Basanti Pattnaik

Action Inspirational

3  

Basanti Pattnaik

Action Inspirational

ଶୀର୍ଷକ -"#ଆ ଜହ୍ନ ମାମୁଁ "

ଶୀର୍ଷକ -"#ଆ ଜହ୍ନ ମାମୁଁ "

2 mins
210


  ଆ ଜହ୍ନ ମାମୁଁ ଶରଗ ଶଶି ମୋ କାହ୍ନୁ ହାତରେ ପଡ଼ରେ ଖସି, ଯାହା ଆଜି ସତ୍ୟ ହୋଇଛି, ଆଜି ଆମେମାନେ ଜହ୍ନ ମାମୁଁ ଘରେ ପାଦ ଥାପିଛେ, ଆମ ଭାରତର ପତାକା ସେଠି ଲହରାଇଛି,ସାରା ବିଶ୍ବକୁ ଚକିତ କରିଛି।

     ଦିନ ଥିଲା ଚାନ୍ଦ କୁ ଦେଖି ସବୁ ମା ମାନେ ପିଲାଙ୍କୁ ଅଝଟ ବେଳେ, ଖୁଆଇବା ସମୟ ରେ, ଶୁଆଇବା ସମୟରେ ଗୀତ ଗାଇ ସବୁ କାମ କୁ କରୁଥିଲେ ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି, ଧର୍ମ ସହିତ ଏହି ଚନ୍ଦ୍ର ଙ୍କର ଅଦ୍ଭୁତ ସମ୍ପର୍କ, ସ୍ବାମୀ ଟି ସୁନ୍ଦର ପାଇବାକୁ ମଧ୍ୟ କୁଆଁରୀ ଝିଅ ମାନେ କୁମାର ପୂର୍ଣ୍ଣିମା ପୂଜା କରି ଚାନ୍ଦ ପୂଜା କରିଥାନ୍ତି, କେତେକ କ୍ଷେତ୍ରରେ ସ୍ବାମୀ ପାଇଁ ବ୍ରତ ରଖି ଏହି ଚାନ୍ଦ କୁ ଜାଲି ରେ ଦେଖି ତା ସହିତ ସ୍ବାମୀ ର ମୁହଁ ଦେଖି ବ୍ରତ ଭାଙ୍ଗି ଥାଆନ୍ତି,

ସନ୍ତାନ ର କିଛି ଚନ୍ଦ୍ର ଦୋଷ ରହିଲେ ତା'ର ମା ଚାନ୍ଦ ପୂଜା କରି ଛପା ଡେଉଁରିଆ ମଧ୍ୟ ପିନ୍ଧାଇ ବାର ଦେଖିବାକୁ ମିଳିଥାଏ, ବିଶେଷ

 କରି ଜୀବ ର ଜୀବନ ପ୍ରଣାଳୀ ସହିତ ଚନ୍ଦ୍ର ଦେବତା ଙ୍କର ବିଶେଷ ଭୂମିକା ରହି ଆସିଛି।

      ସାହିତ୍ୟ, କଳା, ସଂସ୍କୃତି, ଜ୍ୟୋତିଷ ଶାସ୍ତ୍ର ସହିତ ଏହି ଜହ୍ନ ମାମୁଁ ର ସ୍ବତନ୍ତ୍ର ସ୍ଥାନ ରହି ଆସିଛି, କବି ଟି ପ୍ରେମ ଜନିତ କବିତା ରଚନା କଲାବେଳେ ପ୍ରେମ ରେ ରସାଭୂତ ହୋଇ ପୂର୍ଣ୍ଣ ଚନ୍ଦ୍ର କୁ ଦେଖି ବିଭୋର ହୋଇ ପଡିଥାଏ, ପ୍ରେମିକ ପ୍ରେମିକା ଏହି ପୂର୍ଣ୍ଣ ଚନ୍ଦ୍ର କୁ ଦେଖି ରୋମାଞ୍ଚିତ ହୋଇ ପଡିଥାନ୍ତି,ଜ୍ୟୋତିଷ ମାନେ ଏହାର ଗତି ବିଧି କୁ ନେଇ ଗଣନା କରିଥାଆନ୍ତି, ଅନିନ୍ଦ୍ୟ ଋପ ର ଅଧିକାରୀ ଚାନ୍ଦ ମାମୁଁ ସହିତ ନାରୀ ପୁରୁଷ, ପ୍ରକୃତି ସବୁ ର ସୌନ୍ଦର୍ଯ୍ୟ କୁ ତୁଳନା କରାଯାଇଥାଏ କିନ୍ତୁ କୁହାଯାଏ ସବୁ ଋପ ଲାବଣ୍ୟ ଜହ୍ନ ମାମୁଁ ର ସୁନ୍ଦରତା ଆଗରେ ଫିକା, ଏହା ଭିତରେ କଳାଦାଗ ଥାଇ ମଧ୍ୟ ସେ ଅପ‌ଋପ, ଅନନ୍ୟ, କୁହାଯାଏ କାଳେ ନଜର କାହାର ଲାଗିଯିବ ସେଥିପାଇଁ ଏହି କଳାଦାଗ ତା ଭିତରେ ରହିଛି,ସତରେ କେତେ ସୁନ୍ଦର...କବି ଭାଷାରେ ସୁନ୍ଦର ତୃପ୍ତି ର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ, ଯାହା ଜହ୍ନ ମାମୁଁ ପାଇଁ ସତ

 ପ୍ରମାଣ ହୋଇଛି।


     ଆଜି ଚନ୍ଦ୍ରାୟନ ତିନି ର ସଫଳତାର ପଛରେ ଚନ୍ଦ୍ରାୟନ ଏକ, ଦୁଇ ର ବିଶେଷ ହାତ ଅଛି, ଚନ୍ଦ୍ରାୟନ ଦୁଇ ର ୨୦୧୯ରେ

 ସେ ଦିନ ର ସାମାନ୍ୟ ତୃଟି ଯୋଗୁଁ ସେ ଦିନ ସେହି ମୁହୂର୍ତ୍ତରେ ବିଶିଷ୍ଟ ବୈଜ୍ଞାନିକ କେ ଶିବନ୍ ଙ୍କ ଆଖି ର ଲୁହ ଆଜି ମନେ ପଡିଯାଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ

ତାଙ୍କୁ କୁଣ୍ଢାଇ ଧରି ଯେଉଁ ଭଳି ଭାବରେ ଆଶ୍ଵାସନା ଦେଇଥିଲେ ସାରା ବିଶ୍ବ ବାସୀ ଦେଖି ପ୍ରଶଂସା କରିଥିଲେ, ଚନ୍ଦ୍ରାୟନ ଦୁଇ ର ବିଫଳତା ଚନ୍ଦ୍ରାୟନ ତିନି ର ସଫଳତାର ପ୍ରକୃତ ରହସ୍ୟ ଅଟେ, ଆମ ଦେଶର ବୈଜ୍ଞାନିକ ମାନେ ଏହାକୁ ସଫଳ ଋପ ଦେବାପାଇଁ ଯେଉଁ ପରି ଭାବରେ ଅହରହ ଗବେଷଣା କରି ଆସୁଥିଲେ ତାହା ର ମୂଲ୍ୟ ଆଜି ସାରା ବିଶ୍ବ ଦେଖିଲା, ଭାରତବର୍ଷ ଦେଖେଇ ଦେଇଛି ସେ କେବେ ବି କେଉଁ ଥିରେ ପଛୁଆ ନୁହେଁ,ତା ଉପରେ ଯେତେ ଝଡଝଞ୍ଜା ଆସିଲେ ମଧ୍ୟ ସେ ଏହାକୁ ସମ୍ମୁଖୀନ କରି ଲଢିବା ର କ୍ଷମତା ରଖିଛି,ତାକୁ ଯେତେ ଦୁର୍ବଳ କରିବାକୁ ପ୍ରୟାସ କରିଲେ ମଧ୍ୟ ସେ ହାରିବନି,ହାରିକରି ଜିତିବା ର ବାଜି ରଖିବ ଯାହା ଆଜି ସାରା ଦୁନିଆ ଆଗରେ ସେ ପ୍ରମାଣିତ କରିଛି।

         ଆଜି ଚନ୍ଦ୍ରାୟନ ତିନି ଦକ୍ଷିଣ ନୀରକୁ ପ୍ରଥମେ ଛୁଇଁ ପାରି ଏକ ନୂଆ ସ୍ବର୍ଣ୍ଣାଭ ଇତିହାସ ରଚନା କରିଛି, ଏହା ଅଦ୍ଭୁତ, ଅବଶ୍ବସନୀୟ ହେଲେ ଭି ଏହା ହିଁ ସତ୍ୟ।# ଜୟ ଜବାନ୍,ଜୟ କିଷାନ,ଜୟ ବିଜ୍ଞାନ।ଜୟ ହିନ୍ଦ୍, ଜୟ ଭାରତ ମାତା।


Rate this content
Log in

Similar oriya story from Action