STORYMIRROR

Basanti Pattnaik

Classics

3  

Basanti Pattnaik

Classics

ଟ୍ରେନ୍ ରେ ଦିନେ

ଟ୍ରେନ୍ ରେ ଦିନେ

2 mins
58

   ଟ୍ରେନ ଓ ମୁଁ ଏକ ଅଦ୍ଭୁତ ସମ୍ପର୍କ କହିଲେ ଭୁଲ୍ ହେବ ନାହିଁ। ମୁଁ ବାଲ୍ୟକାଳରେ ଭୁବନେଶ୍ୱରରୁ ଗ୍ରାମକୁ ଯେତେବେଳେ ଯାଉ ସବୁ ଭାଇ ଭ‌ଉଣୀ ମାନେ ମିଶି ମୋର ନନା ବୋଉ ସହିତ ମିଶି ଟ୍ରେନ୍ ରେ ଯାଉ। ପୁରୀ ମୋର ଅଜା ଘର ଓ ବାଟ ମଙ୍ଗଳା ପାଖରେ ବୀର ହରେକୃଷ୍ଣପୁର ଶାସନ ବ୍ରାହ୍ମଣ ଗ୍ରାମ ମୋର ପ୍ରିୟ ଗାଁ। ଶୀତଳଷଷ୍ଠୀ ସମୟରେ ସବୁ ବନ୍ଧୁବାନ୍ଧବ ଆମ ଗାଁ ରେ ଏକାଠି ହୋଇ ଏହି ପର୍ବ ଅତି ଧୁମ୍ ଧାମରେ ପାଳନ କରନ୍ତି, ଯାହା ଆଜି ପର୍ଯ୍ୟନ୍ତ ଚାଲୁଛି। ମୁଁ ଟ୍ରେନ ରେ ଗଲାବେଳେ ଯାହା ଟ୍ରେନ ଭିତରେ ଓ ଷ୍ଟେସନ ରେ ଗାଡି ରହିଲେ ଗରମ୍ ଗରମ୍ ମିଳେ ଖାଇବାକୁ ଇଚ୍ଛା କରି ଥାଏ, ସିଙ୍ଗଡ଼ା,ଆଳୁଚପ୍, ପିଜୁଳି,ବାଦାମ୍ ସବୁ ଖାଇ ଖାଇ ଟ୍ରେନ ରେ ପରିବାର ସହିତ ମଜା ଉଠାଇଥାଏ। ମୁ ପ୍ରାୟ ଝରକା ପାଖରେ ବସିବାକୁ ଭଲ ପାଇଥାଏ, ବାଟରେ ଗଛ ତ‌ଋ, ଲତା, ପାହାଡ଼ ପର୍ବତ, ଝରଣା, ନଦୀ ସବୁକୁ ଉପଭୋଗ କରି ଦେଖୁଥାଏ, ।ସହଜରେ ଶୁଏ ନାହିଁ, ମୁଁ ଆନନ୍ଦ ଉଠାଇଥାଏ, ସବୁଠାରୁ ମଜା କଥା ମୋତେ ସବୁ ଓଲଟା ଗଲା ପରି ଲାଗେ ଓ ଲାଜରେ କାଳେ କିଏ ହସିବେ ଓ ଚିଡାଇବେ ଏହା ଭାବି କାହାକୁ କାରଣ ପଚାରେ ନାହିଁ।      

       ଏ କିଛି ଦିନ ତଳର ଘଟଣା.. ହଠାତ୍ ମୋର ଏକ ନୂତନ ବାନ୍ଧବୀ ମୋତେ କହିଲେ ଆମେ ଆମ ସୋସାଇଟି ରୁ କିଛି ଜଣ ଏକ ମାରୁୟାଡୀ ଗୃପ୍ ସହିତ ଧର୍ମ ଯାତ୍ରା ଅର୍ଥାତ୍ ଚ‌ଉରାଶି କୋଷ ଯାତ୍ରା ରେ ବାହାରିଛୁ ତୁମେ ଯିବକି? ମୁଁ ତାଜୁବ୍ ହୋଇଗଲି କାରଣ ଏହା ମୋ ମନରେ ବହୁ ଦିନରୁ ଥିଲା କିନ୍ତୁ କେବେ ଭି ସୁଯୋଗ ପାଇନଥିଲି,ଏକ ରେ ମୋର ସ୍ବାମୀଙ୍କ ମୃତ୍ୟୁ ଦୁଇବର୍ଷ ତଳେ ହୋଇଛି ତେଣୁ ଶରୀର ଓ ମନରେ ଉଦାସ ରହୁଥିଲା। ବମ୍ବେ କୁ ନୂଆ ନୂଆ ଆସି ରହିଥାଏ, ସୋସାଇଟି ରେ ମୋର ଆଚରଣ ରେ ଖୁସି ହୋଇ ବହୁତ ବନ୍ଧୁତା ବଢ଼ିଯାଇଥିଲା । ଏହି ବାନ୍ଧବୀ ସବୁଠାରୁ ପ୍ରିୟ ହୋଇଯାଇଥିଲେ, ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ତୁରନ୍ତ ହଁ କରିଦେଲି ଓ ଟିକେଟ ପାଇଁ ଯେତିକି କହିଲେ ଟଙ୍କା ଦେଇ ଦେଲି, ସେ କହିଲେ ତୁମେ କିନ୍ତୁ ତୁମ ନାମରେ ଯିବନାହି କାରଣ ଆଗରୁ ଆଉଜଣେ ଯିବା ପାଇଁ ଟିକେଟ କରିଥିଲେ କିନ୍ତୁ ତାଙ୍କ ର କିଛି ଅସୁବିଧା ହେବାରୁ ସେ ଏହି ଯାତ୍ରା କରିବେ ନାହିଁ ତେଣୁ ତୁମେ ତାଙ୍କ ଯାଗାରେ ଯାଉଛ। ଟ୍ରେନ ରେ ଯେତେବେଳେ ଟିଟି ଚେକ୍ କରିବେ ତୁମେ ଅନିତା ଅଗ୍ରୱାଲ କହିବ ମୁଁ ହଁ କଲି, ଯେଉଁ ଦିନ ଯାତ୍ରା ମୋ ମନରେ ଭୟ ରହିଥାଏ କାଳେ ଏହି ନାଁ ଭୁଲିଯିବି ଖାଲି ମନେ ଘୋଷୁଥାଏ ଯେତେବେଳେ ଟିଟି ଆସିଲେ ମୁଁ କହିବାକୁ ଗଲାବେଳେ ସେ ଆଗକୁ ଚାଲିଗଲେ ମୁଁ ଆଶ୍ଚର୍ଯ୍ୟ ହେଲି ଭାବିଲି ବୋଧହୁଏ ପୁଣି ଫେରି ପଚାରିବେ,ପୂର୍ବରୁ କାହିଁକି କେଜାଣି ସେ ମୋ ମୁହଁକୁ ଟିକେ ଚାହିଁ ପଳେଇଲେ ବାନ୍ଧବୀ କହିଲେ ସବୁ ଗୃପ୍ ରେ ଯାଉଛୁ ତେଣୁ କିଛି ପଚାରିଲେ ନାହିଁ, ମୁଁ ଲମ୍ବା ନିଃଶ୍ବାସ ନେଇ ଭଲରେ ବସିଲି, ସକାଳ ଛଅଟାରେ ଆମ ଟ୍ରେନ ପହଞ୍ଚି ଗଲା ସବୁ ଓହ୍ଲାଇ ଗୃପ୍ ତରଫରୁ ଏସି ବସ୍ ଠିକ୍ ହୋଇଥିଲା, ସମସ୍ତେ ଏକାଠି ବସି ହୋଟେଲ ଅଭିମୁଖେ ଯାତ୍ରା କରିଲୁ ସେଠାରେ ନିତ୍ୟକର୍ମ ସାରି ଜଳଖିଆ ଖାଇ ବୃନ୍ଦାବନ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଲୁ।         ଆଶ୍ଚର୍ଯ୍ୟର କଥା ଟ୍ରେନରେ ଦୁଇ ଥର ଧର୍ମ ଯାତ୍ରା କରିଛି ଆକସ୍ମିକ ଯୋଗ ଫଳରେ ଓ ଦୁଇ ଥର ଯାକ ଅନ୍ୟମାନଙ୍କର ଟିକେଟ୍ ହୋଇ ମଧ୍ୟ କିଛି ଅସୁବିଧା ବଶତଃ ଯାଇପାରି ନାହାନ୍ତି ଓ ମୋ'ର ପ୍ରିୟ ବାନ୍ଧବୀ ମାନେ ମୋ ସହିତ ଯୋଗାଯୋଗ ଶେଷ ସମୟରେ କରିଥାନ୍ତି। ପ୍ରଥମ ଥର ଚ‌ଉରାଶି କୋଷ ଯାତ୍ରା ଓ କିଛି ମାସ ତଳେ ଔରଙ୍ଗାବାଦ ଯାଇ ଦୁଇଟି ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ଏହା ବୋଧହୁଏ ପ୍ରଭୁଙ୍କ ଇଚ୍ଛା, ସେ ଡାକି ନଥିଲେ ମୁଁ ଯାଇପାରି ନଥାନ୍ତି। କଥାରେ ଅଛି କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।                     ଟ୍ରେନ୍ରେ ଧର୍ମ ଯାତ୍ରା ମୋ ଜୀବନର ଏକ ଅବିସ୍ମରଣୀୟ ଘଟଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics