାହାକୁ କେବେ ବି ମରିବା ପର୍ଯ୍ୟନ୍ତ ଭୂଲି ହେବ ନାହିଁ । ଏଇ ମାଟି ମା’ କୋଳ ମୋ ପାଇଁ ଅମୃତ ସମାନ । ତା’ରି କୋଳରେ ଜନ୍ମ ନେଇଛି, ଜୀବନର ଶେଷ ଘଂଟା ବାଜିଲେ ପୁ’ଣି ତା’ରି କୋଳକୁ ଛ’ଖଣ୍ଡ କାଠରେ ଚାଲିଯିବି ।’ ଏଇ ସବୁ କଥା କହି ସେ ଆଖିରୁ ଲୁହ ପୋଛୁଥିଲାବେଳେ, ସୁମିତା ଦେବୀ ତାଙ୍କ ମୁହଁକୁ ସେମିତି ଏକ୍ ଲୟରେ ଚାହିଁ ରହିଥିଲେ ।”

   ସୂର୍ଯ୍ୟ ଆସି ମୁଣ୍ଡ ଉପରେ ହୁଅନ୍ତେ, ଚାକର ଅନାମ ପାଣି ଜଗ୍‌ଟା ହାତରେ ଧରି ତାଙ୍କ ପାଖକୁ ଆସି କହିଲା – “ଆଜ୍ଞା, ଟେବୁଲ୍ ଉପରେ ଭାତ ବାଢିସାରିଲିଣି । ଆସନ୍ତୁ ଖାଇବେ, ନୋହିଲେ ଥଣ୍ଡା ହେଇଯିବ ।”

   ସେ ଭୋକ ପେଟରେ ପାଟିକୁ ଗୁଣ୍ଡାଏ ଭାତ ନେଇଛନ୍ତି କି ନାହିଁ, ସେତିକିବେଳେ ହଠାତ୍ ସୁଦାମ ଆସି କାନ୍ଦି କାନ୍ଦି କହିଲା – “ମଉସା ମଉସା, ବାପା ଚାଲିଗଲେ । କ’ଣ କରିବି କିଛି ଭାବି ପାରୁନି । ମୋତେ କିଛି ବୁଦ୍ଧି ବାଟ ଦିଶୁନି । ପାଖରେ ବି ପଇସାଟାଏ ନାହିଁ । ଏଇ ମାସେ ହେବ ଭଉଣୀ ବାହା ହେଇଛି । ଏ ବେଳରେ କେମିତି ବାପାଙ୍କ ଶୁଦ୍ଧିକ୍ରିୟା, କର୍ମ, ଖାଇବା ପିଇବା ଇତ୍ୟାଦି କରିବି, ମୋ ମୁଣ୍ଡରେ କିଛି ପଶୁନି । ଆପଣ ତ ମୋ ବାପାଙ୍କ ସାଙ୍ଗ । କିଛି ଗୋଟେ ଉପାୟ କରନ୍ତୁ ।” ଏସବୁ ଶୁଣି ସଦାଶିବ ବାବୁ ଦୁଃଖରେ ଭାତ ଥାଳି ପାଖରୁ ଉଠି ଆସି ତାକୁ ସାନ୍ତ୍ୱନା ଦେଇ କହିଲେ – “ଏମିତି ଭାଙ୍ଗି ପଡିଲେ ଚଳିବ ? ତୁ କିଛି ଚିନ୍ତା କର୍‌ନା । ମୁଁ ତୋ ପଛରେ ଅଛି । ଯାହା ଲାଗିବ, ମୁଁ କରିବି ।”

   ଶବ ସଂସ୍କାର କରି ସଂଧ୍ୟାରେ ସେ ଟିକେ ଖୋଲା ପବନ ଖାଇବା ପାଇଁ ନଦୀ କୂଳରେ ବସିଥିଲାବେଳେ ମନେ ମନେ ଭାବୁଥିଲେ – “ଜୀବନଟା ଏଇ ଅଛି, ଏଇ ନାହିଁ । କେତେବେଳେ ପାଣି ଫୋଟ୍‌କା ପରି ମିଳେଇ ଯାଏ, କେହି ଜାଣିପାରନ୍ତିନି । ଚାହୁଁ ଚାହୁଁ ସୁଦାମର ବାପା ମହେଶ୍ୱରଟା ଚାଲିଗଲା । ଆଉ କେତେଟା ଦିନ ରହିଥିଲେ ଘରକୁ ବୋହୁଟିଏ ଆଣିଥାନ୍ତା, ନାତି ନାତୁଣୀ ଦେଖିଥାନ୍ତା । କିନ୍ତୁ ବିଧାତା ସହିଲାନି । ଗାଁ ହେଉ କିମ୍ବା ସହର, ସମସ୍ତେ ନିଜ ନିଜର ସ୍ୱାର୍ଥ ତଥା ଲୋଭ ପଛରେ ଧାଇଁଛନ୍ତି । କେହି ଜଣେ ହେଲେ ବିପଦ ସମୟରେ ସହଯୋଗ କରିବାକୁ ହାତ ବଢାଉନାହାନ୍ତି । ଧନ୍ୟ ମଣିଷ ଜୀବନ । ଜୀବନ ଥିବାଯାଏ ସବୁ ମୋ’ର ମୋ’ର । ଯେମିତି ଏ ପୃଥିବୀଟାକୁ ସେ ଜୟ କରିଛି । ଏଇ ଜନ୍ମ ମାଟି ଉପରେ ଦିନେ ଇଂରେଜମାନେ ଆସି ଆଧିପତ୍ୟ ବିସ୍ତାର କରିଥିଲେ ସବୁଦିନେ ରହିବାକୁ । ହେଲେ କ’ଣ ରହିପାରିଛନ୍ତି ? ଶେଷରେ ମାଟି ମା’ ତା କୋଳରେ ସୁଯାଗ୍ୟ ସନ୍ତାନ ଜନ୍ମ କରି ସେମାନଙ୍କୁ ବିତାଡିତ କରିଛି ।”

   ସେ ପାଠ ପଢୁଥିଲାବେଳେ ତାଙ୍କର ମନେ ଅଛି – ଏଇ ମହେଶ୍ୱର, କଲେଜ୍‌ରେ ଆଡମିସନ୍ କରିବା ପାଇଁ କେଉଁଠୁ ଆଣି ମୋତେ ଟଙ୍କା ଦେଇଥିଲା । ମନ ଲଗାଇ ପଢିବାକୁ ସେ ସଦାବେଳେ ମୋତେ କୁହେ । ଆଉ ଦିନକର କଥା । ମୋ ବାପା ରୋଗ ଶଯ୍ୟାରେ ପଡିଥିଲାବେଳେ ଗାଁରେ ସାହାଯ୍ୟ କରିବାକୁ କେହି ଜଣେ ହେଲେ ଆଗେଇ ଆସିନଥିଲେ । ଏତିକିବେଳେ ସେ ତା ଝିଅ ବାହାଘର କରିବା ପାଇଁ ବ୍ୟାଙ୍କ୍‌ରେ ରଖିଥିବା ଗଛିତ ଟଙ୍କାକୁ ମୋତେ ଦେଇ କହିଲା – “ତୁ ବ୍ୟସ୍ତ ହଅନା । ମୋ ଝିଅ ଏବେ ନବମରେ ପଢୁଛି । ତା’ର ବାହାଘର ହେଉ ହେଉ ଆଉ ୬/୭ ବର୍ଷ । ୟାରି ଭିତରେ ସେ ଭଲ ହୋଇଗଲେ ତୁ ମୋତେ ଦେଇଦେବୁନି ? ଖାଲି ଯାହା ପୁଅଟା ପାଇଁ ମୋ’ର ଚିନ୍ତା । ସେ ଟିକେ କେଉଁଠି କୂଳରେ ଲାଗିଗଲେ ମୁଁ ଶାନ୍ତିରେ ମରିପାରନ୍ତି ।”

   ଅନେକ ସମୟ ଧରି ବସି ବସି ସବୁ କଥା ଚିନ୍ତା କରି ଆଖିରୁ ଲୁହ ପୋଛୁଥିଲେ ସଦାଶିବ ବାବୁ । ଏହା ମଧ୍ୟରେ ରାତି ୯ଟା ହେଲାଣି, ଅଥଚ ତାଙ୍କୁ ଜଣା ନାହିଁ । ହାତ ଘଂଟା ଦେଖି ଧିରେ ଧିରେ ପାଦ ବଢାଇଲେ ଘରକୁ । ଜହ୍ନର ଶୀତଳ ଆଲୋକରେ, ଅଗଣାରେ ପଡିଥିବା ଚୈାକିଟା ଉପରେ ଥମ୍ କିନା ବସିପଡି ଦୀର୍ଘନିଶ୍ୱାସ ନେଉଥିବାବେଳେ ସୁମିତା ଦେବୀ କହିଲେ – “କୁଆଡେ ଯାଇଥିଲ ? ସକାଳ ପ୍ରହରୁ ଚା’ ଟିକେ ପି’ଥିଲ ଯେ ସେତିକି । ଆସ, କ’ଣ ଦି’ଟା ଖାଇକି ଶୋଇପଡିବ ।”



Rate this content
Log in