ପ୍ରଶ୍ନ
ପ୍ରଶ୍ନ
ସମୟର ତାଳେ ତାଳେ ଜୀବନ ଟା ଯେ କେତେ ଆଗକୁ ଆସିଯାଇଛି ଓ ତାରି ଭିତରେ କେତେ ଝଡ ଜଞ୍ଜା ବହି ଯାଇଛି ଏକାନ୍ତରେ ବସି ଭାବୁଛି ମୁଁ ଜନ୍ମ ରୁ ଆଜି ଏହି ସମୟ ଭିତରେ କ'ଣ ହରେଇଛି ଓ କଣ ପାଇଛି ଶିଶୁ ଚପଳତା ହଜିଯାଇଛି, ଯୌବନ ର ଛାପ ଲିଭି ଯାଇଛି, ବାର୍ଦ୍ଧକ୍ୟ ଗ୍ରାସ କରିଛି ଶିଶୁ ରୁ ଯୌବନ ଏହି ସମୟ ଭିତରେ ଖେଳ କୁଦ ସହିତ ଶିକ୍ଷା ଗ୍ରହଣ ଓ ପୁଣି ବିବାହ ବନ୍ଧନରେ ଆବଦ୍ଧ, ଶାଶୁ ଘର ଓ ବାପ ଘର ଭିତରେ ସମ୍ମାନ ର ମାପକାଠି ଭିତରେ ସଂସାର ର ବୋଝ କୁ ମୁଣ୍ଡେଇ ଚାଲି ସନ୍ତାନ ମାନଙ୍କ ଭବିଷ୍ୟତ ଭଲ ଭାବରେ ଗଢ଼ିବା ପାଇଁ ଅହରହ ଆପ୍ରାଣ ଉଦ୍ୟମ ଭିତରେ ନିଜର ଜୀବନ ର ସୁଖ ଦୁଃଖ ଗାଡ଼ି କୁ ଟାଣିବା, ସନ୍ତାନ ମାନଙ୍କ ହାତକୁ ଦି ହାତ କରି ସାରିଲା ପରେ ଶାନ୍ତି ରେ ନିଃଶ୍ବାସ ନେବାକୁ ଯେତେବେଳେ ଭାବିଲି ସମୟ ମୋତେ ଉପହାସ କରି କହିଲା ଶାନ୍ତି ସୁଖ ତ ମନୁଷ୍ୟ ର ନିଜ ଭିତରେ ଥାଏ ସୁଖ ଦୁଃଖ, ଝଡ଼ ଝଞ୍ଜା, ରୋଗ ତାପ, କୁ ନେଇ ହିଁ ଜୀବନ ନଉକା ଆଗେଇ ଚାଲେ ଏହାରି ଭିତରେ ଜୀବ ପ୍ରତି ମୁହୂର୍ତ୍ତରେ ସୁଖ କୁ ସାଉଁଟି ଶିଖିବା ଉଚିତ୍, ତୁ ପୁଣି ସବୁ କର୍ତ୍ତବ୍ୟ ସାରିଲା ପରେ ସ୍ବାମୀ ସହିତ ଶୁଆ ଶାରୀ ଯୋଡ଼ି ହୋଇ ପୁଣି ଡେଣା ମେଲାଇ ଅପୂର୍ବ ପ୍ରେମ ମାଦକତା ଭିତରେ ବୁଡ଼ି ଉଡ଼ିବାକୁ ଚାହୁଁଛୁ? କିନ୍ତୁ ଏହା ସମ୍ଭବ ନୁହେଁ ତୋତେ କିଛି ଦିନ ପରେ ଏକା ହିଁ ଏହି ଜୀବନ ଗାଡ଼ି କୁ ଟାଣିବା କୁ ପଡ଼ିବ ମୁଁ ହତଚକିତ ହୋଇ ସମୟକୁ ପ୍ରଶ୍ନ କଲି କାହିଁକି କଣ ମୋତେ ଇର୍ଷା କରୁଛୁ? ଏବେ ଭି ମୁଁ ଋପସୀ ଠିକ୍ ଶ୍ରାବଣୀ ପରି, ଏବେ ଭି ମୁଁ ଉଡ଼ିବାକୁ ଚାହୁଁଛି ବସନ୍ତ ମଳୟ ର ମୃଦୁ ପବନ ପରି,ଏବେ ଭି ତେଜୀୟାନ୍ ଗ୍ରୀଷ୍ମ ପ୍ରବାହ ପରି, ସନ୍ଧ୍ୟା ର ଶୀତଳତା ଏବେ ଭି ମୋତେ ଆମୋଦ କରେ ପୁଣି କାହିଁକି ମୋ ଉପରେ ତୋର ଏତେ ରାଗ କହିଦେ ଟିକିଏ ବୁଝାଇ କାହିଁକି ମୋ ସାଥୀ ମୋ ଠାରୁ ଅଲଗା ହୋଇଯିବ? ମୋତେ ଛାଡ଼ି ଏକାକୀ କରି ସେ କେମିତି ଯାଇପାରିବ? କାହିଁକି କଣ ପାଇଁ ମୋର ପ୍ରଶ୍ନ ସବୁର ଉତ୍ତର ଦେ ।
