pawan Mohakul

Romance

3  

pawan Mohakul

Romance

ଅଭିମାନିନୀ

ଅଭିମାନିନୀ

1 min
202



ଇସ୍ ତମେ କେତେ ସୁନ୍ଦର ଦିଶ ଯେତେବେଳେ ତମେ ଟିକେ ରାଗଭରା ଅଭିମାନ ଚାହାଣି ରେ ମୋତେ ଚାହିଁଦିୟ । ଖେଲିଯାଏ ମୋ ମନରେ ପ୍ରୀତିର ବାସ୍ନା, ମନେ ହୁଏ ଯେମିତି ନୀଳ ଦରିଆ ବୁକୁରେ ଏକ ଛୋଟ ଏକ ଡଙ୍ଗା ରେ ତମେ ଆଉ ମୁଁ ବିତାଉଛେ କିଛି ଅନ୍ତରଙ୍ଗ ମୁହୂର୍ତ୍ତ । ଲାଜ ଭରା ହସ ତମର ଆଖିରେ ଆଖିରେ କହିଯାଏ ବହୁତ୍ କିଛି କଥା ।

ତୁମ ରୂପ ଲାବଣ୍ୟ ମନ୍ତ୍ର ମୁଗ୍ଧ କରିଦିଏ ମୋତେ । ମନେ ହୁଏ ମୁଁ ବି ବନିଯିବି ଶାହାଜାହାନ୍, ବନେଇ ଦେବି ତମ ପାଇଁ ଏକ ସ୍ୱପ୍ନର ତାଜମହଲ ।

ଯେତେବେଳେ ତମେ ମୋତେ ତମ ତେରେଛା ଚାହାଣୀ ରେ ଚାହିଁ ଦିଅ, ମନେ ହୁଏ ଯେମିତି ଗ୍ରୀଷ୍ମର ପ୍ରଚଣ୍ଡ ରୁଦ୍ର ତାପରେ ଅଧା ଜଳି ଯାଇଥିବା ଏଇ ଗଛ ଉପରେ ବର୍ଷା ହୋଇ ଅମୃତ ଛିଞ୍ଚି ଦେଲ । ବର୍ଷା କୁ ଦେଖି ମୟୂର ନାଚିବା ପରି ମୋ ମନ ବି ଖୁସି ରେ ନାଚି ଯାଏ ।




Rate this content
Log in

Similar oriya story from Romance