ନିର୍ଜନତା
ନିର୍ଜନତା
ବୟସରେ ଅପରାହ୍ନରେ ଏକୁଟିଆ ଘର ଠାରୁ ଦୂରରେ ରହିବା କେତେ କଷ୍ଟ ସତରେ । ମନର ନର୍ଜନତା ବେଳେବେଳେ ବିଭତ୍ସ କରିଦିଏ ସବୁକିଛି ଛାଡ଼ି ନିଜ ପରିବାର ପାଖକୁ ଚାଲିଯିବାକୁ । କିଛି ସମୟ ନିଜ ପିଲାମାନଙ୍କ ସହ ବିତେଇବାକୁ । ହେଲେ ଦରମା ଟଙ୍କାର ଶିକୁଳି, ଦେଶ ପାଇଁ କର୍ତ୍ତବ୍ୟନିଷ୍ଠତା ମୋ ଗୋଡ଼କୁ ବାନ୍ଧି ବନ୍ଦୀ କରିଦିଏ ମୋତେ ।
ଗୋଳା ବାରୁଦର ଶବ୍ଦ ଦେହରେ ଶିହରଣ ଖେଳାଇ ଦିଏ । ତତ୍ ସହିତ ବାଇସ୍କୋପର ରିଲ୍ ସଦୃଶ ପିଲା ଦିନର ଚିତ୍ର ସବୁ ଆଖି ଆଗରେ ଚାଲିଆସେ । ସେ ସମୟର ଅଭାବ ଅନଟନ ର ଦାରୁଣ ଦୁଃଖ ଆଖିରେ ଲୁହ ଭରିଦିଏ । ହେଲେ ସେ ଦୁଃଖ ଦୁର୍ଦ୍ଦଶା ଯେପରି ମୋ ପିଲା ମାନେ ନ ଦେଖନ୍ତୁ,.. ସେଥିପାଇଁ ମୁଁ ମୋ ନିଜର ସବୁ ଖୁସିକୁ ପଛରେ ପକାଇ ମାଓବାଦୀ ଭରା ଜଙ୍ଗଲ ମଧ୍ୟରେ ନିଜକୁ adjust କରି ନିଏ ।
ଏବେ କିଛିଦିନ ହେବେ Facebook, WhatsApp ମୋ ନୂଆ ସାଥୀ ବନିଛି, ଏକାକୀ ଅନୁଭବ ହେଲେ କିଛି ସମୟ ସେଥିରେ ବିତାଇ ଦେଉଛି । ହେଲେ ମନରେ ପ୍ରଶ୍ନ ସୋସିଆଲ ମିଡିଆ କଣ ପୂରଣ କରି ପାରିବ ମୋ ପିଲା ମାନଙ୍କ ସହ ବିତାଇ ଥିବା ସ୍ୱଳ୍ପ ସମୟର ସେଇ ସ୍ଥାନ....? କଣ ଭରି ପାରିବ ମୋ ମନରେ ଆନନ୍ଦ ଆଉ ଉଲ୍ଲାସ.....?
