pawan Mohakul

Abstract Tragedy Action

3  

pawan Mohakul

Abstract Tragedy Action

ଶେଷ ପ୍ରୟାସ

ଶେଷ ପ୍ରୟାସ

1 min
119



କଣ ନିଜ ମନର ଦୁଃଖ ବେଦନା ଏମିତି ସବୁ ଦିନ ଚାପି ରଖିଥିବୁ ! ମନର ଯନ୍ତ୍ରଣା ଶରୀର ଯନ୍ତ୍ରଣାକୁ ଟପି ଯାଇଛି । କେତେ ଦିନ ଯାଏ ଏଇ ମିଛ ମୁଖା ତଳେ ନିଜକୁ ଢାଙ୍କି ରଖିବୁ..? ନା ଆଉ ନୁହଁ, ଚାଲ ଭଙ୍ଗିଦେ ମନ ସିନ୍ଦୁକର ସବୁ ଚାବି, ଛିଡେଇ ଦେ ସବୁ ବେଢ଼ୀକୁ । ବାହାର କରିଦେ ସବୁ ଦୁଃଖ କ୍ଲେଶ, ଲୁହ ହୋଇ ଗଡିବାକୁଦେ । ଆରେ ଜାଣେ ତୋ ପାଇଁ ଏତେ ସହଜ ନୁହେଁ କାରଣ କୁଟନିତିର କବଳରେ କବଳିତ ତୋର ଏଇ ମନ ଆଖି କଣ ଅନୁମତି ଦେବ..?

ସମୟ ଅତିକ୍ରାନ୍ତ ହୋଇ ସାରିଛି । ସୂର୍ଯ୍ୟାସ୍ତ ଆସନ୍ନ ପ୍ରାୟ ଜୀବନର ଶେଷ କ୍ଷଣ କେତେଟା ବାକି ଅଛି ତୋ ପାଖେ । ସୀମାହୀନ ଦରିଆ ଭିତରେ ତୋ ନୌକାଟା ବୁଡ଼ିଯିବ, ଚାଲ ଶେଷ ପ୍ରୟାସ କରିବା ।

ଆରାମ ଚୌକିରେ ବସି ଏ କଥା ଭାବୁ ଥାଆନ୍ତି ପୱନ୍ ବାବୁ । ଦ୍ଵନ୍ଦ ଘେରରେ ବାନ୍ଧି ହୋଇ ପଡ଼ି ଥାଆନ୍ତି ସେ, ହଠାତ୍ ଜଣା ନାହିଁକୁଆଡୁ କିଛି ମୃଦୁ ପବନ ଆସି ବାଡେଇ ଦେଲା ଶରୀରକୁ । ପ୍ରାଣବାୟୁ ଉଡିଗଲା ତା ସହ, ହେଲେ ଅବଶୋଷ ପ୍ରକାଶ କରି ହେଲାନି ମନର ବେଦନା..........।




Rate this content
Log in

Similar oriya story from Abstract