STORYMIRROR

Smruti Ranjan

Romance Tragedy

4  

Smruti Ranjan

Romance Tragedy

ପ୍ରଥମ ପ୍ରେମ

ପ୍ରଥମ ପ୍ରେମ

4 mins
210


ପ୍ରେମ......!ପ୍ରେମ ସ୍ବର୍ଗୀୟ.....।ପ୍ରେମ ଚିରନ୍ତନ । ପ୍ରେମ ଶାଶ୍ୱତ । ପ୍ରେମ ବିଶ୍ୱାସର ଲେଖନୀରେ ଅନୁମୋଦିତ ହୋଇଥିବା ସମର୍ପଣ ଗ୍ରନ୍ଥରେ ଧର୍ମ ସମ୍ମତ ବାକ୍ୟ ଅଟେ। ପ୍ରେମ ହିଁ ଆନନ୍ଦ ମୟ ପୁଣି ଯନ୍ତ୍ରଣା ଦାୟକ । ଯେଉଁ ଯନ୍ତ୍ରଣା ମଧୁ ଠାରୁ ଆହୁରି ମଧୁର । ଏଇ ମଧୁର ଅନୁଭୁତିରେ ପୁଣି ଜଳିବାଟା ଅତି ନିଆରା। ପ୍ରେମ ଦହନ କରେ ଶରୀର ଓ ମନକୁ। ବିରହରେ ଜଳାଏ ପୁଣି ଆତ୍ମାକୁ। ପ୍ରେମ ଈଶ୍ୱରୀୟ,ପ୍ରେମ ଈଶ୍ୱର ପ୍ରଦତ୍ତ। ପ୍ରେମ ବଦଳାଇ ଦିଏ ସବୁକିଛି। ଏଇ ପ୍ରେମ ଡହ ଡହ ଖରାରେ ତୁଷାର ପାତ କରାଏ। ପୁଣି ଉତ୍ତପ୍ତ ଅଗ୍ନି ପରି ସବୁ ଜାଳିଦିଏ। ପ୍ରେମ ହେଲେ ସବୁ ଋତୁ ରୋମାଞ୍ଚକ ଲାଗେ। ପ୍ରେମ ହିଁ ବିନା ଚାନ୍ଦ ରେ ଚାନ୍ଦିନୀ ରାତିର ଅନୁଭବ କରାଏ । ବିନା ବର୍ଷାରେ ଇନ୍ଦ୍ରଧନୁ ଦେଖାଏ। ପୁଣି ବିନା ବାଦଲରେ ରିମ୍ ଝିମ୍ ବର୍ଷାର ମୂର୍ଚ୍ଛନା ଶୁଣାଏ। ପ୍ରେମ ଯେବେ ହେଇଯାଏ ଦିନ ହୁଏ ସୁନାଝରା ,ରାତି ହୁଏ ଜ୍ୟୋତ୍ସ୍ନା ଭରା। ପ୍ରେମରେ ମଣିଷ ନିଜକୁ ଭୁଲି ଅନ୍ୟ ପାଇଁ ବଞ୍ଚିବା ଆରମ୍ଭ କରିଦିଏ। ପ୍ରେମ ଏକ ପାଗଳାମୀ । ଯେଉଁ ପାଗଳାମୀ ରେ ନା ସ୍ୱାର୍ଥ ଥାଏ ନା କିଛି ପାଇବାର ଆକାଂକ୍ଷା । ନିଃସ୍ୱାର୍ଥପର ଭାବରେ ସ୍ବର୍ଗୀୟ ପ୍ରେମକୁ ହୃଦୟର କୋଣ ଅନୁକୋଣରେ ଅନୁଭବ କରି ଦେହାତୀତ ପ୍ରେମ କରିବାଟା ହିଁ ପ୍ରକୃତ ପ୍ରେମ। ସୁଖ ପାଇବାର ଆଶା ନ ରଖି ନିଷ୍କାମ ଭାବରେ ପରସ୍ପର ସମର୍ପିତ ହେବା ସହିତ ପରସ୍ପର ସର୍ବଦା ମଙ୍ଗଳ କାମନା କରିବା ହିଁ ପ୍ରେମ।

          କୁହାଯାଏ ଏହି ପ୍ରେମରେ ପଡିଥିବା ବ୍ୟକ୍ତିକୁ ଦୁନିଆଟା ରଙ୍ଗୀନ ପ୍ରଜାପତି ସମ ରଙ୍ଗମୟ ଦିଶିଥାଏ। ଏମାନଙ୍କୁ ପ୍ରଚଣ୍ଡ ରୌଦ୍ରତାପରେ ମଧ୍ୟ ଶୀତଳତା ପ୍ରଦାନ କରିଥାଏ ସେହି ପ୍ରେମ। ପଥରକୁ ତରଳାଇ ଦେଇ ଅଦିନିଆ ବସନ୍ତକୁ ଆଗମନ କରିବାକୁ ବାଧ୍ୟ କରେ ଏହି ପ୍ରେମ । ଇତିହାସ ସାକ୍ଷୀ ଅଛି ପ୍ରେମରେ ପଡିଥିବା ଵ୍ୟକ୍ତି ନିଜ ପ୍ରେମିକାର ରୂପର ପ୍ରଶଂସା କରିବାକୁ ଯାଇ ସ୍ବର୍ଗ ରେ ବାସ କରୁଥିବା ଅପ୍ସରା ମାନଙ୍କ ରୂପ ସହ ତୁଳନା କରିବସେ। ନିଜ ପ୍ରେମିକାକୁ ଆହୁରି ଅଧିକ ସୁନ୍ଦର କରି ଗଢ଼ି ତୋଳିବାକୁ ପ୍ରେମିକ ଟିଏ କେବେ କେବେ ସପ୍ତର୍ଷି ମଣ୍ଡଳର ତାରା ମଣ୍ଡଳକୁ ନେଇ ଆସି ପ୍ରେମିକା କାନର ଝୁମୁକା କରିଦିଏ ତ ଆଉ କେବେ ପାରିଜାତ ପୁଷ୍ପକୁ ଆଣି ପ୍ରେମିକା ଗଭାରେ ଖୋସି ଦିଏ। କେବେ କେବେ ମର୍ତ୍ତ୍ୟ ପୃଷ୍ଠର ଅଗଣିତ ସୁଗନ୍ଧିତ ପୁଷ୍ପକୁ ଆଣି ପ୍ରେମିକା ଶରୀରରେ ସଜେଇ ଦିଏ ତ ଆଉ କେବେ ଇନ୍ଦ୍ରଧନୁର ସାତ ରଙ୍ଗ ଆଣି ପ୍ରେମିକାର ଦେହରେ ବୋଳିବାକୁ ନିରନ୍ତର ପ୍ରୟାସ କରେ। ଏତେ ସବୁ ପ୍ରୟାସ ପରେ ଯଦି ପ୍ରେମିକା କେବେ କେବେ ଅଭିମାନ କରେ କିମ୍ବା ଋଷିକି ମୁହଁ ଫୁଲାଏ, ସେତେବେଳେ ନିଜ ଫୁଲେଇ ପ୍ରେମିକାକୁ ମନେଇବାକୁ ଯାଇ ପ୍ରେମିକଟିଏ ପ୍ରକୃତି ସହ ତୁଳନା କରି ନାନା କବିତା ମାନ ରଚନା କରି ପ୍ରେମିକାକୁ ମନେଇବାରେ ସଫଳ ଅର୍ଜନ କରେ।

       କିନ୍ତୁ...... ଏହି ଅଢ଼େଇ ଅକ୍ଷର ବିଶିଷ୍ଟ ଅଦ୍ୱିତୀୟ ଶବ୍ଦକୁ ହାସଲ କରିବା ଏତେ ସହଜ ହେଇନଥାଏ। କାରଣ ଦୁନିଆ ଆଖିରେ ଏହି ପ୍ରେମ ସବୁବେଳେ ବଦନାମ ଗଳିର ବାଦଶାହା ସାଜେ। ଦୁନିଆ କେବେ ମଧ୍ୟ ଏହି ବାଦଶାହାକୁ ଏତେ ସହଜରେ ଗ୍ରହଣ କରି ପାରେନା। ଖାସ୍ ସେଥିପାଇଁ ଅଧାରୁ ଅଧିକ ପ୍ରେମ କାହାଣୀ ସଫଳ ହୋଇ ପାରେନା। କିନ୍ତୁ ସବୁ ପ୍ରେମ କାହାଣୀର ଅନ୍ତ ଘଟି ଦୁନିଆ ଆଖିରୁ ଲୋପ ପାଇନଥାଏ । ଏମିତି କିଛି ପ୍ରେମ ଥାଏ ଯାହା ଦୁଃଖ କଷ୍ଟ ଲାଞ୍ଚନା ସହି ମଧ୍ୟ ସଫଳତାର ସ୍ୱାଦ ଚାଖିଥାଏ। ଆଉ ଦୁନିଆ ଆଖିରେ ପ୍ରେମକୁ ଉଜ୍ଜୀବିତ କରି ରଖିଥାଏ। ସେମିତି ପ୍ରେମକୁ ଆମେ ପବିତ୍ର ଓ ଶାଶ୍ୱତ ପ୍ରେମର ଆଖ୍ୟା ଦେଇଥାଉ। ଠିକ୍ ସେମିତି ଏକ ପ୍ରେମ କାହାଣୀ ମୁଁ ଆପଣ ମାନଙ୍କ ନିକଟକୁ ନେଇ ଆସୁଛି। ଯାହାର ନାଁ, "ଝରିଗଲା କୃଷ୍ଣଚୁଡ଼ା..... ମରିନାହିଁ ପ୍ରେମ.....।"



       ବସନ୍ତର ଏକ ସୁନ୍ଦର ସକାଳର ଆଗମନ ହେଲା ପୂର୍ବ ଦିଗରେ ସୂର୍ଯ୍ୟଙ୍କର ରକ୍ତିମ ଆଭାରେ। ସମୟ ସକାଳ ଛଅଟା । ସମ୍ରାଟ ଆଖିରେ ନିଦ ନାହିଁ। ତୁହାକୁ ତୁହା ନିଦ ଭାଙ୍ଗୁଥାଏ ରାତି ସାରା। ମନେ ମନେ ଗୁଣୁଗୁଣୁ ହେଇ କହିଲା ଏଇ ସମୟ ବଡ଼ ବିଚିତ୍ର....! ଗୋଟେ ଗୋଟେ କ୍ଷଣ ସମୟ ଗୋଟେ ଗୋଟେ ଯୁଗ ପରି ପ୍ରତୀତ ହେଉଛି। ଲାଗୁଛି ଯେମିତି ଏ ସମୟ ମୋ ଖୁସିକୁ ଦେଖି ଈର୍ଷାରେ ଜଳି ଯାଉଛି। ତାହା ନ ହେଇଥିଲେ ଆଖି ବୁଜି ଆଖି ଖୋଲିଲା ବେଳକୁ ରାତି ପାହି ଯାଉଥିବା ସମୟ ଆଜି ଏମିତି ଅଳସୁଆଙ୍କ ପରି ଧିମେଇ ଯାଇଛି।

   "ସମୟର ଚକରେ ଆଜି କଳଙ୍କି ଲାଗିଛି

         କ୍ଷଣିକ ସମୟ ଆଜି ଯୁଗ ସମ ବିତୁଛି।।"

ଘଣ୍ଟାକୁ ଦେଖି ଧଡ଼ ପଡ଼ ହେଇ ବିଛଣାରୁ ଉଠି ଆସିଲା ସମ୍ରାଟ। ବିଚାର କଲା ଆଉ କ୍ଷଣ ମାତ୍ର ବିଳମ୍ବ ନ କରି ବାହାରି ଯିବାକୁ ହେବ। ତରବରିଆ ଭାବରେ ନିତ୍ୟକର୍ମ ସାରି ଆସିଲା। ଫୁଲେଇ ପ୍ରେମିକାର ପସନ୍ଦ କୁ ଆଖି ଆଗରେ ରଖି ଗୋଟେ ଗୋଲାପି ରଙ୍ଗର କୁର୍ତ୍ତା ଓ କଳା ରଙ୍ଗର ଜିନ୍ସ ପିନ୍ଧିଲା। ଜଗନ୍ନାଥଙ୍କ ଆଗରେ ସାଷ୍ଟାଙ୍ଗ ପ୍ରଣାମ ଜଣେଇ ତିଳକ ପ୍ରସ୍ତୁତ କଲା ନିଜକୁ। ତା'ପରେ ଘରୁ ଗୋଡ଼ କାଢ଼ି ଆସିବାକୁ ଉଦ୍ୟତ ହୁଅନ୍ତା ଠିକ୍ ସେହି ସମୟରେ ମାଆଙ୍କ ଡ଼ାକ କାନରେ ପଡ଼ିଲା-:" ଆରେ ଏତେ ସକାଳୁ କୁଆଡ଼େ ବହାରିଛୁ ?"

        ପଛରୁ ଡ଼ାକିଲେ କୁଆଡେ ଅଶୁଭ ହୁଏ, ଲୋକ ମୁଖରୁ ଶୁଣିଥିଲା ସମ୍ରାଟ। ମୁହଁଟାକୁ ଆମ୍ବିଳା କରି ସମ୍ରାଟ ଚିଡ଼ିଚିଡ଼ି ହେଲା ମାଆଙ୍କ ଉପରେ-:" ଓଃ ମାଆ'...., ପଛରୁ ଡାକିଲେ ଅଶୁଭ ହୁଏ ଜାଣି ସୁଦ୍ଧା ତମେ ବାରମ୍ବାର ଘରୁ ଗୋଡ଼ କାଢ଼ି ଯିବା ସମୟରେ ପଛରୁ ଡାକ...!"

     ମାଆ' ତା'ର ମୁହଁରେ ଚେନ୍ନାଏ ହସ ହସିଦେଇ କହିଲେ:-" ଆରେ ପାଗଳା, ଦୁନିଆ ଯାକ ପଛରୁ ଡ଼ାକିଦେଲେ ଅଶୁଭ ହୁଏ । କିନ୍ତୁ ମାଆ' ପଛରୁ ଡ଼ାକିଦେଲେ ପାହାଡ଼ ପରି ବିପଦ ତୁଳା ପରି ପବନରେ ଉଡ଼ିଯାଏ।ବହୁତ ଶୁଭ ହୋଇଥାଏ ପରା।"

   ମୁଖ ଉପରୁ ଆମ୍ବିଳା ଦିଶୁଥିବା ବାଦଲଟି ହଟିଗଲା। ରୂପା ପରି ଦାନ୍ତ ସୁନା ପରି ଚକ୍ ମକ୍ ହେବାକୁ ଲାଗିଲା ମାଆଙ୍କ କଥା ଶୁଣି। ତା' ପରେ ପଛକୁ ଫେରି ଆସି ମାଆ'ଙ୍କ ପାଦ ପଦ୍ମରେ ଭକ୍ତିପୂତ ମୁଣ୍ଡିଆ ଟିଏ ମାରିଲା। ହସ ହସ ମୁଖରେ କହିଲା ମା' ଆଶୀର୍ବାଦ କର, ଆଜି ମୁଁ ମୋ ଜୀବନର ସବୁଠାରୁ ମୂଲ୍ୟବାନ ପ୍ରୋଜେକ୍ଟ ଉପରେ କାମ ଆରମ୍ଭ କରିବାକୁ ଯାଉଛି। ସେଥିରେ ଯେମିତି ମୁଁ ଶତ ପ୍ରତିଶତ ସଫଳତା ଅର୍ଜନ କରେ।ଆଉ ବାକି ଫେରିଲେ ମୁଁ ସବୁ କହିବି ମା'।'

      ମାଆ" ତା'ର ହସି ହସି କହିଲେ-:ଆରେ ପାଗଳା ମା"ର ଆଶୀର୍ବାଦ ତା' ପୁଅ ଉପରେ ସଦା ସର୍ବଦା ପାଇଁ ଛାଇ ପରି ରହିଥାଏ।ତଥାପି ମୁଁ ତତେ ଆଶୀର୍ବାଦ କରୁଛି-:" ସଫଳତା ତୋ ପାଦ ସ୍ପର୍ଶ କରୁ ଆଉ ଉନ୍ନତିର ସୋପାନ ପରେ ସୋପାନ ତୁ ଅତିକ୍ରମ କରି ଚାଲେ।"

      ମା"ଙ୍କ ମୁହଁରୁ ଆଶୀର୍ବାଦ ପାଇ ସମ୍ରାଟ ବାହାରି ପଡ଼ିଲା ଅତି ନିଜର ବୋଲାଉ ଥିବା ବନ୍ଧୁ ରାଜା ନିକଟକୁ।

ରାଜା.....ଯିଏ ସମ୍ରାଟର ଟିକିନିଖି ସବୁ ଖବର ରଖେ। ସୁଖ, ଦୁଃଖ, ବିପଦ, ଆପଦ ସବୁ ସମୟରେ ଭାଇ ପରି କାନ୍ଧ ସହ କାନ୍ଧ ମିଶେଇ ପାଖରେ ଛିଡ଼ା ହୁଏ । ଏମିତି କିଛି କଥା ନାହିଁ ଯାହା ରାଜା ଜାଣି ନ ଥିବ କିମ୍ବା ସମ୍ରାଟ ରାଜାର ଅଜାଣତରେ କରୁଥିବ। ଏପରିକି ଯେଉଁ ଦିନ ସମ୍ରାଟ ପ୍ରେମର ପୁଷ୍ପକ ବିମାନରେ ବସି ଯାତ୍ରା କରିବାର ନିଷ୍ପତି ନେଲା ସେଦିନ ମଧ୍ୟ ସେ ରାଜାକୁ ଜଣେଇବାକୁ ଉଚିତ୍ ମନେ କଲା। ଆଉ ଆଜି ସେହି ରାଜାକୁ ସାଥିରେ ନେଇ ସମ୍ରାଟ ବାହାରି ପଡ଼ିଛି ତା' ଫୁଲେଇ ପ୍ରିୟାକୁ ଦେଖା କରିବାକୁ । 

କାହାଣୀ ଆଗକୁ ବାକି ଅଛି........।


Rate this content
Log in

Similar oriya story from Romance