STORYMIRROR

pawan Mohakul

Tragedy Action Inspirational

3  

pawan Mohakul

Tragedy Action Inspirational

ନିର୍ଜନତା

ନିର୍ଜନତା

1 min
155


ବୟସରେ ଅପରାହ୍ନରେ ଏକୁଟିଆ ଘର ଠାରୁ ଦୂରରେ ରହିବା କେତେ କଷ୍ଟ ସତରେ । ମନର ନର୍ଜନତା ବେଳେବେଳେ ବିଭତ୍ସ କରିଦିଏ ସବୁକିଛି ଛାଡ଼ି ନିଜ ପରିବାର ପାଖକୁ ଚାଲିଯିବାକୁ । କିଛି ସମୟ ନିଜ ପିଲାମାନଙ୍କ ସହ ବିତେଇବାକୁ । ହେଲେ ଦରମା ଟଙ୍କାର ଶିକୁଳି, ଦେଶ ପାଇଁ କର୍ତ୍ତବ୍ୟନିଷ୍ଠତା ମୋ ଗୋଡ଼କୁ ବାନ୍ଧି ବନ୍ଦୀ କରିଦିଏ ମୋତେ ।


ଗୋଳା ବାରୁଦର ଶବ୍ଦ ଦେହରେ ଶିହରଣ ଖେଳାଇ ଦିଏ । ତତ୍ ସହିତ ବାଇସ୍କୋପର ରିଲ୍ ସଦୃଶ ପିଲା ଦିନର ଚିତ୍ର ସବୁ ଆଖି ଆଗରେ ଚାଲିଆସେ । ସେ ସମୟର ଅଭାବ ଅନଟନ ର ଦାରୁଣ ଦୁଃଖ ଆଖିରେ ଲୁହ ଭରିଦିଏ । ହେଲେ ସେ ଦୁଃଖ ଦୁର୍ଦ୍ଦଶା ଯେପରି ମୋ ପିଲା ମାନେ ନ ଦେଖନ୍ତୁ,.. ସେଥିପାଇଁ ମୁଁ ମୋ ନିଜର ସବୁ ଖୁସିକୁ ପଛରେ ପକାଇ ମାଓବାଦୀ ଭରା ଜଙ୍ଗଲ ମଧ୍ୟରେ ନିଜକୁ adjust କରି ନିଏ ।

ଏବେ କିଛିଦିନ ହେବେ Facebook, WhatsApp ମୋ ନୂଆ ସାଥୀ ବନିଛି, ଏକାକୀ ଅନୁଭବ ହେଲେ କିଛି ସମୟ ସେଥିରେ ବିତାଇ ଦେଉଛି । ହେଲେ ମନରେ ପ୍ରଶ୍ନ ସୋସିଆଲ ମିଡିଆ କଣ ପୂରଣ କରି ପାରିବ ମୋ ପିଲା ମାନଙ୍କ ସହ ବିତାଇ ଥିବା ସ୍ୱଳ୍ପ ସମୟର ସେଇ ସ୍ଥାନ....? କଣ ଭରି ପାରିବ ମୋ ମନରେ ଆନନ୍ଦ ଆଉ ଉଲ୍ଲାସ.....? 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy