STORYMIRROR

pawan Mohakul

Romance Tragedy

4  

pawan Mohakul

Romance Tragedy

ସାବିତ୍ରୀ

ସାବିତ୍ରୀ

2 mins
24


ରାତିରେ ଖାଇବା ପିଇବା ସରିଲା ପରେ ବାସନ ମାଜୁମାଜୁ ଅନିଶା ରୋଷେଇ ଘରୁ ପାଟି କରି କହିଲା "ଶୁଣୁଛ ନା,କାଲି ସାବିତ୍ରୀ, ଫେରିଲାବେଳକୁ ଭୋଗରାଗ ଟିକେ ଆଣିବ, ଆର ବର୍ଷ ଭଳିଆ ଭୁଲିଯିବନି " "ହଉ, ଆଣିବି, ଏତିକି କହି ପୱନ ଖବରକାଗଜ ର "EMPLOYEMNT" ସେକ୍ସନ ଓଲଟେଇବାରେ ଲାଗିଗଲା ସେ।

କରୋନା ଚାଲିଗଲାଣି ସତ,ହେଲେ ତା ସହିତ ଚାଲିଯାଇଛି ପୱନ୍ ର ଚାକିରୀ, ଯଉଠି ଯାହା ଥିଲା ସେସବୁ ବାପା ମାଙ୍କ ଔଷଧ ଆଉ ଛୁଆ ଙ୍କ ପଢ଼ାଖର୍ଚ ରେ ସରିବାକୁ ବସିଲାଣି,ଏବେ ଚାକିରିଟେ ପାଇଁ ନୟାନ୍ତ ହେଲାଣି ସେ।

"

' ସାବିତ୍ରୀ ଓଷା ପାଇଁ ବଜାର ସାରା ଭିଡ।ଦରଦାମ ସବୁ ଆକାଶ ଛୁଆଁ,ସେଓ କିଲ ୨୦୦,ଡାଳିମ୍ବ୧୫୦ ଆଉ କଦଳୀ ଗୋଟେକୁ ୫।ଦୋକାନୀ କୁ ଗୋଟେ ସାବିତ୍ରୀ ପୁଟୁଳା ମାଗିଲା ସେ,ଦୋକାନୀ ସବୁ ଫଳରୁ ଗୋଟେ ଗୋଟେ ଆଉ କେଇଟା ଜିନିଷ ପୁରେଇଦେଇ ଧରେଇଦେଲା ପୱନ୍ କୁ,"କେତେ ହେଲା..?'- ପଚାରିଲା ପୱନ୍, ୩୫୦ ସାରେ ।ଭାଇ କଣ ମ ଏତିକି ଜିନିଷ ଟିକେ କୁ ୩୫୦,

କଣ କରିବ ବାବୁ ଜିନିଷ ପତ୍ର ସବୁ ତା ରେଟ ଆଉ

ଭାଇ ସବୁ ଖୋଲିଦିଅ ମତେ ଖାଲି ସେ ନାଲିଚୁଡ଼ି ଶଙ୍ଖା ଦିପଟ ଆଉ ସିନ୍ଦୁର ଟିକେ ଦେଇଦିଅ।

କେମିତିକା ଗୋଟେ ନଜର ରେ ସେ ଦୋକାନୀ ପୱନ୍ କୁ ଚାହିଁଲା ଆଉ ତା କହିବା ଅନୁସାରେ ସବୁ ଜିନିଷ ଖୋଲିଦେଲା କେବଳ ସେଇ ଦିଟା ଜିନିଷ କୁ ଛାଡିକି।ଏବେ କେତେ ହେଲା?

୨୦ଟଙ୍କା

ସେତିକି ଧରି ପୱନ୍ ଆସିଲା ଘରକୁ,ହେଲେ ରାସ୍ତା ସାରା ଭାବୁଥିଲା କାଳେ ଅନିଶା ଯଦି ମନଦୁଃଖ କରିବ କି ଖରାପ ଭାବିବ।ଘରେ ପହଂଚିଲାବେଳକୁ ରାତି ୯, ଅନିଶା ଆସି ପୱନ୍ ଆଡକୁ ଚାହିଁକି କହିଲା କିଛି ଆଣିଲନି କି ତମେ..? ଏତେ ଥର କହିଥୁଲି ...ହେଲେ...ତା ପାଟିରୁ କଥା ନସରୁଣୁ ପେଣ୍ଟ ପକେଟ ରୁ ସେଇ ସିନ୍ଦୁରପୁଟୁଳା ଆଉ ଶଙ୍ଖା ଦୀପଟ କାଢି ଅନିଶା କୁ ବଢ଼େଇଦେଲା ପୱନ୍। ଆଉ ଆଶ୍ଚର୍ଯ୍ୟ ର କଥା ଅନିଶା ବିନା ଦ୍ବିଧା ରେ ତାକୁ ନେଇ ରଖିଲା ଟେବୁଲ ଉପରେ ।

ରାତି ଖାଇବା ବେଳେ ପୱନ୍ ପୁରା ଚୁପ, ସତେ ଯେମିତି କଉ ଅଜଣା ବୋଝର ଓଜନ ରେ ସେ ଦବିଯାଇଛି ନିଜ ନଜର ରେ। ସେଦିନ ସବୁ କାମ ସରିଲା ପରେ, ଯେତେବେଳ ଅନିଶା ଶୋଇବାକୁ ଆସିଲା ଦେଖୁଲା ପୱନ୍ ବାଲକୋନି ରେ ଆକାଶଟା କୁ ଅନେଇକି ବସିଛି, 'ଏତେ ରାତି ହେଲାଣି ଶୋଇବନି କି..?" ପଚାରିଲା ଅନିଶା – ହେଲେ ଆକାଶର ର ଅସିମିତ ପରିବ୍ୟାପ୍ତିରେ ହଜିଯାଇଥିଲା ପୱନ୍ ।

ପାଖକୁ ଆସି ପୱନ୍ କାନ୍ଧରେ ହାତ ପକେଇ ପୁଣି ଥରେ ପଚାରିଲା''ଏତେ ରାତି ହେଲାଣି ନସୋଇ ଏଠି ବସିକି କଣ ଭାବୁଛ"

ଆପେ ଆପେ ପୱନ୍ କହିଉଠିଲା "ଏଥର ମନ ଦୁଖ କରନି........ଆର ବର୍ଷକୁ........ ପୱନ୍ ଆଉ କିଛି କହିବା ପୂର୍ବରୁ ଅନିଶା ଆସି ବସିଲା ତା ପାଖରେ ,ତା ହାତରେ ହାତରଖି କହିଲା'' ମନେ ଅଛି ତମର ଆମର ପ୍ରଥମ ସାବିତ୍ରୀ ରେ ତମେ ସୁନା କାନଫୁଲ ହଳେ ଆଣିଦେଇଥିଲା ମତେ,ସେତେବେଳେ ସେ ସୁଖ ର ଯଦି ଭାଗ ନେଲି, ଆଜି ଏ ଦୁଃଖ ର କାହିଁକି ନୁହେଁ..? ମୁ ତମର ଅର୍ଧାଙ୍ଗିନୀ ଯେ ....

ସଧବା ସ୍ତ୍ରୀ ଲୋକପାଇଁ ସେଇ ନାଲିଶଙ୍ଖା ଦିପଟ ହିଁ ଯଥେଷ୍ଟ,

ଆଉ ଶୋଇବାକୁ ଯାଉ ଯାଉ କହିଲା 'କାଲି ସକାଳୁ ବାଡିରୁ ଖାଲି ଗୋଟେ ନଡ଼ିଆ ପାରିଦବ ହେଲା। ଏଇକଥା ପଦକ ଶୁଣିଲାପରେ ପୱନ୍ ମନର ସବୁ ଗ୍ଳାନି ଯେମିତି ପାଣିଫୁଟୁକା ଭଳିଆ ମିଳେଇଗଲା। ଆଉ ତା ମନ ଭିତରୁ କିଏ କହିଦଉଥିଲା,ରାସ୍ତା ପଛେ ଯେତେ କଣ୍ଟକିତ ହଉ,ଚାଲିବାକୁ ସାଙ୍ଗରେ ଭଲ ସାଙ୍ଗଟେ ଥିଲେ ସେ ସବୁ କଷ୍ଟ କେତେ ଶକ୍ତିହୀନ ହେଇପଡନ୍ତି ସତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance