STORYMIRROR

Basanti Pattnaik

Abstract Tragedy

4  

Basanti Pattnaik

Abstract Tragedy

ଭଡ଼ା ଘର

ଭଡ଼ା ଘର

2 mins
297


    

  ନବ ମହାନ୍ତି ଙ୍କୁ ଯେତେବେଳେ କିଏ ପଚାରେ ଆଜ୍ଞା କେମିତି ଅଛନ୍ତି? ସେ ଉତ୍ତର ରେ.... ଆଜ୍ଞା ଅନ୍ତରରେ ବହୁତ ବ୍ୟଥା... କାହିଁକି ଜାଣନ୍ତି ମୁଁ ଜଣେ ଭଡାଟିଆ... ମୁଁ ଭାବୁଛି ପ୍ରାୟ ଅଧିକାଂଶ ଭଡାଟିଆ ଙ୍କ ଏହି ବେଦନା ବୋଧହୁଏ..

ବୟସ ସତୁରୀ ରୁ ଉର୍ଦ୍ଧ୍ବ କିନ୍ତୁ ଜୀବନ ରେ ଘର ଟିଏ କରିପାରିଲିନି....

     ତିନୋଟି ଝିଅ ଙ୍କୁ ବିବାହ ଦେଇଛି... ସେମାନେ ଭଲରେ ଅଛନ୍ତି... ଆମେ ବୁଢ଼ା ବୁଢି ଭୂବନେଶ୍ବରରେ ପାଞ୍ଚ ହଜାର ଦେଇ ଗୋଟାଏ ବଖରା ଶୟନ ପାଇଁ, ଗାଧୁଆ ଓ ରୋଷେଇ ଘର ପୁଣି ଉପର ଆଜ୍ବବେଷ୍ଟସ୍....

 

       ପ୍ରତି ମାସର ପହିଲା ବେଳକୁ ମାଲିକ ଘର ଦୁଆର ମୁହଁ ଦେଇ ଏପଟ ସେପଟ ହେଉଥିବେ... ତେଣୁ ଯେତେ ଅସୁବିଧା ଥିଲେ ଭି ଏହି ଭଡ଼ାଟିକୁ ୨ତାରିଖ ଭିତରେ ଦେଇଥାଏ.. ପ୍ରାଇଭେଟ୍ କମ୍ପାନୀରେ ଛୋଟ ଚାକିରୀ ଟିଏ କରିଥିଲେ.. ଯାହା ପୁଞ୍ଜି ଥିଲା ଝିଅ ମାନଂକ ବିବାହ ରେ ଲଗାଇ ଦେଲେ... ଏବେ ନିଃଶ୍ବ...ଭଡାଘର ର ଯନ୍ତ୍ରଣା ବଢିଯାଏ ଯେତେବେଳେ ମାଲିକାଣୀ ବଡିମା ଦେଖାଇ ମଝିରେ ମଝିରେ ଘର ମୁହଁକୁ ଆସି ତାଗିଦ୍ କରନ୍ତି.. ଘରକୁ ଭଲକି ସଫା ରଖୁନ..ଦାଗ ବସି ଗଲାଣି


କାନ୍ଥ କୁ ଝାଡୁନ..ଅଳନ୍ଦୁ ବସି ଗଲାଣି…. କବାଟରେ ତେଲ ଦ‌ଉନ ଘାସୁରା ଶବ୍ଦ ବାହାରିଲାଣି....ମୋ ସ୍ତ୍ରୀ ୬୫ବର୍ଷର..

ହସିକରି କହେ ମୁଁ ସବୁଦିନ ପୋଛା ପୋଛି କରିପାରିବି ନାହିଁ.. ସପ୍ତାହକୁ ଦୁଇ ଦିନ ପୋଛୁଛି.. ଅଳନ୍ଦୁ ମାସକୁ ଥରେ ଦୁଇ ଥର ଝାଡୁଛି.... ଯେତିକି ପାରିବି କରିବି.... ମୋତେ ଭି ପରିଷ୍କାର ପରିଚ୍ଛନ୍ନ ଭଲ ଲାଗେ.... ଏହି ଉତ୍ତର ପା

ଇ ସେ ତମତମ ହୋଇ ପଳାନ୍ତି, ତାଙ୍କର ଦୁଇ ମହଲା ବିଶିଷ୍ଟ କୋଠା ଘର, ଧନୀକ ଶ୍ରେଣୀର, ପଛପଟେ ଏହି ଘର..


      ଦଶ ବର୍ଷ ହେବ ସବୁ କିଟିମିଟି ମାଲିକର ସହି ରହିଛୁ.... କାରଣ ଡର ଲାଗୁଛି ... ବାହାର କରିଦେଲେ ଅଧିକ ଭଡ଼ା ଦେଇ ରହି ପାରିବୁନି..ସମ୍ବଳ ନାହିଁ... ଏହି ଟଙ୍କା ଭିତରେ ଅଲଗା ଯାଗାରେ କାହିଁ ମିଳୁନି..କିଏ କିଏ କହୁଛନ୍ତି ଏତେ ବୟସ ହେଲାଣି ଜାଗା ଟିଏ ପକେଇ ଛୋଟ ଘର ଟିଏ କାହିଁକି କଲନି? ନଚେତ୍ ସରକାରୀ ଯାଗାରେ ମାଡିବସି ଖଣ୍ଡିଏ କଲନି.. ମୁଁ କହିଲି ଅଥର୍ବ ଟିଏ ବୋଧହୁଏ.


        ଏବେ କିନ୍ତୁ ଭାରି ଡର.. ମାଲିକ ଦୁଇ ତିନି ଥର

ଆସି କହିଲାଣି ଆମେ ଆଜବେଷ୍ଟସ ଭାଙ୍ଗି ଛାତ ପକେଇବୁ..ଆଉ ଟିକିଏ ସଜାଡି ବାକୁ ଅଛି ତେଣୁ ଦୁଇ ମାସ ଭିତରେ ଦେଖିକି ଘର ଛାଡ଼ି ଦିଅ.…ମୁଁ ଛୋଟ ହଁ ଟିଏ ମାରି ଭାଗ୍ୟକୁ ଆଦରି ସବୁ ଚିହ୍ନା ଲୋକଙ୍କୁ କହୁଛି ପାଞ୍ଚ ହଜାର ଭିତରେ ଘର ଟିଏ ଖୋଜିଦିଅ.. ସେମାନେ ଆଶ୍ଚର୍ଯ୍ୟର ସହିତ ପାଞ୍ଚହଜାର୍ ରେ... ମୁହଁକୁ ଅନାଇ କହୁଛନ୍ତି ଆପଣ ଯାଇ ବସ୍ତିରେ ଖୋଜନ୍ତୁ ଯେ ଏହାଠାରୁ ଶସ୍ତାରେ ପାଇଯିବେ...

    ଝିଅ ମାନଂକର ତାଗିଦ୍ ଆମ ସମ୍ମାନକୁ ଜଗି ବସ୍ତିରେ ରହିବନି...ମଝିଆ ଝିଅ ଏଥର କହିଛି ବାପା ମୁଁ ୟାଙ୍କୁ କହି ମାସକୁ ତିନି ହଜାର ପଠାଇପାରେ.. ତେଣୁ ଆଉ ବାକି ତୁମେ ଅନ୍ୟ ଝିଅ ମାନଙ୍କୁ କୁହ.... ମୁଁ ଭାବୁଥିଲି ଅର୍ଥ ହୀନ ଦୁର୍ବଳ ବାପା ର ଏହି ସମାଜରେ ସମ୍ମାନର ସହ ବଞ୍ଚିବା କେତେ କଷ୍ଟ କର.... ମୋର ଯଦି ମୁଣ୍ଡ ଗୁଞ୍ଜିବା ପାଇଁ ଘର ଟିଏ ଥାଆନ୍ତା ଏତେ ହିନସ୍ଥା ହେବାକୁ ପଡି ନ ଥାନ୍ତା ।


Rate this content
Log in

Similar oriya story from Abstract