STORYMIRROR

pawan Mohakul

Tragedy Fantasy Inspirational

3  

pawan Mohakul

Tragedy Fantasy Inspirational

ସ୍ମୃତି

ସ୍ମୃତି

1 min
151


ସ୍ମୃତି ତୁମେ ଶୀତ ସକାଳର କଅଁଳ ଘାସ ଉପରେ ପଡ଼ିଥିବା କାକର ବିନ୍ଦୁ ସଦୃଶ । ସୂର୍ଯ୍ୟର ପହିଲି କିରଣରେ ଯେମିତି ଘାସ ଉପରେ ପଡ଼ିଥିବା କାକର ବିନ୍ଦୁ ଇନ୍ଦ୍ରଧନୁର ସପ୍ତରଙ୍ଗକୁ ବିଚ୍ଛୁରିତ କରିଦିଏ । ଠିକ୍ ସେମିତି ବେଳେବେଳେ ଏଇ ଚଞ୍ଚଳ ମନକୁ ସାଙ୍ଗରେ ଧରି ପୁଣି ଥରେ ତୁମେ ବୁଲାଇ ନିଅ ପୁରୁଣା ଦୁନିଆକୁ । ଭରିଦିଅ ଆଖିରେ ସପ୍ତରଙ୍ଗୀ ଛବି ସବୁ । 

        ହେଲେ ବେଳେବେଳେ ମୁଁ ତୁମ ଉପରେ ଅଭିମାନ କରେ, କାରଣ ତମେ ବଡ ବିଚିତ୍ର । କେତେବେଳେ ମନକୁ ଖୁସି କରିଦିଅ ତ ଆଉ କେତବେଳେ ମନରେ ବିଷାଦ ଭରିଦିଅ  । 

ସତରେ ତୁମେ ଗଣିତର ପ୍ରତିଲୋମୀ ଚଳନ ପରି । ଅତୀତରେ ଖୁସିରେ ଉପଭୋଗ କରିଥିବା ଏମିତି ଘଟଣା ସବୁ ମନେ ପକାଇ ଦିଅ ଯାହା ପାଇଁ ଆଜି ମୋ ଆଖି ଲୁହରେ ଭାରିଯାଏ । ଆଉ କିଛି ଖରାପ ସମୟର ଛବି ବି ଆଖି ଆଗରେ ଆଙ୍କି ଦିଅ, ଯାହା ପାଇଁ ଆଜି ମୁଁ ଚିତ୍କାର କରି ନ ହସି ରହି ପାରେନି । 

ହେଲେ ମୋ ମନରେ ବେଳେବେଳେ ପ୍ରଶ୍ନ ଆସେ ଆରେ ତୁମେ ଖାଲି ମୋ ପାଖେ ଅଛ ନା ସମସ୍ତଙ୍କ ପାଖେ....?

ଯଦି ତମେ ସମସ୍ତଙ୍କ ପାଖେ ଅଛ ତେବେ ସେ କଣ ମୋ ପରି ନିଶବ୍ଦ ରାତିର ଅନ୍ଧକାରରେ ବିଳାପ କରୁଥିବ ସେଇ ଅତୀତର ପୃଷ୍ଠାକୁ ଉଲଟାଇ । ମନେ ପକାଉ ଥିବ ସେ ଦିନ ସବୁକୁ, ଯେଉଁ ଦିନ ସବୁ ଆମେ ଦୁହେଁ ବେଶ୍ ଖୁସିରେ ବିତାଇ ଥିଲୁ । ଆଉ ପରସ୍ପରକୁ କଥା ଦେଇଥିଲୁ ଜୀବନ ସାରା ସାଥୀ ହୋଇ ପାଦରେ ପାଦ ମିଳାଇ ଚାଲିବାକୁ..।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy