STORYMIRROR

pawan Mohakul

Tragedy Action Inspirational

3  

pawan Mohakul

Tragedy Action Inspirational

ଚକୋଲେଟ୍ ଜେଜେ

ଚକୋଲେଟ୍ ଜେଜେ

2 mins
176


ସମୟ ଅପରାହ୍ନ 4 ଟା ହେବ, ମାମୁଁ ଘର ପାଖକୁ ଲାଗି ପଡିଆ ରେ କିଛି ଛୋଟ ପିଲା ଖେଲୁଥାନ୍ତି। ମୁଁ ପଡିଆ ରେ ଗୋଟେ ପାର୍ଶ୍ଵ ରେ ବସି ସେମାନଙ୍କ ଖେଳ କୁ ଉପଭୋଗ କରୁଥାଏ । ହଟାତ୍ ସବୁ ପିଲା ଦୌଡିଲେ ରାସ୍ତା ଆଡ଼କୁ, ମୋ ମନରେ ପ୍ରଶ୍ନ ଆସିଲା ଆରେ କଣ ହେଲା ଏମାନେ ଏମିତି ଦୌଡ଼ିଲେ କଣ ପାଇଁ ? ଦୂରକୁ ଦେଖେ ତ୍ ଜଣେ ବୃଦ୍ଧ ଙ୍କ ଆଡ଼କୁ ସମସ୍ତେ ପାଟି କରି କରି ଦୌଡ଼ି ଥାଆନ୍ତି ଚକୋଲେଟ୍ ଜେଜେ ଚକୋଲେଟ୍ ଜେଜେ

ଆଶ୍ଚର୍ଯ୍ୟ ହେଲି କଣ ଚକୋଲେଟ୍ ଜେଜେ ? ମୋ ପ୍ରଶ୍ନ ର ଉତ୍ତର ପାଇବା ପାଇଁ ମୁଁ ବି ଚାଲିଲି ତାଙ୍କ ପାଖକୁ । ପଖରେ ପହଞ୍ଚି ଦେଖେ ତ ଜଦୁଗର ର ଯାଦୁମୁଣି ସଦୃଶ ନିଜ ପକେଟ୍ ରୁ ଚକୋଲେଟ୍ ଖୋଲି ବାଣ୍ଟୁ ଥିଲେ ସେ, ମୋତେ ବି ଗୋଟେ ଚକୋଲେଟ୍ 🍫 ଦେଲେ । ଆଛା ଏଥିପାଇଁ ପିଲା ମାନେ ଦୌଡୁଥିଲେ ମୋ ପ୍ରଶ୍ନ ର ଉତ୍ତର ପାଇଗଲି, ଆଉ ଖୁସି ବି ହେଲି ।

ତା ପରଦିନ ସେଇ ଖୁସି ରେ ପୁଣି ଯାଇ ମୁଁ ବସିଥାଏ ପଡିଆ ପାଖେ ଆଉ ମନେ ମନେ ଭାବୁଥାଏ କେତେବେଳେ ଆସିବେ ଚକୋଲେଟ୍ ଜେଜେ । କିଛି ସମୟ ବିଳମ୍ବ ପରେ ଜେଜେ ଆସିଲେ, ହେଲେ ପାର୍ଥକ୍ୟ ଏତିକି ପକେଟ୍ ରେ ନଥିଲା ତାଙ୍କର ଚକୋଲେଟ୍ । କାଲି ନିଜ ଗୋଡ଼ ରେ ଚାଲି ଚାଲି ଆସୁଥିବା ଲୋକ କୁ ଆଜି ଚାରି କାନ୍ଧର ସାହାରା ପଡ଼ିଛି । ଜୀବନ ଫୋଟକା ଫୁଟି ଯାଇଥିଲା ପାଣି ଫୋଟକା ପରି । 

କାନ୍ଦ ବୋବାଳି ରେ ଫାଟି ପଡୁଥିଲା ଆଖ ପାଖ, ବିଳାପ ର କରୁଣ ସ୍ୱର ଶୁଣି ରହି ପାରୁନଥିଲି ମୁଁ । ପରେ ନିଜ ମନକୁ ବୁଝେଇଲି ଏଇ ତ ଚିରନ୍ତନ ସତ୍ୟ, ସମସ୍ତଙ୍କୁ ଦିନେ ନା ଦିନେ ତ ଏଇ ସତ୍ୟ କୁ ସାମ୍ନା କରିବାକୁ ପଡ଼ିବ । ହେଲେ ପ୍ରଶ୍ନ :- ଯଦି ଏହା ଚିରନ୍ତନ ସତ୍ୟ ତେବେ କଣ ପାଇଁ ମନରେ ଏତେ ଗର୍ବ, ଅହଙ୍କାର, ଲୋଭ ?




Rate this content
Log in

Similar oriya story from Tragedy