STORYMIRROR

Smruti Ranjan

Romance Classics

3  

Smruti Ranjan

Romance Classics

ପ୍ରଥମ ପ୍ରେମ【 ଭାଗ-୬】

ପ୍ରଥମ ପ୍ରେମ【 ଭାଗ-୬】

4 mins
155


     ପ୍ରେମର ଭାଷା କହିଲେ ଦୁଇ ପ୍ରକାର । ପ୍ରଥମତଃ ହେଲା ଓଠର ଭାଷା ଓ ଦ୍ୱିତୀୟତଃ ହେଲା ଆଖିର ଭାଷା। ଓଠର ଭାଷାକୁ ପ୍ରାୟତଃ ସମସ୍ତେ ବ୍ୟବହୃତ କରନ୍ତି। ଶବ୍ଦ ରୂପକ ତୁଳୀ ଧରି ସମ୍ମୁଖରେ ଉପସ୍ଥାପନା କରିଥାନ୍ତି। କିନ୍ତୁ ଆଖିର ଭାଷା ? ଆଖିର ଭାଷାକୁ ଖୁବ୍ କମ ଲୋକ ପଢି ପାରନ୍ତି । କାରଣ ହୃଦୟରେ କଥା ଓ ବ୍ୟଥା ଆଖିର ଭାଷାରେ ପରିସ୍ଫୁଟିତ ହୋଇଥାଏ।

       କିନ୍ତୁ ପ୍ରେମରେ ପଡିଥିବା ବ୍ୟକ୍ତି ନିକଟରେ ଈଶ୍ୱର ପ୍ରଦତ୍ତ ଏକ ସ୍ୱତନ୍ତ୍ର ଶକ୍ତିର ଉପଲବ୍ଧି ଥାଏ। ବିନା କୌଣସି ଶବ୍ଦର ପ୍ରକାଶ୍ୟରେ ସେ ମନର ଭାଷାକୁ ଖୁବ ସହଜରେ ପଢ଼ିପାରେ ଓ ବିନା କୌଣସି ଇଙ୍ଗିତ ରେ ଆଖିର ଭାଷାକୁ ବୁଝିପାରେ। ଖାସ୍ ସେଥିପାଇଁ ପ୍ରେମରେ ପଡୁଥିବା ପ୍ରେମୀ ଯୁଗଳ ମାନେ ଦୁହେଁ ଦୁହିଁଙ୍କୁ ଘଣ୍ଟା ଘଣ୍ଟା ଧରି ନୀରବରେ ଚାହିଁ ରହିବାକୁ ପସନ୍ଦ କରନ୍ତି। ଆଉ ଚେଷ୍ଟା କରନ୍ତି ଦୁହେଁ ଦୁହିଁଙ୍କ ଆଖିରେ ଲୁଚି ରହିଥିବା ପରସ୍ପର ପ୍ରତି ସେହି ଅନାବିଳ ପ୍ରେମର ଅକୁହା କଥା ସବୁ ପଢ଼ିବାକୁ। କିନ୍ତୁ ଆଖିର ଭାଷା ଯେତେ ପଢ଼ିଲେ ଓ ହୃଦୟର ଭାଷା ବୁଝିଲେ ମଧ୍ୟ ପ୍ରେମିକା ଟିଏ ସବୁବେଳେ ଚାହେଁ ତା' ପ୍ରେମିକ ମୁହଁରୁ ପ୍ରେମର ଶବ୍ଦକୁ ବାରମ୍ବାର ଶୁଣିବାକୁ।

        ଫୁଲେଇ ପ୍ରିୟାକୁ ପ୍ରୀତିଭରା ଆଶୀର୍ବାଦ ପ୍ରେମ ପୂର୍ବକ ଦେଇ ସାରି ସମ୍ରାଟ କହିଲା-:"ତା' ହେଲେ ଆଜି ମୋର ଭାଗ୍ୟ ଉଦୟ ହେଲା । ପ୍ରସିଦ୍ଧ ଫୁଲେଇ ରାଣୀଙ୍କ ଦର୍ଶନ ମିଳିଲା... ।"

        ଲାଜବତୀ କୃଷ୍ଣପ୍ରିୟା ଲାଜେଇଗଲା। ଗୋରା ଗାଲଟି  ଲାଲ ଦିଶିଲା। ଆଉ ଦୁଷ୍ଟ ପ୍ରେମିକ ପ୍ରବର ସମ୍ରାଟର ତୀକ୍ଷ୍ଣ ନଜର ଇନ୍ଧନ ଯୋଗାଇଲା କୃଷ୍ଣପ୍ରିୟା କୁ ଲାଜରେ ଜାଳିବାକୁ।

       ଲାଜରେ ଜଡ଼ସଡ଼ ହେଇଗଲା କୃଷ୍ଣପ୍ରିୟା । ମୁହଁକୁ ଦୁଇ ପାପୁଲିରେ ଲୁଚେଇ ରଖି ଧୀରେ କହିଲା-:" ଆପଣ କ'ଣ ମତେ ଏମିତି ସାରା ଦିନ ଲାଜରେ ଜଳଉଥିବେ ? ନା କିଛି କହିବାକୁ ସୁଯୋଗ ଦେବେ ?"

       ଏକ ମନଖୋଲା ହସ ହସିଲା ସମ୍ରାଟ। ଧିରେକି କୃଷ୍ଣପ୍ରିୟାର ପାପୁଲିକୁ ହଟେଇ ମୁଖ ଉନ୍ମୋଚନ କଲା। ଲାଜରେ ଚାହିଁ ପାରୁନଥାଏ କୃଷ୍ଣପ୍ରିୟା। ପ୍ରେମ ଭରା ଭାବରେ ସମ୍ବୋଧନ କଲା ସମ୍ରାଟ।

-- " ସୁନ୍ଦରୀ!"

--:"ଉଁ....।"

--:" ତୃଷିତ ମନ...ଦୀର୍ଘ ପ୍ରତୀକ୍ଷା..... ସୀମାହୀନ ବିରହ...ଯନ୍ତ୍ରଣାଦାୟକ ବେଦନା...!ଏ ସବୁର ଆଜି ଅନ୍ତ ଘଟିଛି।ରାତି ରାତି ବିତି ଯାଇଛି ମୋର ଏହି ଚାନ୍ଦକୁ ଫୋଟୋ ରେ ଦେଖି ଦେଖି।ଗୁଡ଼ାଏ ଏଣୁ ତେଣୁ ଗପିଛି...ରାତି ରାତି ଛାତିରେ ଚାପି ରଖି ସ୍ୱପ୍ନରେ ଭାସିଛି। ଆଉ ଆଜି ଯେବେ ଆଖି ସାମ୍ନାରେ ମୋ ହାତ ମୁଠାରେ ମୋ ଚାନ୍ଦ ଆସି ଧରା ଦେଇଛି, ମୁଁ କ'ଣ ଆଖି ପୁରେଇ ମୋ ଚାନ୍ଦ କୁ ଦେଖି ପାରିବିନି ?"

--:" ଚାନ୍ଦ ତ ଆପଣ ସାଜି ଦୂର ଆକାଶରେ ମତେ ବିରହରେ ଜଳାଉଥିଲେ। ଆଉ ମୁଁ ନୀଳ କଇଁ ପରି ଦୂରରେ ଥାଇ ମଧ୍ୟ ଆପଣଙ୍କ ପ୍ରେମର ଜ୍ୟୋତ୍ସ୍ନାରେ ଭିଜୁଥିଲି ।ଏବେ ମୋ ପାଖରେ ଚାନ୍ଦକୁ ପାଇ ମୋ ମନ ଓ ଆତ୍ମାରେ ପ୍ରୀତିର ଢେଉ ଭାଙ୍ଗୁଛି।"

--:" ସୁନ୍ଦରୀ...! ତୁମେ ମୋର ପ୍ରଥମ ପ୍ରେମ । ତୁମକୁ ପାଇ ମୁଁ ବହୁତ ଖୁସି। ସାରା ସଂସାରର ଆନନ୍ଦ ମୁଁ ତୁମ ଭିତରେ ପାଇଛି। ତୁମେ ଏକ ଦୂର୍ଲଭା ନାରୀ।ତୁମ ଭିତରେ ପ୍ରେମ ଅଛି ।ଯାହା ମୋ ନୀରସ ଜୀବନରେ କ୍ଲାନ୍ତ ମନକୁ ଶାନ୍ତ କରିପାରେ। ତୁମ ଭିତରେ ଆଧ୍ୟାତ୍ମିକତା ବି ଅଛି , ଯାହା କି ମତେ ଜୀବନର ପଥ ଚାଲୁ ଚାଲୁ ଭୁଲ୍ ବାଟରୁ ଠିକ୍ ରାସ୍ତା ଦେଖାଇବ। ତୁମର ଏ ଗୁଣ ହିଁ ମତେ ମୋ ଜୀବନର ପରମ ଓ ଚରମ ଲକ୍ଷ୍ୟକୁ ଭୁଲିବାକୁ ଦେବନି।ମନୁଷ୍ୟ ଜନ୍ମ ସାର୍ଥକ ହୁଏ କେବଳ ଆଧ୍ୟାତ୍ମିକତା ପାଇଁ ।ଆଉ ତୁମ ପାଖରେ ଆଧ୍ୟାତ୍ମିକ ଜ୍ଞାନ ଭରପୁର ଅଛି।ତେଣୁ ମୁଁ ତୁମକୁ ପାଇଲେ ମୋ ଜୀବନ ଧନ୍ୟ ହୋଇଯିବ ।"

--: ପ୍ରିୟ ! କିନ୍ତୁ ମୁଁ ଆପଣଙ୍କ ସେବା କରିବାର ସୁଯୋଗ ପାଇଲେ ଖୁସି ହେବି ।ଆପଣଙ୍କ ପାଦତଳେ ହିଁ ମୋର ସବୁ ସୁଖ। ମୋ ଜଗନ୍ନାଥଙ୍କ ଇଛା ବୋଧେ ଏଇଟା କି ମୁଁ ଆପଣଙ୍କୁ ସ୍ବାମୀ ରୂପେ ପାଏ। ଜଗନ୍ନାଥଙ୍କୁ ଛାଡିଦେଲେ କେବଳ ଆପଣ ହିଁ ମୋ ଜୀବନରେ ଅଛନ୍ତି।ଆପଣଙ୍କ ଭିତରେ ଜଗତର ସ୍ବାମୀଙ୍କୁ ଦେଖେ। ତେଣୁ ଆପଣଙ୍କ ପାଖରେ ମୁଁ ବନ୍ଦୀ।"

 ସମ୍ରାଟ ର ଖୁସିର ସୀମା ରହିଲାନି। ହସି ହସି କହିଲା

--:" ତେବେ ଚାଲନା ସୁନ୍ଦରୀ, ଏ କୁଞ୍ଜ ବାଟିକାରେ ଚାଲି ଚାଲି କଥା ହେବା। ଉପରେ ନୀଳ ଆକାଶ, ଭସା ବଉଦ, ତଳେ ସବୁଜ ଘାସର ଗାଲିଚା , ଆମ ଚାରିପଟେ ଏତେ ଫୁଲ ଆଉ ସବୁଠାରୁ ଖାସ୍ ଏଇ କୃଷ୍ଣଚୂଡ଼ା ଫୁଲ ।କେତେ ଲାଜେଇ ଗେହ୍ଲେଇ ଠିକ୍ ତୁମ ପରି ବହୁତ ସୁନ୍ଦର । ତୁମେ ଜାଣିଛ ମତେ କୃଷ୍ଣଚୂଡା ଫୁଲ ବହୁତ ପସନ୍ଦ।

--:" ମତେ ବି ପସନ୍ଦ।କେତେ ଆକର୍ଷଣୀୟ ଏ କୃଷ୍ଣଚୂଡା! ଭଗବାନ କେତେ ଯତ୍ନର ସହିତ ବନେଇଛନ୍ତି ଏ ଫୁଲ ମାନଙ୍କୁ। ଏ ଫୁଲମାନଙ୍କୁ ଦେଖିଦେଲେ କିଛି ସମୟ ପାଇଁ ମଣିଷ ଦୁଃଖକୁ ଭୁଲିଯାଏ।ସ୍ବଳ୍ପାୟୁ ହେଲେ ମଧ୍ୟ ନିଜର ରଙ୍ଗୀନ ପାଖୁଡା ଓ ମହକ ଢାଳିଦେଇ କିପରି ଜନ ମନ ତୋଷିହେବ ଏଇ ଫୁଲମାନଙ୍କଠାରୁ ଶିଖିବା କଥା।

--:" ସୁନ୍ଦରୀ ତୁମେ କିନ୍ତୁ ମୋ ମନକୁ ହରିନେଇଛ।ମୁଁ ତୁମ ହାତ ଧରି ଶେଷ ନିଶ୍ୱାସ ଥିବା ଯାଏଁ ଜୀବନ ଯାତ୍ରା କରିବାର ସ୍ୱପ୍ନ ଦେଖୁଛି ।"

