STORYMIRROR

pawan Mohakul

Abstract Horror

3  

pawan Mohakul

Abstract Horror

ଅପେକ୍ଷା

ଅପେକ୍ଷା

1 min
232

ସେଦିନ ଥାଏ ଡିସେମ୍ବର ୩୧ ସନ୍ଧ୍ୟା ୮ ଟା ହେବ । ଛୁଟି ଦିନରେ କୁଆଡେ ଗୋଟେ ଯିବେ ଭାବି ପୱନ୍ ବାବୁ ଆସି ପହଞ୍ଚିଲେ କପାଳି ରୋଡ ଷ୍ଟେସନ ରେ । 

ଛୋଟ ଷ୍ଟେସନ ତେଣୁ ବେଶୀ ଲୋକ ନଥାନ୍ତି, ପୱନ୍ ବାବୁ ଏକା ବସି ମୋବାଇଲ ଦେଖୁ ଥାଆନ୍ତି । ହଠାତ୍ ତାଙ୍କ ନଜର ପଡିଲା ଶେଷ ମୁଣ୍ଡରେ ପଡ଼ିଥିବା ସେଇ ଚେୟର୍ ଉପରେ, ଆରେ କେହି ଜଣେ ଯୁବତୀ ବସି ସେଠି କାନ୍ଦୁଛନ୍ତି ନା କଣ ତ...!! ତାଙ୍କ ପାଖକୁ ଦୌଡ଼ି ଗଲେ ପୱନ ବାବୁ, ପଚାରିଲେ କଣ ହୋଇଛି କାନ୍ଦୁଛ କଣ ପାଇଁ..? ହେଲେ ଯୁବତୀ ଜଣଙ୍କ କିଛି ଉତ୍ତର ଦେଲେ ନାହିଁ । ପୱନ୍ ବାବୁ ତାଙ୍କ ବସି ପଡ଼ିଲେ କଣ ହୋଇଛି ଜାଣିବା ଆଶାରେ । କେତେ ଥର ପଚାରିବା ପରେ ଯୁବତୀ ଜଣକ ଉତ୍ତର ଦେଲେ ମୁଁ ଅପେକ୍ଷା କରିଛି । ପୱନ୍ ବାବୁ ପ୍ରଶ୍ନବାଚୀ ଠାଣୀ ରେ କହିଲେ କାହାକୁ..? ଯୁବତୀଙ୍କ ତରଫରୁ ଉତ୍ତର ଆସିଲା ମୋ ପ୍ରେମିକ ଙ୍କୁ, ସେ କହିଥିଲେ ଏଇ ଷ୍ଟେସନ୍ ରେ ଦେଖା ହେବ ବୋଲି । ତେଣୁ ମୁଁ ଅପେକ୍ଷା କରିଛି ଯେମିତି ଚାତକ ବର୍ଷାକୁ, କଇଁ ଯହ୍ନ କୁ, ହେଲେ ସେମାନଙ୍କ ଅପେକ୍ଷାର ତ ଅନ୍ତ ଘଟେ, ହେଲେ ମୋ ଅପେକ୍ଷାର ଅନ୍ତ ହିଁ ନାହିଁ । ଅପେକ୍ଷା କରି କରି ଆଖିରୁ ଲୁହ ଗଡ଼େଇ ଚାଲିଛି । ଯୁବତୀଙ୍କ ଆଖିରୁ ଲୁହ ପୋଛିବା ଆଶାରେ ପୱନ୍ ଵାବୁ ହାତ ବଢାଇଲେ ହେଲେ ଯୁବତୀଙ୍କୁ ସ୍ପର୍ଶ କରି ପାରିଲେ ନାହିଁ, ଆଶ୍ଚର୍ଯ୍ୟ କିଏ ତେବେ ୟେ...!!! ନିଜକୁ ପ୍ରଶ୍ନ କରି ସେଠୁ ପଳାଇ ଆସିଲେ ପୱନ୍ ବାବୁ । ପରଦିନ ପଚାରୁ ପଚାରୁ ଜାଣିବାକୁ ପାଇଲେ ସେ ଯୁବତୀ ନଥିଲେ, ଥିଲା ତାଙ୍କ ଆତ୍ମା, ଆଉ ସବୁଦିନ ସେଇ ଜାଗାରେ ବସି କାନ୍ଦୁଛନ୍ତି ଅପେକ୍ଷା କରୁଛନ୍ତି ତାଙ୍କ ପ୍ରେମିକା ଙ୍କୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract