Smruti Ranjan

Drama Romance

3  

Smruti Ranjan

Drama Romance

ପ୍ରଥମ ପ୍ରେମ ଭାଗ - ୭

ପ୍ରଥମ ପ୍ରେମ ଭାଗ - ୭

5 mins
142



  ହସି ହସି କୃଷ୍ଣପ୍ରିୟା କହିଲା:- ଆଉ ନୁହେଁ ଲେଖକ ମହାଶୟ। ମୁଁ ଦେଖୁଛି ଆପଣ ବହୁତ ଚାଲାକ ଅଛନ୍ତି। ମୋ ପ୍ରଶ୍ନ ବାଣ କୁ ସାମ୍ନା କରିବା ଭୟରେ ଆପଣ ଆପଣଙ୍କ ଶବ୍ଦ ବାଣ କୁ ବ୍ୟବହୃତ କରି ଚାଲିଛନ୍ତି।

       ପୁନଃ ହସିବାକୁ ଲାଗିଲା ସମ୍ରାଟ। ହସି ହସି ଆଉ ଏକ ପଂକ୍ତି ଉଚ୍ଚାରଣ କଲା:-

"ଶବ୍ଦ ର ବାଣ ନୁହେଁ

                ଏ ମୋ ପ୍ରେମ ର ବାଣ.....

     ଏହି ବାଣ କୁ ସାମ୍ନା କରିବା

                       ସହଜ ନୁହେଁ ଜାଣ .......।"

--:"ବାଃ...ବାଃ...., ବାଣ ମାରିବାରେ ମାହୀର ମୋର ପ୍ରେମିକ ପ୍ରବର.. ବାଣ ମାରିବାର ନିଶାରୁ ଓହରି ଆମ କୁଞ୍ଜ ବାଟିକା କୁ ଫେରି ଆସିବେ କି।"

       ହସି ହସି ସମ୍ରାଟ କୃଷ୍ଣପ୍ରିୟା ସାମ୍ନାରେ ସାମାନ୍ୟ ମଥାନତ କରି କହିଲା-:" ଜୋ ହୁକୁମ ମେରେ ହୁକୁମ ବାଲି...ଆଜ୍ଞା କରନ୍ତୁ ଆପଣଙ୍କର ଏ ପ୍ରେମିକ ଆପଣଙ୍କର କି ସେବା କରିପାରେ ?" 

       କୃଷ୍ଣପ୍ରିୟା ମଧ୍ୟ ହାତ କୁ ସାମାନ୍ୟ ଉଚ୍ଚକୁ ନେଇ ଆଦେଶ ଦେବା ଭଙ୍ଗୀରେ-:" ହେ ପ୍ରେମିକ ପ୍ରବର ଏବେ ଏହି କ୍ଷଣ ଠାରୁ ଆପଣ ମୋ ପ୍ରଶ୍ନର ଉତ୍ତର ସିଧାସଳଖ ଭାବରେ ଦେବାକୁ ପ୍ରସ୍ତୁତ ହେଇଯାଆନ୍ତୁ।"

--:" ଯାହା ଆପଣଙ୍କ ଇଛା।"

--:" ଆଜି ମୋର ସୌଭାଗ୍ୟ ଯେ ମୋ ସାଥିରେ ସାଥି ହେଇ ଚାଲୁଛନ୍ତି ମୋର ଅତିପ୍ରିୟ ଆଉ ମହାନ୍ ଲେଖକ ସମ୍ରାଟ ରାଉତରାୟ।"

--:" ଆଜ୍ଞା, କୁହନ୍ତୁ।"

--:" ଦେଖନ୍ତୁ ମି.ରାଉତରାୟ, ମୁଁ ଆପଣଙ୍କ ପରି ସେତେଟା ପରିପକ୍ୱ ନୁହେଁ କିମ୍ବା ମୋ ଭିତରେ ଆଜି ଯାଏଁ ସେତିକି ପରିପକ୍ୱତା ଆସିନାହିଁ। ତେଣୁ ମୁଁ ମୋର କ୍ଷୁଦ୍ର ମସ୍ତିଷ୍କ ର ପିଲାଳିଆମୀ ଢଙ୍ଗରେ ଯାହା ଯାହା ପଚାରିବି ଆପଣ ସେ ସବୁ ର ଉତ୍ତର ସିଧାସଳଖ ଭାବରେ ଦେବେ ବୋଲି ମୋର ଆଶା।"

--:" ନିଶ୍ଚୟ, ପ୍ରଥମେ ପ୍ରଶ୍ନ ପଚାର।"

--:" ମୋର ପ୍ରଥମ ପ୍ରଶ୍ନ ଆପଣ ମତେ ସୁନ୍ଦରୀ କାହିଁକି ଡାକନ୍ତି?"

--:"(ଧୀରେ ଗୁଣୁଗୁଣୁ ହେଇ)

    " ଫୁଲେଇ ପ୍ରିୟା ମୋର କେତେ ଫୁଲେଇ ହେବୁ

   ରୂପର ପ୍ରଶଂସା ଶୁଣିବାକୁ କେତେ ବାହାନା କରିବୁ।"

--" କଣ କହିଲେ କିଛି ବୁଝି ପାରିଲିନି।"

--" ନାଇଁ ସେ କିଛି ନୁହଁ। ( ଟିକେ ହସି ଦେଇ) ଦେଖ କୃଷ୍ଣପ୍ରିୟା, ବ୍ୟକ୍ତିର ଗୁଣ, କଥାବାର୍ତ୍ତା, ଚାଲି ଚଳନ, ଆଚାର ବ୍ୟବହାର , ନୈତିକତା ,ଆଧ୍ୟାତ୍ମିକତା ଓ ସର୍ବୋପରି ବ୍ୟକ୍ତିତ୍ବର ସୁନ୍ଦରତାକୁ ଲକ୍ଷ୍ୟ କରି ମୁଁ ସୁନ୍ଦର ବୋଲି ବିବେଚନା କରେ। ଏ ସବୁ ତୁମ ଭିତରେ ମୁଁ ପାଇଛି ।ଏହା ଛଡା ବି ତୁମେ ଜଣେ ଫୁଲ ପରି କୋମଳ ହୃଦୟଥିବା ପ୍ରେମମୟୀ ନାରୀ ।ସାରା ସଂସାରର ପ୍ରେମ ମୁଁ ତୁମ ଭିତରେ ଦେଖୁଛି।ତୁମ ମନରେ ଛୋଟ କୀଟଠାରୁ ନେଇ ବୃକ୍ଷଲତା ଏବଂ ମଣିଷମାନଙ୍କ ପାଇଁ ଶ୍ରଦ୍ଧା ଭରି ରହିଛି।ଏବଂ ତୁମେ ଆମିଷ ମଧ୍ୟ ଖାଅନାହିଁ।ଏତେ ଦୟା ଯାହା ହୃଦୟରେ ,ସେ ମୋ ପାଇଁ ଦେବୀ।ତେଣୁ ତୁମେ ହିଁ ମୋ ପାଇଁ ବିଶ୍ବସୁନ୍ଦରୀ।"

     ଲାଜେଇଗଲା କୃଷ୍ଣପ୍ରିୟା ......

--"ସତରେ ,ଆପଣଙ୍କଠାରୁ ଅନ୍ୟ ପ୍ରେମୀମାନେ ଶିଖିବା କଥା ଯେ କେମିତି ନିଜ ପ୍ରେମିକାର ପ୍ରଶଂସା କରିବାକୁ ହେବ।ଆଛା ଠିକ୍ ଅଛି ବାବା।ଏବେ ମୋର ଦ୍ୱିତୀୟ ପ୍ରଶ୍ନ ହେଲା, ଆପଣ ତ ଭଲ ଭାବରେ ଜାଣନ୍ତି ଆପଣ ଆଉ ମୋ ମଧ୍ୟରେ ଥିବା ସବୁଠାରୁ ବଡ଼ ପ୍ରତିବନ୍ଧକ ?"

--:"( ଦୀର୍ଘଶ୍ଵାସ ଛାଡ଼ି) ହଁ ସେ ତ ମୋ ଜୀବନର ସବୁଠାରୁ ବଡ଼ ଚ୍ୟାଲ୍ଲେଞ୍ଜ।"

--:" ମନେ କରନ୍ତୁ ଆପଣଙ୍କ ଘରେ ଆପଣଙ୍କ ମାଆ ମତେ ଗ୍ରହଣ କରିବାକୁ ସ୍ପଷ୍ଟ ମନା କଲେ କିମ୍ବା ଆମ ଘରେ ମୋ ବାବା ଆପଣଙ୍କୁ ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ମନା କରିଦେବେ। ତା' ହେଲେ ଆପଣ କ'ଣ ମତେ ବିବାହ କରିବାକୁ ମନା କରିଦେବେ ନା ବାକି ପ୍ରେମୀ ଯୁଗଳଙ୍କ ପରି ଘର ଛାଡି ଚାଲି ଆସିବାକୁ କହିବେ ?"

--:" ( କିଛି ସମୟ ଚିନ୍ତା କରି) ଦେଖ କୃଷ୍ଣପ୍ରିୟା ମୁଁ ସେ ଘୃଣ୍ୟ କାମ କରି ପାରିବିନି।"

--:" ତା' ହେଲେ ଆପଣ କ'ଣ ମତେ ଭୁଲିଯିବେ ?"

--:" ନାଇଁ କୃଷ୍ଣପ୍ରିୟା। ମୁଁ ତୁମକୁ କଣ ଭୁଲିପାରିବି।କେବଳ ମୃତ୍ୟୁ ହିଁ ତୁମଠୁ ମତେ ଅଲଗା କରିପାରିବ।ବିବାହରେ ପତି ପତ୍ନୀ ସାତ ଦ୍ବୀପ ଆଠ କଳସ ଅଗ୍ନି କୁ ସାକ୍ଷୀ ରଖି ସମସ୍ତ ଦେବୀ ଦେବତାଙ୍କ ଆବାହନ କରି ନିଜର ବୟୋଜ୍ୟେଷ୍ଠ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ଦୁଇଟି ଅଲଗା ଅଲଗା ଶରୀର ମନ ପ୍ରାଣ ନେଇ ଜୀବନ ନୌକାରେ ବସି ଏକାଠି ଯାତ୍ରା କରିବାର ପଣ କରନ୍ତି। ସାରା ଜୀବନ ମଙ୍ଗଳ ମନାସି ଦାମ୍ପତ୍ୟ ଜୀବନର ସୁଖ କାମନା ପାଇଁ ମାଆ ବାପାଙ୍କର ଆଶୀର୍ବାଦ ଭିକ୍ଷା କରିଥାନ୍ତି। କିନ୍ତୁ ପଳାୟନକାରୀଙ୍କ ପରି ଘର ଛାଡ଼ି ଚାଲିଯିବା ଓ ଲୁଚି ଲୁଚି ବିବାହ କରି ଗୃହ ପ୍ରତ୍ୟାବର୍ତ୍ତନ କରିବାକୁ ମୁଁ ଘୋର ବିରୋଧ କରେ। ମୋ ମତରେ ଏପରି ବିବାହ କରୁଥିବା ବ୍ୟକ୍ତି କେବେ ତା' ଜୀବନରେ ସୁଖର ସ୍ୱାଦ ଚାଖି ପାରେନା। କାରଣ ମାଆ ବାପାଙ୍କ ଆଖିରେ ଲୁହ ଦେଇ କୌଣସି ପୁଅ ହେଉ ଅବା ଝିଅ କେବେ ମଧ୍ୟ ସୁନାର ସଂସାର ଗଢ଼ି ପାରେନା।ତୁମ ବାପାଙ୍କ ଆଖିରେ ଲୁହ ଦେବା ପୂର୍ବରୁ ମୁଁ ନିଜକୁ ସେ ଜାଗାରେ ରଖି ଅନୁଭବ କରିବି।ସେଥିପାଇଁ ମୋର ଇଚ୍ଛା ଆମ ବାହାଘର ସର୍ବ ସହମତିରେ ହେଉ।ତେଣୁ ଆଶା କରୁଛି ଆମ ପ୍ରେମକୁ ସେପରି କୌଣସି କଳଙ୍କର ଛିଟା କଳଙ୍କିତ କରି ପାରିବନି।ମୁଁ ତୁମ ଶରୀରକୁ ନୁହେଁ ତୁମ ମନ,ଗୁଣ ଓ ଆତ୍ମାକୁ ଭଲପାଏ।ତୁମ ଶରୀର ମୋର ନହେଲେ ମତେ କଷ୍ଟ ତ ହେବ କିନ୍ତୁ ମୁଁ ବିବ୍ରତ ହୋଇପଡି ଭୁଲ୍ ନିଷ୍ପତି ନେବିନାହିଁ। ଆମ ପ୍ରେମ ଯେମିତି ଗଙ୍ଗା ସମ ପବିତ୍ର ଅଛି ଠିକ୍ ସେମିତି ଆଗାମୀ ଦିନରେ ମଧ୍ୟ ପବିତ୍ର ହେଇ ରହିବ ବୋଲି ମୋର ଆଶା।"

--:"ଠିକ୍ କହିଲେ ଆପଣ।ଆଜି ମତେ ଗର୍ବ ଲାଗୁଛି ଯେ ମୁଁ ଆପଣଙ୍କ ପରି ସୁ ବିଚାରଯୁକ୍ତ ମଣିଷକୁ ପ୍ରେମ କରିଛି। ଆପଣଙ୍କ ଠାରୁ ମୁଁ ଯାହା ଆଶା କରୁଥିଲି ଠିକ୍ ତାର ଅନୁରୂପ ଫଳ ପାଇଲି। ଭଗବାନଙ୍କୁ ବହୁତ ଧନ୍ୟବାଦ। ଏବେ ମୋର ତୃତୀୟ ପ୍ରଶ୍ନ ହେଲା- ଆପଣ ଲକ୍ଷ୍ୟ କରିଥିବେ ପ୍ରାୟତଃ ପ୍ରେମ ବିବାହରେ କୌଣସି ଉପାୟରେ ମଧ୍ୟ ଗୋଟେ ଶାଶୁ ନିଜ ବୋହୂକୁ ଏତେ ସହଜରେ ଗ୍ରହଣ କରି ପାରନ୍ତିନି। ସବୁବେଳେ କିଛି ନା କିଛି ଦୋଷ ଦୁର୍ବଳତା ବାହାର କରି ସେ ନିଜ ବୋହୂକୁ ଦୋଷୀ ସଜେଇ ପରିବାରର କାଠଗଡ଼ା ରେ ଛିଡ଼ା କରେଇ ଦିଅନ୍ତି। ସେପରି ସ୍ଥଳେ ଆପଣ କାହାକୁ ସମର୍ଥନ କରିବେ।ଆପଣଙ୍କ ମାଆଙ୍କୁ ନା ମତେ?"

--:"( ଗୋଟେ ଲମ୍ବା ଶ୍ୱାସ ନେଇ) ଦେଖ କୃଷ୍ଣପ୍ରିୟା! ଏ ଏକ ଜଟିଳ ପ୍ରଶ୍ନ ଅଟେ। ତଥାପି ଏ ପ୍ରଶ୍ନର ଉତ୍ତର ଦେବାକୁ ମୁଁ ଚେଷ୍ଟା କରିବି।

ମା" ମାନେ ଯେବେ ନିଜ ପୁଅ ପାଇଁ କନ୍ୟା ଦେଖିବା ଆରମ୍ଭ କରନ୍ତି ସେତେବେଳେ ତାଙ୍କର ଗୋଟାଏ ଲକ୍ଷ୍ୟ ଥାଏ ସର୍ବ ଗୁଣ ସମ୍ପନା ବୋହୁ। କିନ୍ତୁ ଯେତେବେଳେ ଖବର ମିଳେ ଯେ ତାଙ୍କ ଆଜ୍ଞାତରେ ତାଙ୍କ ପାଇଁ ବୋହୁ ଖୋଜା ସରିଛି। ସେତେବେଳେ ତାଙ୍କ ମନ ଦୁଃଖରେ ଭରିଯାଏ ସତ କିନ୍ତୁ ମନା କରି ପାରନ୍ତିନି। ଆଉ ମନରେ ଦୁଃଖ ଥାଇ ମଧ୍ୟ ଉପରକୁ ହସି ହସି ରାଜି ହେଇଯାନ୍ତି। ବାସ୍ ତାର କିଛି ଦିନ ପରେ ବାହାଘର କାର୍ଯ୍ୟ ସମ୍ପନ୍ନ। ବାହାଘରର କିଛିଦିନ ବେଶ ସୁରୁଖୁରୁରେ କଟିଯାଏ। ବୋହୁ ଟିଏ ମଧ୍ୟ ତାର ଆପ୍ରାଣ ଚେଷ୍ଟା ରେ ଶାଶୁ ର ମନ ଜିଣିନିଏ।କିନ୍ତୁ ଅସଲ ଖେଳ ଏଇଠୁ ଆରମ୍ଭ ହୁଏ। ପାଖ ପଡ଼ା ପଡ଼ୋଶୀ ହୁଅନ୍ତୁ ଅବା ସମାଜର କେତେକ କଳୁଷିତ ଲୋକ ହୁଅନ୍ତୁ, ସେମାନେ ଚାହାନ୍ତି ଏ ଶାନ୍ତି କୁ ଭାଙ୍ଗି ପରିବାର ମଧ୍ୟରେ ଫାଟ ସୃଷ୍ଟି କରିବାକୁ। ବାସ୍ ତା' ପରର ଗୁପ୍ତ ଅଭିଯାନ ଅନୁଯାୟୀ ବୋହୁ କୁ ଶାଶୁ ବିରୁଦ୍ଧରେ ଓ ଶାଶୁ କୁ ବୋହୁ ବିରୁଦ୍ଧରେ ସତ ମିଛ କହି ବିଷ ଓଗାଳି ବାକୁ ଲାଗନ୍ତି। ଯାହା ଫଳରେ ଆଗାମୀ ଦିନରେ ଶାଶୁ ବୋହୁ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଲାଗେ। ଏ ସବୁର ସିଧା ସଳଖ ପ୍ରଭାବ ଘର ଉପରେ ପଡ଼େ। ଆଉ ଏହି ଅଦିନ ସନ୍ତୁଳାରେ ବେଶି ସନ୍ତୁଳି ହୋଇଯାଏ ଘରର ପୁଅ। କାରଣ, ନା ସେ ତା' ମାଆ' କୁ ଦୋଷ ଦେଇପାରେ ନା ସେ ତା' ସ୍ତ୍ରୀକୁ। ବାସ୍ ମଝିରେ ରହି ସନ୍ତୁଳି ହେବାକୁ ଲାଗେ। ଜୀବନଟା ଦୁର୍ବିସହ ହେଇଯାଏ । ବିବାହ କରିବା ନିଷ୍ପତି ଯେମିତି ତା' ପାଇଁ ଅଭିଶପ୍ତ ପାଲଟି ଯାଏ। ମାନସିକ ସନ୍ତୁଳନ ନଷ୍ଟ ହେଇଯାଏ।"

--:" ତା' ପରେ।"

--:" ତା" ପରେ କ'ଣ ? ତା' ପରେ ଘର ଭାଙ୍ଗିବାକୁ ବେଶି ସମୟ ଲାଗେନାହିଁ.....। ତେଣୁ ତୁମ ପ୍ରଶ୍ନ ଅନୁସାରେ ଯଦି ସେମିତି କିଛି ଘଟଣା ମତେ ସାମ୍ନା କରିବାକୁ ପଡ଼େ ତା' ହେଲେ ମୁଁ ପ୍ରଥମେ ତୁମ ଶାଶୁ ବୋହୁ ଦୁଇ ଜଣଙ୍କୁ ପାଖରେ ବସେଇବି। ଘଟଣା କ'ଣ ହେଇଛି , କ'ଣ ପାଇଁ ଆଉ କାହା ପାଇଁ ବିଶୃଙ୍ଖଳା ସୃଷ୍ଟି ହେଉଛି ,ସେ ସବୁର କାରଣ ବୁଝିବାକୁ ଚେଷ୍ଟା କରିବି। ମୋ ପାଇଁ ତୁମ ଦୁଇ ଜଣ ସମାନ ମହତ୍ତ୍ୱ ବହନ କରୁଥିବାରୁ ମୁଁ ତୁମ ଦୁଇଜଣଙ୍କୁ ବୁଝେଇବାକୁ ଚେଷ୍ଟା କରିବି। ମାଆ" ଙ୍କୁ ବୁଝେଇବି ସେ ତୁମକୁ ବୋହୁ ନଜରରେ ନ ଦେଖି ଝିଅ ରୂପେ ଦେଖିବାକୁ। ତୁମକୁ ମଧ୍ୟ ବୁଝେଇବି ମାଆ" ଙ୍କୁ ଶାଶୁ ନ ଭାବି ମାଆ" ର ସ୍ଥାନ ଦେବାକୁ। ମା''ଙ୍କୁ ବୁଝେଇବି ଯେତେ ଯାହା ହେଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସେହି ବୋହୁ ହିଁ ସେବା କରିବ ସବୁ କାମ କାର୍ଯ୍ୟ ତୁଲେଇବ। ଆଉ ତୁମକୁ ମଧ୍ୟ ବୁଝେଇବି ଯେ ତୁମେ ଆଜି ଯୋଉ ବୀଜ ବୁଣିବ ଦିନ ଆସିବ ତା'ର ଫଳ ତୁମକୁ ପ୍ରାପ୍ତି ହେବ। ମୁଁ ନିଶ୍ଚିତ ରୂପେ ସମୟ ବାହାର କରି ଚେଷ୍ଟା କରିବି ଘରର ଛୋଟ ବଡ଼ ସମସ୍ୟା କୁ ସମାଧାନ କରିବାକୁ ଓ ସୁନ୍ଦର ସଂସାର ଗଢ଼ି ତୋଳିବାକୁ। ତେଣୁ ଆଶା କରୁଛି ମୋର ଏ କ୍ଷୁଦ୍ର ପ୍ରଚେଷ୍ଟା ତୁମ ଶଙ୍କା ଦୂରୀଭୂତ କରିବାରେ ସକ୍ଷମ ହୋଇଛି।"

--:" ସତରେ ମୁଁ ବହୁତ ଖୁସି ଆଜି । ଆପଣଙ୍କ ପରି ବନ୍ଧୁ ଓ ପ୍ରେମିକଙ୍କୁ ସ୍ୱାମୀ ରୂପେ ପାଇଲେ ନିଶ୍ଚୟ ମୁଁ ନିଜକୁ ଭାଗ୍ୟବତୀ ହେବି। ନିଃସନ୍ଦେହ ଆପଣ ଭବିଷ୍ୟତରେ ଜଣେ ଦାୟିତ୍ୱବାନ ପୁଅ ଓ ଆଦର୍ଶ ସ୍ୱାମୀ ହେଇ ପାରିବେ।"...............

     ଖୁସିରେ ଗଦ୍ ଗଦ୍ ହୋଇଗଲା କୃଷ୍ଣପ୍ରିୟା .….…..।

କାହଣୀ ଆଗକୁ ବାକି ଅଛି...............।




Rate this content
Log in

Similar oriya story from Drama