      ଓଠକୁ ଚାପି ରଖି ମୁରୁକି ହସିଲା କୃଷ୍ଣପ୍ରିୟା। ପ୍ରଥମ ଥର ପାଇଁ ପ୍ରେମିକାକୁ ଆଖି ସାମ୍ନାରେ ହସିବା ଦେଖି ଖୁସିରେ ବିଭୋର ହେଇଗଲା ସମ୍ରାଟ। ମନ ଖୁସିରେ ସ୍ୱତଃ ଏକ କବିତା କୃଷ୍ଣପ୍ରିୟା ପ୍ରତି ସମ୍ରାଟ ମୁଖରୁ ନିଃସୃତ ହେଲା-

   ତୋ ଆଖିର ଚୋରା ଚାହାଣୀ....

                ମୋ ହୃଦୟକୁ ଦିଏ ହାଣି......।

      ତୋ ଓଠର ଏ ଦୁଷ୍ଟାମୀ ହସ......

                ମୋ ମନକୁ କରେ ସମ୍ପୂର୍ଣ୍ଣ ବିବଶ......।

  କୃଷ୍ଣ ପ୍ରିୟା ଲାଜରେ ଆହୁରି ଲଜ୍ଜ୍ୟାବତୀ ହୋଇଉଠିଲା। ମୁଖଟି ରକ୍ତ ସମ ଲାଲ ହୋଇଗଲା।

 --:"ଆଁ....., ଆପଣ ବି ନା ବେଳକୁ ବେଳ ଆହୁରି ଦୁଷ୍ଟ ହେଇ ଯାଉଛନ୍ତି। ଜାଣି ଜାଣି ମତେ ଲାଜରେ ଆହୁରି ଜାଳୁଛନ୍ତି।"

      ହସି ହସି ସମ୍ରାଟ ଲାଜେଇ ପ୍ରିୟାକୁ ଚିଡ଼େଇବାକୁ ଯାଇ ଆଉ ଏକ କବିତା ସମର୍ପଣ କଲା

     ଲାଜର ଗହଣା ରେ ତୁ

              ଦିଶୁଛୁ ଭାରି ସୁନ୍ଦର.......

     ନଜର ଲାଗିନଯାଉ

           ପ୍ରିୟା...!ତୋ ଉପରେ କାହାର.........।

     ବାସ୍ ଅବସ୍ଥା ଅସମ୍ଭାଳ ହେଇଗଲା କୃଷ୍ଣପ୍ରିୟାର। ସ୍ୱତଃ ଯନ୍ତ୍ରବତ ହାତ ଚାଲିଗଲା ସମ୍ରାଟ ପାଟି ପାଖକୁ। ପାଟି ଉପରେ ହାତ ରଖି ଅନୁରୋଧ କଲା ପରି କୃଷ୍ଣପ୍ରିୟା କହିଲା:-" ବାସ୍ ସେତିକି ଥାଉ ପ୍ରେମିକ କବି ଲେଖକ ମହାଶୟ। ଆଉ ଯଦି ଗୋଟେ ଶବ୍ଦ ବାଣ ଆପଣ ଛାଡ଼ୁଛନ୍ତି ତା' ହେଲେ ମୋର ଚେତନା ବୁଡ଼ିବା ଥୟ। ଲଜ୍ୟାର ଚରମ ସୀମାରେ ଉପନୀତ ମୁଁ । ଆପଣଙ୍କର ସେ ଶବ୍ଦ ବାଣ କୁ ସାମ୍ନା କଲା ପରି ସାମର୍ଥ୍ୟ ମୋ ପାଖରେ ଆଉ ନାହିଁ। ତେଣୁ ହେ ପ୍ରେମର ସାଗର ପ୍ରେମିକ ପ୍ରବର ମୋ ଉପରେ ଦୟା କର।"

          ହସିଲା କୃଷ୍ଣପ୍ରିୟା.....ହସିଲା ସମ୍ରାଟ...... ମନଖୋଲା ହସର ଲହରୀ ଖେଳିଗଲା ଆଖପାଖରେ.....।

                      

   

କାହାଣୀ ଆଗକୁ ବାକି ଅଛି।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance