ସ୍ୱପ୍ନ ପୂରଣ
ସ୍ୱପ୍ନ ପୂରଣ
କଣ ମୋତେ ପ୍ରସାଦ ଖାଇବାକୁ ମିଳିଲା । ଯୋଉ ମଣିଷ ଖାଇବା ଥାଳିରେ ହାତ ଧୋଇ ଦଉଥିଲେ ସେ ଆଜି କଣ ମୋ ପାଇଁ ଖାଇବା ଛାଡି ଯାଇଛନ୍ତି । ସେହି ବାକି ଥିବା ତାଙ୍କ ଖାଇବା ଥାଳିଆ ପାଖରେ ବସିଯାଇ ମନକୁ ଆନନ୍ଦରେ ପ୍ରସାଦ ମନେ କରି ଖାଇ ବସିଲି । ଆହା କି ସ୍ୱାଦିଷ୍ଟ ଏହି ଖାଦ୍ୟ ସତରେ ଆଜି ମୁଁ ପବିତ୍ର ହେଇଗଲି ।
ଖାଇବା ସରିଲା ମୀରା ସବୁ ରୋଷେଇ କାମ ସଫା କରିଦେଲା । ରୋଷେଇ ଘର ମଧ୍ୟ ଚକା ଚକ କରିଦେଲା ସେ କାଲି ପାହାନ୍ତିଆରୁ ଯିବ କେତେବେଳେ କାମ ସାରିବନି ପୁଣି ଅସୁବିଧା ହେଇଯିବ, ପୁଣି ବୁଲିବାକୁ ଯିବି କେତେ ଆଡେ ବୁଲେଇବେ କେବେ ଦିନ ପରେ ଏତେ ସବୁ ସ୍ୱପ୍ନ ତ ପୂରଣ କରିବାକୁ ପଡିବ। ଆସିବାବେଳକୁ ପୁଣି କେତେ ଦିନ ଲାଗିଯିବ ।
ରାତିରେ ଶୋଇବା ସମୟ ଆସିଲା, ଆଜି କଣ ସେ ବିଛଣା ସଜାଡି ଦେଇଛନ୍ତି । କେବେ ତ ଏକା ଶୋଇନୁ ମୀରା ଯେତେବେଳେ ଚଟାଣରେ ବିଛଣା ବିଛେଇଲା ରବିନ କହେ ଶୁଣ ମୀରା ଆସ ଆଜି ଗୋଟିର ବିଛଣାରେ ଶୋଇବା, ସତରେ କଥାଟା ଦେହରେ ବରଫ ଲାଦିଲା ପରି ଲାଗିଥିଲା । ମୀରା କହେ ମୁଁ କହେ ନା ନା ମୁଁ ଚଟାଣରେ ସୋଇଯିବି ପୁଣି ରବିନ କହେ ଶୁଣ ଶୋଇପଡ ଏଇଠି ସକାଳୁ ଜଲଦି ଉଠିବାକୁ ପଡିବ । ମନରେ ଖୁସିରେ ଖୁସିରେ ଶୋଇପଡ଼ିଲା ମୀରା ।
ଝରକାଟା ବନ୍ଦ କରିବାକୁ ଭୁଲିଯାଇ ଥିଲା ପାହାନ୍ତିଆର କୁହୁଡି ପବନ ଦେହରେ ବାଜିବାରୁ ଶୀତେଇ ଉଠିଲା ଦେହ ରବିନ ମୀରାକୁ ଜାବୁଡି ଧରି ଶୋଇଛି, ଦୁହେଁ ପ୍ରେମ ପକ୍ଷୀ ପରି ଦୁଇ ଦେହକୁ ଏକ କରି ଶୋଇଥିଲେ, ହଠାତ ସୂର୍ଯ୍ୟ କିରଣ ଦେହରେ ବାଜିବାରୁ ମୀରାର ଆଖି ମଳି ମଳି ଉଠିଲା କାନ୍ଥରେ ଝୁଲୁଥିବା ଘଣ୍ଟାକୁ ୬ଟା ବାଜି ଯାଇଥିଲା । ନିଜକୁ ବିଛଣାରେ ବସି ସଜାଡି ଦେଲା ଦେହରୁ ଖସି ଯାଇଥିବା ଲୁଗାକୁ । ଯେତେବେଳେ ସେ ବିଛଣାରୁ ତଳକୁ ଓଲେହିଲା ରବିନ ହାତକୁ ହାତକୁ ଜାବୁଡି ଧରିଲା, ମୀରା ମଧ୍ୟ ମୁରୁକେଇ ହସିଦେଇ ହାତକୁ ଛଡାଇ ଆଣି ଗାଧେଇବାକୁ ଆସିଲା । ରବିନର ବିଛଣା ପାଖରେ ଚାହା କପଟି ରଖିଦେଇ ଚାଲିଗଲା ।
ମୀରା ସଜ ହୋଇ ବସିଥାଏ, ରବିନ ଉଠିଲା ସେ ଓଦଳିଆ କେଶ ଆଉ କେଶରୁ ଝରି ପଡୁଥିବା ପାଣି ବୁନ୍ଦା ଗୁଡାକ ତାର ପତଳା ଅଣ୍ଟାରେ କାକର ମୋତି ପରି ପଡିଛି । ଏ ସବୁ ଦେଖି ରବିନ ପୁରା ଆଶ୍ଚର୍ଯ୍ୟ ହୋଇଯାଏ ଆଉ ଆଗ ପଟକୁ ଯାଇ ମୀରାକୁ କୋଳାଗ୍ରତ କରିଦିଏ । ମୀରା ଏ ସବୁକୁ ସ୍ୱପ୍ନ ମନେ କରୁଥାଏ । ଶୁଣ ଯାଅ ଯିବା କହିଥିଲ ତୁମେ, ରବିନ ହଁ ମାରି ଚାଲିଗଲା ।
ମୀରା ସବୁ ସଜାଡି ଦେଇ ନିଜେ ମଧ୍ୟ ସଜ ହେଇ କି ବସିଥାଏ, ତାର ଶାଗୁଆ ରଙ୍ଗ ଶାଢ଼ୀ, ଗୋଲାପୀ ରଙ୍ଗର ବ୍ଲାଉଜ ଦେହକୁ ଖୁବ ମାନୁଥିଲା । ପୁଣି ସେ ଲମ୍ବା କେଶରେ ଗଜରା ହାର ବାଡ଼ିରୁ ଆଣି ଗୁନ୍ଥି ପିନ୍ଧିଲା ସାକ୍ଷାତ ଲକ୍ଷ୍ମୀ ପରି ଚମକୁ ଥିଲା । ରବିନ ଟିକେ ହସିଦେଲା । ଆଉ ସେ ମଧ୍ୟ ଦେହକୁ ସଜାଇ ଗାଡି ଚାବି ଧରି ବସିଲା ।
ମୀରା ଯେତେବେଳେ ଗାଡିର ପଛପଟେ ବସିବାକୁ ଯାଇଥିଲା ରବିନ କହେ ଶୁଣ ମୀରା ଆସ ମୋ ପାଖରେ ବସ, ମୀରା ଭାବେ ମୋତେ ଯେତେବେଳେ ରବିନ ସହିତ ଯାଏ ସେ ସବୁବେଳେ ପଛରେ ବସିବାକୁ ହିଁ କହୁଥିଲେ ଆଜି କାହିଁକି ଆଗରେ ବସିବାକୁ କହିଲେ । ସେ ଯାହା ହଉ ପଛେ ମୋର ତ ଏଇଠି ହିଁ ଗୋଟେ ସ୍ୱପ୍ନ ପୂରଣ ହେଇଗଲା । ଟିକେ ଆଗକୁ ଗଲେ ଦୁହେଁ ଦୁହିଁଙ୍କୁ ଦେଖି ମଝିରେ ମଝିରେ ମୁରୁକି ହସ ଦଉଥିଲେ । ମୀରା ରାସ୍ତା କଡ଼ରେ ଥିବା ରଙ୍ଗୀନ ବେଲୁନକୁ ଦେଖି କହେ ଟିକେ ରୁହ ରବିନ କହେ ବେଲୁନ ନେବ କି ମୀରା ମୁଣ୍ଡପତି ହଁ ଟିଏ ମାରିଲା, ରବିନ ପଚାରିଲା