pawan Mohakul

Tragedy Thriller

3  

pawan Mohakul

Tragedy Thriller

ଅସୁମାରୀ ଆଶା

ଅସୁମାରୀ ଆଶା

1 min
174



ବୃଦ୍ଧାବସ୍ଥା ଜୀର୍ଣ୍ଣ ଶରୀର ଦୁଇ ପାଦ ଚାଲିବା ପାଇଁ ବି କାହାର ସହାୟତା ଲୋଡୁଥିବା ଯଦୁନାଥ ବାବୁ ବସି ଓଲଟାଉ ଥାଆନ୍ତି ଜୀବନ ଗ୍ରନ୍ଥର ପୁରୁଣା ପୃଷ୍ଠା ସବୁ ।

ଆରେ ମୋର କଣ ସବୁ ଆଶା ପୂରଣ ହେଲା ? ନା କିଛି ଆଶାର ତଣ୍ଟି ଚିପି ମୁଁ ନିଜେ ହତ୍ୟା କରିଛି ?

ହଁ ମୋତେ ଲାଗୁଛି ମୁଁ ହିଁ ହତ୍ୟାକାରୀ, ମୋର କିଛି ଆଶା ଆଉ ଆକାଂକ୍ଷାର ।

ଚାକିରି କରିବା ପୂର୍ବରୁ ବହୁତ୍ ଭାବି ଥିଲି "ଯଦି ମୁଁ ଚାକିରି କରେ ତେବେ ମୋ ସହାୟତାରେ କିଛି ନିସହାୟ ପିଲାଙ୍କ ଜୀବନ ସୁଧାରିବି" ।

        ହେଲେ, ଚାକିରି କଲି କିନ୍ତୁ ନିଶାହାୟ ପିଲାଙ୍କୁ ସହାୟତା କରିବା ପରିବର୍ତ୍ତେ ନିଜ ପରିବାର ଭିତରେ ବାନ୍ଧି ରହିଲି । ଯାହାକୁ ବହୁ ଆଶା ନେଇ ଉଚ୍ଚ ଶିକ୍ଷିତ କଲି ସେ ଆଜି ମୋ ପାଖେ ନାହିଁ କେତେବେଳେ ସପ୍ତାହରେ ଥରେ ଭିଡିଓ କଲ୍ କରୁଛି ଜାଣିବା ପାଇଁ କି ୟେ ବୁଢ଼ାଟା ବଞ୍ଚିଛି ନା ମରି ଯାଇଛି ।

    ଯଦି ନିଜ ପିଲା ନିଜ ପରିବାର ଭିତରେ ବାନ୍ଧି ନ ହୋଇ ମୋ ଆଶାକୁ ପୁରଣ କରିଥାନ୍ତି ତ ହୁଏତ ଏ ୟେ ଅବସ୍ଥାରେ ମୋ ପାଖେ କେହି ଛିଡ଼ା ହୋଇଥାଆନ୍ତା ଆଶ୍ରା ବାଡି ପରି ।

     ପରିଶେଷରେ ଏତିକି ଭାବି ଶୋକ ପ୍ରକାଶ ତ କରିଥାନ୍ତା ଆମ ଜୀବନ ମୂର୍ତ୍ତିକୁ ଗଢିଥିବା ବିନ୍ଧାଣୀ ଆଜି ଶଯ୍ୟାଶାୟୀ..।



Rate this content
Log in

Similar oriya story from Tragedy