ସମୟ ସତ କହିଥିଲା ମୋର ଅନ୍ତର୍ନିହିତ ପ୍ରଶ୍ନ କୁ ଅତି ସରଳ ଭାଷାରେ ବୁଝାଇ ସମସ୍ତ ଇଙ୍ଗିତ ଦେଇଥିଲା ଦିନେ ଶୋଇଥିଲି ହଠାତ୍ ଏକ ଫୋନ୍ ଆସିଲା ପରେ ମୁଁ ଉଠିପଡ଼ିବା କ୍ଷଣି ନୂଆ ଘର ର ଛାତ ର ଏକ ବଡ଼ ଚକଡା଼ ଦୁମ କିନା ଖଟ ଉପରେ ପଡ଼ିଲା ମୋର ସ୍ବାମୀ ଭୋର୍ ରୁ ଉଠି ବାଲ୍ କୋନି ରେ ପେପର୍ ପଢୁଥିଲେ,ସେ ଶବ୍ଦ ଶୁଣି ଦୌଡ଼ି ଆସି ବିସ୍ମିତ ହୋଇ ମୋତେ ଧରି ବ୍ୟସ୍ତ ସହିତ ବିବ୍ରତ ହୋଇପଡ଼ିଥିଲେ କିନ୍ତୁ ମୁଁ ବୁଝାଇଥିଲି ଯେ ମୋର କିଛି କ୍ଷତି ହେଇନି, ଈଶ୍ବରଙ୍କୁ ଧନ୍ୟବାଦ ଦୁହେଁ ଜଣାଇଥିଲୁ ଯେ ଏକ ବଡ଼ ଦୁର୍ଘଟଣା ରୁ ସେ ଦିନ ବର୍ତ୍ତୀ ଗଲି, କିନ୍ତୁ ବିଧାତା ଯେ ବଡ଼ ଇଶାରା ଦେଇଥିଲା ପରେ ମୁଁ ବୁଝିପାରିଲି ମୋ ସ୍ବାମୀ ଆସ୍ତେ ଆସ୍ତେ ଖାଇବା କମାଇ ଦେଲେ,କରୋନା ସମୟ ଥିଲା, ତେଣୁ ମୁଁ ଡରିଗଲି,ସମସ୍ତ ପରୀକ୍ଷା ସରିବାପରେ ଜଣାପଡ଼ିଲା କରୋନା ନେଗେଟିଭ କିନ୍ତୁ କାନ୍ସର ହୋଇଛି ପୁଣି ଡାକ୍ତର ଛ ମାସ ସମୟ ଦେଇ ଦେଲେ ଯାହା ମୋତେ ମୋ ଝିଅ ଜୋଇଁ ଓ ପରିବାର ଲୋକ ମାନେ ଲୁଚାଇ ଦେଲେ, ମୁଁ ଜାଣିଲି କାନସର୍ ହୋଇଛି, କେମୋଥେରାପି ଚିକିତ୍ସା ପରେ ସେ ସୁସ୍ଥ ହୋଇଯିବେ କିନ୍ତୁ ଏତେ ସୁନ୍ଦର ଚେହେରା ଥିବା ମଣିଷ ଟା ଦିନକୁ ଦିନ ଦୁର୍ବଳ ଶରୀର ହେଇପଡୁଛି ଦେଖି ଭାରି ବ୍ୟସ୍ତ ଲାଗୁଥିଲା, ଖାଦ୍ୟ ପେୟ ନାହିଁ ବୋଲି ସେ ଏମିତି ହେଇଯାଉଛନ୍ତି ଭାବୁଥିଲି ଚିକିତ୍ସା ପରେ ସେ ପୂର୍ବ ଭଳି ଜୀବନ ଯାପନ କରିବେ ବୋଲି ବିଶ୍ୱାସ ଥିଲା କିନ୍ତୁ ମୋର ସବୁ ଆଶା ଭରସା ଚୁର୍ ମାର୍ ହେଇ ଗଲା,ସେ ରାତିରେ ମୋ ହାତରୁ ଶାଗୁ କ୍ଷିରି ଖାଇବା ପରେ ଶୋଇ ପଡିଲେ, ମୁଁ ସବୁଦିନ ପରି ଚଦର ଘୋଡାଇ ଦେଲି, ଭୋର୍ ରୁ ଉଠେଇ ଥିଲି ନିତ୍ୟକର୍ମ ସାରି ଜଳଖିଆ ଖାଇବା ପାଇଁ କିନ୍ତୁ ଯେତେ ହଲେଇଲେ ମଧ୍ୟ ସେ ଉଠି ନ ଥିଲେ ଚିର ନିଦ୍ରା ରେ ଶୋଇ ଯାଇଥିଲେ ମୁଁ ପ୍ରଥମେ ବୁଝି ପାରିଲି ନାହିଁ ସମସ୍ତଙ୍କୁ ପାଟି କରି ଡାକିଲି, ଯେତେବେଳେ ଜାଣିଲି ଏକ ପ୍ରକାର ମୂକ ପାଲଟି ଗଲି ।
ସମୟ ବୁଝାଇ କହିଲା ଉଠ୍ ତୋ ପରି ନାରୀ ପୁଣି ଦୁର୍ବଳମନା ? ସମାଜକୁ ତୁ କି ଉତ୍ତର ଦେବୁ ? ସ୍ବାମୀ ଚାଲିଗଲା ପରେ ସ୍ତ୍ରୀ କଣ ନିଷ୍କ୍ରିୟ ଜୀବନ ଯାପନ କରବା ଉଚିତ୍ ? ଶୁଖିଲା ମୁହଁ ରେ ଉଦାସିଆ ମନରେ ଖାଲି ବସି ଭାବିକି ଜୀବନ ର ଅମୂଲ୍ୟ ସମୟ କୁ ନଷ୍ଟ କରିଦେବୁ ? ତୋର କଣ କିଛି ସ୍ବପ୍ନ ନାହିଁ ?ତୁ କଣ ନିଜକୁ ଏକ ଅବଳା ହତଭାଗିନୀ ନାରୀ ଋପରେ ପ୍ରତିପାଦିତ କରିବାକୁ ଚାହୁଁଛୁ ? ମୁଁ ତାକୁ ଚାହିଁ ଅଳ୍ପ ହସିଦେଲି ଓ କହିଲି ନା ମୋର ବହୁତ ସ୍ବପ୍ନ ଅଛି ମୁଁ ନିଶ୍ଚିତ ଭାବରେ ତାକୁ ପୁରା କରିବାକୁ ପ୍ରୟାସ କରିବି, ମୁଁ ହାରିବା ମଣିଷ ନୁହେଁ, ମୋ ସ୍ବାମୀ ର ଶରୀର ସିନା ପୋଡ଼ି ନଷ୍ଟ ହେଇଯାଇଛି କିନ୍ତୁ ଆତ୍ମା ତ ବିନିଷ୍ଟ ସେ ପ୍ରତି ମୁହୂର୍ତ୍ତରେ ମୋ ସହିତ ଅଛନ୍ତି ଦର୍ପଣ ରେ ନିଜକୁ ଦେଖିଲା ବେଳେ ମୋ ପ୍ରତିବିମ୍ବ କହେ ସତରେ ତୁ ଏବେ ଭି ସେହିପରି ସତେଜ ଦିଶୁଛୁ ତୋ ଭାବନା କୁ ମୁଁ ସମ୍ମାନ ଦଉଛି ମୁଁ ଅଭିମାନ ରେ କହେ ତୁ ତ ସମୟ ର ତାଳେ ତାଳେ ବଦଳିବାରେ ଲାଗିଛୁ ମୋ ଫଟୋ ଗୁଡ଼ିକ ମୋତେ ସବୁ ସତ କହୁଛନ୍ତି କିନ୍ତୁ ତୁ ମୋ ମନକୁ ଖୁସି କରିବା ପାଇଁ ମିଛ କହନା ହଁ ମୁଁ ତୋର ଏକ କଥାରେ ସହମତ ଯେ ହସ ଓ କାନ୍ଦ ସେହିପରି ଅଛି।
ବାଲ୍କୋନି ରେ ବସି ଛୋଟ ଛୋଟ କୁଣ୍ଡରେ ଲଗେଇଥିବା ଗଛ ଗୁଡ଼ିକୁ ଉପଭୋଗ କରୁଛି ବର୍ଷା ପାଗ, ମଝିରେ ମଝିରେ ଦଲକାଏ ପବନ ସହିତ ଟିପ୍ ଟିପ୍ ବର୍ଷା ବିନ୍ଦୁ ମୋ ଶରୀର କୁ ଛୁଇଁଛି ହାତରେ ଗରମ୍ ଚା ସହିତ ଟେବୁଲ୍ ଉପରେ ଖାତା ଓ ପେନ୍ ଅଛି ନିଜର କିଛି ଭାବନା କୁ ନିଜକୁ ପ୍ରଶ୍ନ କରି ଗାରେଇ ଚାଲିଛି ବହି ଛାପିବି ମୋର ଲେଖା କୁ କିଛି ଜଣ ନିଶ୍ଚିତ ଭାବରେ ପଢ଼ିବେ ଓ ଆଦୃତ କରିବେ ଇତ୍ୟାଦି ଇତ୍ୟାଦି।