ମୀରାକୁ ବହୁତ ପସନ୍ଦ କି ତୁମକୁ ବେଲୁନ, ମୀରା କହେ ହଁ ବହୁତ ପସନ୍ଦ ରବିନ ସେଠାରୁ ଓଲାଇଲା ବେଲୁନ ଆଣିବାକୁ ଗଲା, ରବିନ ବେଲୁନ ବାଲିକୁ କହୁଥାଏ, ଏମିତି ଗୋଟେ ବେଲୁନ ଦିଅ ଯାହା କି ମୋ ସ୍ତ୍ରୀ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବ, ଆଛା ବେଲୁନ ବାଲି କହେ ଆପଣ ଆପଣଙ୍କ ସ୍ତ୍ରୀକୁ ବହୁତ ଭଲ ପାଆନ୍ତି ବୋଧେ ରବିନ କହେ, ମୁଁ ଭଲ ପାଉନଥିଲି ।
ବେଲୁନ ବାଲି କହେ କଣ ପାଇଁ, ମୁଁ ଅନ୍ୟ ଜଣଙ୍କ ପଛରେ ପାଗଳ ହେଇ ଯାଇଥିଲି ହେଲେ ଜାଣି ପାରୁନଥିଲି ମୋ ପ୍ରକୃତ ଭଲ ପାଇବା ମୋ ପାଖରେ ଥିଲା । ମୁଁ ଆପଣଙ୍କୁ ବହୁତ ସୁନ୍ଦର ବେଲୁନ ଦେବି ଯାହାକି ଆପଣଙ୍କ ସ୍ତ୍ରୀ ଦେଖି ବହୁତ ଖୁସି ହେଇଯିବେ ହେଲେ ଆପଣଙ୍କୁ ମୁଁ ଏହି ରାସ୍ତା କଡ଼ରେ ବସିବେନି ନା ଚାଲନ୍ତୁ ଆପଣ ମୋ ଦୋକାନ ପାଖକୁ ମୀରା ଗାଡିରେ ବସିଥାଏ, ରବିନ ବେଲୁନ ବାଲିର ଦୋକାନ ପାଖକୁ ଗଲା ବେଲୁନ ବାଲି କହେ ଆପଣ କଣ ପାଇଁ ନିଜ ସ୍ତ୍ରୀକୁ ଭଲ ପାଉ ନଥିଲେ ମୁଁ ଅନ୍ୟ ଜଣଙ୍କୁ ଭଲ ପାଉଥିଲି କିନ୍ତୁ ସେ ଅନ୍ୟ ଜଣକୁ ବିବାହ କରିନେଲେ । କିନ୍ତୁ ମୀରା ମୋତେ ବହୁତ ଭଲ ପାଉଥିଲା ମୁଁ ତା ଭଲ ପାଇବାକୁ ପାଦରେ ଆଡେଇ ଦେଉଥିଲି ଗୋଟିଏ ରାତିରେ ମୁଁ ଜାଣିଲି ନିଜ ସ୍ତ୍ରୀ ହିଁ ପ୍ରକୃତ ସାଥି ।
ତାକୁ ଖୁସି କରେଇବା ପାଇଁ ବୁଲେଇବାକୁ ନେଇ ଆସିଛି, ବେଲୁନ ବାଲି ଆଖି ଲୁହ ଛଳ ଛଳ ହୋଇଗଲା ରବିନ ପଚାରିଲା କଣ ହେଲା ଆପଣଙ୍କୁ ବେଲୁନ ବାଲି କହେ ମୋ ସ୍ୱାମୀ ମୋତେ ବହୁତ ଭଲ ପାଉଥିଲେ ମୋ ଖୁସି ପାଇଁ ସେ ସବୁ କରିଦେଉଥିଲେ । କିନ୍ତୁ ଆଜି ମୁଁ ଏଠି ଠିଆ ହୋଇଛି, ରବିନ ଆଶ୍ଚର୍ଯ୍ୟ ହୋଇ କହେ ଆପଣଙ୍କ ସ୍ୱାମୀ କୁଆଡେ ଗଲେ, ବେଲୁନ ବାଲି କହେ ସେ ଏହି ସଂସାରରେ ନାହାଁନ୍ତି, ରବିନର ଆଖି ଲୁହରେ ଭରିଗଲା ପୋଖରୀ ପରି । ରବିନ କହେ କେମିତି ? ଦିନେ ଦୁହେଁ ମିଶିକି ବୁଲିବାକୁ ଯାଉଥିଲୁ ବେଲୁନ ମୋର ବି ବହୁତ ପସନ୍ଦ ଥିଲା ରାସ୍ତା କଡ଼ରେ ଗାଡି ଅଟକାଇ ସେ ମୋ ପାଇଁ ବହୁତ ସୁନ୍ଦର ବେଲୁନ ଆଣିଲେ । ବହୁତ ଆଶ୍ଚର୍ଯ୍ୟଜନକ ଥିଲା ବେଲୁନ ଭିତରେ ଗୋଲାପ ରଖି ସେ ମୋତେ ଖୁସି କରାଇଥିଲେ । ସେ ଗଲା ଦିନଠୁ ମୁଁ ଏଇଠି ବେଲୁନ ବିକିବାର ଗୋଟିଏ କାରଣ ଅନେକ ସହଯାତ୍ରୀଙ୍କୁ ଖୁସି କରି ପାରିବି ତ । ମୋ ଭଳି କାହାକୁ ମଧ୍ୟ ବେଲୁନ ପସନ୍ଦ ଥିବ । ସେ ତାଙ୍କ ଜୀବନ ସାଥିକୁ ଖୁସି କରିପାରିବେ । ସେଇଥି ପାଇଁ ମୁଁ ରାସ୍ତା କଡ଼ରେ ବେଲୁନ ବିକେ ଅନ୍ୟମାନଙ୍କ ମୁହଁରେ ହସ ଆଣିବା ପାଇଁ । ଆଜି ମୁଁ ଜାଣୁଛି ଯେ ଅଧା ଜୀବନରେ ଜୀବନ ସାଥି ଛାଡିକି ଚାଲିଗଲେ କେତେ କଷ୍ଟ ହୁଏ ।
ବାବୁ ଖରାପ ଭାବନ୍ତୁନି ଆପଣ ଆପଣଙ୍କ ସ୍ତ୍ରୀକୁ ନିଜ ହୃଦୟରେ ରଖି ଢେର ଖୁସି ଦିଅନ୍ତୁ ଏ ଜୀବନ କିଛି ନାହିଁ କେବଳ କିଛି ଖୁସି ଆଉ କିଛି ଅନୁଭୂତି କି ମନେ ରହିଯାଏ । କାହାର ଭଲ ପାଇବା ବୁଝିବାକୁ ସମୟ ଲାଗେ ସତ କିନ୍ତୁ ଭଲ ପାଇବାକୁ ପାଖରେ ପାଇଁ ଦୁରେଇ ଦେବିନି । ସେତେବେଳେ ବେଲୁନ ବାଲି ଗୋଟେ ସୁନ୍ଦର ବେଲୁନ ବନେଇଲା, ରବିନକୁ କହିଲା ଏଇ ଦେଖନ୍ତୁ ଠିକ ଏମିତି ମୋ ସ୍ୱାମୀ ମୋତେ ବେଲୁନ ଦେଇ ଖୁସି କରେଇ ଥିଲି ଆପଣ ଯାଆନ୍ତୁ ନିଜ ସ୍ତ୍ରୀକୁ ଖୁସି କରେଇ ଦିଅନ୍ତୁ । ରବିନ ପଇସା ଦେଇ ସେଇଠୁ ଚାଲି ଆସିଲା ।
ମୀରା ଗାଡିରେ ଅପେକ୍ଷା କରି କରି ଶୋଇପଡ଼ିଥିଲା ମୀରା ମୀରାକୁ ଉଠେଇଲା ରବିନ ମୀରା କହେ ଏତେ ଡେରି କରିଦେଲ ଯେ ରବିନ କହେ ଜଣେ ସାଙ୍ଗ ମିଶି ଯାଇଥିଲେ କଥା ହଉ ହଉ ସମୟ ହେଇଗଲା । ବେଲୁନ ଦେଖି ମୀରା ଖୁସି ହେଇଗଲା । ସେହି ବେଲୁନ ଧରି ଥାଏ ମୀରା ରବିନ ଫୁଟେଇ ଦେଲା ବେଲୁନଟିକୁ ଭିତରେ ଗୋଲାପ ଫୁଲଟିଏ ଥିଲା ମୀରା ଆଶ୍ଚର୍ଯ୍ୟ ହୋଇଗଲା । ରବିନ ମଧ୍ୟ ହସିଦେଲା । କହିଲା ସେଇଟା ତୁମ ଗଜରା ପାଖରେ ଖସି ଦିଅ ଅଧିକ ସୁନ୍ଦର ଲାଗିବ । ମୀରା କହେ ମୁଁ କେମିତି ଘୋଷିବି ଆଇନା ନାହିଁ, ରବିନ ଗାଡିକୁ ସେଇଠି ଅଟକାଇ ମୀରାର ମୁଣ୍ଡରେ ଗଜରା ପାଖରେ ଗୋଲାପ ଟି ଘଷି ଦେଲା । ମୀରାର ଖୁସି ସ୍ୱର୍ଗ ପ୍ରାପ୍ତି ହେଲା ପରି ହୋଇଗଲା ।
ମୀରାକୁ ରବିନ କହେ ମୀରା ଗାଡିର ପଛପଟକୁ ଦେଖ ଏତେ ସାରା ବେଲୁନ ଦେଖି ମୀରା ବହୁତ ଖୁସି ହେଇଗଲା । ଖୁସିରେ ରବିନକୁ ଜାବୁଡି ଧରି କାନ୍ଦିବାକୁ ଲାଗିଲା । ରବିନ ଗାଡିକୁ ରାସ୍ତା କଡ଼ରେ ଠିଆ କରେଇଲା, କହିଲା କଣ ହେଲା କାନ୍ଦୁଛ ମୀରା ନାଇଁ ଆଜି ବହୁତ ଖୁସି ଲାଗୁଛି, ରବିନ କହେ ତୁମକୁ ସବୁ ଖୁସି ଦେବି ମୀରା କାନ୍ଦନି । ମୀରା କହେ ଟିକେ ରୁହ ସେଇଠି ଅନେକ ଅନାଥ ଛୁଆ ବୁଲୁଥିଲେ ସେହି ବେଲୁନ ସବୁକୁ ବାଣ୍ଟିଦେଲା ପଛରୁ ରବିନ କିଛି ବିସ୍କେଟ ଚକଲେଟ ଆଣି ଦେଲା ସେହି ପିଲା ମାନଙ୍କୁ, ଦୁହେଁ ଗାଡିରେ ବସିଲେ ରବିନ ପଚାରିଲା ମୀରାକୁ ବେଲୁନ ଦେଇଦେଲ ମୀରା କହିଲା ମୋ ପ୍ରକୃତ ଖୁସି ମୋତେ ମିଳିଗଲା ଆଉ ଏହି ଛୋଟ ଖୁସି ମୁଁ ସେମାନଙ୍କ ମନରେ ଖୁସି ଦେବାକୁ ଚାହୁଁଛି ତ ଦେଇଦେଲି ମୋ ସବୁ ସମୟ ମୁଁ ତୁମ ସହିତ ବିତେଇବି ସେହି ବେଲୁନକୁ ବି ଭୁଲିଯିବି ତେଣୁ ସେ ସେଠି ଏକା କାହିଁକି ରହିବ ଯେ ସେ ବି ଅନ୍ୟ ଜଣକ ପାଖକୁ ଯାଉ ଅନ୍ୟ ମନରେ ଖୁସି ଭରିଦେଉ ।
ଏହି ସୁନ୍ଦର କଥା ଶୁଣି ରବିନ ଆଶ୍ଚର୍ଯ୍ୟ ହୋଇ ମୀରାକୁ ଦେଖୁଥାଏ, ତୁମ ମନ ସତରେ ବହୁତ ସୁନ୍ଦର ମୀରା । ମୀରା କହେ ଚାଲ ଯିବା ବୁଲିବାକୁ ଦୁହେଁ ମନରେ ଖୁସି ଭାରି ଆଗେଇଲେ ନିଜ ସ୍ୱପ୍ନକୁ ପୂରଣ କରିବା ପାଇଁ ।

