ପ୍ରସ୍ତର ର କଥାକୁହା ଏକ ଗାଁକେଶନା
ପ୍ରସ୍ତର ର କଥାକୁହା ଏକ ଗାଁକେଶନା
ଓଡ଼ିଶାର ମାଟି-କଳା-ସ୍ଥାପତ୍ୟରେ ସଜଡା ଏକ
ଅସରନ୍ତି ଆକର୍ଷଣ ।
ଏହାର ଶିଳ୍ପୀ ପଥରକୁ ଦିଏ ପ୍ରାଣ ।
ନିହାଣ, ହାତୁଡିର ଠକ୍ ଠକ୍
ଶବ୍ଦରେ ପ୍ରତିଧ୍ବନିତ ହେଉଥାଏ ଶିଳାର ନିଷ୍ମାଣ ପଦ୍ମ ଫୁଲର
ପୁଟ । ମାଟିରେ ଜୀବନ୍ୟାସ ପାଏ ମୂର୍ତ୍ତି । ହାତ ଚାଲିଥାଏ ।
ପଥର ଦେହରେ ! ନିହାଣ, ହାତୁଡିର ଠକ୍ ନିୟତି । ସତେ
ଯେପରି ପ୍ରଶ୍ନ କରୁଥାଏ ! କେବେ ପାଇବି ମୁଁ ପ୍ରାଣ !
ମର୍ତ୍ତିୂହୋଇ ପୂଜା ପାଇବି ଦେବତାର ବିଗ୍ରହ ହୋଇ କେଉଁ
ମନ୍ଦିରରେ ? ଏପରି ଏକ ପଲ୍ଲୀ ଗ୍ରାମ "କେସନା, ଯେଉଁଠି
ଶିଳ୍ପୀହାତରେ ଜୀବନ୍ତ ଲାଗୁଥିଲା ନିଷ୍ପାଣ ପଥରର ନିୟତି।
ମୟୂରଭଞ୍ଜ ଜିଲ୍ଲାର ଖୁଚିଙ୍ଗ ରୁ
ଚଢେଇଭୋଳ ଛକ ଯାଏ ଲମ୍ବିଥିବା ରାସ୍ତାରେ
ମାତ୍ର ୦୨ କି.ମି. ଗଲେ ଏହି ଗାଁ ପଡ଼ିଥାଏ । ରାସ୍ତା
ଦୁଇକଡରେ ଲାଗି ରହିଛି ଦୋକାନ । ଗାଁ ର ପ୍ରାୟ ଅନେକ
ପରିବାର ନିଜର ସମସ୍ତ ସଂଘର୍ଷ ଓ ଯାତନା
ସତ୍ତ୍ବେ ପ୍ରତିପାଦିତ କରିଆସିଛନ୍ତି ତାଙ୍କର
ସାଂସ୍କୃତିକ ସଉଦା ସରୂପ ନିଜର କୌଳିକ ମୂର୍ତ୍ତି
ଗଢିବାର ବେଉସାରେ ବ୍ୟସ୍ତ ।
ଗାଁ'ର ପୁରୁଖା ଲୋକମାନଙ୍କୁ ମୂର୍ତ୍ତି ଗଢିବ
ାର
ପରମ୍ପରା ସମ୍ପର୍କରେ ପଚାରିବାରୁ କହନ୍ତି"ଏ କାମ କାହିଁ କେଉଁ କାଳରୁ ତାଙ୍କ ଗାଁ ରେ ଚାଲିଛି ।
କାରିଗରଗଣ ମୂର୍ତ୍ତି ତିଆରି ପାଇଁ
ପଡୋଶୀ ଗ୍ରାମ କୁମ୍ଭୀରଦା ,ଶିଆଳିଗୋଠାଣୀ,
ଆଦିପୁର ଓ ନୂଆଗାଁ ଠାରୁ କଳା ମୁଗୁନି ପଥର
ନେଇ ଆସନ୍ତି । ଏପରି ପରିଶ୍ରମ ପାଇଁ ଯଥେଷ୍ଟ
ମୂଲ୍ୟ ଦେବାକୁ ପଡେ ।"
କେସନା' ଗାଁ କୁ ନେଇ ଏକ କିମ୍ବଦନ୍ତୀ ଶୁଣିବାକୁ
ମିଳେ । ଏହି ସବୁ ଶିଳା ମୂର୍ତ୍ତିକୁ ଦେଖି ଦିନେ
ଦୌପଦୀ ଆକୃଷ୍ଟ ହୋଇଥିଲେ । ଏଥିପାଇଁ ସମ୍ଭବତଃ ଏହି
ଗ୍ରାମର ନାମ ଅତୀତରେ କ୍ରୀଷ୍ଣା ରଖାଯାଇଥୁଲା
ଅର୍ଥାତ୍ ଦ୍ରୌପଦୀ ହିଁ କ୍ରୀଷ୍ଣା । ପରେ ଅପଭ୍ରଂଶ
ହୋଇ ଜନମୁଖରେ ଆଜିର 'କେସନା ।
ବାପାଅଜାଙ୍କ କଳା -
କୌଶଳ ର କୌଳିକ ବୃତ୍ତିର ପରମ୍ପରା କୁ
ଆପଣେଇ ନେଇଥୁବା କେସନାର
କାରିଗରମାନେ ଏବେ ଦୁର୍ଦ୍ଦିନରେ କାଳତିପାତ
କରୁଛନ୍ତି । ମୁଗୁନିପଥର
କ୍ରମଶଃ ସରିଆସୁଛି.... କୋଣାର୍କର
କବିତା ଗଢୁଥୁବା ଶିଳ୍ପୀଗଣଙ୍କ ଦାୟାଦ ପରି
ଏମାନଙ୍କ ଜୀବନ ନିହାଣ-ମୁଗୁର, ସ୍ଵପ୍ନ ଓ
ଦାରିଦ୍ର୍ୟ ଭିତରେ ଗଢି ଉଠୁଥାଏ ବହୁ ମୂର୍ତ୍ତିଙ୍କ
ଭାଗ୍ୟ ।